ସମ୍ପାଦକୀୟ |

ଚାଇନା କବ୍‌ଜାରେ ବ୍ରହ୍ମପୁତ୍ର

ଚାଇନା କବ୍‌ଜାରେ ବ୍ରହ୍ମପୁତ୍ର
ଶିବରାମ ଶତପଥୀ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ଉପରେ ପୂର୍ଣ୍ଣଚ୍ଛେଦ ଟାଣିବାରେ ଚାଇନା ଯଦିଚ କ୍ଷମ ହୋଇପାରିଛି, ତଥାପି ସମସ୍ତଙ୍କ ମୁଖେ ର ପରିମିତ ପୌଷ୍ଟିକ ଆହାର ଯୋଗାଇବା ପାଇଁ ଏବେ ମଧ୍ୟ ତାକୁ ଅନେକ କିଛି କରିବାକୁ ବାକି ଅଛି। ଇନ୍ଦିରା ଗାନ୍ଧୀ କେନାଲ ଯୋଗୁ ରାଜସ୍ଥାନର ଜୟସାଲମେର୍‌ର ମରୁମୟ ଶୁଷ୍କ ଅଞ୍ଚଳ ଉର୍ବର ଚାଷଜମିରେ ପରିଣତ ହୋଇପାରିଛି। ଏକଦା ଅପନ୍ତରା ହୋଇପଡିଥିବା ଭୂମିରୁ ଏବେ ପ୍ରଚୁର କପା, କିନୁ (କମଳା ଓ ବତେଇର ସଙ୍କର ଜାତୀୟ ମିଶ୍ରିତ ଫଳ) ଓ ଆଖୁ ଉତ୍ପନ୍ନ ହେଉଛି। ଚାଇନା ସେହିପରି ତିବ୍ବତର ଉତ୍ତର ଦିଗବର୍ତ୍ତୀ ଶୁଷ୍କ ମରୁଅଞ୍ଚଳ କ୍ସିନ୍‌ଜିଆଙ୍ଗକୁ ବ୍ରହ୍ମପୁତ୍ର ନଦୀର ଜଳପ୍ରବାହ ଦ୍ୱାରା ଉର୍ବର ଉପତ୍ୟକାରେ ପରିଣତ କରିବାକୁ ଉଦ୍ୟମ କରୁଛି। ପୂର୍ବଦିଗବର୍ତ୍ତୀ ସାଙ୍ଗ୍ରି ଅଞ୍ଚଳରୁ ପଶ୍ଚିମସ୍ଥିତ ତାକ୍ଲାମାକାନ୍‌ ଯାଏ ପ୍ରଶସ୍ତ କେନାଲ ଖୋଳି ବ୍ରହ୍ମପୁତ୍ରର ଜଳକୁ ମରୁଭୂମିରେ ପ୍ରବାହିତ କରାଇବାର ବ୍ଲୁପ୍ରିଣ୍ଟ ତିଆରି କରିଛି। ୧୮ ମାର୍ଚ୍ଚ ୨୦୧୮ରେ ଏହା ଚାଇନାର ଶାସକ ଗୋଷ୍ଠୀ ଦ୍ୱାରା ଅନୁମୋଦିତ ହେବାର ସମ୍ଭାବନା ଅଛି। ଆବହମାନ କାଳରୁ ଚାଇନାର ଦୁଃଖ ଭାବେ ପରିଚିତ ହୁଆଙ୍ଗହୋ ନଦୀ, ଯାହା ପ୍ରତିବର୍ଷ ତା’ ଅବବାହିକା ପରିବର୍ତ୍ତନ କରି ଲକ୍ଷାଧିକ ଲୋକଙ୍କ ଧନଜୀବନ ନଷ୍ଟ କରେ, ତାକୁ ସୁନିୟନ୍ତ୍ରିତ କରିବା ପ୍ରତି ପ୍ରଥମେ ଦୃଷ୍ଟି ନ ଦେଇ ବ୍ରହ୍ମପୁତ୍ର ଜଳ ଉପରେ ଚାଇନା ଯେଉଁ ଦୃଷ୍ଟି ପକାଇଛି, ଏଥିରୁ ଅନୁମେୟ ପଡୋଶୀ ରାଷ୍ଟ୍ରର ନିରାପତ୍ତାକୁ ଅଣଦେଖା କରି ଚାଇନା ଯେକୌଣସି କାର୍ଯ୍ୟ କରିବାକୁ କଦାପି ପଶ୍ଚାତ୍‌ପଦ ନୁହେଁ। ହୁଆଙ୍ଗହୋ ନଦୀ ଚାଇନାର ଦ୍ୱିତୀୟ ବୃହତ୍ତମ, ଏସିଆର ୟାଙ୍ଗ ଜେ ଓ ୟେନ୍‌ସି ପରେ ତୃତୀୟ ବୃହତ୍ତମ ତଥା ପୃଥିବୀର ଷଷ୍ଠ ବୃହତ୍ତମ ନଦୀର ମାନ୍ୟତା ପାଇଛି। ଏହାର ଦୈର୍ଘ୍ୟ ପାଞ୍ଚହଜାର ଚାରିଶହ ଚଉଷଠି କିଲୋମିଟର। ଏହାର ଗତି ମନ୍ଥର ହୋଇଥିବାରୁ ମୁହୁର୍ମୁହୁଃ ଏହା ଗତିପଥ ପରିବର୍ତ୍ତନ କରିଥାଏ। ବନ୍ୟା ତ ଏ ନଦୀରେ ଏକ ସାଧାରଣ କଥା। ନଦୀ ଜଳ ବର୍ଷର ସବୁ ସମୟରେ ଗୋଳିଆ ରହେ, କାରଣ ଏ ନଦୀ ମିସିସିପି ନଦୀରେ ପରିବାହିତ ପଟୁମାଟିର ତିନିଗୁଣ ପଟୁ ବହନ କରେ। ଏହାର ଜଳଚ୍ଛାୟା ସାତଲକ୍ଷ ବାଉନ ହଜାର ପାଞ୍ଚଶହ ଚୟାଳିଶ ବର୍ଗ କି.ମି.। ଏ ନଦୀକୂଳରେ ଚାଳିଶ କୋଟିରୁ ଅଧିକ ଲୋକ ବସବାସ କରନ୍ତି। ନଦୀର ଜଳ ପଟୁମାଟି ଯୋଗୁ ହଳଦିଆ ଦେଖାଯିବାରୁ ଏହାକୁ ପୀତନଦୀ କୁହାଯାଏ। ଏ ନଦୀକୁ ଚାଇନାର ଜନନୀ ମଧ୍ୟ କୁହାଯାଏ। ଚାଇନାର ପୁରାତନ ଗ୍ରନ୍ଥମାନଙ୍କରେ କେବଳ ନଦୀ କୁହାଯାଇଛି। ଏ ନଦୀର ଅବବାହିକାରେ ସାତହଜାର ବର୍ଷ ପୂର୍ବେ ସମୃଦ୍ଧ ପ୍ରାଚୀନ ଚାଇନା ସଭ୍ୟତା ଗଢିଉଠିଥିଲା, ଯେପରି ନୀଳନଦୀ କୂଳରେ ମିଶର ସଭ୍ୟତା ଓ ଟାଇଗ୍ରିସ୍‌-ୟୁପ୍ରେଟିସ୍‌ ନଦୀ ତୀରରେ ମେସୋପଟାସିଆ ସଭ୍ୟତାର ବିକାଶ ଘଟିଥିଲା। ଖ୍ରୀ:ଅ: ୧୮୮୭ରେ ହୁଆଙ୍ଗହୋ ନଦୀରେ ବନ୍ୟା ହୋଇ ୯ଲକ୍ଷ ଲୋକ ପ୍ରାଣ ହରାଇଥିଲେ। ଏହା ପୃଥିବୀର ବୃହତ୍ତମ ଲୋମହର୍ଷଣକାରୀ ଦୈବୀ ଦୁର୍ଘଟଣା ଥିଲା। ତୁଳନାତ୍ମକ ଭାବେ ବ୍ରହ୍ମପୁତ୍ର ନଦ (ଏକମାତ୍ର ନଦ, ଆଉ ସବୁ ନଦୀ) ତିବ୍ବତର ଆଙ୍ଗସୀ ହିମପ୍ରବାହ ଯାହା ଉତ୍ତର ହିମାଳୟର ମାନସରୋବର ନିକଟବର୍ତ୍ତୀ ଉତ୍ତର କୈଳାସ ପର୍ବତମାଳାରେ କଙ୍ଗ୍ୟୁ ଶୋ ହ୍ରଦର ଦକ୍ଷିଣ ଦିଗବର୍ତ୍ତୀ ସ୍ଥାନରୁ ଉତ୍ପନ୍ନ ହୋଇଛି। ଏହା ତିବ୍ବତରେ ୟାର୍ଲଙ୍ଗ ସାଙ୍ଗପୋ, ଅରୁଣାଚଳ ପ୍ରଦେଶ ଓ ଚାଇନାରେ ଦିହାଙ୍ଗ ଓ ବାଂଲାଦେଶରେ ଯମୁନା ନାମରେ ପରିଚିତ। ଚାଇନା ଓ ବାଂଲାଦେଶରେ ପ୍ରବାହିତ ଅଂଶକୁ ବିଚାରକୁ ନେଲେ ଏହା ଭାରତର ବୃହତ୍ତମ ନଦୀ। ଜଳଧାରଣ କ୍ଷମତା ଅନୁସାରେ ମଧ୍ୟ ଏହା ବୃହତ୍ତମ। ଏହାର ଉତ୍ପତ୍ତି ସ୍ଥାନ ସମୁଦ୍ର ପତ୍ତନଠାରୁ ୫୧୫୦ ମିଟର ଉଚ୍ଚରେ ଅବସ୍ଥିତ। ଏ ନଦୀର ଦୈର୍ଘ୍ୟ ୨ହଜାର ୯ଶହ କି.ମି.। ଏଥିରୁ କେବଳ ୯ଶହ ୧୬ କି.ମି. ଭାରତରେ ପ୍ରବାହିତ। ଏ ଲେଖକ ଚଉତିରିଶ ବର୍ଷର ସାମରିକ ବାହିନୀ ସର୍ଭିସ ଭିତରେ ଚାଇନା ବ୍ୟତୀତ ସବୁ ପଡୋଶୀ ରାଷ୍ଟ୍ରରେ ପାଦ ଦେଇଛି। ସର୍ବାଧିକ ଭୁଟାନ୍‌ରେ ଚାରିବର୍ଷ ତିନିମାସ, ଶ୍ରୀଲଙ୍କାରେ ଦଶମାସ, ପାକିସ୍ତାନ ଓ ବାଂଲାଦେଶରେ କିଛି କିଛି ଦିନ ତଥା ବ୍ରହ୍ମଦେଶ (ମ୍ୟାନମାର)ରେ କେବଳ ଦିନଟିଏ। ମିଡିଆର ତଥ୍ୟ ଅନୁସାରେ ପାକିସ୍ତାନ ସନ୍ତ୍ରାସବାଦୀଙ୍କୁ ଉତ୍ସାହିତ କରି ଦେଶର କିଛି କିଛି ଧନଜୀବନ ନଷ୍ଟ କରିବା ବ୍ୟତୀତ ସେପରି କିଛି ଆଖିଦୃଶିଆ କ୍ଷତି କରିବାକୁ ସାହସ କରୁନାହିଁ। କିନ୍ତୁ ବ୍ରହ୍ମପୁତ୍ର ନଦୀର ଏ କେନାଲ ଯେ ଆମ ଦେଶର ରଣନୀତିରେ (ବିଶେଷତଃ ପୂର୍ବୋତ୍ତର ରାଜ୍ୟଗୁଡିକରେ) ପ୍ରତିକୂଳ ପରିସ୍ଥିତି ସୃଷ୍ଟି ନ କରିବ ତା’ କହିହେବ ନାହିଁ। ବ୍ରହ୍ମପୁତ୍ରର ଅବବାହିକାରେ ନଦୀବନ୍ଧ ନିର୍ମାଣ କରିବା ଦ୍ୱାରା ପୂର୍ବୋତ୍ତର ରାଜ୍ୟଗୁଡିକରେ କେବଳ ଯେ ଜଳାଭାବ ସୃଷ୍ଟି ହୋଇ ଦୁର୍ଭିକ୍ଷର ରୂପ ନେବ, ତାହା ନୁହେଁ, ହଠାତ୍‌ ଆବଦ୍ଧ ଜଳ ନିର୍ଗମନ ଦ୍ୱାରା ଲକ୍ଷ ଲକ୍ଷ ଏକର ଚାଷଜମି, ହଜାର ହଜାର ଜନପଦ ଜଳମଗ୍ନ ହେବା ସହିତ ପୂର୍ବୋତ୍ତର ରାଜ୍ୟଗୁଡିକ ଦୀର୍ଘଦିନ ଧରି ମୁଖ୍ୟ ଭୂଖଣ୍ଡରୁ ବିଚ୍ଛିନ୍ନ ହୋଇଯିବ। ଫଳରେ ସାମରିକ ସାମଗ୍ରୀର ସରବରାହ ବାଧାପ୍ରାପ୍ତ ହେବା ସହିତ ମ୍ୟାଲେରିଆ, ଡେଙ୍ଗୁ, ହଇଜା, ଅତିସାର, ଆନ୍ତ୍ରିକ ଜ୍ୱର ଆଦି ସଂକ୍ରାମକ ରୋଗରେ ଜନସାଧାରଣ ପୀଡ଼ିତ ହେବେ ଏବଂ ଏ ସବୁ ଦୁର୍ବିପାକର କାରଣ ହେବ ଚାଇନା। ସ୍କିନଜିଆଙ୍ଗ ଶୁଷ୍କ ମରୁଭୂମିକୁ ଚିରହରିତ କରିବା ଲକ୍ଷ୍ୟରେ ଏ ଯେଉଁ କେନାଲ ନିର୍ମାଣର ପରିଯୋଜନା ହେଉଛି, ଏଥିପାଇଁ ପୃଥିବୀର ଦୀର୍ଘତମ ଏକ ହଜାର କି.ମି. ବ୍ୟାପୀ ସୁଡଙ୍ଗର ଆବଶ୍ୟକତା ରହିଛି। ଏ ସୁଡଙ୍ଗ ନିର୍ମାଣରେ କି.ମି. ପ୍ରତି ପନ୍ଦର କୋଟି ଡଲାର ଅର୍ଥାତ୍‌ ଏକହଜାର କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ପୁଣି ଏଥିପାଇଁ ଯେଉଁ ନଦୀବନ୍ଧ ନିର୍ମିତ ହେବ, ତାହାଦ୍ୱାରା ଭାରତ, ଭୁଟାନ ଓ ବାଂଲାଦେଶରେ ହଠାତ୍‌ ପ୍ରଳୟଙ୍କରୀ ବନ୍ୟା ସୃଷ୍ଟି ହେବାର ଆଶଙ୍କା ଅନେକ ବେଶି। ବ୍ରହ୍ମପୁତ୍ର ଓ ଗଙ୍ଗାନଦୀ ଯୋଗୁ ସୃଷ୍ଟ ସୁନ୍ଦରବନ ତଥା ବାଂଲାଦେଶର ଉର୍ବର ତ୍ରିକୋଣଭୂମି ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡିବା ସଙ୍ଗେ ସଙ୍ଗେ ଜଳାଭାବ ଦେଖାଯିବାର ସମ୍ଭାବନା ରହିଛି। ଚାଇନାର ବିଶେଷଜ୍ଞ ଓ୍ବାଙ୍ଗ ଓ୍ବଇ ଜଳପ୍ରବାହ ଓ ପାର୍ବତ୍ୟ ନଦୀ ବିଷୟରେ ସିଚୁଆନ ବିଶ୍ୱବିଦ୍ୟାଳୟର ପ୍ରୟୋଗଶାଳାରେ କାର୍ଯ୍ୟରତ। ଭଙ୍ଗୁର ପର୍ବତମାଳା ଦେଇ ସୁଡଙ୍ଗ ଓ କେନାଲ ନିର୍ମାଣ ଦ୍ୱାରା ପ୍ରକୃତି ଉପରେ ତା’ର କି ପ୍ରତିକୂଳ ପ୍ରଭାବ ପଡିବ ସେ ବିଷୟରେ ସେ ଗବେଷଣା କରୁଛନ୍ତି। ଏ ନିର୍ମାଣ ପର୍ବତମାଳାର ଭାରସାମ୍ୟକୁ ନଷ୍ଟଭ୍ରଷ୍ଟ କରି ଭୂକମ୍ପ ଭଳି କିଛି ବଡଧରଣର ବ୍ୟୁତ୍ପାତ ସୃଷ୍ଟି କରିବ ନାହିଁ ତ? ପୁଣି ୨୦୧୦ରେ ଚାଇନା ଭାରତକୁ ପ୍ରତିଶ୍ରୁତି ଦେଇଥିଲା ଯେ ତିବ୍ବତର ଜାଙ୍ଗମୁଠାରେ ବ୍ରହ୍ମପୁତ୍ର ନଦୀ ଉପରେ ବନ୍ଧ ବାନ୍ଧି ଜଳ ନିୟନ୍ତ୍ରଣ କରିବ ନାହିଁ। ଜଳପ୍ରବାହକୁ ଅବ୍ୟାହତ ରଖି ଜଳବିଦ୍ୟୁତ୍‌ ପ୍ରକଳ୍ପ ପାଇଁ କିଛି ନିର୍ମାଣ କାର୍ଯ୍ୟ ଚାଇନା ହାତକୁ ନେବ, ଯଦ୍ଦ୍ବାରା ଜଳସମ୍ପଦ ହ୍ରାସ ପାଇବ ନାହିଁ। ଏ କେନାଲ ଓ ଟନେଲ ନିର୍ମାଣ ଦ୍ୱାରା ଚାଇନା ଯେ ତା’ ଚୁକ୍ତିର ଖିଲାପ କରିବ, ଏଥିରେ ସନ୍ଦେହ ନାହିଁ। ପି୨୫୭ବି, ରକ୍‌ ଭ୍ୟୁ ଅଫିସର୍ସ ଏନ୍‌କ୍ଲେଭ, ପାଲମ୍‌, ଦିଲ୍ଲୀ ଛାଉଣୀ, ନୂଆଦିଲ୍ଲୀ, ମୋ-୦୯୪୩୭୦୧୭୨୦୨
All Right Reserved By

ସମ୍ପାଦକୀୟ |

ମାଛଦ୍ୱାରା ପାଦ ଚିକିତ୍ସା

ମାଛଦ୍ୱାରା ପାଦ ଚିକିତ୍ସା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

କିଛିମାସ ତଳେ ଜଣେ ଯୁବତୀ ନ୍ୟୁୟର୍କରେ ତାଙ୍କ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଛଅମାସ ହେଲା ତାଙ୍କ ପାଦ ନଖଗୁଡ଼ିକ କଳାପଡ଼ି ଝଡ଼ିଯାଉଥିଲା। ତାଙ୍କ ପରିବାରରେ ଏମିତି ସମସ୍ୟା ଆଉ କାହାର ନାହିଁ ଏବଂ ତାଙ୍କର ମଧ୍ୟ ଅନ୍ୟ କୌଣସି ରୋଗ ନାହିଁ ବା ଏପରି ଭାବେ ନଖ ପଚିବାର ପାରିବାରିକ ଇତିହାସ ନାହିଁ। ପରୀକ୍ଷାରୁ ଜଣାପଡ଼ିଲା ଯେ, ଛଅମାସ ତଳେ ସେ ମାଛ ଦ୍ୱାରା ପାଦ ଚିକିତ୍ସା (ଫିଶ୍‌ ପେଡିକିଓର) କରାଇଥିଲେ। ମାଛ ହିଁ ତାଙ୍କ ନଖର ମଞ୍ଜଭାଗରେ (ଯେଉଁଠୁ ନଖ କଅଁଳେ) କ୍ଷତ ସୃଷ୍ଟି କରିଛି। ଫଳରେ ଓନିକୋମାଡେସିସ୍‌ (ନଖପଚା ରୋଗ) ସୃଷ୍ଟି ହୋଇଛି ଓ ନଖ କଳାପଡ଼ି ଝଡ଼ିଯାଉଛି। ଆଗକୁ ପରିସ୍ଥିତି ଆହୁରି ଖରାପ ହୋଇପାରେ। ପଚାନଖ ତଳେ ...

ରାଜନେତା ଓ ନାଗରିକ ସମାଜ

ରାଜନେତା ଓ ନାଗରିକ ସମାଜ

ଡ. ସୁବାସ ଚନ୍ଦ୍ର ପାତ୍ର

ଓଡ଼ିଶାର ରାଜନେତାମାନେ ଏକ ସୁସ୍ଥ, ସୁନ୍ଦର ନାଗରିକ ସମାଜ ଗଠନ ସେମାନଙ୍କର ଦାୟିତ୍ୱ ବୋଲି କେବେ ଭାବନ୍ତି ନାହିଁ। କରତାଳି, ପତାକା ଧାରଣ, ମାଗଣା ଇନ୍ଧନରେ ମୋଟର ସାଇକେଲ ଚାଳନା ପାଇଁ ଯୁବଗୋଷ୍ଠୀ ସଂଗ୍ରହ ଏବଂ ଏ ସବୁ ମାଧ୍ୟମରେ ଭୋଟ ସଂଗ୍ରହ ଓ କ୍ଷମତା ଦଖଲ ସେମାନଙ୍କ ମୁଖ୍ୟ କାମ ବୋଲି ସେମାନେ ବିଚାର କରନ୍ତି। ସଂହତିପୂର୍ଣ୍ଣ, ଆଦର୍ଶଭରା ଏକ ତ୍ୟାଗପୂତ ସମାଜ ନିର୍ମାଣ ମଧ୍ୟ ଏକ ରାଜନୈତିକ କର୍ତ୍ତବ୍ୟ ବୋଲି ସେମାନେ ଚିନ୍ତା କରନ୍ତି ନାହିଁ। ତା’ର ପ୍ରମୁଖ କାରଣ କ୍ଷମତାମନସ୍କତା, ସମାଜମନସ୍କତା ବା ରାଷ୍ଟ୍ରମନସ୍କତା ନୁହେଁ।...

ଚନ୍ଦ୍ରରେ ଚିତ୍ରକର

ଚନ୍ଦ୍ରରେ ଚିତ୍ରକର

ଡ. ତୁଷାରକାନ୍ତି ଦାସ

ଦୁଇ ହାତ ପାପୁଲିରେ ଆଞ୍ଜୁଳାଏ ପାଣିରେ ଜହ୍ନକୁ ସେ ଧରିଛି। ସତେ ବା ସେ ଆଞ୍ଜୁଳାଏ ପାଣିରେ ଜହ୍ନଟା ଚିକ୍‌ମିକ୍‌ କରୁଛି- ଚିତ୍ରକରଟିଏ ଆଞ୍ଜୁଳାଏ ପାଣିରେ ଜହ୍ନର ପ୍ରତିବିମ୍ବକୁ କାନ୍‌ଭାସରେ ଉତାରୁଥିବାବେଳେ କେବେ ବି କ’ଣ ଭାବିଥିବ ଜହ୍ନକୁ ଯାଇ ସେଠାରେ ଜହ୍ନର ଛବି ଆଙ୍କିବ ବୋଲି? ହଁ ଆଜ୍ଞା, ଚିତ୍ରକରର ଏ ଭାବନା ସତ୍ୟ ହେବାକୁ ଯାଉଛି। ଆଉ ଆପଣ କହିପାରିବେନି ‘କବି କଳପନା ସରଗ ସିନା ଲୋ ମନ ଭୁଲାଇବା ପାଇଁ’। କାରଣ ଏ କଳ୍ପନା ବାସ୍ତବରେ ପରିଣତ ହେବାକୁ ଯାଉଛି। ଜାପାନୀ କୋଟିପତି ବ୍ୟବସାୟୀ ୟୁସାକୁ ମେଜାଓ୍ବା ୬ ...

ଏଇ ଭାରତରେ

ଏଇ ଭାରତରେ

ଧର୍ମନିରପେକ୍ଷ ଗଣତନ୍ତ୍ର ଦେଶ ଭାରତ । ଏହାର ପ୍ରତିଟି ପର୍ବପର୍ବାଣିରେ ଦେଖିବାକୁ ମିଳେ ସାମ୍ପ୍ରଦାୟିକ ସଦ୍‌ଭାବନାର ନିଆରା ନମୁନା। ବର୍ତ୍ତମାନ ଦେଶର କୋଣ ଅନୁକୋଣରେ ଦଶହରା ଯାକଜମକରେ ପାଳନ କରାଯାଉଛି। ଏଭଳି ସମୟରେ ସର୍ବଧର୍ମ ସମନ୍ବୟର ବାର୍ତ୍ତାବାହକ ସାଜିଛନ୍ତି ପୂର୍ବୋତ୍ତର ରାଜ୍ୟ ଆସାମରେ ହାସିମ୍‌ ଅଲି। ଡାରାଙ୍ଗ୍‌ ଜିଲାର ଡାଲଗାଓଁ ଅଞ୍ଚଳର ହାସିମ୍‌ ଇସଲାମ ଧର୍ମାବଲମ୍ବୀ...

ସମ୍ପାଦକୀୟ/ଚନ୍ଦକା ବଞ୍ଚାଅ

ସମ୍ପାଦକୀୟ/ଚନ୍ଦକା ବଞ୍ଚାଅ

କଟକ ମୁଣ୍ଡଳୀ ନିକଟ ମହାନଦୀରେ ୫ଟି ହାତୀ ଭାସି ଯାଉଥିବା ଖବର ଅକ୍ଟୋବର ୧୫ ସକାଳୁ ବ୍ୟାପିଯିବା ପରେ ଏହି ଦୃଶ୍ୟ ଦେଖିବାକୁ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଭିଡ଼ ହୋଇଥିଲା। ଏ ବିଷୟରେ ସୂଚନା ପାଇବାରୁ ଆଠଗଡ଼ ଓ ଚନ୍ଦକା ବନଖଣ୍ଡ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ସଙ୍ଗେ ସଙ୍ଗେ ମୁଣ୍ଡଳୀ ବ୍ୟାରେଜ୍‌ର ୪ଟି ଗେଟ୍‌ ବନ୍ଦ କରିଦିଆଯିବାରୁ ଜଳସ୍ରୋତ ହ୍ରାସ ପାଇଥିଲା ଓ ପାଣିରେ ଭାସୁଥିବା ହାତୀ ଉପରକୁ ଉଠି ଆସିଥିଲେ। ...

ପଶୁବଳି : ଏକ ଅମାନବୀୟ ପରମ୍ପରା

ପଶୁବଳି : ଏକ ଅମାନବୀୟ ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ

ଆମ ରାଜ୍ୟରେ ପ୍ରମୁଖ ଦେବୀମନ୍ଦିରଗୁଡ଼ିକରେ ଶାରଦୀୟ ପୂଜାର ଏକ ବିଶେଷ ଅଙ୍ଗ ଥିଲା ପଶୁବଳିପ୍ରଥା। ପ୍ରତିବର୍ଷ ଦଶହରା ବେଳେ ଏସବୁ ଶକ୍ତିପୀଠରେ ଲକ୍ଷ ଲକ୍ଷ ପଶୁପକ୍ଷୀଙ୍କୁ ହତ୍ୟା କରାଯାଉଥିଲା ଅତି ବୀଭତ୍ସ ଭାବରେ। ଏଭଳି ଏକ ଅମାନବୀୟ ପରମ୍ପରା ଉପରେ ନ୍ୟାୟାଳୟର ପ୍ରତିବନ୍ଧକ ଲାଗିବା ପରେ ଅଧିକାଂଶ ଦେବୀ ପୀଠରେ ଏବେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ପଶୁବଳି। ଅନ୍ୟ କେତେକ ସ୍ଥାନରେ ଏହା ଲୁଚାଛପାରେ ଚାଲିଛି ପରମ୍ପରା ଦାୟରେ। କାରଣ ସଭ୍ୟତା ଯେତେ ଆଗକୁ ଗଲେ ବି ଅନ୍ଧବିଶ୍ୱାସର ଅନ୍ଧଗଳିରୁ ମୁକୁଳିପାରୁନି ...

ଆସ ମା’ ଦୁର୍ଗେ

ଆସ ମା’ ଦୁର୍ଗେ

ଡ. ଭାଗ୍ୟଲିପି ମଲ୍ଲ

କାଶତଣ୍ଡୀର ଶୁଭ୍ର ମେଳଣରେ ଏବେ ସୃଜନର ମୂର୍ଚ୍ଛନା। ପତଳା କୁହୁଡ଼ିଆ ଆକାଶରେ ଜହ୍ନ ପିନ୍ଧିଛି ଧଳାବଉଦର ମାଳ। ଅଧା ଛାଇ ଅଧା ଆଲୁଅର ଖେଳରେ ଆସକ୍ତ ଧରିତ୍ରୀର ଛାତି। ଆକାଶ ଦେଖୁଛି ମୁହଁ ମାଟିଦର୍ପଣରେ। ଠିକ୍‌ ଏଇ ସମୟରେ ଧରାବତରଣ କରୁଛନ୍ତି ମା’ ଦୁର୍ଗା, ଦୁର୍ଗତିନାଶିନୀ। ତାଙ୍କ ଆଗମନର ଆବାହନୀରେ ଭୂମିରୁ ଆକାଶ, ସବୁଠି ଶୁଭ୍ରତାର ସମାରୋହ। ସକଳ ସୃଷ୍ଟିରେ ଶରତର ମଧୁର ଆଶ୍ଳେଷ। ସେହି ଆଶ୍ଳେଷରେ ସମାହିତ ଶକ୍ତି ଏକ ଦିବ୍ୟ ଅନୁଭବ। ସେ ଶକ୍ତି ଜନ୍ମ ଓ ମୃତ୍ୟୁ, ଯନ୍ତ୍ରଣା ଓ ଆନନ୍ଦର କାରଣ। ତା’ ବିନା କିଛି ସମ୍ଭବ ନୁହେଁ। ତେଣୁ କୁହାଯାଏ ସେ ଜନ୍ମ ଓ ମୃତ୍ୟୁର ଊର୍ଦ୍ଧ୍ୱସ୍ଥ ଏକ ଦିବ୍ୟ ସତ୍ତା। ସକଳ ଚେତନାର ଉତ୍ସ। ଆମେ ଆଜି ସେଇ ଉତ୍ସକୁ ଆହ୍ବାନ କରୁଛୁ। ...

ଏଇ ଭାରତରେ

ଏଇ ଭାରତରେ

ଅନ୍ନଚିନ୍ତା ଚମତ୍କାରା। କ୍ଷୁଧା ଓ ଦାରିଦ୍ର୍ୟରେ ପେଷି ହେଉଥିବା ବ୍ୟକ୍ତି ହିତାହିତ ଜ୍ଞାନ ହରାଇବସେ। କ୍ଷୁଧା ପ୍ରପୀଡ଼ିତ ମା’ ପାଖରେ ସ୍ନେହମମତାର ମୂଲ୍ୟ କିଛି ନାହିଁ। ପିଲାଙ୍କ ଭୋକିଲା ପେଟକୁ ଆହାର ଯୋଗାଇପାରୁ ନ ଥିବା ମା’ ସେମାନଙ୍କ ଦୁଃଖକଷ୍ଟ ସହ୍ୟ କରି ନ ପାରି ବିନାଶ କରିଦେବାକୁ ବି ଇଚ୍ଛାକରେ। ଏପରି ଏକ ଦୁଃଖଦ ଘଟଣା ଗୁଜରାଟର ଅହମଦାବାଦଠାରେ ଘଟିଛି। ଗୁଜରାଟର ଭାବନଗର...

ସମ୍ପାଦକୀୟ/ #ମିଟୂ ସପକ୍ଷରେ

ସମ୍ପାଦକୀୟ/ #ମିଟୂ ସପକ୍ଷରେ

ଆମେରିକୀୟ ଅଭିନେତ୍ରୀ ଆଲିସା ମିଲାନୋ ୨୦୧୭ ଅକ୍ଟୋବରରେ  ସୋସିଆଲ ମିଡିଆରେ #ମିଟୂ ନାମରେ ଯେଉଁ ଅଭିଯାନ ଆରମ୍ଭ କରିଥିଲେ ତାହା ଏବେ ଆନ୍ଦୋଳନର ରୂପ ନେଇଛି। କର୍ମସ୍ଥଳୀ ବା ଅତୀତରେ ଯେକୌଣସି ସ୍ଥାନରେ ଯଦି ଜଣେ ମହିଳା ଯୌନ ଶୋଷଣର ଶିକାର ହୋଇଥିବେ, ସେଥିରେ ନିର୍ଯାତନା ଦେଇଥିବା ପୁରୁଷଙ୍କ ମୁଖା ଖୋଲିଦେବା ହେଉଛି ଏହି ଅଭିଯାନର ମୂଳ ଲକ୍ଷ୍ୟ। ଇତିମଧ୍ୟରେ ଶହ ଶହ ଭାରତୀୟ ମହିଳା ସେମାନଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାରକୁ ସାଧାରଣରେ ପ୍ରକାଶ କରି ରାଜନୀତି, ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପ ସହ ଜଡ଼ିତ  ବିଶିଷ୍ଟ ବ୍ୟକ୍ତିଙ୍କ ଅସଲ ଚେହେରା ଖୋଲିଦେଲେଣି। ସେମାନଙ୍କ ମଧ୍ୟରେ ସାମ୍ବାଦିକରୁ ରାଜନେତା ପାଲଟିଥିବା ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏମ୍‌.ଜେ. ଆକବର, ସିନେମା ଦୁନିଆର ନାମକରା ବ୍ୟକ୍ତିତ୍ୱ ନାନା ପାଟେକର, ଆଲୋକ ନାଥଙ୍କ...

ନବୀନ ଆହ୍ବାନ

ନବୀନ ଆହ୍ବାନ

ଜିତେନ୍ଦ୍ର କୁମାର ନାୟକ

ନବୀନ ଏକ ଆହ୍ବାନ। ତାଙ୍କୁ ମାପିବା କଷ୍ଟକର। ଅଳ୍ପ କହୁଥିବାରୁ ଭୁଲ ବାଛି ହେଉନି। ସରଳ ଜୀବନ ବିତାଉଥିବାରୁ ବିବାଦରୁ ଦୂରରେ ଅଛନ୍ତି। ରାଜନୀତିରେ ନବୀନ ଭାବେ ପ୍ରବେଶ କରିଥିଲେ ମଧ୍ୟ ଏକନିଷ୍ଠ କର୍ମ ତାଙ୍କୁ କରିଦେଇଛି ପ୍ରବୀଣ। ପୋଖତ ଓ ପୁରୁଖା ରାଜନେତା ତାଙ୍କ ସଫଳତା ଦେଖି ତଟସ୍ଥ। ପିତା ବିଜୁ ପଟ୍ଟନାୟକଙ୍କଠାରୁ ରାଜନୀତି ଶିକ୍ଷା ପାଇବାର ସୁଯୋଗ ପାଇ ନ ଥିଲେ। ତଥାପି କେମିତି ବିରୋଧୀଙ୍କ ଆଖିରୁ ନିଦ ହଜେଇ ଦେଇପାରୁଛନ୍ତି, ତାହା ଏବେ ଓଡ଼ିଶାବାସୀଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି। ଦିନେ ଓଡ଼ିଆ ଓ ଓଡ଼ିଶାର ଲୋକଙ୍କୁ ଜାତୀୟ ଗଣମାଧ୍ୟମରେ ସେଭଳି ଦେଖିବାକୁ ମିଳୁ ନ ଥିଲା। ଆଜି ଅଧିକାଂଶ ସର୍ଭେରେ ସଫଳ ରାଜନେତା, ଶ୍ରେଷ୍ଠ ପ୍ରଶାସ...

ଓଡ଼ିଶାରେ ଶକ୍ତିପୂଜା

ଓଡ଼ିଶାରେ ଶକ୍ତିପୂଜା

ଡ. କିଶୋର ମହାନ୍ତି

ଓଡ଼ିଶା ସର୍ବଧର୍ମ ଓ ସଂସ୍କୃତିର ମହାମିଳନ ପୀଠ।  କିନ୍ତୁ ନିଜସ୍ବ ସଂସ୍କୃତି ଓ ପରମ୍ପରାକୁ ଓଡ଼ିଆ ଜାତି କେବେ ଭୁଲି ଯାଇନାହିଁ। ଓଡ଼ିଶାର ଶାକ୍ତ ପରମ୍ପରା ସୁପ୍ରାଚୀନ। ଓଡ଼ିଶାରେ ରହିଥିବା ଶକ୍ତିପୀଠଗୁଡିକ ତା’ର ଜ୍ୱଳନ୍ତ ପ୍ରମାଣ। ମାତୃକା ପୂଜା ମାନବ ସମାଜ ଯୁଗେ ଯୁଗେ କରିଆସିଛି। ‘ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ’କୁ ମୂଳମନ୍ତ୍ର କରି ନିଜ ଜୀବନଧାରାରେ ମା’ର ଅମାପ ସ୍ନେହ ଓ ଶ୍ରଦ୍ଧାଳୁ ...

ଏଇ ଭାରତରେ

ଏଇ ଭାରତରେ

ପକେଟମାରଙ୍କର ବି ପରୋପକାରୀ ଗୁଣ ରହିଛି। ଟଙ୍କାପଇସା ହାତେଇବା ପରେ ଅନ୍ୟ ସାମଗ୍ରୀରେ କୌଣସି ଆବଶ୍ୟକତା ନ ଥିବାରୁ କେତେକେ ସମ୍ପୃକ୍ତ ଲୋକଙ୍କୁ ଏ ସବୁ ଫେରାଇ ଦିଅନ୍ତି। ଏଥିପାଇଁ ସେମାନେ ସିଧାସଳଖ ଯୋଗାଯୋଗ କରନ୍ତି ନାହିଁ। ବରଂ ବିଭିନ୍ନ ମାଧ୍ୟମ ଖୋଜିଥାଆନ୍ତି। ଆଉ ସବୁ ଅପେକ୍ଷା ଡାକବାକ୍ସ ହେଉଛି ସହଜ ଓ ସରଳ ମାଧ୍ୟମ। ଚେନ୍ନାଇର ପକେଟମାରମାନେ ଏହି ସହଜ ମାଧ୍ୟମକୁ...