ମେଟ୍ରୋ |

ସ୍ବାମୀଙ୍କୁ ଭେଟିବାକୁ ହସ୍ପିଟାଲ ଯାଉଥିବାବେଳେ ଦୁର୍ଘଟଣାରେ ସ୍ତ୍ରୀ ମୃତ

ସ୍ବାମୀଙ୍କୁ ଭେଟିବାକୁ ହସ୍ପିଟାଲ ଯାଉଥିବାବେଳେ ଦୁର୍ଘଟଣାରେ ସ୍ତ୍ରୀ ମୃତ

ଭୁବନେଶ୍ୱର, ୧୭।୧୨(ଡି.ଏନ.ଏ.)- ସ୍ବାମୀ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କୁ ଦେଖା କରିବାକୁ ଘରୁ ବାହାରିଥିଲେ ସ୍ତ୍ରୀ। ହେଲେ ହସ୍ପିଟାଲରେ ପହଞ୍ଚତ୍ବା ଆଗରୁ ଏକ ସଡ଼କ ଦୁର୍ଘଟଣାରେ ସେ ଆରପାରିକୁ ଚାଲିଗଲେ। ଏଭଳି ଦୁଃଖଦ ଘଟଣା ଘଟିଛି ତମାଣ୍ଡୋ ଅଞ୍ଚଳରେ। ମୃତା ମହିଳା ହେଉଛନ୍ତି କେନ୍ଦ୍ରାପଡ଼ା ଜିଲା ଚଣ୍ଡିଆଗଡ଼ି ଅଞ୍ଚଳର ଉଦୟନାଥ ଶର୍ମାଙ୍କ ସ୍ତ୍ରୀ ସେବତୀ(୬୫)। ସେ ତମାଣ୍ଡୋ ଅଞ୍ଚଳରେ ତାଙ୍କ ପୁଅ ପାଖରେ ରହୁଥିଲେ। ତାଙ୍କ ସ୍ବାମୀ ଉଦୟନାଥ ୫ଦିନ ତଳେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଭୁବନେଶ୍ୱରର ତମାଣ୍ଡୋ ନିକଟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ସେବତୀ ସ୍ବାମୀଙ୍କ ଦେଖାଶୁଣା କରୁଥିଲେ। ନିୟମିତ ଘରୁ ହସ୍ପିଟାଲକୁ ଯିବାଆସିବା କରୁଥିଲେ। ଏଥିପାଇଁ ରବିବାର ଅପରାହ୍ନରେ ସେ ସ୍ବାମୀଙ୍କ ପାଖକୁ ଯିବା ଲାଗି ତାଙ୍କ ଭଡ଼ା ଘରୁ ବାହାରିଥିଲେ। ତମାଣ୍ଡ ଥାନା ନିକଟରେ ରାସ୍ତା ପାର ହେଉଥିବା ବେଳେ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ଏକ କାର୍‌(ଓଡି ୦୭ପି ୫୯୬୯) ତାଙ୍କୁ ଧକ୍କା ଦେଇଥିଲା। ପୋଲିସ ସେବତୀଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା। ତମାଣ୍ଡ ପୋଲିସ ଦୁର୍ଘଟଣା ଘଟାଇଥିବା କାରକୁ ଜବତ କରିବା ସହିତ ଚାଳକଙ୍କୁ ଅଟକ ରଖିଛି। ଏ ନେଇ ଥାନାରେ ଏକ ମାମଲା(୧୧୭/୧୭) ରୁଜୁ କରାଯାଇଛି।

All Right Reserved By

Model This Week

ନିକିତା

ମେଟ୍ରୋ |

ଶିକ୍ଷକଙ୍କୁ ସମୂହ ଅବସରକାଳୀନ ସମ୍ବର୍ଦ୍ଧନା

ଶିକ୍ଷକଙ୍କୁ ସମୂହ ଅବସରକାଳୀନ ସମ୍ବର୍ଦ୍ଧନା

କୃଷ୍ଣପ୍ରସାଦ, ୨୦।୪(ଡ଼ି.ଏନ.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଉଦୟଗିରି ପ୍ରାଥମିକ ବିଦ୍ୟାଳୟରେ ୩ ଶିକ୍ଷକ ଓ ଜଣେ ଶିକ୍ଷୟତ୍ରୀଙ୍କୁ ଶୁକ୍ରବାର ସମୂହ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ସେମାନେ ହେଲେ ଅନିରୁଦ୍ଧ ମହାରଣା, ପ୍ରକାଶ ଚନ୍ଦ୍ର ରଥ, ବିଜୟ କୁମାର ନନ୍ଦ ଏବଂ ଗୀତାଞ୍ଜଳି ଦାସ।

ଏଟିଏମ୍‌ରୁ ଟଙ୍କା ମିଳୁନି: ଶନିବାର ବିଜେଡିର ୨ ଘଣ୍ଟିଆ ଧାରଣା

ଏଟିଏମ୍‌ରୁ ଟଙ୍କା ମିଳୁନି: ଶନିବାର ବିଜେଡିର ୨ ଘଣ୍ଟିଆ ଧାରଣା

ଭୁବନେଶ୍ୱର, ୨୦।୪(ବ୍ୟୁରୋ): ଭାରତର ବିଭିନ୍ନ ରାଜ୍ୟରେ ଏବେ ନଗଦ ଅଭାବ ଦେଖାଦେଇଛି। ଏଟିଏମ୍‌ ଗୁଡିକରୁ ଟଙ୍କା ମିଳୁନାହିଁ। ଏହି ଅବସ୍ଥା ମଧ୍ୟ ଓଡ଼ିଶାରେ ଦେଖାଦେଲାଣି। ଏହାର ପ୍ରତିବାଦରେ ବିଜୁ ଜନତା ଦଳ(ବିଜେଡି) ଶନିବାର ବିଭିନ୍ନ ରିଜର୍ଭ ବ୍ୟାଙ୍କର ଭୁବନେଶ୍ୱର କାର୍ଯ୍ୟାଳୟ ସମେତ ରାଜ୍ୟର ବିଭିନ୍ନ ବ୍ୟାଙ୍କ ସମ୍ମୁଖରେ ୨ ଘଣ୍ଟିଆ ଧାରଣା ଦେବ।

ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ: ଜେଲରୁ ମୁକୁଳିବେ ରାଜା ଆଚାର୍ଯ୍ୟ

ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ: ଜେଲରୁ ମୁକୁଳିବେ ରାଜା ଆଚାର୍ଯ୍ୟ

କଟକ ଅଫିସ, ୨୦।୪: ଗ୍ୟାଙ୍ଗଷ୍ଟାର ରାଜା ଓରଫ ସନ୍ଦିପ ଆଚାର୍ଯ୍ୟଙ୍କୁ ଶୁକ୍ରବାର ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି। ନିମ୍ନ ଅଦାଲତ ତାଙ୍କ ଉପରେ ସର୍ତ୍ତାରୋପ କରିବେ। ପୂର୍ବରୁ ସମସ୍ତ ମାମଲାରେ ରାଜାଙ୍କୁ ଜାମିନ ମିଳିସାରିଛି।

୬ ଜିଲାରେ ନିର୍ମାଣ ହେବ କର୍ମଜୀବୀ ମହିଳା ନିବାସ

୬ ଜିଲାରେ ନିର୍ମାଣ ହେବ କର୍ମଜୀବୀ ମହିଳା ନିବାସ

ଭୁବନେଶ୍ୱର, ୨୦।୪(ବ୍ୟୁରୋ): କର୍ମଜୀବୀ ମହିଳାଙ୍କ ପାଇଁ ରାଜ୍ୟରେ ୧୩ଟି କର୍ମଜୀବୀ ମହିଳା ନିବାସ ରହିଛି। ଏଥିରେ ୮୧୦ଟି ସଜ୍ୟା ରହିଛି। ଏହି ସବୁ ନିବାସରେ ୫୬୩ କର୍ମଜୀବୀ ମହିଳା ରହୁଛନ୍ତି। ଆହୁରୀ ୨୪୭ଟି ସଜ୍ୟା ଫାଙ୍କା ରହିଛି। କର୍ମଜୀବୀ ମହିଳାଙ୍କ ସୁରକ୍ଷା ଦୃଷ୍ଟିରୁ ରାଜ୍ୟ ସରକାର ଆଉ ୬ଟି ଜିଲାରେ ନୂତନ କର୍ମଜୀବୀ ମହିଳା ନିବାସ ନିର୍ମାଣ କରିବାକୁ ନିସ୍ପତ୍ତି ନେଇଛନ୍ତି।

ପୁରୀ ସହର ମାମଲା: ଶୁକ୍ରବାର ଏନ୍‌ଜିଟିରେ ଶୁଣାଣି

ପୁରୀ ସହର ମାମଲା: ଶୁକ୍ରବାର ଏନ୍‌ଜିଟିରେ ଶୁଣାଣି

ପୁରୀ ଅଫିସ, ୨୦।୪: ପୁରୀ ସହରର ବିଭିନ୍ନ ସମସ୍ୟା ଓ ପ୍ରଦୂଷଣକୁ ନେଇ କଲିକତାର ସୁବାସ ଦତ୍ତ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି)ରେ ଏକ ମାମଲା ରୁଜୁ କରିଥିଲେ। ୨୦୧୩ ମସିହାରୁ ଏହି ମାମଲା ବିଚାରାଧିନ ଥିବାବେଳେ ଶୁକ୍ରବାର ମାମଲାର ଶୁଣାଣି ହେବାର ରହିଛି।

ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଦୀପଦାନ

ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଦୀପଦାନ

ପୁରୀ ଅଫିସ, ୨୦।୪: ହାଇକୋର୍ଟଙ୍କ ରାୟକୁ ସ୍ବାଗତକରି ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ପୁରୀ ସିଂହଦ୍ୱାର ସମ୍ମୁଖରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦୀପଦାନ କରାଯାଇଛି। ଶ୍ରୀମନ୍ଦିର ନୀତିକାନ୍ତିରେ ହାଇକୋର୍ଟ ହସ୍ତଖେପ କରିବେ ନାହିଁ ବୋଲି ଯେଉଁ ରାୟ ଦେଇଛନ୍ତି ତାହାକୁ ଜଗନ୍ନାଥ ସେନା ପକ୍ଷରୁ ସ୍ବାଗତ କରାଯାଇଛି।

ସରକାର ନ ଚେତିଲେ ଛତିଶଗଡ଼ରେ ମିଶିଯିବ ଲଖନପୁରର ୧୯ ମୌଜା

ଭୁବନେଶ୍ୱର,୨୦ ।୪(ବ୍ୟୁରୋ)-ଓଡ଼ିଶାର ଦକ୍ଷିଣ ସୀମାରେ ରହିଥିବା ଜିଲାଗୁଡ଼ିକ ଉପରେ ଏବେ ପଡ଼ୋଶୀ ରାଜ୍ୟର ନଜର ରହିଛି। ରାଜ୍ୟର ଗୋଟିଏ ପରେ ଗୋଟିଏ ଅଞ୍ଚଳକୁ ସେମାନେ କବ୍‌ଜା କରିବାକୁ ପ୍ରଚେଷ୍ଟା ଚଳାଇଛନ୍ତି। ପ୍ରଥମେ କୋରାପୁଟ ଜିଲାର କୋଟିଆ ଓ ତା’ ପରେ ଗଜପତି ଜିଲାରେ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ବଳପୂର୍ବକ ରାସ୍ତା ନିର୍ମାଣ କରିଥିବା ବେଳେ ମାଲକାନଗିରି ଜିଲାର ଅଧିବାସୀ ଛତିଶଗଡ଼ ରାଜ୍ୟମୁହଁ। ହେବା ଓଡ଼ିଶା ପାଇଁ ବିପଦ ସୃଷ୍ଟି କରିଛି।

ରିଲିଜ୍‌ ହେବ ଓଡ଼ିଆ, ହିନ୍ଦୀ, ଇଂଲିଶରେ ଏକାଧିକ ଫିଲ୍ମ

ରିଲିଜ୍‌ ହେବ ଓଡ଼ିଆ, ହିନ୍ଦୀ, ଇଂଲିଶରେ ଏକାଧିକ ଫିଲ୍ମ

ଭୁବନେଶ୍ୱର,୨୦।୪(ବ୍ୟୁରୋ)-ଏଥର ଫେଣ୍ଟାଫେଣ୍ଟି ଫିଲ୍ମକୁ ନେଇ ଆସିଛି ଫ୍ରାଇଡେ’ ରିଲିଜ୍‌। ଶୁକ୍ରବାର ରିଲିଜ୍‌ରେ ଓଡ଼ିଆ, ହିନ୍ଦୀ ଓ ଇଂଲିଶର ଏକାଧିକ ଭିନ୍ନସ୍ବାଦର ଫିଲ୍ମ ମୁକ୍ତିଲାଭ କରିବାକୁ ଯାଉଛି। ବହୁ ପ୍ରତୀକ୍ଷିତ ହିନ୍ଦୀ ଫିଲ୍ମ ‘ବିୟଣ୍ଡ ଦ କ୍ଲାଉଡ୍‌ସ’ ସହ ଆଉ ଏକ ହିନ୍ଦୀ ଫିଲ୍ମ ‘ନାନୁ କି ଜାନୁ’, ଇଂଲିଶ ଫିଲ୍ମ ‘ଟ୍ରୁଥ୍‌ ଅର୍‌ ଡେୟାର’ ଏବଂ ଓଡ଼ିଆ ଫିଲ୍ମ ‘ଯୋଗୀ’ ମୁକ୍ତିଲାଭ କରିବ।

ରାଜନୀତିରେ ନୂଆ ପର୍ଯ୍ୟାୟ: ନିରଞ୍ଜନ ନୂଆ  ପିସିସି ସଭାପତି

ରାଜନୀତିରେ ନୂଆ ପର୍ଯ୍ୟାୟ: ନିରଞ୍ଜନ ନୂଆ ପିସିସି ସଭାପତି

ଭୁବନେଶ୍ୱର, ୧୯।୪(ବ୍ୟୁରୋ)- ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ଗୁରୁବାର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି)ରେ ପରିବର୍ତ୍ତନ ଆଣିଛି। ପ୍ରସାଦ ହରିଚନ୍ଦନଙ୍କ ସ୍ଥାନରେ ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କୁ ରାଜ୍ୟ କଂଗ୍ରେସର ସଭାପତି କରି ହାଇକମାଣ୍ଡ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ଓଡ଼ିଶାରେ ପିସିସି ମୁଖ୍ୟ ପରିବର୍ତ୍ତନ ରାଜ୍ୟ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି କରିବ ବୋଲି କୁହାଯାଉଛି।

ଏମ୍‌ସ ଭୁବନେଶ୍ୱରକୁ ମିଳିଲା କାୟାକଳ୍ପ ପୁରସ୍କାର: ବି-କାଟେଗୋରି ହସ୍ପିଟାଲ ମଧ୍ୟରେ ଦ୍ୱିତୀୟ

ଏମ୍‌ସ ଭୁବନେଶ୍ୱରକୁ ମିଳିଲା କାୟାକଳ୍ପ ପୁରସ୍କାର: ବି-କାଟେଗୋରି ହସ୍ପିଟାଲ ମଧ୍ୟରେ ଦ୍ୱିତୀୟ

ପାତ୍ରପଡ଼ା,୧୯ା୪(ଡି.ଏନ୍‌.ଏ.): ସ୍ବଚ୍ଛତା କ୍ଷେତ୍ରରେ ଦେଶର ବି-କାଟେଗୋରି ହସ୍ପିଟାଲ ମଧ୍ୟରେ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ଭୁବନେଶ୍ୱର ଏମ୍‌ସକୁ ମିଳିଛି କାୟାକଳ୍ପ ପୁରସ୍କାର। ଗୁରୁବାର ନୂଆଦିଲ୍ଲୀଠାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଭୁବନେଶ୍ୱର ଏମ୍‌ସ ନିର୍ଦ୍ଦେଶିକା ଗୀତାଞ୍ଜଳି ବାତ୍ମାବାନୋଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ପୁରସ୍କାର ବାବଦକୁ ଏମ୍‌ସକୁ ମିଳିଛି ୧ କୋଟି ଟଙ୍କା।

ଶ୍ରୀମନ୍ଦିର ସ୍ଥିତି ସ୍ବାଭାବିକ: ଶୁକ୍ରବାରଠାରୁ ମିଳିବ ମହାପ୍ରସାଦ

ଶ୍ରୀମନ୍ଦିର ସ୍ଥିତି ସ୍ବାଭାବିକ: ଶୁକ୍ରବାରଠାରୁ ମିଳିବ ମହାପ୍ରସାଦ

ପୁରୀ ଅଫିସ,୧୯।୪: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତିରେ ସୃଷ୍ଟି ହୋଇଥିବା ବିଭ୍ରାଟ ଟଳିଯାଇଛି। ଗୁରୁବାର ସ୍ଥିତି ସମ୍ପୂର୍ଣ୍ଣ ସ୍ବାଭାବିକ ଅବସ୍ଥାକୁ ଫେରିଛି। ସାମାନ୍ୟ ବିଳମ୍ବ ହେଉପଛେ ଠାକୁରଙ୍କ ନୀତିକାନ୍ତି ଠିକ୍‌ଠାକ ଚାଲିଛି। ସେହିପରି ୪ ଦିନ ହେଲା ମହାପ୍ରସାଦ ପ୍ରସ୍ତୁତ କରୁ ନ ଥିବା ସୁଆର ମହାସୁଆର ନିଯୋଗ ମଧ୍ୟ ତା’ ଜିଦ୍‌ରୁ ଓହରି ଯାଇଛି। ହାଇକୋର୍ଟଙ୍କ ରାୟକୁ ସ୍ବାଗତ ଏବଂ ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ନିଯୋଗ ଶୁକ୍ରବାରଠାରୁ ମହାପ୍ରସାଦ ପ୍ରସ୍ତୁତ କରିବ ବୋଲି କହିଛି। ଫଳରେ ଅବଢ଼ା ବନ୍ଦକୁ ନେଇ ଯେଉଁ ଅଚଳାବସ୍ଥା ଲାଗି ରହିଥିଲା ତାହା ମଧ୍ୟ ଦୂର ହେବାକୁ ଯାଉଛି।

ଶ୍ରୀମନ୍ଦିର ନୀତି ବିଭ୍ରାଟକୁ ନେଇ ହାଇକୋର୍ଟଙ୍କ ଅସନ୍ତୋଷ

ଶ୍ରୀମନ୍ଦିର ନୀତି ବିଭ୍ରାଟକୁ ନେଇ ହାଇକୋର୍ଟଙ୍କ ଅସନ୍ତୋଷ

କଟକ ଅଫିସ,୧୯।୪- ଶ୍ରୀମନ୍ଦିରରେ ସୃଷ୍ଟି ହୋଇଥିବା ଅଚଳାବସ୍ଥାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ହାଇକୋର୍ଟ। ଶ୍ରୀମନ୍ଦିରରେ ନୀତି ବିଭ୍ରାଟକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗର୍ଭଗୃହ ଭିତରକୁ ପ୍ରବେଶ କଟକଣା ନେଇ ଦିଆଯାଇଥିବା ପୂର୍ବ ଆଦେଶକୁ ଭୁଲ ବ୍ୟାଖ୍ୟା କରାଯାଇଛି। ଗର୍ଭଗୃହ ଭିତରକୁ କେଉଁମାନେ ପ୍ରବେଶ କରିପାରିବେ ସେ ନେଇ ହାଇକୋର୍ଟ ନିର୍ଦ୍ଦିଷ୍ଟ ଭାବେ କୌଣସି ନିର୍ଦ୍ଦେଶ ଦେଇ ନ ଥିବା ସ୍ପଷ୍ଟ କରିଛନ୍ତି।