ଅନଗୁଳ-ଢେଙ୍କାନାଳ

ଶିଶୁଙ୍କୁ ଦିଗ୍‌ଦର୍ଶନ ଦିଅନ୍ତୁ ବୟୋଜ୍ୟେଷ୍ଠ

ଶିଶୁଙ୍କୁ ଦିଗ୍‌ଦର୍ଶନ ଦିଅନ୍ତୁ ବୟୋଜ୍ୟେଷ୍ଠ


ବଇଣ୍ଡା, ୧୬।୧୨(ଡି.ଏନ.ଏ.)- ଭାରତୀୟ ସଂସ୍କୃତିରେ ବୟୋଜ୍ୟେଷ୍ଠଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆଗାମୀ ପିଢୀଙ୍କୁ ଉତ୍ତମ ମାର୍ଗ ଦେଖାଇବା ସହ ସେମାନେ ଶିଶୁଙ୍କୁ ଦିଗଦର୍ଶନ ଦେବା ଆବଶ୍ୟକ ବୋଲି କିଶୋରନଗର ବ୍ଲକ ବଇଣ୍ଡା ସରସ୍ବତୀ ଶିଶୁ ମନ୍ଦିର ପରିସରରେ ଶନିବାର ଅନୁଷ୍ଠିତ ଜେଜେ ମା’ ଜେଜେ ବାପା ସମ୍ମିଳନୀରେ ଅତିଥିମାନେ ପ୍ରକାଶ କରିଛନ୍ତି। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରବୀନ୍ଦ୍ର ନାଥ ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ମିଶ୍ର, ମୁଖ୍ୟବକ୍ତା ଭାବେ ଅବଦରପ୍ରାପ୍ତ ଶିକ୍ଷକ ଦୁର୍ଗା ପ୍ରସାଦ ରଥ, ସମ୍ମାନିତ ଅତିଥି ଭାବେ ମହିଳା ସ୍ବାସ୍ଥ୍ୟ ସହାୟିକା(ସାନହୁଲା) ଜଙ୍ଗଲୀ ବେହେରା, ଶିକ୍ଷାବିତ୍‌ ବିଜୟ କୁମାର ପ୍ରଧାନ ଯୋଗ ଦେଇଥିଲେ। ଏଥିରେ ୭୫ ଜଣ ଜେଜେ ମା’ ଓ ୮୫ ଜଣ ଜେଜେ ବାପା ଯୋଗ ଦେଇଥିଲେ।ବିଦ୍ୟାଳୟ ସଭାପତି ସନାତନ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସୁମତି ରାଣୀ ପ୍ରଧାନ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ କନ୍ୟା ଓ ବାଲ୍‌ ଶିବିର, ଝୋଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ୮ ଜଣ ଛାତ୍ରୀ ଭାଗ ନେଇଥିଲେ। ବାପୁଜୀ ଦେହୁରୀ, ଗୌରୀ ଶତପଥୀ, ଅନିରୁଦ୍ଧ ପ୍ରଧାନ, ଅଜିତ କୁମାର ସାହୁ, କବିତା ପ୍ରଧାନ, ଲିପିକା ସାହୁ, ମିନାକ୍ଷୀ ପ୍ରଧାନ, ବିନିତା ପ୍ରଧାନ, ଅଶୋକ ପ୍ରଧାନ, ସୁରେଶ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।

All Right Reserved By

ଅନଗୁଳ-ଢେଙ୍କାନାଳ

ଦିନକର କାହାଣୀ: ବରା ଦେଇଛି ପରିଚୟ

ଦିନକର କାହାଣୀ: ବରା ଦେଇଛି ପରିଚୟ

ବରା ବିକି ପରିବାର ଚଳାଉଥିଲେ ବାପା। ପିଲାବେଳୁ ତାଙ୍କ ସହ ଦୋକାନରେ ରହି ବରା ତିଆରି କରିବା ଶିଖିଥିଲି। ବାପାଙ୍କ ପରେ ଏକା ମୋତେ ସେହି କାମ କରିବାକୁ ପଡ଼ିଲା। ୨୦ ପଇସାରେ ବିକୁଥିବା ବରା ଏବେ ୨ଟଙ୍କାରେ ବିକ୍ରି ହେଉଛି। ହେଲେ ବାପାଙ୍କ ଅମଳର ସେହି ପୁରୁଣା ସ୍ବାଦ ଏବେ ବି ମୋ ହାତ ତିଆରି ବରାରେ ଗ୍ରାହକଙ୍କୁ ମିଳୁଛି। ସେଥିପାଇଁ ଆଖପାଖ ଅଞ୍ଚଳରେ ଏକ ସ୍ବତନ୍ତ୍ର ପରିଚୟ ପାଇଛି ବୋଲି କହିଛନ୍ତି ଅନୁଗୋଳ ଜିଲା କୁମୁରିସିଙ୍ଗାର ସୁବାସ ସାହୁ।

ରାଜୀବ ଜେନା ଖୋଖୋ ଆସୋସିଏଶନ ଅଧ୍ୟକ୍ଷ

ବଅଁରପାଳ,୧୬।୭(ଡି.ଏନ.ଏ.)- ଅନୁଗୋଳ ଷ୍ଟାଡିୟମଠାରେ ଓଡ଼ିଶା ୭ ବ୍ଲକ ଖୋଖୋ ଆସୋସିଏଶନ ରବିବାର ଗଠିତ ହୋଇଛି। ଏଥିରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ପ୍ରତିନିଧିମାନେ ଯୋଗ ଦେଇଥିଲେ। ଇଂ. ଅଜିତ କୁମାର ସାହୁଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା।

ଜିଲାସ୍ତରୀୟ ବ୍ୟାଡମିଣ୍ଟନ ଉଦ୍‌ଯାପିତ

ଜିଲାସ୍ତରୀୟ ବ୍ୟାଡମିଣ୍ଟନ ଉଦ୍‌ଯାପିତ

ବଅଁରପାଳ,୧୬।୭(ଡି.ଏନ.ଏ.)- ଅନୁଗୋଳ ବ୍ୟାଡ଼ମିଣ୍ଟନ ଅସୋସିଏଶନ ପକ୍ଷରୁ ଆୟୋଜିତ ଜିଲାସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋେଇଯାଇଛି। ନାଲ୍‌କୋ ବ୍ୟାଡମିଣ୍ଟନ ହଲଠାରେ ଆୟୋଜିତ ଏହି ପ୍ରତିଯୋଗିତରେ ଜିଲାର ବିଭିନ୍ନ ପ୍ରାନ୍ତରୁ ୯୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏଥିରେ ୧୩ ବର୍ଷରୁ କମ ପ୍ରତିଯୋଗିତାରେ ଅନିର୍ବାଣ ସାମନ୍ତ ଚାମ୍ପିୟନ ହୋଇଛନ୍ତି। ଡବଲ୍ସରେ ଔରସ ମହାନ୍ତି ଓ ଚିତନ ସିହ୍ନାଙ୍କ ଯୋଡି ଚାମ୍ପିୟନ ହୋଇଛି। ୧୫ ବର୍ଷରୁ କମ୍‌ ସିଙ୍ଗିଲ୍ସରେ ସୁମିତ ପ୍ରଧାନ ଚାମ୍ପିୟନ ହୋଇଛନ୍ତି।

‘ପ୍ରଶିକ୍ଷଣ ନିଅ, ପ୍ରତିଷ୍ଠିତ ହୁଅ’

‘ପ୍ରଶିକ୍ଷଣ ନିଅ, ପ୍ରତିଷ୍ଠିତ ହୁଅ’

ଢେଙ୍କାନାଳ ଅଫିସ, ୧୬।୭- ସତ୍ୟ, ନିଷ୍ଠା, ସହଯୋଗ ମନୋବୃତ୍ତି ଯୁବପିଢ଼ିଙ୍କ ପ୍ରକୃତ ଶକ୍ତି। ଏହାକୁ ପୁଞ୍ଜି ପରି ଜଣେ ସଫଳତାର ଶୀର୍ଷରେ ପହଞ୍ଚତ୍ପାରିବ। ବର୍ତ୍ତମାନ ସମୟରେ ସ୍ବାବଲମ୍ବୀ ହେବା ଏକ ଆହ୍ବାନ। ଏହାକୁ ସରଳ କରିବାକୁ ଯୁବତୀଯୁବକଙ୍କ ପାଇଁ ସରକାରୀସ୍ତରରେ ପ୍ରଶିକ୍ଷଣ ଦିଆଯାଉଛି। ଉପଯୁକ୍ତ ତାଲିମ ନେଇ ସେମାନେ ପ୍ରତିଷ୍ଠିତ ହୋଇପାରିବେ ବୋଲି ଢେଙ୍କାନାଳ ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ କହିଛନ୍ତି। ଜିଲା ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ରବିବାର ବିଶ୍ୱ ଯୁବ ଦକ୍ଷତା ଦିବସ ପାଳନ ଅବସରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସେ ସତ୍ୟର ପଥ ଅନୁସରଣ କରିବାକୁ ଉପସ୍ଥିତ ଛାତ୍ରୀଛାତ୍ରଙ୍କ ମାର୍ଗଦର୍ଶନ କରାଇଥିଲେ।

ଆଖୁବାଡ଼ ଉଜାଡ଼ିଲେ ହାତୀ

ଆଖୁବାଡ଼ ଉଜାଡ଼ିଲେ ହାତୀ

ଓଡ଼ାପଡ଼ା, ୧୬।୭(ଡି.ଏନ.ଏ.)-ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ଖଜୁରିଆକଟା ବନଖଣ୍ଡ ଝାଡ଼ବନ୍ଧ ଗ୍ରାମରେ ଶନିବାର ରାତିରେ ଏକ ପଲରେ ୧୯ ହାତୀ ପଶି ବ୍ୟାପକ ଫସଲ ନଷ୍ଟ କରିଛନ୍ତି।

ବାଇକ୍‌ ଧକ୍କାରେ ବୃଦ୍ଧ ମୃତ

ବାଇକ୍‌ ଧକ୍କାରେ ବୃଦ୍ଧ ମୃତ

ଛେଣ୍ଡିପଦା,୧୬।୭(ସ୍ବ.ପ୍ର.)- ଅନୁଗୋଳ ଜିଲା ଛେଣ୍ଡିପଦାରୁ ବାଗଡିଆ ଯାଇଥିବା ଜାତୀୟ ରାଜପଥର ବଡଯୋରା ନାଳ ନିକଟରେ ଏକ ବାଇକ୍‌ ଧକ୍କାରେ ରବିବାର ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ପୋଡାପଡା ଗ୍ରାମର ସର୍ବେଶ୍ୱର ପ୍ରଧାନ(୬୦) ବୋଲି ଜଣାପଡିଛି।

କବିତା ଆବୃତ୍ତି ପ୍ରତିଯୋଗିତା: ରାଜ୍ୟରେ ଦ୍ୱିତୀୟ ସୂରଜ

କବିତା ଆବୃତ୍ତି ପ୍ରତିଯୋଗିତା: ରାଜ୍ୟରେ ଦ୍ୱିତୀୟ ସୂରଜ

ଢେଙ୍କାନାଳ ଅଫିସ,୧୬।୭- ଓଡ଼ିଆ ସାହିତ୍ୟ ଏକାଡେମୀ ପକ୍ଷରୁ ଆୟୋଜିତ କବିତା ଆବୃତ୍ତି ପ୍ରତିଯୋଗିତାରେ ଢେଙ୍କାନାଳ ମହର୍ଷି ଦୟାନନ୍ଦ ସର୍ଭିସ୍‌ ମିଶନ ଶିଶୁଗୃହର ଅନ୍ତେବାସୀ ସୂରଜ ବିଶ୍ୱାଳ ରାଜ୍ୟସ୍ତରରେ ଦ୍ୱିତୀୟସ୍ଥାନ ହାସଲ କରିଛନ୍ତି। ଜିଲାସ୍ତରୀୟ ପ୍ରତିଯୋଗିତାରେ ସେ ଶ୍ରେଷ୍ଠ ସ୍ଥାନ ହାସଲ କରି ରାଜ୍ୟସ୍ତରକୁ ମନୋନୀତ ହୋଇଥିଲେ।

ବେଆଇନ ଭାବେ ଚାଲିଛି ଆଧାର ଫଟୋ ଉଠା

ଭାପୁର, ୧୬ା୭(ଡି.ଏନ୍‌.ଏ.)- ଢେଙ୍କାନାଳ ସଦର ବ୍ଲକ ଭାପୁର ଛକ ୟୁକୋ ବ୍ୟାଙ୍କ ନିକଟରେ ଥିବା ଏକ ଘରେ ବେଆଇନ ଭାବେ ଅଧାର କାର୍ଡ ଫଟୋ ଉଠା ଯାଉଥିବା ଅଭିଯୋଗ ହୋଇଛି। ଏଥିପାଇଁ ଆଶାୟୀଙ୍କ ନିକଟରୁ ୨୦୦ରୁ ୫୦୦ଟଙ୍କା ପର୍ଯ୍ୟନ୍ତ ଆଦାୟ କରାଯାଉଥିବା ଚର୍ଚ୍ଚା ହେଉଛି। ୨୦୧୭ ଅକ୍ଟୋବରରୁ ୟୁଆଇଡିଏଆଇ ପକ୍ଷରୁ ଆଧାର ଫଟୋ ଉଠା ସମ୍ପର୍କରେ ନୂତନ ନିୟମ ଲାଗୁ କରାଯାଇଛି। କେବଳ ସରକାରୀ କାର୍ଯ୍ୟାଳୟରେ ଆଧାର ଫଟୋ ଉଠା ଏବଂ ସଂଶୋଧନ କରାଯାଇପାରିବ ବୋଲି କଡ଼ା ନିର୍ଦ୍ଦେଶ ରହିଛି।

ଖଡ଼ଗପ୍ରସାଦ-ବଡ଼କମର ବ୍ରାହ୍ମଣୀ ସେତୁ ପ୍ରକ୍ରିୟା ଆରମ୍ଭ: ଅଟକଳ ୭୧.୧୧ କୋଟି

ଢେଙ୍କାନାଳ ଅଫିସ, ୧୬।୭- ଢେଙ୍କାନାଳ ଜିଲା ଓଡ଼ାପଡ଼ା ଓ ପରଜଙ୍ଗ ବ୍ଲକ ମଧ୍ୟରେ ଗମନାଗମନର ସୁବିଧା ପାଇଁ ବ୍ରାହ୍ମଣୀ ନଦୀ ଉପରେ ନୂତନ ସେତୁ ନିର୍ମାଣ ଲାଗି ଆରମ୍ଭ ହୋଇଛି ପ୍ରକ୍ରିୟା। ନାବାର୍ଡ ସହାୟତାରେ ଏହି ସେତୁ ନିର୍ମାଣ ହେବ। ଏଥି ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ୭୧ କୋଟି ୧୧ଲକ୍ଷ ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତାବ ନାବାର୍ଡ ଅନୁମୋଦନ ପାଇଁ ପଠାଯାଇଛି।

ଲଗାଣ ବର୍ଷାରେ ହନ୍ତସନ୍ତ ସହରବାସୀ

ଲଗାଣ ବର୍ଷାରେ ହନ୍ତସନ୍ତ ସହରବାସୀ

ଢେଙ୍କାନାଳ ଅଫିସ, ୧୬ା୭- ଢେଙ୍କାନାଳ ସହରବାସୀଙ୍କୁ ବେହାଲ କରିଛି ଲଗାଣ ବର୍ଷା। ରବିବାର ଦିନତମାମ ଅବିରତ ବର୍ଷାରେ ସହର ତଳି ଅଞ୍ଚଳରେ ପାଣି ପଶିଛି। ଏଥିରେ ବିଶେଷ ଭାବେ ପ୍ରଭାବିତ ହୋଇଛି ପୌରାଞ୍ଚଳ ଅଧୀନ ୭ନଂ. ଓ୍ବାର୍ଡ ଜୁବୁଲିଟାଉନ ଗୋଡ଼ିସାହି। ସାହିର ବହୁ ଘରେ ପାଣି ପ୍ରବେଶ କରିଥିବାବେଳେ ରାସ୍ତା ମଧ୍ୟ ବୁଡ଼ିଯାଇଛି। ପୌର ପ୍ରଶାସନ ପକ୍ଷରୁ ଏହାର ସ୍ଥାୟୀ ପ୍ରତିକାର କରାଯାଉ ନ ଥିବାବେଳେ ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ସୃଷ୍ଟି ହୋଇଛି ତୀବ୍ର ଅସନ୍ତୋଷ।

୩୫ ପଞ୍ଚାୟତରେ ୧୫ ଜିଆର୍‌ଏସ୍‌

ବଅଁରପାଳ,୧୬।୭(ଡି.ଏନ.ଏ.) ଏମ୍‌ଜିଏନ୍‌ଆରଇଜିଏସ୍‌(ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା)ର ସଫଳ କାର୍ଯ୍ୟକାରିତା ତଥା ଏହାର ସୁଫଳ ସମସ୍ତ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ପାଇଁ ଗ୍ରାମ ରୋଜଗାର ସେବକ(ଜିଆର୍‌ଏସ୍‌) ନିଯୁକ୍ତି ବ୍ୟବସ୍ଥା ରହିଛି।

ଗ୍ରାମ ରାସ୍ତାରେ ଜମୁଛି ପାଣି: ଡ୍ରେନ ନିର୍ମାଣ ଦାବି

ଛେଣ୍ଡିପଦା,୧୬।୭(ଡି.ଏନ.ଏ.)- ଛେଣ୍ଡିପଦା ବ୍ଲକ ଟାଙ୍ଗିରୀ ପଞ୍ଚାୟତ ନୂଆପଡ଼ା ଗ୍ରାମ ପିଢସାହି ରାସ୍ତାରେ ବର୍ଷା ପାଣି ଜମିବାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ରାସ୍ତା ପାର୍ଶ୍ୱରେ ଡ୍ରେନ ନ ଥିବାରୁ ସାମାନ୍ୟ ବର୍ଷାରେ ବି ସେଠାରୁ ପାଣି ନିଷ୍କାସନ ହୋଇପାରୁନାହିଁ।

Model This Week

ରୂପେଶ