ସମ୍ବଲପୁର

ବରଗଡ଼ ଧନୁଯାତ୍ରା କଳାକାରଙ୍କ ହାତ ଭାଙ୍ଗିଲା, ବଦଳିବେ ଉଗ୍ରସେନ ଅଭିନେତା

ବରଗଡ଼ ଧନୁଯାତ୍ରା କଳାକାରଙ୍କ ହାତ ଭାଙ୍ଗିଲା, ବଦଳିବେ ଉଗ୍ରସେନ ଅଭିନେତା
ବରଗଡ଼ ଅଫିସ୍‌,୧୬।୧୨- ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଗୋଟିଏ ସପ୍ତାହ ବାକି ରହିଛି। କିନ୍ତୁ ଯାହାଙ୍କ ଅଭିନୟରୁ ଧନୁଯାତ୍ରା ଆରମ୍ଭ ଓ ଶେଷ ହୁଏ, ସେହି ଉଗ୍ରସେନ ଚରିତ୍ର ଅଭିନେତା ଆର୍ତ୍ତତ୍ରାଣ ମହାପାତ୍ରଙ୍କୁ ଏଥର ଆଉ ସେହି ଭୂମିକାରେ ଦେଖିବାକୁ ମିଳିବ ନାହିଁ। କାରଣ ଶନିବାର ସଂଧ୍ୟାରେ ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ବୀର ସୁରେନ୍ଦ୍ର ସାଏ ହାଇସ୍କୁଲର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଯାପନୀ ଦିବସରେ ପିଲାଙ୍କ ସହ ଭଲିବଲ୍‌ ଖେଳୁଥିବାବେଳେ ଆର୍ତ୍ତତ୍ରାଣଙ୍କ ଡାହାଣ ହାତ ଭାଙ୍ଗିଯାଇଛି। ସେ ସହରର ଏକ ଘରୋଇ ନର୍ସିଂହୋମରେ ଚିକିତ୍ସିତ ହୋଇଥିବାବେଳେ ଏକ ମାସ ପର୍ଯ୍ୟନ୍ତ ବିଶ୍ରାମ ନେବା ପାଇଁ ଡାକ୍ତର ତାଙ୍କୁ ପରାମର୍ଶ ଦେଇଛନ୍ତି। ବରଡ଼ୋଲସ୍ଥିତ ବୀର ସୁରେନ୍ଦ୍ର ସାଏ ହାଇସ୍କୁଲରେ କିରାଣିଭାବେ କାର୍ଯ୍ୟରତ ତୁରୁଙ୍ଗା ଗ୍ରାମର ଆର୍ତ୍ତତ୍ରାଣ ମହାପାତ୍ର ୨୦୦୯ରୁ ବରଗଡ଼ ଧନୁଯାତ୍ରାର ଉଗ୍ରସେନ ଭୂମିକାରେ ଅଭିନୟ କରିଆସୁଛନ୍ତି। ଏଥର କଂସ ଅଭିନେତା ବଦଳିଥିବାବେଳେ ଆର୍ତ୍ତତ୍ରାଣ ଆହତ ହୋଇଥିବାରୁ ଏବେ ଉଗ୍ରସେନ ଅଭିନେତା ମଧ୍ୟ ବଦଳିବେ। ଏ ସମ୍ପର୍କରେ ଧନୁଯାତ୍ରା ମହୋତ୍ସବ ସମିତି ସମ୍ପାଦକ ସୁରେଶ୍ୱର ଶତପଥୀ କହିଛନ୍ତି, ଉଗ୍ରସେନ ଭୂମିକାରେ ଯେଉଁ କଳାକାର ଭଲ ଅଭିନୟ କରିବେ, ସେଭଳି ଜଣେ କଳାକାରଙ୍କୁ ଏହି ଚରିତ୍ର ପାଇଁ ଚୟନ କରାଯିବ। ମହୋତ୍ସବର ସହଆବାହକ ଅଶୋକ ବେହେରା କହିଛନ୍ତି, ଗତ ୬ ତାରିଖରୁ ରିହର୍ସଲ ଚାଲିଥିଲା। ରିହର୍ସଲ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଆର୍ତ୍ତତ୍ରାଣ ଆହତ ହେବା ଓ ଏଥର ମହୋତ୍ସବରେ ତାଙ୍କ ଅନୁପସ୍ଥିତି ନିଶ୍ଚିତଭାବେ ପ୍ରଭାବ ପକାଇବ। ତଥାପି ଧନୁଯାତ୍ରାର ମାନ ଯେଭଳି ହ୍ରାସ ନ ପାଇବ, ସେଥିପ୍ରତି ଦୃଷ୍ଟିଦେଇ ଜଣେ କଳାକାରଙ୍କୁ ସେହି ଚରିତ୍ର ପାଇଁ ମନୋନୀତ କରାଯିବ। ସେହିପରି ଆର୍ତ୍ତତ୍ରାଣ କହିଛନ୍ତି, ହାତ ଭାଙ୍ଗିବ ବୋଲି କେବେ ଭାବି ନ ଥିଲି। ପିଲାଙ୍କ ସହ ଖେଳକୁଦ ବେଳେ ତଳେ ପଡ଼ିଯିବାରୁ ହାତ ଭାଙ୍ଗିଗଲା। ଏଥିପାଇଁ ଚଳିତବର୍ଷ ଅଭିନୟରୁ ବଞ୍ଚିତ ହେଉଥିବାରୁ ସେ ମର୍ମାହତ ବୋଲି କହିଛନ୍ତି।
All Right Reserved By

ସମ୍ବଲପୁର

ବିଜୁ ଯୁବବାହିନୀରେ ସ୍କୁଲପିଲା :ବୃକ୍ଷରୋପଣରେ ଧରିଲେ ବ୍ୟାନର

ବିଜୁ ଯୁବବାହିନୀରେ ସ୍କୁଲପିଲା :ବୃକ୍ଷରୋପଣରେ ଧରିଲେ ବ୍ୟାନର

ସମ୍ବଲପୁର,୧୭।୮(ବ୍ୟୁରୋ)- ରାଜ୍ୟ ସରକାର ପ୍ରତ୍ୟେକ ପଞ୍ଚାୟତରେ ବିଜୁବାହିନୀ ଗଠନ କରିଛନ୍ତି। ଗ୍ରାମରେ ସାମାଜିକ ଓ ଗ୍ରାମର ବିକାଶ ସହ ଲୋକମାନଙ୍କୁ  ବିଭିନ୍ନ ଦିଗରେ ସଚେତନତା କରାଇବା ଏହାର ମୁଖ୍ୟ ଦାୟିତ୍ୱ। ଏନେଇ ସରକାରୀ ରାଜ କୋଷରୁ ଟଙ୍କା ଖର୍ଚ୍ଚ ହେଉଛି । ବିଜୁ ଯୁବବାହିନୀ ଗଠନ ପାଇଁ ସରକାରଙ୍କ  କଡା ନିୟମ ରହିଛି। ହେଲେ ଦଳୀୟ ବିଧାୟକ ଓ କର୍ମୀ ଏହାକୁ ପାଳନ କରୁ ନ ଥିବା ଅଭିଯୋଗ ହୋଇଛି। 

ଘର ଭୁଶୁଡି ମହିଳା ଗୁରୁତର:  ୧ କି.ମି ଷ୍ଟ୍ରେଚରରେ ବୋହି ଆଣିଲେ ଆମ୍ବୁଲାନ୍ସ କର୍ମଚାରୀ

ଘର ଭୁଶୁଡି ମହିଳା ଗୁରୁତର: ୧ କି.ମି ଷ୍ଟ୍ରେଚରରେ ବୋହି ଆଣିଲେ ଆମ୍ବୁଲାନ୍ସ କର୍ମଚାରୀ

ଧମା,୧୭।୮(ଡି.ଏନ୍‌.ଏ)- ସମ୍ବଲପୁର ଜିଲା ମାନେଶ୍ୱର ବ୍ଲକ ଡକରା ପଞ୍ଚାୟତର ଦୁର୍ଗମ ତେଲିବେର୍ଣ୍ଣା ଗ୍ରାମ। ବର୍ଷାରେ ବୁଧବାରେ ରାତିରେ ଗ୍ରାମର ମଗଶିର ଖଡିଆଙ୍କ ମାଟି ଘର ଭୁଶୁଡି ପଡିଥିଲା। ଫଳରେ କାନ୍ଥ ତଳେ ମଗଶିରଙ୍କ ସ୍ତ୍ରୀ କିଲି ଖଡିଆ ଚାପି ହୋଇ ଯାଇଥିଲେ। ଖବର ପାଇ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଉଦ୍ଧାର ପାଇଁ ଯାଇଥିବା ବେଳେ ଗ୍ରାମର ୧କି.ମି ପୂର୍ବରୁ ରାସ୍ତାରେ କାଦୁରେ ଭର୍ତ୍ତି  ହୋଇ ରହିଥିବାରୁ ଆମ୍ବୁଲାନ୍ସ ଯାଇପାରି ନ ଥିଲା। 

ପୂର୍ବତନ  ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି: ଜିଏମ୍‌ୟୁ ଛାତ୍ରୀଛାତ୍ରଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି: ଜିଏମ୍‌ୟୁ ଛାତ୍ରୀଛାତ୍ରଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା

ସମ୍ବଲପୁର,୧୭।୮(ବ୍ୟୁରୋ)- ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର(ଜିଏମ୍‌ୟୁ) ଛାତ୍ରୀଛାତ୍ରମାନେ କ୍ୟାଣ୍ଡେଲ ଜାଳି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଶତାଧିକ ଛାତ୍ରୀଛାତ୍ର ଜିଏମ୍‌ୟୁ ପ୍ରଶାସନିକ କୋଠା ସମ୍ମୁଖରୁ କ୍ୟାଣ୍ଡେଲ ଜାଳି ଶୋଭାଯାତ୍ରାରେ ମୁଖ୍ୟ ଫାଟକ ପର୍ଯ୍ୟନ୍ତ ଆସିଥିଲେ। 

ପଦମପୁର ପଞ୍ଚାୟତରେ ଗ୍ରାମସଭା

ପଦମପୁର ପଞ୍ଚାୟତରେ ଗ୍ରାମସଭା

କୁଆଁରମୁଣ୍ଡା,୧୭।୮(ଡି.ଏନ.ଏ)-ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକର ପଦମପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଗ୍ରାମସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଜାତୀୟ ସାମାଜିକ ନିରାପତ୍ତା ଓ ମଧୁବାବୁ ଭତ୍ତା ଯୋଜନା, ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ରାସ୍ତାଘାଟ ନିର୍ମାଣ ଓ ପୁନରୁଦ୍ଧାର, ଜିଲା ଖଣିଜ ପାଣ୍ଠିରେ ପାନୀୟ ଜଳ, ଗୋଷ୍ଠୀ କେନ୍ଦ୍ର ଇତ୍ୟାଦି ନିର୍ମାଣ ବିଷୟରେ ଉପସ୍ଥିତ ଗ୍ରାମବାସୀ ସରପଞ୍ଚ, ବ୍ଲକ ନୋଡାଲ ଅଫିସର ଓ ବେସରକାରୀ ସଙ୍ଗଠନର କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ବୃଦ୍ଧାବୃଦ୍ଧଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା। 

‘ଭଏସ୍‌ ଜିନିୟସ୍‌ ସିଜିନ-୭’ ପ୍ରତିଯୋଗିତା: ରୋନିତ ନାଥ ଚାମ୍ପିୟନ୍‌, ଶାଶ୍ୱତ ଦାଶ ରନର୍ସ ଅପ୍‌

‘ଭଏସ୍‌ ଜିନିୟସ୍‌ ସିଜିନ-୭’ ପ୍ରତିଯୋଗିତା: ରୋନିତ ନାଥ ଚାମ୍ପିୟନ୍‌, ଶାଶ୍ୱତ ଦାଶ ରନର୍ସ ଅପ୍‌

ଦେବଗଡ଼,୧୭।୮(ସ୍ବ.ପ୍ର)-ସ୍ବାଧୀନତା ଦିବସ ପାଳନ ଅବସରରେ ସ୍ଥାନୀୟ ଟାଉନହଲ ଠାରେ ଦେବଗଡ ଜିଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମ୍ୟୁଜିକା ସଙ୍ଗମ୍‌ ଏଣ୍ଡ୍‌ ସଙ୍ଗମ୍‌ ପକ୍ଷରୁ କ୍ଲବର ୨୧ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିଉପଲକ୍ଷେ ‘ଭଏସ୍‌ ଜିନିୟସ୍‌ ସିଜନ୍‌-୭’ ପ୍ରତିଯୋଗିତା ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ପୂର୍ବରୁ ଅଡିସନ୍‌ ଜରିଆରେ ୫୦ ଜଣଙ୍କ ମଧ୍ୟରୁ ୧୨ ଛାତ୍ରୀଛାତ୍ରଙ୍କୁ ମନୋନୀତ କରାଯାଇଥିଲା। ୭ ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ। ସେମାନେ ହେଲେ ଅର୍ଚ୍ଚନା ରାଣୀ ଦଳବେହେରା, ରୋନିତ ରଞ୍ଜନ ନାଥ, ଶାଶ୍ୱତ କୁମାର ଦାଶ, ସାହିଲ ସିଂହ, ମହାପ୍ରସାଦ ମିଶ୍ର, ଶୁଭସ୍ମିତା ଶତପଥୀ, ପୂଜା ନାଗ ପ୍ରମୁଖ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ୬ଜଣ ପ୍ରତିଯୋଗୀଙ୍କୁ ମାତ୍‌ ଦେଇ ସରସ୍ବତୀ ବିଦ୍ୟାମନ୍ଦିର ଛାତ୍ର ରୋନିତ ରଞ୍ଜନ ନାଥ ଚାମ୍ପିୟନ ହୋଇଥିବାବେଳେ ସେହି ସ୍କୁଲର ଛାତ୍ର ଶାଶ୍ୱତ କୁମାର ଦାଶ ଦ୍ୱିତୀୟ ଏବଂ ଚିନ୍ମୟ ସ୍କୁଲର ଛାତ୍ରୀ ଶୁଭସ୍ମିତା ଶତପଥୀ ତୃତୀୟ ସ୍ଥାନ ହାସଲ କରିଥିଲେ।

ନାହାନ୍ତି ଆବଶ୍ୟକ ଡାକ୍ତର, ରାସ୍ତାକୁ ଓହ୍ଲାଇଲା ବଣିକ ସଂଘ

ନାହାନ୍ତି ଆବଶ୍ୟକ ଡାକ୍ତର, ରାସ୍ତାକୁ ଓହ୍ଲାଇଲା ବଣିକ ସଂଘ

ଟିଟିଲାଗଡ଼, ୧୭।୮(ଡି.ଏନ.ଏ.):ବଲାଙ୍ଗୀର ଜିଲା ଟିଟିଲାଗଡ ଉପଖଣ୍ଡ ଡାକ୍ତରଖାନାରେ ଆବଶ୍ୟକ ଡାକ୍ତର ଏବଂ କର୍ମଚାରୀଙ୍କ ଅଭାବ ରୋଗୀସେବାକୁ ଗୁରୁତର ଭାବେ ପ୍ରଭାବିତ କରିଛି। ଏଥିସହିତ ଡାକ୍ତରଖାନାରେ ଏସି କ୍ୟାବିନ କାମ କରୁନାହିଁ। ଏହିସବୁ ଦାବି ନେଇ ସହରବାସୀଙ୍କ ବହୁ ଦିନର ଦାବିକୁ ପ୍ରଶାସନ ଅଣଦେଖା କରିଚାଲିଛି। ଏହିସବୁ ଦାବିକୁ ନେଇ ଗୁରୁବାର ସ୍ଥାନୀୟ ବଣିକ ସଂଘ ଆନ୍ଦୋଳନକୁ  ଓହ୍ଲାଇଛି। ସଂଘ ସଭାପତି ତ୍ରିନାଥ ସରାଫ, ସମ୍ପାଦକ ରାଜେଶ ପ୍ରଧାନ, ଉପସଭାପତି ରାଜୁ ମିଶ୍ର, କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ଅଗ୍ରୱାଲଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ସହର ପରିକ୍ରମା କରି ଉପଜିଲାପାଳଙ୍କ ଅଫିସ ନିକଟରେ ପହଞ୍ଚତ୍ଥିଲା। ଉପଜିଲାପାଳଙ୍କ ଅନୁପସ୍ଥିତରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦତ୍ତ ଏକ ଦାବିପତ୍ର ସହକାରୀ ଜିଲାପାଳ ଡି. ସାମଲଙ୍କୁ ପ୍ରଦାନ କରାଯାଇଥିଲା।

ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ୮ମ ଦିନରେ: ସମାଧାନ ବାଟ ଫିଟୁନି

ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ୮ମ ଦିନରେ: ସମାଧାନ ବାଟ ଫିଟୁନି

ସୋନପୁର,୧୬।୮(ନି.ପ୍ର.): ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ନିର୍ବାଚନମଣ୍ଡଳୀର ସଦର ମହକୁମାରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ସୁବର୍ଣ୍ଣପୁର ସହରର ୧୧ଟି ୱାର୍ଡରେ ଆବର୍ଜନା ଉଠି ପାରୁନି।

ଫୁଟବଲ ଟୁର୍ନାମେଣ୍ଟ: ଖଇରମାଲ ଚାମ୍ପିୟନ

ଫୁଟବଲ ଟୁର୍ନାମେଣ୍ଟ: ଖଇରମାଲ ଚାମ୍ପିୟନ

ଉଲୁଣ୍ଡା ୧୬ା୮(ଡି.ଏନ.ଏ.) : ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ବଡମାଲ ବାପୁଜୀ ପାଠାଗାର  ତରଫରୁ ସ୍ବାଧୀନତା ଦିବସ ଉପଲକ୍ଷେ ୫୩ତମ ଏକଦିବସୀୟ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। 

ପୋଲିସ ବିରୋଧରେ ଏସ୍‌ପିଙ୍କୁ ଅଭିଯୋଗ କଲେ ମହିଳା

ପୋଲିସ ବିରୋଧରେ ଏସ୍‌ପିଙ୍କୁ ଅଭିଯୋଗ କଲେ ମହିଳା

ରାଉରକେଲା ଅଫିସ,୧୬।୮-ଗ୍ୟାରେଜ ମାଲିକ ନନ୍ଦୁ ସିଂ ମୋ ସ୍ବାମୀଙ୍କ ଡାହାଣ ଗୋଡକୁ କାଠ ଫାଳିଆରେ ପିଟି ଚୁନା କରି ଦେଲେ। ଅର୍ଥାଭାବରୁ ଏବେ ସେ ଚିକିତ୍ସିତ ହୋଇ ନ ପାରି ଘରେ ପଡି ରହିଛନ୍ତି। ଡାକ୍ତର କହୁଛନ୍ତି ୪୦ ହଜାର ଟଙ୍କା ଖର୍ଚ୍ଚ ହେବ। ମୋ ଉପରେ ଦୁଇଟି ପିଲା, ବୃଦ୍ଧ ଶ୍ୱଶୁର ଓ ନଣନ୍ଦ ନିର୍ଭରଶୀଳ। ମାଗି ଯାଚି ଏମାନଙ୍କୁ ଚଳାଇ ପାରୁନି। ଏପରି ଅବସ୍ଥାରେ ସ୍ବାମୀଙ୍କ ମେଡିକାଲ ଖର୍ଚ୍ଚ କେମିତି ତୁଲାଇବି। ପୋଲିସ ମଧ୍ୟ ହଇରାଣ କରୁଛି। ଏଣୁ ମୋତେ ଜିଲା ପ୍ରଶାସନ ସହାୟତା କରୁ ବୋଲି ଗୁରୁବାର ଏସ୍‌ପି ଡଃ. ଉମାଶଙ୍କର ଦାସଙ୍କୁ ଭେଟି ଆକୁଳ ନିବେଦନ କରିଛନ୍ତି ବ୍ରାହ୍ମଣୀତରଙ୍ଗ ଥାନା ବେଦବ୍ୟାସ ଅଞ୍ଚଳର ଜଣେ ମହିଳା ଲକ୍ଷ୍ମୀ ବଡାଇକ(୨୫)। 

ଜୁନାଗଡ ବିଧାୟକଙ୍କୁ ଗିରଫ ଦାବି କଲା ବ୍ଲକ ଯାଦବ ସଂଘ

ଜୁନାଗଡ ବିଧାୟକଙ୍କୁ ଗିରଫ ଦାବି କଲା ବ୍ଲକ ଯାଦବ ସଂଘ

କର୍ଲାମୁଣ୍ଡା,୧୬।୮(ଡି.ଏନ.ଏ)-କଳାହାଣ୍ଡି ଜିଲା ଧର୍ମଗଡ ବ୍ଲକ ଇଚ୍ଛାପୁର ଗ୍ରାମର ଟଙ୍କଧର ଖରସେଲ ନାମକ ଜଣେ ଦିବ୍ୟାଙ୍ଗ ଯାଦବ ଯୁବକଙ୍କୁ ଜୁନାଗଡ ବିଧାୟକ ଦିବ୍ୟଶଙ୍କର ମିଶ୍ର ହତ୍ୟା ଧମକ ଦେଇଛନ୍ତି। 

ବିଦ୍ୟୁତ୍‌ ଆଘାତରେ ଗର୍ଭିଣୀ ଗାଈର ଜୀବନ ଗଲା, ୩ ଗୁରୁତର

ବିଦ୍ୟୁତ୍‌ ଆଘାତରେ ଗର୍ଭିଣୀ ଗାଈର ଜୀବନ ଗଲା, ୩ ଗୁରୁତର

ବୀରମହାରାଜପୁର, ୧୬।୮ (ଡି.ଏନ.ଏ)-ବିଦ୍ୟୁତ ସଂସ୍ପର୍ଶରେ ଆସି ଗୋଟିଏ ଗର୍ଭିଣୀ ଗାଈର ମୃତ୍ୟୁ ଘଟିଛି। ଅନ୍ୟ ୩ ଗୋରୁ ଗୁରୁତର ହୋଇଛନ୍ତି । ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ନିକଟବର୍ତ୍ତୀ ବିକଲପାଲି ଗାଁରେ ବୁଧବାର ସନ୍ଧ୍ୟା ବେଳେ ଏହି ଘଟଣା ଘଟିଛି । ବାହାରକୁ ଚରିବା ପାଇଁ ଯାଇଥିବା ବାବୁଲାଲ ହୋତାଙ୍କ ଏହି ଗୋରୁ ପଲ ଗୁହାଳକୁ ଫେରିବା ବେଳେ ଗାଁ ଦାଣ୍ଡର ଏକ ବିଦ୍ୟୁତ ଖମ୍ବରେ ପିଟି ହୋଇଥିଲେ । ତେବେ ଖମ୍ବରେ ବିଦ୍ୟୁତ କରେଣ୍ଟ ଥିବାରୁ ତାହାର ସଂସ୍ପର୍ଶରେ ଆସି ଗୋଟିକ ପରେ ଗୋଟିଏ ଗୋରୁ ଲଟକି ଯାଇଥିଲେ। ଉପସ୍ଥିତ ଗ୍ରାମବାସୀ ତତ୍‌କ୍ଷଣାତ ଉପସ୍ଥିତ ବୁଦ୍ଧି ଖଟାଇ  ଥିଲେ। 

ବୀମା ବିଭ୍ରାଟ: ଭୁବନେଶ୍ୱରରେ ଧାରଣା ଦେଲେ ବରଗଡ଼ ଜିଲା ଚାଷୀ

ବୀମା ବିଭ୍ରାଟ: ଭୁବନେଶ୍ୱରରେ ଧାରଣା ଦେଲେ ବରଗଡ଼ ଜିଲା ଚାଷୀ

ବରଗଡ଼ ଅଫିସ୍‌,୧୬।୮-
ବରଗଡ଼ ଜିଲାରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ବାଟବଣା ହୋଇଛି ।