ବ୍ରହ୍ମପୁର

ଦୁର୍ଗମ ଅଞ୍ଚଳକୁ ଗଡ଼ିଲା ସରକାରୀ ବସ୍‌

ଦୁର୍ଗମ ଅଞ୍ଚଳକୁ ଗଡ଼ିଲା ସରକାରୀ ବସ୍‌

ଦାରିଙ୍ଗବାଡ଼ି,୧୬।୧୨(ଡି.ଏନ.ଏ)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ଅଞ୍ଚଳକୁ ସରକାରୀ ବସ୍‌ ଚଳାଚଳ କରୁ ନ ଥିଲା। ଏ ସମ୍ପର୍କରେ ଶୁକ୍ରବାର ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଶନିବାର ହାତିମୁଣ୍ଡାଠାରୁ ଫୁଲବାଣୀକୁ ସରକାରୀ ବସ୍‌ ଚଳାଚଳ କରିଛି। ବସ୍‌ଟି ପୂର୍ବରୁ ସରାମୂଳିଠାରୁ ଫୁଲବାଣୀ ଯାଉଥିଲା। ଜିଲା ପ୍ରଶାସନ ଉକ୍ତ ବସ୍‌ ସହ ଫୁଲବାଣୀରୁ ଦାରିଙ୍ଗବାଡ଼ି ଚଳାଚଳ କରୁଥିବା ବସ୍‌କୁ ମଧ୍ୟ ବନ୍ଦ କରିଦେଇଥିଲା। ଖୁବ୍‌ଶୀଘ୍ର ଫୁଲବାଣୀଠାରୁ କେରୁବାଡ଼ିକୁ ବସ୍‌ ଚାଲିବ ବୋଲି ଫୁଲବାଣୀ ଉପଜିଲାପାଳ ତଥା ଆରଟିଓ ନିମାଇ ଚରଣ ସୂତାର କହିଛନ୍ତି। ସେହିପରି ଫୁଲବାଣୀରୁ ତିଲୋରି, ବୁଡାଗୁଡ଼ା ଦେଇ ଗୁମିକିଆ ଓ ସୋନପୁର, ସିର୍କାବର୍ଗକୁ ବସ୍‌ ଚଳାଚଳ କରିବା ନିମନ୍ତେ ପଦକ୍ଷେପ ନିଆଯିବ ବୋଲି ଆରଟିଓ କହିଛନ୍ତି। ହାତିମୁଣ୍ଡାକୁ ବସ୍‌ ଚଳାଚଳ କରିଥିବାରୁ ସମିତିସଭ୍ୟ ଭିୟୁତମ ଶୋଭାସୁନ୍ଦର ଓ ପୂର୍ବତନ ସମିତିସଭ୍ୟ ଉପେନ୍ଦ୍ର ବଳିଆରସିଂ ପ୍ରମୁଖ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି। ସୂଚନାଯୋଗ୍ୟ, ଦାରିଙ୍ଗବାଡ଼ି ବ୍ଲକର ୨୫ ପଞ୍ଚାୟତ ମଧ୍ୟରୁ ହାତିମୁଣ୍ଡା, କାଟିଙ୍ଗିଆ, ସରାମୁଳି, ସିର୍କାବର୍ଗ, ଭ୍ରମରବାଡ଼ିର କେରୁବାଡ଼ି, ସୋନପୁର, ପର୍ତ୍ତମାହା, ଗୁମିକିଆ ଆଦି ଦୁର୍ଗମ ଅଞ୍ଚଳ। କାଟିଙ୍ଗିଆ ଓ ହାତିମୁଣ୍ଡାକୁ ବସ ସୁବିଧା ହୋଇଛି। ଅନ୍ୟସ୍ଥାନକୁ ଶୀଘ୍ର ବସ୍‌ ଚଳାଚଳ ପାଇଁ ଜିଲା ପ୍ରଶାସନ ପଦକ୍ଷେପ ନେବାକୁ ଦାବି ହେଉଛି ।

All Right Reserved By

Model This Week

ନିକିତା

ବ୍ରହ୍ମପୁର

ଯୁଗ୍ମ ସଚିବ, ମତ୍ସ୍ୟ  ନିର୍ଦ୍ଦେଶକଙ୍କ ହୁମ୍ମା ଶୁଖୁଆହାଟ ପରିଦର୍ଶନ

ଯୁଗ୍ମ ସଚିବ, ମତ୍ସ୍ୟ ନିର୍ଦ୍ଦେଶକଙ୍କ ହୁମ୍ମା ଶୁଖୁଆହାଟ ପରିଦର୍ଶନ

ଗଞ୍ଜାମ,୧୯।୪(ଡି.ଏନ.ଏ.)- ଗଞ୍ଜାମ ଜିଲାର ହୁମ୍ମା ଶୁଖୁଆ ହାଟ ଅବ୍ୟବସ୍ଥା ମଧ୍ୟରେ ଗତି କରୁଥିଲା । ଏନେଇ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ବିଭିନ୍ନ ସମୟରେ ଜିଲା ପ୍ରଶାସନ ନିକଟରେ ଅଭିଯୋଗ କରି ଆସୁଥିଲେ। ସ୍ଥାନୀୟ ବିଧାୟକ ଡ଼ା. ପ୍ରିୟାଂଶୁ ପ୍ରଧାନ ମଧ୍ୟ ହୁମ୍ମା ଶୁଖୁଆ ହାଟର ଉନ୍ନତୀକରଣ ନିମନ୍ତେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଗୁରୁବାର ରାଜ୍ୟ ମତ୍ସ୍ୟ ନିର୍ଦ୍ଦେଶକ ପ୍ରଶାନ୍ତ ସେନାପତି ଏବଂ ଯୁଗ୍ମ ସଚିବ ଶିବ ନାରାୟଣ ସାହୁ ହୁମ୍ମା ଶୁଖୁଆ ହାଟରେ ପହଞ୍ଚତ୍ ଏହାର ସ୍ଥିତି ଅନୁଧ୍ୟାନ କରିଥିଲେ। ଇଣ୍ଟିଗ୍ରେଟେଡ୍‌ କୋଷ୍ଟାଲ ଜୋନ ମ୍ୟାନେଜମେଣ୍ଟ ପ୍ରୋଜେକ୍ଟ (ଆଇସିଜେଡ୍‌ଏମ୍‌ପି) ବା ସମନ୍ବିତ ଉପକୂଳ ପରିଚାଳନା ପ୍ରକଳ୍ପ ଦ୍ୱାରା ହୁମ୍ମା ଶୁଖୁଆ ହାଟର ଉନ୍ନତୀକରଣ ପାଇଁ ସମସ୍ତ ପଦକ୍ଷେପ ନିଆଯିବ ବୋଲି ସଚିିବ ସାହୁ ସୂଚନା ଦେଇଛନ୍ତି ।

୭ ବଖରା ଜଳିଗଲା

ଶଙ୍କରାଖୋଲ,୧୯।୪(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଚକାପାଦ ବ୍ଲକ ବ୍ରାହ୍ମଣପାଦ ପଞ୍ଚାୟତର ଅଟ୍ଟାଙ୍ଗୀ ଗ୍ରାମରେ ଗୁରୁବାର ଦିନ ପ୍ରାୟ ଗୋଟାଏରେ ନିଅଁା ଲାଗି ୭ ବଖରା ପୋଡି ଯାଇଛି। ପଞ୍ଚାନନ ମଲିକ, ସୁଶାନ୍ତ ମଲିକ, ରବିନା ମଲିକଙ୍କର ୨ ବଖରା ଲେଖାଏଁ ଓ କୌଶଲ୍ୟା ମଲିକଙ୍କର ଗୋଟିଏ ବଖରା ପୋଡି ପାଉଁଶ ହୋଇଯାଇଛି। ଚକାପାଦା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚତ୍ବା ବେଳକୁ ସମସ୍ତ ଘର ପୋଡି ଯାଇଥିଲା। ଚକାପାଦ ଅତିରିକ୍ତ ତହସିଲଦାର ତପନ ମହାପାତ୍ର, ବ୍ରାହ୍ମଣପାଦ ସରପଞ୍ଚ ଚମ୍ପସ୍ବିନୀ ମଲିକ, ଆର୍‌ଆଇ ପ୍ରଶାନ୍ତ କୁମାର ମହାପାତ୍ର ପହଞ୍ଚତ୍ ବିପନ୍ନଙ୍କୁ ଚୁଡା, ଚିନି, ପଲିଥିନ ଓ ଲୁଗାପଟା ପ୍ରଦାନ କରିଥିଲେ। ବିପନ୍ନମାନେ ବିପିଏଲ ପରିବାରର ହୋଇଥିବାରୁ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ସାଧାରଣରେଦାବି ହେଉଛି।

ରାଜ୍ୟ ଜଳ ପରିମଳ ଅଧୀକ୍ଷଣ ଯନ୍ତ୍ରୀଙ୍କ ଶେରଗଡ଼ ଗସ୍ତ

ରାଜ୍ୟ ଜଳ ପରିମଳ ଅଧୀକ୍ଷଣ ଯନ୍ତ୍ରୀଙ୍କ ଶେରଗଡ଼ ଗସ୍ତ

ଶେରଗଡ,୧୯।୪ (ଡି.ଏନ୍‌.ଏ.)- ଶେରଗଡ ବ୍ଲକକୁ ରାଜ୍ୟ ଜଳ ପରିମଳ ମିଶନର ଅଧୀକ୍ଷଣ ଯନ୍ତ୍ରୀ ଅଭୟ ବିଶ୍ୱାଳ ପରିଦର୍ଶନରେ ଆସି ବ୍ଲକର ବିଭିନ୍ନ ଗ୍ରାମର ପାନୀୟଜଳ ପ୍ରକଳ୍ପ ବୁଲି ଦେଖିଛନ୍ତି। ପରିଦର୍ଶନ ସମୟରେ ବ୍ଲକର ନରେନ୍ଦ୍ରପୁର, କୁରୁଳା, ପଥରପୁଞ୍ଜି, ଗୋବିନ୍ଦପୁର, ଗୋଠଗାଁରେ ନିର୍ମାଣ ହୋଇଥିବା ପାଇଖାନା ଦେଖିଥିଲେ।

ଏତଲାକାରୀଙ୍କୁ ଥାନାରେ ମାଡ଼ ଅଭିଯୋଗ:କାର୍ଯ୍ୟାନୁଷ୍ଠାନ ଦାବି କଲା ଓକିଲ ସଂଘ

ପାଟପୁର,୧୯।୪(ଡି.ଏନ.ଏ.)-ପାଟପୁର ଥାନା ସେକେଣ୍ଡ ଅଫିସର ଜଣେ ଏତଲାକାରିଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତିକରି ଦିଗପହଣ୍ଡି ଓକିଲ ସଂଘ ପକ୍ଷରୁ ଘଟଣାକୁ ନିନ୍ଦା କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ପୋଖରୀରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର

ଦିଗପହଣ୍ଡି,୧୯।୪(ଡି.ଏନ.ଏ.)-ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ଦେଉଳ ପୋଖରୀରୁ ଗୁରୁବାର ପ୍ରାୟ ଅପରାହ୍ନ ୪ଟାରେ ଜଣେ ଶିଶୁକନ୍ୟାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ ସିଦ୍ଧେଶ୍ୱର ଗ୍ରାମ ଚାଉଳିଆ ସାହିର ପରିବା ବ୍ୟବସାୟୀ ବୁଲୁ ସାହୁଙ୍କ କନ୍ୟା ମାମାଲି (୬)। ସେ ପ୍ରଥମ ଶ୍ରେଣୀରେ ପଢ଼ୁଥିଲେ। ମଧ୍ୟାହ୍ନରେ ଘର ନିକଟ ପୋଖରୀକୁ ସେ ଶୌଚ ପାଇଁ ଯାଇ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମାମାଲିଙ୍କ ସନ୍ଧାନ ମିଳି ନ ଥିଲା। ସମ୍ପର୍କୀୟ ଲୋକେ ପୋଖରୀରେ ପଶି ଖୋଜିବାରୁ ମୃତଦେହ ମିଳିଥିଲା।

ମେଡିକାଲ କଲୋନୀରେ ପାନୀୟଜଳ ସଙ୍କଟ: ବିଡିଓଙ୍କୁ ଅଭିଯୋଗ କଲେ କର୍ମଚାରୀ

ମେଡିକାଲ କଲୋନୀରେ ପାନୀୟଜଳ ସଙ୍କଟ: ବିଡିଓଙ୍କୁ ଅଭିଯୋଗ କଲେ କର୍ମଚାରୀ

ତୁମୁଡିବନ୍ଧ,୧୯।୪(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ତୁମୁଡିବନ୍ଧ ମେଡିକାଲ କଲୋନୀରେ ପାନୀୟଜଳର ଘୋର ଅଭାବ ଦେଖା ଦେଇଛି। କଲୋନୀରେ ରହୁଥିବା କର୍ମଚାରୀମାନେ ଗୁରୁବାର ପୂର୍ବାହ୍ନ ସାଢେ ୧୧ଟାରେ ବିଡିଓଙ୍କୁ ଏନେଇ ଅଭିଯୋଗ କରିଥିବା ଜଣାପଡିଛି।

ନାବାଳିକା ବିବାହକୁ ରୋକିଲା ପ୍ରଶାସନ

ନାବାଳିକା ବିବାହକୁ ରୋକିଲା ପ୍ରଶାସନ

ହିଞ୍ଜିଳିକାଟୁ,୧୯।୪(ଡ଼ି.ଏନ୍‌.ଏ)- ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶ୍ୟାମଳାଇ ମନ୍ଦିରରେ ଗୁରୁବାର ଜଣେ ନାବାଳିକାଙ୍କ ବିବାହକୁ ପ୍ରଶାସନ ପହଞ୍ଚତ୍ ବନ୍ଦ କରିଛି। କନ୍ୟା ଓ ବରପକ୍ଷ ପ୍ରଥମେ ପ୍ରଶାସନକୁ ବିରୋଧ କରିଥିଲେ ମଧ୍ୟ ବୁଝାଶୁଝା ପରେ କନ୍ୟା ଓ ବର ପିତାଙ୍କ ପକ୍ଷରୁ କନ୍ୟା ଜଣକ ସାବାଳିକା ହେବା ପର୍ଯ୍ୟନ୍ତ ବିବାହ ନ କରାଇବାକୁ ଏକ ସମ୍ମତିପତ୍ର ପ୍ରଶାସନକୁ ପ୍ରଦାନ କରିଥିବା ହିଞ୍ଜିଳି ଥାନାଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି।

ଅଟୋ ଓଲଟି ୧ ମୃତ, ୪ ଆହତ

ଅଟୋ ଓଲଟି ୧ ମୃତ, ୪ ଆହତ

ପୋଲସରା,୧୯।୪(ଡି.ଏନ.ଏ)- ପୋଲସରା ଥାନା ନରସିଂହପଲ୍ଲୀ-ତେନ୍ତୁଳିଆ ରାସ୍ତାରେ ଗୁରୁବାର ଏକ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଜଣେ ନାବାଳିକା ମୃତ୍ୟୁବରଣ କରିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ମୃତ ନାବାଳିକା ଜଣକ ମାଳତେନ୍ତୁଳିଆ ଗ୍ରାମର ବସନ୍ତ ସାହୁଙ୍କ ଝିଅ ସୌମ୍ୟାରାଣୀ ସାହୁ (୭)।

କଲେଜ ପ୍ରାଚୀର ନିର୍ମାଣ ଦାବି

କଲେଜ ପ୍ରାଚୀର ନିର୍ମାଣ ଦାବି

ହିଞ୍ଜିଳିକାଟୁ,୧୯।୪(ଡି.ଏନ୍‌.ଏ.)- ହିଞ୍ଜିଳିକାଟୁ କଲେଜ ଓ ବୃନ୍ଦାବନ ବିଦ୍ୟାପୀଠ ଷ୍ଟାଡ଼ିୟମ ମଧ୍ୟରେ ଥିବା ଖୋଲା ପ୍ରାଚୀର ନିର୍ମାଣ ଦାବି ହେଉଛି। ଗତ ୪ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳିକାଟୁ ଗସ୍ତବେଳେ ସୁରକ୍ଷା କାରଣରୁ ଏହି ପ୍ରାଚୀରକୁ ରାସ୍ତା ଓ କୋଠାବାଡ଼ି ବିଭାଗ ପକ୍ଷରୁ ଭଙ୍ଗା ଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ବୃନ୍ଦାବନ ବିଦ୍ୟାପୀଠ ଷ୍ଟାଡ଼ିୟମ ପରିସରରେ ହୋଇଥିଲା। ଅନ୍ୟପକ୍ଷରେ ଅସ୍ଥାୟୀ ହେଲିପ୍ୟାଡ କଲେଜ ପଡ଼ିଆରେ କରାଯାଇଥିଲା। କଲେଜ ଓ ବୃନ୍ଦାବନ ବିଦ୍ୟାପୀଠ ଷ୍ଟାଡ଼ିୟମକୁ ମୁଖ୍ୟମନ୍ତ୍ରୀଙ୍କ ଯିବା ଆସିବା ପାଇଁ ଅସ୍ଥାୟୀ ପ୍ରବେଶ ପଥ ନିର୍ମାଣ ହୋଇଥିଲା। ଇତି ମଧ୍ୟରେ ଗସ୍ତର ୨ସପ୍ତାହ ବିତି ଯାଇଥିଲେ ସୁଦ୍ଧା ଉକ୍ତ ପ୍ରାଚୀର ନିର୍ମାଣ ହୋଇନାହିଁ।

ସଞ୍ଜୟ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ, ବ୍ରାହସାଲକା ବିଜୟୀ

ସଞ୍ଜୟ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ, ବ୍ରାହସାଲକା ବିଜୟୀ

ଦାରିଙ୍ଗବାଡ଼ି,୧୯।୪(ଡି.ଏନ.ଏ)- କନ୍ଧମାଳ ଜିଲା ଦାର୍ଜିଲିଂ କ୍ରିକେଟ କ୍ଲବ ପକ୍ଷରୁ ଆୟୋଜିତ ସଞ୍ଜୟ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟର ଦ୍ୱିତୀୟ ଦିନ ମ୍ୟାଚରେ କେରୁବାଡ଼ି ଟିମ ବ୍ରାହାସାଲକା ଟିମ୍‌କୁ ଭେଟିଥିଲା। ବ୍ରାହାସାଲକା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ୧୫ ଓଭରରେ ୯ ଉଇକେଟ ହରାଇ ୧୩୦ ରନ କରିଥିଲା। କେରୁବାଡ଼ି ଟିମ ୮ ଓଭରରେ ୪୧ ରନ କରି ଅଲଆଉଟ ହୋଇଯାଇଥିଲେ।

ଯୁବକଙ୍କୁ ଆକ୍ରମଣ

ଯୁବକଙ୍କୁ ଆକ୍ରମଣ

ଛତ୍ରପୁର,୧୯।୪(ଡି.ଏନ.ଏ.)- ଛତ୍ରପୁର ଥାନା କାଚରା ଗାଁରେ ଜଣେ ଯୁବକଙ୍କୁ ଆକ୍ରମଣ ହୋଇଛି। ତାଙ୍କ ଘର ବଡମାଧପୁର ଗାଁରେ। ତାଙ୍କୁ ଚିକିସତ୍ା ଲାଗି ପ୍ରଥମେ ଛତ୍ରପୁର ଉପଖଣ୍ଡ ଚିକିସତ୍ାଳୟ ଏବଂ ପରେ ବ୍ରହ୍ମପୁର ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଉକ୍ତ ଯୁବକ ଜଣକ ବୁଧବାର ବରଯାତ୍ରୀରେ କାଚରାକୁ ଆସିଥିଲେ। ରାତିରେ କୌଣସି କାରଣକୁ ନେଇ ଅନ୍ୟଜଣକସହ ବଚସା ହୋଇଥିଲା ଏବଂ ପରେ ତାଙ୍କୁ ଆକ୍ରମଣ ହୋଇଛି ା ଏସମ୍ପର୍କରେ ଛତ୍ରପୁର ଥାନା ଆଇଆଇସି ବାଲେଶ୍ୱର ଗିଧିଙ୍କ ସହ ଯୋଗାଯୋଗ କରିବାରେ କୌଣସି ଏତଲା ହୋଇନଥିବା କହିଛନ୍ତି।

ଆଇଆରଇ ପ୍ଲାଣ୍ଟ ପରିସରରେ ନିଆଁ

ଆଇଆରଇ ପ୍ଲାଣ୍ଟ ପରିସରରେ ନିଆଁ

ଛତ୍ରପୁର,୧୯।୪(ଡି.ଏନ.ଏ.)- ଛତ୍ରପୁର ଉପକଣ୍ଠ ଆଇଆର୍‌ଇ (ଭାରତୀୟ ବିରଳ ମୃତ୍ତିକା) ପ୍ଲାଣ୍ଟ ପରିସରରେ ବୁଧବାର ରାତିରେ ହଠାତ୍‌ ନିଆଁ ଲାଗିଯାଇଥିଲା ା ପ୍ଲାଣ୍ଟର ଦମକଳବାହିନୀ ନିଆଁକୁ ଆୟତ କରିଥିଲେ। ଏସମ୍ପର୍କରେ ଖବର ପାଇ ଛତ୍ରପୁର ଦମକଳବାହିନୀ ସେଠାରେ ପହଞ୍ଚତ୍ବାବେଳକୁ ନିଆଁ ଆୟତ ହୋଇଯାଇଥିଲା। ଘାସ ଓ କାଜୁ ଗଛରେ ନିଆଁ ଲାଗିଯାଇଥିଲା ବୋଲି ଆଇଆରଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏଥିରେ କିଛି କ୍ଷୟ କ୍ଷତି ହୋଇନଥିବା କୁହାଯାଇଛି।