ବ୍ରହ୍ମପୁର

ବିଚାରପତିଙ୍କ ଭଞ୍ଜନଗର କୋର୍ଟ ପରିଦର୍ଶନ

ବିଚାରପତିଙ୍କ ଭଞ୍ଜନଗର କୋର୍ଟ ପରିଦର୍ଶନ
ଭଞ୍ଜନଗର, ୧୬।୧୨(ଡି.ଏନ୍‌.ଏ.): ଓଡ଼ିଶା ହାଇକୋର୍ଟର ବିଚାରପତି ବି.ଏନ୍‌. ନାୟକ ଶନିବାର ଭଞ୍ଜନଗର କୋର୍ଟ ପରିଦର୍ଶନ କରିଛନ୍ତି। ଏହି ସମୟରେ ସେ କୋର୍ଟର ବିଭିନ୍ନ କାର୍ଯ୍ୟ ସମୀକ୍ଷା କରିଥିଲେ। ପରେ କୋର୍ଟର ଦ୍ୱିତୀୟ ଥଣ୍ଡା ପାନୀୟ ଜଳ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ। ଶେଷରେ ବାର ଆସୋସିଏଶନ ପକ୍ଷରୁ ବିଚାରପତିଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା।
All Right Reserved By

ବ୍ରହ୍ମପୁର

ଗୋଷ୍ଠୀ ସଂଘର୍ଷ: ୨ ଆହତ, ୩  ଗିରଫ

ଗୋଷ୍ଠୀ ସଂଘର୍ଷ: ୨ ଆହତ, ୩ ଗିରଫ

ଆସିକା,୧୬।୧୦ (ଡି.ଏନ୍‌.ଏ.):  ଆସିକା ଥାନା ଗବନଳା ଗ୍ରାମର ୨ ଗୋଷ୍ଠୀ ମଧ୍ୟରେ ରବିାର ସଂଘର୍ଷ ହୋଇଥିଲା ା ଏଥିରେ ଗୋଟିଏ ପକ୍ଷରୁ ଟୁନା ଗୌଡ ଓ  ଅନ୍ୟ ଗୋଷ୍ଠୀର ଗଣେଶ ପାତ୍ର ଆହତ ହୋଇଥିଲେ।  ଉଭୟେ ଆସିକା ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ସୋମବାର ପରସ୍ପର ବିରୋଧରେ ଥାନାରେ ଅଭିଯୋଗ ଦାଖଲ କରିଛନ୍ତି। ଗଣେଶଙ୍କ ଅଭିଯୋଗକ୍ରମେ ନଂ. ୩୨୧/୧୮ରେ ମାମଲା ରୁଜୁ କରାଯାଇ ଟୁନାଙ୍କୁ ଗିରଫ କରାଯାଇଛି।

ଅପରାଧ ସମୀକ୍ଷା କଲେ ଏସ୍‌ପି

ଅପରାଧ ସମୀକ୍ଷା କଲେ ଏସ୍‌ପି

ଛତ୍ରପୁର,୧୬।୧୦(ଡି.ଏନ.ଏ.):ଗଞ୍ଜାମ ପୋଲିସ ଜିଲା ଅଧୀନ ଛତ୍ରପୁର ଓ ପୁରୁଷୋତ୍ତମପୁର ଉପଖଣ୍ଡସ୍ତରୀୟ ଅପରାଧ ସମୀକ୍ଷା ବୈଠକ ମଙ୍ଗଳବାର ଛତ୍ରପୁରସ୍ଥିତ ଏସ୍‌ପିଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ ବୈଠକରେ ଅଧ୍ୟକ୍ଷତା କରି ଉକ୍ତ ୨ ଉପଖଣ୍ଡ ଅଧୀନ ସମସ୍ତ ଥାନାର ଅପରାଧ ସମୀକ୍ଷା କରିଥିଲେ।

ଶେରଗଡରେ ନବରାତ୍ରି ପୂଜା

ଶେରଗଡରେ ନବରାତ୍ରି ପୂଜା

ଶେରଗଡ,୧୬।୧୦(ଡି.ଏନ୍‌.ଏ.)- ଶେରଗଡ ବ୍ଲକ ଆମ୍ବୁଆବାଡି ଗ୍ରାମ ଦଣ୍ଡକାଳୀ ମନ୍ଦିର, ଶେରଗଡ ଦକ୍ଷିଣକାଳୀ ମନ୍ଦିର ଓ ଶେରଗଡ ବିଜୁଳି ସେକ୍ସନରେ ନବରାତ୍ରି ପୂଜା ମଙ୍ଗଳବାର ରାତିରେ ଆରମ୍ଭ ହୋଇଛି।

ରିଲିଫ ପାଇଁ ସର୍ଭେ ଆରମ୍ଭ

ରିଲିଫ ପାଇଁ ସର୍ଭେ ଆରମ୍ଭ

ଶେରଗଡ,୧୬।୧୦(ଡି.ଏନ୍‌.ଏ.)- ଶେରଗଡ ବ୍ଲକର ତହଁର, ବ୍ରାହ୍ମଣଛାଇ, ପିତ୍ତଳ ଆଦି ୩ ପଞ୍ଚାୟତରେ ରିଲିଫ ଦେବା ପାଇଁ ମଙ୍ଗଳବାର ସର୍ଭେ କାମ ଆରମ୍ଭ ହୋଇଛି। ଏନେଇ ପିତ୍ତଳ ଉଚ୍ଚ ବିଦ୍ୟାଳୟ, ତହଁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବ୍ରାହ୍ମଣଛାଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ତାଲିମ ଦିଆଯାଇଥିଲା। ତାଲିମ ପରେ ସେମାନେ ଘର ଘର ବୁଲି ସର୍ଭେ କରିଛନ୍ତି।

ବ୍ଲକ ଅଧ୍ୟକ୍ଷାଙ୍କ ଦୁର୍ବ୍ୟବହାର ପ୍ରତିବାଦରେ କର୍ମଚାରୀଙ୍କ ଆନ୍ଦୋଳନ

ବ୍ଲକ ଅଧ୍ୟକ୍ଷାଙ୍କ ଦୁର୍ବ୍ୟବହାର ପ୍ରତିବାଦରେ କର୍ମଚାରୀଙ୍କ ଆନ୍ଦୋଳନ

ଜି.ଉଦୟଗିରି, ୧୬।୧୦(ଡି.ଏନ୍‌.ଏ.): ଜି.ଉଦୟଗିରି ବିଡିଓଙ୍କ ସମେତ କର୍ମଚାରୀମାନେ ମଙ୍ଗଳବାର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ବ୍ଲକ ଅଧ୍ୟକ୍ଷା ଦୀପ୍ତି ରେଖା ପ୍ରଧାନ ତାଙ୍କ ସ୍ବାମୀ ଓ ସମର୍ଥକଙ୍କ ସହ ସୋମବାର ବ୍ଲକ କାର୍ଯ୍ୟାଳୟରେ ବିଡିଓଙ୍କୁ ଗାଳିଗୁଲଜ କରିବା ସହ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା ପ୍ରତିବାଦରେ ଏହି ଧାରଣା ଦିଆଯାଇଛି। 

ବାତ୍ୟା ଓ ବନ୍ୟା କ୍ଷୟକ୍ଷତି ଆକଳନ ପାଇଁ ତାଲିମ

ବାତ୍ୟା ଓ ବନ୍ୟା କ୍ଷୟକ୍ଷତି ଆକଳନ ପାଇଁ ତାଲିମ

ଶେରଗଡ, ୧୬।୧୦(ଡି.ଏନ.ଏ.): ଶେରଗଡ ବ୍ଲକର ତିନି ପଞ୍ଚାୟତରେ ତିତ୍‌ଲି ବାତ୍ୟା ଓ ତା’ ପରେ ଆସିଥିବା ବନ୍ୟା କ୍ଷୟକ୍ଷତିର ଆକଳନ କରିବା ପାଇଁ ମଙ୍ଗଳବାର ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

ଜୁଆ ଆଡ୍ଡା ଉପରେ ଚଢ଼ାଉ: ୫ ଗିରଫ

ଜୁଆ ଆଡ୍ଡା ଉପରେ ଚଢ଼ାଉ: ୫ ଗିରଫ

ଦିଗପହଣ୍ଡି, ୧୬।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ବଡ଼ଡ଼ୁମ୍ବୁଳା ଗ୍ରାମରେ ସୋମବାର ରାତିରେ ଚଢ଼ାଉ କରି ୫ ଜୁଆଡ଼ିଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୩,୫୦୦ ଟଙ୍କା, ତାସ୍‌ ମୁଠା ଓ ଜରିପାଲ ଜବତ କରାଯାଇଛି। 

ଦୁର୍ଗମ ଅଞ୍ଚଳରେ ଅଗ୍ନିଶମ ବାହିନୀର ଜନସେବା :ଖଟିଆରେ ପ୍ରସୂତୀଙ୍କୁ ଧରି ୨ କି.ମି. ଚାଲିଲେ

ଦୁର୍ଗମ ଅଞ୍ଚଳରେ ଅଗ୍ନିଶମ ବାହିନୀର ଜନସେବା :ଖଟିଆରେ ପ୍ରସୂତୀଙ୍କୁ ଧରି ୨ କି.ମି. ଚାଲିଲେ

ବ୍ରହ୍ମ୍ମପୁର ଅଫିସ,୧୬ା୧୦-ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଦୁର୍ଗମ ଅଞ୍ଚଳଭାବେ ପରିଚିତ ବୁରୁତାଲ ପଞ୍ଚାୟତ କମଳଖାତ ଗଁାରେ ଅଗ୍ନିଶମ କର୍ମଚାରୀମାନେ ସୋମବାର ପହଞ୍ଚି  ସେବା ଯୋଗାଇଥିବା ଦେଖିବାକୁ ମିଳିଛି ା

କଳିଙ୍ଗା ଘାଟିରେ ଦୁର୍ଘଟଣା: ଜଣଙ୍କ ମୃତଦେହ ଉଦ୍ଧାର

କଳିଙ୍ଗା ଘାଟିରେ ଦୁର୍ଘଟଣା: ଜଣଙ୍କ ମୃତଦେହ ଉଦ୍ଧାର

ଜି.ଉଦୟଗିରି,୧୬ା୧୦(ଡି.ଏନ.ଏ.)-କନ୍ଧମାଳ ଜିଲା କଳିଙ୍ଗା ଘାଟିରେ ସୋମବାର ଅପରାହ୍ନ ୨ଟାରେ ଏକ ଲୁହାଖୁଣ୍ଟ ବୋଝେଇ ଟ୍ରକ ଘାଟିରୁ ୧୦୦ ଫୁଟ ତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି।

ବନ୍ୟାରେ ଭିଜିଥିବା ଜିନିଷ କିଣିବାକୁ ଭିଡ଼

ବନ୍ୟାରେ ଭିଜିଥିବା ଜିନିଷ କିଣିବାକୁ ଭିଡ଼

ଆସିକା,୧୬ା୧୦(ଡି.ଏନ୍‌.ଏ)-ଆସିକା ସହରର କଳିଙ୍ଗା ରୋଡ, ଲକ୍ଷ୍ମୀ ବଜାର, ବିନାୟକ ବଜାର ଆଦି ଅଞ୍ଚଳରେ ଥିବା ଦୋକାନଗୁଡ଼ିକରେ ପ୍ରାୟ ୧୦ ଫୁଟ ଉଚ୍ଚରେ ବନ୍ୟାଜଳ ଜମି ରହିଥିଲା। 

୧୭ରେ ମିନି ମାରାଥନ

୧୭ରେ ମିନି ମାରାଥନ

ଛତ୍ରପୁର,୧୬ା୧୦(ଡି.ଏନ.ଏ)-
ଗଞ୍ଜାମ ପୋଲିସ ଜିଲା ପକ୍ଷରୁ ୨୧ ତାରିଖରେ ପୋଲିସ ଶହୀଦ ଦିବସକୁ ସ୍ବତନ୍ତ୍ର ଭାବେ ପାଳନ କରାଯିବ। ଉକ୍ତ ଦିନ ଜିଲାର ୩ ଶହୀଦଙ୍କ ସ୍ମୃତିଚାରଣ ସହ ସମ୍ମାନ ଜଣାଇବା ବ୍ୟବସ୍ଥା କରାଯାଇଛି।

ଆସିକା ଗଲେ ଆଇଟିଆଇର ୨୦ ଜଣିଆ ଟିମ୍‌

ଆସିକା ଗଲେ ଆଇଟିଆଇର ୨୦ ଜଣିଆ ଟିମ୍‌

ବ୍ରହ୍ମପୁର ଅଫିସ, ୧୬ା୧୦-ତିତ୍‌ଲି ପରବର୍ତ୍ତୀ ବାନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଆସିକା ଅଞ୍ଚଳକୁ ବ୍ରହ୍ମୁପୁର ଆଇଟିଆଇର ଏକ ୨୦ ଜଣିଆ ଟିମ୍‌ ସୋମବାର ଗସ୍ତ କରିଛନ୍ତି ା ଗଞ୍ଜାମ ଆଇଟିଆଇର ଇଲେକ୍ଟ୍ରିକାଲ, ପ୍ଲମ୍ବର, ଆଟୋମୋବାଇଲ ଟ୍ରେଡର ଛାତ୍ର ଓ ଶିକ୍ଷକଙ୍କୁ ନେଇ ଗଠିତ ଏହି ଟିମ୍‌ ଆସିକା ଏନ୍‌ଏସି ଅଞ୍ଚଳରେ ପହଞ୍ଚିଥିଲେ ା