Dharitri News
ଅପରାଧ |

ଯୌତୁକ ନ ଦେବାରୁ ୨ୟ ବିବାହ କରିବାକୁ ସ୍ବାମୀଙ୍କ ଧମକ

ଯୌତୁକ ନ ଦେବାରୁ ୨ୟ ବିବାହ କରିବାକୁ ସ୍ବାମୀଙ୍କ ଧମକ ଭୁବନେଶ୍ୱର, ୧୬।୧୨(ବ୍ୟୁରୋ)- ୭ବର୍ଷ ତଳେ ବିବାହ ହୋଇଥିଲା। ୨ଟି ସନ୍ତାନ ମଧ୍ୟ ଅଛନ୍ତି। କିନ୍ତୁ ସ୍ତ୍ରୀଙ୍କୁ ଅଧିକ ଯୌତୁକ ଆଣିବାକୁ ସ୍ବାମୀ କହୁଛନ୍ତି। ଯୌତୁକ ନ ଦେଲେ ୨ୟ ବିବାହ କରିବାକୁ ଧମକ ଦେଉଛନ୍ତି। ଖାରବେଳନଗର ଥାନାରେ ଏଭଳି ଅଭିଯୋଗ କରିଛନ୍ତି ସତ୍ୟନଗର ଅଞ୍ଚଳର ଲକ୍ଷ୍ମୀ ସେଠୀ ନାମ୍ନୀ ଜଣେ ମହିଳା। କିନ୍ତୁ ପୋଲିସ ତାଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଉନାହିଁ କି କୌଣସି ପଦକ୍ଷେପ ନେଉନାହିଁ ବୋଲି ଲକ୍ଷ୍ମୀ ଶୁକ୍ରବାର ଥାନାକୁ ଆସିଥିବାବେଳେ ଗଣମାଧ୍ୟମକୁ କହିଛନ୍ତି। ଲକ୍ଷ୍ମୀ ଥାନାରେ ଅଭିଯୋଗ କରିଛନ୍ତି ଯେ, ସେ ସତ୍ୟନଗର ଅଞ୍ଚଳର ଜଣେ ଯୁବକଙ୍କୁ ବିବାହ କରିଥିଲେ। ଗତ ବର୍ଷେ ହେବ ତାଙ୍କ ସ୍ବାମୀ ପୁରୁଣା ଭୁବନେଶ୍ୱର ଅଞ୍ଚଳର ଜଣେ ମହିଳାଙ୍କ ସହିତ ଅନୈତିକ ସମ୍ପର୍କ ରଖିଛନ୍ତି। ସେ ବିରୋଧ କରିବାରୁ ସ୍ବାମୀ ତାଙ୍କୁ ମାଡ଼ ମାରୁଛନ୍ତି। ପ୍ରତିଦିନ ଶାରୀରିକ ଓ ମାନସିକ ନିର୍ଯାତନା ହେଉଛନ୍ତି। ଏହା ସହିତ ଏକ ନୂଆ ବାଇକ ଓ ୫୦ ହଜାର ଟଙ୍କା ବାପଘରୁ ଆଣିବାକୁ ବାଧ୍ୟ କରୁଛନ୍ତି। ନ ହେଲେ ତାଙ୍କୁ ଘରୁ ବାହାର କରିଦେବା ସହିତ ପୁରୁଣା ଭୁବନେଶ୍ୱରର ସମ୍ପୃକ୍ତ ମହିଳାଙ୍କୁ ୨ୟ ବିବାହ କରିବେ ବୋଲି କହୁଛନ୍ତି। ଏ ନେଇ ଲକ୍ଷ୍ମୀ ଗତ ୧୦ ତାରିଖରେ ଖାରବେଳ ନଗର ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ। ଏଥିଲାଗି ସେ ଶୁକ୍ରବାର ପୁନର୍ବାର ଥାନାକୁ ଆସିଥିଲେ। ଅନ୍ୟପଟେ ୮ ମାସ ହେବ ୨ ପିଲାଙ୍କ ସ୍କୁଲ ଫି ଦିଆଯାଇ ନ ଥିବାରୁ ସ୍କୁଲ କର୍ତ୍ତୃପକ୍ଷ ପିଲାଙ୍କୁ ବାହାର କରିଦେଇଛନ୍ତି। ପୋଲିସ ନ ଶୁଣିଲେ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିବେ ବୋଲି ଲକ୍ଷ୍ମୀ କହିଛନ୍ତି।

ଅପରାଧ |

ମହିଳା ସାମାଜିକ କର୍ମୀଙ୍କ ଜୀବନ ପ୍ରତି ବିପଦ:  ଏସିଡ୍‌ ପକାଇବାକୁ ଧମକ ଦେଲେ ଅଭିଯୁକ୍ତ

ମହିଳା ସାମାଜିକ କର୍ମୀଙ୍କ ଜୀବନ ପ୍ରତି ବିପଦ: ଏସିଡ୍‌ ପକାଇବାକୁ ଧମକ ଦେଲେ ଅଭିଯୁକ୍ତ

ଭୁବନେଶ୍ୱର,୨୨।୧ (ବ୍ୟୁରୋ)- ନ୍ୟାୟ ପାଇବା ଆଶା ହରାଇ ଶେଷରେ ଆତ୍ମହତ୍ୟା କଲେ କୁନ୍ଦୁଲି ବଳାତ୍କାର ପୀଡିତା। ଏହି ଘଟଣା ରାଜ୍ୟରେ ମହିଳାଙ୍କ ସୁରକ୍ଷା ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଥିବାବେଳେ ଖୋଦ୍‌ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ମହିଳା ନିଜକୁ ଅସୁରକ୍ଷିତ ମଣୁଛନ୍ତି।

ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ଯାଜପୁର ଅଫିସ,୨୨।୧: ଯାଜପୁର ଜିଲା ସଦର ବ୍ଲକ ବୁଢ଼ାଘାଟ ନିକଟରୁ ସୋମବାର ସକାଳେ ପୋଲିସ ଏକ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରିଛି। ଏହା ଏକ ସୁପରିକଳ୍ପିତ ହତ୍ୟା ବୋଲି ସନ୍ଦେହ କରାଯାଉଛି।

ସ୍ପଷ୍ଟ ଦିବାଲୋକରେ ଡକାୟତି ଘଟଣାର ପର୍ଦ୍ଦାଫାସ

ସ୍ପଷ୍ଟ ଦିବାଲୋକରେ ଡକାୟତି ଘଟଣାର ପର୍ଦ୍ଦାଫାସ

ସମ୍ବଲପୁର, ୨୧।୧(ବ୍ୟୁରୋ): ସମ୍ବଲପୁର ଜିଲା ଅଇଁଠାପାଲି ଥାନା ଫାଟକସ୍ଥିତ ମୁଥୁଟ୍‌ ଫାଇନାନ୍ସ କମ୍ପାନୀରୁ ଡକାୟତି ଘଟଣାର ପର୍ଦ୍ଦାଫାଶ ହୋଇଛି। ବିହାର ପୋଲିସ ସହାୟତାରେ ମୁଖ୍ୟ ଅଭିଯୁକ୍ତ ସୁବୋଧ କାଣ୍ଡ ସିଂଙ୍କ ସହ ଅନ୍ୟ ୫ଜଣଙ୍କୁ ଶନିବାର ବିଳମ୍ବିତ ରାତିରେ ବିହାରରୁ ଗିରଫ କରାଯାଇଛି।

ଚଳନ୍ତା ବାଇକ୍‌ ଉପରକୁ ଗୁଳିମାଡ: ଯୁବକ ଗୁରୁତର

ଚଳନ୍ତା ବାଇକ୍‌ ଉପରକୁ ଗୁଳିମାଡ: ଯୁବକ ଗୁରୁତର

ବାଲେଶ୍ୱର ଅଫିସ,୨୦।୧-ବାଲେଶ୍ୱର ସହର ଆଇଟିଆଇ ଛକ ଅଞ୍ଚଳରେ ବାରମ୍ବାର ଗୁଳି ଫୁଟିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟା ବାତାବରଣ ସୃଷ୍ଟି କରିଛି। ଶନିବାର ସନ୍ଧ୍ୟା ପ୍ରାୟ ୬ଟା ବେଳେ ଆଇଟିଆଇ ଛକ ଓରିପ୍ଲାଷ୍ଟ ଫ୍ୟାକ୍ଟ୍ରି ସମ୍ମୁଖରେ ଏକ ଚଳନ୍ତା ବାଇକ୍‌ ଉପରକୁ ଗୁଳିମାଡ କରାଯାଇଛି। ବାଇକ୍‌ରେ ଯାଉଥିବା ଯୁବକଙ୍କ ପିଠିର ଡାହାଣପାର୍ଶ୍ୱରେ ଗୁଳି ବାଜିବାରୁ ସେ ଗାଡିରୁ ତଳକୁ ପଡିଯାଇଥିଲେ। ଖବରପାଇ ସହଦେବଖୁଣ୍ଟା ଏବଂ ସଦର ଥାନା ପୋଲିସ୍‌ ପହଞ୍ଚତ୍ ଆହତଙ୍କୁ ଉଦ୍ଧାର କରି ବାଲେଶ୍ୱର ମୁଖ୍ୟଚିକିତ୍ସାଳୟକୁ ପଠାଇଥିଲା।

କୃଷି ସଭାରେ ଯୁବକଙ୍କୁ ଛୁରି ଭୁଷି ହତ୍ୟା

କୃଷି ସଭାରେ ଯୁବକଙ୍କୁ ଛୁରି ଭୁଷି ହତ୍ୟା

ନିରାକାରପୁର, ୨୦।୧(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ ରାମେଶ୍ୱର ପଞ୍ଚାୟତ ତାଳପଡ଼ା ଗୋଠ ପଡ଼ିଆରେ ଶନିବାର ଅପରାହ୍ନରେ ଜନୈକ ଯୁବକଙ୍କୁ ଛୁରି ଭୁଷି ହତ୍ୟା କରାଯାଇଛି।

ସମ୍ପର୍କରେ ରକ୍ତ ଛିଟ: ପିଟିପିଟି ମାରିଦେଲେ ସ୍ତ୍ରୀ, ପୁଅ

ନବରଙ୍ଗପୁର, ୨୦।୧(ବି.ପ୍ର.)- ପାରିବାରିକ କଳହ କିଭଳି ଉଗ୍ର ରୂପ ନେଇପାରେ ଏହାର ଏକ ଦୃଷ୍ଟାନ୍ତ ଶନିବାର ନବରଙ୍ଗପୁର ଜିଲାରେ ଦେଖିବାକୁ ମିଳିଛି। ଚରିତ୍ରରେ ସନ୍ଦେହ କରି ଘରେ ଝଗଡା ଓ ମାରପିଟ କରୁଥିବା ଜଣେ ବ୍ୟକ୍ତିଙ୍କୁ କାଠ ଫାଳିଆରେ ପିଟିପିଟି ହତ୍ୟା କରିଛନ୍ତି ତାଙ୍କ ସ୍ତ୍ରୀ ଓ ପୁଅ। ସେ ହେଲେ ରାଇଘର ଥାନା ସରଗୁଲି ଅଞ୍ଚଳର ବଳଦେବ ଗଣ୍ଡ(୫୦)।

ନକଲି ଗୁଟ୍‌ଖା କାରଖାନା ଠାବ, ୩ ଗିରଫ

ନକଲି ଗୁଟ୍‌ଖା କାରଖାନା ଠାବ, ୩ ଗିରଫ

କଟକ ରୋଡ଼, ୨୦।୧(ଡି.ଏନ୍‌.ଏ.): କମିଶନରେଟ୍‌ ପୋଲିସର ସ୍ପେଶାଲ ସ୍କ୍ବାଡ୍‌ ଓ ଲକ୍ଷ୍ମୀସାଗର ଥାନା ପୋଲିସ ଶନିବାର ସକାଳେ ମିଳିତ ଚଢାଉକରି ଝାରପଡ଼ା ମହାବୀର ନଗରରେ ଥିବା ଏକ ଭଡ଼ାଘରେ ଚାଲିଥିବା ନକଲି ଗୁଟ୍‌ଖା କାରଖାନା ଠାବ କରିଛି।

ପୂର୍ବ ଶତୃତାକୁ କେନ୍ଦ୍ରକରି ଦୋକାନ ପୋଡିଲେ ଦୁର୍ବୃତ୍ତ

ପୂର୍ବ ଶତୃତାକୁ କେନ୍ଦ୍ରକରି ଦୋକାନ ପୋଡିଲେ ଦୁର୍ବୃତ୍ତ

କଣ୍ଟାପଡ଼ା, ୧୯।୧(ଡି.ଏନ୍‌.ଏ.): ଗୋବିନ୍ଦପୁର ଥାନା ଅନ୍ତର୍ଗତ କୂଳ ବ୍ରାହ୍ମଣସାଇଲୋ ବଜାରରେ ଜଣେ ବ୍ୟକ୍ତିଙ୍କ ଜଳଖିଆ ଦୋକାନରେ ଗୁରୁବାର ରାତିରେ କେତେକ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଶୁକ୍ରବାର ଥାନାରେ ଅଭିଯୋଗ ହୋଇଛି।

୧୦ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

୧୦ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ଭଦ୍ରକ ଅଫିସ, ୧୯।୧: ଭଦ୍ରକ ଜିଲା ନୂଆବଜାରସ୍ଥିତ ଷ୍ଟେଟ ବ୍ୟାଙ୍କ ସମ୍ମୁଖରୁ ଶୁକ୍ରବାର କିଛି ଦୁର୍ବୃତ୍ତ ଜଣେ ଜମାକାରୀଙ୍କଠାରୁ ୧୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଦୁର୍ବୃତ୍ତମାନେ ଏକ ପଲ୍‌ସର ବାଇକ୍‌ରେ ଆସି ଏହି କାଣ୍ଡ ଘଟାଇଛନ୍ତି। ଖବର ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

ଦଶରଥପୁରରେ ମହିଳାଙ୍କୁ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତ କେନ୍ଦୁଝରରୁ ଗିରଫ

ଦଶରଥପୁରରେ ମହିଳାଙ୍କୁ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତ କେନ୍ଦୁଝରରୁ ଗିରଫ

ରାଇସୁଆଁ,୧୯।୧(ଡି.ଏନ୍‌.ଏ.): ଯାଜପୁର ଜିଲା ଦଶରଥପୁର ବିଜେଡି କାର୍ଯ୍ୟାଳୟରେ ଜଣେ ମହିଳାଙ୍କୁ ବଳାତ୍କାର ଘଟଣାରେ ଅଭିଯୁକ୍ତ ଗିରଫ ହୋଇଛନ୍ତି। କେନ୍ଦୁଝରରୁ ମୁଖ୍ୟ ଅଭିଯୁକ୍ତ ଚନ୍ଦ୍ରକାନ୍ତ ମହାପାତ୍ରଙ୍କୁ ଗିରଫ କରାଯାଇଛି।

‘ତୁମେ ମରିଗଲେ ସ୍କୁଲ ଛୁଟି ହୋଇଯିବ’

‘ତୁମେ ମରିଗଲେ ସ୍କୁଲ ଛୁଟି ହୋଇଯିବ’

ଲକ୍ଷ୍ନୌ, ୧୮।୧: କୁହାଯାଏ ଶିଶୁ ମନ ଅତି କୋମଳ। ଦିନକୁ ଦିନ ଏହି କୋମଳମତି ଶିଶୁମାନଙ୍କ ମନରେ ଆପରାଧିକ ମନୋବୃତ୍ତି ବୃଦ୍ଧି ପାଉଥିବା ଦେଖାଯାଉଛି। ଫଳରେ ହତ୍ୟା ପରି ଜଘନ୍ୟ କାଣ୍ଡ ଘଟାଇବାକୁ ମଧ୍ୟ ସେମାନେ ପଛାଉ ନାହାନ୍ତି। ଏପରି ପୁଣି ଏକ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌର ଅଲିଗଞ୍ଜସ୍ଥିତ ବ୍ରାଇଟଲ୍ୟାଣ୍ଡ ସ୍କୁଲରେ। ଏଠାରେ ୭ମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀ ପ୍ରଥମ ଶ୍ରେଣୀର ଛାତ୍ରଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ସୂଚନା ମିଳିଛି। ଏହା କେବଳ ଛୋଟିଆ କାରଣ ପାଇଁ। ଛାତ୍ରୀଜଣକ ସ୍କୁଲ ଛୁଟି କରିବାକୁ ଚାହୁଁଥିଲେ।

ସ୍ତ୍ରୀ ଓ ଝିଅକୁ ନିଆଁ ଲଗାଇ ଜାଳିଦେଲେ ସ୍ବାମୀ

ସ୍ତ୍ରୀ ଓ ଝିଅକୁ ନିଆଁ ଲଗାଇ ଜାଳିଦେଲେ ସ୍ବାମୀ

ନବରଙ୍ଗପୁର, ୧୮।୧(ବି.ପ୍ର.)- ସ୍ତ୍ରୀ ଓ ଝିଅକୁ କିରୋସିନ ପକାଇ ପୋଡିଦେଲେ ସ୍ବାମୀ । ଏଭଳି ଏକ ଅଭାବନୀୟ ଘଟଣା ଗୁରୁବାର ନବରଙ୍ଗପୁର ଜିଲା କୋଷାଗୁମୁଡା ବ୍ଲକ କୋଡିଙ୍ଗା ଥାନା ଅଧୀନ ଚିର୍ମା ଗାଁରେ ଘଟିଛି । ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥାଇ ପାରେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।