Dharitri News
ରାୟଗଡା

ଜାତି ପ୍ରମାଣପତ୍ର ନଥିବାରୁ ସ୍କୁଲରୁ ବିଦା ହେଉଛନ୍ତି ଆଦିବାସୀ ପିଲା

ଜାତି ପ୍ରମାଣପତ୍ର ନଥିବାରୁ ସ୍କୁଲରୁ ବିଦା ହେଉଛନ୍ତି ଆଦିବାସୀ ପିଲା ବାଲିମେଳା,୧୬।୧୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକର ବିଭିନ୍ନ ଗ୍ରାମରେ ୧ ହଜାରରୁ ଅଧିକ ଶିଶୁ ଜାତିଗତ ପ୍ରମାଣପତ୍ର ନଥିବାରୁ ପାଠପଢ଼ାରୁ ବଞ୍ଚତ୍ତ ହେଉଛନ୍ତି ବୋଲି କହିଛନ୍ତି ପୂର୍ବତନ ଏମ୍‌ପି ପ୍ରଦୀପ ମାଝି। ସୂଚନାଯୋଗ୍ୟ ଯେ ୫ ଦିନ ତଳେ ଚିତ୍ରକୋଣ୍ଡାରେ ଭୂ ଆନ୍ଦୋଳନ ପରେ ଚିତ୍ରକୋଣ୍ଡା ସମ୍ପୂର୍ଣ୍ଣ ବନ୍ଦ ଘୋଷଣା କରିଥିଲା କଂଗ୍ରେସ। ଏହି ଅବସରରେ ବିଭିନ୍ନ ଦାବି ମଧ୍ୟ ରଖିଥିଲା ଦଳ। ଏଥିରେ ପ୍ରମୁଖ ଦାବି ଥିଲା ଜାତିଗତ ପ୍ରମାଣପତ୍ର। ଆଦିବାସୀଙ୍କ କହିବା ଅନୁସାରେ ଜଙ୍ଗଲ ଜମି ଚାଷ କରି ଗୁଜୁରାଣ ମେଣ୍ଟାଉଥିବା ବେଳେ କଷ୍ଟକର ହୋଇପଡୁଛି ପରିବାରର ଭରଣପୋଷଣ। ଏହା ମଧ୍ୟରେ ବିଦ୍ୟାଳୟରେ ପିଲାମାନଙ୍କୁ ପଢ଼ିବା ପାଇଁ ସ୍ଥାନ ମିଳୁନାହିଁ। ଯାହାର ମୁଖ୍ୟ କାରଣ ଜାତିଗତ ପ୍ରମାଣପତ୍ର। ଗତ ମଙ୍ଗଳବାର ପୂର୍ବତନ ଏମ୍‌ପି ଟନେଲକ୍ୟାମ୍ପ ଗ୍ରାମପଞ୍ଚାୟତର ବଗିରିୟାଗୁଡ଼ାର ୫ ଜଣ ଶିଶୁଙ୍କୁ ସନ୍ଧ୍ୟା ୭ଟା ବେଳେ ବାଲିମେଳା ଉଚ୍ଚବିଦ୍ୟାଳୟକୁ ଆଣିଥିଲେ। ସେମାନେ ହେଲେ ଈଶ୍ୱର ମୁଦୁଲି, ବିକ୍ରମ ମୁଦୁଲି, ବୈଦେଇ ଜାନି, ବୁଦୁରାମ ମୁଦୁଲି ଓ ବିକ୍ରମ ମୁଦୁଲି। ୩ ଜଣ ପୁଅକୁ ସରକାରୀ ଉଚ୍ଚବିଦ୍ୟାଳୟରେ ଭର୍ତ୍ତି କରିବା ପାଇଁ କହିଥିବା ବେଳେ ଝିଅ ୨ ଜଣ ନବମ ଶ୍ରେଣୀ ହୋଇଥିବାରୁ ଏ ବର୍ଷ ତାଙ୍କୁ ଆଉ ବିଦ୍ୟାଳୟରେ ଭର୍ତ୍ତି କରାଯାଇପାରିବ ନାହିଁ। ତେଣୁ ସେମାନଙ୍କୁ ଆସନ୍ତା ବର୍ଷ ବାଲିମେଳା ବାଳିକା ଉଚ୍ଚବିଦ୍ୟାଳୟରେ ଭର୍ତ୍ତି କରାହେବ ବୋଲି କହିଛନ୍ତି ଜିଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ। ଏମାନଙ୍କ ସହିତ ଥିଲେ ଯୁବ କଂଗ୍ରେସର ଚିତ୍ତ ପଟ୍ଟନାୟକ, ଶିଶିର ମାଦଲା, ରାମ ପଟ୍ଟନାୟକ, ଅଖିଳ ଭତ୍ରା, ସତ୍ୟଜିତ ପଣ୍ଡା।

ରାୟଗଡା

କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା

କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା

ପଟାଙ୍ଗୀ,୨୨।୧(ଡି.ଏନ.ଏ.)- ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣବଳାତ୍କାର ଘଟଣାର ପୀଡ଼ିତା ସୋମବାର ଆତ୍ମହତ୍ୟା କରିଛନ୍ତି। ସେ ନିଜ ଘରେ ଆତ୍ମହତ୍ୟା ଉଦ୍ୟମ କରିଥିବାବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି କୁନ୍ଦୁଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ବୋଟ୍‌ ଚାଳକଙ୍କ ଦିନିକିଆ ଧର୍ମଘଟ

ବୋଟ୍‌ ଚାଳକଙ୍କ ଦିନିକିଆ ଧର୍ମଘଟ

ମାଲକାନଗିରି,୨୨।୧(ଡି.ଏନ୍‌.ଏ): ମାଲକାନଗିରି ଜିଲା ଚିତ୍ରକୋଣ୍ଡାରେ ବୋଟ୍‌ ଚାଳକମାନେ ସୋମବାର ଦିନିକିଆ ଧର୍ମଘଟ କରିଛନ୍ତି। ଫଳରେ ବିଛିନ୍ନାଞ୍ଚଳର ସମସ୍ତ ଅଞ୍ଚଳକୁ ବୋଟ୍‌ ସେବା ବାଧାପ୍ରାପ୍ତ ହୋଇଛି।

ଟ୍ରେନ ଧକ୍କାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

ଗୁଣପୁର,୨୧।୧(ଡି.ଏନ.ଏ)- ଦାଦନ ଖଟିବାକୁ ଯାଇଥିବା ରାୟଗଡା ଜିଲା ଗୁଣପୁର ବ୍ଲକ ପୁଟାସିଂ ପଞ୍ଚାୟତ ପୁଟା ଗ୍ରାମର ଜଣେ ଯୁବକଙ୍କ ବିଶାଖାପାଟଣା ଷ୍ଟେଶନଠାରେ ଟ୍ରେନ ଧକ୍କାରେ ମୃତ୍ୟୁ ହୋଇଛି ।

ଜିଲାପାଳଙ୍କ ଅଚାନକ ଡାକ୍ତରଖାନା ପରିଦର୍ଶନ

ଜିଲାପାଳଙ୍କ ଅଚାନକ ଡାକ୍ତରଖାନା ପରିଦର୍ଶନ

ନବରଙ୍ଗପୁର,୨୧।୧ (ବି.ପ୍ର.)- ବିଷାକ୍ତ ଖାଦ୍ୟ ଖାଇ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ମେଦନା ପଞ୍ଚାୟତ ଅଧିନ ମାଳିଗୁଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ଆଶ୍ରମ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ଛାତ୍ର ଗୁରୁବନ୍ଧୁ ଭତ୍ରାଙ୍କ ମୃତ୍ୟ ସହ ୧୪ ଛାତ୍ରୀଛାତ୍ର ଗୁରୁତର ହୋଇଥିଲେ ।

ବାଇକ-ସ୍କୁଟି ମୁହାଁମୁହିଁ ଧକ୍କା, ଜଣେ ମୃତ

ବାଇକ-ସ୍କୁଟି ମୁହାଁମୁହିଁ ଧକ୍କା, ଜଣେ ମୃତ

ନବରଙ୍ଗପୁର,୨୧।୧ (ଡି.ଏନ.ଏ.)- ନବରଙ୍ଗପୁର ଜିଲା ମାଝିଗୁଡା ଛକ ପେଟ୍ରୋଲ ପମ୍ପ ନିକଟରେ ମୋଟର ସାଇକଲ ଓ ସ୍କୁଟି ମୁହାମୁହିଁ ଧକ୍କା ହୋଇ ବାଇକ ଚାଳକର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି ।

୮ ଏକର ଜମିରେ ଗଞ୍ଜେଇ ଚାଷ ପୋଡ଼ାଗଲା

୮ ଏକର ଜମିରେ ଗଞ୍ଜେଇ ଚାଷ ପୋଡ଼ାଗଲା

ମାଲକାନଗିରି,୨୧।୧(ଡି.ଏନ୍‌.ଏ.) -ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଆର.ଏସ୍‌.ଇ-୪, ବଡ଼ପୁଟ ଓ ଡାଇକ-୨ ଗ୍ରାମରେ ଚାଷ କରାଯାଇଥିବା ପ୍ରାୟ ୧୮ ହଜାର ଗଞ୍ଜେଇ ଗଛ ରବିବାର ନଷ୍ଟ କରାଯାଇଛି।

ଝିଅକୁ ଦେଖିବାକୁ ଯାଇ ଆଉ ଫେରିଲେନି

ଝିଅକୁ ଦେଖିବାକୁ ଯାଇ ଆଉ ଫେରିଲେନି

ରାୟଗଡ଼ା ଅଫିସ୍‌ ,୨୧।୧-ଏ ବେବି ମନେପଡ଼ିଲେ ସେ ଦିନର କଥା ଲୁହ ସମ୍ଭାଳି ପାରେନି। ଆଖିରୁ ପାଣି ଗଡ଼ିଆସେ। ଏଭଳି କୋହ ଭରା କଣ୍ଠରେ କହିଛନ୍ତି ବର୍ଷେ ତଳେ ହୀରାଖଣ୍ଡ ଟ୍ରେନ ଦୁର୍ଘଟଣାରେ ନିଜ ସ୍ବାମୀଙ୍କୁ ହରାଇଥିବା ରାୟଗଡ଼ାରେ ରହୁଥିବା ସୁକାନ୍ତୀ ମହାପାତ୍ର। ସନ୍ଧ୍ୟା ବେଳେ ଘରେ ପୂଜା ହୋଇଥିଲା।

ହୀରାଖଣ୍ଡ ଟ୍ରେନ ଦୁର୍ଘଟଣା ଘଟଣା, ବର୍ଷେ ପରେ ବି କାରଣ ଅସ୍ପଷ୍ଟ

ହୀରାଖଣ୍ଡ ଟ୍ରେନ ଦୁର୍ଘଟଣା ଘଟଣା, ବର୍ଷେ ପରେ ବି କାରଣ ଅସ୍ପଷ୍ଟ

ରାୟଗଡ଼ା ଅଫିସ୍‌,୨୧।୧- ଗୋଟିଏ ବର୍ଷ ବିତିଗଲା। କିନ୍ତୁ ଆଜିବି ମନେପଡ଼େ ସେଇ କାଳ ରାତିର କଥା। ୨୦୧୭ ଜାନୁୟାରୀ ୨୧ ତାରିଖ ରାତି ୧୧ଟା ସମୟରେ କୁନେର ଷ୍ଟେସନଠାରେ ଘଟିଥିବା ରେଳ ଦୁର୍ଘଟଣା ଆଜି ବି ମନେପଡ଼େ।

ଜଳିଗଲା ୪ଟି ଧାନ ଗଦା

ଜଳିଗଲା ୪ଟି ଧାନ ଗଦା

ଡାବୁଗାଁ,୨୧।୧(ଡ.ଏନ.ଏ.)- ଡାବୁଗାଁ ବ୍ଲକ ଜୁନାପାଣି ପଞ୍ଚାୟତ ଅଧୀନ ରାବଣାଗୁଡା ଗ୍ରାମରେ ରବିବାର ଅପରାହ୍ନ ୨ଟା ସମୟରେ ନିଆଁ ଲାଗି ୪ ଟି ଧାନ ଗଦା ପୋଡିଯାଇଛି । ସୂଚନାଯୋଗ୍ୟ, ରାବନାଗୁଡା ଗ୍ରାମର ପର୍ଶୁ ଭତ୍ରା,ଧବଳୁ ଭତ୍ରା,ମନୁରାମ ଭତ୍ରା ଓ ଧନସିଂ ଭତ୍ରାଙ୍କ ଖଳାରେ ଥିବା ଧାନ ଗଦାରେ ହଠାତ ନିଆଁ ଲାଗିଯାଇଥିଲା ।

ଜାନୁଆରୀ ୨୬କୁ କଳା ଦିବସ ପାଳନ ପାଇଁ ମାଓବାଦୀଙ୍କ ଆହ୍ବାନ

ଜାନୁଆରୀ ୨୬କୁ କଳା ଦିବସ ପାଳନ ପାଇଁ ମାଓବାଦୀଙ୍କ ଆହ୍ବାନ

ଜୟପୁର ୨୧। ୧ (ନି.ପ୍ର.)- ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ସୁଙ୍କ, ନାରାୟଣପାଟଣା ଠାରେ ମାଓବାଦୀମାନେ ପୋଷ୍ଟର ମାଧ୍ୟମରେ ୨୬ ଜାନୁଆରୀ ସାଧାରଣତନ୍ତ୍ର ଦିବସକୁ କଳା ଦିବସଭାବେ ପାଳନ କରିବାକୁ ଆହ୍ବାନ ଦେଇଛନ୍ତି।

ନୂତନ ରୂପରେ ସଜ୍ଜିତ ହେବ ପ୍ରେମ ପାହାଡ଼

ନୂତନ ରୂପରେ ସଜ୍ଜିତ ହେବ ପ୍ରେମ ପାହାଡ଼

ରାୟଗଡା ଅଫିସ୍‌, ୨୧।୧- ରାୟଗଡା ଜିଲାର ବିଭିନ୍ନ ଅଞ୍ଚଳ ଏବଂ ରାୟଗଡା ସହରର ଉପକଣ୍ଠରେ ଅନେକ ପର୍ଯ୍ୟଟନସ୍ଥଳ ରହିଛି ା ଉକ୍ତ ପର୍ଯ୍ୟଟନସ୍ଥଳିଗୁଡିକ ମଧ୍ୟରୁ ରାୟଗଡା ସହରର ଉପକଣ୍ଠରେ ରହିଛି ପ୍ରେମପାହାଡ।

ମହେନ୍ଦ୍ରତନୟା ପାଣି ନେବାକୁ ଆନ୍ଧ୍ରର ଚକ୍ରାନ୍ତ

ମହେନ୍ଦ୍ରତନୟା ପାଣି ନେବାକୁ ଆନ୍ଧ୍ରର ଚକ୍ରାନ୍ତ

ପାରଳାଖେମୁଣ୍ଡି, ୨୧।୧(ସ୍ବ.ପ୍ର.)-ପୂର୍ବରୁ ବିଭିନ୍ନ ସମୟରେ ଓଡ଼ିଶାର ବାଲି, ନଦୀ, ଜଙ୍ଗଲ ଓ ଖଣିଜ ସମ୍ପଦ ଉପରେ ଲୋଲୁପ ଦୃଷ୍ଟି ରଖିଆସିଥିବା ଆନ୍ଧ୍ର ସରକାର ଏବେ ପୁଣି ମହେନ୍ଦ୍ରତନୟା ଉପରେ ଆଖି ପକାଇଛନ୍ତି।