Dharitri News
ରାୟଗଡା

ହକ୍‌ ପାଇଁ ଜନଆନ୍ଦୋଳନ

ହକ୍‌ ପାଇଁ ଜନଆନ୍ଦୋଳନ ନବରଙ୍ଗପୁର,୧୬।୧୨(ବି.ପ୍ର.)-ନବରଙ୍ଗପୁର ଏକ ପଛୁଆ ଜିଲାା ଏଠାରେ ୮୫ ପ୍ରତିଶତ ଲୋକ କୃଷି ଉପରେ ନିର୍ଭରଶୀଳ । ଶିକ୍ଷା, ସ୍ବାସ୍ଥ୍ୟ କ୍ଷେତ୍ରରେ ଜିଲା ଅବହେଳିତା ଲୋକେ କାମଧନ୍ଦା ନପାଇଁ ବାହାର ରାଜ୍ୟକୁ ଖଟିବାକୁ ଯାଉଛନ୍ତି । ବୈଷୟିକ ଶିକ୍ଷାନୁଷ୍ଠାନ ନାହିଁ । ଶିଳ୍ପ ବିହୀନ ଜିଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାରଙ୍କ ଆନ୍ତରିକତା ନାହିଁ ବୋଲି କେବିକେ ବିକାଶ ପରିଷଦର କେନ୍ଦ୍ରୀୟ ଆବାହକ ଅର୍ଜୁନ ଦାସ ସ୍ଥାନୀୟ ଅମଲାଭବନ ଠାରେ ଆହୁତ ଖବରଦାତା ସମ୍ମିଳନୀରେ କହିଛନ୍ତି ।ମକା ଚାଷ ଏସିଆର ଦ୍ୱିତୀୟ ସ୍ଥାନରେ ରହିଛି । ମକା ମଣ୍ଡି ଖୋଲାଯିବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇ କୁଇଣ୍ଟାଲ ପିଛା ୧୪୨୫ ଟଙ୍କା ଦର ନିର୍ଦ୍ଧାରଣ ହୋଇ ସାରିଛନ୍ତି। ମକା କିଣାଯାଉ ନାହିଁ । ଚାଷୀ ଋଣ ଭାରରେ ପଡି ଆମତ୍ହତ୍ୟା କଲା ପରେ ସରକାର ସଜାଗ ହେବେ କି ବୋଲି ପ୍ରଶ୍ନ କରିଛନ୍ତି। କେନ୍ଦ୍ର ସରକାର ନ୍ୟୁଇଣ୍ଡିଆ ଯୋଜନାରେ ନବରଙ୍ଗପୁର ସୋନପୁର ଓ ନୂଆପଡା ଜିଲାକୁ ସାମିଲ କରି ନାହାନ୍ତି। ଜାନୁୟାରୀ ମାସରେ ଏକ ପ୍ରତିନିଧି ଦଳ ନିତି ଆୟୋଗ ନିକଟରେ ଯାଇ ଅଭିଯୋଗ ଦର୍ଶାଇବ । ୨ୟ ତାଲିକାରେ ଉପରୋକ୍ତ ୩ଟି ଜିଲାକୁ ସାମିଲ କରାନଯାଏ ତେବେ ଜନ ଆନ୍ଦୋଳନ କରାଯିବ । ଏନେଇ ବିଭିନ୍ନ ସଙ୍ଗଠନ ସହ ୨୦ଟି ଅନୁଷ୍ଠାନ ସାମିଲ ହେବେ ବୋଲି ସହମିତି ପ୍ରକାଶ ପାଇଛି ବୋଲି ଆବାହକ ଦାସ କହିଛନ୍ତି। ଜନଜାତି ସୁରକ୍ଷା ମଞ୍ଚ ସଭାପତି ରତନ ମାଝୀ ଶିକ୍ଷା କ୍ଷେତ୍ରରେ ଏବେ ନବରଙ୍ଗପୁର ଜିଲା ବହୁ ପଛରେ ପଡି ଯାଇଛି । ଜିଲା ଭିତ୍ତିକ ନିଯୁକ୍ତି ପ୍ରକ୍ରିୟା ବନ୍ଦ କରି ସରକାର ଆଦିବାସୀ ଅଧ୍ୟୁଷିତ ଜିଲାମାନଙ୍କ ସହ ଖେଳ ଖେଳୁଛନ୍ତି ବୋଲି କହିଥିଲେ । ରାଷ୍ଟ୍ରିୟ ମୂଳନିବାସୀ ସଂଘ ସଭାପତି ନରହରି ନାୟକ, କେବିକେ ବିକାଶ ପରିଷଦର ଜିଲାସଭାପତି ତଥା ସରପଂଚ ମହାସଂଘର ସଭାପତି ସନରାଜ ଗଣ୍ଡ, ଜନଜାତି ସୁରକ୍ଷା ମଞ୍ଚର ଉପଦେଷ୍ଠା ଦିବାକର ପୂଜାରୀ, ଦାମୋଦର ପୂଜାରୀ ଉପସ୍ଥିତ ଥିଲେ।

ରାୟଗଡା

ଆନ୍ଧ୍ର ବ୍ୟାଙ୍କ କ୍ୟାସିୟରଙ୍କ ଘରୁ ଚୋରୀ

ଆନ୍ଧ୍ର ବ୍ୟାଙ୍କ କ୍ୟାସିୟରଙ୍କ ଘରୁ ଚୋରୀ

ସେମିଳିଗୁଡ଼ା,୨୪।୧(ସ୍ବ.ପ୍ର.)- କୋରାପୁଟ ଜିଲା ଗାନ୍ଧୀ ନଗରଠାରେ ରୁହୁଥିବା ଆନ୍ଧ୍ର ବ୍ୟାଙ୍କ କ୍ୟାସିୟର ମାମତି ଅମରନାଥ ଘରେ ନଥିବା ଦେଖି ସାମ୍ନାପଟରୁ ତାଲା ଭାଙ୍ଗି ଘରେ ପଶି ନଗଦ ୧୦ହଜାର ଟଙ୍କା ସହ ୪୦ହଜାର ଟଙ୍କା ରୂପା ଚୋରୀ କରିନେଇଛନ୍ତି ଦୁବୃର୍ତ୍ତ।

କୁନ୍ଦୁଲି ପୀଡ଼ିତାଙ୍କ ମୃତ୍ୟୁକୁ ନେଇ ବନ୍ଦ ପାଳନ

କୁନ୍ଦୁଲି ପୀଡ଼ିତାଙ୍କ ମୃତ୍ୟୁକୁ ନେଇ ବନ୍ଦ ପାଳନ

ପଟାଙ୍ଗୀ,୨୪।୧(ଡି.ଏନ.ଏ.)- କୁନ୍ଦୁଲି ଗଣବଳାତ୍କାର ପୀଡ଼ିତାଙ୍କ ମୃତ୍ୟୁକୁ ନେଇ ସାରା ରାଜ୍ୟରେ ଭାଜପା ଓ କଂଗ୍ରେସ ଦଳ ତରଫରୁ ବନ୍ଦ ପାଳନର ଡ଼ାକରା ଦିଆଯାଇଥିବାବେଳେ ଏହାର ପ୍ରଭାବ ପଟାଙ୍ଗୀଠାରେ ମଧ୍ୟ ପଡ଼ିଛି ।

ବିଲୁପ୍ତ ଅବସ୍ଥାରେ ‘କମାରଶାଳ’

ବିଲୁପ୍ତ ଅବସ୍ଥାରେ ‘କମାରଶାଳ’

ରାୟଗଡା ଅଫିସ, ୨୪।୧- ଆଧୁନିକତା ସହ ତାଳଦେଇ ତିଷ୍ଠି ପାରୁନି କୌଳିକ ବୃତ୍ତି । ଏକଦା ଜୀବନ ଧାରଣର ମାନଦଣ୍ଡ ଭାବେ ପରିଗଣିତ ହେଉଥିବା ପାରିବାରିକ ଜୀବିକା ଏବେ ସତ୍ତା ହରାଇବାକୁ ବସିଛି।

ରାସ୍ତା ନିର୍ମାଣରେ ଅନିୟମିତତା

ରାସ୍ତା ନିର୍ମାଣରେ ଅନିୟମିତତା

ରାୟଗଡ (ଗଜପତି), ୨୪। ୧(ଡି.ଏନ.ଏ)-ଗଜପତି ଜିଲା ରାୟଗଡ ବ୍ଲକ ଅଧୀନ ଏସ.କରଡାସିଂ ପଞ୍ଚାୟତର ଖିଲିଗଣ୍ଡାଠାରୁ ବଣ୍ଡା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଚାଲିଛି। ଧାର୍ଯ୍ୟ ସମୟସୀମା ଅତିକ୍ରାନ୍ତ ପରେ ବି ଏହି ରାସ୍ତା କାମ ସମ୍ପୂର୍ଣ୍ଣ ହୋଇପାରିନାହିଁ।

ନାବାଳିକା ବିବାହ ରୋକିଲା ଚାଇଲ୍ଡ ଲାଇନ

କାଲିମେଳା,୨୩।୧(ଡି.ଏନ.ଏ.)- କାଲିମେଳା ବ୍ଲକ ଅର୍ନ୍ତଗତ ମାଲାଭରମ ପଞ୍ଚାୟତର ଏମପିଭି-୮୩ ଗ୍ରାମରେ ଜଣେ ନାବାଳିକା ଝିଅକୁ ବିବାହ କରାଯାଉଥିବାବେଳେ ମଙ୍ଗଳବାର ଉଦ୍ଧାର କରାଯାଇଥିବା ଜଣାପଡ଼ିଛି ।

୧୫କୁଇଣ୍ଟାଲ ଗଞ୍ଜେଇ ସମେତ ଟ୍ରକ୍‌ ଜବତ, ୨ ଗିରଫ

୧୫କୁଇଣ୍ଟାଲ ଗଞ୍ଜେଇ ସମେତ ଟ୍ରକ୍‌ ଜବତ, ୨ ଗିରଫ

ନବରଙ୍ଗପୁର,୨୩।୧(ବି.ପ୍ର.)- ନବରଙ୍ଗପୁର ଥାନା ପୋଲିସ୍‌ ଚିକିଲି ନଦୀ ନିକଟରେ ମଙ୍ଗଳବାର ଏକ ଟ୍ରକରେ ବେଆଇନ ଚାଲାଣ ହେଉଥିବା ଗଞ୍ଜେଇ ସହ ଗାଡ଼ିଟିକୁ ଜବତ କରି ୨ଜଣଙ୍କୁ ଗରିଫ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ଚିତ୍ରକୋଣ୍ଡା ଥାନା ଅଧିନ ରଶିଆଗୁଡ଼ା ଗାଁର ଟ୍ରକ୍‌ ଡ୍ରାଇଭର ମାଧବ ହନ୍ତାଳ ଏବଂ ହେଲପର ଡମ୍ବରୁ ସୁୁନା ବଶିଆ।

ରାସ୍ତା କାମରେ ଶିଶୁ ଶ୍ରମିକ

କୋରାପୁଟ,୨୩।୧(ଡି.ଏନ.ଏ.)-କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ପିଣ୍ଡାପଦର ପଞ୍ଚାୟତରେ ଚାଲିଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ଚାଲିଥିବା ରାସ୍ତା କାମରେ ଶିଶୁ ଶ୍ରମିକମାନଙ୍କୁ ନିୟୋଜିତ କରାଯାଉଥିବା ଦେଖିବାକୁ ମିଳିଛି ।

ଖୁଲମଖୁଲା ଚାଲିଛି କୁକୁଡାଗାଲି, ଖୁଡୁଖୁଡି

ଖୁଲମଖୁଲା ଚାଲିଛି କୁକୁଡାଗାଲି, ଖୁଡୁଖୁଡି

ନବରଙ୍ଗପୁର,୨୩।୧(ବି.ପ୍ର.)- ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଡାବୁଗାଁ ଥାନା ଧାମନାଗୁଡା ପଞ୍ଚାୟତ ଅଧିନ ଟୁଟିଗୁଡା, ଚାଟିଗୁଡା ଠାରେ ଖୁଲମଖୁଲା ଚାଲିଛି କୁକୁଡାଗାଲି, ଖୁଡୁଖୁଡି, ଜୁଆ ଖେଳ। ୫ କି.ମି ଦୂରତା ମଧ୍ୟରେ ୨ଟି ସ୍ଥାନରେ ଚାଲିଛି ଏଭଳି ବେଆଇନ ଖେଳ।

କାମରେ ଲାଗୁନି ଫଳବଜାର କେନ୍ଦ୍ର

କାମରେ ଲାଗୁନି ଫଳବଜାର କେନ୍ଦ୍ର

ରାୟଗଡ, ୨୩।୧(ଡି.ଏନ.ଏ.)-ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିକାଶ ପାଇଁ ସରକାର ନାନା ଯୋଜନା କରୁଛନ୍ତି। କୋଟି କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଉଛି। ଏପରିକି କିଛିଦିନ ତଳେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ ହୋଇଛି।

ରାସ୍ତା କଡ଼ରେ ବେଆଇନ ପେଟ୍ରୋଲ ବିକ୍ରି , ପ୍ରଶାସନ ନୀରବ

ରାସ୍ତା କଡ଼ରେ ବେଆଇନ ପେଟ୍ରୋଲ ବିକ୍ରି , ପ୍ରଶାସନ ନୀରବ

ମାଲକାନଗିରି, ୨୩।୧(ଡି.ଏନ୍‌.ଏ.)- ନୋ ହେଲ୍‌ମେଟ୍‌ ନୋ ପେଟ୍ରୋଲ ନିୟମରେ ଲୋକଙ୍କୁ ସଚେତନ କରୁଛି ପୋଲିସ। କିନ୍ତୁ ଜିଲାର ବିଭିନ୍ନ ଅଞ୍ଚଳର ରାସ୍ତା କଡରେ ଖୁଚୁରା ବେପାରୀମାନେ ଖୁଲମ୍‌ଖୁଲା ପେଟ୍ରୋଲ ବିକ୍ରି କରୁଛନ୍ତି।

କୁନ୍ଦୁଲି ପୀଡ଼ିତାଙ୍କ ମୃତଦେହ ରଖି ରାସ୍ତା ଅବରୋଧ

କୁନ୍ଦୁଲି ପୀଡ଼ିତାଙ୍କ ମୃତଦେହ ରଖି ରାସ୍ତା ଅବରୋଧ

ପଟ୍ଟାଙ୍ଗୀ,୨୩।୧(ଡି.ଏନ୍‌.ଏ.): କୁନ୍ଦୁଲି ପୀଡ଼ିତାଙ୍କ ମୃତଦେହ ରଖି ମଙ୍ଗଳବାର ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଛି। ପରିବାର ଲୋକଙ୍କ ସମେତ କଂଗ୍ରେସ ନେତୃତ୍ୱରେ ଏହି ରାସ୍ତାରୋକୋ କରାଯାଇଛି।

ବୋଟ୍‌ ଚାଳକଙ୍କ ଦିନିକିଆ ଧର୍ମଘଟ

ବୋଟ୍‌ ଚାଳକଙ୍କ ଦିନିକିଆ ଧର୍ମଘଟ

ମାଲକାନଗିରି,୨୨।୧(ଡି.ଏନ୍‌.ଏ): ମାଲକାନଗିରି ଜିଲା ଚିତ୍ରକୋଣ୍ଡାରେ ବୋଟ୍‌ ଚାଳକମାନେ ସୋମବାର ଦିନିକିଆ ଧର୍ମଘଟ କରିଛନ୍ତି। ଫଳରେ ବିଛିନ୍ନାଞ୍ଚଳର ସମସ୍ତ ଅଞ୍ଚଳକୁ ବୋଟ୍‌ ସେବା ବାଧାପ୍ରାପ୍ତ ହୋଇଛି।