ଉପକୂଳ ଓଡିଶା

ଅନ୍ଧାରରେ ରଖି ଭିତ୍ତିପ୍ରସ୍ତର ସ୍ଥାପନ

ଅନ୍ଧାରରେ ରଖି ଭିତ୍ତିପ୍ରସ୍ତର ସ୍ଥାପନ

ଯାଜପୁର ଅଫିସ/ସୁକିନ୍ଦା
(ଡି.ଏନ.ଏ.),୧୬।୧୨-

ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ବିଭାଗ ପକ୍ଷରୁ ରବିବାର ଯାଜପୁର ଜିଲା ହରିପୁରଠାରେ ଧାମରାରୁ ଅନୁଗୋଳ ପର୍ଯ୍ୟନ୍ତ ଗେଲ୍‌ର ୩୬ଇଞ୍ଚର ପ୍ରାକୃତିକ ଗ୍ୟାସ ମୁଖ୍ୟଲାଇନର ଭିତ୍ତିପ୍ରସ୍ତର ସ୍ଥାପନ ଓ କାର୍ଯ୍ୟର ଶୁଭାରମ୍ଭ ହେବ। ତେବେ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ ନେଇ ପୂର୍ବରୁ କୌଣସି ସୂଚନା ଲୋକଙ୍କ ପାଖରେ ନ ଥିବାରୁ ଯାଜପୁର ଜିଲାବାସୀଙ୍କ ମନରେ ଏକ ଅଜଣା ଭୟର ବାତାବରଣ ସୃଷ୍ଟି ହୋଇଛି। ଗ୍ୟାସ ପାଇପ ଫାଟି ଧନଜୀବନ ହାନୀ ଆଶଙ୍କାରେ ସେମାନେ ଏହି ପ୍ରକଳ୍ପକୁ ବିରୋଧ କରିବା ନିମନ୍ତେ ପ୍ରସ୍ତୁତ ହେଉଥିବା ଜଣାପଡିଛି। ଏହି ପ୍ରକଳ୍ପରେ କେବଳ ଧନୀ ଶ୍ରେଣୀର ଲୋକ ଲାଭବାନ ହେଉଥିବାବେଳେ ଗରିବ ଲୋକେ ଉପକୃତ ହେବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେତେ ଜଙ୍ଗଲ ଜମି ଓ ପ୍ରଜାଙ୍କ ଜମି କ୍ଷତିଗ୍ରସ୍ତ ହେବ। କେଉଁ କେଉଁ ରାସ୍ତା ଦେଇ ପାଇପ୍‌ଲାଇନ ବିଛା କାର୍ଯ୍ୟ କରାଯିବ। କ୍ଷତିଗ୍ରସ୍ତ ଜମିର କେତେ କ୍ଷତିପୂରଣ ମିଳିବ ସେନେଇ କୌଣସି ପୂର୍ବ ସୂଚନା କିମ୍ବା କିଛି ପଦକ୍ଷେପ ଗ୍ରହଣ ହୋଇ ନ ଥିବାରୁ ପ୍ରକଳ୍ପର କାର୍ଯ୍ୟକାରିତା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଯାଜପୁର ଜିଲା ସୁକିନ୍ଦା ନିର୍ବାଚନ ମଣ୍ଡଳିରେ ଭାଜପାରସ୍ଥିତିକୁ ସୁଧାରିବା ଲକ୍ଷ୍ୟରେ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ବୋଲି ଅଞ୍ଚଳବାସୀ ମତ ପ୍ରକାଶ କରିଛନ୍ତି। ପ୍ରାୟ ୨୦୭ କି.ମି. ଲମ୍ବର ଏହି ପାଇପ ଲାଇନ ବିଛା ହେଲେ ଜିଲାର ବ୍ୟାପକ ଜଙ୍ଗଲ ଧ୍ୱଂସ ହେବା ସହ ଗରିବ ଆଦିବାସୀ ଲୋକଙ୍କ ଚାଷଜମି ନଷ୍ଟ ହେବ। ଧମାରାରୁ ଭଦ୍ରକ, ଯାଜପୁର ଜିଲା ଦେଇ ବ୍ୟାସନଗର, ଦାନଗଦୀ ଓ ସୁକିନ୍ଦା ଦେଇ ଅନୁଗୋଳକୁ ପାଇପ ବିଛା ହେବ। ତେବେ ଏହି ରାସ୍ତାରେ ବ୍ୟାପକ ଜଙ୍ଗଲ ଧ୍ୱଂସ ହେବାର ସମ୍ଭାବନା ଥିବାରୁ ଜିଲା ପ୍ରଶାସନ କି ପଦକ୍ଷେପ ନେଉଛି ତାହା ତଦନ୍ତ ସାପେକ୍ଷ। ଏଯାଏ ଜଙ୍ଗଲ ଜମି ଅକ୍ତିଆର କରିବାକୁ କୌଣସି ଅନୁମତି ନିଆଯାଇ ନ ଥିବା ଜଣାପଡିଛି। ଅତି ବିପଦପୂର୍ଣ୍ଣ ଗ୍ୟାସ ଓ ପେଟ୍ରୋଲ ପାଇପ ଯୋଗେ ପରିବହନ ହେବାର ଯୋଜନା ଥିବାରୁ ଏହାର ସୁରକ୍ଷା ବ୍ୟବସ୍ଥା ନେଇ ମଧ୍ୟ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଆଧୁନିକ ଜ୍ଞାନ କୌଶଳରେ ସହଜରେ ପରିବହନ ହେଉଥିଲେ ହେଁ ଭଦ୍ରକ, ଯାଜପୁର ଓ ଅନୁଗୋଳ ଜିଲାର ପ୍ରାୟ ୫୦ହଜାରରୁ ଊର୍ଦ୍ଧ୍ୱ ଟ୍ରକ ଓ ଟ୍ୟାଙ୍କର ମାଲିକ ଏଥିଯୋଗୁ କ୍ଷତିଗ୍ରସ୍ତ ହେବେ। ଏଥିରେ କଳିଙ୍ଗନଗର ଓ ଅନ୍ୟାନ୍ୟ ପ୍ରକଳ୍ପରେ କ୍ଷତିଗ୍ରସ୍ତ ବିସ୍ଥାପିତ ପରିବାର ଟ୍ରକ୍‌ କରି ଜୀବନ ଜୀବିକା ନିର୍ବାହ କରୁଥିବା ଲୋକଙ୍କ ଏଥିରେ ଦାନା ବୁଡ଼ିବ। ଜଙ୍ଗଲ ଜମି, ନଦୀନାଳ, ରେଲୱେ ଲାଇନ, ଜାତୀୟ ରାଜପଥ ଓ ରାଜ୍ୟ ରାଜପଥର ସବିଶେଷ ରିପୋର୍ଟ ଏଯାଏ ପ୍ରସ୍ତୁତ ହୋଇପାରି ନାହିଁ। ଲୋକଙ୍କୁ ଅନ୍ଧାରରେ ରଖି ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳିରେ ଭାଜପା ପାଇପଲାଇନ ବିଛା ନାମରେ ଏକ ରାଜନୈତିକ ଖେଳ ଖେଳିବାକୁ ଉଦ୍ୟମ କରୁଛି। ତେବେ ଯାହାହେଉ ଏହି ପ୍ରକଳ୍ପ ସାଧାରଣ, ଗରିବ ଲୋକଙ୍କ ପାଇଁ ସହାୟକ ହେବ ନା ଧନୀ ଶ୍ରେଣୀ ଲୋକେ ଅଧିକ ଲାଭବାନ ହେବେ ତାହା ସମୟ ହିଁ କହିବ ବୋଲି ମତପ୍ରକାଶ ପାଇଛି। ଏଠାରେ ବିଜେଡି ଅପରାଜିତ ରହିଛି । ୨୦୧୭ ପଞ୍ଚାୟତ ନିର୍ବାଚନରେ ଭାଜପା ଯାଜପୁରରେ ୨୬.୮୭ ପ୍ରତିଶତ, ବିଞ୍ଝାରପୁରରେ ୩୫.୮୨ ପ୍ରତିଶତ, ବରୀରେ ୪୬.୫୪ ପ୍ରତିଶତ, ବଡଚଣାରେ ୨୩.୪୩ ପ୍ରତିଶତ, ଧର୍ମଶାଳାରେ ୩୦.୪୫ ପ୍ରତିଶତ, କୋରେଇରେ ୩୦.୪୯ ପ୍ରତିଶତ ଭୋଟ ହାତେଇଥିବାବେଳେ ସୁକିନ୍ଦାରେ ମାତ୍ର ୯.୮୩ ପ୍ରତିଶତ ଭୋଟ ପାଇଛି । ତେଣୁ ପାଇପଲାଇନ ବିଛାର ୨୦୭ କି.ମି. ମଧ୍ୟରେ କୌଣସି ସ୍ଥାନରେ ଶୁଭାରମ୍ଭ ନ କରି ସୁକିନ୍ଦା ନିର୍ବାଚନ ମଣ୍ଡଳିରେ ଆୟୋଜନ ହେଉଛି। ଭାଜପା ‘ମୋ ବୁଥ ସବୁଠୁ ମଜଭୁତ’ ଅଭିଯାନ ଯାଜପୁର ଜିଲାରେ ବିଫଳ ହେବାପରେ ବିଜେଡିର ବିକଳ୍ପ ଭାବେ ଉଭା ହେବାକୁ ଏଭଳି ଉଦ୍ୟମ କରାଯାଉଥିବା ସାଧାରଣରେ ଆଲୋଚନା ହେଉଛି। ଅନ୍ୟପକ୍ଷରେ ଉଦ୍‌ଘାଟନୀ ଉତ୍ସବରେ ବିଧାୟକ ଉପସ୍ଥିତ ରହିବା କାରଣରୁ ସେଠାରେ ବିଜେଡିର ସଂଖ୍ୟାଧିକ କର୍ମୀ ମଧ୍ୟ ରହିବେ। ସୁକିନ୍ଦାଠାରୁ ହରିପୁର ପର୍ଯ୍ୟନ୍ତ ରାସ୍ତାରେ ଭାଜପାର ପୋଷ୍ଟର ଏବଂ ବ୍ୟାନର ଲଗାଯାଇଥିବାବେଳେ ବିଜେଡି କର୍ମୀ ମଧ୍ୟ ବିଧାୟକଙ୍କ ପୋଷ୍ଟର ମାରିବାରେ ହେଳା କରୁ ନ ଥିବା ଦେଖିବାକୁ ମିଳୁଛି । ଏହାକୁ ନେଇ ଉଭୟ ଦଳ କର୍ମୀଙ୍କ ମଧ୍ୟରେ ଅନେକ ସ୍ଥାନରେ ଯୁକ୍ତିତର୍କ ହେଉଥିବା ମଧ୍ୟ ଦେଖିବାକୁ ମିଳୁଛି । ଭାଜପା କର୍ମୀମାନେ ୨ହଜାର ବାଇକ ରାଲିର ଆୟୋଜନ କରିଥିବା ଜଣାପଡିଛି। ଏହାକୁ ଟକ୍କର ଦେବାକୁ ବିଜେଡି କର୍ମୀ ମଧ୍ୟ ପ୍ରସ୍ତୁତ ରହିଛନ୍ତି । ତେଣୁ ପାରାଦୀପ ଗଣ୍ଡଗୋଳ ଭଳି ଏଠାରେ ମଧ୍ୟ ଅପ୍ରୀତିକର ଘଟଣାକୁ ଏଡାଇ ଦିଆଯାଇ ନପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ହରିପୁର ସରପଞ୍ଚ ଅଲେଖ ପ୍ରସାଦ ରାଉତ କହିଛନ୍ତି ଆମେ ଆଉ ଆମର ଭବିଷ୍ୟତ ପିଢିର ସୁରକ୍ଷା ପ୍ରତି ସାଲିସ କରିବୁ ନାହିଁ । କେହି ବି ଆମକୁ ଉକ୍ତ ଗ୍ୟାସ ପାଇପ ଲାଇନ ସମ୍ବନ୍ଧରେ ସଠିକ ଭାବରେ ତଥ୍ୟ ନ ଦେଇ ଏହାକୁ ଉଦ୍‌ଘାଟନ କରାଯାଉଛି। ଏହା ସୁରକ୍ଷିତ କି ନୁହେଁ, ଏହାର ରକ୍ଷଣା ବେକ୍ଷଣ କିଭଳି ଭାବରେ ହେବ ସେ ନେଇ ଅନ୍ଧାରରେ ରଖାଯାଇଛି । ପାଇପ୍‌ ବିଛାଯାଇଥିବା ସ୍ଥାନର ଚାଷ ଜମି ପ୍ରଭାବିତ ହେବାର ଆଶଙ୍କା ଅଧିକ ରହିଛି। ତେଣୁ ଆମେ ଭୟରେ କେବେବି ସେଠାରେ ଚାଷ କରିପାରିବୁ ନାହିଁ ଏବଂ ଏହାଦ୍ୱାରା ଆମ ଚାଷୀ ଭାଇଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପଡିବ ବୋଲି ସରପଞ୍ଚ ରାଉତ କହିଛନ୍ତି । ଅନ୍ୟପକ୍ଷେ ଏହି ପାଇପ ଲାଇନ ସୁରକ୍ଷିତ ଭାବରେ ୬ ଫୁଟ ତଳେ ଯିବ ବୋଲି ଗେଲ କମ୍ପାନୀ ତରଫରୁ କୁହାଯାଇଛି ।

All Right Reserved By

ଉପକୂଳ ଓଡିଶା

ବୀରବର ବେହେରା ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ, ୨ ସହଯୋଗୀ ଫେରାର

ବୀରବର ବେହେରା ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ, ୨ ସହଯୋଗୀ ଫେରାର

ବିରିଡି,୧୮।୭(ଡି.ଏନ.ଏ.): ବିରିଡି ଥାନା ଅଧୀନ କୁଳ କଇଜଙ୍ଗା ଗ୍ରାମର ବୀରବର ବେହେରା ହତ୍ୟାକାଣ୍ଡ ଘଟଣାରେ ହାଇକୋର୍ଟଙ୍କ ଦ୍ୱାରା ଦଣ୍ଡିତ ମୁଖ୍ୟ ଅଭିଯୁକ୍ତ ଶୁକଦେବ ବେହରାଙ୍କୁ ଜଗତ୍‌ସିଂହପୁର ଜିଲା ପୋଲିସ ମଙ୍ଗଳବାର ରାତିରେ ଗିରଫ କରିଛି। ତାଙ୍କର ୨ ସହଯୋଗୀ ସେହି ଗ୍ରାମର ବୁଲା ଓରଫ ନରେନ୍ଦ୍ର ଦାସ, ଏବଂ ହିପି ଓରଫ ଉମେଶ ବେହେରା ଫେରାର ହୋଇ ଯାଇଛନ୍ତି।

କଜଳପାତିଆ ଅଙ୍ଗନଓ୍ବାଡି କେନ୍ଦ୍ରରେ ଅଘଟଣ:  ରନ୍ଧା ଖାଦ୍ୟରୁ ବାହାରିଲା ମଲା ଅସରପା, ୩ ଶିଶୁ ଅସୁସ୍ଥ

କଜଳପାତିଆ ଅଙ୍ଗନଓ୍ବାଡି କେନ୍ଦ୍ରରେ ଅଘଟଣ: ରନ୍ଧା ଖାଦ୍ୟରୁ ବାହାରିଲା ମଲା ଅସରପା, ୩ ଶିଶୁ ଅସୁସ୍ଥ

ମହାକାଳପଡ଼ା, ୧୮।୭ (ଡି.ଏନ୍‌.ଏ.)- କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବତୀଘର ପଞ୍ଚାୟତରସ୍ଥିତ କଜଳପାତିଆ ଅଙ୍ଗନଓ୍ବାଡି କେନ୍ଦ୍ରରେ ଏକ ଅଘଟଣ ଘଟିଛି। ବୁଧବାର କେନ୍ଦ୍ରରେ ରୋଷେଇ ହୋଇଥିବା ଭାତ ଓ ଅଣ୍ଡା ତରକାରୀରେ ମଲା ଅସରପା ବାହାରି ଥିବା ଦେଖାଯାଇଛି। ତେବେ ଏହି ବିଷାକ୍ତ ଖାଦ୍ୟ ଖାଇ ଉକ୍ତ କେନ୍ଦ୍ରର ୩ ଶିଶୁ ଆହତ ହୋଇଛନ୍ତି।

ଚିନାବାଦାମ ବିକ୍ରିକୁ ନେଇ ଚାଷୀ ଅସନ୍ତୋଷ: ରାସ୍ତାରୋକୋ

କୃଷ୍ଣପ୍ରସାଦ, ୧୮।୭(ଡି.ଏନ୍‌.ଏ.): ଚିନାବାଦାମ ବିକ୍ରିକୁ ନେଇ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକର ଚାଷୀମାନେ ଚଢେୟା ଛକରେ ଚିନାବାଦାମ ରଖି ବୁଧବାର ରାସ୍ତାରୋକୋ କରିଛନ୍ତି। ଫଳରେ ପୁରୀ-କୃଷ୍ଣପ୍ରସାଦ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ସୁକିନ୍ଦା ମାଇନ୍ସ ଶ୍ରମିକଙ୍କ ଛଟେଇ ଆଦେଶ ଖାରଜ

ସୁକିନ୍ଦା ମାଇନ୍ସ ଶ୍ରମିକଙ୍କ ଛଟେଇ ଆଦେଶ ଖାରଜ

ଯାଜପୁର ରୋଡ୍‌, ୧୮।୭- ସୁକିନ୍ଦା ଅଞ୍ଚଳର ସାରୁଆବିଲ କ୍ରୋମାଇଟ୍‌ ଖଣିରେ କାମ କରୁଥିବା ଶ୍ରମିକମାନଙ୍କୁ କମ୍ପାନୀ କର୍ତ୍ତୃପକ୍ଷ ଅନ୍ୟାୟ ଭାବେ ଛଟେଇ କରିବା ପ୍ରତିବାଦରେ ଶ୍ରମିକମାନେ କରିଥିବା କେସ୍‌ର ରାୟ ଜୁଲାଇ ୧୭ ତାରିଖରେ ପ୍ରକାଶ ପାଇଛି। କେନ୍ଦ୍ରୀୟ ଶିଳ୍ପ ଟ୍ରିବ୍ୟୁନାଲ ଏହାର ବିଚାର କରି ରାୟ ଶୁଣାଇଛନ୍ତି। ଏଥିରେ ଦର୍ଶାଯାଇଛି ଯେ, ଶ୍ରମିକମାନଙ୍କୁ କମ୍ପାନୀ ଛଟେଇ କରିବା ସମ୍ପୂର୍ଣ୍ଣ ଭାବେ ବେଆଇନ। ଏଥିସହ ଛଟେଇ ସମୟରେ କମ୍ପାନୀ କର୍ତ୍ତୃପକ୍ଷ ଶ୍ରମିକମାନଙ୍କୁ ୧୯ ମାସ ୧୫ ଦିନର ଦରମା, ପିଏଫ୍‌, ଗ୍ରାଚ୍ୟୁଇଟି, ପେନ୍‌ସନ୍‌ ଆଦି ସୁବିଧା ଯୋଗାଇ ଦେବାକୁ କୋର୍ଟ ଆଦେଶ ଦେଇଛନ୍ତି।

ଏଟିଏମ୍‌ ଲୁଟ୍‌ ଘଟଣା, ଆଉ ୨ ଗିରଫ

ଏଟିଏମ୍‌ ଲୁଟ୍‌ ଘଟଣା, ଆଉ ୨ ଗିରଫ

ନିଶ୍ଚିନ୍ତକୋଇଲି, ୧୮।୭ (ସ୍ବ.ପ୍ର.)-ନିଶ୍ଚିନ୍ତକୋଇଲି ଥାନା ଅଧୀନ କଟିକଟା ବଜାରଠାରେ ଥିବା ଏକ ଏଟିଏମ୍‌ରୁ ଲୁଟ୍‌ ଉଦ୍ୟମ କରିଥିବା ଆଉ୨ଜଣଙ୍କୁ ମଙ୍ଗଳବାର ବିଳମ୍ବିତ ରାତିରେ ପୋଲିସ ଗିରଫ କରିଛି। ଏଥିସହ ପୋଲିସ ସେମାନଙ୍କର ୨ ବାଇକ୍‌ (ନଂ.- ଓଡି-୨୯-ଇ-୫୭୧୪ ଓ ଓଡି-୦୫-ଏଏଫ୍‌-୯୬୯୯)କୁ ମଧ୍ୟ ଜବତ କରିଛି। ଏଥିସହ ଲୁଟ ବେଳେ ବ୍ୟବହୃତ ଗ୍ୟାସ କଟର, ଶାବଳ, ଓ କିଛି ଯନ୍ତ୍ରାଂଶ ପୋଲିସ ହାତରେ ଲାଗିଛି।

ଏଲ୍‌ଇଡି ଆଲୋକୀକରଣ ଶୁଭାରମ୍ଭ

ଏଲ୍‌ଇଡି ଆଲୋକୀକରଣ ଶୁଭାରମ୍ଭ

ଜଗତସିଂହପୁର ଅଫିସ, ୧୮।୭-ଜଗତ୍‌ସିଂହପୁର ପୌର ପରିଷଦରେ ଏଲ୍‌ଇଡି ଆଲୋକୀକରଣ ବୁଧବାର ଶୁଭାରମ୍ଭ ହୋଇଛି। ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ ଏହାର ଉଦ୍‌ଘାଟନ କରିଛନ୍ତି।

ଖଡିଅଣ୍ଟା ହାଇସ୍କୁଲରେ ବନ ମହୋତ୍ସବ

ଖଡିଅଣ୍ଟା ହାଇସ୍କୁଲରେ ବନ ମହୋତ୍ସବ

ରାଜନଗର, ୧୮।୭(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ୬୯ତମ ବନ ମହୋତ୍ସବ ବୁଧବାର ରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକର ଖଡିଅଣ୍ଟା ଜି.ପି. ହାଇସ୍କୁଲ ପରିସରରେ ପାଳିତ ହୋଇଯାଇଛି।

ଶ୍ରମିକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ଧାରଣା

ଶ୍ରମିକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ଧାରଣା

ଯାଜପୁର ଅଫିସ, ୧୮।୭: ଯାଜପୁରରୋଡ ମାଲଗୋଦାମରେ ଟ୍ରକ ଚାପାରେ ମଙ୍ଗଳବାର ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ପରିବାରକୁ କ୍ଷତି ପୂରଣ ତଥା ଅନ୍ୟାନ୍ୟ ଦାବିରେ ଯାଜପୁର-କେନ୍ଦୁଝର ରୋଡ ରେଳ ଷ୍ଟେଶନକୁ ଲାଗିଥିବା ମାଲଗୋଦାମ ସମ୍ମୁଖରେ ଶ୍ରମିକମାନେ ବୁଧବାର ସକାଳେ ଧାରଣା ଦେଇଛନ୍ତି।

ଅଙ୍ଗନୱାଡ଼ି କର୍ମୀଙ୍କ ଜିଲାପାଳଙ୍କୁ ଦାବିପତ୍ର

ଅଙ୍ଗନୱାଡ଼ି କର୍ମୀଙ୍କ ଜିଲାପାଳଙ୍କୁ ଦାବିପତ୍ର

ନୟାଗଡ଼ ଅଫିସ,୧୮ା୭- ଜିଲାର ଅଙ୍ଗନୱାଡ଼ି କର୍ମୀମାନେ ସୋମବାର ଜିଲାପାଳଙ୍କୁ ବିଭିନ୍ନ ସମସ୍ୟା ନେଇ ଦାବିପତ୍ର ପ୍ରଦାନ କରିଛନ୍ତି। ଅଙ୍ଗନୱାଡ଼ିରେ ଏସ୍‌ଏନପି ଓ ଟିଏଚ୍‌ଆର ଖାଦ୍ୟ ବିବରଣୀରେ ପରିବର୍ତ୍ତନ ସାଙ୍ଗକୁ ବଜାର ଦରବୃଦ୍ଧି ହେତୁ ଆବଶ୍ୟକୀୟ ସାମଗ୍ରୀର ମୂଲ୍ୟ ବୃଦ୍ଧି କରାଯିବା , ଅଙ୍ଗନୱାଡ଼ି କାର୍ଯ୍ୟ ବାହାରେ ଥିବା ୬ଟି କାର୍ଯ୍ୟକ୍ରମକୁୂ ବାଦ୍‌ ଦେବା ନିମନ୍ତେ ଦାବିପତ୍ର ପ୍ରଦାନ କରିଥିଲେ।

 ଜଳ ନିଷ୍କାସନକୁ କେନ୍ଦ୍ର କରି ଗୁଳିକାଣ୍ଡ: ତିନିଦିନ ହେଲାଣି ବଧିସାହି ଗ୍ରାମ ପୁରୁଷଶୂନ୍ୟ

ଜଳ ନିଷ୍କାସନକୁ କେନ୍ଦ୍ର କରି ଗୁଳିକାଣ୍ଡ: ତିନିଦିନ ହେଲାଣି ବଧିସାହି ଗ୍ରାମ ପୁରୁଷଶୂନ୍ୟ

ନୟାଗଡ଼ ଅଫିସ,୧୮ା୭-ନୟାଗଡ଼ ଜିଲା ଶରଣକୁଳ ଥାନା ଖିଲାରପାଟଣା ମଶାଣିଠାରେ ଶନିବାର ଜଳ ନିଷ୍କାସନକୁ କେନ୍ଦ୍ର କରି ହୋଇଥିବା ଗୁଳିକାଣ୍ଡରେ ମଙ୍ଗଳବାର ପୋଲିସ ୭ ଜଣକୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ବଧିସାହିର ପ୍ରଭାତ ପ୍ରଧାନ, ଉଲ୍ଲାସ ପାତ୍ର, ଭଦ୍ର ଓରଫ ବଳଭଦ୍ର ସାହୁ, ପ୍ରମୋଦ ସାହୁ, ବୃନ୍ଦାବନ ପ୍ରଧାନ, ଅକ୍ରୂର ସ୍ବାଇଁ, ମଦନ ମହାପାତ୍ର । ସେହିଭଳି ଏଥିରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଶରଣକୁଳ ଏସ୍‌ଡିପିଓ ନାରାୟଣ ବାରିକ ପ୍ରକାଶ କରିଛନ୍ତି।

ଶରଣକୁଳରୁ ୧୭  ନାଗସାପ ଛୁଆ  ଉଦ୍ଧାର

ଶରଣକୁଳରୁ ୧୭ ନାଗସାପ ଛୁଆ ଉଦ୍ଧାର

ନୟାଗଡ଼ ଅଫିସ,୧୮ା୭- ନୟାଗଡ଼ ଜିଲା ଶରଣକୁଳ ଭଞ୍ଜସାହିରେ ଥିବା ଏକ କୂଅରୁ ମଙ୍ଗଳବାର ୧୭ଟି ନାଗସାପ ଛୁଆ ଉଦ୍ଧାର କରାଯାଇଛି। ତେବେ ମା’ ସାପ ଉଦ୍ଧାର ହୋଇପାରି ନ ଥିବାରୁ ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଛି।

 ଯୁବ ବୈଜ୍ଞାନିକଙ୍କ ଭିନ୍ନ ପରିକଳ୍ପନା ଗାଁ ହାଟ

ଯୁବ ବୈଜ୍ଞାନିକଙ୍କ ଭିନ୍ନ ପରିକଳ୍ପନା ଗାଁ ହାଟ

ନୟାଗଡ଼ ଅଫିସ,୧୮ା୭(ରଞ୍ଜନ କୁମାର ପ୍ରଧାନ)-ରୋଜଗାର ଲକ୍ଷ୍ୟରେ ପ୍ରତିଦିନ ଗ୍ରାମରୁ ଲୋକମାନେ ସହରାଭିିମୁଖୀ ହେଉଛନ୍ତି। ଏହାଦ୍ୱାରା ସହରରେ ଲୋକଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି। ଏହାସହିତ ତାଳଦେଇ ସହରରେ ଦେଖାଦେଉଛି ବିଭିନ୍ନ ସମସ୍ୟା। ସେହିଭଳି ଗ୍ରାମରେ ଲୋକ ଅଭାବରୁ ଜମିଗୁଡ଼ିକ ପଡ଼ିଆ ହୋଇ ପଡ଼ି ରହୁଛି।

Model This Week

ରୂପେଶ