ସମ୍ପାଦକୀୟ |

ସାବାସ୍‌ ବିଲେଇ

ସାବାସ୍‌ ବିଲେଇ
କମଳାକାନ୍ତ ଜେନା ମଦନ ଶନିବାର ନୂଆ ବୁଲେଟ୍‌ ଧରି ଆମ ଘରେ ପହଞ୍ଚିଗଲା। ଆସୁ ଆସୁ କହିଲା, ଭାଇ, ମ୍ୟୁନିସିପାଲିଟି ଅଫିସରେ ମୋ ପୁଅର ବାର୍ଥ-ସାର୍ଟିଫିକେଟ୍‌ ବାହାର କରିବା ଲାଗି ଆବେଦନ କରିଆସିଛି। ତୋର ତ ସେଠାରେ ଢେର ଲୋକ ଚିହ୍ନା ଥିବେ। ଚାଲ୍‌, ଆଣିବାକୁ ଯିବା। ମୁଁ କହିଲି, ଚିହ୍ନା କିଛି ଦରକାର ନାହିଁ। ରସିଦ ଦେଖେଇଲେ ମିଳିଯିବ। ଜଳଖିଆ ଖାଇ ପୌରପାଳିକା ଅଫିସକୁ ଗଲୁ। ରାସ୍ତାରେ ମଦନ ପଚାରିଲା, ମୋ ଗାଡିଟା କେମିତି ଲାଗୁଛି? ମୁଁ କହିଲି, ବସିବାକୁ ଭଲ ଲାଗୁଛି। କିନ୍ତୁ, ଫଟ୍‌ଫଟ୍‌ ଶବ୍ଦଟା ବିରକ୍ତ ଲାଗୁଛି। ମୋ କଥା ଶୁଣି ସେ ହସିଦେଲା। କହିଲା, ଆରେ, ସେଇଟା ତ ମଜା। ଏମିତି ଶବ୍ଦ ବାହାରିବା ଲାଗି ସାଇଲେନ୍ସର ପାଇପ୍‌ରେ ସେମିତି କାମ କରାଯାଇଛି ନା। ମନେମନେ ଭାବିଲି, ଶବ୍ଦପ୍ରଦୂଷଣ କମ୍‌ ହେଇଛି ଯେ, ପୋଡାମୁହାଁ ପାଇପ୍‌ରେ କାମ କରେଇ ଫଟ୍‌ଫଟ୍‌ କରୁଛି! ହଠାତ୍‌ ରାସ୍ତାକଡ଼ରେ ବିଲେଇଟିଏ ଦେଖି ମଦନ ଗାଡି ଅଟକାଇଲା। କହିଲା, ଧେତ୍‌, ବିଲେଇ ରାସ୍ତା କାଟିଲାଣି, ଆଜି ଆଉ କାମ ହେବନି। ମୁଁ କହିଲି, ରାସ୍ତା କେତେବେଳେ କାଟିଲା? ବିଚାରି ରାସ୍ତା ପାରି ହେବାପାଇଁ ଆସୁଥିଲା, ତୋ ଫଟଫଟିଆ ଶବ୍ଦ ଶୁଣି ଫେରି ପଳେଇଲା। ମଦନ କହିଲା, ଯେତେ କହିଲେ ମୁଁ ମାନିବିନି। ରାସ୍ତାରେ ବିଲେଇ ଦେଖିଲ ମାନେ ଅନୁକୂଳ ବିଗିଡିଗଲା। କାମ ହେବନି। ମନ ଦୁଃଖରେ ଗାଡିଟାକୁ ଟିକିଏ ପଛେଇ ଆଣି ପୁଣି ଆଗେଇ ନେଇ ରଖିଲା। ଜରିପୁଡିଆରୁ ଟିକେ ମସଲା କାଢି ପାଟିରେ ଢାଳି ପୁଣି ଗାଡି ଷ୍ଟାର୍ଟ କଲା। ଅଫିସରେ ପହଞ୍ଚି ଦେଖିଲା ବେଳକୁ ସାର୍ଟିଫିକେଟ୍‌ ବିଭାଗର ବାବୁ ନାହାନ୍ତି। ଜଣେ କର୍ମଚାରୀ କହିଲେ, ଆବେଦନ କରିବା ସମୟରେ ସୋମବାର କି ଶନିବାର ନ ଆସିବା ପାଇଁ କହିଥିଲି। ସେ ଦୁଇ ଦିନ ବାବୁ ନ ଥାନ୍ତି। ମଦନ ମୋ ଆଡ଼କୁ ନିରାଶ ହେଇ ଅନେଇ କହିଲା, ଦେଖିଲୁ। ବିଲେଇ ବାଟ କାଟିଲେ ହବା କାମ ବି ହେବନି। ବୁଝିଲୁ ଭାଇ, କଳାବିଲେଇ ଦେଖିଥିଲେ, ଆହୁରି କିଛି ଖରାପ ହେଇଥାନ୍ତା। ମୁଁ କହିଲି, ତୁ ବିଲେଇ ନ ଦେଖିଥିଲେ ବି ତୋ କାମ ଆଜି ହେଇ ନ ଥାନ୍ତା। ତତେ ପରା ଆଜି ଆସିବାକୁ ମନା ହେଇଥିଲା, ତୁ ଆସିଲୁ କାହିଁକି? ଏତିକି କହୁ କହୁ ଅଫିସ ପାଚେରି ପାଖରୁ ନେଉଳଟେ ବାହାରକୁ ଚାଲିଗଲା। ମଦନ ନେଉଳକୁ ଦେଖି କହିଲା, ଧେତ୍‌। ଏବେ ବାହାରିଲେ କ’ଣ ଲାଭ? ଘରୁ ବାହାରିଲା ବେଳେ ନେଉଳଟାକୁ ଦେଖିଥିଲେ ହେଇଥାନ୍ତା। ମୁଁ ପଚାରିଲି, ତୁ ଘରେ ନେଉଳ ଦେଖିଥିଲେ ପୌରପାଳିକା ବାବୁ କ’ଣ ଶନିବାର ତୋ ପାଇଁ ଅଫିସ ଆସିଥାନ୍ତେ? ମଦନ କହିଲା, ବିଶ୍ୱାସ କର, ନେଉଳ ଦେଖିଲେ ନ ହବା କାମ ହେବ। କଥା ନ ବଢେଇ ମୁଁ କହିଲି, ଆଚ୍ଛା, ମୁଁ ଗୋଟେ ନୂଆ କଥା ଶିଖିଲି। ମଦନ ଗାଡି ଷ୍ଟାର୍ଟ କଲା। ଗାଡି ପଛରେ ବସି ଭାବୁଥିଲି, ବିଲେଇ-ନେଉଳ କଥାଟା ମଦନର ବିଶ୍ୱାସ ନା ଅନ୍ଧବିଶ୍ୱାସ। କୁକୁର, ଛେଳି, ବଳଦର ରାସ୍ତା ପାରିହେବା ଅଧିକାର ରହିଛି। କିନ୍ତୁ ବିଲେଇର ସେ ଅଧିକାର ନାହିଁ। ଗାଈମଇଁଷି ରାସ୍ତା ଉପରେ ଶୋଇ ଟ୍ରାଫିକ୍‌-ଜାମ୍‌ କରିବେ। ଦୁର୍ଘଟଣା ଘଟେଇବେ। ତାହା ଆମ ପାଇଁ ଅଶୁଭ ନୁହେଁ। କିନ୍ତୁ ବିଲେଇଟା କାହାରି କିଛି କ୍ଷତି ନ କରି ଚୁପ୍‌ଚାପ୍‌ ରାସ୍ତା ପାରି ହେଇ ଚାଲିଗଲେ ଅଶୁଭ। ବିଲେଇ ଭଳି ନେଉଳ ବି ଗୋଟେ ଜୀବ। ତା’ର ବି ଚାରିଟା ଗୋଡ ଓ ଗୋଟିଏ ଲାଞ୍ଜ ଅଛି। ବିଲେଇ ଭଳି ଲୋମ ଅଛି। କିନ୍ତୁ, ନେଉଳ ରାସ୍ତା ଅତିକ୍ରମ କଲେ ଆମ ପାଇଁ ଶୁଭ। କଳା ବିଲେଇ କଥା ମଦନ କହୁଥିଲା। କିନ୍ତୁ କଳାରଙ୍ଗ ତ ଆମ ପାଇଁ ଖରାପ ନୁହେଁ। ଆମେ କଳାସୂତାରେ ତାବିଜ ବାନ୍ଧି ପିନ୍ଧିଲେ ଶୁଭ ବୋଲି ମାନୁ। ମନ୍ଦିର ଭିତରେ ତିନିଠାକୁର ପୂଜା ପାଉଥିଲେ ବି ଆମେ କାଳିଆ ଠାକୁରର ବଡ ଆଦର କରୁ। କଳାଗାଈର କ୍ଷୀର ମିଠା କହି କଳାଗାଈ ପାଳୁ। କିନ୍ତୁ କଳାରଙ୍ଗର ବିଲେଇକୁ ଅଶୁଭ ବୋଲି କହୁ। ଆମେ ବିଜ୍ଞାନ ଯୁଗର ମଣିଷ ବୋଲି ଗର୍ବ କରୁ। ତେଣୁ ଆମର ସବୁ ବିଶ୍ୱାସ ବିଜ୍ଞାନସମ୍ମତ ଓ ଯୁକ୍ତିଯୁକ୍ତ ହେବା ଦରକାର। ହେଲେ ଧନ୍ୟ ଆମର ଅନ୍ଧ ଭାବନା। ଯିଏ ଗାଈ ଦେହର କଳାରଙ୍ଗକୁ ଭଲ ପାଉଛି, ସିଏ ବିଲେଇର କଳାରଙ୍ଗକୁ ଏତେ ଘୃଣା କେମିତି କରୁଛି? ମଜାର କଥା, ବିଲେଇ ରାସ୍ତା ଅତିକ୍ରମ କରିବା କାହିଁକି ଅଶୁଭ, କିମ୍ବା ନେଉଳ ଦେଖିଲେ କାହିଁକି ଶୁଭ, ସେକଥା କେହି ଜାଣନ୍ତି ନାହିଁ। ଏମିତିକା ଅନ୍ଧବିଶ୍ୱାସ ପଛରେ କୌଣସି ନିର୍ଦ୍ଦିଷ୍ଟ ଯୁକ୍ତି ବି ନ ଥାଏ। ତେଣୁ ବିଜ୍ଞାନ ଯୁଗରେ ବିଲେଇକୁ ନେଇ ଭୟଭୀତ ହେବା ଆଉ ନେଉଳକୁ ଦେଖି ଖୁସି ହେବା ପ୍ରସଙ୍ଗ ସତରେ ହାସ୍ୟାସ୍ପଦ। କେବଳ ଆମ ଦେଶରେ ନୁହେଁ। ଆମ ପରି ଅନେକ ବିକାଶଶୀଳ ଦେଶ, ଏପରିକି ବିକଶିତ ରାଷ୍ଟ୍ରରେ ମଧ୍ୟ ବିଲେଇକୁ ନେଇ ଏମିତି ଅନ୍ଧବିଶ୍ୱାସ ରହିଛି। କୁହାଯାଏ ବିଲେଇର ନଅଟା ଜୀବନ ଅଛି। କାହିଁକି ନା, ବିଲେଇ ଜୀବନ-ମରଣ ଭଳି ଚରମ ପରିସ୍ଥିତିର ସାମନା କରିପାରେ। ସାହିର ସବୁ କୁକୁର ତାକୁ ଚାରିପଟୁ ଘେରିଥିଲା ବେଳେ ଚତୁର ବିଲେଇ ସେମାନଙ୍କ କବଳରୁ ବଞ୍ଚିବାର କୌଶଳ ଜାଣିଛି। କ୍ଷୀର ହାଣ୍ଡିରେ ମୁହଁ ମାରୁ ମାରୁ ଘର ମାଲିକାଣି ରୋଷେଇ ଘରକୁ ହଠାତ୍‌ ପଶି ଆସିଲେ ସେ ଝରକାରୁ ସିଧା ତଳକୁ ଡେଇଁବା ଜାଣିଛି। ଏତେ ଉଚ୍ଚରୁ ଡେଇଁଲେ ବି ପାଦର ନରମ ମାଂସପେଶୀ ଓ ଡେଇଁବାର କୌଶଳ ପ୍ରୟୋଗ କରି ନିଜର ସରୁ ସରୁ ଗୋଡକୁ ସୁରକ୍ଷିତ କରି ରଖିବା ବିଦ୍ୟା ତାକୁ ଜଣାଅଛି। ସେ କୁକୁର ଭୟରେ ଭୂଇଁ ଉପରେ ଦୌଡିବା ଜାଣିଛି, ମାଙ୍କଡ ଭୟରେ ଗଛ ଉପରେ ବି ଦୌଡିବା ଶିଖିଛି। ବିଲେଇର ପାଣିକୁ ବଡ଼ ଡର। ସେକଥା ପିଲେ ବୁଝିଲେ ତ? ସେମାନେ ବିଲେଇକୁ ପାଇଗଲେ ପାଣିକୁ ଫିଙ୍ଗିବେ। ବିଚରା ବିଲେଇ ପାଣିରେ ପହଁରିବା ବି ଜାଣିଛି। ଦୀପାବଳୀରେ ବାଣ ଫୁଟିବା ଆଗରୁ ଛୁ ମାରିବା ମନ୍ତ୍ର ବି ତାକୁ ଭଲ ଭାବରେ ଜଣା। ସତ କଥା, ଏଡେ ବକଟେ ବିଲେଇ ସାମନାରେ ଖାଲି ବିପଦ ଆଉ ବିପଦ। ପ୍ରତି ମୁହୂର୍ତ୍ତରେ ମରଣ ସହିତ ଛକାପଞ୍ଝା କରି ସେ ବଞ୍ଚିଛି। ତେଣୁ ବିଲେଇର ନଅଟା ଜୀବନ ରହିବା କଥା। ବରଂ କିଛି କାରଣ ନ ଥାଇ ଜୀବଟାକୁ ଆମେ ଏତେ ଘୃଣା ନ କରି ତା’ର ସଂଘର୍ଷମୟ ଜୀବନରୁ ଶିଖିବା ଉଚିତ। ଇମେଲ: kkjena1@gmail.com
All Right Reserved By

ସମ୍ପାଦକୀୟ |

ମାଛଦ୍ୱାରା ପାଦ ଚିକିତ୍ସା

ମାଛଦ୍ୱାରା ପାଦ ଚିକିତ୍ସା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

କିଛିମାସ ତଳେ ଜଣେ ଯୁବତୀ ନ୍ୟୁୟର୍କରେ ତାଙ୍କ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଛଅମାସ ହେଲା ତାଙ୍କ ପାଦ ନଖଗୁଡ଼ିକ କଳାପଡ଼ି ଝଡ଼ିଯାଉଥିଲା। ତାଙ୍କ ପରିବାରରେ ଏମିତି ସମସ୍ୟା ଆଉ କାହାର ନାହିଁ ଏବଂ ତାଙ୍କର ମଧ୍ୟ ଅନ୍ୟ କୌଣସି ରୋଗ ନାହିଁ ବା ଏପରି ଭାବେ ନଖ ପଚିବାର ପାରିବାରିକ ଇତିହାସ ନାହିଁ। ପରୀକ୍ଷାରୁ ଜଣାପଡ଼ିଲା ଯେ, ଛଅମାସ ତଳେ ସେ ମାଛ ଦ୍ୱାରା ପାଦ ଚିକିତ୍ସା (ଫିଶ୍‌ ପେଡିକିଓର) କରାଇଥିଲେ। ମାଛ ହିଁ ତାଙ୍କ ନଖର ମଞ୍ଜଭାଗରେ (ଯେଉଁଠୁ ନଖ କଅଁଳେ) କ୍ଷତ ସୃଷ୍ଟି କରିଛି। ଫଳରେ ଓନିକୋମାଡେସିସ୍‌ (ନଖପଚା ରୋଗ) ସୃଷ୍ଟି ହୋଇଛି ଓ ନଖ କଳାପଡ଼ି ଝଡ଼ିଯାଉଛି। ଆଗକୁ ପରିସ୍ଥିତି ଆହୁରି ଖରାପ ହୋଇପାରେ। ପଚାନଖ ତଳେ ...

ରାଜନେତା ଓ ନାଗରିକ ସମାଜ

ରାଜନେତା ଓ ନାଗରିକ ସମାଜ

ଡ. ସୁବାସ ଚନ୍ଦ୍ର ପାତ୍ର

ଓଡ଼ିଶାର ରାଜନେତାମାନେ ଏକ ସୁସ୍ଥ, ସୁନ୍ଦର ନାଗରିକ ସମାଜ ଗଠନ ସେମାନଙ୍କର ଦାୟିତ୍ୱ ବୋଲି କେବେ ଭାବନ୍ତି ନାହିଁ। କରତାଳି, ପତାକା ଧାରଣ, ମାଗଣା ଇନ୍ଧନରେ ମୋଟର ସାଇକେଲ ଚାଳନା ପାଇଁ ଯୁବଗୋଷ୍ଠୀ ସଂଗ୍ରହ ଏବଂ ଏ ସବୁ ମାଧ୍ୟମରେ ଭୋଟ ସଂଗ୍ରହ ଓ କ୍ଷମତା ଦଖଲ ସେମାନଙ୍କ ମୁଖ୍ୟ କାମ ବୋଲି ସେମାନେ ବିଚାର କରନ୍ତି। ସଂହତିପୂର୍ଣ୍ଣ, ଆଦର୍ଶଭରା ଏକ ତ୍ୟାଗପୂତ ସମାଜ ନିର୍ମାଣ ମଧ୍ୟ ଏକ ରାଜନୈତିକ କର୍ତ୍ତବ୍ୟ ବୋଲି ସେମାନେ ଚିନ୍ତା କରନ୍ତି ନାହିଁ। ତା’ର ପ୍ରମୁଖ କାରଣ କ୍ଷମତାମନସ୍କତା, ସମାଜମନସ୍କତା ବା ରାଷ୍ଟ୍ରମନସ୍କତା ନୁହେଁ।...

ଚନ୍ଦ୍ରରେ ଚିତ୍ରକର

ଚନ୍ଦ୍ରରେ ଚିତ୍ରକର

ଡ. ତୁଷାରକାନ୍ତି ଦାସ

ଦୁଇ ହାତ ପାପୁଲିରେ ଆଞ୍ଜୁଳାଏ ପାଣିରେ ଜହ୍ନକୁ ସେ ଧରିଛି। ସତେ ବା ସେ ଆଞ୍ଜୁଳାଏ ପାଣିରେ ଜହ୍ନଟା ଚିକ୍‌ମିକ୍‌ କରୁଛି- ଚିତ୍ରକରଟିଏ ଆଞ୍ଜୁଳାଏ ପାଣିରେ ଜହ୍ନର ପ୍ରତିବିମ୍ବକୁ କାନ୍‌ଭାସରେ ଉତାରୁଥିବାବେଳେ କେବେ ବି କ’ଣ ଭାବିଥିବ ଜହ୍ନକୁ ଯାଇ ସେଠାରେ ଜହ୍ନର ଛବି ଆଙ୍କିବ ବୋଲି? ହଁ ଆଜ୍ଞା, ଚିତ୍ରକରର ଏ ଭାବନା ସତ୍ୟ ହେବାକୁ ଯାଉଛି। ଆଉ ଆପଣ କହିପାରିବେନି ‘କବି କଳପନା ସରଗ ସିନା ଲୋ ମନ ଭୁଲାଇବା ପାଇଁ’। କାରଣ ଏ କଳ୍ପନା ବାସ୍ତବରେ ପରିଣତ ହେବାକୁ ଯାଉଛି। ଜାପାନୀ କୋଟିପତି ବ୍ୟବସାୟୀ ୟୁସାକୁ ମେଜାଓ୍ବା ୬ ...

ଏଇ ଭାରତରେ

ଏଇ ଭାରତରେ

ଧର୍ମନିରପେକ୍ଷ ଗଣତନ୍ତ୍ର ଦେଶ ଭାରତ । ଏହାର ପ୍ରତିଟି ପର୍ବପର୍ବାଣିରେ ଦେଖିବାକୁ ମିଳେ ସାମ୍ପ୍ରଦାୟିକ ସଦ୍‌ଭାବନାର ନିଆରା ନମୁନା। ବର୍ତ୍ତମାନ ଦେଶର କୋଣ ଅନୁକୋଣରେ ଦଶହରା ଯାକଜମକରେ ପାଳନ କରାଯାଉଛି। ଏଭଳି ସମୟରେ ସର୍ବଧର୍ମ ସମନ୍ବୟର ବାର୍ତ୍ତାବାହକ ସାଜିଛନ୍ତି ପୂର୍ବୋତ୍ତର ରାଜ୍ୟ ଆସାମରେ ହାସିମ୍‌ ଅଲି। ଡାରାଙ୍ଗ୍‌ ଜିଲାର ଡାଲଗାଓଁ ଅଞ୍ଚଳର ହାସିମ୍‌ ଇସଲାମ ଧର୍ମାବଲମ୍ବୀ...

ସମ୍ପାଦକୀୟ/ଚନ୍ଦକା ବଞ୍ଚାଅ

ସମ୍ପାଦକୀୟ/ଚନ୍ଦକା ବଞ୍ଚାଅ

କଟକ ମୁଣ୍ଡଳୀ ନିକଟ ମହାନଦୀରେ ୫ଟି ହାତୀ ଭାସି ଯାଉଥିବା ଖବର ଅକ୍ଟୋବର ୧୫ ସକାଳୁ ବ୍ୟାପିଯିବା ପରେ ଏହି ଦୃଶ୍ୟ ଦେଖିବାକୁ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଭିଡ଼ ହୋଇଥିଲା। ଏ ବିଷୟରେ ସୂଚନା ପାଇବାରୁ ଆଠଗଡ଼ ଓ ଚନ୍ଦକା ବନଖଣ୍ଡ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ସଙ୍ଗେ ସଙ୍ଗେ ମୁଣ୍ଡଳୀ ବ୍ୟାରେଜ୍‌ର ୪ଟି ଗେଟ୍‌ ବନ୍ଦ କରିଦିଆଯିବାରୁ ଜଳସ୍ରୋତ ହ୍ରାସ ପାଇଥିଲା ଓ ପାଣିରେ ଭାସୁଥିବା ହାତୀ ଉପରକୁ ଉଠି ଆସିଥିଲେ। ...

ପଶୁବଳି : ଏକ ଅମାନବୀୟ ପରମ୍ପରା

ପଶୁବଳି : ଏକ ଅମାନବୀୟ ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ

ଆମ ରାଜ୍ୟରେ ପ୍ରମୁଖ ଦେବୀମନ୍ଦିରଗୁଡ଼ିକରେ ଶାରଦୀୟ ପୂଜାର ଏକ ବିଶେଷ ଅଙ୍ଗ ଥିଲା ପଶୁବଳିପ୍ରଥା। ପ୍ରତିବର୍ଷ ଦଶହରା ବେଳେ ଏସବୁ ଶକ୍ତିପୀଠରେ ଲକ୍ଷ ଲକ୍ଷ ପଶୁପକ୍ଷୀଙ୍କୁ ହତ୍ୟା କରାଯାଉଥିଲା ଅତି ବୀଭତ୍ସ ଭାବରେ। ଏଭଳି ଏକ ଅମାନବୀୟ ପରମ୍ପରା ଉପରେ ନ୍ୟାୟାଳୟର ପ୍ରତିବନ୍ଧକ ଲାଗିବା ପରେ ଅଧିକାଂଶ ଦେବୀ ପୀଠରେ ଏବେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ପଶୁବଳି। ଅନ୍ୟ କେତେକ ସ୍ଥାନରେ ଏହା ଲୁଚାଛପାରେ ଚାଲିଛି ପରମ୍ପରା ଦାୟରେ। କାରଣ ସଭ୍ୟତା ଯେତେ ଆଗକୁ ଗଲେ ବି ଅନ୍ଧବିଶ୍ୱାସର ଅନ୍ଧଗଳିରୁ ମୁକୁଳିପାରୁନି ...

ଆସ ମା’ ଦୁର୍ଗେ

ଆସ ମା’ ଦୁର୍ଗେ

ଡ. ଭାଗ୍ୟଲିପି ମଲ୍ଲ

କାଶତଣ୍ଡୀର ଶୁଭ୍ର ମେଳଣରେ ଏବେ ସୃଜନର ମୂର୍ଚ୍ଛନା। ପତଳା କୁହୁଡ଼ିଆ ଆକାଶରେ ଜହ୍ନ ପିନ୍ଧିଛି ଧଳାବଉଦର ମାଳ। ଅଧା ଛାଇ ଅଧା ଆଲୁଅର ଖେଳରେ ଆସକ୍ତ ଧରିତ୍ରୀର ଛାତି। ଆକାଶ ଦେଖୁଛି ମୁହଁ ମାଟିଦର୍ପଣରେ। ଠିକ୍‌ ଏଇ ସମୟରେ ଧରାବତରଣ କରୁଛନ୍ତି ମା’ ଦୁର୍ଗା, ଦୁର୍ଗତିନାଶିନୀ। ତାଙ୍କ ଆଗମନର ଆବାହନୀରେ ଭୂମିରୁ ଆକାଶ, ସବୁଠି ଶୁଭ୍ରତାର ସମାରୋହ। ସକଳ ସୃଷ୍ଟିରେ ଶରତର ମଧୁର ଆଶ୍ଳେଷ। ସେହି ଆଶ୍ଳେଷରେ ସମାହିତ ଶକ୍ତି ଏକ ଦିବ୍ୟ ଅନୁଭବ। ସେ ଶକ୍ତି ଜନ୍ମ ଓ ମୃତ୍ୟୁ, ଯନ୍ତ୍ରଣା ଓ ଆନନ୍ଦର କାରଣ। ତା’ ବିନା କିଛି ସମ୍ଭବ ନୁହେଁ। ତେଣୁ କୁହାଯାଏ ସେ ଜନ୍ମ ଓ ମୃତ୍ୟୁର ଊର୍ଦ୍ଧ୍ୱସ୍ଥ ଏକ ଦିବ୍ୟ ସତ୍ତା। ସକଳ ଚେତନାର ଉତ୍ସ। ଆମେ ଆଜି ସେଇ ଉତ୍ସକୁ ଆହ୍ବାନ କରୁଛୁ। ...

ଏଇ ଭାରତରେ

ଏଇ ଭାରତରେ

ଅନ୍ନଚିନ୍ତା ଚମତ୍କାରା। କ୍ଷୁଧା ଓ ଦାରିଦ୍ର୍ୟରେ ପେଷି ହେଉଥିବା ବ୍ୟକ୍ତି ହିତାହିତ ଜ୍ଞାନ ହରାଇବସେ। କ୍ଷୁଧା ପ୍ରପୀଡ଼ିତ ମା’ ପାଖରେ ସ୍ନେହମମତାର ମୂଲ୍ୟ କିଛି ନାହିଁ। ପିଲାଙ୍କ ଭୋକିଲା ପେଟକୁ ଆହାର ଯୋଗାଇପାରୁ ନ ଥିବା ମା’ ସେମାନଙ୍କ ଦୁଃଖକଷ୍ଟ ସହ୍ୟ କରି ନ ପାରି ବିନାଶ କରିଦେବାକୁ ବି ଇଚ୍ଛାକରେ। ଏପରି ଏକ ଦୁଃଖଦ ଘଟଣା ଗୁଜରାଟର ଅହମଦାବାଦଠାରେ ଘଟିଛି। ଗୁଜରାଟର ଭାବନଗର...

ସମ୍ପାଦକୀୟ/ #ମିଟୂ ସପକ୍ଷରେ

ସମ୍ପାଦକୀୟ/ #ମିଟୂ ସପକ୍ଷରେ

ଆମେରିକୀୟ ଅଭିନେତ୍ରୀ ଆଲିସା ମିଲାନୋ ୨୦୧୭ ଅକ୍ଟୋବରରେ  ସୋସିଆଲ ମିଡିଆରେ #ମିଟୂ ନାମରେ ଯେଉଁ ଅଭିଯାନ ଆରମ୍ଭ କରିଥିଲେ ତାହା ଏବେ ଆନ୍ଦୋଳନର ରୂପ ନେଇଛି। କର୍ମସ୍ଥଳୀ ବା ଅତୀତରେ ଯେକୌଣସି ସ୍ଥାନରେ ଯଦି ଜଣେ ମହିଳା ଯୌନ ଶୋଷଣର ଶିକାର ହୋଇଥିବେ, ସେଥିରେ ନିର୍ଯାତନା ଦେଇଥିବା ପୁରୁଷଙ୍କ ମୁଖା ଖୋଲିଦେବା ହେଉଛି ଏହି ଅଭିଯାନର ମୂଳ ଲକ୍ଷ୍ୟ। ଇତିମଧ୍ୟରେ ଶହ ଶହ ଭାରତୀୟ ମହିଳା ସେମାନଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାରକୁ ସାଧାରଣରେ ପ୍ରକାଶ କରି ରାଜନୀତି, ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପ ସହ ଜଡ଼ିତ  ବିଶିଷ୍ଟ ବ୍ୟକ୍ତିଙ୍କ ଅସଲ ଚେହେରା ଖୋଲିଦେଲେଣି। ସେମାନଙ୍କ ମଧ୍ୟରେ ସାମ୍ବାଦିକରୁ ରାଜନେତା ପାଲଟିଥିବା ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏମ୍‌.ଜେ. ଆକବର, ସିନେମା ଦୁନିଆର ନାମକରା ବ୍ୟକ୍ତିତ୍ୱ ନାନା ପାଟେକର, ଆଲୋକ ନାଥଙ୍କ...

ନବୀନ ଆହ୍ବାନ

ନବୀନ ଆହ୍ବାନ

ଜିତେନ୍ଦ୍ର କୁମାର ନାୟକ

ନବୀନ ଏକ ଆହ୍ବାନ। ତାଙ୍କୁ ମାପିବା କଷ୍ଟକର। ଅଳ୍ପ କହୁଥିବାରୁ ଭୁଲ ବାଛି ହେଉନି। ସରଳ ଜୀବନ ବିତାଉଥିବାରୁ ବିବାଦରୁ ଦୂରରେ ଅଛନ୍ତି। ରାଜନୀତିରେ ନବୀନ ଭାବେ ପ୍ରବେଶ କରିଥିଲେ ମଧ୍ୟ ଏକନିଷ୍ଠ କର୍ମ ତାଙ୍କୁ କରିଦେଇଛି ପ୍ରବୀଣ। ପୋଖତ ଓ ପୁରୁଖା ରାଜନେତା ତାଙ୍କ ସଫଳତା ଦେଖି ତଟସ୍ଥ। ପିତା ବିଜୁ ପଟ୍ଟନାୟକଙ୍କଠାରୁ ରାଜନୀତି ଶିକ୍ଷା ପାଇବାର ସୁଯୋଗ ପାଇ ନ ଥିଲେ। ତଥାପି କେମିତି ବିରୋଧୀଙ୍କ ଆଖିରୁ ନିଦ ହଜେଇ ଦେଇପାରୁଛନ୍ତି, ତାହା ଏବେ ଓଡ଼ିଶାବାସୀଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି। ଦିନେ ଓଡ଼ିଆ ଓ ଓଡ଼ିଶାର ଲୋକଙ୍କୁ ଜାତୀୟ ଗଣମାଧ୍ୟମରେ ସେଭଳି ଦେଖିବାକୁ ମିଳୁ ନ ଥିଲା। ଆଜି ଅଧିକାଂଶ ସର୍ଭେରେ ସଫଳ ରାଜନେତା, ଶ୍ରେଷ୍ଠ ପ୍ରଶାସ...

ଓଡ଼ିଶାରେ ଶକ୍ତିପୂଜା

ଓଡ଼ିଶାରେ ଶକ୍ତିପୂଜା

ଡ. କିଶୋର ମହାନ୍ତି

ଓଡ଼ିଶା ସର୍ବଧର୍ମ ଓ ସଂସ୍କୃତିର ମହାମିଳନ ପୀଠ।  କିନ୍ତୁ ନିଜସ୍ବ ସଂସ୍କୃତି ଓ ପରମ୍ପରାକୁ ଓଡ଼ିଆ ଜାତି କେବେ ଭୁଲି ଯାଇନାହିଁ। ଓଡ଼ିଶାର ଶାକ୍ତ ପରମ୍ପରା ସୁପ୍ରାଚୀନ। ଓଡ଼ିଶାରେ ରହିଥିବା ଶକ୍ତିପୀଠଗୁଡିକ ତା’ର ଜ୍ୱଳନ୍ତ ପ୍ରମାଣ। ମାତୃକା ପୂଜା ମାନବ ସମାଜ ଯୁଗେ ଯୁଗେ କରିଆସିଛି। ‘ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ’କୁ ମୂଳମନ୍ତ୍ର କରି ନିଜ ଜୀବନଧାରାରେ ମା’ର ଅମାପ ସ୍ନେହ ଓ ଶ୍ରଦ୍ଧାଳୁ ...

ଏଇ ଭାରତରେ

ଏଇ ଭାରତରେ

ପକେଟମାରଙ୍କର ବି ପରୋପକାରୀ ଗୁଣ ରହିଛି। ଟଙ୍କାପଇସା ହାତେଇବା ପରେ ଅନ୍ୟ ସାମଗ୍ରୀରେ କୌଣସି ଆବଶ୍ୟକତା ନ ଥିବାରୁ କେତେକେ ସମ୍ପୃକ୍ତ ଲୋକଙ୍କୁ ଏ ସବୁ ଫେରାଇ ଦିଅନ୍ତି। ଏଥିପାଇଁ ସେମାନେ ସିଧାସଳଖ ଯୋଗାଯୋଗ କରନ୍ତି ନାହିଁ। ବରଂ ବିଭିନ୍ନ ମାଧ୍ୟମ ଖୋଜିଥାଆନ୍ତି। ଆଉ ସବୁ ଅପେକ୍ଷା ଡାକବାକ୍ସ ହେଉଛି ସହଜ ଓ ସରଳ ମାଧ୍ୟମ। ଚେନ୍ନାଇର ପକେଟମାରମାନେ ଏହି ସହଜ ମାଧ୍ୟମକୁ...