Dharitri News
ସମ୍ବଲପୁର

ଚାଷକରି ପାଠ ପଢୁଛନ ଚିନ୍ମୟୀ

ଚାଷକରି ପାଠ ପଢୁଛନ ଚିନ୍ମୟୀ ଭବାନୀପାଟଣା,୧୬।୧୨(ଡି.ଏନ୍‌.ଏ.)- କଲେଜ ପଢୁଆ ଟୁକେଲ ଆର ପିଲାମାନେ ଆଧୁନିକତର ଜୀବନ ଶଇଲିକେ ଆଦରି ନେଲାବେଲକେ ଘରର ପାରଂପରିକ କାମକାଜନୁ ନିଜକୁ ଦୂରିଆଥି ରଖୁଛନ। ସେନ୍‌ତା ଚାଷବାସନୁ ବି ଇମାନେ ମୁହୁଁ ଫିରେଇ ଆନଲେନ। ହେଲେ କଳାହାଣ୍ଡି ଜିଲା କୋକସରା ପନ୍‌ଚେତ ସମିତି କଲେଜର +୩ ଶେଷ ବଛର ଛାତ୍ରୀ ଚିନ୍ମୟୀ ପ୍ରଧାନି ସମକିରି ଲାଗି ଗୁଟେ ଉଦାହରନ ସାଜିଛନ। ତାଁକର ବାପା ଲକ୍ଷ୍ମଣ ପ୍ରଧାନି ଝନେ ଛୋଟ ଚାଷୀ, ତାର ସାଁଗେ ସେ କେତେ ପଟ ଦୁହାଲି ଗାଈ ରଖି ନିଜର କୁଟୁମ ଚଲଉଛନ। ଚିନ୍ମୟୀ ଭିଲ ତାକର ବାପାକେ ଚାଷବାସ କାମରେ ସାହାଯ୍‌ କରୁଛନ। ଗାଈ ଦାମୁରକର ସେବା ଯତନରୁ ଆରମ୍ଭ କରି ପଲ୍‌ହା ରୁଆ, ଧାନ କଟା ବାଗିର ସବୁ ପରକାର ଚାଷବାସ କାମ କରୁଛନ। ପଚରାଲେ କହୁଛନ ଯେ ମୁଇଁ ଚଷା ଘରର ଝି ଆର ଚାଷ ହେଉଛେ ଆମର ମୂଲ। ବାପାକେ ଚାଷବାସ କାମକାଜରେ ସାହାଯ୍‌ କରିପାରୁଛେଁ ସେଟା ମୋର ଲାଗି ଗୁଟେ ଗରବର କଥା ଆଏ। ହେଲେ ସେଥିରଲାଗି ମୁଇଁ ପାଠପଢ଼ାରେ ଭିଲ କେଭେ ଅବହେଲା ନାଇଁ କରି। ଚିନ୍ମୟୀର ଲାଗି ଚାଷଟା ବେଉଁସା ନୁହେ ତାକର ନିଶା ପାଲଟିଛେ। ବାପା ଭାଗ ପାଇଥିବାର ୫ ଏକର ଜମିକେ ସେ ଚାଷକରି ପରିବାର ଚଲଉଛନ। ଚିନ୍ମୟୀ ପାଠ ପଢ଼ା ସାଁଗେ ଖେଲକୁଦରେ ଭିଲ ଭଲ କରୁଛନ। ସେ ବହୁତ ଥର ‘ପାଇକା’ରେ ତାଙ୍କ ବ୍ଲକକେ ପରତିନିଧିତ୍ୱ କରି ଭଲିବଲରେ ଦୁଇ ନମ୍ବର ଠାନ ପାଇଛନ। ବଡଭାରି ଲଙ୍ଗଜମ୍ପ ଆର ୧୦୦ ମିଟର ଦଉଡ ପରତିଯୋଗିତାରେ ସେ ବହୁତଟେ ମାନପତର ପାଇଛନ। ଚାକିରି କରବେ କାଏଁ ବଲି ପଚରାଲେ ସେ କହୁଛନ ଯେ ଚାକରି କଲେ ଭିଲ ଚାଷ କରମି। ବାପା ଲକ୍ଷ୍ମଣ କହିଛନ ଯେ ମୋର ପୁଓ ନାଇଁ ବଲି ମନରେ କେଭେ ଅବଶୋଷ କି ଅନୁତାପ ନାଇଁ। ମୋର ଦୁହି ଝିକେ ନେଇ ଆମର ସଁସାର ଠିକ୍‌ ଅଛେ ବଲି କହିଛନ। ମା’ ପ୍ରମୋଦିନୀ କହିଛନ ଯେ ଝି ମାନେ ସାହାଯ୍‌ ନାଇଁକଲେ ଆମେ ଚଲି ନାଇଁପାରତୁଁ।

ସମ୍ବଲପୁର

ଭାଜପାର ଶସ୍ତା ରାଜନୀତି: ଛାତ୍ରୀଛାତ୍ରଙ୍କୁ ପିନ୍ଧାଇଲା ଦଳୀୟ ଟୋପି

ଭାଜପାର ଶସ୍ତା ରାଜନୀତି: ଛାତ୍ରୀଛାତ୍ରଙ୍କୁ ପିନ୍ଧାଇଲା ଦଳୀୟ ଟୋପି

ବରଗଡ଼ ଅଫିସ୍‌,୨୦।୧- ବରଗଡ଼ ଜିଲା ବିଜେପୁର ଉପନିର୍ବାଚନରୁ ରାଜନୈତିକ ଫାଇଦା ଉଠାଇବା ପାଇଁ ରାଜନେତାମାନେ କିଭଳି ଶସ୍ତା ରାଜନୀତି କରୁଛନ୍ତି, ତାହାର ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ ପଦାକୁ ଆସିଛି। ବିଜେପୁର ଗୁଳି ରାଜନୀତିକୁ ନେଇ ଗତ ୧୬ ଓ ୧୭ତାରିଖ ୨ଦିନ ଧରି ଭାଜପାର ଗଣତନ୍ତ୍ର ବଞ୍ଚାୟ ପଦଯାତ୍ରା ହୋଇଥିଲା। ବିଜେପୁର ବ୍ଲକ ପଡ଼ା ଗ୍ରାମରୁ ପଦଯାତ୍ରା ବାହାରି ବରପାଲିରେ ଶେଷ ହୋଇଥିଲା। ତେବେ ପଦଯାତ୍ରାରେ ସ୍କୁଲ ଛାତ୍ରୀଛାତ୍ରଙ୍କୁ ସିଧାସଳଖ ସାମିଲ୍‌ କରି ନ ଥିଲେ ହେଁ ପରୋକ୍ଷରେ କେତେକ ଭାଜପା ନେତା ବିଜେପୁର ବ୍ଲକ ଅଧୀନ ଏମ୍‌.ଗଣ୍ଡପାଲି ପ୍ରାଥମିକ ସ୍କୁଲର କୋମଳମତି ଛାତ୍ରୀଛାତ୍ରଙ୍କୁ ସେଥିରେ ନିୟୋଜିତ କରିବା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି।

ସାମାଜିକ ସଂଗନର ପ୍ରୟାସ: ପାଠ ପଢିବେ ଷ୍ଟେଶନରେ ବୁଲୁଥିବା ଶିଶୁ

ସାମାଜିକ ସଂଗନର ପ୍ରୟାସ: ପାଠ ପଢିବେ ଷ୍ଟେଶନରେ ବୁଲୁଥିବା ଶିଶୁ

ଝାରସୁଗୁଡ଼ା ଅଫିସ,୨୦।୧- ଝାରସୁଗୁଡ଼ା ରେଲୱେ ଷ୍ଟେଶନ ନିକଟରେ ବୁଲୁଥିବା ଶିଶୁଙ୍କୁ ପାଠ ପଢାଇବାର ଦାୟିତ୍ୱ ନେଇଛନ୍ତି କେତେକ ସାମାଜିକ ସଂଗଠନ। ଅସୁରକ୍ଷିତ ଏବଂ ଅସ୍ବାସ୍ଥ୍ୟକର ପରିବେଶରେ ବୁଲୁଥିବା ଛୋଟ ଛୋଟ ଶିଶୁଙ୍କୁ ଏକତ୍ରିତ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ସେମାନଙ୍କୁ ଏକାଠି କରିବା, ଶୃଙ୍ଖଳିତ ଜ୍ଞାନ, ଅକ୍ଷର ଚିହ୍ନଟ ପ୍ରଣାଳୀ ବିଷୟରେ ଶିକ୍ଷା ଯିବ। ପରେ ସ୍କୁଲରେ ନାମ ଲେଖାଇ ସମାଜର ମୁଖ୍ୟସ୍ରୋତକୁ ଫେରାଇ ଆଣିବାର ପ୍ରୟାସ କରାଯିବ ବୋଲି ଦୁଇ ସଂଗଠନର କର୍ମକର୍ତ୍ତା କହିଛନ୍ତି।

ବାଇକ୍‌ ସହ କକା, ପୁତୁରାଙ୍କ ମୃତଦେହ କୂଅରୁ ଉଦ୍ଧାର

ନୂଆଗଁ।,୧୯।୧(ଡି.ଏନ.ଏ.)- ସୁନ୍ଦରଗଡ଼ ଜିଲା ନୂଆଗଁ। ବ୍ଲକ୍‌ ହାତିବାରୀ ଥାନା ଅନ୍ତର୍ଗତ କୁନ୍ଦୁରୁଗୁଟୁ ଗାଁ ନିକଟ ରାସ୍ତାକଡ଼ ଜମି ମଧ୍ୟରେ ଥିବା ଏକ ଖୋଲା କୂଅରୁ ଶୁକ୍ରବାର ପୋଲିସ ଗ୍ରାମବାସୀଙ୍କ ସହାୟତାରେ ୨ ମୃତଦେହ ସହ ଏକ ବାଇକ୍‌ (ନଂ. ଓଆର୍‌ ୧୪କ୍ୟୁ ୨୩୮୪)କୁ ଉଦ୍ଧାର କରିଛି। ମୃତକଦ୍ୱୟ ସେହି ଗ୍ରାମର ସୁଖୁ ଲାକଡ଼ା (୪୫) ଓ ତାଙ୍କ ପୁତୁରା ବୁଧେଶ୍ୱର ଲାକଡ଼ା (୪୦) ବୋଲି ଗ୍ରାମବାସୀ ଚିହ୍ନଟ କରିଛନ୍ତି। ସେମାନଙ୍କ ମୁଣ୍ଡରେ ଗଭୀର କ୍ଷତଚିହ୍ନ ରହିଛି। କୂଅ ମଧ୍ୟରେ ଥିବା ପଥରରେ ପିଟି ହୋଇ ଉଭୟଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି।

ଇଚ୍ଛାଶକ୍ତି ପାଖରେ ହାର ମାନିଛି ବୟସ, ମାନବବାଦର ବାର୍ତ୍ତା ନେଇ ମହାରାଷ୍ଟ୍ରରୁ ପଦଯାତ୍ରା

ଇଚ୍ଛାଶକ୍ତି ପାଖରେ ହାର ମାନିଛି ବୟସ, ମାନବବାଦର ବାର୍ତ୍ତା ନେଇ ମହାରାଷ୍ଟ୍ରରୁ ପଦଯାତ୍ରା

ଖପ୍ରାଖୋଲ,୧୯।୧(ଡି.ଏନ୍‌.ଏ.)- ସାମ୍ପ୍ରତିକ ସମାଜରେ ହିଂସା, ଅହଂକାର, ଅସହିଷ୍ଣୁତା ଆଦି ଦେଖାଦେଉଥିବାବେଳେ ଲୋପ ପାଉଛି ମାନବିକତା। ହେଲେ ଏହି ମାନବବାଦର ବାର୍ତ୍ତା ନେଇ ୫ଜଣ ସାଙ୍ଗ ସୁଦୂର ମହାରାଷ୍ଟ୍ରର ଶିରିଡ଼ିଠାରୁ ପଦଯାତ୍ରାରେ ବାହାରି ଶ୍ରୀକ୍ଷେତ୍ରଧାମ ପୁରୀରେ ପହଞ୍ଚିବାକୁ ଆଶା ରଖିଛନ୍ତି। ୪ ବର୍ଷ ହେଲା ଏହି ୫ଜଣ ଏଭଳି ପଦଯାତ୍ରାରେ ଶହଶହ କି.ମି. ଚାଲି ଚାଲି ବିଭିନ୍ନ ସ୍ଥାନକୁ ଯାଇଥାନ୍ତି ବୋଲି

ଶିକ୍ଷକ୍‌ ଗିଲ୍‌ଲେ ୯୫ ପିଲାକର ମଧ୍ୟାହ୍ନ ଭୋଜନ୍‌, ୧୬ ଦିନ ହେଲା ହେଲା କାର୍‌ଯାନୁଷ୍‌ଠାନ୍‌ ନାଇଁ

ଶିକ୍ଷକ୍‌ ଗିଲ୍‌ଲେ ୯୫ ପିଲାକର ମଧ୍ୟାହ୍ନ ଭୋଜନ୍‌, ୧୬ ଦିନ ହେଲା ହେଲା କାର୍‌ଯାନୁଷ୍‌ଠାନ୍‌ ନାଇଁ

ବାମରା,୧୯।୧(ସ୍ବ.ପ୍ର.)-ସମ୍ବଲପୁର ଜିଲା ବାମରା ବ୍ଲକ୍‌ ଲରିଆପାଲି ପନ୍‌ଚେତ ଆର୍‌ ଗୋବିନ୍ଦପୁର ପନ୍‌ଚେତରେ ମଧ୍ୟାହ୍ନ ଭୋଜନ୍‌ରେ ଠକେଇ ହେଇଛେ। ୯୫ ପିଲାକର ଖାଦ୍ୟକେ ଶିକ୍ଷକ୍‌ ଖାଇ ଯାଇଛନ୍‌। ଜାନୁୟାରୀ ୨ ତାରିଖ ପୁଷ୍‌ପୁନି ଦିନ ବହୁତ୍‌ପିଲା ଇସ୍‌କୁଲକେ ନାଇଁ ଆସି। ହେଲେ ହାଜ୍‌ରା ଖାତାରେ ସବୁ ପିଲା ଆସିଥିବାର ଦେଖାଯାଇଛେ। ଆର୍‌ ଇ ବାବଦ୍‌ ସବୁ ଟଁକା ଶିକ୍ଷକ୍‌କଁର ମୁନାକେ ଯାଇଛେ।

ବିଡିଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବିଡିଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ରାଉରକେଲା ଅଫିସ,୧୯।୧- ସୁନ୍ଦରଗଡ଼ ଜିଲା ଲାଠିକଟା ବିଡିଓ, ସହକାରୀ ଯନ୍ତ୍ରୀ ଓ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘର ଓ ଲାଠିକଟା ବ୍ଲକ କାର୍ଯ୍ୟାଳୟରେ କଟକ ଭିଜିଲାନ୍ସ ସେଲ୍‌ ପକ୍ଷରୁ ଶୁକ୍ରବାର ସକାଳେ ଚଢ଼ାଉ କରାଯାଇଛି। ୨୦୧୫ରେ ଏକ ରାସ୍ତା କାମରେ ହୋଇଥିବା ଦୁର୍ନୀତି ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଛି। ଭିଜିଲାନ୍ସ ସୂଚନା ଅନୁଯାୟୀ ୨୦୧୫ରେ ଏକ ରାସ୍ତା ନିର୍ମାଣ କରା ନ

ପର୍ଶୁରାମକର ଚିକିତ୍ସା ଲାଗି ଟଁକା ବାଧକ୍‌, ଗୁଲ୍‌ଗୁଲା ହେଉଛନ ପରିବାର

ପର୍ଶୁରାମକର ଚିକିତ୍ସା ଲାଗି ଟଁକା ବାଧକ୍‌, ଗୁଲ୍‌ଗୁଲା ହେଉଛନ ପରିବାର

ଜୁନାଗଡ଼,୧୯।୧(ଡି.ଏନ୍‌.ଏ/ସ୍ବ.ପ୍ର.)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ୍‌ ବଳଦିଆମାଲ ଗାଁର ପର୍ଶୁରାମ କର (୪୬) ଗଲା ବଛ୍‌ରେ ହେଲା ଜଂଘ୍‌ ଉପର ହାଡ଼ ଭାଂଗି ଯିବାରଲାଗି ଠିକ୍‌ରେ ଚଲାବୁଲା ନାଇଁ କରିପାର୍‌ବାର। ସବୁବେଲେ ଖଟ୍‌କେ ଆଶ୍‌ରେ କରି ପଡ଼ି ରହିଛନ। ବଡ଼ା କଷ୍‌ଟେ ଆଶାବାଡ଼ି ଧରି ଘରୁ ଡାଁଡ୍‌କେ କି ଡାଁଡୁ ଘର୍‌କେ ଯାଇପାରୁଛନ୍‌। ଏନ୍‌ତା ଅବସ୍‌ତାରେ ତାଁକର ଗୋଡ଼୍‌ ଅସ୍‌ତର୍‌ପଚାର କରବାର

ମରଣାନ୍ତକ ଆକ୍ରମଣ ଦୁଇ ଭାଇ ଆହତ

ମରଣାନ୍ତକ ଆକ୍ରମଣ ଦୁଇ ଭାଇ ଆହତ

ବଲାଙ୍ଗୀର ଅଫିସ,୧୮।୧- ବଲାଙ୍ଗୀର ସହରର ମୁଖ୍ୟ ବଜାରଠାରେ ବୁଧବାର ରାତିରେ ୨୦ରୁ ୨୫ ଜଣ ଯୁବକ ଖଣ୍ଡା, ମାରଣାସ୍ତ୍ର ଧରି ଦୁଇ ବ୍ୟବସାୟୀ ଭାଇଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ଉକ୍ତ ଘଟଣା ସହରରେ ଆତଙ୍କ ଖେଳାଇ ଦେଇଥିଲା।

ସନ୍ଦେହରେ ପକ୍ଷୀ ଗଣନା ରିପୋର୍ଟ

ସମ୍ବଲପୁର, ୧୮ ।୧ (ବ୍ୟୁରୋ) ହୀରାକୁଦ ଡ୍ୟାମ୍‌ରେ ୨୦୧୮ ମସିହା ପାଇଁ ମଙ୍ଗଳବାର ବିଦେଶୀ ପକ୍ଷୀ ଗଣନା କରାଯାଇଛି। ଏହାର ରିପୋର୍ଟ ବୁଧବାର ପ୍ରକାଶ ପାଇଛି । ହୀରାକୁଦ ବନ୍ୟପ୍ରାଣୀ ଡିଏଫଓ ଅଫିସ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି। ଏଥର ଡ୍ୟାମ୍‌କୁ ୮୨ ପ୍ରଜାତିର ୧ ଲକ୍ଷ ୩୨ ହଜାର ୮୩୫ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥିବା ଏହି ରିପୋର୍ଟରେ ସୂଚନା ରହିଛି ।

ଜୋତା ପଲିସ୍‌ କଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ଜୋତା ପଲିସ୍‌ କଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ସମ୍ବଲପୁର,୧୭। ୧ (ବ୍ୟୁରୋ) ସମ୍ବଲପୁରରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ବିଭିନ୍ନ ଉପାୟରେ ଆନ୍ଦୋଳନ ଚଳାଇଛନ୍ତି। ପ୍ରଥମେ ସମଲେଇ ମନ୍ଦିରରେ ଭିକ ମାଗିବା ପରେ ମୁହଁରେ କଳା କନା ଦେଇ ପ୍ରତିବାଦ ଜଣାଇଥିଲେ।

କଦର୍ଯ୍ୟ ରାସ୍ତା ନେଲା ଅବସରପ୍ରାପ୍ତ ଶିକ୍ଷକଙ୍କ ଜୀବନ

କଦର୍ଯ୍ୟ ରାସ୍ତା ନେଲା ଅବସରପ୍ରାପ୍ତ ଶିକ୍ଷକଙ୍କ ଜୀବନ

ଜମନକିରା, ୧୭।୧ (ଡି.ଏନ୍‌.ଏ.)-ସମ୍ବଲପୁର ଜିଲା ଜମନକିରା ଥାନା ଟିକିଲିପଡ଼ା ନିକଟରେ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଅନିରୁଦ୍ଧ ନାଏକ (୬୬)। ତେବେ କଦର୍ଯ୍ୟ ରାସ୍ତା ଯୋଗୁ ସେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଗାଡି ସହ ଓଲଟି ପଡିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲିସର ସୂଚନା ଅନୁସାରେ, ସେ ଜମନକିରା ଅଞ୍ଚଳର ଗଣ୍ଡ ସମାଜର ସଭାପତି ଥିଲେ। ଏକ ସାମାଜିକ ସଭା ସାରି ପାଟବନ୍ଧା ଗଁ।ରୁ ନିଜ ମୋପେଡରେ ଫେରଥିଲେ।

ଦେବଗଡ ମସଜିଦ୍‌ ବନ୍ଦ ହେବା ଘଟଣା: ମିଳାମିଶା ପାଇଁ ୧୫ ଦିନ ସମୟ

ଦେବଗଡ ମସଜିଦ୍‌ ବନ୍ଦ ହେବା ଘଟଣା: ମିଳାମିଶା ପାଇଁ ୧୫ ଦିନ ସମୟ

ଦେବଗଡ,୧୭।୧ (ସ୍ବ.ପ୍ର)-ଦୀର୍ଘ ୯ ବର୍ଷରୁ ଊର୍ଦ୍ଧ୍ୱ ହେଲା ଦେବଗଡସ୍ଥିତ ଏକମାତ୍ର ମସଜିଦ୍‌ରେ ୱାହାବୀ ଏବଂ ସୁନ୍ନୀ ବରେଲି ଗୋଷ୍ଠୀର ମୁସଲମାନ୍‌ମାନଙ୍କ ମଧ୍ୟରେ ନମାଜ୍‌ ପାଠ ଓ ନୁତନ ମୌଲବୀ ମନୋନୟନ ଇସହ ମସଜିଦ୍‌ ପରିଚାଳନା କମିଟି ନିର୍ବାଚନ ପାଇଁ ବିବାଦ ଜାରି ରହଛି । ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏହାର ଏକ ନିଷ୍କର୍ଷ ସମାଧାନ ପାଇଁ ଦୁଇ ଗୋଷ୍ଠୀଙ୍କୁ ମିଶାଇବାପାଇଁ ଦ୍ୱିତୀୟ ବାର ମଙ୍ଗଳବାର ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ ଭିତରେ ଏକ ବୈଠକ ବସିଥିଲା । ଏହି ପରିପ୍ରେକ୍ଷୀରେ ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଓଡିଶା ୱାକଫ୍‌ ବୋର୍ଡ୍‌ର ପ୍ରତିନିଧି ଭାବେ ଆସିଥିବା ଶେଖ୍‌ ସଲାଉଦ୍ଦିନ୍‌ ,ସୟେଦ୍‌ ଅସଦକ ଅଲ୍ଲୀ ଏବଂ ଦେବଗଡର ଏସଡିପିଓ ସୁଲେମାନ ଏକ୍କାଙ୍କ ଉପସ୍ଥିତିରେ ଦୁଇ ଗୋଷ୍ଠୀର ସଦସ୍ୟମାନଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଥିଲେ ।