ଉପକୂଳ ଓଡିଶା

କସ୍ତୁରୀ ମୃତ୍ୟୁ ମାମଲା ତଦନ୍ତରେ ଶିଥିଳତା: ଆତ୍ମହତ୍ୟା ପାଇଁ ଚେତାବନୀ ଦେଲେ ବାପା ଓ ମାଆ

କସ୍ତୁରୀ ମୃତ୍ୟୁ ମାମଲା ତଦନ୍ତରେ ଶିଥିଳତା: ଆତ୍ମହତ୍ୟା ପାଇଁ ଚେତାବନୀ ଦେଲେ ବାପା ଓ ମାଆ

କେନ୍ଦ୍ରାପଡା ଅଫିସ, ୧୬।୧୨
ଡେରାବିଶ ବ୍ଲକ ସଦର ଥାନା ଅନ୍ତର୍ଗତ ଅଢଙ୍ଗା ଗ୍ରାମର କ୍ରୀଡାଛାତ୍ରୀ କସ୍ତୁରୀ ସାମନ୍ତରାୟ ମୃତ୍ୟୁ ଘଟଣାର ଇତିମଧ୍ୟରେ ଅଢେଇ ମାସ ବିତିଛି । ଏନେଇ ସଦର ଥାନା ଓ ରାଜକନିକା ଥାନାରେ ଦୁଇଟି ମାମଲା ହୋଇଛି । ତେବେ ପୋଲିସ ପ୍ରଶାସନ ଅଦ୍ୟାବଧି ତଦନ୍ତରେ କୌଣସି ତତ୍ପରତା ପ୍ରକାଶ କରୁନାହାନ୍ତି । ଅପରପକ୍ଷରେ ଏହି ମାମଲାକୁ ଚାପି ଦେବା ପାଇଁ ପୋଲିସ ପ୍ରଶାସନ ଓ ଶିକ୍ଷା ବିଭାଗ ପକ୍ଷରୁ ପ୍ରବଳ ଚାପ ପ୍ରୟୋଗ କରାଯାଉଛି । ତଦନ୍ତରେ ଶିଥିଳତା ପାଇଁ କସ୍ତୁରୀଙ୍କ ବାପା ବିଭୂତି ସାମନ୍ତରାୟ ଓ ମାଆ ହତାଶ ହୋଇ ପଡିଛନ୍ତି । ଆସନ୍ତା ୭ ଦିନ ମଧ୍ୟରେ ଏହି ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଆତ୍ମହତ୍ୟା କରିବେ ବୋଲି ଉଭୟ ଏକ ଚିଠି ଲେଖି ଚେତାବନୀ ଦେଇଛନ୍ତି ।ଏହି ଚିଠି ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠା ଯାଇଥିବା ବେଳେ ଏହାର ନକଲ ବିରୋଧୀ ଦଳ ନେତା, ପୋଲିସ ଡିଜି, ରାଜ୍ୟ ମାନବାଧିକାର କମିଶନ, କେନ୍ଦ୍ରାପଡା ଜିଲାପାଳ ଓ ଏସପିଙ୍କ ନିକଟକୁ ଗତ ୧୪ ତାରିଖରେ ପଠାଇଛନ୍ତି । ସୂଚନାଯୋଗ୍ୟ ଯେ, କସ୍ତୁରୀ ସ୍ଥାନୀୟ ଗ୍ରାମର ଋକ୍ମଣୀ ଦେବୀ ବାଳିକା ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ଥିଲେ । ସେ ଜଣେ ମେଧାବୀ ଛାତ୍ରୀ ହୋଇଥିବା ବେଳେ କ୍ରୀଡା ପ୍ରତି ତାଙ୍କର ରୁଚି ରହିଥିଲା । ଗତ ସେପ୍ଟେମ୍ବର ୨୨ ଓ ୨୩ ତାରିଖରେ ରାଜକନିକାସ୍ଥ ଆରଏନ ହାଇସ୍କୁଲଠାରେ ଆୟୋଜିତ ଜିଲାସ୍ତରୀୟ କ୍ରୀଡା ଶିବିରରେ ସେ ଯୋଗ ଦେଇଥିଲେ । ତେବେ ୨୨ ତାରିଖ ରାତିରେ ବାଳିକା ଶିବିରାର୍ଥୀଙ୍କ ଶିବିରରୁ ଜିଲା ଶିକ୍ଷା ବିଭାଗ ପିଅନ ସତ୍ୟବ୍ରତ ପତିଙ୍କୁ ଅସଂଯତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଏହି ଘଟଣାର ପରଦିନ ତରବରିଆ ଭାବେ ଶିବିରକୁ ବନ୍ଦ କରାଯିବା ସହିତ ଶିବିରାର୍ଥୀଙ୍କୁ ଘରକୁ ପଠାଇ ଦିଆଯାଇଥିଲା । ତେବେ ଶିବିରରୁ ଫେରି କସ୍ତୁରୀ ମାନସିକ ଚାପଗ୍ରସ୍ତ ଥିବା ବେଳେ ତାଙ୍କର ସେହିମାସ ୨୪ ତାରିଖରେ ଅସ୍ବାଭାବିକ ମୃତ୍ୟୁ ହୋଇଥିଲା ା ୨୫ ତାରିଖରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ଏହା କରା ନ ଯାଇ କୌଣସି କାରଣରୁ ଶବକୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ା ଏହାକୁ ନେଇ ଦୁଇଟି ଥାନାରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ଜିଲା ଶିକ୍ଷା ବିଭାଗରୁ ନିଲମ୍ବିତ ହୋଇଥିବା ଖେଳ ପ୍ରଶିକ୍ଷକ ଅନନ୍ତ ଚରଣ ନାୟକ ଓ କାର୍ଯ୍ୟରୁ ବହିଷ୍କୃତ ହୋଇଥିବା ପତିଙ୍କୁ ପୋଲିସ ଅଦ୍ୟାବଧି ତଦନ୍ତ ପରିସରକୁ ଆଣି ନ ଥିବା କସ୍ତୁରୀର ବାପା ବିଭୂତି ଅଭିଯୋଗ ଆଣିଛନ୍ତି ା ଏଥିସହ ଜିଲା ଶିକ୍ଷା ବିଭାଗର କେତେକ କର୍ମଚାରୀ ଅର୍ଥ ପ୍ରଦାନ ସହ ଧମକ ଦେଇ କସ୍ତୁରୀ ମୃତ୍ୟୁ ମାମଲାକୁ ଆଗକୁ ନ ବଢ଼ାଇବା ପାଇଁ ଚେତାବନୀ ଦେଇଥିଲେ ା ଏନେଇ ବିଭିନ୍ନ ସ୍ବେଚ୍ଚାସେବୀ ସଂଗଠନ, ବୁଦ୍ଧିଜୀବୀଙ୍କ ପକ୍ଷରୁ ଆନ୍ଦୋଳନ ହୋଇଥିଲେ ମଧ୍ୟ ଅଦ୍ୟାବଧି କୌଣସି ସୁଫଳ ମିଳିନାହିଁ

All Right Reserved By

ଉପକୂଳ ଓଡିଶା

ବ୍ୟାସନଗର ଚୋର୍ଦ୍ଦା ମାଛ ମାର୍କେଟରେ ଚଢାଉ

ବ୍ୟାସନଗର ଚୋର୍ଦ୍ଦା ମାଛ ମାର୍କେଟରେ ଚଢାଉ

ଯାଜପୁର ଅଫିସ,୨୦ା୭-ବ୍ୟାସନଗର ଚୋର୍ଦ୍ଦା ମାଛ ମାର୍କେଟରେ ଶୁକ୍ରବାର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା। ମାଛ ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଯାଇଛି। ଫର୍ମାଲିନ ଅଛିକି ନାହିଁ ପରୀକ୍ଷା କରାଯିବ। ଏହି ଚଢାଉ ସମୟରେ ବ୍ୟାସନଗର ପୌରାଧ୍ୟକ୍ଷା ସବିତା ରାଉତ, ଉପାଧ୍ୟକ୍ଷ ସୁବାସ ବଳ ପ୍ରମୁଖ ଉପସ୍ଥିତ ଥିଲେ।

ବ୍ୟାସନଗର ସହର ଜଳମଗ୍ନ

ବ୍ୟାସନଗର ସହର ଜଳମଗ୍ନ

ଯାଜପୁର ରୋଡ,୨୦ା୭(ନି.ପ୍ର.)-ଲଘୁଚାପ ଜନିତ ବର୍ଷା ଫଳରେ ଶୁକ୍ରବାର ଯାଜପୁର ଜିଲା ବ୍ୟାସନଗର ଅଞ୍ଚଳରେ ବର୍ଷାଜଳ ନିଷ୍କାସିତ ହୋଇ ନପାରି ରାସ୍ତାରେ ଜମି ରହିଛି। ଫଳରେ ବ୍ୟାସନଗର ସହର ଜଳମଗ୍ନ ହୋଇଯାଇଛି।

ଯାଜପୁରରେ ପ୍ରବଳ ବର୍ଷା, ବନ୍ୟା ଆଶଙ୍କା

ଯାଜପୁରରେ ପ୍ରବଳ ବର୍ଷା, ବନ୍ୟା ଆଶଙ୍କା

ଯାଜପୁର ଅଫିସ,୨୦ା୭-ଯାଜପୁର ଜିଲାରେ ଶୁକ୍ରବାର ପ୍ରବଳ ବର୍ଷା ହୋଇ ବନ୍ୟା ଆଶଙ୍କା ଦେଖା ଦେଇଛି। ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ହାରାହାରି ୨୪.୩୦ମିମି ବର୍ଷା ରେକର୍ଡ କରାଯାଇଛି। ବୈତରଣୀ ନଦୀର ଜଳପତ୍ତନ ଆଖୁଆପଦା ଠାରେ ୧୬.୭୦ମିଟର ରହିଛି। ଏଠାରେ ବିପଦସଙ୍କୁଳ ୧୭.୮୩ମିଟର ପର୍ଯ୍ୟନ୍ତ ରଖାଯାଇଛି। ଫଳରେ ଯାଜପୁର,ବରୀ ଓ ଦଶରଥପୁର ବ୍ଲକ ଅଞ୍ଚଳରେ ବନ୍ୟା ଆଶଙ୍କା ରହିଛି।

ବିଦ୍ୟୁତ ଆଘାତରେ ଯୁବକଙ୍କ ଜୀବନ ଗଲା

ବିଦ୍ୟୁତ ଆଘାତରେ ଯୁବକଙ୍କ ଜୀବନ ଗଲା

ଓଡ଼ଗାଁ, ୨୦।୭(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ଥାନା ମଶାବାରି ଗ୍ରାମର ଜିତେନ୍ଦ୍ର କୁମାର ସାହୁଙ୍କ ବିଦ୍ୟୁତ ସସ୍ପର୍ଶରେ ଆସି ମୃତ୍ୟୁ ଘଟିଛି। ପମ୍ପ ଘରେ କରେଣ୍ଟ ଲାଗି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ବୁଧବାର ସକାଳେ ସେ ବାରପୁରିକିଆଠାରେ ଥିବା ନିଜର ପମ୍ପ ହାଉସ୍‌ରେ କରେଣ୍ଟ ସଂସ୍ପର୍ଶରେ ଆସିଯାଇଥିଲେ। ଅଧଘଣ୍ଟାଯାଏ ପାଇପରେ ପାଣି ନ ଆସିବାରୁ ଅନ୍ୟମାନେ ପମ୍ପ ହାଉସକୁ ଯାଇଥିଲେ।

ପ୍ରସ୍ତାବିତ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଗଣଧାରଣା

ପ୍ରସ୍ତାବିତ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଗଣଧାରଣା

ଯାଜପୁର ରୋଡ, ୨୦।୭(ନି.ପ୍ର.): ଯାଜପୁର ଜିଲା ବ୍ୟାସନଗରସ୍ଥିତ ପାଣିକୋଇଲିଠାରେ ପ୍ରସ୍ତାବିତ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସ୍ଥାନୀୟ କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ଗଣଧାରଣା ଦିଆଯାଇଛି।

ସ୍ବାସ୍ଥ୍ୟକେନ୍ଦ୍ର ନେବା ବାଟରେ ଜନ୍ମହେଲା ଶିଶୁ କନ୍ୟା

ସ୍ବାସ୍ଥ୍ୟକେନ୍ଦ୍ର ନେବା ବାଟରେ ଜନ୍ମହେଲା ଶିଶୁ କନ୍ୟା

ରାଜନଗର, ୨୦।୭(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ବାଙ୍କୁଆଳ ଗ୍ରାମର ନିଗମାନନ୍ଦ ବେହେରାଙ୍କ ସ୍ତ୍ରୀ ସୌଦାମିନୀ ବେହେରାଙ୍କର ଶୁକ୍ରବାର ସକାଳେ ଗର୍ଭ ଯନ୍ତ୍ରଣା ହୋଇଥିଲା।

ହରିଣ ମାଂସ ବିକ୍ରି ଅଭିଯୋଗରେ ଜଣେ ଗିରଫ

ହରିଣ ମାଂସ ବିକ୍ରି ଅଭିଯୋଗରେ ଜଣେ ଗିରଫ

ସୁକିନ୍ଦା, ୨୦।୭(ଡି.ଏନ୍‌.ଏ.): ଯାଜପୁର ଜିଲା ସୁକିନ୍ଦା ଥାନା ଅନ୍ତର୍ଗତ ବନ୍ଧଗାଁ ପଞ୍ଚାୟତ ବନ୍ଧଗାଁ ଗ୍ରାମରେ ହରିଣ ମାଂସ ବିକ୍ରି କରୁଥିବା ଅଭିଯୋଗରେ ସୁକିନ୍ଦା ବନାଞ୍ଚଳ ଅଧିକାରୀ ଶୁକ୍ରବାର ଜଣଙ୍କୁ ଗିରଫ କରିଛି।

ବଜ୍ରପାତରେ କୃଷକ ମୃତ

ବଜ୍ରପାତରେ କୃଷକ ମୃତ

ରାଜନଗର,୨୦।୭(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ବଙ୍ଗୋପସାଗର ତଟବର୍ତ୍ତୀ ବ୍ରାହ୍ମଣସାହି ଗ୍ରାମର ଜଣେ ବ୍ୟକ୍ତି ଶୁକ୍ରବାର ସକାଳେ ହଳ କରିବାକୁ ଯାଉଥିବା ବେଳେ ବଜ୍ରପାତ ଯୋଗୁ ତାଙ୍କର ମୃତ୍ୟୁ ଘଟିଛି।

ମାନସିକତାର ପରିବର୍ତ୍ତନ ଲୋଡ଼ା

ଖଣ୍ଡପଡା,୨୦ା୭(ସ୍ବ.ପ୍ର.)-ସାମ୍ପ୍ରତିକ ସମାଜ ବିଷ ବଳୟ ମଧ୍ୟରେ ଗତି କରୁଛି। ସମସ୍ତ ପରିବେଶ ଆଜି ବର୍ଜ୍ୟବସ୍ତୁରେ ପରିପୂର୍ଣ୍ଣ। ବିଶେଷକରି ପଲିଥିନର ବହୁଳ ବ୍ୟବହାର ପରିବେଶକୁ ଅତ୍ୟଧିକ କ୍ଷତି ପହଞ୍ଚାଉଛି।

ରଣପୁରକୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ମାନ୍ୟତା ପ୍ରଦାନ ଦାବି

ରଣପୁର,୨୦ା୭ (ସ୍ବ.ପ୍ର.)- ରଣପୁର ସଂସ୍କୃତି ମଞ୍ଚ ତରଫରୁ ନୟାଗଡ ଜିଲାର ରଣପୁରକୁ ଓଡିଶାର ଦ୍ୱିତୀୟ ଶ୍ରୀକ୍ଷେତ୍ର ବୋଲି ବହୁଦିନ ଧରି ଦାବି ହୋଇଆସୁଛି।

ରଥଯାତ୍ରାରେ ହୋମିଓପାଥିକ୍‌ ଚିକିତ୍ସା ଶିବିର

ରଣପୁର,୨୦ା୭ (ସ୍ବ.ପ୍ର.)- ରଣପୁରଠାରେ ଶ୍ରୀଜୀଉମାନଙ୍କ ନଅ ଦିନ ବ୍ୟାପୀ ଘୋଷଯାତ୍ରା ପାଳନ ହେଉଥିବା ଅବସରରେ ଭଜନ ସମାରୋହ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।

ମହାପ୍ରଭୁ ଜଗନ୍ନାଥଙ୍କ ନିର୍ଦ୍ଦେଶରେ ୩ ରଥର ଦକ୍ଷିଣ ମୋଡ଼ ହେଲା

ମହାପ୍ରଭୁ ଜଗନ୍ନାଥଙ୍କ ନିର୍ଦ୍ଦେଶରେ ୩ ରଥର ଦକ୍ଷିଣ ମୋଡ଼ ହେଲା

ରଣପୁର, ୨୦ା୭ (ସ୍ବ.ପ୍ର.)- ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରାର ଗୁରୁବାର ଷଷ୍ଠ ଦିବସରେ ରଣପୁର ବି.ସି. ହାଇସ୍କୁଲର ଛାତ୍ରମାନେ ରଥ ଖଳାରେ ଥିବା ତିନିରଥକୁ ଦକ୍ଷିଣ ମୋଡ କରିଛନ୍ତି।

Model This Week

ରୂପେଶ