ସମ୍ପାଦକୀୟ |

ମହିଳା ଅଫିସରଙ୍କ ପ୍ରାଧାନ୍ୟ

ମହିଳା ଅଫିସରଙ୍କ ପ୍ରାଧାନ୍ୟ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌
ରତ୍ନ ପ୍ରଭା କର୍ନାଟକର ନୂତନ ମୁଖ୍ୟ ଶାସନ ସଚିବ ହେବା ପରେ ରାଜ୍ୟର ସାଧାରଣ ଓ ପୋଲିସ ପ୍ରଶାସନରେ ମହିଳା ଅଫିସରଙ୍କ ପ୍ରାଧାନ୍ୟ ବୃଦ୍ଧି ପାଇଛି। ଗତ ମାସରେ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ବରିଷ୍ଠ ଆଇପିଏସ୍‌ ଅଫିସର ନୀଳମଣି ଏନ୍‌. ରାଜୁଙ୍କୁ ରାଜ୍ୟର ପ୍ରଥମ ମହିଳା ପୋଲିସ ମୁଖ୍ୟ ଭାବେ ମନୋନୀତ କରିଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ ଆଗକୁ କର୍ନାଟକ ବିଧାନସଭା ନିର୍ବାଚନ ଥିବାରୁ ରାଜ୍ୟ ସରକାର ବାବୁ ମହଲରେ ଅସନ୍ତୋଷ ବଢ଼ାଇବାକୁ ଚାହଁୁ ନ ଥିଲେ। ଗତବର୍ଷ ରତ୍ନ ପ୍ରଭା ମୁଖ୍ୟ ଶାସନ ସଚିବ ହେବାର ଥିଲା। କିନ୍ତୁ ତାଙ୍କ ବଦଳରେ ତାଙ୍କର ୧୯୮୧-ବ୍ୟାଚ୍‌ ମେଟ୍‌ ସୁଭାଷ ଖୁଣ୍ଟିଆଙ୍କୁ ମୁଖ୍ୟ ଶାସନ ସଚିବ ପଦ ମିଳିବାରୁ ବାବୁ ମହଲରେ ବେଶ୍‌ ହୋହଲ୍ଲା ହୋଇଥିଲା। ମୁଖ୍ୟମନ୍ତ୍ରୀ ରତ୍ନ ପ୍ରଭାଙ୍କୁ ଅଣଦେଖା କରିଥିବା ନେଇ ଅଭିଯୋଗ ଉଠିଥିଲା। ତେଣୁ ଏଥର ସିଦ୍ଦାରାମାୟା ବରିଷ୍ଠତାକୁ ଅଣଦେଖା ନ କରିବାକୁ ନିଷ୍ପତ୍ତି ନେଲେ, ଯଦିଚ ନିର୍ବାଚନ ପୂର୍ବରୁ ରତ୍ନ ପ୍ରଭାଙ୍କ କାର୍ଯ୍ୟକାଳ ମାତ୍ର ଚାରିମାସ ରହିବ। ସେ ହେଉଛନ୍ତି ରାଜ୍ୟର ତୃତୀୟ ମହିଳା ମୁଖ୍ୟ ଶାସନ ସଚିବ।
ଶିକ୍ଷାବିତ୍‌ଙ୍କ କ୍ଷତି, ବାବୁଙ୍କ ଲାଭ
ଏନ୍‌ସିଇଆର୍‌ଟି (ଜାତୀୟ ଶିକ୍ଷା, ଗବେଷଣା ଓ ତାଲିମ ପରିଷଦ)ର ଯୁଗ୍ମ ନିର୍ଦ୍ଦେଶକ ପଦଟି ସାଧାରଣତଃ ଶିକ୍ଷାବିତ୍‌ମାନେ ଦଖଲ କରିଥାନ୍ତି। କିନ୍ତୁ ଏବେ ସରକାର ଚାହୁଁଛନ୍ତି ଏଥିରେ ପରିବର୍ତ୍ତନ କରିବା ପାଇଁ। କେବଳ ଏଇଥି ପାଇଁ ବୋଧହୁଏ ଉକ୍ତ ପଦଟି ପ୍ରାୟ ବର୍ଷେ ହେଲା ଖାଲି ପଡ଼ିଛି। ପ୍ରଥମେ ଗତ ଜାନୁୟାରୀ ମାସରେ ମାନବସମ୍ବଳ ବିକାଶ (ଏଚ୍‌ଆର୍‌ଡି) ମନ୍ତ୍ରଣାଳୟ ଉକ୍ତ ପଦ ପାଇଁ ଦରଖାସ୍ତ ଆହ୍ବାନ କରିଥିଲା। ତା’ପରେ କ’ଣ ହେଲା କେଜାଣି, ଗତ ନଭେମ୍ବର ୧୫ରେ ମନ୍ତ୍ରଣାଳୟ ଯୋଗ୍ୟତା ମାନଦଣ୍ଡରେ କେତେକ ପରିବର୍ତ୍ତନ କରି ପୁଣି ବିଜ୍ଞାପନ ପ୍ରକାଶ କଲା। ଅତୀତରେ ପ୍ରଫେସର ଭାବେ ପାଞ୍ଚବର୍ଷର ଅଭିଜ୍ଞତା ଥିବା ଶିକ୍ଷାବିତ୍‌ମାନଙ୍କୁ ଉକ୍ତ ପଦରେ ନିଯୁକ୍ତି ଦିଆଯାଉଥିଲା। କିନ୍ତୁ ନୂତନ ବିଜ୍ଞାପନରୁ ଜଣାପଡ଼ୁଛି ଯେ, ସରକାର ବୋଧହୁଏ ଚାହୁଁଛନ୍ତି ଉକ୍ତ ପଦରେ ଜଣେ ବାବୁଙ୍କୁ ନିଯୁକ୍ତି ଦେବା ପାଇଁ। କେନ୍ଦ୍ର ସରକାରରେ ଯୁଗ୍ମ ସଚିବ ବା ତତ୍ତୁଲ୍ୟ ପଦ ପାଇଁ ଯୋଗ୍ୟ ବିବେଚିତ ହୋଇ ନିଯୁକ୍ତି ଲାଗି ଅପେକ୍ଷା ତାଲିକାରେ ଥିବା ବାବୁମାନେ ଏହି ପଦ ପାଇଁ ଆବେଦନ କରିପାରିବେ ବୋଲି ନୂତନ ବିଜ୍ଞାପନରେ ଉଲ୍ଲେଖ କରାଯାଇଛି। ଏଥିରୁ ଜଣାପଡ଼ୁଛି ଯାହା ଶିକ୍ଷାବିତ୍‌ଙ୍କ କ୍ଷତି, ତାହା ବାବୁଙ୍କ ଲାଭ।
ନିୟମ ପରିବର୍ତ୍ତନ
ଦୁଇଜଣ ପୋଲିସ ଅଫିସରଙ୍କୁ ସମ୍ଭ୍ରାନ୍ତ ସ୍ବତନ୍ତ୍ର ସୁରକ୍ଷା ଗୋଷ୍ଠୀ (ଏସ୍‌ପିଜି)ରେ ଅନ୍ତର୍ଭୁକ୍ତ କରିବା ପାଇଁ କେନ୍ଦ୍ର ସରକାର ଦୁଇଟି ଡେପୁଟି ଇନ୍ସପେକ୍ଟର ଜେନେରାଲ (ଡିଆଇଜି) ପଦବୀକୁ ଅସ୍ଥାୟୀଭାବେ ଇନ୍ସପେକ୍ଟର ଜେନେରାଲ (ଆଇଜି) ପାହ୍ୟାକୁ ଉନ୍ନୀତ କରିଛନ୍ତି। ଉକ୍ତ ଆଇପିଏସ୍‌ ଅଫିସରମାନେ ହେଉଛନ୍ତି ୧୯୯୧ ବ୍ୟାଚ୍‌ର ଆଲୋକ ଶର୍ମା ଏବଂ ୧୯୯୫ ବ୍ୟାଚ୍‌ର ଏସ୍‌. ସୁରେଶ। ବର୍ତ୍ତମାନ ଉଭୟେ ସୀମା ସୁରକ୍ଷା ବଳ (ଏସ୍‌ଏସ୍‌ବି)ରେ ନିଯୁକ୍ତ ଅଛନ୍ତି। ଆଲୋକ ଶର୍ମା ଉତ୍ତରପ୍ରଦେଶ କ୍ୟାଡର୍‌ର ହୋଇଥିବା ବେଳେ ଏସ୍‌. ସୁରେଶ ହେଉଛନ୍ତି କେରଳ କ୍ୟାଡର୍‌ର ଆଇପିଏସ୍‌ ଅଫିସର। ଏସ୍‌ପିଜିର ଲୋକପ୍ରିୟ ନାମ ହେଉଛି ବ୍ଲାକ୍‌ କ୍ୟାଟ୍‌। ଏହି ଅଧିକାରୀମାନେ ପ୍ରଧାନମନ୍ତ୍ରୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ପରିବାରକୁ ସୁରକ୍ଷା ଦେବା ଦାୟିତ୍ୱରେ ନିୟୋଜିତ ଥାନ୍ତି। ଏଥିରେ ନିଜ ପସନ୍ଦର ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ସରକାର ନିୟମରେ ପରିବର୍ତ୍ତନ କରି ଦୁଇଟି ଡିଆଇଜି ପଦବୀକୁ ପରବର୍ତ୍ତୀ ଆଦେଶନାମା ପର୍ଯ୍ୟନ୍ତ ଆଇଜି ପାହ୍ୟାକୁ ଉନ୍ନୀତ କରିଛନ୍ତି। ବର୍ତ୍ତମାନ ପ୍ରଶ୍ନ ଉଠୁଛି, ସରକାରଙ୍କ ଏହି ନିୟମ ପରିବର୍ତ୍ତନ କେବଳ ଏଇ ଗୋଟିଏ ଘଟଣାରେ ସୀମିତ ରହିବ ନା ଦରକାର ବେଳେ ନିଜ ପସନ୍ଦର ଅଫିସରଙ୍କୁ ନିଯୁକ୍ତି ଦେବା ପାଇଁ ଏମିତି ନିୟମରେ ପରିବର୍ତ୍ତନ କରିଚାଲିଥିବେ?
Email: dilipcherian@gmail.com

All Right Reserved By

ସମ୍ପାଦକୀୟ |

ସମ୍ପ୍ରସାରିତ ଅର୍ଥ ପ୍ୟାନେଲ

ସମ୍ପ୍ରସାରିତ ଅର୍ଥ ପ୍ୟାନେଲ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଡିଜିଟାଲ କାରବାର ବଢ଼ୁଥିବା ବେଳେ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ନେଇ ଚିନ୍ତା ବି ବଢ଼ିବାରେ ଲାଗିଛି। ଏ ପରିସ୍ଥିତିରେ ସରକାର ରାଜସ୍ବ ବିଭାଗ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ସଚିବମାନଙ୍କୁ ଆର୍ଥିକ ସ୍ଥିରତା ଓ ଉନ୍ନୟନ ପରିଷଦ (ଏଫ୍‌ଏସ୍‌ଡିସି)ର ସଦସ୍ୟ କରିବା ମାଧ୍ୟମରେ ଏହାର ପୁନର୍ଗଠନ କରିଛନ୍ତି। କେନ୍ଦ୍ର ଅର୍ଥ ମନ୍ତ୍ରୀ ଏଫ୍‌ଏସ୍‌ଡିସିର ଅଧ୍ୟକ୍ଷ ଥିବାବେଳେ ଏଥିରେ ଅନ୍ୟମାନଙ୍କ ...

 ଅବାଟରେ ପଢୁଆ ଯୁବଗୋଷ୍ଠୀ

ଅବାଟରେ ପଢୁଆ ଯୁବଗୋଷ୍ଠୀ

ମନ-ମାନଚିତ୍ର/ ଡ. ନରହରି ବେହେରା ବିଦ୍ୟା ହେଉଛି ମୁକ୍ତିର ମାର୍ଗ। ଏହି ବିଦ୍ୟା ଅଧ୍ୟୟନ କରିଥିବା ବ୍ୟକ୍ତି ବିନୟୀ ହୋଇଥାନ୍ତି। ତେଣୁ କୁହାଯାଏ, ‘ବିଦ୍ୟା ଦଦାତି ବିନୟମ୍‌’। ବିନୟୀ ବ୍ୟକ୍ତି ହିଁ ଜଣେ ଉପଯୁକ୍ତ ମଣିଷ ଭାବରେ ପ୍ରତିଷ୍ଠା ଅର୍ଜନ କରିଥାନ୍ତି। ବିଦ୍ୟାର ପ୍ରୟୋଗାମତ୍କ ଦିଗଟିକୁ ବିଦ୍ୟାର୍ଥୀ ଭୁଲିଗଲେ ଶିକ୍ଷାର ସକଳ ଲକ୍ଷ୍ୟ ବ୍ୟର୍ଥ। ତେଣୁ ପଣ୍ଡିତମାନେ ବିଦ୍ୟାର ଏହି ଦୁଇଟି ରୂପକୁ ପୋଥି ବାଇଗଣ ଏବଂ ବାଡ଼ି ବାଇଗଣ ଭାବରେ ଚିତ୍ରଣ କରିଛନ୍ତି। ଏ ପରିପ୍ରେକ୍ଷୀରେ ଗୋଟିଏ ଲଘୁ କାହାଣୀର କିୟଦଂଶ ଅବତାରଣା କରାଯାଇପାରେ। ..

ଯୁଦ୍ଧ ଯଦି ଲକ୍ଷ୍ୟ ହୁଏ

ଯୁଦ୍ଧ ଯଦି ଲକ୍ଷ୍ୟ ହୁଏ

ରମେଶ ଚନ୍ଦ୍ର ସାମଲ ସମସ୍ତେ ଶାନ୍ତି ଶାନ୍ତି ଚିତ୍କାର କରୁଥିବାବେଳେ ପ୍ରକୃତରେ କେହି ଆନ୍ତରିକତାର ସହ ଏହା ଚାହାନ୍ତିନି। ଶାନ୍ତି ଅଶାନ୍ତି, ବିବାଦ ସମାଧାନର ଖେଳ ଏମିତି ପୃଥିବୀରେ ଅହରହ ଚାଲିଛି। କେତେବେଳେ ଶାନ୍ତି ତ କେତେବେଳେ ଅଶାନ୍ତି। ଅନ୍ତର୍ଜାତୀୟ ବିବାଦ ଥରେ ଦେଖାଦେଲେ ଏହା ଗୁରୁତର ଆକାର ଧାରଣ କରେ। ଏହାର ସମାଧାନ କଷ୍ଟସାଧ୍ୟ ଓ ସମୟସାପେକ୍ଷ। ଆଗ କାଳରେ ପୃଥିବୀରେ ବହୁ ଛୋଟ ଛୋଟ ରାଜ୍ୟ ଥିଲା। ଏସବୁ ରାଜ୍ୟ ଭିତରେ ବିଭିନ୍ନ କାରଣରୁ ବିଶେଷତଃ ଦେଶର ସୀମା ବୃଦ୍ଧି କରିବାକୁ ଯୁଦ୍ଧ ହେଉଥିଲା। ଯୁଦ୍ଧରେ ପରାଜିତ ଦେଶ ବିଜେତା ଦେଶ ସହିତ ମିଶିଯାଉଥିଲା। ଉଭୟ ଦେଶର ନାଗରିକମାନେ...

ଏଇ ଭାରତରେ

ଏଇ ଭାରତରେ

ପିଲାମାନେ ପରବାଡ଼ିରୁ ଆମ୍ବ ତୋଳିବାରେ ଏକ ନିଆରା ମଜା ପାଇଥାନ୍ତି। କିନ୍ତୁ ଏହି ମଜା ଯେ, ମୃତ୍ୟୁର କାରଣ ହେବ ଏ କଥା ଜଣେ ୧୦ବର୍ଷର ବାଳକ କିପରି ଜାଣିବ? ବିହାର ରାଜ୍ୟର ଖଗରିଆ ଜିଲାର ଘଟଣା। ଗୋଗାରି ପୋଲିସ ଷ୍ଟେଶନ୍‌ ଅନ୍ତର୍ଗତ ଶେରଗଡ଼ ଗାଆଁର ୧୦ବର୍ଷର ବାଳକ ଆମ୍ବ ଖାଇବା ପାଇଁ ଜଣଙ୍କ ବଗିଚାରେ ପଶିଥିଲା। ଗଛରେ ଚଢ଼ି କିଛି ଆମ୍ବ ତୋଳିଥିଲା। ଜଗୁଆଳ ରାମ ଯାଦବ ଏହା ଦେଖି ସହ୍ୟ କରିପାରି ନ ଥିଲେ। ସେ ବାଳକକୁ ଆମ୍ବ ତୋଳିବା ବନ୍ଦ କରି ତୁରନ୍ତ ବଗିଚା ଛାଡ଼ି ଚାଲିଯିବା ପାଇଁ ଧମକ ଦେଇଥିଲେ। କିନ୍ତୁ ଅବୋଧ ବାଳକ ଯାଦବର ଭିତିରି ରାକ୍ଷସକୁ ବୁଝି ନ ପାରି ଯିବାକୁ ଇଚ୍ଛା କରି ନ ଥିଲା। ଯାଦବ ଏଥିରେ ଭୀଷଣ କ୍ଷୁବ୍‌ଧ ହୋଇ ପାଖରେ ରଖିଥିବା ବନ୍ଧୁକରୁ ଅଚାନକ ଗୁଳି ଫୁଟାଇଥିଲା। ଗୁଳିଟି ସିଧା ଯାଇ ବାଳକର ମୁଣ୍ଡରେ ବାଜିଲା। ବାଳକର ଚିତ୍କାର ଶୁଣି ଯାଦବ ଘଟଣାସ୍ଥଳ ଛାଡ଼ି ପଳାଇଯାଇଥିଲା। ମୁହୂର୍ତ୍ତକ ମଧ୍ୟରେ ଗ୍ରାମବାସୀମାନେ ରୁଣ୍ଡ ହୋଇଯିବା ସହିତ ପୋଲିସକୁ ଏ ବିଷୟରେ ସୂଚନା ଦେଇଥିଲେ। ତେବେ ଘଟଣାସ୍ଥଳରେ ହିଁ ବାଳକର ମୃତ୍ୟୁ ଘଟିଥିଲା। ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ଗ୍ରାମବାସୀମାନେ ଅଡି ବସିଥିଲେ। ପୋଲିସ ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀମାନେ ଶାନ୍ତ ପଡ଼ିଥିଲେ। ଯାଦବକୁ ଖୋଜିବା ଲାଗି ପୋଲିସ ଅନୁସନ୍ଧାନ ଜାରି ରଖିଛି। ବାଳକର ମନ ଭିତରେ ଯାଦବ ନିଜକୁ ଦେଖିଥିଲେ ବେtାଧହୁଏ ଏହି ହତ୍ୟାକାଣ୍ଡ କରିବାକୁ ସାହସ କରି ନ ଥାନ୍ତା।

 ଆଜିର ଅର୍ଥନୀତି/ପଦକ୍ଷେପ ଯଥେଷ୍ଟ ନୁହେଁ

ଆଜିର ଅର୍ଥନୀତି/ପଦକ୍ଷେପ ଯଥେଷ୍ଟ ନୁହେଁ

ଆଇସିଆଇସିଆଇ ବ୍ୟାଙ୍କ କର୍ତ୍ତୃପକ୍ଷ ଏହାର ସିଇଓ ଏବଂ ଏମ୍‌ଡି (ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ପରିଚାଳନା ନିର୍ଦ୍ଦେଶକ) ଚନ୍ଦା କୋଛରଙ୍କ ବିରୋଧରେ ଶେଷରେ ଯେଉଁ ପଦକ୍ଷେପ ନେଲେ, ତାହା ସେ ବହୁ ଆଗରୁ ନେବାର ଥିଲା। ତାଙ୍କ ବିରୋଧରେ ଚାଲିଥିବା ତଦନ୍ତ ଶେଷହେବା ପୂର୍ବରୁ ତାଙ୍କୁ ବାଧ୍ୟତାମୂଳକ ଭାବେ ଛୁଟି ଦିଆଯାଇଛି। କୋଛର ହେଉଛନ୍ତି ଭାରତୀୟ ବ୍ୟାଙ୍କିଙ୍ଗ୍‌ ଶିଳ୍ପର ଜଣେ ପୁରୁଣା ଖେଳାଳି। କର୍ପୋରେଟ୍‌ ଗଭର୍ନାନ୍ସର ନିୟମ ଉଲ୍ଲଂଘନ କରି ଋଣ ପ୍ରଦାନରେ ଅନୁଚିତ ଅନୁକମ୍ପା ଦେଖାଇଥିବା ଅଭିଯୋଗ ତାଙ୍କ ବିରୋଧରେ ରହିଛି। କୋଛର ପ୍ରସଙ୍ଗକୁ ପରିଚାଳନା କରିବାରେ ଆଇସିଆଇସିଆଇ ବ୍ୟାଙ୍କ ବୋର୍ଡର ଭୂମିକା ...

ସେମାନେ ଦେଖିଥିବା ଭାରତ

ସେମାନେ ଦେଖିଥିବା ଭାରତ

ଡ. ବାଞ୍ଛାନିଧି ପଣ୍ଡା ନିଜ ଦେଶର ଅତୀତର ଏକ ଉଜ୍ଜ୍ୱଳ ଚିତ୍ରର କୌଣସି ବିବରଣୀ ଆମେ ଯେତେବେଳେ ପଢିବାକୁ ପାଉ ଦେଶ ବିଷୟରେ ଗର୍ବ ଓ ଗୌରବର ଭାବନା ଆମ ମନରେ ସ୍ବତଃ ସୃଷ୍ଟି ହୁଏ। ଚାରିଜଣ ପରିବ୍ରାଜକଙ୍କ ଲେଖାରୁ ଆମେ ଭାରତବର୍ଷର ଅତୀତର ଏପରି ଏକ ଚିତ୍ର ଦେଖିବାକୁ ପାଉ। ସେମାନେ ହେଲେ ମେଘାସ୍ଥିନିସ, ଫାହିୟାନ, ହୁଏନ୍‌ସାଂ ଓ ଆଲବାରୁଣି। ମେଘାସ୍ଥିନିସ ଓ ଆଲବାରୁଣି ଉଭୟେ ବିଦ୍ୱାନ ସଭାସଦ୍‌ ଥିଲେ। ତେଣୁ ସେମାନେ ତାଙ୍କ ରଚନାରେ ଭାରତର ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱାରୋପ କରିଛନ୍ତି। ମାତ୍ର ଫାହିୟାନ ଓ ହୁଏନ୍‌ସାଂ ସନ୍ନ୍ୟାସୀ ପରିବ୍ରାଜକ ହୋଇଥିବାରୁ ସେମାନେ ଧର୍ମ ବିଷୟକ ବିବରଣୀକୁ ...

ଷ୍ଟାର୍‌ ଷ୍ଟାଟସ୍‌

ଷ୍ଟାର୍‌ ଷ୍ଟାଟସ୍‌

ପ୍ରକାଶ କୁମାର ସିଂହ ଷ୍ଟାର୍‌ମାନେ ଖାଲି ଆକାଶରେ ରହନ୍ତିନି, ଏଇ ମାଟିରେ ବି ଲୀଳାଖେଳା କରନ୍ତି ଆଉ ଅନେକଙ୍କର ହୃଦୟ ଜିଣନ୍ତି ଆଜ୍ଞା। ଷ୍ଟାରମାନେ ହେଲେ ଆମର ଆଦର୍ଶ। କିଏ କ୍ରୀଡ଼ା ଜଗତର ଷ୍ଟାର୍‌, କିଏ ଫିଲ୍ମ ଜଗତର ଷ୍ଟାର୍‌, କିଏ ସଙ୍ଗୀତ ଜଗତର ତ କିଏ ବିଜ୍ଞାନ ଦୁନିଆର ଷ୍ଟାର୍‌। ଷ୍ଟାର୍‌- ଯାହାକୁ ଆମେ ତାରକା କହୁ। ସେମାନେ ଆମ ଭଳି ସାଧାରଣ ମଣିଷ କିନ୍ତୁ ଅସାଧାରଣ ସେମାନଙ୍କର ପ୍ରତିଭା, ସେବା ମନୋଭାବ, ଧୈର୍ଯ୍ୟ, ସାହସ ଅବା କୃତିତ୍ୱ। କେଉଁ ଫିଲ୍ମରେ ବସ୍ତିର ପିଲା ଭୂମିକା କରି କିଏ ଷ୍ଟାର୍‌ ଷ୍ଟାଟସ୍‌ ପାଇଛି ତ କିଏ ବାଳକ ବୁଦ୍ଧିଆ ପରି ମାରାଥନ ଦୌଡି ଷ୍ଟାର୍‌ ପାଲଟିଛି। ତିଆରି ହୋଇଛି ଫିଲ୍ମ ବୁଦ୍ଧିଆ ବର୍ନ ଟୁ ରନ୍‌...। କିଏ ଡକାୟତକୁ ଘର ...

ଏଇ ଭାରତରେ

ଏଇ ଭାରତରେ

ଖେଳ ଶାରୀରିକ ବ୍ୟାୟାମ ତଥା ମନୋରଞ୍ଜନର ଏକ ଉତ୍ସ। ଏହା ଶିଶୁ, କିଶୋର ଓ ଯୁବକମାନଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ। କିନ୍ତୁ ଏଥିପାଇଁ ଖେଳୁଆଡ଼ ମନୋବୃତ୍ତି ରହିବା ଦରକାର। ତା’ ନ ହେଲେ ଖେଳରୁ ବିବାଦ ସୃଷ୍ଟି ହୋଇ ଗଣ୍ଡଗୋଳ, ମାଡ଼ପିଟ ଓ ବେଳେବେଳେ ମୃତ୍ୟୁର କାରଣ ହୋଇପାରେ। ଦୁଇପକ୍ଷ ମଧ୍ୟରେ ବିଭେଦ ସୃଷ୍ଟିହୋଇ ଗଣ୍ଡଗୋଳ ହୋଇଥାଏ। କ୍ରିକେଟ୍‌ ଖେଳକୁ ନେଇ ଖଣ୍ଡଯୁଦ୍ଧ। ଏଥିରେ ଜଣେ ୧୫ବର୍ଷର ବାଳକ ବଳିପଡିଛନ୍ତି। ଏପରି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ବାଲିଆଠାରେ। ମାସକ ତଳେ ଏକ କ୍ରିକେଟ୍‌ ମ୍ୟାଚ୍‌କୁ କେନ୍ଦ୍ରକରି ଭିକପୁର ଏବଂ ଶ୍ରୀପୁର ଗଁାର ଯୁବକଙ୍କ ମଧ୍ୟରେ ମାଡପିଟ ହୋଇଥିଲା। ଦୁଇ ଗଁାର ଭଦ୍ରଲୋକ ମଧ୍ୟସ୍ଥ ସାଜି ଗଣ୍ଡଗୋଳର ସମାଧାନ କରିଥିଲେ। ପରିସ୍ଥିତି କିଛିଦିନ ପାଇଁ ଶାନ୍ତ ପଡ଼ିଯାଇଥିଲା। କିନ୍ତୁ ବୁଧବାର ...

ପ୍ରାଣୀଙ୍କ ଜୀବନ ସହ ଖେଳ

ପ୍ରାଣୀଙ୍କ ଜୀବନ ସହ ଖେଳ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ପ୍ରତିବର୍ଷ ବିଜ୍ଞାନାଗାରରେ କୋଟି କୋଟି ପ୍ରାଣୀଙ୍କ ଅଙ୍ଗପ୍ରତ୍ୟଙ୍ଗ କଟାଯାଉଛି। ଯେଉଁମାନେ ସରକାରରେ ଅଛନ୍ତି, ସେମାନେ ଭାବୁଛନ୍ତି ମଣିଷଙ୍କ ହିତ ପାଇଁ ଏହା ନିହାତି ଦରକାର। ସେମାନଙ୍କ ଧାରଣା ଯେକୌଣସି ଜିନିଷ ମଣିଷ ପାଖରେ ପହଞ୍ଚିବା ପୂର୍ବରୁ ପ୍ରାଣୀଠାରେ ପରୀକ୍ଷା ହୋଇଥିବା ଜରୁରୀ। ତେବେ ପ୍ରଶ୍ନ ଉଠୁଛି, ଏହା କ’ଣ ସତରେ ମଣିଷକୁ ନିରାପଦ କରୁଛି? ଚିନ୍ତା କରନ୍ତୁ, ପକ୍ଷୀ ପାଇଁ ଉଦ୍ଭାବିତ କୌଣସି ନୂଆ ଔଷଧକୁ କେବଳ ପକ୍ଷୀଠାରେ ହିଁ ପରୀକ୍ଷା କରାଯାଉଛି। ଏହାକୁ କ’ଣ କୁକୁରଠାରେ ପରୀକ୍ଷା କରାଯାଇପାରିବ? ତେଣୁ କାହିଁକି ମୂଷାଠାରେ ପରୀକ୍ଷିତ ଔଷଧ ମଣିଷକୁ ଦିଆଯିବ? ...

 ପରୀକ୍ଷା କେନ୍ଦ୍ରରେ ସିସି ଟିଭି

ପରୀକ୍ଷା କେନ୍ଦ୍ରରେ ସିସି ଟିଭି

ଡ. ସୁବାସ ଚନ୍ଦ୍ର ପାତ୍ର ଏବେ ଯୁକ୍ତ ୨ ପରୀକ୍ଷା ପାଇଁ ଉଦ୍ଦିଷ୍ଟ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସିସି ଟିଭି ଲାଗିବ ବୋଲି ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଛି। ପରବର୍ତ୍ତୀ ସମୟରେ ତାହା ମହାବିଦ୍ୟାଳୟ ବା ବିଶ୍ୱବିଦ୍ୟାଳୟ ସ୍ତରୀୟ ପରୀକ୍ଷା କେନ୍ଦ୍ରରେ ଲଗାଇବାକୁ ମନସ୍ଥ କରାଯାଇଛି। ତେବେ ଏହି ସିସି ଟିଭି ଲାଗିବା ନେଇ ମିଶ୍ର ପ୍ରତିକ୍ରିୟା ଶୁଣିବାକୁ ମିଳୁଛି। କେତେକେ କହୁଛନ୍ତି, କିଛି ନ ହେଲେ ବି ପରୀକ୍ଷାର୍ଥୀ, ପରୀକ୍ଷା ନିୟନ୍ତ୍ରକ, କେନ୍ଦ୍ର ଅଧୀକ୍ଷକ ଓ ଅଭିଭାବକମାନଙ୍କ ମନରେ ଭୟ ଟିକେ ରହିବ। ସେମାନେ ଅସତ୍‌ ଉପାୟ ଅବଲମ୍ବନ ବା ସେ ପାଇଁ ପୃଷ୍ଠପୋଷକତା କରିବା ପୂର୍ବରୁ ଦୁଇଥର ଭାବିବେ। ଅନ୍ୟ ଏକ ଗୋଷ୍ଠୀ ଏହାକୁ ପ୍ରଭାବୀ ବୋଲି ଭାବୁନାହାନ୍ତି। ...

ପ୍ରଜ୍ଞା, ମେଧା ଓ ଯୋଗ

ପ୍ରଜ୍ଞା, ମେଧା ଓ ଯୋଗ

ବ୍ରହ୍ମାନନ୍ଦ ପଣ୍ଡା ଶରୀର ଏକ ରଥ, ଯହିଁରେ ଜୀବ ହେଉଛି ରଥୀ ବା ଆରୋହୀ। ଏ ରଥରେ ବୁଦ୍ଧି ସାରଥି, ମନ ଲଗାମ, ଇନ୍ଦ୍ରିୟମାନେ ହେଉଛନ୍ତି ଅଶ୍ୱ ଏବଂ ବିଷୟ ହେଉଛି ଗନ୍ତବ୍ୟ ମାର୍ଗ। ବିକ୍ଷିପ୍ତ ଆଲୋକରଶ୍ମିକୁ ଯବ କାଚରେ କେନ୍ଦ୍ରୀଭୂତ କରି ଯେପରି ଅଗ୍ନି, ତାପ ଓ ଆଲୋକ ସୃଷ୍ଟି କରାଯାଇପାରେ ଠିକ୍‌ ସେପରି ଯୋଗସାଧନା ଦ୍ୱାରା ଶରୀର, ମନ, ବୁଦ୍ଧି ଓ ଇନ୍ଦ୍ରିୟମାନଙ୍କୁ ନିୟନ୍ତ୍ରିତ କରି ସୁସ୍ଥ, ସବଳ ଓ ଦୀର୍ଘାୟୁ ଜୀବନ ଲାଭ କରାଯାଇପାରେ। ଯୋଗସାଧନା ଦ୍ୱାରା ଅନ୍ତଃକରଣକୁ ଶୁଦ୍ଧ କରି ପ୍ରାରବ୍ଧ ବା ଭାଗ୍ୟଫଳର ସଦୁପଯୋଗ ...

ଏଇ ଭାରତରେ

ଏଇ ଭାରତରେ

ଲେସ୍‌ବିଆନ୍‌, ଗେ, ବାଇସେକ୍ସୁଆଲ ଆଣ୍ଡ୍‌ ଟ୍ରାନ୍ସଜେଣ୍ଡର (ଏଲ୍‌ଜିବିଟି) ବର୍ଗ ଜୁନ୍‌କୁ ‘ପ୍ରାଇଡ୍‌ ମନ୍‌ଥ’ ବା ଗର୍ବର ମାସ ଭାବେ ପାଳନ କରୁଥିବା ବେଳେ କଲିକତାରେ ଜଣେ କିନ୍ନର ଚାକିରି ପାଇଁ ସାକ୍ଷାତ୍‌କାର ଦେବା ବେଳେ ଅଶ୍ଳୀଳତାର ସମ୍ମୁଖୀନ ହୋଇଥିବା ବିଷୟ ପଦାକୁ ଆସିଛି। ଇଂଲିଶ ଓ ଭୂଗୋଳରେ ସ୍ନାତକୋତ୍ତର ଡିଗ୍ରୀ ଅର୍ଜନ କରିଥିବା ହରିନ୍ମୟୀ ଦେ ଯୌନ ଅସ୍ତ୍ରୋପଚାର ପରେ ସୁଚିତ୍ରା ଦେ ଭାବେ ପରିଚିତ ହୋଇଥିଲେ। ଘରେ ବୃଦ୍ଧା ମା’ ଥିବାରୁ ସଂସାର ଚଳାଇବା ପାଇଁ ତାଙ୍କୁ ଚାକିରି ଖୋଜିବାକୁ ପଡ଼ିଲା। ...

Model This Week

ପ୍ରଭାତ