ରାଜ୍ୟ |

କର୍ତ୍ତୃପକ୍ଷଙ୍କ ଅବହେଳା, ଡାକ୍ତରଖାନାରେ ଲାଗିଛିି ଅବଧି ନ ଥିବା ଅଗ୍ନି ନିର୍ବାପକ ସିଲିଣ୍ଡର

କର୍ତ୍ତୃପକ୍ଷଙ୍କ ଅବହେଳା, ଡାକ୍ତରଖାନାରେ ଲାଗିଛିି ଅବଧି ନ ଥିବା ଅଗ୍ନି ନିର୍ବାପକ ସିଲିଣ୍ଡର

ଖନ୍ତାପଡା, ୧୭।୧୨(ଡି.ଏନ.ଏ.): ସମ୍‌ ହସ୍‌ପିଟାଲର ଅଗ୍ନିକାଣ୍ଡ ଘଟଣା ପରେ ରାଜ୍ୟର ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ଅଗ୍ନି ନର୍ବାପକ ଯନ୍ତ୍ର ଲଗାଇବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ। ଏଗୁଡିକୁ ଠିକ ଭାବେ ପରିଚାଳନା କରିବା ପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ତାଗିଦ କରାଯାଇଥିଲା। ମାତ୍ର ଏହାସତ୍ତ୍ୱେ ଅନେକ ଚିକିତ୍ସାଳୟରେ ଅଗ୍ନି ନିର୍ବାପକ ସିଲିଣ୍ଡରଗୁଡିକ କାର୍ଯ୍ୟ କରୁନାହିଁ। ଏଗୁଡିକର ଅବଧି ଶେଷ ହୋଇଥିଲେ ମଧ୍ୟ ସମ୍ପୃକ୍ତ କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଉନାହାନ୍ତି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ବାହାନଗା ବ୍ଲକ ଗୋପାଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ । ଚିକିତ୍ସାଳୟରେ ଥିବା ୪ ଅଗ୍ନି ନିର୍ବାପକ ସିଲିଣ୍ଡରର ଅବଧି ଶେଷ ହୋଇଥିଲେ ମଧ୍ୟ ଏହାକୁ ପରିବର୍ତ୍ତନ କରିବା ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ। ପ୍ରକାଶ ଯେ, ବିଦ୍ୟୁତ ସର୍ଟସର୍କିଟ କାରଣରୁ ଗୁରୁବାର ପ୍ରସବ କେନ୍ଦ୍ରରେ ନିଆଁ ଲାଗିଥିଲା। ଏହାକୁ ବାଲି ଓ ପାଣି ଢ଼ାଳି ଆୟତ୍ତ କରାଯାଇଥିଲା। ଏବେବି ଡାକ୍ତରଖାନାର ପ୍ରସବ କେନ୍ଦ୍ର, ଆଉଟ୍‌ ଡୋର, ଅପରେଶନ୍‌ ଥିଏଟର ଓ ମେଡିସିନ ଷ୍ଟୋର ଆଦି ସ୍ଥାନରେ ଅବଧି ଶେଷ ହୋଇଥିବା ସିଲିଣ୍ଡର ଲାଗିଛି। ଏନେଇ ଚିକିତ୍ସାଳୟ କର୍ତ୍ତୃପକ୍ଷ ଯତ୍ନବାନ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଘଟଣା ସମ୍ପର୍କରେ ମେଡିକାଲ ଅଫିସର ଡ. ମଧୁସ୍ମିତା ବେହେରା କହିଛନ୍ତି , ସର୍ଟ ସର୍କିଟ କାରଣରୁ ଏଭଳି ଅଗ୍ନିକାଣ୍ଡ ହୋଇଛି। ସିଲିଣ୍ଡରରେ ଗ୍ୟାସ ସରିଯାଇଛି। ଏନେଇ ଖୁବଶୀଘ୍ର ପଦକ୍ଷେପ ନିଆଯିବ।

All Right Reserved By

Model This Week

Model This Week

ରାଜ୍ୟ |

ନାବାଳିକା ବଳାତ୍କାର ପୋଲିସ ବିଭାଗର ଚିନ୍ତା ବଢ଼ଇଛି

ନାବାଳିକା ବଳାତ୍କାର ପୋଲିସ ବିଭାଗର ଚିନ୍ତା ବଢ଼ଇଛି

କଟକ ଅଫିସ,୨୫।୪: ରାଜ୍ୟରେ ବୃଦ୍ଧି ପାଉଥିବା ନାବାଳିକା ତଥା ଶିଶୁକନ୍ୟା ବଳାତ୍କାର ଘଟଣା ଓଡ଼ିଶା ପୋଲିସର ନିଦ ହଜାଇ ଦେଇଛି। ଏହି ଘଟଣାକୁ ନେଇ ରାଜ୍ୟରେ ତୁମ୍ଭିତୋଫାନ ଚାଲିଥିବାବେଳେ ପୋଲିସ ଭାବମୂର୍ତ୍ତି ବଜାୟ ରଖିବାକୁ ଉଦ୍ୟମ ଆରମ୍ଭ କରିଛି।

ମ୍ୟାଲେରିଆ ନିରାକରଣ ପାଇଁ ଆମେ ପ୍ରସ୍ତୁତ: ସ୍ବାସ୍ଥ୍ୟ ମନ୍ତ୍ରୀ

ମ୍ୟାଲେରିଆ ନିରାକରଣ ପାଇଁ ଆମେ ପ୍ରସ୍ତୁତ: ସ୍ବାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର,୨୫।୪(ବ୍ୟୁରୋ): ମ୍ୟାଲେରିଆର ସମ୍ପୂର୍ଣ୍ଣ ନିରାକରଣ ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ବୁଧବାର ପ୍ରକାଶ କରିଛନ୍ତି।

ଚେନ ଲୁଟେରା ଗ୍ୟାଙ୍ଗ ଠାବ, ୨ ଗିରଫ, ୪ଟି ସୁନାଚେନ ଓ ମୋଟରସାଇକେଲ ଜବତ

ଚେନ ଲୁଟେରା ଗ୍ୟାଙ୍ଗ ଠାବ, ୨ ଗିରଫ, ୪ଟି ସୁନାଚେନ ଓ ମୋଟରସାଇକେଲ ଜବତ

କଟକ ଅଫିସ,୨୫।୪: ଜାତୀୟ ରାଜପଥ ଉପରୁ ମହିଳାଙ୍କ ବେକରୁ ଚେନ ଲୁଟ କରୁଥିବା ଏକ ଲୁଟେରା ଗ୍ୟାଙ୍ଗକୁ ଚାଉଳିଆଗଞ୍ଜ ଥାନା ପୋଲିସ ବୁଧବାର ଠାବ କରିଛି।

ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ପୁଞ୍ଜିଲାଲଙ୍କୁ ୧୦ ଦିନିଆ ରିମାଣ୍ଡରେ ଅଣାଯିବ: ଡିଜିପି

ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ପୁଞ୍ଜିଲାଲଙ୍କୁ ୧୦ ଦିନିଆ ରିମାଣ୍ଡରେ ଅଣାଯିବ: ଡିଜିପି

କଟକ ଅଫିସ,୨୫।୪: ବଲାଙ୍ଗୀର ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମାଷ୍ଟରମାଇଣ୍ଡ ଅଧ୍ୟାପକ ପୁଞ୍ଜିଲାଲ ମେହେର ବୋଲି ଜଣାପଡିଛି। ଘଟଣାର ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ କ୍ରାଇମବ୍ରାଞ୍ଚ ଏସ୍‌ଆଇଟିର ହସ୍ତଗତ ହୋଇଛି। ପୁଞ୍ଜିଲାଲ ବୋମା ତିଆରି କରି ରାୟପୁରରୁ ପାର୍ସଲ କରିଥିବା ତଦନ୍ତ ବେଳେ ଜଣାପଡିଥିବା ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ଏଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।

କଂଗ୍ରେସର କର୍ମୀ ସମ୍ମିଳନୀ: ୫୦ରୁ ଊର୍ଦ୍ଧ୍ୱ ବିଜେଡ଼ି ଛାଡ଼ିଲେ

କଂଗ୍ରେସର କର୍ମୀ ସମ୍ମିଳନୀ: ୫୦ରୁ ଊର୍ଦ୍ଧ୍ୱ ବିଜେଡ଼ି ଛାଡ଼ିଲେ

ସେମିଳିଗୁଡ଼ା,୨୫।୪(ସ୍ବ.ପ୍ର)- କୋରାପୁଟ ଜିଲା ସେମିଳିଗୁଡ଼ାରେ ବୁଧବାର କଂଗ୍ରେସର ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କଂଗ୍ରେସ କର୍ମୀମାନେ ଦାମନଯୋଡ଼ି ଛକ ନିକଟରୁ ଏକ ମୋଟରସାଇକେଲ ରାଲି ଯୋଗେ ବାହାରି ସେମିଳିଗୁଡ଼ା ସହର ପରିକ୍ରମା କରିଥିଲେ।

ବରିଷ୍ଠ ନାଗରିକ ସେଲ୍‌ର ୪ର୍ଥ ବୈଠକ: ଶ୍ରୀମନ୍ଦିରରେ ସ୍ବତନ୍ତ୍ର ବ୍ୟବସ୍ଥା ଦାବି

ବରିଷ୍ଠ ନାଗରିକ ସେଲ୍‌ର ୪ର୍ଥ ବୈଠକ: ଶ୍ରୀମନ୍ଦିରରେ ସ୍ବତନ୍ତ୍ର ବ୍ୟବସ୍ଥା ଦାବି

ପୁରୀ ଅଫିସ,୨୫।୪: ପୁରୀ ଜିଲା ପୋଲିସ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ସେଲ୍‌ର ୪ର୍ଥ ବୈଠକ ବୁଧବାର ରିଜର୍ଭ ପୋଲିସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପୁରୀ ଏସ୍‌ପି ସାର୍ଥକ ଷଡଙ୍ଗୀ ଅଧ୍ୟକ୍ଷତା କରିଥିଲେ।

 ପିଡିଏସ ଚାଉଳ, କିରୋସିନ ପାଇବାରୁ ବଞ୍ଚିତ ୧୦ ଗ୍ରାମବାସୀ,  ଜିଲାପାଳଙ୍କ ଦ୍ୱାରସ୍ଥ

ପିଡିଏସ ଚାଉଳ, କିରୋସିନ ପାଇବାରୁ ବଞ୍ଚିତ ୧୦ ଗ୍ରାମବାସୀ, ଜିଲାପାଳଙ୍କ ଦ୍ୱାରସ୍ଥ

କୋରାପୁଟ,୨୫ । ୪(ସ୍ବ.ପ୍ର)- ଦୁଇ ମାସ ହେଲା ପିଡିଏସ ଚାଉଳ ଓ କିରୋସିନ ପାଇବାରୁ ବଞ୍ଚିତ ହୋଇଛନ୍ତି ଦଶମନ୍ତପୁର ବ୍ଲକର ୧୦ ଟି ଗ୍ରାମବାସୀ । ସେମାନେ ବୁଧବାର ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ

ହିଞ୍ଜିଳିକାଟୁ,୨୫।୪(ଡି.ଏନ୍‌.ଏ.): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହିଞ୍ଜିଳିକାଟୁ ବ୍ଲକ କଲୋନୀସ୍ଥିତ ଯୁଧିଷ୍ଠିର ଦଳାଇଙ୍କ ବାସଭବନରେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ବୁଧବାର ଭୋର ୫ଟାରେ ଚଢ଼ାଉ କରାଯାଇଛି। ସେ ଧରାକୋଟ ବିଇଓ(ଗୋଷ୍ଠୀ ଶିକ୍ଷାଧିକାରୀ) ଭାବେ କାର୍ଯ୍ୟରତ ଅଛନ୍ତି।

ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଙ୍କୁ ଅସଦାଚରଣ ଘଟଣା: ଜେଲ ଗଲେ ଅଭିଯୁକ୍ତ ପ୍ରଧାନ ଶିକ୍ଷକ, ନିଲମ୍ବିତ ବି ହେଲେ

ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଙ୍କୁ ଅସଦାଚରଣ ଘଟଣା: ଜେଲ ଗଲେ ଅଭିଯୁକ୍ତ ପ୍ରଧାନ ଶିକ୍ଷକ, ନିଲମ୍ବିତ ବି ହେଲେ

କାକଟପୁର,୨୫।୪(ଡି.ଏନ୍‌.ଏ.): ନିଜ ବିଦ୍ୟାଳୟର ୩ ଜଣ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଥିବା ପ୍ରଧାନଶିକ୍ଷକ ମାନସ ମିଶ୍ର ବୁଧବାର ଜେଲ ଯାଇଛନ୍ତି। ଏଥିସହ ମିଶ୍ରଙ୍କୁ ପୁରୀ ଜିଲା ଶିକ୍ଷାମଣ୍ଡଳାଧୀଶ ସଲୀଳା ସେଠୀ ଚାକିରିରୁ ନିଲମ୍ବିତ କରିଛନ୍ତି।

ସୁରକ୍ଷା ନ ପାଇଲେ ଯାତ୍ରାକୁ ଫେରିବି ନାହିଁ: ଉଷସୀ

ସୁରକ୍ଷା ନ ପାଇଲେ ଯାତ୍ରାକୁ ଫେରିବି ନାହିଁ: ଉଷସୀ

ଭୁବନେଶ୍ୱର,୨୫।୪(ବ୍ୟୁରୋ): ଆକ୍ରମଣ ଘଟଣାକୁ ୩ ଦିନ ବିତିଯାଇଛି। ହେଲେ ପୋଲିସ କେବଳ ଅଭିଯୁକ୍ତଙ୍କ ଡ୍ରାଇଭରଙ୍କୁ ଗିରଫ କରିବାରେ ସଫଳ ହୋଇଛି। ତେଣୁ ପୋଲିସ ପ୍ରଶାସନ ଉପରୁ ଭରସା ଉଠିଗଲାଣି। ତେବେ ଉପଯୁକ୍ତ ସୁରକ୍ଷା ନ ପାଇଲେ ଯାତ୍ରାକୁ ଫେରିବି ନାହିଁ ବୋଲି ସ୍ଥାନୀୟ ଏକ ହୋଟେଲରେ ବୁଧବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଅଭିନେତ୍ରୀ ଉଷସୀ ମିଶ୍ର କହିଛନ୍ତି।

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୩ ପ୍ରକଳ୍ପ ପାଇଁ ୩୫ ଲକ୍ଷ ଅନୁଦାନ

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୩ ପ୍ରକଳ୍ପ ପାଇଁ ୩୫ ଲକ୍ଷ ଅନୁଦାନ

ଜଗତ୍‌ସିଂହପୁର ଅଫିସ,୨୫।୪: ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକ ଅନ୍ତର୍ଗତ ଗୋଡ଼ା ପଞ୍ଚାୟତ ବୁଧବାର ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ସାମିଲ ହୋଇଛି। ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ପଡ଼ିଆରେ ଭିଡିଓ କନ୍‌ଫରେନ୍ସିଂ ଜରିୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉକ୍ତ ପଞ୍ଚାୟତବାସୀଙ୍କ ସମସ୍ୟା ବୁଝିଥିଲେ।

କାର୍‌ ଦୁର୍ଘଟଣା: ସ୍ବାମୀ-ସ୍ତ୍ରୀ ମୃତ, ପୁଅ ଗୁରୁତର

କାର୍‌ ଦୁର୍ଘଟଣା: ସ୍ବାମୀ-ସ୍ତ୍ରୀ ମୃତ, ପୁଅ ଗୁରୁତର

ଠାକୁରମୁଣ୍ଡା,୨୫।୪(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତାର ଠାକୁରମୁଣ୍ଡାଠାରୁ ୨୧ କି.ମି. ଦୂର ସାତକୋଶିଆ ନିକଟରେ ବୁଧବାର ପୂର୍ବାହ୍ନ ସାଢ଼େ ୧୦ଟାରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଗୋଟିଏ ପରିବାରର ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।