ସମ୍ବଲପୁର

ଆର୍ଥିଂ ତାର ଲାଗି ବାଳକ ମୃତ୍ୟୁ ଘଟଣା, ଜିଲା ଶିକ୍ଷାଧିକାରୀଙ୍କ ତଦନ୍ତ ଆରମ୍ଭ

ଆର୍ଥିଂ ତାର ଲାଗି ବାଳକ ମୃତ୍ୟୁ ଘଟଣା, ଜିଲା ଶିକ୍ଷାଧିକାରୀଙ୍କ ତଦନ୍ତ ଆରମ୍ଭ
ଜୁନାଗଡ଼,୧୬।୧୨(ଡି.ଏନ୍‌.ଏ.)-ଗତ ସେପ୍ଟେମ୍ବର ୨ରେ ଜୁନାଗଡ଼ ବ୍ଲକ ଛୋରିଆଗଡ଼ ପଲସାପଡ଼ାର ୧୨ ବର୍ଷର ବାଳକ ଦାମୋଦର ନାଏକଙ୍କ ମୃତ୍ୟୁ ଘଟଣାରେ ମାନବାଧିକାର କମିଶନ ମୁଖ୍ୟ ଶାସନ ସଚିବଙ୍କୁ ନୋଟିସ ଜାରି କରିଥିଲେ। ଏଥିସହିତ କମିଶନ କଳାହାଣ୍ଡି ଏସ୍‌ପିଙ୍କୁ ମଧ୍ୟ ନୋଟିସ ଜାରି କରି ଏ ସମ୍ପର୍କରେ କି ପଦକ୍ଷେପ ନେଇଛନ୍ତି ତାହା ୪ ସପ୍ତାହ ମଧ୍ୟରେ ଜଣାଇବାକୁ ତାଗିଦ କରିଥିଲେ। ତେବେ ଜିଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଶୁକ୍ରବାର କଳାହାଣ୍ଡି ଜିଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ ଜୟ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟକୁ ତଦନ୍ତ କରିବାକୁ ଆସିଥିଲେ। ଜିଲା ଶିକ୍ଷାଧିକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସହ ଆଲୋଚନା କରି ମୃତ ବାଳକଙ୍କ ବାପାଙ୍କୁ ଡକାଇ ପଚରାଉଚୁରା କରିଥିଲେ। ଏହା ପୂର୍ବରୁ ମଙ୍ଗଳବାର ବିଦ୍ୟୁତ୍‌ ବିଭାଗର ଅଧିକାରୀମାନେ ମଧ୍ୟ ଆସି କିପରି ଭାବେ ବାଳକଙ୍କୁ ବିଦ୍ୟୁତ ଲାଗିଲା, ସେ ନେଇ ତଦନ୍ତ କରିବା ସହ ସ୍ଥାନୀୟ ପ୍ରଧାନ ଶିକ୍ଷକଙ୍କୁ ଏ ସମ୍ପର୍କରେ ପଚାରି ବୁଝିଥିଲେ। ପ୍ରକାଶ ଯେ ଗତ ଗଣେଶ ପୂଜା ଭସାଣି ପାଇଁ ଗାଁର ଯୁବକଙ୍କ ସହିତ ଦାମୋଦର ଶୋଭାଯାତ୍ରାରେ ଯିବାବେଳେ ତାଙ୍କୁ ଶୋଷ ଲାଗିଥିଲା। ସେ ରାସ୍ତାକଡ଼ ଜୟ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ନଳକୂପକୁ ପାଣି ପିଇବାକୁ ଯାଇଥିଲେ। ସେଠାରେ ଥିବା ବିଦ୍ୟୁତ ଆର୍ଥିଂ ତାର ସଂସ୍ପର୍ଶରେ ଆସିବାରୁ ଗୁରୁତର ହୋଇଯାଇଥିଲେ। ସମ୍ପର୍କୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଭବାନୀପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଖୁବଶୀଘ୍ର ତଦନ୍ତ ରିପୋର୍ଟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଯିବ ସହ ଆବଶ୍ୟକ ସ୍ଥଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶିକ୍ଷାଧିକାରୀ କହିଛନ୍ତି।
All Right Reserved By

ସମ୍ବଲପୁର

ରାଜ୍ୟସ୍ତରୀୟ ଟାଏକୋଣ୍ଡୋ: ସୁବର୍ଣ୍ଣପୁର ଜିଲାକୁ ୫ ପଦକ

ରାଜ୍ୟସ୍ତରୀୟ ଟାଏକୋଣ୍ଡୋ: ସୁବର୍ଣ୍ଣପୁର ଜିଲାକୁ ୫ ପଦକ

ବୀରମହାରାଜପୁର,୧୯।୧୦(ଡି.ଏନ୍‌.ଏ.)- ଭଦ୍ରକଠାରେ ଶେଷ ହୋଇଥିବା ୩୩ତମ ରାଜ୍ୟସ୍ତରୀୟ ସବ୍‌ ଜୁନିୟର ଏବଂ ୫ମ କେଡଟ୍‌ ଟାଏକୋଣ୍ଡୋ ପ୍ରତିଯୋଗିତାରେ ସୁବର୍ଣ୍ଣପୂର ଜିଲାକୁ ୫ଟି ପଦକ ମିଳିଛି। ପ୍ରତିଯୋଗିତାରେ ଜିଲାରୁ ମୋଟ ୨୨ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ତେବେ ବିଭିନ୍ନ ବର୍ଗରେ ହୋଇଥିବା ପ୍ରତିଯୋଗିତାରେ ଅନୁଷ୍କା ଦାଶ ଏବଂ ଦୁର୍ଲଭ କୁମାର ନାୟକଙ୍କୁ ରୋପ୍ୟ ପଦକ ମିଳିଥିବାବେଳେ ସୁରଜ ପଟ୍ଟନାୟକ, କ୍ରୀସ କୁଦେଇ ଏବଂ ମୋର୍ଯ୍ୟ ବଲ୍ଲଭ ଥନାପତିଙ୍କୁ ବ୍ରୋଞ୍ଜ ପଦକ ମିଳିଛି।

ଧନଲକ୍ଷ୍ମୀ ପୂଜା ପ୍ରସ୍ତୁତି: ସାଜସଜ୍ଜା, କଳସ ଯାତ୍ରା ଉପରେ ଗୁରୁତ୍ୱ

ଧନଲକ୍ଷ୍ମୀ ପୂଜା ପ୍ରସ୍ତୁତି: ସାଜସଜ୍ଜା, କଳସ ଯାତ୍ରା ଉପରେ ଗୁରୁତ୍ୱ

ବରଗଡ଼ ଅଫିସ୍‌,୧୯।୧୦- ବରଗଡ଼ ପୌର ପରିଷଦ ଅନ୍ତର୍ଗତ ଗୋବିନ୍ଦପାଲିସ୍ଥିତ ସ୍ବାମୀ ବିବେକାନନ୍ଦ ସ୍ମାରକ କ୍ଲବ ପ୍ରାଙ୍ଗଣରେ କ୍ଲବର ସଭାପତି ରାକେଶ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାଜସଜ୍ଜା ସହ ପୂଜା କାର୍ଯ୍ୟକୁ ଗୁରୁତ୍ୱ ଦିଆଯିବ ବୋଲି ମତ ପ୍ରକାଶ ପାଇଥିଲା। 

ଜୁନାଗଡ଼ ଏନ୍‌ଏସିରେ ଜିଲାପାଳଙ୍କ ଜନଶୁଣାଣି ଶିବିର

ଜୁନାଗଡ଼ ଏନ୍‌ଏସିରେ ଜିଲାପାଳଙ୍କ ଜନଶୁଣାଣି ଶିବିର

ଜୁନାଗଡ,୧୯।୧୦(ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି)ରେ ଶୁକ୍ରବାର କଳାହାଣ୍ଡି ଜିଲାପାଳଙ୍କ ଏନ୍‌ଏସିସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜୁନାଗଡ଼ ଏନ୍‌ଏସି ଅଧ୍ୟକ୍ଷା ବିଜୟା ଲକ୍ଷ୍ମୀ କନ୍ଦପାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଜିଲାପାଳ ଗାଭାଲି ପରାଗ ହର୍ଷଦ ଯୋଗଦେଇ ୨୮ଟି ଆବେଦନର ଶୁଣାଣି କରି ସମ୍ପୃକ୍ତ ବିଭାଗର ଅଧିକାରୀମାନଙ୍କୁ ପଦକ୍ଷେପ ନେବାକୁ  ନିର୍ଦ୍ଦେଶ ଦେଇଥିଲେ। ସେହିପରି ଜୁନାଗଡ଼ ଏନ୍‌ଏସିର କାଉନସିଲରମାନେ ୱାର୍ଡ ଅନୁଯାୟୀ ପିଡିଏସ୍‌ ସାମଗ୍ରୀ ବଣ୍ଟନ କରିବା ପାଇଁ ଜିଲାପାଳଙ୍କୁ ଦାବି ଜଣାଇଥିଲେ। 

ଦଶହରା ପୂଜା: ମଠଖାଇ ମନ୍ଦିରରେ ଉତ୍ତେଜନା

ଦଶହରା ପୂଜା: ମଠଖାଇ ମନ୍ଦିରରେ ଉତ୍ତେଜନା

ବଲାଙ୍ଗୀର ଅଫିସ,୧୯।୧୦-ବଲାଙ୍ଗୀର-ଟିଟିଲାଗଡ଼ ରୋଡ ମଠଖାଇ ମନ୍ଦିରରେ ଶୁକ୍ରବାର ଦଶହରା ପୂଜା ଅବସରରେ ଆଦିବାସୀ ଏବଂ ଅଣଆଦିବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଗତ ୩ବର୍ଷ ହେଲା ମନ୍ଦିରରେ ଏଭଳି ଉତ୍ତେଜନା ଲାଗି ରହୁଥିବା ବେଳେ ଏହାର ସ୍ଥାୟୀ ସମାଧାନ କରାଯାଉ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ଖପ୍ରାଖୋଲରେ ୪୫ତମ ସାର୍ବଜନୀନ ଦୁର୍ଗାପୂଜା: ରାବଣ ପୋଡି, ଲାଖବିନ୍ଧା ମୁଖ୍ୟ ଆକର୍ଷଣ

ଖପ୍ରାଖୋଲରେ ୪୫ତମ ସାର୍ବଜନୀନ ଦୁର୍ଗାପୂଜା: ରାବଣ ପୋଡି, ଲାଖବିନ୍ଧା ମୁଖ୍ୟ ଆକର୍ଷଣ

ଖପ୍ରାଖୋଲ,୧୯।୧୦(ଡି.ଏନ୍‌.ଏ.)- ଖପ୍ରାଖୋଲ ପୂଜା ମଣ୍ଡପଠାରେ ମା’ଦୁର୍ଗାଙ୍କ ୪୫ତମ ସାର୍ବଜନୀନ ଦୁର୍ଗାପୂଜା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବେଲ୍ବବରଣ, କଳସ ଶୋଭାଯାତ୍ରା, ନବପତ୍ରିକା ପୂଜା ଆଦି ଷଷ୍ଠୀ ଦିନରୁ ଆରମ୍ଭ ହୋଇଥିବା ବେଳେ ମହାସପ୍ତମୀରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ଜୀବନ୍ୟାସ, ଚଣ୍ଡୀପାଠ ଆଦି ଅନୁଷ୍ଠିତ ହୋଇଥିଲା। 

ମା’କନକ ଦୁର୍ଗା ମନ୍ଦିରରେ ପୂଜା କାର୍ଯ୍ୟ ସମ୍ପନ୍ନ

ମା’କନକ ଦୁର୍ଗା ମନ୍ଦିରରେ ପୂଜା କାର୍ଯ୍ୟ ସମ୍ପନ୍ନ

ଦେବଗଡ,୧୯।୧୦(ସ୍ବ.ପ୍ର.)- ଦେବଗଡ଼ ପୌରାଞ୍ଚଳସ୍ଥିତ ୩ନମ୍ବର ୱାର୍ଡ ମନୋରମା କ୍ଲବ ମଠ ସାହିରେ ନବନିର୍ମିତ ମା’ କନକ ଦୁର୍ଗା ମନ୍ଦିରରେ ଶୁକ୍ରବାର ପୂଜା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ମା’ କନକ ଦୁର୍ଗା ମନ୍ଦିର ପୂଜା ପାଇଁ ନୟାଗଡ଼ ଜିଲା ରଣପୁର ଗ୍ରାମର ପଣ୍ଡିତ ଦୀନବନ୍ଧୁ ଶତପଥୀ ପୂଜକ ଭାବେ ଯୋଗ ଦେଇ ପୂଜାକାର୍ଯ୍ୟ ସମ୍ପାଦନ କରିଥିବା ବେଳେ କର୍ତ୍ତା ଭାବେ ସରୋଜ ମେହେର, ତାଙ୍କ ସ୍ତ୍ରୀ କିଶୋରୀ ମେହେର ଦାୟିତ୍ୱ ତୁଲାଇଥିଲେ। 

ବୀରମହାରାଜପୁରରେ ପାର୍ବଣର ମହକ: ମନମୋହୁଛି ଲୋକନୃତ୍ୟ

ବୀରମହାରାଜପୁରରେ ପାର୍ବଣର ମହକ: ମନମୋହୁଛି ଲୋକନୃତ୍ୟ

ବୀରମହାରାଜପୁର,୧୯।୧୦(ଡି.ଏନ୍‌.ଏ.)- ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରଠାରେ ପୂର୍ବ ବର୍ଷ ଭଳି ଏଥର ମଧ୍ୟ ୩ଟି ପୂଜା କମିଟି ଆନୁକୂଲ୍ୟରେ ସାର୍ବଜନୀନ ଦୁର୍ଗାପୂଜା ଆୟୋଜନ କରାଯାଇଛି। ଉଫୁଲାସ୍ଥିତ ଶୈଲସୂତା କ୍ଲବ ପୂଜା କମିଟି ପକ୍ଷରୁ ପାଳିତ ହୋଇଆସୁଥିବା ଶାରଦୀୟ ପୂଜା ଉତ୍ସବ ସର୍ବପୁରାତନ ହୋଇଥିବା ବେଳେ ମୁଖ୍ୟବସ୍ତିର ତ୍ରିବେଣୀଛକ ଦୁର୍ଗାପୂଜା ୨୧ବର୍ଷରେ ପହଞ୍ଚିଛି।

କେସିଙ୍ଗା ସାର୍ବଜନୀନ ଦୁର୍ଗା ପୂଜା: ରାବଣ ପୋଡି ମୁଖ୍ୟ ଆକର୍ଷଣ

କେସିଙ୍ଗା ସାର୍ବଜନୀନ ଦୁର୍ଗା ପୂଜା: ରାବଣ ପୋଡି ମୁଖ୍ୟ ଆକର୍ଷଣ

କେସିଙ୍ଗା,୧୯।୧୦(ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା କେସିଙ୍ଗା ସହର ଦୁର୍ଗାମଣ୍ଡପଠାରେ ୬୧ତମ ସାର୍ବଜନୀନ ଦୁର୍ଗାପୂଜା ଗତ ୮ତରିଖରୁ ଆରମ୍ଭ ହୋଇ ଶୁକ୍ରବାର ସମ୍ପନ୍ନ ହେବା ସହ ରାବଣ ପୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଅବସରରେ ଗତ ୮ତାରିଖରୁ କଳସ ଅଧିବାସ, ପ୍ରାଣ ପ୍ରତିଷ୍ଠା, ବିଲ୍ବାବରଣ, ମହାସପ୍ତମୀ, ସନ୍ଧିପୂଜା, କୁମାରୀ ପୂଜା, ସୋମାନାଥ ବ୍ରତ, ଅପରାଜିତା ପୂଜା, ହୋମ ଚଣ୍ଡୀପାଠ, ସୂର୍ଯ୍ୟ ପୂଜା ଆଦି ଅନୁଷ୍ଠିତ ହୋଇଥିଲା।

 ଦୁର୍ଗାପୂଜା: ଦେଉଣ୍ଡିରେ ନୃତ୍ୟ ପ୍ରତିଯୋଗିତା

ଦୁର୍ଗାପୂଜା: ଦେଉଣ୍ଡିରେ ନୃତ୍ୟ ପ୍ରତିଯୋଗିତା

ଜୁନାଗଡ଼,୧୯।୧୦(ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ କାଲୋପଲା ପଞ୍ଚାୟତ ଦେଉଣ୍ଡି ସ୍କୁଲଛକଠାରେ ଦୁର୍ଗାପୂଜା ଉପଲକ୍ଷେ ଏକ ନୃତ୍ୟ ପ୍ରତିଯୋଗିତା ଅନଷ୍ଠିତ ହୋଇଯାଇଛି। ଏଥିରେ କଳାହାଣ୍ଡି ଜିଲା ସମେତ ପଡୋଶୀ ଜିଲାର ବିଭିନ୍ନ ଅଞ୍ଚଳରୁ  ପ୍ରାୟ ୨୦ଟି ଦଳ ଯୋଗଦେଇ ନୃତ୍ୟ ପରିବେଷଣ କରିଥିଲେ। କୁଟ୍ରୁର ବିକେ ଟାଇଗର ଗ୍ରୁପ ପ୍ରଥମ, ସମ୍ବଲପୁରର ଆରତୀ ରାଉତ ଦ୍ୱିତୀୟ, ଭବାନୀପାଟଣାର ସୌରଭ ସିଂହ ତୃତୀୟ, ବଣ୍ଡାବୁଟୁରାର ମିସ୍‌ ରିତା ଚତୁର୍ଥ, ସମ୍ବଲପୁର ଅତାବିରାର ପ୍ରଶାନ୍ତ ଭୋଇ ପଞ୍ଚମ ଏବଂ ଲଡୁଗଁାର ମିସ୍‌ ସଲମା ଷଷ୍ଠ ସ୍ଥାନ ଅଧିକାର କରିଥିଲେ। 

ଜରାସିଂହାରେ ପ୍ରସିଦ୍ଧ ପାଟଖଣ୍ଡାଯାତ୍ରା ଆରମ୍ଭ

ଜରାସିଂହାରେ ପ୍ରସିଦ୍ଧ ପାଟଖଣ୍ଡାଯାତ୍ରା ଆରମ୍ଭ

ଦେଓଗାଁ,୧୯।୧୦(ଡି.ଏନ.ଏ.)- ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଅଧୀନ ଜରାସିଂହାରେ ପାଟଖଣ୍ଡାଯାତ୍ରା ଆରମ୍ଭ ହୋଇଯାଇଛି। ନିର୍ଦ୍ଧାରିତ ଲଗ୍ନ ଅନୁସାରେ ପାଟଖଣ୍ଡା ଦେବତା ସାଲେପାଲି ନିକଟସ୍ଥ ଦେଝାର ଜଙ୍ଗଲରୁ ଆବିର୍ଭାବ ହୋଇଥିଲେ। ଏହି ସମୟରେ ସ୍ବତନ୍ତ୍ର ବାଜା, ଘଣ୍ଟ, ଶଙ୍ଖ ଓ ହୁଳହୁଳିରେ ଉଛୁଳି ପଡିଥିଲା ଜମିଦାରଙ୍କ ଗିଣ୍ଡୁଲବାହାଲ ଖଳା। ଜରାସିଂହା ଜମିଦାର ତଥା ଦେବତାଙ୍କ ମୁଖ୍ୟ ସେବକ ସାମନ୍ତ ଦୁର୍ଗା ପ୍ରସାଦ ସିଂଦେଓଙ୍କ ସହ ଗ୍ରାମର ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ଦେବତାଙ୍କୁ ବରଣ କରାଯାଇଥିଲା। ପରମ୍ପରା ଅନୁସାରେ ପାଟଖଣ୍ଡା ଦେବତା ବିଭିନ୍ନ ଭଙ୍ଗିରେ ନୃତ୍ୟ କରି ସୋନଗଡ଼ ନଦୀ ମଧ୍ୟ ଦେଇ ଢୋଲରେ ବସି ପୀଠସ୍ଥଳୀକୁ ପ୍ରବେଶ କରିଥିଲେ। ପୀଠରେ ପହଞ୍ଚତ୍ବା ପରେ ପୂଜାର୍ଚ୍ଚନା କରାଯାଇଥିଲା।

ଛୋରିଆଗଡ଼ ଦୁର୍ଗାପୂଜା: ଘୁମୁରା ପ୍ରତିଯୋଗିତା

ଛୋରିଆଗଡ଼ ଦୁର୍ଗାପୂଜା: ଘୁମୁରା ପ୍ରତିଯୋଗିତା

ଜୁନାଗଡ଼,୧୯।୧୦(ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଛୋରିଆଗଡ଼ଠାରେ ଶାରଦୀୟ ଦୁର୍ଗାପୂଜା ପୂଜା ଉପଲକ୍ଷେ କଳାହାଣ୍ଡିର ବୀରବାଦ୍ୟ ଘୁମୁରା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ କଳାହାଣ୍ଡି ଜିଲାର ବିଭିନ୍ନ ଅଞ୍ଚଳରୁ ୧୦ରୁ ଊର୍ଦ୍ଧ୍ୱ ଘୁମୁରା ଦଳ ଯୋଗଦେଇ ନିଜ କଳା ପରିବେଷଣ କରିଥିଲେ। ସେଥିମଧ୍ୟରୁ ଜୟପାଟଣାର ଜଗଜ୍ଜନନୀ ଘୁମୁରା ଦଳ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ୱିତୀୟ କଲମପୁର ବ୍ଲକ ପୋଟେସ ଗ୍ରାମର ମା’ଠାକୁରାଣୀ ଘୁମୁରା ଦଳ ଏବଂ ତୃତୀୟ ସ୍ଥାନ ଲଡୁଗାଁର ଶିବଶକ୍ତି ଘୁମୁରା ଦଳ ହୋଇଥିଲା।

ଅଟୋ-ବାଇକ୍‌ ଧକ୍କା: ୩ ଆହତ

ଅଟୋ-ବାଇକ୍‌ ଧକ୍କା: ୩ ଆହତ

ସମ୍ବଲପୁର,୧୮।୧୦(ବ୍ୟୁରୋ)-ଗୁରୁବାର ଅପରାହ୍ନ ୨ଟାରେ ସମ୍ବଲପୁର ଅଇଁଠାପାଲି ଥାନା ଅନ୍ତର୍ଗତ ଓଭରବ୍ରିଜ ଉପରେ ଦୁର୍ଘଟଣା ଘଟିଛି। ଅଟୋ-ବାଇକ୍‌ ଧକ୍କା ହେବାରୁ ଅଟୋ ଡ଼୍ରାଇଭରଙ୍କ ସହ ବାଇକ୍‌ରେ ବସିଥିବା ୨ଜଣ ଆହତ ହୋଇଛନ୍ତି। ୩ ଆହତଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।