ଉପକୂଳ ଓଡିଶା

ନିମ୍ନମାନର କୃଷି ଯନ୍ତ୍ରପାତିକୁ ନେଇ ଚାଷୀ ହଇରାଣ

 ନିମ୍ନମାନର କୃଷି ଯନ୍ତ୍ରପାତିକୁ ନେଇ ଚାଷୀ ହଇରାଣ
ବିଞ୍ଝାରପୁର,୧୬।୧୨(ଡି.ଏନ.ଏ) ସରକାର କୃଷକଙ୍କ ସୁବିଧାପାଇଁ ବିଭିନ୍ନ ଯୋଜନାପ୍ରଣୟନ କରିଛନ୍ତି। ଏହି ସୁବିଧା ଅନୁଯାୟୀ କୃଷକମାନେ ନିଜ ଆବଶ୍ୟକ ଅନୁଯାୟୀ କୃଷିବିଭାଗ ମାର୍ଫତରେ ବିଭିନ୍ନ କୃଷି ଯନ୍ତ୍ରପାତି ରିହାତି ମୂଲ୍ୟରେ ପାଇପାରିବ। ହେଲେ କୃଷି ବିଭାଗ ମାର୍ଫତରେ ଜଣେ କୃଷକ ଧାନଅମଳ କରିବା ଯନ୍ତ୍ର କ୍ରୟକରି ହିନସ୍ତାହେବା ଘଟଣା ବିଞ୍ଝାରପୁର ଚାଷୀ ମହଲରେ ଅସନ୍ତୋଷ ସୃଷ୍ଟି କରିଛି। ଖବର ଅନୁସାରେ ବିଞ୍ଝାରପୁର ବ୍ଲକ ଉତ୍ତଙ୍ଗରା ଗ୍ରାପର ଚାଷୀ ସଞ୍ଜୀବ ଲେଙ୍କା ଗତ ୨୭ତାରିଖରେ କୃଷି ବିଭାଗ ମାର୍ଫତରେ ରିହାତି ମୁଲ୍ୟରେ ଏକ ଧାନ ଅମଳ କରିବା ଯନ୍ତ୍ର ୧୦ହଜାରେ୯ଶହ୩୦ଟଙ୍କା ଦେଇ କ୍ରୟ କରିଥିଲେ। ହେଲେ ଏହି ଧାନ ଅମଳକରିବା ଯନ୍ତ୍ରଟି ଚଳାଇବାକୁ ବିଦ୍ୟୁତ ସଂଯୋଗ କରିବା ମାତ୍ରେ ଏହାର ସମ୍ପୂର୍ଣ୍ଣ ଭାଗରେ ବିଦ୍ୟୁତ ପ୍ରକ୍ରିୟା ହେବା ସହ ଯନ୍ତ୍ରଟି ଅଚଳ ହୋଇପଡ଼ିଥିଲା। ଏନେଇ ଚାଷୀ ଜଣକ ବିଞ୍ଝାରପୁର କୃଷିବିଭାଗରେ ଅଭିଯୋଗ କରି ଯନ୍ତ୍ରଟିକୁ ବଦଳାଇ ଦେବାକୁ ଅନୁରୋଧ କରିଥିଲେ। ହେଲେ ବିଞ୍ଝାରପୁର କୃଷିବିଭାଗ ଏଥିପାଇଁ ସହକାରୀ ଯନ୍ତ୍ରୀ ଦାୟୀ ବୋଲି କହିବା ସହିତ ଜିଲାକୃଷି ବିଭାଗ ସହିତ ଯୋଗାଯୋଗ କରିବାକୁ କହିଥିଲେ। ଚାଷୀଜଣକ ଉକ୍ତ ଧାନ ଅମଳ ଯନ୍ତ୍ରଟିକୁ ଗାଡି ଭଡାକରି ଜିଲା କୃଷି କାର୍ଯ୍ୟାଳୟ ଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ଶନିବାର ପୂର୍ବାହ୍ନରେ ପୁଣି ଥରେ ଏହି ଧାନ ଅମଳ ଯନ୍ତ୍ରଟିକୁ ଧରି ଚାଷୀଜଣକ ବିଞ୍ଝାରପୁର କୃଷି କାର୍ଯ୍ୟାଳୟରେ ପହଞ୍ଚତ୍ ଏହି ଅଚଳଯନ୍ତ୍ର ବଦଳରେ ନୂତନ ଯନ୍ତ୍ର ନେବାକୁ ଅଡିବସି ଥିଲେ। ପରେ ବିଞ୍ଝାରପୁର ବ୍ଲକ କୃଷି ଅଧିକାରୀ ରଘୁନାଥ ଯେନା ତୁରନ୍ତ ଚାଷୀ ଜଣଙ୍କ ନେଇଥିବା ଧାନ ଅମଳଯନ୍ତ୍ରକୁ ନିଜ ଦାୟିତ୍ୱରେ ଫେରସ୍ତନେଇ ଚାଷୀଜଣଙ୍କୁ ନୂତନ ଧାନ ଅମଳ କରିବା ଯନ୍ତ୍ର ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କୃଷି ଅଧିକାରୀଙ୍କ ନିର୍ଦ୍ଦେଶ ମୁତାବକ ତୁରନ୍ତ ଚାଷୀ ସଞ୍ଜିବ ଲେଙ୍କାଙ୍କୁ ନୂତନ ଯନ୍ତ୍ର ପ୍ରଦାନ କରାଯାଇଥିଲା। ଏହି ନମ୍ନମାନର ଯନ୍ତ୍ରପାତି ଯୋଗାଣ ସମ୍ପର୍କରେ କୃଷି ଅଧିକାରୀ ଯେନା କୁହନ୍ତି କେବଳ ଚାଷୀ ଚିହ୍ନଟ ଆମର ଦାୟିତ୍ୱ ହୋଇଥିବାବେଳେ ଯନ୍ତ୍ରପାତିର ଗୁଣବତ୍ତା ପରଖ କରିବା କାମ ହେଉଛି ଜିଲା କୃଷି ବିଭାଗ ସହକାରୀ ଯନ୍ତ୍ରୀଙ୍କ ,ଏଥିରେ ଆମର କୌଣସି ଭୂମିକା ନାହିଁ ବୋଲି ଯେନା କହିଥିଲେ। ଅନ୍ୟପକ୍ଷରେ କୃଷିବିଭାଗ ପକ୍ଷରୁ ରିହାତି ମୂଲ୍ୟରେ ଦିଆଯାଉଥିବା ନିମ୍ନମାନର ଯନ୍ତ୍ରପାତି ଯୋଗାଣକୁ ନେଇ ଚାଷୀମହଲରେ ଅସୋନ୍ତଷ ଦେଖାଦେଉଛି ।
All Right Reserved By

ଉପକୂଳ ଓଡିଶା

ଅବସରପ୍ରାପ୍ତ କର୍ମଚାରୀଙ୍କ ଗଣଧାରଣା

ଅବସରପ୍ରାପ୍ତ କର୍ମଚାରୀଙ୍କ ଗଣଧାରଣା

ଚଣ୍ଡିଖୋଲ, ୨୪ା୯(ଡି.ଏନ୍‌.ଏ.)- କୋଣାର୍କ ଝୋଟ କଳରୁ ଅବସର ନେଇଥିବା କର୍ମଚାରୀ ବିଭିନ୍ନ ଦାବିନେଇ ସୋମବାର ଧାନମଣ୍ଡଳସ୍ଥିତ ଦର୍ପଣ ତହସିଲ ସମ୍ମୁଖରେ ୨୪ ଘଣ୍ଟା ଗଣଧାରଣା ଦିଆଯାଇଛି। 

ଅବସରପ୍ରାପ୍ତ କର୍ମଚାରୀଙ୍କ ଗଣଧାରଣା

ଚଣ୍ଡିଖୋଲ, ୨୪ା୯(ଡି.ଏନ୍‌.ଏ.)- କୋଣାର୍କ ଝୋଟ କଳରୁ ଅବସର ନେଇଥିବା କର୍ମଚାରୀ ବିଭିନ୍ନ ଦାବିନେଇ ସୋମବାର ଧାନମଣ୍ଡଳସ୍ଥିତ ଦର୍ପଣ ତହସିଲ ସମ୍ମୁଖରେ ୨୪ ଘଣ୍ଟା ଗଣଧାରଣା ଦିଆଯାଇଛି। 

ଶ୍ରୀଶ୍ରୀ ଜଗନ୍ନାଥ କୀର୍ତ୍ତନ ମଣ୍ଡଳୀର ଶ୍ରୀକ୍ଷେତ୍ର ଯାତ୍ରା

ଶ୍ରୀଶ୍ରୀ ଜଗନ୍ନାଥ କୀର୍ତ୍ତନ ମଣ୍ଡଳୀର ଶ୍ରୀକ୍ଷେତ୍ର ଯାତ୍ରା

ଆଳି, ୨୪।୯ (ଡି.ଏନ୍‌.ଏ.): ଆଳି ନୂଆବଜାରର ଶ୍ରୀ ଜଗନ୍ନାଥ କିର୍ତ୍ତନ ମଣ୍ଡଳୀ ପକ୍ଷରୁ ୩୦ତମ ବାର୍ଷିକ ଅଖଣ୍ଡ ନାମ ସଂକୀର୍ତ୍ତନ ପଦଯାତ୍ରା ସୋମବାର ଆରମ୍ଭ ହୋଇଛି। ପୂର୍ବାହ୍ନରେ ଏହି କିର୍ତ୍ତନ ମଣ୍ଡଳୀର ସଦସ୍ୟମାନେ ଆଳିର ଆରାଧ୍ୟ ଦେବତା ଶ୍ରୀଶ୍ରୀ ଲକ୍ଷ୍ମୀବରାହ ଜୀଉ ମନ୍ଦିରରେ ପୂଜାର୍ଚ୍ଚନା କରି ଶ୍ରିକ୍ଷେତ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। 

ଅଗ୍ନିଶମ ସେବା କର୍ମଚାରୀଙ୍କ ଧର୍ମଘଟ: ଘର ଜଳିଗଲା, ସହଯୋଗ କଲେନି କର୍ମଚାରୀ

ଅଗ୍ନିଶମ ସେବା କର୍ମଚାରୀଙ୍କ ଧର୍ମଘଟ: ଘର ଜଳିଗଲା, ସହଯୋଗ କଲେନି କର୍ମଚାରୀ

କୃଷ୍ଣପ୍ରସାଦ,୨୩ା୯(ଡି.ଏନ.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ୍‌ ମାଲୁଦ ଅଗ୍ନିସେବା କେନ୍ଦ୍ର କର୍ମଚାରୀମାନେ ସୋମବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଧର୍ମଘଟ ଆରମ୍ଭ କରିଛନ୍ତି। 

ଅଗ୍ନିଶମ କର୍ମଚାରୀଙ୍କ ଧାରଣା

ଯାଜପୁର ରୋଡ, ୨୪ା୯ (ନି.ପ୍ର.) -  ଯାଜପୁର ରୋଡ ଅଗ୍ନିଶମ କର୍ମଚାରୀଙ୍କର ଆନ୍ଦୋଳନ ସୋମବାରଠାରୁ ଆରମ୍ଭ ହୋଇଛି। ଅଗ୍ନିଶମ କର୍ମଚାରୀଙ୍କୁ ଓଡିଶା ପୋଲିସ୍‌ କର୍ମଚାରୀଙ୍କ ପରି ସମାନ ଦରମା ଓ ଭତ୍ତା ପ୍ରଦାନ, ଚୁକ୍ତି ଭିତ୍ତିକ କର୍ମଚାରୀଙ୍କୁ ନିୟମିତ ଦରମା,  ଅବସର କରିଥିବା କର୍ମଚାରିଙ୍କୁ ତୁରନ୍ତ ପେନସନ ଓ ଅବସର କାଳୀନ ପ୍ରାପ୍ୟ ପ୍ରଦାନ ଆଦି ୬ଦଫା ଦାବିରେ କର୍ମଚାରୀମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି। 

କୋରେଇ ବ୍ଲକରେ ଜିଲାପାଳଙ୍କ ଜନଶୁଣାଣି

ଯାଜପୁର ରୋଡ,୨୪ା୯ (ନି.ପ୍ର.)-  ସୋମବାର ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ କୋରେଇ ବ୍ଲକରେ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା ।

ପୂର୍ବ ଶତ୍ରୁତାରୁ ବୋମାମାଡ଼, ବାପପୁଅ ଆହତ

ଓଡ଼ଗାଁ,୨୪।୯(ସ୍ବ.ପ୍ର.)- ଓଡ଼ଗାଁରେ ପୂର୍ବ ଶତ୍ରୁତା ନେଇ ସୋମବାର ବୋମାମାଡ଼ ହୋଇଥିବା ବେଳେ ଏଥିରେ ସତ୍ୟନାରାୟଣ ସେନାପତି (୫୨) ଓ ପୁଅ ସୌମ୍ୟରଞ୍ଜନ ସେନାପତି (୨୨) ଆହତ ହୋଇଛନ୍ତି ା ଅପରାହ୍ନ ପ୍ରାୟ ୨ଟା୧୦ରେ ଥାନା ଓ ବନାଞ୍ଚଳ ଅଫିସ ନିକଟସ୍ଥ ସରକାରୀ ଏମଇ ସ୍କୁଲ ସାମନାରେ ବାପପୁଅଙ୍କ ଉପରକୁ ଜଣେ ଦୁର୍ବୃତ୍ତ ବୋମା ମାଡ କରିଥିଲେ। 

ପାଇଖାନା ବିଲ୍‌ ଦାବିରେ ବ୍ଲକ ଆଗରେ ଏସ୍‌ଏଚଜିର ଧାରଣା

ରଣପୁର,୨୪।୯ (ସ୍ବ.ପ୍ର.)- ପାଇଖାନା ବିଲ୍‌ ପ୍ରଦାନ ଦାବିରେ ସୋମବାର ରଣପୁର ବ୍ଲକର ୧୦ରୁ ଊର୍ଦ୍ଧ୍ୱ ସ୍ବୟଂସହାୟକ ଗୋଷ୍ଠୀ (ଏସ୍‌ଏଚଜି)ର ଶତାଧିକ ମହିଳାପୁରୁଷ ବ୍ଲକ ଅଫିସ ଆଗରେ ଧାରଣା ଦେଇଥିଲେ । 

ବିଦ୍ୟୁତ୍‌ ବିଭାଗ ଠିକା କର୍ମଚାରୀଙ୍କ ଧାରଣା

ବିଦ୍ୟୁତ୍‌ ବିଭାଗ ଠିକା କର୍ମଚାରୀଙ୍କ ଧାରଣା

ମାର୍ଶାଘାଇ,୨୪ା୯(ଡି.ଏନ.ଏ.)- ମାର୍ଶାଘାଇ ବିଦ୍ୟୁତ୍‌ ଡିଭିଜନ ଅଧୀନ ୬ଟି ଷ୍ଟ୍ରକ୍‌ଚରରେ ଠିକାରେ କାମ କରୁଥିବା ୪୨ଜଣ କର୍ମଚାରୀ ସୋମବାର ବିଭିନ୍ନ ଦାବି ନେଇ ଡିଭିଜନ ଅଫିସ ଆଗରେ ଧାରଣା ଦେଇଛନ୍ତି। 

ଦମକଳ କେନ୍ଦ୍ର କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଦମକଳ କେନ୍ଦ୍ର କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ମାର୍ଶାଘାଇ,୨୪ା୯(ଡି.ଏନ.ଏ.)- କେନ୍ଦ୍ରାପଡା ଜିଲା ମର୍ଶାଘାଇ ବ୍ଲକର ଦମକଳ କେନ୍ଦ୍ର କର୍ମଚାରୀମାନେ ବିଭିନ୍ନ ଦାବି ନେଇ ସୋମବାର କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। କର୍ମଚାରୀମାନେ କେନ୍ଦ୍ର ସମ୍ମୁଖରେ ଧାରଣା ଦେବା ସହ ଦାବି ସମ୍ପର୍କରେ ନାରାବାଜି ଦେଇଥିଲେ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

ବ୍ୟାସନଗର ପୌର ପରିଷଦ ବୈଠକ ବାତିଲ

ଯାଜପୁର ରୋଡ,୨୪।୯(ନି.ପ୍ର.)- କୋରମ ଅଭାବରୁ ବ୍ୟାସନଗର ପୌର ପରିଷଦ ବୈଠକ ସୋମବାର ବାତିଲ ହୋଇଯାଇଛି। ପୌରାଧ୍ୟକ୍ଷା ସବିତା ରାଉତଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ ହୋଇଥିଲେ ହେଁ ୨୬ଜଣଙ୍କ ମଧ୍ୟରୁ ମାତ୍ର ୬ଜଣ କାଉନସିଲର ଉପସ୍ଥିତ ଥିବାରୁ ବୈଠକ ବାତିଲ କରାଗଲା ବୋଲି ଘୋଷଣା କରାଯାଇଥିଲା। 

ରାସ୍ତା ମରାମତି ଦାବିରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କୁ ଦାବିପତ୍ର

ରାସ୍ତା ମରାମତି ଦାବିରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କୁ ଦାବିପତ୍ର

ଯାଜପୁର ରୋଡ,୨୪ା୯(ନି.ପ୍ର.)- ଯାଜପୁର ରୋଡ-ଡୁବୁରୀ ମୁଖ୍ୟ ରାସ୍ତାର ଚୋରଦା ଓ ଧବଳଗିରି ରାସ୍ତା ମରାମତି ଦାବିରେ ବ୍ୟାସନଗର ଯାଜପୁର ରୋଡ ସିଭିଲ ସୋସାଇଟି ପକ୍ଷରୁ ସୋମବାର କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।