ଜାତୀୟ |

ହାଇଦ୍ରାବାଦରେ ସକ୍ରିୟ ହେଉଛି ଦେହଜୀବୀ ର଼୍ୟାକେଟ୍‌

ହାଇଦ୍ରାବାଦରେ ସକ୍ରିୟ ହେଉଛି ଦେହଜୀବୀ ର଼୍ୟାକେଟ୍‌
ହାଇଦ୍ରାବାଦ,୧୭।୧୨: ଏକ ହାଇ ପ୍ରୋଫାଇଲ୍‌ ଦେହଜୀବୀ ର଼୍ୟାକେଟର ପର୍ଦ୍ଦଫାଶ୍‌ କରିଛି ହାଇଦ୍ରାବାଦ ନର୍ଥ ଜୋନ୍‌ର ଟାକ୍ସ ଫୋର୍ସ। ଏଥିରେ ସମ୍ପୃକ୍ତ ଥିବା ଜଣେ ଟଲିଉଡ ଅଭିନେତ୍ରୀ, ପଶ୍ଚିମବଙ୍ଗର ଜଣେ ଟେଲିଭିଜନ ଅଭିନେତ୍ରୀଙ୍କ ସମେତ ୫ଜଣଙ୍କୁ ଗିରଫ କରିଛି ପୋଲିସ। ସ୍ଥାନୀୟ ପୋଲିସ ଠାରୁ ସୂଚନା ପାଇ ନର୍ଥ ଜୋନ୍‌ ଟାକ୍ସ ଫୋର୍ସ ଏକ ହୋଟେଲ ଉପରେ ଚଢ଼ାଉ କରି ଏମାନଙ୍କୁ ଗିରଫ କରାଯାଇଥିବା କହିଛନ୍ତି ଇନ୍ସପେକ୍ଟର ନାଗେଶ୍ୱର ରାଓ। ଅଧଘଣ୍ଟାର ଏହି ଚଢ଼ାଉରେ ୫୫ହଜାର ଟଙ୍କା ସହ ଏକ ମୋବାଇଲ ଫୋନକୁ ହୋଟେଲରୁ ପୋଲିସ ଜବତ କରିଥିବା ସୂଚନା ମିଳିଛି।
All Right Reserved By

ଜାତୀୟ |

ରାବଣରେ ଅଗ୍ନି ସଂଯୋଗ କଲେ ପ୍ରଧାନମନ୍ତ୍ରୀ

ରାବଣରେ ଅଗ୍ନି ସଂଯୋଗ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୯।୧୦: ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା ମୈଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାବଣ ପିତୁଳାରେ ଅଗ୍ନି ସଂଯୋଗ କରିଛନ୍ତି। ତୀରମାରି ପ୍ରଧାନମନ୍ତ୍ରୀ ପିତୁଳାକୁ ଦହନ କରିବା ସହ ଏଠାରେ ଅନୁଷ୍ଠିତ ହୋଇଥିବା ରାମଲିଳାକୁ ମଧ୍ୟ ଉପଭୋଗ କରିଥିଲେ।

# ମି ଟୂ ଅଭିଯୋଗ ସହି ନ ପାରି ଆାତ୍ମହତ୍ୟା ଉଦ୍ୟମ କଲେ ଅନିର୍ବାଣ

# ମି ଟୂ ଅଭିଯୋଗ ସହି ନ ପାରି ଆାତ୍ମହତ୍ୟା ଉଦ୍ୟମ କଲେ ଅନିର୍ବାଣ

ମୁମ୍ବାଇ,୧୯।୧୦: ବଲିଉଡ ଜଗତରେ ଏବେ # ମି ଟୂ ଅଭିଯାନ ଦ୍ରୁତ ଗତିରେ ମାଡି ଚାଲିଛି। ଏଥିରେ ଅଭିନେତାଙ୍କଠାରୁ ଆରମ୍ଭ କରି ନିର୍ଦ୍ଦେଶକ ପର୍ଯ୍ୟନ୍ତ ସମସ୍ତଙ୍କର ଏକ ଲମ୍ବା ତାଲିକା ହୋଇ ଗଲାଣି।

ଆଶିଷଙ୍କୁ ମିଳିଲାନି ଜାମିନ

ଆଶିଷଙ୍କୁ ମିଳିଲାନି ଜାମିନ

ନୂଆଦିଲ୍ଲୀ,୧୯।୧୦: ରାଜଧାନୀ ଦିଲ୍ଲୀରେ ଥିବା ପଞ୍ଚତାରକା ହୋଟେଲ ହୟାତ ବାହାରେ ବନ୍ଧୁକ ଦେଖାଇ ମହିଳାଙ୍କୁ ଧମକାଉ ଥିବା ଅଭିଯୋଗରେ ବିଏସ୍‌ପି ନେତାଙ୍କ ପୁଅ ଆଶିଷ ପାଣ୍ଡେଙ୍କୁ ଜାମିନ ମିଳିଲା ନାହିଁ । 

ମହାରାଷ୍ଟ୍ର ଗସ୍ତରେ ମୋଦି

ମହାରାଷ୍ଟ୍ର ଗସ୍ତରେ ମୋଦି

ଶିରିଡି,୧୯।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ମହାରାଷ୍ଟ୍ର ଗସ୍ତ କରିଛନ୍ତି। ଏହି ଅବସରରେ ସେ ଶରିଡି ଶାଇ ମନ୍ଦିର ଦର୍ଶନ କରିଛନ୍ତି। ଏକ ଜନସଭାରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ(ପିଏମ୍‌ଏଓ୍ବାଇ-ଜି) ଅଧିନରେ ଘର ମିଳିଥିବା ହିତାଧିକାରୀଙ୍କୁ ଘରର ଚାବି ପ୍ରଦାନ କରିଥିଲେ।

ବିଜୟା ଦଶମୀରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ବିଜୟା ଦଶମୀରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୯।୧୦: ବିଜୟା ଦଶମୀ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। 

ଯୌନ ଶୋଷଣ ଅଭିଯୋଗ ଆସିବାରୁ ନିଜ ଯୌନାଙ୍ଗ କାଟିଲେ ସାଧୁ

ଯୌନ ଶୋଷଣ ଅଭିଯୋଗ ଆସିବାରୁ ନିଜ ଯୌନାଙ୍ଗ କାଟିଲେ ସାଧୁ

ବମନା,୧୯।୧୦: ଉତ୍ତର ପ୍ରଦେଶର ବମନା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ମଦନୀ ବାବା ନାମକ ଜଣେ ସାଧୁ ନିଜ ଯୌନାଙ୍ଗ କାଟି ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ବିଜୟା ଦଶମୀରେ ସିନ୍ଦୁର ଖେଳିଲେ ମହିଳା

ବିଜୟା ଦଶମୀରେ ସିନ୍ଦୁର ଖେଳିଲେ ମହିଳା

ରାଞ୍ଚି,୧୯।୧୦: ମାହାମାୟା ଦଶଭୂଜା ଏବେ ଧରାବତରଣ କରିଛନ୍ତି। ତାଙ୍କର ପୂଜା ଅବସରରେ ଶୁକ୍ରବାର ବିଜୟା ଦଶମୀ ଥିବାରୁ ଦେଶର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ନିଆରା ପରମ୍ପରା ସିନ୍ଦୁର ଖେଳ। 

ଶାରୀରିକ ସମ୍ପର୍କ ନ ରଖିବାରୁ ମଡେଲଙ୍କୁ ହତ୍ୟା

ଶାରୀରିକ ସମ୍ପର୍କ ନ ରଖିବାରୁ ମଡେଲଙ୍କୁ ହତ୍ୟା

ମୁମ୍ବାଇ,୧୯।୧୦: ମାନସି ଦୀକ୍ଷିତ(୨୦)ଙ୍କ ହତ୍ୟା ରହସ୍ୟ ଏବେ ନୂଆ ମୋଡ ନେଇଛି। ପ୍ରଥମେ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଝଗଡା ଓ ମାତ୍ର ୨୫ଶହ ଟଙ୍କା ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଥିଲା। 

ମହଙ୍ଗା ପଡ଼ିଲା ବଡ଼ି ମସାଜ୍‌: ଏଏସ୍‌ଆଇ ନିଲମ୍ବିତ

ମହଙ୍ଗା ପଡ଼ିଲା ବଡ଼ି ମସାଜ୍‌: ଏଏସ୍‌ଆଇ ନିଲମ୍ବିତ

ପାଟନା,୧୯।୧୦: ବିହାର କୈମୁର ଜିଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାର ଥିବା ଜୈନପୁର ଥାନାର ଏଏସ୍‌ଆଇ ଡ୍ୟୁଟିରେ ଥିବା ସମୟରେ ବଡ଼ି ମସାଜ୍‌ କରି ନିଜର ଚାକିରି ହରାଇଛନ୍ତି। 

ଅନୁପ୍ରବେଶ ଉଦ୍ୟମ ପଣ୍ଡ: ୪ ଆତଙ୍କବାଦୀ ମୃତ

ଅନୁପ୍ରବେଶ ଉଦ୍ୟମ ପଣ୍ଡ: ୪ ଆତଙ୍କବାଦୀ ମୃତ

ଶ୍ରୀନଗର,୧୯।୧୦: ଜମ୍ମୁ-କଶ୍ମୀର ଉତ୍ତର କଶ୍ମୀର ଉରି ସେକ୍ଟରରେ ଏକ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି। ପାକିସ୍ତାନ ପଟୁ ଭାରତରେ ପ୍ରବେଶ କରୁଥିବା ୪ ଆତଙ୍କବାଦୀ ଭାରତୀୟ ଯବାନଙ୍କ ଗୁଳିରେ ନିହତ ହୋଇଛନ୍ତି।

ବ୍ରହ୍ମପୁତ୍ର ପାଣି ରୋକିଲା ଚାଇନା

ବ୍ରହ୍ମପୁତ୍ର ପାଣି ରୋକିଲା ଚାଇନା

ନୂଆଦିଲ୍ଲୀ/ବେଜିଂ,୧୯।୧୦: ଚାଇନା ଭାରତ ସୀମା ଭିତରକୁ ପଶିବା ଜାରି ରଖିଛି। ଏବେ ଜାଣିଶୁଣି ବ୍ରହ୍ମପୁତ୍ର ନଦୀର ପାଣି ଭାରତକୁ ଚାଇନା ନ ଛାଡିବା ପାଇଁ ଆରମ୍ଭ କରିଛି ନୂଆ ଯୋଜନା। 

ଜନ୍ମଦିନରେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌ଡି ତିଓ୍ବାରୀଙ୍କ ପରଲୋକ

ଜନ୍ମଦିନରେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌ଡି ତିଓ୍ବାରୀଙ୍କ ପରଲୋକ

ନୂଆଦିଲ୍ଲୀ,୧୮।୧୦: ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ପଣ୍ଡିତ ନାରାୟଣ ଦତ୍ତ ତିଓ୍ବାରୀ ଓରଫ ଏନ୍‌ଡି ତିଓ୍ବାରୀଙ୍କ ଗୁରୁବାର ପରଲୋକ ଘଟିଛି। ଦିଲ୍ଲୀର ସାକେତସ୍ଥିତ ମେକ୍ସ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତେବେ ତିଓ୍ବାରୀଙ୍କ ମୃତ୍ୟୁ ନିଜ ୯୩ତମ ଜନ୍ମଦିନରେ ହୋଇଥିବା ଜଣାପଡ଼ିଛି।