ସମ୍ବଲପୁର

ଡିକି ଭାଙ୍ଗି ୨୦ ହଜାର ଲୁଟ୍‌

ଡିକି ଭାଙ୍ଗି ୨୦ ହଜାର ଲୁଟ୍‌
ରେଙ୍ଗାଲି,୧୬।୧୨(ଡି.ଏନ୍‌.ଏ.)- ରେଙ୍ଗାଲି ବଜାରରୁ ଦୁର୍ବୃତ୍ତମାନେ ଜଣେ ବ୍ୟକ୍ତିଙ୍ଗ ବାଇକ୍‌ ଡିକି ଭାଙ୍ଗି ୨୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଲୁଟ୍‌ର ଶିକାର ହୋଇଥିବା ବ୍ୟକ୍ତି ହେଉଛନ୍ତି କତରବଗା ନିକଟ ବଡ଼ମାଲର ଦାମୋଦର ଧରୁଆ। ଦାମୋଦର ଶନିବାର ଅପରାହ୍ନ ୧୨.୧୫ରେ ସ୍ଥାନୀୟ ବ୍ୟାଙ୍କ ଅଫ୍‌ ବରୋଦା ଶାଖାରୁ ଟଙ୍କା ଉଠାଇ ବାଇକ୍‌ ଡିକିରେ ରଖି ନିକଟସ୍ଥ ଏକ ଦୋକାନରୁ ସଉଦା କିଣୁଥିଲେ। ସେଠାରୁ ବାଇକ୍‌ ନିକଟକୁ ଆସି ଡିକି ଭଙ୍ଗାଯାଇଥିବା ଓ ଏଥିରେ ଥିବା ଟଙ୍କା ନ ଥିବା ଦେଖିଥିଲେ। ଏ ନେଇ ସେ ରେଙ୍ଗାଲି ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ତଦନ୍ତ ଆରମ୍ଭ କରିଛି।
All Right Reserved By

ସମ୍ବଲପୁର

ଶାରଦୀୟ ଜାତୀୟ ସେବା ଯୋଜନା ଶିବିର ଉଦ୍‌ଯାପିତ

ଶାରଦୀୟ ଜାତୀୟ ସେବା ଯୋଜନା ଶିବିର ଉଦ୍‌ଯାପିତ

ବିଜେପୁର, ୨୧।୧୦ (ଡି.ଏନ.ଏ)- ବରଗଡ ଜିଲା ବିଜେପୁର ବ୍ଲକ କଲଙ୍ଗାପାଲିରେ ଶାରଦୀୟ ଜାତୀୟ ସେବା ଯୋଜନା ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍କୁଲ ଚେୟାରମେନ ପରିତୋଷ ସୁନା ଏହାକୁ ଉଦ୍‌ଘାଟନ କରିଥିଲେ। ପଲିଥିନ ବର୍ଜନ, ଶୌଚାଳୟ ବ୍ୟବହାର, ଗ୍ରାମ ସଫେଇ, ଠୁଙ୍ଗା ପ୍ରସ୍ତୁତି କରି ସ୍ବାବଲମ୍ବି ହେବା, ଟୀକାକରଣ ବିଷୟରେ ବିଭିନ୍ନ ଦିବସରେ ଶିବିରାର୍ଥୀଗଣ ଗ୍ରାମବାସୀଙ୍କୁ ସଚେତନ କରାଇଥିଲେ। ଉଦ୍‌ଯାପନୀ ସମାରୋହରେ ଡିଗ୍ରୀ କଲେଜ ଅଧ୍ୟକ୍ଷ ପ୍ରଦୀପ କୁମାର 

ସୋହେଲା ଦୁର୍ଗାପୂଜା: ସରିଲା ରାବଣପୋଡି, ଭସାଣି

ସୋହେଲା ଦୁର୍ଗାପୂଜା: ସରିଲା ରାବଣପୋଡି, ଭସାଣି

ସୋହେଲା,୨୧।୧୦ (ଡି.ଏନ.ଏ)-ବରଗଡ ଜିଲା ସୋହେଲାଠାରେ ଲକ୍ଷାଧିକ ଦର୍ଶକଙ୍କ ସମାଗମରେ ଶାନ୍ତିଶୃଙ୍ଖଳାର ସହିତ ପଶ୍ଚିମ ଓଡିଶାର ଖ୍ୟାତିଲାଭ କରିଥିବା ସୋହେଲାର ପ୍ରସିଦ୍ଧ ରାବଣପୋଡି ଶନିବାର ସନ୍ଧ୍ୟାରେ ସ୍ଥାନୀୟ ମିନି ଷ୍ଟାଡିୟମଠାରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ପୂଜାର ପ୍ଲାଟିନମ ଜୁବୁଲି ପାଳନ କରାଯାଇଥିବାରୁ ପୂଜା କମିଟି ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସୀମାନ୍ତ ପଡୋଶୀ ରାଜ୍ୟ ସମେତ ଦୂର ଦୂରାନ୍ତରରୁ ଲୋକେ ଏହି ପୂଜା 

ଚାକିରି ଦେବାକୁ କହି ୨୦ ଲକ୍ଷ ଠକେଇ

ଚାକିରି ଦେବାକୁ କହି ୨୦ ଲକ୍ଷ ଠକେଇ

ରାଉରକେଲା ଅଫିସ,୨୧।୧୦- ଝିରପାଣି ଥାନା ଝିରପାଣି ପୁନର୍ବସତି କଲୋନୀରେ ରହୁଥିବା ଜଣେ ଯୁବତୀ କେତେକ ବେକାର ଯୁବକଙ୍କୁ ଚାକିରି ଦେବା ଆଳରେ ୨୦ଲକ୍ଷରୁ ଅଧିକ ଟଙ୍କା ଠକିଥିବା ଅଭିଯୋଗ ହୋଇଛି। ଏ ନେଇ ଶନିବାର ମଧ୍ୟାହ୍ନରେ କିଛି ଯୁବକ ଥାନାରେ ଅଭିଯୋଗ କରିବାକୁ ପହଞ୍ଚି ଥିଲେ। ହେଲେ ଠକେଇ କରିଥିବା ଯୁବତୀ ଜଣକ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ଦେଖାଯାଇଥିଲା। ‘ମୁଁ ସୁବିଧା ଅନୁସାରେ ଟଙ୍କା ଫେରାଇ ଦେବି। ଆପଣମାନେ

ଧାନ ସଂଗ୍ରହ ଆରମ୍ଭ ହୋଇନି: ଚାଲିଛି ଅଣ୍ଡରରେଟ୍‌ ମସୁଧା

ଧାନ ସଂଗ୍ରହ ଆରମ୍ଭ ହୋଇନି: ଚାଲିଛି ଅଣ୍ଡରରେଟ୍‌ ମସୁଧା

ବରଗଡ଼ ଅଫିସ୍‌,୨୧।୧୦
ବରଗଡ଼ ଜିଲାରେ ଆଉ ୨ସପ୍ତାହ ପରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ନଭେମ୍ବର ୫ତାରିଖରୁ ଜିଲାରେ ଧାନ କିଣାବିକା ଚାଲିବ । ଏଥିପାଇଁ ପ୍ରଶାସନିକ ପ୍ରସ୍ତୁତି ଚାଲିଛି। ଚାଷୀ ପଞ୍ଜୀକରଣ ପ୍ରକ୍ରିୟାଠାରୁ ଆରମ୍ଭ କରି ଆକାଉଣ୍ଟ ଯାଞ୍ଚ ଏବଂ ଅନ୍ୟ ଆବଶ୍ୟକ କାଗଜାତ୍‌ ପ୍ରସ୍ତୁତିରେ ବିଭାଗୀୟ ଅଧିକାରୀମାନେ ଲାଗି ପଡ଼ିଛନ୍ତି। ଅନ୍ୟପଟେ ଅଣ୍ଡରରେଟ୍‌ରେ ଧାନ କିଣିବା ପାଇଁ ବେପାରୀଙ୍କ ମସୁଧା ମଧ୍ୟ ପଛରେ ପଡ଼ିନାହିଁ । ଧାନ ସଂଗ୍ରହ ପ୍ରକ୍ରିୟାର ଅବ୍ୟବହିତ ପୂର୍ବରୁ ଗ୍ରାମାଞ୍ଚଳରେ ବେପାରୀମାନେ

ଚୋରି ସନ୍ଦେହରେ ଥାନାରେ ଅଟକ ଯୁବକଙ୍କୁ ବାହାର ଯୁବକ ମାଡ଼ ମାରିବା ନେଇ ଉତ୍ତେଜନା: ଶତାଧିକ ଲୋକଙ୍କ ଥାନାରେ ପାଟିତୁଣ୍ଡ

ଚୋରି ସନ୍ଦେହରେ ଥାନାରେ ଅଟକ ଯୁବକଙ୍କୁ ବାହାର ଯୁବକ ମାଡ଼ ମାରିବା ନେଇ ଉତ୍ତେଜନା: ଶତାଧିକ ଲୋକଙ୍କ ଥାନାରେ ପାଟିତୁଣ୍ଡ

ବଡ଼ଗାଁ, ୨୧।୧୦ (ଡି.ଏନ.ଏ)-  ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅଞ୍ଚଳରେ ଚୋରି ସନ୍ଦେହରେ ଥାନାରେ ଅଟକ ଥିବା ଦୁଇ ଯୁବକଙ୍କ ମଧ୍ୟରୁ ଜଣଙ୍କୁ ବାହାରର କେତେକ ଯୁବକ ମାଡ଼ମାରିଥିବା ଅଭିଯୋଗ ହୋଇଛି। ଥାନା ଭିତରେ ପଶି ଅଟକ ଥିବା ଯୁବକଙ୍କୁ ମାଡ଼ମାରିଥିବା ବାହାରର ଯୁବକମାନଙ୍କ ଗିରଫ ଦାବିକରି ବଡ଼ଗାଁରେ ଶନିବାର ସନ୍ଧ୍ୟାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଚୋରି ସନ୍ଦେହରେ ଅଟକ ଯୁବକଙ୍କ ସମ୍ପର୍କୀୟ, ସମର୍ଥକ କୁହାଯାଉଥିବା ଶତାଧିକ ମହିଳା, ପୁରୁଷ ଥାନାକୁ ଆସି ପାଟିତୁଣ୍ଡ 

ବିଜେପୁରରେ ଭସାଣି ଶେଷ

ବିଜେପୁରରେ ଭସାଣି ଶେଷ

ବିଜେପୁର, ୨୧।୧୦ (ଡି.ଏନ.ଏ)- ବରଗଡ ଜିଲା ବିଜେପୁର ବ୍ଳକର ପୁରପଲ୍ଲୀରେ ଚାଲିଥିବା ଦୁର୍ଗାପୂଜା ମହୋତ୍ସବ ଭସାଣି  ସହ ସମ୍ପନ୍ନ ହୋଇଯାଇଛି। ଉମାଶଙ୍କର ପାଣିଗ୍ରାହୀଙ୍କ ଘରୁ ବାହାରିଥିବା ନବକୁମାରୀ କନ୍ୟାଗଣ ସ୍ଥାନୀୟ ପୂଜାମଣ୍ଡପରେ ପହଞ୍ଚିବା ପରେ ନବକୁମାରୀ ପୂଜାର୍ଚ୍ଚନା କରାଯାଇ ନଗର ପରିକ୍ରମା  କରାଯାଇଥିଲା। ଦଶମୀ ତିଥିରେ ଅପରାଜିତା ପୂଜା ସହ ଅପରାହ୍ନରେ ହୋମ ସହ ପୂର୍ଣ୍ଣାହୁତି ହୋଇଥିଲା। ସନ୍ଧ୍ୟାରେ ହାଇସ୍କୁଲ ପଡିଆରେ ରାମ ରାବଣ ଯୁଦ୍ଧରେ ରାବଣର ମୃତ୍ୟୁ ହୋଇ

ପହଣ୍ଡିରେ ସମ୍ବଲପୁରୀ ଭେଟ୍‌ଘାଟ୍‌:  ଚୈତନ୍ୟ ଭୋଇ, ହରିଲାଲ ସାହୁ ସମ୍ବର୍ଦ୍ଧିତ

ପହଣ୍ଡିରେ ସମ୍ବଲପୁରୀ ଭେଟ୍‌ଘାଟ୍‌: ଚୈତନ୍ୟ ଭୋଇ, ହରିଲାଲ ସାହୁ ସମ୍ବର୍ଦ୍ଧିତ

ବିଜେପୁର, ୨୧।୧୦ (ଡି.ଏନ.ଏ)- ବରଗଡ ଜିଲା ବିଜେପୁର ବ୍ଲକ ପହଣ୍ଡି ଗ୍ରାମରେ ସମ୍ବଲପୁରୀ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଭରତ ଚନ୍ଦ୍ର ପଟେଲ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଆମର ଭାଷା ଆମର ସାହିତ୍ୟ ଚାଷୀର କଥା ମାଟିର କଥା କହୁଛେତ ଶୀର୍ଷକ ଆଲୋଚନାଚକ୍ରରେ ଅଧ୍ୟାପକ ମୋହନ ସାହୁ, ଅଧ୍ୟାପକ ସୁକୁମାର ଭୋଇ ଆଲୋଚକ ଭାବେ ଯୋଗଦେଇଥିଲେ। ଚୈତନ୍ୟ ଭୋଇଙ୍କୁ ଶାରଦା ସମ୍ମାନ ଏବଂ କ୍ରାନ୍ତିକବି ହରିଲାଲ ସାହୁଙ୍କୁ ଯୁବ ପ୍ରତିଭା 

ଭସାଣି  କାର୍ଯ୍ୟକ୍ରମରେ ସରଗରମ ବୀରମହାରାଜପୁର ମାହୋଲ

ଭସାଣି କାର୍ଯ୍ୟକ୍ରମରେ ସରଗରମ ବୀରମହାରାଜପୁର ମାହୋଲ

ବୀରମହାରାଜପୁର, ୨୧।୧୦ (ଡି.ଏନ.ଏ)- ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ସଦର ମହକୁମାଠାରେ ସାର୍ବଜନୀନ ଦୁର୍ଗାପୂଜାର ଭସାଣି ଉତ୍ସବ ଯୋଗୁ ଶନିବାର ଦିନତମାମ ମାହୋଲ ସରଗରମଥିଲା। ଏଠାରେ ଚଳିତବର୍ଷ ପୂର୍ବଥର ଭଳି ତିନୋଟି ପୂଜା କମିଟି ପକ୍ଷରୁ ଦୁର୍ଗାପୂଜାର ଆୟୋଜନ କରାଯାଇଥିଲା। ଏଦିନ ସମସ୍ତ ମେଢ଼ ସ୍ଥାନୀୟ ରଜାବନ୍ଧରେ ବିସର୍ଜିତ ହୋଇଛନ୍ତି। ଦିନବେଳା ତ୍ରିବେଣୀ ଛକ, ସନ୍ଧ୍ୟାରେ ବସଷ୍ଟାଣ୍ଡ ପୂଜା କମିଟିର ମେଢ଼ ଏବଂ ରାତିରେ ଉଫୁଲା ଶୈଳସୂତା କ୍ଲବ

ମଠସାହିର ଅନନ୍ୟ ପରମ୍ପରା ଘିରିଘିରୀ ଓଷା ପାଳିତ

ମଠସାହିର ଅନନ୍ୟ ପରମ୍ପରା ଘିରିଘିରୀ ଓଷା ପାଳିତ

ଦେବଗଡ,୨୧।୧୦(ସ୍ବ.ପ୍ର) -ଘିରିଘିରୀ ପୂଜା ବା ଓଷା ଦେବଗଡର ସହରର ମଠସାହିରେ ଧୁମଧାମରେ ରବିବାର ପାଳିତ ହେଉଛି। ପ୍ରାୟ ୭୩ ବର୍ଷଧରି ଚାଲିଆସୁଥିବା ଏହି ପୂଜା ଲାଗି ସକାଳେ ମହିଳାମାନେ ଲାଗିପଡ଼ିଛନ୍ତି। ଏହି ପୂଜାର ବିଶେଷତ୍ୱ ହେଲା ଶ୍ରଦ୍ଧାଳୁ ତଥା ମାନସିକଧାରୀମାନେ ଏକ ସୌହାର୍ଦ୍ଧ୍ୟପୂର୍ଣ୍ଣ ବାତାବରଣରେ ଦଶହରା ଦିନ ଦେବଗଡର ଝାଡେଶ୍ୱର ପୀଠରୁ ଏକ ତମ୍ବା ଧାତୁରେ ତିଆରି ନାଗସାପକୁ ଏକ ଥାଳିଆରେ ଧରି ସେହି ମନ୍ଦିରରୁ ୫ କି.ମି ପର୍ଯ୍ୟନ୍ତ ଶୋଭାଯାତ୍ରାରେ ବାହାରି ମଙ୍ଗଳା 

ଶଙ୍ଖ ନଦୀ ଶୁଖିଲା :ନଦୀରୁ ଜଳଯୋଗାଣ ବାଧାପ୍ରାପ୍ତ

ଶଙ୍ଖ ନଦୀ ଶୁଖିଲା :ନଦୀରୁ ଜଳଯୋଗାଣ ବାଧାପ୍ରାପ୍ତ

କୁଆଁରମୁଣ୍ଡା,୨୧।୧୦(ଡି.ଏନ.ଏ.)-ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଦକ୍ଷିଣ ପାର୍ଶ୍ୱରେ ପ୍ରବାହିତ ଶଙ୍ଖ ନଦୀର ପଦ୍ମପୁର ପମ୍ପ ହାଉସ୍‌ରୁ ଶନିବାର ଜଳଯୋଗାଣ ବାଧାପ୍ରାପ୍ତ ହୋଇଛି। ଫଳରେ ପଦ୍ମପୁର ଓ କୁଆଁରମୁଣ୍ଡା ଗ୍ରାମର ପ୍ରାୟ ଦେଢ ହଜାର ପରିବାର ଜଳ ବିନା ନାହିଁ ନ ଥିବା ହଇରାଣ ହୋଇଛନ୍ତି। ଜଳ ଯୋଗାଣ ବାଧାପ୍ରାପ୍ତର ମୁଖ୍ୟ କାରଣ ହେଉଛି ଶଙ୍ଖ ନଦୀର ଜଳ ଧାର ଶୁଷ୍କ ହେବା ା ବର୍ଷା ଋତୁ ଶେଷ ନ ହେଉଣୁ ଅର୍ଥାତ ଆଶ୍ୱିନ ମାସରୁ ନଦୀରେ ଜଳସ୍ରୋତ ହ୍ରାସ ପାଇବା ସହ ପଦ୍ମପୁର ପମ୍ପ 

ସପ୍ତାହକ ପରେ ସୁନାଦେଈ ଯାତ୍ରା: ସମଗ୍ର ସୁନାବେଡାରେ ହର୍ଷଉଲ୍ଲାସ

ସପ୍ତାହକ ପରେ ସୁନାଦେଈ ଯାତ୍ରା: ସମଗ୍ର ସୁନାବେଡାରେ ହର୍ଷଉଲ୍ଲାସ

ନୂଆପଡା ଅଫିସ,୨୧।୧୦- ନୂଆପଡା-ଛତିଶଗଡ ସୀମାନ୍ତ ସୁନାବେଡା ଅଭୟାରଣ୍ୟର ପ୍ରସିଦ୍ଧ ସୁନାଦେଈ ଯାତ୍ରା ଦିବସ ଯେତିକି ପାଖେଇ ଆସୁଛି। ସୀମାନ୍ତ ଗାଁମାନଙ୍କରେ ଉତ୍ସୁକତା ସେତିକି ବଢିଚାଲିଛି। ଏହି ପରିପ୍ରେକ୍ଷୀରେ କାର୍ଯ୍ୟକ୍ରମକୁ କିପରି ଆକର୍ଷଣୀୟ ଏବଂ ଜାକଜମକ କରାଯିବ ସେଥିପାଇଁ ପ୍ରସ୍ତୁତି ମଧ୍ୟ ଜୋରସୋରରେ ଚାଲିଛି। କୁମାର ପୂର୍ଣ୍ଣିମା ତିଥିରେ ହେଉଥିବା ଏହିଯାତ୍ରା ଆଗକୁ ସପ୍ତାହେ ସମୟ ରହିଥିବାବେଳେ ସମଗ୍ର ସୁନାବେଡା ଅଭୟାରଣ୍ୟ ଚଳଚଞ୍ଚଳ ହୋଇଉଠିଛି ।

ପୋଖରୀରେ ବୁଡି ଦୁଇ ନାବାଳିକା ମୃତ

ପୋଖରୀରେ ବୁଡି ଦୁଇ ନାବାଳିକା ମୃତ

କେସିଙ୍ଗା,୨୧।୧୦(ଡି.ଏନ.ଏ.)
କେସିଙ୍ଗା ଏନଏସିସ୍ଥିତ ୱାର୍ଡ ନଂ.୧ ନିକଟରେ ଥିବା ଖଲିଆପାଲି ପୋଖରୀରେ ବୁଡ଼ି ଦୁଇ ନାବାଳିକାଙ୍କ ଶନିବାର ମୃତ୍ୟୁ ଘଟିିଛି। ମୃତକ ଦୁଇ ଜଣ ହେଲେ ୧ନମ୍ବରସ୍ଥିତ ବଗାଡର ରୋଜି ସାହୁ(୧୫), ନମିତା ସାହୁ(୧୨)। ଦୁହେଁ ସାଙ୍ଗ ହୋଇ ବଗାଡ ନିକଟରେ ଥିବା ଖଲିଆବନ୍ଧକୁ ଗାଧୋଇବାକୁ ଯାଇଥିଲେ। ଦୁହେଁ ପାଣିରେ ପହଁରୁ ଥିବା ସମୟରେ ବୁଡି ଯାଇଥିଲେ।  ସେହି ଘାଟରେ ଅନ୍ୟ ସ୍ତ୍ରୀ ଓ ପୁରୁଷ ଲୋକମାନେ ମଧ୍ୟ ଥିଲେ। ହେଲେ ସେମାନେ ଏହି ୨ ନାବାଳିକାଙ୍କୁ ଉଦ୍ଧାର କରି ପାରି ନ ଥିଲେ।