ଉପକୂଳ ଓଡିଶା

ଗହୀରମଥାରୁ ୧ଟ୍ରଲର ଜବତ, ୭ ମତ୍ସ୍ୟଜୀବୀ ଗିରଫ

ଗହୀରମଥାରୁ ୧ଟ୍ରଲର ଜବତ, ୭ ମତ୍ସ୍ୟଜୀବୀ ଗିରଫ

ରାଜନଗର,୧୬।୧୨(ଡିଏନଏ)- ଅଲିଭରିଡଲେ କଇଁଛଙ୍କ ଏନ୍ତୁଡ଼ିଶାଳ କେନ୍ଦ୍ରାପଡ଼ା ଜିଲାର ଗହୀରମଥା ନିଶିଦ୍ଧାଞ୍ଚଳରେ ବେଆଇନ ଭାବେ ମାଛ ଧରୁଥିବା ବେଳେ ବନ ବିଭାଗ ଶନିବାର ଗୋଟିଏ ଟ୍ରଲରକୁ ଜବତ କରିବା ସହିତ ସେଥିରେ ଥିବା ୭ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି। ଜବତ ଟ୍ରଲରରୁ ୩ କୁଇଣ୍ଟାଲ ମାଛ, ୯ଟା ଜାଲ, ଭିଏଚଏଫ ମେଶିନ ଗୋଟିଏ ଓ ଗୋଟିଏ ଜିପିଏସକୁ ଜବତ କରିଛି। ସେମାନଙ୍କୁ ରବିିବାର କୋର୍ଟଚାଲାଣ କରାଯିବ ବେଲି ଜଣାପଡ଼ିଛି।

All Right Reserved By

ଉପକୂଳ ଓଡିଶା

ଶ୍ରମିକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ଧାରଣା

ଶ୍ରମିକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ଧାରଣା

ଯାଜପୁର ଅଫିସ, ୧୮।୭: ଯାଜପୁରରୋଡ ମାଲଗୋଦାମରେ ଟ୍ରକ ଚାପାରେ ମଙ୍ଗଳବାର ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ପରିବାରକୁ କ୍ଷତି ପୂରଣ ତଥା ଅନ୍ୟାନ୍ୟ ଦାବିରେ ଯାଜପୁର-କେନ୍ଦୁଝର ରୋଡ ରେଳ ଷ୍ଟେଶନକୁ ଲାଗିଥିବା ମାଲଗୋଦାମ ସମ୍ମୁଖରେ ଶ୍ରମିକମାନେ ବୁଧବାର ସକାଳେ ଧାରଣା ଦେଇଛନ୍ତି।

ଅଙ୍ଗନୱାଡ଼ି କର୍ମୀଙ୍କ ଜିଲାପାଳଙ୍କୁ ଦାବିପତ୍ର

ଅଙ୍ଗନୱାଡ଼ି କର୍ମୀଙ୍କ ଜିଲାପାଳଙ୍କୁ ଦାବିପତ୍ର

ନୟାଗଡ଼ ଅଫିସ,୧୮ା୭- ଜିଲାର ଅଙ୍ଗନୱାଡ଼ି କର୍ମୀମାନେ ସୋମବାର ଜିଲାପାଳଙ୍କୁ ବିଭିନ୍ନ ସମସ୍ୟା ନେଇ ଦାବିପତ୍ର ପ୍ରଦାନ କରିଛନ୍ତି। ଅଙ୍ଗନୱାଡ଼ିରେ ଏସ୍‌ଏନପି ଓ ଟିଏଚ୍‌ଆର ଖାଦ୍ୟ ବିବରଣୀରେ ପରିବର୍ତ୍ତନ ସାଙ୍ଗକୁ ବଜାର ଦରବୃଦ୍ଧି ହେତୁ ଆବଶ୍ୟକୀୟ ସାମଗ୍ରୀର ମୂଲ୍ୟ ବୃଦ୍ଧି କରାଯିବା , ଅଙ୍ଗନୱାଡ଼ି କାର୍ଯ୍ୟ ବାହାରେ ଥିବା ୬ଟି କାର୍ଯ୍ୟକ୍ରମକୁୂ ବାଦ୍‌ ଦେବା ନିମନ୍ତେ ଦାବିପତ୍ର ପ୍ରଦାନ କରିଥିଲେ।

 ଜଳ ନିଷ୍କାସନକୁ କେନ୍ଦ୍ର କରି ଗୁଳିକାଣ୍ଡ: ତିନିଦିନ ହେଲାଣି ବଧିସାହି ଗ୍ରାମ ପୁରୁଷଶୂନ୍ୟ

ଜଳ ନିଷ୍କାସନକୁ କେନ୍ଦ୍ର କରି ଗୁଳିକାଣ୍ଡ: ତିନିଦିନ ହେଲାଣି ବଧିସାହି ଗ୍ରାମ ପୁରୁଷଶୂନ୍ୟ

ନୟାଗଡ଼ ଅଫିସ,୧୮ା୭-ନୟାଗଡ଼ ଜିଲା ଶରଣକୁଳ ଥାନା ଖିଲାରପାଟଣା ମଶାଣିଠାରେ ଶନିବାର ଜଳ ନିଷ୍କାସନକୁ କେନ୍ଦ୍ର କରି ହୋଇଥିବା ଗୁଳିକାଣ୍ଡରେ ମଙ୍ଗଳବାର ପୋଲିସ ୭ ଜଣକୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ବଧିସାହିର ପ୍ରଭାତ ପ୍ରଧାନ, ଉଲ୍ଲାସ ପାତ୍ର, ଭଦ୍ର ଓରଫ ବଳଭଦ୍ର ସାହୁ, ପ୍ରମୋଦ ସାହୁ, ବୃନ୍ଦାବନ ପ୍ରଧାନ, ଅକ୍ରୂର ସ୍ବାଇଁ, ମଦନ ମହାପାତ୍ର । ସେହିଭଳି ଏଥିରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଶରଣକୁଳ ଏସ୍‌ଡିପିଓ ନାରାୟଣ ବାରିକ ପ୍ରକାଶ କରିଛନ୍ତି।

ଶରଣକୁଳରୁ ୧୭  ନାଗସାପ ଛୁଆ  ଉଦ୍ଧାର

ଶରଣକୁଳରୁ ୧୭ ନାଗସାପ ଛୁଆ ଉଦ୍ଧାର

ନୟାଗଡ଼ ଅଫିସ,୧୮ା୭- ନୟାଗଡ଼ ଜିଲା ଶରଣକୁଳ ଭଞ୍ଜସାହିରେ ଥିବା ଏକ କୂଅରୁ ମଙ୍ଗଳବାର ୧୭ଟି ନାଗସାପ ଛୁଆ ଉଦ୍ଧାର କରାଯାଇଛି। ତେବେ ମା’ ସାପ ଉଦ୍ଧାର ହୋଇପାରି ନ ଥିବାରୁ ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଛି।

 ଯୁବ ବୈଜ୍ଞାନିକଙ୍କ ଭିନ୍ନ ପରିକଳ୍ପନା ଗାଁ ହାଟ

ଯୁବ ବୈଜ୍ଞାନିକଙ୍କ ଭିନ୍ନ ପରିକଳ୍ପନା ଗାଁ ହାଟ

ନୟାଗଡ଼ ଅଫିସ,୧୮ା୭(ରଞ୍ଜନ କୁମାର ପ୍ରଧାନ)-ରୋଜଗାର ଲକ୍ଷ୍ୟରେ ପ୍ରତିଦିନ ଗ୍ରାମରୁ ଲୋକମାନେ ସହରାଭିିମୁଖୀ ହେଉଛନ୍ତି। ଏହାଦ୍ୱାରା ସହରରେ ଲୋକଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି। ଏହାସହିତ ତାଳଦେଇ ସହରରେ ଦେଖାଦେଉଛି ବିଭିନ୍ନ ସମସ୍ୟା। ସେହିଭଳି ଗ୍ରାମରେ ଲୋକ ଅଭାବରୁ ଜମିଗୁଡ଼ିକ ପଡ଼ିଆ ହୋଇ ପଡ଼ି ରହୁଛି।

ପୋଲିସର ହସ୍ତକ୍ଷେପ ପରେ ଏକାଠି ହେଲେ ପ୍ରେମୀ ଯୁଗଳ

ପୋଲିସର ହସ୍ତକ୍ଷେପ ପରେ ଏକାଠି ହେଲେ ପ୍ରେମୀ ଯୁଗଳ

ରାଜନଗର, ୧୮।୭ (ଡି.ଏନ୍‌.ଏ.):ପ୍ରେମିକଠାରୁ ପ୍ରତାରିତ ହେବା ପରେ ପୋଲିସର ଆଶ୍ରୟ ନେଇଛନ୍ତି ଜଣେ ଯୁବତୀ। ଏହି ଘଟଣା ରାଜନଗର ବ୍ଲକ ତାଳଚୁଆ ସାମୁଦ୍ରିକ ଥାନା ଅଞ୍ଚଳରେ ଗଭୀର ଆଲୋଡ଼ନ ସୃଷ୍ଟି କରିଛି।

ବିପ୍ଳବୀ କବି ଆନନ୍ଦ ଚନ୍ଦ୍ର ଜେନାଙ୍କ ଜୟନ୍ତୀ ପାଳିତ

ବିପ୍ଳବୀ କବି ଆନନ୍ଦ ଚନ୍ଦ୍ର ଜେନାଙ୍କ ଜୟନ୍ତୀ ପାଳିତ

କେନ୍ଦ୍ରାପଡ଼ା ଅଫିସ,୧୮ା୭:କନିକା ରାଜାଙ୍କ ଅତ୍ୟାଚାର ବଢି ଚାଲିଥିବା ବେଳେ ଆଶୁ କବିତା ମାଧ୍ୟମରେ କବି ଆନନ୍ଦ ଚନ୍ଦ୍ର ଜେନା ବିପ୍ଲବର ସେତୁ ବାନ୍ଧିଥିଲେ ା ଏହା ମାଧ୍ୟମରେ ଜନସାଧାରଣଙ୍କୁ ଏକାଠି କରିବା, ବ୍ରିଟିଶ ସାମ୍ରାଜ୍ୟ ବିରୋଧରେ ପ୍ରତିବାଦର ସ୍ବର ଉଠାଇବା, ଜେଲ ବରଣ କରିବା ବିପ୍ଲବୀ କବିଙ୍କ ଜୀବନର ଅଙ୍ଗ ହୋଇଥିଲା ବୋଲି ୧୩୪ତମ ଜୟନ୍ତୀ ଅବସରରେ ଅତିଥିମାନେ ମଙ୍ଗଳବାର ମତପ୍ରକାଶ କରିଛନ୍ତି ା

ଜିଲାପାଳଙ୍କ ଗରଦପୁର ଗସ୍ତ

ଜିଲାପାଳଙ୍କ ଗରଦପୁର ଗସ୍ତ

ପାଟକୁରା, ୧୮।୭ (ଡି.ଏନ୍‌.ଏ.):କେନ୍ଦ୍ରାପଡ଼ା ଜିଲାପାଳ ରେଘୁ ଜୀ. ମଙ୍ଗଳବାର ଗରଦପୁର ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଜିଲାପାଳ ବେଡାରୀ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚତ୍ ଉନ୍ନୟନ କାର୍ଯ୍ୟ ପାଇଁ ଆସୁଥିବା ଅନୁଦାନ ଅର୍ଥ ଓ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟ ଶେଷ ହେଉଛି କି ନାହିଁ ସେ ନେଇ ରେକର୍ଡପତ୍ର ଯାଞ୍ଚ କରିଥିଲେ।

ଡେରାବିଶ ପଞ୍ଚାୟତ ସମିତିର  ୫ମ ସାଧାରଣ ବୈଠକ: ବହୁ ବିଭାଗୀୟ ଅଧିକାରୀ ଅନୁପସ୍ଥିତ

ଡେରାବିଶ ପଞ୍ଚାୟତ ସମିତିର ୫ମ ସାଧାରଣ ବୈଠକ: ବହୁ ବିଭାଗୀୟ ଅଧିକାରୀ ଅନୁପସ୍ଥିତ

ଡେରାବିଶ, ୧୮।୭ (ସ୍ବ.ପ୍ର.): ଡେରାବିଶ ପଞ୍ଚାୟତ ସମିତିର ୫ମ ସାଧାରଣ ବୈଠକ ପଞ୍ଚାୟତ ସମିତି ସଭା ଗୃହରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ସମିତି ଅଧ୍ୟକ୍ଷ ସରୋଜକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପାଟକୁରା ବିଧାୟକ ବେଦ ପ୍ରକାଶ ଅଗ୍ରୱାଲ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ବିଡିଓ ଗୋପବନ୍ଧୁ ଭୋସାଗର ବୈଠକ ସମ୍ପର୍କରେ ସୂଚନା ଦେଇଥିଲେ।

  କଲେଜ ପରିସରରେ ଅଣଛାତ୍ରଙ୍କ ଦୌରାତ୍ମ୍ୟ: ଛାତ୍ର ସଂଗଠନ ପକ୍ଷରୁ ଧାରଣା

କଲେଜ ପରିସରରେ ଅଣଛାତ୍ରଙ୍କ ଦୌରାତ୍ମ୍ୟ: ଛାତ୍ର ସଂଗଠନ ପକ୍ଷରୁ ଧାରଣା

ପଟ୍ଟାମୁଣ୍ଡାଇ,୧୮ା୭(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ କଲେଜ ପରିସରରେ ଅଣଛାତ୍ରଙ୍କ ଦୈରାତ୍ମ୍ୟ ଦିନକୁ ଦିନ ବଢିଚାଲିଛି । ଫଳରେ ଛାତ୍ରୀଛାତ୍ରମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ସୋମବାର ପୂର୍ବାହ୍ନରେ ଜଣେ ଅଣଛାତ୍ର କଲେଜର ଯୁକ୍ତ ଦୁଇ ଶ୍ରେଣୀର ଦ୍ୱିତୀୟ ବାର୍ଷିକ ବିଜ୍ଞାନ ଛାତ୍ର ଅଭିଷେକ ଦାସଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ବନ୍ଧୁକ ଦେଖାଇ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ଏହାକୁ ନେଇ ସୋମବାର ଠାରୁ ଉତ୍ତେଜନା ଲାଗି ରହିଛି ।

ଦୋକାନ ଭଙ୍ଗାରୁଜାକୁ ବର୍ଷେ ବିତିଲା : ଚାର୍ଜସିଟ୍‌ ଦାଖଲ କରୁନି ପୋଲିସ

ଦୋକାନ ଭଙ୍ଗାରୁଜାକୁ ବର୍ଷେ ବିତିଲା : ଚାର୍ଜସିଟ୍‌ ଦାଖଲ କରୁନି ପୋଲିସ

ନାଉଗଁା,୧୮ା୭(ସ୍ବ.ପ୍ର.): ନାଉଗଁା ବ୍ଲକ ଅବଦଲପୁରସ୍ଥିତ ଥାନା ଛକରେ ୧୭ ଜୁଲାଇ ୧୦୧୭ରେ ହୋଇଥିବା ଦୋକାନ ପୋଡ଼ି ଘଟଣାକୁ ଇତିମଧ୍ୟରେ ୧ବର୍ଷ ବିତିଲାଣି। ଏହି ଘଟଣାକୁ ନେଇ ଥାନାରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ପୋଲିସ ଅଦ୍ୟାବଧି ଚାର୍ଜସିଟ୍‌ ଦାଖଲ କରିନାହିଁ। ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଜଳ ନିଷ୍କାସନ ପାଇଁ ନିର୍ବାହୀ ଯନ୍ତ୍ରୀଙ୍କୁ ଦାବିପତ୍ର

ଜଳ ନିଷ୍କାସନ ପାଇଁ ନିର୍ବାହୀ ଯନ୍ତ୍ରୀଙ୍କୁ ଦାବିପତ୍ର

ବାଲିକୁଦା,୧୮ା୭(ସ୍ବ.ପ୍ର.): ଲଗାଣ ବର୍ଷା ଯୋଗୁ ବାଲିକୁଦା ବ୍ଲକର ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି। ଡ୍ରେନ୍‌ଗୁଡିକରେ ଜଳ ନିଷ୍କାସନ ଠିକ୍‌ ଭାବେ ହୋଇପାରୁ ନ ଥିବାରୁ ବହୁ ଅସୁବିଧା ହେଉଛି। ତେଣୁ ଜଳ ନିଷ୍କାସନ ସୁବିଧା କରିବା ପାଇଁ ଅଳକା ବୁଡ଼ି ଅଞ୍ଚଳ କୃଷକ ସଂଗ୍ରାମ ସମିତି ପକ୍ଷରୁ ଜଳ ସମ୍ପଦ ବିଭାଗ ଓ ଜଳ ନିଷ୍କାସନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

Model This Week

ରୂପେଶ