ଉପକୂଳ ଓଡିଶା

କ୍ଷତି ସହୁଛି ଚାଷୀ, ଲାଭରେ ବ୍ୟବସାୟୀ

କ୍ଷତି ସହୁଛି ଚାଷୀ, ଲାଭରେ ବ୍ୟବସାୟୀ
କାଳିଆପାଣି,୧୬।୧୨(ଡିଏନଏ)- ସରକାରୀ କଟକଣା, ଧାନମଣ୍ଡିର ଅଭାବ ଆଦି ସମସ୍ୟା ଯୋଗୁ କ୍ରୋମ ଖଣି ଅଞ୍ଚଳରେ ଏବେ ଧାନର ଅଭାବୀ ବିକ୍ରି ଦେଖାଦେଇଛି। ବିଭିନ୍ନ ରୋଗ, ଲଗାତର ଲଘୁଚାପ ବର୍ଷା ଧାନର ବ୍ୟାପକ କ୍ଷତି କରିଥିବା ବେଳେ ଚାଷୀଙ୍କ ନିକଟରେ ସରକାରୀ ଯୋଜନା ପହଞ୍ଚତ୍ ପାରୁ ନ ଥିବା ଅଭିଯୋଗ ହୋଇଛି। କାର୍ଯ୍ୟରତ ଅଧିକାରୀଙ୍କ ଅସହଯୋଗ ମନୋଭାବ ଯୋଗୁ ଚାଷୀ ଧାନର ବିକ୍ରି ମୂଲ୍ୟ ବିଷୟରେ ଠିକ୍‌ ତଥ୍ୟ ପାଇପାରୁନାହିଁ। ଫଳରେ ଶାଗମାଛ ମୂଲ୍ୟରେ ଧାନ ବିକ୍ରି କରିଦେଉଥିବା ଦେଖିବାକୁ ମିଳିଛି। ଏହାର ଲାଭ ବିଭାଗୀୟ ଅଧିକାରୀ ଓ ମୁନାଫାଖୋର ବ୍ୟବସାୟୀମାନେ ଉଠାଇ ଚାଲିଛନ୍ତି। ସରକାରଙ୍କ ନୂତନ ନିୟମ ବିଷୟରେ ଚାଷୀ ସମ୍ପୂର୍ଣ୍ଣ ଅଜ୍ଞ ଥିବାରୁ ବହୁ ଚାଷୀ ମଣ୍ଡିରେ ଧାନ ବିକ୍ରୟ ପାଇଁ ଇ-ରେଜିଷ୍ଟ୍ରେଶନ କରିପାରି ନାହାନ୍ତି। ଫଳରେ ଧାଯର୍‌ୟ ଦରଠାରୁ ଖୁବ୍‌ କମ୍‌ ମୂଲ୍ୟରେ ଧାନ ବିକ୍ରି କରୁଥିବା ବହୁ ଚାଷୀ ପ୍ରକାଶ କରିଛନ୍ତି। ସରକାରୀ ନିୟମ ମୁତାବକ, ଧାନ କିସମ ଅନୁଯାୟୀ ସରୁଧାନ କ୍ୱିଣ୍ଟାଲ ପିଛା ୧୪୮୦ଟଙ୍କା ଓ ମୋଟା ଧାନ ୧୪୧୦ଟଙ୍କାରେ ବିକ୍ରି କରାଯିବାକୁ ସ୍ଥିର କରାଯାଇଛି। ମାତ୍ର ଚାଷୀମାନେ ସରୁ ଧାନ ୧୧୦୦ଟଙ୍କା ଓ ମୋଟା ଧାନ ୧୦୦୦ ଟଙ୍କାରେ ବିକ୍ରି କରୁଛନ୍ତି। ସମବାୟ ମଣ୍ଡିରେ ଇ-ରେଜିଷ୍ଟ୍ରେଶନ କରିଥିବା ଚାଷୀ ହିଁ ଧାନ ମଣ୍ଡିରେ ଧାନ ବିକ୍ରି କରିପାରିବେ। ତେବେ ସୁକିନ୍ଦା ବ୍ଲକ ଖଣି ଅଞ୍ଚଳରେ ହଜାରରୁ ଊର୍ଦ୍ଧ୍ୱ ଚାଷୀ ଥିବାବେଳେ କାଙ୍କଡ଼ପାଳ ସମବାୟ ସମିତି ଅଧୀନରେ ଚଳିତବର୍ଷ ୧୪୩ଜଣ ଚାଷୀଙ୍କଠାରୁ ୪୮୦୦କୁଇଣ୍ଟାଲ ଧାନ ସଂଗ୍ରହ କରାଯିବାକୁ ଧାଯର୍‌ୟ ହୋଇଛି। ଗତବର୍ଷ ବହୁ ଚାଷୀ ଧାନ ବିକ୍ରି କରି ନ ପାରି କମ୍‌ ମୂଲ୍ୟରେ ବ୍ୟବସାୟୀଙ୍କୁ ବିକ୍ରି କରିବାକୁ ବାଧ୍ୟ ହୋଇଥିଲେ। ଅନେକ ଚାଷୀ ସମବାୟ ସମିତିର ସଭ୍ୟ ହୋଇ ନ ଥିବାରୁ ରେଜିଷ୍ଟ୍ରେଶନ କରିବାରୁ ବଞ୍ଚିତ ହୋଇଛନ୍ତି। କାଙ୍କଡ଼ପାଳରେ ଖୋଲିଥିବା ଧାନମଣ୍ଡି ଗରିବ ଓ ଭାଗଚାଷୀଙ୍କ କାମରେ ଆସୁନାହିଁ। ଫଳରେ ଏହାର ସୁଫଳ ଚାଷୀ ନ ପାଇ ବ୍ୟବସାୟୀମାନେ ଉଠାଉଛନ୍ତି। ରାଁସୋଳ ପଞ୍ଚାୟତର କପିଳ ମହାନ୍ତ, ଡମ୍ବରୁଧର ମହାନ୍ତ, ଲକ୍ଷ୍ମଣ ମହାନ୍ତ, କଲରଙ୍ଗି ଗ୍ରାମର ବାସୁଦେବ ମହାନ୍ତ, ରଥିଆ ମହାନ୍ତ, ଭୀମଟାଙ୍ଗର ଗ୍ରାମର ମନୋଜ ମହାନ୍ତ, ଚିଙ୍ଗୁଡ଼ିପାଳ ଗ୍ରାମର ଧନେଶ୍ୱର ମହାନ୍ତ, ବେଣାଗାଡ଼ିଆ ଗ୍ରାମର ବାସୁଦେବ ଦେହୁରୀ, କାଙ୍କଡ଼ପାଳ ପଞ୍ଚାୟତର ଲକ୍ଷ୍ମୀଧର ମହାନ୍ତ ପ୍ରମୁଖ ଚାଷୀ ଅଭାବୀ ବିକ୍ରିର ଶିକାର ହୋଇଥିବା ଜଣାପଡ଼ିଛି। ଏ ସମ୍ବନ୍ଧରେ କାଙ୍କଡ଼ପାଳ ସମବାୟ ସମିତି ସେକ୍ରେଟାରି ଗୋଲେଖ ବାରିକଙ୍କୁ ପଚାରିବାରୁ, ସବୁ ଚାଷୀଙ୍କଠାରୁ ଧାନ କିଣିବା ପାଇଁ ଚେଷ୍ଟା କରାଯାଉଛି। ମାତ୍ର ତାହା ସମ୍ଭବ ହୋଇପାରୁ ନାହିଁ ବୋଲି କହିଛନ୍ତି।
All Right Reserved By

ଉପକୂଳ ଓଡିଶା

୪ ଶହୀଦ ପରିବାର ସମ୍ବର୍ଦ୍ଧିତ

୪ ଶହୀଦ ପରିବାର ସମ୍ବର୍ଦ୍ଧିତ

କୋରେଇ,୨୨ା୧୦(ସ୍ବ.ପ୍ର.)- ପାଣିକୋଇଲିସ୍ଥିତ ଯାଜପୁର ଜିଲା ପୋଲିସ ରିଜର୍ଭ ପଡିଆରେ ରବିବାର ୫୯ତମ ଶହୀଦ ଦିବସ ପାଳିତ ହୋଇଯାଇଛି ା ଯାଜପୁର ଏସ୍‌ପି ଚରଣ ସିଂହ ମୀନା କାର୍ଯ୍ୟକ୍ରମକୁ ଆରମ୍ଭ କରି ପ୍ୟାରେଡ ଅଭିବାଦନ ଗ୍ରହଣ କରିଥିଲେ  ଦେଶର ମୋଟ ୪୧୪ଜଣ ଶହୀଦଙ୍କ ନାମ ପଠନ ସହ ସେମାନଙ୍କ ପରିବାର ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । 

୫୯ତମ ଶହୀଦ ଦିବସ ପାଳିତ

୫୯ତମ ଶହୀଦ ଦିବସ ପାଳିତ

ବିରଜାକ୍ଷେତ୍ର,୨୨ା୧୦(ଡି.ଏନ୍‌.ଏ.)- ଦଶରଥପୁର ବ୍ଲକ ଅକରପଡ଼ା  ପଞ୍ଚାୟତ ଅନ୍ତର୍ଗତ ଭେଲଙ୍ଗସ୍ଥିତ ରାଧାକୃଷ୍ଣ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ରବିବାର ଯାଜପୁର ଥାନା ପୋଲିସ ପକ୍ଷରୁ ୫୯ତମ ଶହୀଦ ଦିବସ ପାଳିତ ହୋଇଯାଇଛି। ଯାଜପୁର ଟାଉନ୍‌ ପୋଲିସ ଓ ଶହୀଦ ସତ୍ୟାନନ୍ଦ ସ୍ମୃତି କମିଟି ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ଯାଜପୁର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାଜକିଶୋର ଦୋରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶହୀଦ ସତ୍ୟାନନ୍ଦ ସ୍ମୃତି ପୀଠରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। 

ହରିଦାସପୁର ରେଳ ଷ୍ଟେଶନରେ ଏକ୍ସପ୍ରେସ୍‌ ରହଣି ଦାବି

ହରିଦାସପୁର ରେଳ ଷ୍ଟେଶନରେ ଏକ୍ସପ୍ରେସ୍‌ ରହଣି ଦାବି

ଚଣ୍ଡିଖୋଲ,୨୨ା୧୦(ଡି.ଏନ.ଏ.)- ପୂର୍ବତଟ ରେଲବାଇର ଖୋର୍ଦ୍ଧାରୋଡ଼ ଡିଭିଜନ ଅନ୍ତର୍ଗତ ଯାଜପୁର ଜିଲାର ହରିଦାସପୁର ରେଳ ଷ୍ଟେଶନ ଏକ ପ୍ରମୁଖ ଷ୍ଟେଶନ । ଏଠାରୁ ବନ୍ଦର ନଗରୀ ପାରାଦୀପକୁ ରେଳପଥ ସଂଯୋଗ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏଥିସହ ପ୍ରସିଦ୍ଧ ବୌଦ୍ଧ ପୀଠ ଉଦୟଗିରି, ଲଲିତଗିରି ଓ ରତ୍ନଗିରିକୁ ଏହି ରେଳପଥ ସଂଯୋଗ କରିବା ସହ ବିଶ୍ୱ ଐତିହ୍ୟରେ ସ୍ଥାନ ପାଇବାକୁ ଥିବା ଭିତର କନିକାକୁ ମଧ୍ୟ ସଂଯୋଗ କରିବ। 

ମା’ ଦୁର୍ଗାଙ୍କ ଭସାଣି ଉତ୍ସବ

ମା’ ଦୁର୍ଗାଙ୍କ ଭସାଣି ଉତ୍ସବ

ଚଣ୍ଡିଖୋଲ,୨୧ା୧୦(ଡି.ଏନ.ଏ)- ଚଣ୍ଡିଖୋଲସ୍ଥିତ ସାର୍ବଜନୀନ ଦୁର୍ଗାପୂଜା କମିଟି ଆନୁକୂଲ୍ୟରେ ଶନିବାର ମା’ ଦୁର୍ଗାଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଥିଲା। ବାଜା, ବାଣ ରୋଶଣୀରେ ମା’ଙ୍କ ମୃଣ୍ମୟୀ ପ୍ରତିମାକୁ ଚଣ୍ଡିଖୋଲ ବଜାର ପରିକ୍ରମା କରିବା ପରେ ଖୋସାଲିପୁରସ୍ଥିତ ହାଇଲେବୁଲ କେନାଲରେ ବିସର୍ଜନ କରାଯାଇଥିଲା। 

‘ଓଡ଼ିଆ ପାଲା ସାହିତ୍ୟକୁ ରୁଦ୍ଧିମନ୍ତ କରିଛନ୍ତି କୃଷ୍ଣପ୍ରସାଦ’

‘ଓଡ଼ିଆ ପାଲା ସାହିତ୍ୟକୁ ରୁଦ୍ଧିମନ୍ତ କରିଛନ୍ତି କୃଷ୍ଣପ୍ରସାଦ’

ବିରଜାକ୍ଷେତ୍ର,୨୨ା୧୦(ଡି.ଏନ୍‌.ଏ.)- ଗୌତମବୁଦ୍ଧ ସଂସ୍କୃତି ଭବନଠାରେ ଯାଜପୁରର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଅନନ୍ୟା ସାହିତ୍ୟ ସଂସଦ ତରଫରୁ ରବିବାର କବିମଞ୍ଜୁଳ କୃଷ୍ଣପ୍ରସାଦ ବସୁଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ ସଭାପତି ସନ୍ତୋଷ କୁମାର ନନ୍ଦ ଅଧ୍ୟକ୍ଷତା କରିଥିଲେ । କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଶିକ୍ଷକ ସୂର୍ଯ୍ୟମଣି ଖୁଣ୍ଟିଆ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ।

ରାବଣପୋଡ଼ି,ଆତସବାଜି ପ୍ରତିଯୋଗିତା

ରାବଣପୋଡ଼ି,ଆତସବାଜି ପ୍ରତିଯୋଗିତା

କୋରେଇ,୨୨ା୧୦(ସ୍ବ.ପ୍ର.)- ଶାରଦୀୟ ଦୁର୍ଗାପୂଜା ଅବସରରେ କୋରେଇ ବ୍ଲକର ଶଙ୍ଖଚିଲାଠାରେ ୫୨ତମ ଦୁର୍ଗାପୂଜା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ କମିଟି ପକ୍ଷରୁ ଶନିବାର ୨୭ତମ ରାବଣ ପୋଡ଼ି ଓ ଆତସବାଜି ପ୍ରତିଯୋଗିତା ହୋଇଥିଲା । ଦୁର୍ଗା ମଣ୍ଡପରେ ନିର୍ମିତ ୟ ହନୁମାନ, ରାମ ଓ ଲକ୍ଷ୍ମଣଙ୍କ  ପ୍ରତିମୂର୍ତ୍ତିକୁ ଶୋଭାଯାତ୍ରାରେ ନିଆଯାଇ ସଭାସ୍ଥଳରେ ରଖାଯାଇଥିଲା ।

ଦୁଇ ସନ୍ତାନଙ୍କୁ ବିଷ ପିଆଇ ନିଜେ ପିଇଲେ ଝିଅପୁଅ ମୃତ, ମା’ ଗୁରୁତର

ଦୁଇ ସନ୍ତାନଙ୍କୁ ବିଷ ପିଆଇ ନିଜେ ପିଇଲେ ଝିଅପୁଅ ମୃତ, ମା’ ଗୁରୁତର

ନୟାଗଡ଼ ଅଫିସ,୨୨ା୧୦-  ନୟାଗଡ ଜିଲା ଖଣ୍ଡପଡା ଥାନା ଶିଖରପୁର ପଞ୍ଚାୟତ ଲକ୍ଷ୍ମୀପ୍ରସାଦ ଗ୍ରାମରେ ରବିବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଦୁଇ ସନ୍ତାନଙ୍କୁ ବିଷ ପିଆଇ ମା’ ନିଜେ ପିଇଥିଲେ। ଏଥିରେ ଝିଅପୁଅଙ୍କ ମୃତ୍ୟୁ ଘଟିଥିବାବେଳେ ମା’ ଗୁରୁତର ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। 

ଗଛରେ ପିଟିହେଲା ଆମ୍ବୁଲାନ୍ସ, ଜଣେ ଗୁରୁତର

ଗଛରେ ପିଟିହେଲା ଆମ୍ବୁଲାନ୍ସ, ଜଣେ ଗୁରୁତର

ନୂଆଗାଁ,୨୨ା୧୦ (ଡି.ଏନ.ଏ.)- ନୟାଗଡ଼ ଜିଲା ନୂଆଗାଁ ବ୍ଲକ ମାଈଛେଳି ପଞ୍ଚାୟତ ସଂପଡା ରାଇଖମଣ ବାଙ୍କ ନିକଟରେ ରବିବାର ମୃତଦେହ ନେଇ ଯାଉଥିବା ଏକ ଆମ୍ବୁଲାନ୍ସ ରାସ୍ତାପାର୍ଶ୍ୱ ଗଛରେ ପିଟିହୋଇଯିବାରୁ ଜଣେ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

୫୯ତମ ପୋଲିସ ଶହୀଦ ସ୍ମୃତି ଦିବସ

୫୯ତମ ପୋଲିସ ଶହୀଦ ସ୍ମୃତି ଦିବସ

ନୟାଗଡ଼ ଅଫିସ,୨୨ା୧୦- ନୟାଗଡ଼ ଜିଲା ପୋଲିସ ପକ୍ଷରୁ ରବିବାର ସ୍ଥାନୀୟ  ପିଟିଏସ୍‌ (ପୋଲିସ ଟ୍ରେନିଂ ସ୍କୁଲ) ପଡ଼ିଆଠାରେ  ୫୯ତମ ପୋଲିସ ଶହୀଦ ସ୍ମୃତି ଦିବସ ପାଳିିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ପରେଡ଼ରେ ଏସ୍‌ପି ଶଶିଭୂଷଣ ଶତପଥୀ ଓ ଅନ୍ୟ ପୋଲିସ ପଦାଧିକାରୀ ଯୋଗଦେଇ ଶହୀଦଙ୍କୁ ସମ୍ମାନ ପ୍ରଦର୍ଶନ କରିଥିଲେ।

ଆରପାରିରେ ପୂର୍ବତନ ବିଧାୟକ ବଂଶୀଧର ସାହୁ

ଆରପାରିରେ ପୂର୍ବତନ ବିଧାୟକ ବଂଶୀଧର ସାହୁ

ନୟାଗଡ଼ ଅଫିସ,୨୨ା୧୦- ନୟାଗଡ଼ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ତଥା ସୁସାହିତ୍ୟକ ବଂଶୀଧର ସାହୁଙ୍କ ରବିବାର ପରଲୋକ ଘଟିଛି। ୧୦ଦିନ ହେଲା ସେ ରୋଗରେ ପୀଡ଼ିତ ହୋଇ କଟକର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବାବେଳେ ସକାଳ ୬ଟା ୪୫ ମିନିଟ ସମୟରେ ଆରପାରିକୁ ଚାଲିଯାଇଛନ୍ତି। ମୃତ୍ୟୁବେଳଙ୍କୁ ତାଙ୍କୁ ୭୬ବର୍ଷ ବୟସ ହୋଇଥିଲା। 

ବନମାଳୀପୁର ଟି ୨୦: ସାରୁଅ ଚାମ୍ପିୟନ

ବନମାଳୀପୁର ଟି ୨୦: ସାରୁଅ ଚାମ୍ପିୟନ

ଭାପୁର,୨୨ା୧୦(ଡି.ଏନ୍‌.ଏ.)- ଖଣ୍ଡପଡ଼ା ବ୍ଲକ ବନମାଳୀପୁର ଆଞ୍ଚଳିକ ସ୍ପୋର୍ଟସ ଆସୋସିଏଶନ ଆନୁକୂଲ୍ୟରେ ଚାଲିଥିବା ୩୧ତମ ଟି ୨୦ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ ଖେଳରେ କଣ୍ଟିଲୋର ବରୁଣେଇ କ୍ରିକେଟ୍‌ କ୍ଲବକୁ ୩୩ ରନରେ ହରାଇ ଖୋର୍ଦ୍ଧା ସାରୁଅର ଇଲେଭେନ ଷ୍ଟାର ସ୍ପୋର୍ଟସ କ୍ଲବ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି।

ପାରାଦେହରେ ସ୍ବସ୍ଥାନକୁ ଫେରିଲେ ମା’ ଖିଲାମୁଣ୍ଡା

ପାରାଦେହରେ ସ୍ବସ୍ଥାନକୁ ଫେରିଲେ ମା’ ଖିଲାମୁଣ୍ଡା

ରଣପୁର,୨୨ା୧୦-(ସ୍ବ.ପ୍ର)-ନୟାଗଡ଼ ଜିଲା ରଣପୁର ମାଳ ଜଙ୍ଗଲ ଭିତରେ ସ୍ଥାନୀୟ ଆରାଧ୍ୟା ଦେବୀ ମା’ ଖିଲାମୁଣ୍ଡା ଅବସ୍ଥାନ କରନ୍ତି। ତେବେ ରଣପୁର ରାଜାଙ୍କ ନିମନ୍ତ୍ରଣରେ ଦ୍ୱିତୀୟା ଓଷାଠାରୁ ଷୋଳପୂଜା ପାଇଁ ରଣପୁର ରାଜନଅରରେ ପହଞ୍ଚତ୍ ପୂଜା ପାଉଥିଲେ ମା’। ରାଆଁରାଳ ଘଞ୍ଚ ଜଙ୍ଗଲ ମଧ୍ୟରୁ ଏକ କାଠି ସାହାଯ୍ୟରେ ମା’ ଏଠାକୁ ଆସିଥାନ୍ତି । ଭକ୍ତମାନେ ଦଶହରା ପଡିଆରେ ୭ ଥର ତୋପ ସଲାମି କରି ମା’ଙ୍କୁ ଦଶହରାରେ ବିଦାୟ ଦେଇଥାନ୍ତିି ଏବଂ ମା’ ଖିଲାମୁଣ୍ଡା ଏକ ପାରା ଦେହରେ ସ୍ବସ୍ଥାନକୁ  ଫେରିଯାନ୍ତି।