ଅନଗୁଳ-ଢେଙ୍କାନାଳ

ଡିପିଏସ୍‌ ସ୍କୁଲ ବାର୍ଷିକ କ୍ରୀଡା ଉତ୍ସବ ପାଳିତ

ଡିପିଏସ୍‌ ସ୍କୁଲ ବାର୍ଷିକ କ୍ରୀଡା ଉତ୍ସବ ପାଳିତ

ବଅଁରପାଳ, ୧୬।୧୨(ଡି.ଏନ.ଏ.): ନାଲ୍‌କୋ ଡିପିଏସ୍‌ ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ନାଲ୍‌କୋ ଇଡି ରାଜକିଶୋର ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଏହାସହ ମହାପ୍ରବନ୍ଧକ ପ୍ରଦୋଷ ମହାନ୍ତି, ଅନ୍ତର୍ଯ୍ୟାମୀ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଉତ୍ସବରେ ନର୍ସରୀରୁ ଦ୍ୱାଦଶ ଶ୍ରେଣୀର ପ୍ରାୟ ୨ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଯୋଗଦେଇଥିଲେ। ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

All Right Reserved By

ଅନଗୁଳ-ଢେଙ୍କାନାଳ

ରୟାଲ କପ  ଉଦ୍‌ଘାଟିତ:  ଇଲେଭେନ ବଇଣ୍ଡା ଓ ଲାୟନ୍ସ ବଇଣ୍ଡା ବିଜୟୀ

ରୟାଲ କପ ଉଦ୍‌ଘାଟିତ: ଇଲେଭେନ ବଇଣ୍ଡା ଓ ଲାୟନ୍ସ ବଇଣ୍ଡା ବିଜୟୀ

ବଇଣ୍ଡା,୧୭।୬(ଡି.ଏନ.ଏ.)- କିଶୋରନଗର ବ୍ଲକ ବଇଣ୍ଡା ହାଇସ୍କୁଲ ନିକଟସ୍ଥ ଖେଳ ପଡ଼ିଆଠାରେ ରବିବାର ରୟାଲ କପ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଘାଟିତ ହୋଇଛି। ଏହି ଟୁର୍ନାମେଣ୍ଟକୁ କିଶୋରନଗର ବ୍ଲକର କଂଗ୍ରେସ ସଭାପତି ପ୍ରଦୀପ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ।

ବଢୁଛି ଚୋରା ମଦ କାରବାର

ବଇଣ୍ଡା,୧୭।୬(ଡି.ଏନ.ଏ.)- ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ପାଇକସାହି, ସାପଘରା, ଟାପଢୋଲ, ସାନହୁଲା, ପେଡ଼ିପଥର ଅଞ୍ଚଳରେ କିଛି ଦିନ ହେବ ଚୋରା ଦେଶୀ ଓ ବିଦେଶୀ ମଦ ବିକ୍ରି ହେଉଥିବା ଅଭିଯୋଗ ହେଉଛି। ଏ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।

ଜଙ୍ଗଲ ସୃଷ୍ଟି ପରିବେଶ ସନ୍ତୁଳିତ ରଖିବ

ଜଙ୍ଗଲ ସୃଷ୍ଟି ପରିବେଶ ସନ୍ତୁଳିତ ରଖିବ

ବଇଣ୍ଡା,୧୭।୬(ଡି.ଏନ.ଏ.)- ଶିଳ୍ପ କଳକାରଖାନା ପାଇଁ ଅନେକ ଜଙ୍ଗଲ ବଳି ପଡ଼ିଥିବାବେଳେ ବଳକା ଗଛବୃକ୍ଷ ସୁରକ୍ଷିତ ନାହିଁ। କାଠ ମାଫିଆ ଓ ପ୍ରାଣୀ ଶିକାରୀମାନେ ସ୍ବାର୍ଥ ପାଇଁ ଜଙ୍ଗଲଗୁଡ଼ିକ ଅବାଧରେ କାଟି ସଫା କରି ଦେଉଛନ୍ତି। ଫଳରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇବା ସହ ବର୍ଷା କମୁଛି।

ସରିଲା ରଜମଉଜ

ଭୁବନ, ୧୭।୬(ଡି.ଏନ୍‌.ଏ.)-ଭୁବନ ଅଷ୍ଟଶମ୍ଭୁ ମନ୍ଦିର ପରିସରରେ ଚାଲିଥିବା ରଜ ମହୋତ୍ସବ ଆସର ଶନିବାର ଉଦ୍‌ଯାପିତ ହୋଇଯାଇଛି। ଖଣିମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ, କଳା ସଂସ୍କୃତି ବଞ୍ଚତ୍ବାକୁ ହେଲେ ଯୁବପିଢ଼ିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ।

‘ସ୍ମୃତିରେ ମୋ ସ୍କୁଲ ବେଳର କଥା’ ଆଲୋଚନାଚକ୍ର

ଢେଙ୍କାନାଳ ଅଫିସ, ୧୭।୬-କାମାକ୍ଷାନଗର ଗୁନେଇବିଲି ହାଇସ୍କୁଲରେ ଶୁକ୍ରବାର ‘ସ୍ମୃତିରେ ମୋ ସ୍କୁଲ ବେଳର କଥା’ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୯୯୦ ମାଟ୍ରିକ୍‌ ବ୍ୟାଚର ବହୁ ଛାତ୍ରୀଛାତ୍ର ଉପସ୍ଥିତ ଥିଲେ।

କଂଗ୍ରେସର କର୍ମୀ ସମ୍ମିଳନୀ

କଂଗ୍ରେସର କର୍ମୀ ସମ୍ମିଳନୀ

ବଅଁରପାଳ,୧୭।୬(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଅନ୍ତର୍ଗତ ତୁଳସୀପାଳଠାରେ ରବିବାର କଂଗ୍ରେସର ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସୁମନ୍ତ ସମାଲଙ୍କ ସଭାପତିତ୍ୱରେ ଅନୁଷ୍ଠତ ଏହି ସମିଳନୀରେ ବହୁ କର୍ମୀ ଯୋଗ ଦେଇଥିଲେ। ଏଥିରେ ବ୍ଲକ କଂଗ୍ରେସ ସଭାପତି ଦିଲୀପ ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଶିବବିବାହ ଉତ୍ସବ ପାଇଁ ସହର ପରିକ୍ରମା

ଶିବବିବାହ ଉତ୍ସବ ପାଇଁ ସହର ପରିକ୍ରମା

ଭୁବନ,୧୭।୬(ଡି.ଏନ୍‌.ଏ): ଢେଙ୍କାନାଳ ଜିଲା ଭୁବନ ଛତାମଠ କାଶୀନାଥ ମନ୍ଦିରରେ ଶିିବବିବାହ ଉତ୍ସବରେ ମଙ୍ଗଳକୃତ୍ୟ କାର୍ଯ୍ୟକ୍ରମ ରବିବାର ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ବରିଷ୍ଠ ପିତା ମାତାଙ୍କ ଦାୟିତ୍ୱରେ ଥିବା ମନୋଜ କୁମାର ସାହୁ ଓ ତିଳୋତ୍ତମା ସାହୁଙ୍କ ସମେତ ସମସ୍ତ କର୍ମକର୍ତ୍ତା ଯୋଗ ଦେଇ ନଗର ପରିକ୍ରମା କରିଥିଲେ।

ନୂଆହତା ତାସ୍‌ ଟୁର୍ନାମେଣ୍ଟ ଆରମ୍ଭ

ନୂଆହତା ତାସ୍‌ ଟୁର୍ନାମେଣ୍ଟ ଆରମ୍ଭ

ବଅଁରପାଳ,୧୭।୬(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ବ୍ଲକ ନୂଆହତା ଜଳିସାହିଠାରେ ରବିବାରଠାରୁ ଦୟାନିଧି ମେମୋରିଆଲ ତାସ୍‌ ଟୁର୍ନାମେଣ୍ଟ ଅରମ୍ଭ ହୋଇଛି। ଏଥିରେ ୩୨ ଦଳର ୬୪ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ଆଇନଜୀବୀ ଦୁଷ୍ମନ୍ତ ସିଂ ଏହାକୁ ପରିଚାଳନା କରୁଛନ୍ତି।

ଆରମ୍ଭ ହେଲା ଜବରଦଖଲ ଉଚ୍ଛେଦ: ବ୍ୟାପକ ପୋଲିସ ମୁତୟନ

ଆରମ୍ଭ ହେଲା ଜବରଦଖଲ ଉଚ୍ଛେଦ: ବ୍ୟାପକ ପୋଲିସ ମୁତୟନ

ତାଳଚେର,୧୭।୬(ଡି.ଏନ୍‌.ଏ.): ଦୀର୍ଘ ବର୍ଷ ହେଲା ଅନୁଗୋଳ ଜିଲା ବଲଣ୍ଡାସ୍ଥିତ ଏମ୍‌ସିଏଲ୍‌ ଜମିରେ ବସବାସ କରୁଥିବା ଜବରଦଖଲକାରୀଙ୍କୁ ରବିବାର ଖଣି କର୍ତ୍ତୃପକ୍ଷ ହଟାଇବା ଆରମ୍ଭ କରିଛନ୍ତି। ଉପଜିଲାପାଳଙ୍କ ସମେତ ୪ ଜଣ ମାଜିଷ୍ଟ୍ରେଟ, ଜଣେ ଅତିରିକ୍ତ ଏସ୍‌ପି, ୩ ଡିଏସ୍‌ପି ଏବଂ ୫ ଇନ୍ସପେକ୍ଟରଙ୍କ ସମେତ ୧୨ ପ୍ଲାଟୁନ୍‌ ପୋଲିସ ଫୋର୍ସ ଉପସ୍ଥିତିରେ ଏହି ପ୍ରକ୍ରିୟା ଜାରି ରହିଛି।

ବାର୍ଷିକ ଉତ୍ସବ ଉପଲକ୍ଷେ କଳସ ଶୋଭାଯାତ୍ରା

ବାର୍ଷିକ ଉତ୍ସବ ଉପଲକ୍ଷେ କଳସ ଶୋଭାଯାତ୍ରା

ବନ୍ତଳା,୧୭।୬(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବନ୍ତଳା ଥାନା ଶଙ୍ଖପୁର ଗ୍ରାମରେ ଥିବା ଶ୍ରୀହନୁମାନଙ୍କ ଚତୁର୍ଥ ବାର୍ଷିକ ଉତ୍ସବ ଉପଲକ୍ଷେ ରବିବାର କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶତାଧିକ ମହିଳା ବଉଳି ନାଳରୁ କଳସରେ ପାଣି ଆଣି ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ମନ୍ଦିର ନିକଟରେ ପହଞ୍ଚିଥିଲେ।

ଟ୍ରକ୍‌ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର

ବଇଣ୍ଡା,୧୭ା୬(ଡି.ଏନ.ଏ) କଟକ-ସମ୍ବଲପୁର ୫୫ ନଂ. ଜାତୀୟ ରାଜପଥର କିଶୋରନଗର ଥାନା ବାମୁର ନିକଟରେ ଶନିବାର ଅପରାହ୍ନରେ ଏକ ଟ୍ରକ୍‌ ଧକ୍କାରେ ବାଇକ୍‌ ଚାଳକ ସୁଶବ ଗ୍ରାମର ରିଙ୍କୁନ ସାହୁ ପ୍ରାଣ ହରାଇଛନ୍ତି।

ସାଲିବାହାନ ଗ୍ରୀନ୍‌ ଏନର୍ଜି ଅଧିକାରୀଙ୍କୁ ମାଡ଼, ୪ ଗିରଫ

ଓଡ଼ାପଡ଼ା, ୧୭ା୬(ଡି.ଏନ.ଏ.)ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ନିମିଧା ଅଞ୍ଚଳରେ ଥିବା ସାଲିବାହାନ ଗ୍ରୀନ୍‌ ଏନର୍ଜି କମ୍ପାନୀର ଲିଆସନିକ୍‌ ମ୍ୟାନେଜର ପ୍ରଦ୍ୟୁମ୍ନ ଚୌଧୁରୀଙ୍କୁ ମାଡ଼ ମାରିଥିବା ଅଭିଯୋଗରେ ଶନିବାର ୪ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।

Model This Week

ପ୍ରଭାତ