ବାଣିଜ୍ୟ |

ଜୁନ୍‌ ୧ ସୁଦ୍ଧା ଲାଗୁ ହେବ ଇ-ଓ୍ବେ ବିଲ୍‌ ବ୍ୟବସ୍ଥା

ଜୁନ୍‌ ୧ ସୁଦ୍ଧା ଲାଗୁ ହେବ ଇ-ଓ୍ବେ ବିଲ୍‌ ବ୍ୟବସ୍ଥା

ନୂଆଦିଲ୍ଲୀ,୧୬-୧୨(ପି.ଟି.) ଜୁନ୍‌ ୧ ସୁଦ୍ଧା ସମଗ୍ର ଦେଶରେ ଇ-ଓ୍ବ ବିଲ୍‌ର ବ୍ୟବସ୍ଥାଗୁଡିକ ଲାଗୁ ହେବ। ଶନିବାର ଆୟୋଜିତ ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି)ପରିଷଦର ୨୪ ତମ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆଇଟି ନେଟ୍‌ଓ୍ବର୍କର ପ୍ରସ୍ତୁତିକୁ ସମୀକ୍ଷା କରାଯିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଇ-ଓ୍ବେ ବିଲ୍‌ ବ୍ୟବସ୍ଥା ଅଧୀନରେ ୫୦,୦୦୦ ଟଙ୍କାରୁ ଊର୍ଦ୍ଧ୍ୱ ସାମଗ୍ରୀ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ପରିବହନ କରିବା ପୂର୍ବରୁ ଏହାକୁ ଅନ୍‌ଲାଇନ୍‌ରେ ପ୍ରାକ୍‌-ପଞ୍ଜୀକରଣ କରିବାକୁ ପଡିବ। ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ଅଧ୍ୟକ୍ଷତାରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ହୋଇଥିବା ବୈଠକରେ ଦେଶରେ ଇ-ଓ୍ବେ ବିଲ୍‌ ବ୍ୟବସ୍ଥାର କାର୍ଯ୍ୟକାରିତା ନେଇ ଆଲୋଚନା କରାଯାଇଥିବା ସରକାରୀ ସୂତ୍ରରୁ ଜଣାଯାଇଛି।

All Right Reserved By

Model This Week

Model This Week

ବାଣିଜ୍ୟ |

ମାଲ୍ୟା, ନୀରବଙ୍କଠାରୁ କାର୍ଯ୍ୟକାରୀ ହେବ ପଳାତକ ଆର୍ଥତ୍କ ଅପରାଧୀ ଅଧ୍ୟାଦେଶ

ମାଲ୍ୟା, ନୀରବଙ୍କଠାରୁ କାର୍ଯ୍ୟକାରୀ ହେବ ପଳାତକ ଆର୍ଥତ୍କ ଅପରାଧୀ ଅଧ୍ୟାଦେଶ

ନୂଆଦିଲ୍ଲୀ,୨୫।୪(ପି.ଟି):ବଡଧରଣର ଆର୍ଥତ୍କ ଘୋଟାଲା କରି ଦେଶ ଛାଡି ପଳାୟନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦୃଢ ହେବ । ଏହି ଧାରାକୁ ଦୃଢ କରିବା ଲାଗି ସରକାର ନିକଟରେ ପଳାତକ ଆର୍ଥତ୍କ ଅପରାଧୀ ଅଧ୍ୟାଦେଶକୁ ମଞ୍ଜୁରୀ ଦେଇଛନ୍ତି। ବୁଡି ଯାଇଥିବା ବିମାନ କମ୍ପାନୀ ତଥା ମଦ ମାଲିକ ବିଜୟ ମାଲ୍ୟା ଏବଂ ପ୍ରଖ୍ୟାତ ହୀରା ବ୍ୟବସାୟୀ ନୀରବ ମୋଦି ଏହି ଭଳି ବ୍ୟକ୍ତିଙ୍କ ତାଲିକାରେ ରହିଛନ୍ତି। ବିଜୟ ମାଲ୍ୟା ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରୁ ୯,୦୦୦ କୋଟି ଟଙ୍କାର ଋଣ ଖିଲାପ କରି ବର୍ତ୍ତମାନ ଲଣ୍ଡନରେ ରହୁଥିବା ବେଳେ ନୀରବ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନବି)ରୁ ୧୩,୦୦୦ କୋଟି ଟଙ୍କାର ଘୋଟାଲା କରି ହଂକଂରେ ରହୁଥିବା ଖବର ଆସିଛି।

ପ୍ରେଷ୍ଟିଜ୍‌ର ନୂତନ ବ୍ରାଣ୍ଡ୍‌ ଆମ୍ବାସାଡର ହେଲେ ବିଦ୍ୟା ବାଲାନ

ପ୍ରେଷ୍ଟିଜ୍‌ର ନୂତନ ବ୍ରାଣ୍ଡ୍‌ ଆମ୍ବାସାଡର ହେଲେ ବିଦ୍ୟା ବାଲାନ

ବାଙ୍ଗାଲୋର, ୨୫-୪:ଦେଶର ପ୍ରମୁଖ କିଚେନ ଆପ୍ଲାଏନ୍ସ କମ୍ପାନୀ ଟିଟିକେ ପ୍ରେଷ୍ଟିଜ୍‌ ଲିମିଟେଡ୍‌ ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ବାଲାନଙ୍କୁ ଏହାର ନୂତନ ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ନିଯୁକ୍ତ କରିଛି। ଏହାକୁ ନେଇ ଚଳିତ ମାସ ଶେଷ ଆଡକୁ କମ୍ପାନୀ ପ୍ରମୁଖ ବୈଦୁତିକ ଓ ଛାପା ଗଣମାଧ୍ୟମରେ ବ୍ରାଣ୍ଡ୍‌ କ୍ୟାମ୍ପେନ ଆୟୋଜନ କରିବ ବୋଲି ପ୍ରକାଶ କରିଛି। ଏ ସମ୍ପର୍କରେ କମ୍ପାନୀର ଅଧ୍ୟକ୍ଷ ଟିଟି ଜଗନ୍ନାଥନ କହିଛନ୍ତି, ବିଦ୍ୟା ବାଲାନ ପ୍ରେଷ୍ଟିଜ୍‌ ବ୍ରାଣ୍ଡ୍‌କୁ ଆହୁରି ଆଗକୁ ନେଇ ପାରିବେ। ବିଦ୍ୟା ନିଜ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ବେଳେ ପ୍ରେଷ୍ଟିଜ୍‌ ବ୍ରାଣ୍ଡ୍‌ ମଧ୍ୟ ଦେଶବାସୀଙ୍କ ପାଖରେ ଆଦୃତ ଲାଭ କରିଛି। ବର୍ତ୍ତମାନର ଏହି ଚୁକ୍ତି କମ୍ପାନୀକୁ ଆହୁରି ଆଗକୁ ବଢାଇବାରେ ସଫଳ ହେବ। ସେହିପରି କମ୍ପାନୀର ଏମ୍‌ଡି ଚନ୍ଦ୍ରୁ କାଲ୍ରୋ କହିଛନ୍ତି, ଏହି ସହବନ୍ଧିତା ବ୍ରାଣ୍ଡର ମୂଲ୍ୟବୋଧକୁ ବୃଦ୍ଧି କରିବ।

ରେନୋର ଜାତୀୟ ସଡ଼କ ସୁରକ୍ଷା ସପ୍ତାହ

ରେନୋର ଜାତୀୟ ସଡ଼କ ସୁରକ୍ଷା ସପ୍ତାହ

ଭୁବନେଶ୍ୱର,୨୫-୪:ପ୍ରମୁଖ ଚାରିଚକିଆ ଯାନ ନିର୍ମାତା ରେନୋ ଦେଶବ୍ୟାପୀ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ କରିଛି। ଦେଶରେ ଥିବା କମ୍ପାନୀର ସମସ୍ତ ଡିଲର୍ସ ପଏଣ୍ଟ୍‌ରେ ଏପ୍ରିଲ ୨୩ରୁ ରେନୋ ଏହି ସପ୍ତାହ ପାଳନ ଆରମ୍ଭ କରିଥିବା ବେଳେ ବେଳେ ୩୦ରେ ଶେଷ ହେବ। ସୋସାଇଟି ଅଫ୍‌ ଇଣ୍ଡିଆନ୍‌ ଅଟୋମୋବାଇଲ୍‌ ମାନୁଫ୍ୟାକ୍‌ଚରର୍ସ-ସୋସାଇଟି ଅଫ୍‌ ଅଟୋମେଟିଭ୍‌ ଫିଟ୍‌ନେସ୍‌ ଆଣ୍ଡ୍‌ ଏନ୍‌ଭାୟର୍ନମେଣ୍ଟ(ଏସ୍‌ଆଇଏଏମ୍‌-ଏସ୍‌ଏଏଫ୍‌ଇ) ସହ ମିଳିତ ଭାବେ ରେନୋ ଏହା ଆୟୋଜନ କିରଛି। ସଡ଼କ ସୁରକ୍ଷା-ଜୀବନ ରକ୍ଷା ଥିମ୍‌ ଆଧାରରେ ଏହା ପାଳନ କରାଯାଉଥିବା ବେଳେ କାର୍‌ ସୁରକ୍ଷା ପାଇଁ ଚେକ୍‌ଅପ୍‌ କ୍ୟାମ୍ପ ଆୟୋଜନ କରାଯାଇଛି। ସେହିପରି ବିଭିନ୍ନ ସୁରକ୍ଷାଭିତ୍ତିକ ଆସେସରିଜ୍‌ ଉପରେ ୧୫% ପର୍ଯ୍ୟନ୍ତ ରିହାତି ଘୋଷଣା କରାଯାଇଛି ବୋଲି ରେନୋ ପ୍ରକାଶ କରିଛି। ଟ୍ରାଫିକ୍‌ ନିୟମ ପାଳନ, ସିଟ୍‌ ବେଲ୍ଟ ପରିଧାନ ଠାରୁ ଆରମ୍ଭ କରି ନିର୍ଦ୍ଧାରିତ ଗତିରେ ଗାଡ଼ିଚାଳନା ଉପରେ ଏହି ଅବସରରେ ଗ୍ରାହକ ଓ ଗାଡିଚାଳକଙ୍କୁ ସଚେତନ କରାଯିବ ବୋଲି କମ୍ପାନୀ ପକ୍ଷରୁ ପ୍ରକାଶ।

ଅନ୍‌ଲାଇନ୍‌ ଶପିଂ:ପ୍ରତି ୩ରେ ଜଣଙ୍କୁ ମିଳୁଛି ନକଲି ଉତ୍ପାଦ-ଜୋତା, ପର୍‌ଫ୍ୟୁମ୍‌, ବ୍ୟାଗ୍‌ ତଥା ଫ୍ୟାଶନ୍‌ ସେଗ୍‌ମେଣ୍ଟରେ ଅଧିକ -ସମସ୍ୟା ଚାଇନାଠାରୁ ବଡ ହୋଇପାରେ

ଅନ୍‌ଲାଇନ୍‌ ଶପିଂ:ପ୍ରତି ୩ରେ ଜଣଙ୍କୁ ମିଳୁଛି ନକଲି ଉତ୍ପାଦ-ଜୋତା, ପର୍‌ଫ୍ୟୁମ୍‌, ବ୍ୟାଗ୍‌ ତଥା ଫ୍ୟାଶନ୍‌ ସେଗ୍‌ମେଣ୍ଟରେ ଅଧିକ -ସମସ୍ୟା ଚାଇନାଠାରୁ ବଡ ହୋଇପାରେ

ନୂଆଦିଲ୍ଲୀ,୨୫-୪:ଅନ୍‌ଲାଇନ୍‌ ଶପିଂ ଏବେ ଏକ ଟ୍ରେଣ୍ଡରେ ପରିଣତ ହେଲାଣି। ପ୍ରାୟ ସବୁ କମ୍ପାନୀ ନିଜ ନିଜର ଉତ୍ପାଦକୁ ଅନ୍‌ଲାଇନ୍‌ରେ ବିକ୍ରି କରୁଛନ୍ତି। ଫଳରେ ଏହି ବଜାରର ପରିସର ବ୍ୟାପକ ହେଉଛି। ଏହା ସତ୍ତ୍ୱେ ଅନ୍‌ଲାଇନ୍‌ରେ ଜିନିଷ କିଣୁଥିବା ଲୋକଙ୍କ ମଧ୍ୟରେ ଏକ ପ୍ରକାର ଆଶଙ୍କା ରହୁଛି ଯେ, ସେମାନେ ଯେଉଁ ଜିନିଷ ଅର୍ଡର କରିଛନ୍ତି ଉକ୍ତ ଜିନିଷ ଆସିବ ନା ଏହା ବଦଳରେ ଅନ୍ୟ କୌଣସି ନକଲି ଉତ୍ପାଦ ତାଙ୍କ ନିକଟରେ ପହଞ୍ଚିଯିବ। ଏହି ଭୟ ରହିବା ସ୍ବାଭାବିକ। କାରଣ ଏଭଳି ଅନେକ ଘଟଣା ଏବେ ଘଟୁଛି। ଅଧିକାଂଶ ଇ-କମର୍ସ ସାଇଟ୍‌ରେ ଏବେ ବୃହତ୍‌ ସଂଖ୍ୟାରେ ନକଲି ଉତ୍ପାଦ ମିଳୁଛି।

ଟିକସ ସୁବିଧା ସମ୍ପର୍କରେ ଜାଣନ୍ତିନି ୪ ଜଣରେ ଜଣେ

ଟିକସ ସୁବିଧା ସମ୍ପର୍କରେ ଜାଣନ୍ତିନି ୪ ଜଣରେ ଜଣେ

ବମ୍ବେ,୨୫-୪(ପି.ଟି):ଘରୋଇ ବଜାରରେ ପ୍ରତି ୪ ଜଣରେ ଜଣେ ବେତନଭୋଗୀ କର୍ମଚାରୀ ଟିକସ ସୁବିଧା ସମ୍ପର୍କରେ ଜାଣି ନ ଥିବା ଜଣାଯାଇଛି। ଟିକସ ସୁବିଧା ପାଇବା ଲାଗି କର୍ମଚାରୀଙ୍କୁ ବିଭିନ୍ନ ପ୍ରକାରର ସୁଯୋଗ ପ୍ରଦାନ କରାଯାଉଛି। ମାତ୍ର ଏହାର ଲାଭ ନେବା ପାଇଁ କର୍ମଚାରୀମାନେ ସୁବିଧା ସମ୍ପର୍କରେ ଅବଗତ ନ ଥିବା ନେଲସେନ୍‌ ଇଣ୍ଡିଆ ସଂସ୍ଥା ପକ୍ଷରୁ ହୋଇଥିବା ଜେଟା କର୍ମଚାରୀ ସୁବିଧା ସଂକ୍ରାନ୍ତ ସର୍ଭେରୁ ଏହି ଭଳି ତଥ୍ୟ ଜଣା ପଡିଛି। ବେତନଭୋଗୀ କର୍ମଚାରୀଙ୍କୁ କମ୍ପାନୀଗୁଡିକ ପକ୍ଷରୁ ଟିକସ ସଞ୍ଚୟ ସୁବିଧା ପ୍ରଦାନ କରାଯାଇଥାଏ। କଷ୍ଟ ଟୁ କମ୍ପାନୀ (ସିଟିସି) ପଦକ୍ଷେପ ଅନ୍ତର୍ଗତ ଏହି ଭଳି ସୁବିଧା ମିଳିଥାଏ। ଏଥିରେ ପେଟ୍ରୋଲ, ଡିଜେଲ, ଟେଲିଫୋନ୍‌ ଲିଭ୍‌ ଟ୍ରାଭେଲ ଆଲାଉନ୍ସ, ଗିଫ୍ଟ ଭାଉଚର ଭଳି ଅନ୍ୟ କେତେକ କ୍ଷେତ୍ରରେ ସୁବିଧା ରହିଥାଏ। ଉକ୍ତ ସର୍ଭେରେ ୧୯୪ ପ୍ରମୁଖ କର୍ପୋରେଟର ୧୨୩୩ କର୍ମଚାରୀଙ୍କୁ ସାମିଲ କରାଯାଇଥିଲା।

ଡାଇମଣ୍ଡ ପାଓ୍ବାର କମ୍ପାନୀର ୧୧୨୨ କୋଟି ସମ୍ପତ୍ତି ଜବତ

ଡାଇମଣ୍ଡ ପାଓ୍ବାର କମ୍ପାନୀର ୧୧୨୨ କୋଟି ସମ୍ପତ୍ତି ଜବତ

ନୂଆଦିଲ୍ଲୀ,୨୪-୪ ବିଦ୍ୟୁତ ତାର ଓ ଉପକରଣ ନିର୍ମାଣ କରୁଥିବା ଭଦୋଦରା ଭିତ୍ତିକ କମ୍ପାନୀ ଡାଇମଣ୍ଡ ପାଓ୍ବାର ଇନ୍‌ଫ୍ରାଷ୍ଟ୍ରକ୍‌ଚର ପ୍ରାଇଭେଟ୍‌ ଲିମିଟେଡ୍‌ର ୧,୧୨୨ କୋଟି ମୂଲ୍ୟର ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଏଥିସହିତ କମ୍ପାନୀର ନିର୍ଦ୍ଦେଶକ ସୁରେଶ ନାରାୟଣ ଭଟ୍ଟନାଗର, ତାଙ୍କ ଦୁଇ ପୁଅ ଅମିତ ସୁରେଶ ଭଟ୍ଟନାଗର ଓ ସୁମିତ ଶୁରେଶ ଭଟ୍ଟନାଗରଙ୍କର କେତେକ ସମ୍ପତ୍ତି ମଧ୍ୟ ଜବତ କରାଯାଇଛି ବୋଲି ଇଡି ପକ୍ଷରୁ ପ୍ରକାଶ।

ଆମେରିକାରୁ ନିଯୁକ୍ତି ହରାଇବେ ଭାରତୀୟ

ଆମେରିକାରୁ ନିଯୁକ୍ତି ହରାଇବେ ଭାରତୀୟ

ନୂଆଦିଲ୍ଲୀ,୨୪-୪ ବାହାର ଦେଶର ଲୋକଙ୍କ ପାଇଁ ଏଣିକି ଆମେରିକାରେ ଚାକିରି କରିବା ସମ୍ଭବ ହୋଇ ନ ପାରେ। ଯେଉଁ ଏଚ୍‌୧-ବି ଭିଜା ମାଧ୍ୟମରେ ବାହାର ଦେଶର ଲୋକେ ଆମେରିକାର ବିଭିନ୍ନ କମ୍ପାନୀରେ ଚାକିରି କରୁଛନ୍ତି ତାହାକୁ ସବୁଦିନ ପାଇଁ ଆମେରିକା ସରକାର ବନ୍ଦ କରି ଦେବାକୁ ଯୋଜନା କରୁଛନ୍ତି।

ମିଶିବେ ୩ ରାଷ୍ଟ୍ରାୟତ୍ତ ବୀମା କମ୍ପାନୀ:ପ୍ରକ୍ରିୟା ଆରମ୍ଭ କଲେ ସରକାର, ଖୁବ୍‌ଶୀଘ୍ର ପ୍ରସ୍ତୁତ ହେବ ରୋଡ୍‌ମ୍ୟାପ୍‌

ମିଶିବେ ୩ ରାଷ୍ଟ୍ରାୟତ୍ତ ବୀମା କମ୍ପାନୀ:ପ୍ରକ୍ରିୟା ଆରମ୍ଭ କଲେ ସରକାର, ଖୁବ୍‌ଶୀଘ୍ର ପ୍ରସ୍ତୁତ ହେବ ରୋଡ୍‌ମ୍ୟାପ୍‌

ନୂଆଦିଲ୍ଲୀ,୨୪-୪(ପି.ଟି.) ଦେଶର ପ୍ରମୁଖ ୩ ରାଷ୍ଟ୍ରାୟତ୍ତ ବୀମା କମ୍ପାନୀଙ୍କ ମିଶ୍ରଣ ହେବ। ଏହା ବଦଳରେ ଗୋଟିଏ କମ୍ପାନୀ ଗଠନ ହେବ। ନ୍ୟାଶ୍‌ନାଲ୍‌ ଇନ୍‌ସ୍ୟୁରାନ୍ସ କମ୍ପାନୀ ଲିମିଟେଡ୍‌, ୟୁନାଇଟେଡ୍‌ ଇଣ୍ଡିଆ ଆସ୍ୟୋରାନ୍ସ କମ୍ପାନୀ ଲିମିଟେଡ୍‌ ଏବଂ ଓରିଏଣ୍ଟାଲ ଇଣ୍ଡିଆ ଇନ୍‌ସ୍ୟୁରାନ୍ସ କମ୍ପାନୀ ଲିମିଟେଡ୍‌ର ମିଶ୍ରଣରେ ଗଠନ ହେବାକୁ ଥିବା କମ୍ପାନୀ ପୁଞ୍ଜି ବଜାରରେ ତାଲିକାଭୁକ୍ତ ହେବ।

୮୨୪ କୋଟି ଟଙ୍କାର ଋଣ ଖିଲାପୀ : ମାଡ୍ରାସ ଭିତ୍ତିକ ଫାର୍ମର ୪୮କୋଟି ଟଙ୍କା ସମ୍ପତ୍ତି ଜବତ

୮୨୪ କୋଟି ଟଙ୍କାର ଋଣ ଖିଲାପୀ : ମାଡ୍ରାସ ଭିତ୍ତିକ ଫାର୍ମର ୪୮କୋଟି ଟଙ୍କା ସମ୍ପତ୍ତି ଜବତ

ମାଡ୍ରାସ,୨୪-୪(ପି.ଟି) ବେଆଇନ୍‌ ବ୍ୟାଙ୍କ ଋଣ କାରବାର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମାଡ୍ରାସ ଭିତ୍ତିକ କମ୍ପାନୀ କନିଷ୍କ ଗୋଲ୍ଡ ପ୍ରାଇଭେଟ ଲିମିଟେଡ୍‌ର ୪୮ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ଉକ୍ତ କମ୍ପାନୀ କ୍ରୀଜ୍‌ ବ୍ରାଣ୍ଡ ନାମରେ ଗହଣା ବ୍ୟବସାୟ କରୁଥିବା ବେଳେ ୮୨୪ କୋଟି ଟଙ୍କାର ଋଣ ଖିଲାପ କରିଥିବା ଜଣାଯାଇଛି।

ଟାଟା ଗ୍ରୁପ୍‌ର ନୂଆ ଗ୍ଲୋବାଲ କର୍ପୋରେଟ୍‌ ବ୍ୟାପାର ସଭାପତି

ଟାଟା ଗ୍ରୁପ୍‌ର ନୂଆ ଗ୍ଲୋବାଲ କର୍ପୋରେଟ୍‌ ବ୍ୟାପାର ସଭାପତି

ବମ୍ବେ,୨୪-୪ ଟାଟା ଗ୍ରୁପ୍‌ର ନୂଆ ଗ୍ଲୋବାଲ କର୍ପୋରେଟ୍‌ ବ୍ୟାପାର ସଭାପତି ଭାବେ ଡ. ଏସ୍‌. ଜୟଶଙ୍କରଙ୍କୁ ନିଯୁକ୍ତି ଦିଆଯାଇଛି। ଜୟଶଙ୍କର ନୂଆ ଦାୟିତ୍ୱରେ ଟାଟା ସନ୍ସର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଏନ୍‌. ଚନ୍ଦ୍ରଶେଖରନ୍‌ଙ୍କୁ ରିପୋର୍ଟ କରିବେ।

ଆଲ୍ଲାହାବାଦ ବ୍ୟାଙ୍କର ୧୫୪ ତମ ପ୍ରତିଷ୍ଠା ଦିବସ

ଆଲ୍ଲାହାବାଦ ବ୍ୟାଙ୍କର ୧୫୪ ତମ ପ୍ରତିଷ୍ଠା ଦିବସ

କଲିକତା,୨୪-୪: ଦେଶର ସର୍ବପୁରାତନ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଆଲ୍ଲାହାବାଦ ବ୍ୟାଙ୍କ ପକ୍ଷରୁ ଏହାର ୧୫୪ ତମ ପ୍ରତିଷ୍ଠା ଦିବସ ମଙ୍ଗଳବାର ପାଳିତ ହୋଇ ଯାଇଛି। ଉକ୍ତ ବ୍ୟାଙ୍କ ୧୮୬୫ ମସିହାରେ ସ୍ଥାପନା ହୋଇଥିବା ବେଳେ ଲୋକମାନଙ୍କୁ ନିରନ୍ତର ସେବା ପ୍ରଦାନ କରୁଛି।

୧୦୦ ବିଲିୟନ ଡଲାର ଛୁଇଁବ ରିଲାଏନ୍ସ ବଜାର ପୁଞ୍ଜି

୧୦୦ ବିଲିୟନ ଡଲାର ଛୁଇଁବ ରିଲାଏନ୍ସ ବଜାର ପୁଞ୍ଜି

ନୂଆଦିଲ୍ଲୀ,୨୪-୪(ପି.ଟି) ପ୍ରମୁଖ ଆଇଟି କମ୍ପାନୀ ଟାଟା କନସଲଟାନ୍ସି ସର୍ଭିସ (ଟିସିଏସ୍‌) ପ୍ରଥମ ଘରୋଇ କମ୍ପାନୀ ଭାବେ ୧୦୦ ବିଲିୟନ ଡଲାର ବଜାର ପୁଞ୍ଜି ହାସଲ କରିବାକୁ ସକ୍ଷମ ହୋଇଛି। ଏହି ଧାରାରେ ବଜାରର ଅନ୍ୟାନ୍ୟ ପ୍ରମୁଖ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ରହିଛି।