ଉପକୂଳ ଓଡିଶା

ଅର୍ଦ୍ଧନିର୍ମିତ ପୋଲ ପାଲଟିଛି ମରଣଯନ୍ତା

ଅର୍ଦ୍ଧନିର୍ମିତ ପୋଲ ପାଲଟିଛି ମରଣଯନ୍ତା

ଡେରାବିଶ, ୧୬।୧୨(ସ୍ବ.ପ୍ର.)

କଟକ-ଚାନ୍ଦବାଲି ରାସ୍ତାର ପ୍ରଶସ୍ତିକରଣ ସମୟରେ କେନ୍ଦ୍ରାପଡା କେନାଲର ଶାଖା ୧୨ ନଂ ନାଳ ଅତିକ୍ରମ କରିଥିବା ସ୍ଥାନରେ ଅର୍ଦ୍ଧନିର୍ମିତ ପୋଲ ଯୋଗୁ ବାରମ୍ବାର ଛୋଟ ବଡ ଦୁର୍ଘଟଣା ଘଟୁଛି ।
ଗତ ତିନିମାସ ମଧ୍ୟରେ ଏହି ସ୍ଥାନରେ ୯ଟି ଗାଡି ଦୁର୍ଘଟଣାଗ୍ରସ୍ତ ହେଲାଣି । ଶୁକ୍ରବାର ରାତିରେ ଏକ ମାଲବୋଝେଇ ୧୨ ଚକିଆ ଟ୍ରକ କେନାଲ ଭିତରକୁ ଖସି ପଡିଥିବା ବେଳେ ଚାଳକ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି । ଏହା ପୂର୍ବରୁ ଗତ ସପ୍ତାହରେ ଏକ ମାଲବୋଝେଇ ଟ୍ରକ ଏହି ସ୍ଥାନରେ ନାଳ ଭିତରକୁ ଓଲଟି ପଡିଥିଲା। ନିର୍ମାଣଧୀନ ସଂପୃକ୍ତ ରାଜରାସ୍ତା କାର୍ଯ୍ୟ ନେଇଥିବା ଠିକା ସଂସ୍ଥାର ମନମାନୀ ଯୋଗୁ ଚାନ୍ଦୋଳଠାରେ ୧୨ ନଂ ଶାଖାନାଳ ଉପରେ ହେବାକୁ ଥିବା ପୋଲ ଦୀର୍ଘଦିନ ହେବ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡି ରହିଛି। ଫଳରେ ବ୍ୟସ୍ତବହୁଳ ଏହି ରାସ୍ତାର ଚାନ୍ଦୋଳଠାରେ ବାରମ୍ବାର ଦୁର୍ଘଟଣା ଘଟୁଛି ା ଦୁର୍ଘଟଣା ଘଟିବା ଓ ଠିକା ସଂସ୍ଥାର ନିମ୍ନମାନର କାର୍ଯ୍ୟ ସମ୍ପର୍କରେ ଜିଲାପାଳଙ୍କୁ ଅଞ୍ଚଳବାସୀ ଓ ବଜାର କମିଟି ପକ୍ଷରୁ ଅଭିଯୋଗ କରାଯାଇଛି। ମାତ୍ର ଏ ଦିଗରେ ପ୍ରଶାସନ ଓ ବିଭାଗୀୟ କର୍ତ୍ତୃପକ୍ଷ ପଦକ୍ଷେପ ନେବାରେ ବିଳମ୍ବ କରୁଥିବା ଚାନ୍ଦୋଳ ବଜାର କମିଟି ସଭାପତି ନିଶାମଣି ବେହେରା ଓ ସଂପାଦକ ରତ୍ନାକର ନାୟକ କହିଛନ୍ତି। ବଜାର ଭିତରେ ଥିବା ପୋଲ ନିର୍ମାଣରେ ବିଳମ୍ବ ହେଲେ ଅଞ୍ଚଳବାସୀ ଓ ବଜାର କମିଟି ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରାଯିବ ବୋଲି ସଭାପତି ନିଶାମଣି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, କଟକ-ଚାନ୍ଦବାଲି ରାସ୍ତାର ଦୁହୁରିଆଠାରୁ କଟକ ଯାଏ ଠିକାସଂସ୍ଥା ବାରହା କନ୍‌ଷ୍ଟ୍ରକସନ କମ୍ପାନୀ ନିର୍ମାଣ କାର୍ଯ୍ୟ କରୁଛି। ମାତ୍ର କମ୍ପାନୀର ମନମାନୀ ଯୋଗୁ ଏହି ରାସ୍ତା କାର୍ଯ୍ୟ ଧିମାରେ ଚାଲିଥିବା ଓ ନିମ୍ନମାନର ହେଉଥିବା ଅଭିଯୋଗ ହୋଇ ଆସୁଛି। ରାସ୍ତାକୁ ଦୁଇ ଭାଗରେ ବିଭକ୍ତ କରାଯାଇ ପ୍ରଥମେ ଚାନ୍ଦୋଳ ବଜାରରେ ଥିବା ପୋଲର ଦକ୍ଷିଣ ପାର୍ଶ୍ୱକୁ ଡାଇଭରସନ୍‌ ଭାବେ ବ୍ୟବହାର କରାଯାଇ ବାମ ପାର୍ଶ୍ୱ ପୋଲ ନିର୍ମାଣ କରାଯାଇଥିଲା । ବାମପାର୍ଶ୍ୱ କାମ ସରିବା ପରେ ନିର୍ମିତ ପୋଲର ଉଚ୍ଚା କମ୍‌ ହୋଇଥିବାରୁ ତଳମୁଣ୍ଡକୁ ପାଣି ଯିବାରେ ବ୍ୟାଘାତ ହେବା ନେଇ ସମ୍ପୃକ୍ତ ଅଞ୍ଚଳର ଚାଷୀମାନେ ଠିକା ସଂସ୍ଥା ନିକଟରେ ଅଭିଯୋଗ ଆଣିଥିଲେ। ଯାହାଫଳରେ ଦକ୍ଷିଣ ପାର୍ଶ୍ୱ ଡାଇଭରସନ୍‌କୁ ଖୋଳି ଚାଷ ପାଇଁ ଜଳ ଯୋଗାଣ କରାଯାଇଥିଲା । ଜଳଯୋଗାଣ ଓ ବର୍ଷାଋତୁ ପାଇଁ ପୋଲ ନିର୍ମାଣ ବନ୍ଦ ରହିଥିବା ସମୟରେ ଏଠାରେ ରାସ୍ତା ଖରାପ ଥିବାର ସୂଚନା ଫଳକ ଲଗାଯାଇ ନାହି। ଯାହାଫଳରେ ରାତିରେ ଅନ୍ୟ ଅଞ୍ଚଳର ଲୋକ ସେହି ବାଟ ଦେଇ ଯିବା ବେଳେ ଦୁର୍ଘଟଣାର ଶିକାର ହେଉଛନ୍ତି । ପୂର୍ବରୁ ୩ଟି କାର୍‌, ଗୋଟିଏ ଟ୍ରାକ୍ଟର, ତିନୋଟି ମୋଟରସାଇକେଲ୍‌ ଏହି ନାଳରେ ପଡିଯିବାରୁ ଚାଳକ ଗୁରୁତର ହେବା ସହିତ ଯାନବାହାନ କ୍ଷତିଗ୍ରସ୍ତ ହୋଇଛି । ପୋଲ କାମ ଯଥାଶୀଘ୍ର ଶେଷ କରିବା ଏବଂ ଏହି ସ୍ଥାନ ନିକଟରେ ବିପଦ ସଙ୍କେତ ଫଳକ ଲଗାଇବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି କରାଯାଇଛି।

All Right Reserved By

ଉପକୂଳ ଓଡିଶା

ବୀରବର ବେହେରା ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ, ୨ ସହଯୋଗୀ ଫେରାର

ବୀରବର ବେହେରା ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ, ୨ ସହଯୋଗୀ ଫେରାର

ବିରିଡି,୧୮।୭(ଡି.ଏନ.ଏ.): ବିରିଡି ଥାନା ଅଧୀନ କୁଳ କଇଜଙ୍ଗା ଗ୍ରାମର ବୀରବର ବେହେରା ହତ୍ୟାକାଣ୍ଡ ଘଟଣାରେ ହାଇକୋର୍ଟଙ୍କ ଦ୍ୱାରା ଦଣ୍ଡିତ ମୁଖ୍ୟ ଅଭିଯୁକ୍ତ ଶୁକଦେବ ବେହରାଙ୍କୁ ଜଗତ୍‌ସିଂହପୁର ଜିଲା ପୋଲିସ ମଙ୍ଗଳବାର ରାତିରେ ଗିରଫ କରିଛି। ତାଙ୍କର ୨ ସହଯୋଗୀ ସେହି ଗ୍ରାମର ବୁଲା ଓରଫ ନରେନ୍ଦ୍ର ଦାସ, ଏବଂ ହିପି ଓରଫ ଉମେଶ ବେହେରା ଫେରାର ହୋଇ ଯାଇଛନ୍ତି।

କଜଳପାତିଆ ଅଙ୍ଗନଓ୍ବାଡି କେନ୍ଦ୍ରରେ ଅଘଟଣ:  ରନ୍ଧା ଖାଦ୍ୟରୁ ବାହାରିଲା ମଲା ଅସରପା, ୩ ଶିଶୁ ଅସୁସ୍ଥ

କଜଳପାତିଆ ଅଙ୍ଗନଓ୍ବାଡି କେନ୍ଦ୍ରରେ ଅଘଟଣ: ରନ୍ଧା ଖାଦ୍ୟରୁ ବାହାରିଲା ମଲା ଅସରପା, ୩ ଶିଶୁ ଅସୁସ୍ଥ

ମହାକାଳପଡ଼ା, ୧୮।୭ (ଡି.ଏନ୍‌.ଏ.)- କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବତୀଘର ପଞ୍ଚାୟତରସ୍ଥିତ କଜଳପାତିଆ ଅଙ୍ଗନଓ୍ବାଡି କେନ୍ଦ୍ରରେ ଏକ ଅଘଟଣ ଘଟିଛି। ବୁଧବାର କେନ୍ଦ୍ରରେ ରୋଷେଇ ହୋଇଥିବା ଭାତ ଓ ଅଣ୍ଡା ତରକାରୀରେ ମଲା ଅସରପା ବାହାରି ଥିବା ଦେଖାଯାଇଛି। ତେବେ ଏହି ବିଷାକ୍ତ ଖାଦ୍ୟ ଖାଇ ଉକ୍ତ କେନ୍ଦ୍ରର ୩ ଶିଶୁ ଆହତ ହୋଇଛନ୍ତି।

ଚିନାବାଦାମ ବିକ୍ରିକୁ ନେଇ ଚାଷୀ ଅସନ୍ତୋଷ: ରାସ୍ତାରୋକୋ

କୃଷ୍ଣପ୍ରସାଦ, ୧୮।୭(ଡି.ଏନ୍‌.ଏ.): ଚିନାବାଦାମ ବିକ୍ରିକୁ ନେଇ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକର ଚାଷୀମାନେ ଚଢେୟା ଛକରେ ଚିନାବାଦାମ ରଖି ବୁଧବାର ରାସ୍ତାରୋକୋ କରିଛନ୍ତି। ଫଳରେ ପୁରୀ-କୃଷ୍ଣପ୍ରସାଦ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ସୁକିନ୍ଦା ମାଇନ୍ସ ଶ୍ରମିକଙ୍କ ଛଟେଇ ଆଦେଶ ଖାରଜ

ସୁକିନ୍ଦା ମାଇନ୍ସ ଶ୍ରମିକଙ୍କ ଛଟେଇ ଆଦେଶ ଖାରଜ

ଯାଜପୁର ରୋଡ୍‌, ୧୮।୭- ସୁକିନ୍ଦା ଅଞ୍ଚଳର ସାରୁଆବିଲ କ୍ରୋମାଇଟ୍‌ ଖଣିରେ କାମ କରୁଥିବା ଶ୍ରମିକମାନଙ୍କୁ କମ୍ପାନୀ କର୍ତ୍ତୃପକ୍ଷ ଅନ୍ୟାୟ ଭାବେ ଛଟେଇ କରିବା ପ୍ରତିବାଦରେ ଶ୍ରମିକମାନେ କରିଥିବା କେସ୍‌ର ରାୟ ଜୁଲାଇ ୧୭ ତାରିଖରେ ପ୍ରକାଶ ପାଇଛି। କେନ୍ଦ୍ରୀୟ ଶିଳ୍ପ ଟ୍ରିବ୍ୟୁନାଲ ଏହାର ବିଚାର କରି ରାୟ ଶୁଣାଇଛନ୍ତି। ଏଥିରେ ଦର୍ଶାଯାଇଛି ଯେ, ଶ୍ରମିକମାନଙ୍କୁ କମ୍ପାନୀ ଛଟେଇ କରିବା ସମ୍ପୂର୍ଣ୍ଣ ଭାବେ ବେଆଇନ। ଏଥିସହ ଛଟେଇ ସମୟରେ କମ୍ପାନୀ କର୍ତ୍ତୃପକ୍ଷ ଶ୍ରମିକମାନଙ୍କୁ ୧୯ ମାସ ୧୫ ଦିନର ଦରମା, ପିଏଫ୍‌, ଗ୍ରାଚ୍ୟୁଇଟି, ପେନ୍‌ସନ୍‌ ଆଦି ସୁବିଧା ଯୋଗାଇ ଦେବାକୁ କୋର୍ଟ ଆଦେଶ ଦେଇଛନ୍ତି।

ଏଟିଏମ୍‌ ଲୁଟ୍‌ ଘଟଣା, ଆଉ ୨ ଗିରଫ

ଏଟିଏମ୍‌ ଲୁଟ୍‌ ଘଟଣା, ଆଉ ୨ ଗିରଫ

ନିଶ୍ଚିନ୍ତକୋଇଲି, ୧୮।୭ (ସ୍ବ.ପ୍ର.)-ନିଶ୍ଚିନ୍ତକୋଇଲି ଥାନା ଅଧୀନ କଟିକଟା ବଜାରଠାରେ ଥିବା ଏକ ଏଟିଏମ୍‌ରୁ ଲୁଟ୍‌ ଉଦ୍ୟମ କରିଥିବା ଆଉ୨ଜଣଙ୍କୁ ମଙ୍ଗଳବାର ବିଳମ୍ବିତ ରାତିରେ ପୋଲିସ ଗିରଫ କରିଛି। ଏଥିସହ ପୋଲିସ ସେମାନଙ୍କର ୨ ବାଇକ୍‌ (ନଂ.- ଓଡି-୨୯-ଇ-୫୭୧୪ ଓ ଓଡି-୦୫-ଏଏଫ୍‌-୯୬୯୯)କୁ ମଧ୍ୟ ଜବତ କରିଛି। ଏଥିସହ ଲୁଟ ବେଳେ ବ୍ୟବହୃତ ଗ୍ୟାସ କଟର, ଶାବଳ, ଓ କିଛି ଯନ୍ତ୍ରାଂଶ ପୋଲିସ ହାତରେ ଲାଗିଛି।

ଏଲ୍‌ଇଡି ଆଲୋକୀକରଣ ଶୁଭାରମ୍ଭ

ଏଲ୍‌ଇଡି ଆଲୋକୀକରଣ ଶୁଭାରମ୍ଭ

ଜଗତସିଂହପୁର ଅଫିସ, ୧୮।୭-ଜଗତ୍‌ସିଂହପୁର ପୌର ପରିଷଦରେ ଏଲ୍‌ଇଡି ଆଲୋକୀକରଣ ବୁଧବାର ଶୁଭାରମ୍ଭ ହୋଇଛି। ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ ଏହାର ଉଦ୍‌ଘାଟନ କରିଛନ୍ତି।

ଖଡିଅଣ୍ଟା ହାଇସ୍କୁଲରେ ବନ ମହୋତ୍ସବ

ଖଡିଅଣ୍ଟା ହାଇସ୍କୁଲରେ ବନ ମହୋତ୍ସବ

ରାଜନଗର, ୧୮।୭(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ୬୯ତମ ବନ ମହୋତ୍ସବ ବୁଧବାର ରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକର ଖଡିଅଣ୍ଟା ଜି.ପି. ହାଇସ୍କୁଲ ପରିସରରେ ପାଳିତ ହୋଇଯାଇଛି।

ଶ୍ରମିକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ଧାରଣା

ଶ୍ରମିକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ଧାରଣା

ଯାଜପୁର ଅଫିସ, ୧୮।୭: ଯାଜପୁରରୋଡ ମାଲଗୋଦାମରେ ଟ୍ରକ ଚାପାରେ ମଙ୍ଗଳବାର ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ପରିବାରକୁ କ୍ଷତି ପୂରଣ ତଥା ଅନ୍ୟାନ୍ୟ ଦାବିରେ ଯାଜପୁର-କେନ୍ଦୁଝର ରୋଡ ରେଳ ଷ୍ଟେଶନକୁ ଲାଗିଥିବା ମାଲଗୋଦାମ ସମ୍ମୁଖରେ ଶ୍ରମିକମାନେ ବୁଧବାର ସକାଳେ ଧାରଣା ଦେଇଛନ୍ତି।

ଅଙ୍ଗନୱାଡ଼ି କର୍ମୀଙ୍କ ଜିଲାପାଳଙ୍କୁ ଦାବିପତ୍ର

ଅଙ୍ଗନୱାଡ଼ି କର୍ମୀଙ୍କ ଜିଲାପାଳଙ୍କୁ ଦାବିପତ୍ର

ନୟାଗଡ଼ ଅଫିସ,୧୮ା୭- ଜିଲାର ଅଙ୍ଗନୱାଡ଼ି କର୍ମୀମାନେ ସୋମବାର ଜିଲାପାଳଙ୍କୁ ବିଭିନ୍ନ ସମସ୍ୟା ନେଇ ଦାବିପତ୍ର ପ୍ରଦାନ କରିଛନ୍ତି। ଅଙ୍ଗନୱାଡ଼ିରେ ଏସ୍‌ଏନପି ଓ ଟିଏଚ୍‌ଆର ଖାଦ୍ୟ ବିବରଣୀରେ ପରିବର୍ତ୍ତନ ସାଙ୍ଗକୁ ବଜାର ଦରବୃଦ୍ଧି ହେତୁ ଆବଶ୍ୟକୀୟ ସାମଗ୍ରୀର ମୂଲ୍ୟ ବୃଦ୍ଧି କରାଯିବା , ଅଙ୍ଗନୱାଡ଼ି କାର୍ଯ୍ୟ ବାହାରେ ଥିବା ୬ଟି କାର୍ଯ୍ୟକ୍ରମକୁୂ ବାଦ୍‌ ଦେବା ନିମନ୍ତେ ଦାବିପତ୍ର ପ୍ରଦାନ କରିଥିଲେ।

 ଜଳ ନିଷ୍କାସନକୁ କେନ୍ଦ୍ର କରି ଗୁଳିକାଣ୍ଡ: ତିନିଦିନ ହେଲାଣି ବଧିସାହି ଗ୍ରାମ ପୁରୁଷଶୂନ୍ୟ

ଜଳ ନିଷ୍କାସନକୁ କେନ୍ଦ୍ର କରି ଗୁଳିକାଣ୍ଡ: ତିନିଦିନ ହେଲାଣି ବଧିସାହି ଗ୍ରାମ ପୁରୁଷଶୂନ୍ୟ

ନୟାଗଡ଼ ଅଫିସ,୧୮ା୭-ନୟାଗଡ଼ ଜିଲା ଶରଣକୁଳ ଥାନା ଖିଲାରପାଟଣା ମଶାଣିଠାରେ ଶନିବାର ଜଳ ନିଷ୍କାସନକୁ କେନ୍ଦ୍ର କରି ହୋଇଥିବା ଗୁଳିକାଣ୍ଡରେ ମଙ୍ଗଳବାର ପୋଲିସ ୭ ଜଣକୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ବଧିସାହିର ପ୍ରଭାତ ପ୍ରଧାନ, ଉଲ୍ଲାସ ପାତ୍ର, ଭଦ୍ର ଓରଫ ବଳଭଦ୍ର ସାହୁ, ପ୍ରମୋଦ ସାହୁ, ବୃନ୍ଦାବନ ପ୍ରଧାନ, ଅକ୍ରୂର ସ୍ବାଇଁ, ମଦନ ମହାପାତ୍ର । ସେହିଭଳି ଏଥିରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଶରଣକୁଳ ଏସ୍‌ଡିପିଓ ନାରାୟଣ ବାରିକ ପ୍ରକାଶ କରିଛନ୍ତି।

ଶରଣକୁଳରୁ ୧୭  ନାଗସାପ ଛୁଆ  ଉଦ୍ଧାର

ଶରଣକୁଳରୁ ୧୭ ନାଗସାପ ଛୁଆ ଉଦ୍ଧାର

ନୟାଗଡ଼ ଅଫିସ,୧୮ା୭- ନୟାଗଡ଼ ଜିଲା ଶରଣକୁଳ ଭଞ୍ଜସାହିରେ ଥିବା ଏକ କୂଅରୁ ମଙ୍ଗଳବାର ୧୭ଟି ନାଗସାପ ଛୁଆ ଉଦ୍ଧାର କରାଯାଇଛି। ତେବେ ମା’ ସାପ ଉଦ୍ଧାର ହୋଇପାରି ନ ଥିବାରୁ ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଛି।

 ଯୁବ ବୈଜ୍ଞାନିକଙ୍କ ଭିନ୍ନ ପରିକଳ୍ପନା ଗାଁ ହାଟ

ଯୁବ ବୈଜ୍ଞାନିକଙ୍କ ଭିନ୍ନ ପରିକଳ୍ପନା ଗାଁ ହାଟ

ନୟାଗଡ଼ ଅଫିସ,୧୮ା୭(ରଞ୍ଜନ କୁମାର ପ୍ରଧାନ)-ରୋଜଗାର ଲକ୍ଷ୍ୟରେ ପ୍ରତିଦିନ ଗ୍ରାମରୁ ଲୋକମାନେ ସହରାଭିିମୁଖୀ ହେଉଛନ୍ତି। ଏହାଦ୍ୱାରା ସହରରେ ଲୋକଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି। ଏହାସହିତ ତାଳଦେଇ ସହରରେ ଦେଖାଦେଉଛି ବିଭିନ୍ନ ସମସ୍ୟା। ସେହିଭଳି ଗ୍ରାମରେ ଲୋକ ଅଭାବରୁ ଜମିଗୁଡ଼ିକ ପଡ଼ିଆ ହୋଇ ପଡ଼ି ରହୁଛି।

Model This Week

ରୂପେଶ