ଅନଗୁଳ-ଢେଙ୍କାନାଳ

ଦନ୍ତା ନେଲା ୨ଜୀବନ

ଦନ୍ତା ନେଲା ୨ଜୀବନ

ପାଲଲହଡ଼ା, ୧୬।୧୨(ଡି.ଏନ.ଏ.)-ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ଖମାର ରେଞ୍ଜ ଅଞ୍ଚଳରେ ଗୋଠଛଡ଼ା ଦନ୍ତା ପୁଣିଥରେ ଦୌରାତ୍ମ୍ୟ ଆରମ୍ଭ କରିଛି। ଶନିବାର ହାତୀ ଆକ୍ରମଣରେ ଯାଇଛି ୨ଜୀବନ। ମୃତକ ହେଲେ ଶଙ୍ଖମୁର ଗ୍ରାମ ସ୍କୁଲସାହିର ଇନ୍ଦ୍ରମଣି ବେହେରାଙ୍କ ସ୍ତ୍ରୀ ଉଜ୍ଜ୍ୱଳା (୩୫) ଏବଂ ବଡ଼ସଡ଼ା ଗ୍ରାମ ଢିପାସାହିର ପଳଉ ବୋଇତା (୫୮)। ନରହନ୍ତା ଦନ୍ତାକୁ କାବୁ କରିବାରେ ବନ ବିଭାଗର ସମସ୍ତ ଉଦ୍ୟମ ବିଫଳ ହେଉଛି। ଏହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି।
ଶନିବାର ଭୋର ୫ଟାରେ ଇନ୍ଦ୍ରମଣି ଏବଂ ଉଜ୍ଜ୍ୱଳା ଶୌଚ ହେବା ପାଇଁ ସ୍କୁଲ ନିକଟ ଜମିକୁ ଯାଉଥିବାବେଳେ ଦନ୍ତା ହାବୁଡ଼ରେ ପଡ଼ିଯାଇଥିଲେ। ଉଭୟେ ପ୍ରାଣବିକଳରେ ଦୌଡ଼ୁଥିବାବେଳେ ଉଜ୍ଜ୍ୱଳା ତଳେ ପଡ଼ିଯାଇଥିଲେ। ହାତୀଟି ତାଙ୍କୁ ତତ୍‌କ୍ଷଣାତ୍‌ ଦଳି ମାରିଦେଇଥିଲା। ସେହିପରି ସନ୍ଧ୍ୟାରେ ପଳଉ ଶୌଚ ହେବାକୁ ଯାଇଥିବାବେଳେ ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ଗୋଟିଏ ଦିନରେ ଉନ୍ମତ୍ତ ଦନ୍ତା ୨ ଜୀବନ ନେଇଥିବାବେଳେ ଏହାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ହାତୀଟି ଜନବସତି ନିକଟରେ ଘୂରି ବୁଲୁଛି। ସପ୍ତାହକ ମଧ୍ୟରେ ହାତୀ ଆକ୍ରମଣରେ ୩ ଜଣଙ୍କ ପ୍ରାଣ ଯାଇଥିବା ରେଞ୍ଜର ସୁକେଶ ଚନ୍ଦ୍ର ଶତ୍ରୁଶଲ୍ୟ ସୂଚନା ଦେଇଛନ୍ତି।

All Right Reserved By

Model This Week

ନିକିତା

ଅନଗୁଳ-ଢେଙ୍କାନାଳ

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ପରଜଙ୍ଗ, ୨୪ା୪ (ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କଙ୍କିଳି ଗ୍ରାମ ମୁଣ୍ଡାସାହିର ନିଖୋଜ ଯୁବକ ଅଜିତ ବେହେରାଙ୍କ ମୃତଦେହ ସୋମବାର ପୂର୍ବାହ୍ନ ସାଢ଼େ ୧୦ଟାରେ ପାଣମୁଣ୍ଡା ପୋଖରୀରୁ ଉଦ୍ଧାର କରାଯାଇଛି।

୨୦ ଫୁଟ୍‌ ତଳକୁ ଖସି ଶ୍ରମିକଙ୍କ ମୃତ୍ୟୁ

୨୦ ଫୁଟ୍‌ ତଳକୁ ଖସି ଶ୍ରମିକଙ୍କ ମୃତ୍ୟୁ

ଓଡାପଡା,୨୪।୪(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଓଡାପଡା ବ୍ଲକ ଭୂଷଣ କମ୍ପାନୀରେ ମଙ୍ଗଳବାର କାର୍ଯ୍ୟରତ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁକଦେବ ସିଂହ(୪୨)। ଫେଜ-୨ର ବିଏସ୍‌ଜି ପାଇପଲାଇନରେ ରଙ୍ଗ ଦେଉଥିବାବେଳେ ୨୦ ଫୁଟ୍‌ ତଳକୁ ଖସିପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଛି।

ଅବକାରୀ ବିଭାଗର ଚଢ଼ାଉ

ଅବକାରୀ ବିଭାଗର ଚଢ଼ାଉ

ଅନୁଗୋଳ ଅଫିସ,୨୪।୪: ଅନୁଗୋଳ ଜିଲା ଅବକାରୀ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ମଙ୍ଗଳବାର ଛେଣ୍ଡିପଦା ଥାନା ବାଗେଡ଼ିଆରେ ଅବକାରୀ ବିଭାଗ ଚଢ଼ାଉ କରିଛି। ୧ ସେକ୍ସସନ ପୋଲିସ ଫୋର୍ସ ଏବଂ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ଏହି ଚଢ଼ାଉ କରାଯାଇ ୧୨୦ ଲିଟର ଦେଶୀ ମହୁଲି ଓ ୧୩୦ କେଜି ପୋଚ ଜବତ ହୋଇଛି।

ବିଦ୍ୟୁତ୍‌ ଆଘାତରେ ପାଲା ଗାୟିକା ମୃତ

ବିଦ୍ୟୁତ୍‌ ଆଘାତରେ ପାଲା ଗାୟିକା ମୃତ

ଅନୁଗୋଳ ଅଫିସ,୨୪।୪: ଅନୁଗୋଳ ଥାନା ଛେଳିଆପଡା ଗ୍ରାମରେ ମଙ୍ଗଳବାର ସକାଳେ ପାଲା ଗାୟିକା ମଞ୍ଜୁଳା ନାୟକ(୩୨)ଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ବୟୋଶ୍ରୀ ଚିହ୍ନଟ ଶିବିର

ବୟୋଶ୍ରୀ ଚିହ୍ନଟ ଶିବିର

ଭୁବନ,୨୪।୪(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭୁବନ ବ୍ଲକ ପକ୍ଷରୁ ମଙ୍ଗଳବାର ବୟୋଶ୍ରୀ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଡିଓ ବସନ୍ତ କୁମାର ମାଝିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରକୁ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ।

ମଦ ଦୋକାନ ଉଚ୍ଛେଦ ଦାବିରେ ଆନ୍ଦୋଳନ

ମଦ ଦୋକାନ ଉଚ୍ଛେଦ ଦାବିରେ ଆନ୍ଦୋଳନ

ବଅଁରପାଳ,୨୪।୪(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲ୍‌କୋ ଥାନା ଅନ୍ତର୍ଗତ ଗିରାଙ୍ଗ ଛକଠାରେ ଥିବା ବିଦେଶୀ ମଦ ଦୋକାନ ଉଚ୍ଛେଦ ଦାବିରେ ମଙ୍ଗଳବାର ସକାଳେ ଶତାଧିକ ମହିଳା ମଦ ଦୋକାନ ସମ୍ମୁଖରେ ଆନ୍ଦୋଳନ କରିଛନ୍ତି।

ଘରେ ଫୁଟିଲା ବୋମା

ଢେଙ୍କାନାଳ ଅଫିସ, ୨୪।୪-ଢେଙ୍କାନାଳ ଜିଲା ଗଁଦିଆ ଥାନା ଝାରଦା ଗ୍ରାମରେ ସୋମବାର ରାତି ପ୍ରାୟ ସାଢ଼େ ୮ଟାବେଳେ ଅଘଟଣ ଘଟିଛି। ହାତୀ ଘଉଡ଼ାଇବାକୁ ରଖାଯାଇଥିବା ବୋମା ବିସ୍ଫୋରଣ ଫଳରେ ଅଢ଼େଇ ବର୍ଷର ଶିଶୁ ସମେତ ପରିବାରର ୪ ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ପୀତବାସ ଗୁରୁ(୭୬), ତାଙ୍କ ପୁଅ ଝୁନ (୫୦), ବୋହୂ ପାର୍ବତୀ (୪୦) ଏବଂ ନାତି ରୁଷିଆ। ସଙ୍କଟାପନ୍ନ ଅବସ୍ଥାରେ ସମସ୍ତଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଟ୍ରକ୍‌ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର

ଟ୍ରକ୍‌ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର

ଢେଙ୍କାନାଳ ଅଫିସ, ୨୪।୪: ଢେଙ୍କାନାଳ ସଦର ଥାନା ସମ୍ମୁଖରେ ଏକ ଅଜଣା ଟ୍ରକ ଧକ୍କାରେ ମଙ୍ଗଳବାର ଜଣଙ୍କର ମୃତ୍ୟୁ ଗଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଗାନ୍ଦିଆ ଥାନା ଅଧୀନ ଛାଟିଆ ଗ୍ରାମର ଶ୍ରୀବତ୍ସ ନାୟକ(୪୦)।

ସଡ଼କ ସୁରକ୍ଷା ସଚେତନତା

ସଡ଼କ ସୁରକ୍ଷା ସଚେତନତା

ଢେଙ୍କାନାଳ ଅଫିସ, ୨୪।୪: ଢେଙ୍କାନାଳରେ ମଙ୍ଗଳବାର ସକାଳେ ଜିଲା ଆଞ୍ଚଳିକ ପରିବହନ ବିଭାଗ ଓ ଜିଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ୫୫ ନଂ. ଜାତୀୟ ରାଜପଥରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି।

କେନାଲ ପୁନରୁଦ୍ଧାର ଦାବିରେ ଗ୍ରାମବାସୀଙ୍କ ଆନ୍ଦୋଳନ

କେନାଲ ପୁନରୁଦ୍ଧାର ଦାବିରେ ଗ୍ରାମବାସୀଙ୍କ ଆନ୍ଦୋଳନ

ଅନୁଗୋଳ ଅଫିସ,୨୪।୪: ଅନୁଗୋଳ ଜିଲା ବଅଁରପାଳ ବ୍ଲକ କୁଇଓ ଗ୍ରାମ ଦେଇ ଯାଇଥିବା ଅନୁଗୋଳ-କଳମଛୁଇଁ ପିଡବ୍ଲ୍ୟୁଡି ରାସ୍ତା ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏଥିଯୋଗୁ ଉକ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା କେନାଲ ପୋତି ହୋଇଯାଇଛି।

ପାଣି ପାଇଁ ରାସ୍ତା ଅବରୋଧ

ଢେଙ୍କାନାଳ ଅଫିସ, ୨୪।୪- ପାନୀୟ ଜଳ ସମସ୍ୟା ଭୋଗୁଥିବା ଢେଙ୍କାନାଳ ସଦର ଥାନା ଭାଲିଆବୋଲକାଟେଣୀ ଦଳିତ ବସ୍ତିର ବାସିନ୍ଦା ସୋମବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ପ୍ରତିବାଦସ୍ବରୂପ ପୂର୍ବାହ୍ନ ୮ଟାରେ ସେମାନେ ଭାପୁର ରାସ୍ତାର ଗୋହିରାଖାଲ ଛକରେ ରାସ୍ତାରୋକୋ କରିଥିଲେ। ଫଳରେ ଢେଙ୍କାନାଳ-ଭାପୁରକୁ ଯାନବାହନ ଚଳାଚଳ ବ୍ୟାହତ ହୋଇଥିଲା।

ପୃଥକ୍‌ ଦୁର୍ଘଟଣାରେ ୪ ଗୁରୁତର

ଭୁବନ, ୨୪।୪(ଡି.ଏନ୍‌.ଏ.)- ଢେଙ୍କାନାଳ ଜିଲା ଭୁବନ ଥାନା ଅଞ୍ଚଳରେ ସୋମବାର ପୃଥକ୍‌ ସ୍ଥାନରେ ଦୁର୍ଘଟଣା ଘଟି ୪ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ବାରୁଆଁ ଗ୍ରାମର ଗଣେଶ୍ୱର ସେଠୀ (୧୮), ଆଶୁତୋଷ ନାୟକ (୨୧), ଯୁବରାଜ ବିନ୍ଧାଣୀ (୧୮) ଏବଂ ତୁମୁସିଙ୍ଗା ଥାନା ଶ୍ରୀରାମପୁର ଗ୍ରାମର ପ୍ରତାପ ନାୟକ (୪୨)। ଗଣେଶ୍ୱର, ଆଶୁତୋଷ ଏବଂ ଯୁବରାଜ ଏକ ବାଇକ୍‌ରେ ଯାଉଥିବାବେଳେ ଶ୍ୟାମଳ ଛକ ନିକଟରେ ତାଳଚେର ପଟୁ ଆସୁଥିବା ଏକ କୋଇଲା ବୋଝେଇ ଟ୍ରକ୍‌ (ଓଡି ୧୯ ଏଫ୍‌ ୫୨୪୭) ସେମାନଙ୍କୁ ଧକ୍କା ଦେଇଥିଲା।