Dharitri News
ରାଜ୍ୟ |

ହାଇସ୍କୁଲରେ ଏକାଦଶ

ହାଇସ୍କୁଲରେ ଏକାଦଶ ଭୁବନେଶ୍ୱର, ୧୭।୧୨ (ବ୍ୟୁରୋ): ଆସନ୍ତା ଶିକ୍ଷାବର୍ଷରୁ ହାଇସ୍କୁଲ (ଉଚ୍ଚ ବିଦ୍ୟାଳୟ)ରେ ପାଠ ପଢିବେ ଏକାଦଶ ଶ୍ରେଣୀର ଛାତ୍ରୀଛାତ୍ର। ପ୍ରାଥମିକ ପର୍ଯ୍ୟାୟରେ ଅର୍ଥାତ ପାଇଲଟ୍‌ ପ୍ରକଳ୍ପ ଭାବେ ସଦର ଦପ୍ତରରେ ଥିବା ଜିଲା ହାଇସ୍କୁଲଗୁଡିକରେ ଏକାଦଶ ପାଠପଢା ଆରମ୍ଭ ହେବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଗତ ୪ା୧୨ା୨୦୧୭ରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ଉଚ୍ଚଶିକ୍ଷା ବିଭାଗ ଓ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଧିକାରୀମାନଙ୍କୁ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ରାଜ୍ୟର ଯେଉଁ ହାଇସ୍କୁଲଗୁଡିକରେ ପର୍ଯ୍ୟାପ୍ତ ଭିତ୍ତିଭୂମିର ସୁବିଧା ରହିଥିବ ସେହି ହାଇସ୍କୁଲଗୁଡିକରେ ମଧ୍ୟ ଏକାଦଶ ଶ୍ରେଣୀ ଖୋଲାଯିବ। ଯେଉଁସବୁ ହାଇସ୍କୁଲରେ ଭିତ୍ତିଭୂମି ରହିଛି ସେହି ହାଇସ୍କୁଲ ଗୁଡିକୁ ସର୍ଭେ କରି ଆସନ୍ତା ଜାନୁୟାରୀ ଶେଷ ସୁଦ୍ଧା ଚିହ୍ନଟ କରାଯିବ। ସେହିପରି ରାଜ୍ୟରେ କେତୋଟି ଜୁନିୟର କଲେଜ ରହିଛି ତାକୁ ମଧ୍ୟ ଚିହ୍ନଟ କରାଯିବ। ସରକାରୀ ଓ ଅନୁଦାନପ୍ରାପ୍ତ ଜୁନିୟର କଲେଜ ଗୁଡିକରେ ଭିତ୍ତିଭୂମିକୁ ଦେଖି ଚିହ୍ନଟ କରି ଏକ ତାଲିକା ପ୍ରସ୍ତୁତ କରାଯିବ। ଏଥିପାଇଁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକଙ୍କ ସହିତ ସ୍ଥାନୀୟ ରାଜସ୍ବ ନିରୀକ୍ଷକ ଅଧିକାରୀ ମିଳିତ ଭାବେ କ୍ଷେତ୍ର ଗସ୍ତ କରିବେ। ଉକ୍ତ ତାଲିକାକୁ ଜାନୁୟାରୀ ୩୧ ସୁଦ୍ଧା ସରକାରଙ୍କୁ ଦେବେ। ଏହାପରେ ଆସନ୍ତା ଶିକ୍ଷାବର୍ଷରୁ ହାଇସ୍କୁଲଗୁଡିକରେ ଏକାଦଶ ପାଠପଢା ଆରମ୍ଭ ହୋଇପାରିବ। ହାଇସ୍କୁଲରେ ପାଠପଢା ଆରମ୍ଭ ହେଲେ ଯୁକ୍ତଦୁଇ କଲେଜର ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ଶିକ୍ଷାଗତ ଯୋଗ୍ୟତା ବି.ଇଡି ନ ଥିଲେ ମଧ୍ୟ ସେମାନେ ଗଣଶିକ୍ଷା ବିଭାଗ ଅଧୀନକୁ ଆସି ଛାତ୍ରୀଛାତ୍ରଙ୍କୁ ପାଠ ପଢାଇ ପାରିବେ। ଯେ ପର୍ଯ୍ୟନ୍ତ ହାଇସ୍କୁଲଗୁଡିକରେ ପୋଷ୍ଟ୍‌ ଗ୍ରାଜୁଏଟ୍‌ ଟିଚର(ପିଜିଟି) ଶିକ୍ଷକ ନିଯୁକ୍ତି ନ ସରିଛି ସେ ପର୍ଯ୍ୟନ୍ତ ଅଧ୍ୟାପକ ଓ ଅଧ୍ୟାପିକାମାନେ ଏକାଦଶ ଥିବା ହାଇସ୍କୁଲକୁ ଆସି ଛାତ୍ରୀଛାତ୍ରଙ୍କୁ ଶିକ୍ଷା ଦେବେ। ଶିକ୍ଷକ ନିଯୁକ୍ତି ସରିଲେ ସେହି ଅଧ୍ୟାପକମାନଙ୍କୁ ସ୍ନାତକୋତ୍ତର ମହାବିଦ୍ୟାଳୟକୁ ଫେରାଇ ନିଆଯିବ। ଏହାକୁ ଛାତ୍ରୀଛାତ୍ରମାନେ ସ୍ବାଗତ କରିଥିବା ବେଳେ ଶିକ୍ଷାବିତ୍‌ମାନେ ନାପସନ୍ଦ କରିଛନ୍ତି। ଶିକ୍ଷା ବର୍ଷକୁ ଆଉ ମାତ୍ର ୩ମାସ ବାକି ରହିଛି। ସମସ୍ତ ପ୍ରକ୍ରିୟା ସାରି କିପରି ହାଇସ୍କୁଲରେ ଏକାଦଶ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ପାଠପଢା ଯାଇପାରିବ ବୋଲି ଶିକ୍ଷାବିତଙ୍କ ମହଲରେ ପ୍ରଶ୍ନ ଆସିଛି। ଏନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ କହିଛନ୍ତି ଯେ, ହାଇସ୍କୁଲ ଓ କଲେଜଗୁଡିକୁ ଯାଇ ଭିତ୍ତିଭୂମି ସର୍ଭେ କରିବା ପାଇଁ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି। ରିପୋର୍ଟ ଦେଲେ ଏହା ଉପରେ ଅଧିକ ପଦକ୍ଷେପ ନିଆଯାଇ ପାରିବ। ତେବେ ପ୍ରାଥମିକ ପର୍ଯ୍ୟୟରେ ସଦର ମହକୁମାରେ ଥିବା ଜିଲା ହାଇସ୍କୁଲରେ ଏକାଦଶ ଖୋଲାଯାଇ ପାଠ ପଢାଯିବ ବୋଲି ସେ କହିଛନ୍ତି।

ରାଜ୍ୟ |

ସନ୍ଦେହଘେରରେ ପୋଲିସ ଭୂମିକା

ସନ୍ଦେହଘେରରେ ପୋଲିସ ଭୂମିକା

ଭୁବନେଶ୍ୱର,୨୨ା୧(ବ୍ୟୁରୋ) : ଗଣବଳାତ୍କାର ୧୦୦ ଦିନ ପରେ କୁନ୍ଦୁଲି ପୀଡିତାଙ୍କୁ ନ୍ୟାୟ ମିଳି ପାରିଲା ନାହିଁ। ପୋଲିସର ହେରଫେର ତଦନ୍ତ ରିପୋର୍ଟ ଏବଂ ଲୋକଲଜ୍ଜାକୁ ସହି ନ ପାରି ଶେଷରେ ଆମତ୍ହତ୍ୟା ଭଳି ଏକ କଠିନ ପନ୍ଥାକୁ ଆପଣାଇ ନେଲେ ପୀଡିତା।

 ପୀଡ଼ିତାଙ୍କ ଆତ୍ମହତ୍ୟା: ନ୍ୟାୟ ନ ପାଇ ଜୀବନ ହାରିଲେ

ପୀଡ଼ିତାଙ୍କ ଆତ୍ମହତ୍ୟା: ନ୍ୟାୟ ନ ପାଇ ଜୀବନ ହାରିଲେ

ପଟ୍ଟାଙ୍ଗୀ,୨୨।୧(ଡି.ଏନ.ଏ.): ୨୦୧୭ ଅକ୍ଟୋବର ୧୦ରୁ ୨୦୧୮ ଜାନୁୟାରୀ ୨୨। ୪ମାସରୁ ଉର୍ଦ୍ଧ୍ୱକାଳ ନ୍ୟାୟ ପାଇଁ ଲଢେଇ କରି ନିରାଶ କୁନ୍ଦୁଲି ନାବାଳିକା ଶେଷରେ ଆତ୍ମହତ୍ୟାର ପଥ ବାଛି ନେଲେ।

ଆପଣଙ୍କ ଭଲପାଇବା ମୋତେ ଋଣୀ କରିଛି: ମୁଖ୍ୟମନ୍ତ୍ରୀ

ଆପଣଙ୍କ ଭଲପାଇବା ମୋତେ ଋଣୀ କରିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨।୧(ବ୍ୟୁରୋ)- ପୁନେର ଏମ୍‌ଆଇଟି-ଡବ୍ଲ୍ୟୁପିୟୁ କ୍ୟାମ୍ପସ୍‌ରେ ୮ମ ଭାରତୀୟ ଛାତ୍ର ସଂସଦ ଅବସରରେ ରବିବାର ଦେଶର ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ଫେରିଛନ୍ତି।

ନିର୍ବାଚନ କମିଶନଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ପ୍ରଶ୍ନ: କାହିଁକି ପ୍ରକାଶ ପାଉନାହିଁ ବିଜେପୁର ଉପନିର୍ବାଚନ ବିଜ୍ଞପ୍ତି

ନିର୍ବାଚନ କମିଶନଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ପ୍ରଶ୍ନ: କାହିଁକି ପ୍ରକାଶ ପାଉନାହିଁ ବିଜେପୁର ଉପନିର୍ବାଚନ ବିଜ୍ଞପ୍ତି

ନୂଆଦିଲ୍ଲୀ,୨୨।୧(ସ୍ବ.ପ୍ର.): ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନ ପାଇଁ ଏ ପର୍ଯ୍ୟନ୍ତ କାହିଁକି ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ଏହି ଉପନିର୍ବାଚନକୁ କାହିଁକି ବିଳମ୍ବିତ କରାଯାଉଛି ବୋଲି ସୋମବାର ନିର୍ବାଚନ କମିଶନଙ୍କୁ ପ୍ରଶ୍ନ କରିଛନ୍ତି ଦିଲ୍ଲୀ ହାଇକୋର୍ଟ।

କୋକେଇ ହଲିଲା, ଶୁଣାଗଲା କଥା: ୧୧ ଘଣ୍ଟା ପରେ ଆଖି ବୁଜିଲେ

କୋକେଇ ହଲିଲା, ଶୁଣାଗଲା କଥା: ୧୧ ଘଣ୍ଟା ପରେ ଆଖି ବୁଜିଲେ

କଟକ ଅଫିସ, ୨୨।୧- କୋକେଇ ବନ୍ଧା ସରିଥିଲା। ପରିଜନଙ୍କ ମଧ୍ୟରେ କାନ୍ଦ ବୋବାଳି ପଡ଼ିଯାଇଥିଲା। ହେଲେ ଶ୍ମଶାନ ଅଭିମୁଖେ କୋକେଇ ଉଠିଲା ବେଳକୁ ତାହା ହଲିବା ସହ କଥାସ୍ବର ଶୁଣାଯାଇଥିଲା।

ମହାପ୍ରଭୁଙ୍କ ଚାଚେରି ବେଶ

ମହାପ୍ରଭୁଙ୍କ ଚାଚେରି ବେଶ

ପୁରୀ ଅଫିସ, ୨୨।୧: ପବିତ୍ର ବସନ୍ତ ପଞ୍ଚମୀରେ ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚାଚେରି ବେଶ ଅନୁଷ୍ଠିତ ହୋଇଛି। ହଜାର ହଜାର ଭକ୍ତ ଏହି ବେଶରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ମଇଲମ ହୋଇଥିଲା।

‘ଜଗନ୍ନାଥ ମନ୍ଦିର ସହ ଗୋବର୍ଦ୍ଧନ ପୀଠ ଓତପ୍ରୋତ ଭାବେ ଜଡ଼ିତ’

‘ଜଗନ୍ନାଥ ମନ୍ଦିର ସହ ଗୋବର୍ଦ୍ଧନ ପୀଠ ଓତପ୍ରୋତ ଭାବେ ଜଡ଼ିତ’

ଭୁବନେଶ୍ୱର,୨୨।୧(ବ୍ୟୁରୋ)/ପୁରୀ ଅଫିସ: ପୁରୀ ଗୋବର୍ଦ୍ଧନ ପୀଠାଧୀଶ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ପଟ୍ଟାଭିଷେକର ପଞ୍ଚବିଂଶତି ବର୍ଷ ପୂର୍ତ୍ତି ମହୋତ୍ସବ ସୋମବାର ଉଦ୍‌ଘାଟିତ ହୋଇଯାଇଛି।

ଅନୁକୂଳ ହେଲା ରଥକାଠ

ଅନୁକୂଳ ହେଲା ରଥକାଠ

ପୁରୀ ଅଫିସ, ୨୨।୧: ଆସନ୍ତା ଜୁଲାଇ ୧୪ ତାରିଖରେ ମହାପ୍ରଭୁଙ୍କ ଘୋଷଯାତ୍ରା। ଦାରୁଦିଅଁଙ୍କ ଲାଗି ପ୍ରସ୍ତୁତ ହେବ ତିନିରଥ। ସୋମବାର ପବିତ୍ର ବସନ୍ତ ପଞ୍ଚମୀରେ ରଥକାଠ ଅନୁକୂଳ କରାଯାଇଛି।

‘ରାଜନୈତିକ ଅଭିସନ୍ଧି ରଖି ସମାଲୋଚନା କରିବା ଭାଜପାର ହୀନମନ୍ୟତା’

ଭୁବନେଶ୍ୱର,୨୨।୧(ବ୍ୟୁରୋ): ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ ପ୍ରସଙ୍ଗରେ ଭାଜପାର ସମାଲୋଚନା ଦଳର ହୀନମନ୍ୟତାର ପରିଚୟ ଦେଉଛି। ଏହାକୁ କୌଣସି ଓଡ଼ିଆ ଗ୍ରହଣ କରିବେ ନାହିଁ ବୋଲି ବିଜେଡି ରାଜ୍ୟ ସମ୍ପାଦକ ବିଜୟ କୁମାର ନାୟକ ସୋମବାର ପ୍ରକାଶ କରିଛନ୍ତି।

ସ୍ବର୍ଗଦ୍ବାରରୁ ଫେରି ଶେଷଯାତ୍ରାରେ ସମ୍ପର୍କୀୟ

ସ୍ବର୍ଗଦ୍ବାରରୁ ଫେରି ଶେଷଯାତ୍ରାରେ ସମ୍ପର୍କୀୟ

ସାକ୍ଷୀଗୋପାଳ,୨୨।୧(ଡି.ଏନ୍‌.ଏ): ସତ୍ୟବାଦୀ ଥାନା ଶୁକଳ ଛକ ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ସୋମବାର ସକାଳେ ଏହି ଦୁଃଖଦାୟକ ଘଟଣା ନେଇ ସୂଚନା ପାଇ କଣାସ ଓ ସତ୍ୟବାଦୀରୁ ଶତାଧିକ ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ।

 ‘ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ’କୁ ଭାଜପାର ସମାଲୋଚନା

‘ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ’କୁ ଭାଜପାର ସମାଲୋଚନା

ଭୁବନେଶ୍ୱର,୨୨।୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ ପାଇବା ପରେ ଭାଜପା ପକ୍ଷରୁ ଏହାକୁ ସମାଲୋଚନା କରାଯାଇଛି। ଏ ନେଇ ସୋମବାର ଦଳ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ଦଳର ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି ଯେ, ରାଜ୍ୟବାସୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଉ ଛଳନା ନ କରନ୍ତୁ।

  ଅଧା ରହିଗଲା ଚାକିରି ସ୍ବପ୍ନ: ସନ୍ତରଣ ଅଭ୍ୟାସ ବେଳେ ଯୁବକଙ୍କ ମୃତ୍ୟୁ

ଅଧା ରହିଗଲା ଚାକିରି ସ୍ବପ୍ନ: ସନ୍ତରଣ ଅଭ୍ୟାସ ବେଳେ ଯୁବକଙ୍କ ମୃତ୍ୟୁ

ଭୁବନେଶ୍ୱର, ୨୧।୧(ଡି.ଏନ.ଏ)- ଚାକିରି କରିବାର ସ୍ବପ୍ନ ଥିଲା। ଆଗକୁ ଏକ ସରକାରୀ ଚାକିରି ପାଇଁ ସନ୍ତରଣ ପରୀକ୍ଷା ମଧ୍ୟ ଥିଲା। ଏଥିପାଇଁ ସାଙ୍ଗ ସହ ମିଶି ଜୋରଦାର ପ୍ରସ୍ତୁତି ଚଳାଇଥିଲେ।