ଖେଳ |

ସରିଗଲା ୧,୩ ନମ୍ବର ଗ୍ୟାଲେରି ଟିକେଟ

ସରିଗଲା ୧,୩ ନମ୍ବର ଗ୍ୟାଲେରି ଟିକେଟ
କଟକ ଅଫିସ,୧୬।୧୨ - ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ମ୍ୟାଚ ପାଇଁ ଶନିବାର କାଉଣ୍ଟରରେ ଟିକେଟ ବିକ୍ରି ଆରମ୍ଭ ହୋଇଥିଲା। ପ୍ରଥମ ଦିବସରେ ୧ ନମ୍ବର ଓ ୩ ନମ୍ବର ଗ୍ୟାଲେରି ଟିକେଟ ଦର୍ଶକମାନେ କିଣି ନେଇଛନ୍ତି। ବାରବାଟୀର ସମସ୍ତ ଗ୍ୟାଲେରି ମଧ୍ୟରୁ ଏହି ୨ଟି ଗ୍ୟାଲେରିର ଚାହିଦା ସବୁବେଳେ ଅଧିକା ରହିଥାଏ। ଦିନ ପ୍ରାୟ ୩ଟା ବେଳେ ପ୍ରଥମେ ୩ ନମ୍ବର ଗ୍ୟାଲେରିର ଟିକେଟ ସରିଥିଲା। ଏହି ଗ୍ୟାଲେରି ନିମନ୍ତେ କାଉଣ୍ଟରରେ ମୋଟ୍‌ ୩୨୨୪ ଟିକେଟ ଉପଲବ୍ଧ ଥିଲା। ପରେ ଦିନ ପ୍ରାୟ ୪.୩୦ ବେଳକୁ ୧ ନମ୍ବର ଗ୍ୟାଲେରି ଟିକେଟ ଶେଷ ହୋଇଥିଲା। ଏହି ଗ୍ୟାଲେରି ନିମନ୍ତେ ୨୮୦୨ ଟି ଟିକେଟ୍‌ କାଉଣ୍ଟରରେ ବିକ୍ରି ପାଇଁ ରହିଥିଲା। କାଉଣ୍ଟର ନମ୍ବର ୨ ଓ ୩ରେ ଗ୍ୟାଲେରି ଟିକେଟ୍‌ ବିକ୍ରି ହେଉଥିବା ବେଳେ ଏହି ଦୁଇଟି କାଉଣ୍ଟରରେ ଅସମ୍ଭାଳ ଭିଡ଼ ମଧ୍ୟ ପରିଲକ୍ଷିତ ହୋଇଥିଲା। ଅନ୍ୟପକ୍ଷରେ କାଉଣ୍ଟର-୧ରେ ଏସି ବକ୍ସ, ସ୍ପେଶାଲ ଏନ୍‌କ୍ଲୋଜର, କର୍ପୋରେଟ ବକ୍ସ ପ୍ରଭୃତି ଦାମୀ ଟିକେଟ୍‌ ବିକ୍ରି କରାଯିବାର ବ୍ୟବସ୍ଥା ରହିଥିବା ବେଳେ ଏଠାରେ ଭିଡ଼ ନହେଲେ ସୁଦ୍ଧା ଲମ୍ବା ଲାଇନ୍‌ ଲାଗିଥିବା ଦେଖିବାକୁ ମିଳିଛି। ଏଣୁ ଆସନ୍ତା ଟି-୨୦ ମ୍ୟାଚ୍‌ ନିମନ୍ତେ ଦର୍ଶକଙ୍କ ମଧ୍ୟରେ ଉତ୍ସାହର ପରିମାଣ ବେଶ୍‌ ମାପି ହୋଇଯାଇଛି। ରବିବାର କାଉଣ୍ଟରରେ ଟିକେଟ୍‌ ବିକ୍ରି ହେବାର ଶେଷ ଦିନ। ଗ୍ୟାଲେରୀ ନଂ-୨, ୪, ୬ ଓ ୭ ର ଟିକେଟ ବଳକା ରହିଛି। ଏହାଛଡ଼ା ଏସି ବକ୍ସ, ସ୍ପେସାଲ ଏନ୍‌କ୍ଲୋଜର, କର୍ପୋରେଟ ବକ୍ସର ଟିକେଟ ମଧ୍ୟ ଉପଲବ୍ଧ ଅଛି। ପ୍ରଥମ ଦିବସରେ କେତେ ସଂଖ୍ୟକ ଟିକେଟ କାଉଣ୍ଟରରେ ବିକ୍ରି ହୋଇଛି ସେ ସମ୍ପର୍କରେ ଓସିଏ ପକ୍ଷରୁ କୌଣସି ସୂଚନା ମିଳି ନ ଥିବା ବେଳେ ପ୍ରାୟ ୨ହଜାର ଟିକେଟ୍‌ ବଳିଛି ବୋଲି ଆଶା କରାଯାଉଛି।
All Right Reserved By

ଖେଳ |

ଦ୍ୱିତୀୟ ଟେଷ୍ଟ:  ଭାରତର ପ୍ରତ୍ୟାବର୍ତ୍ତନ ସତ୍ତ୍ୱେ ଭଲ ସ୍ଥିତିରେ ଅଷ୍ଟ୍ରେଲିଆ

ଦ୍ୱିତୀୟ ଟେଷ୍ଟ: ଭାରତର ପ୍ରତ୍ୟାବର୍ତ୍ତନ ସତ୍ତ୍ୱେ ଭଲ ସ୍ଥିତିରେ ଅଷ୍ଟ୍ରେଲିଆ

ପର୍ଥ, ୧୪।୧୨ (ପି.ଟି.)- ସ୍ଥାନୀୟ ପର୍ଥ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଓ ଭ୍ରମଣକାରୀ ଭାରତ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଉଭୟ ଦଳ ମିଶ୍ର ସଫଳତା ପାଇଛନ୍ତି। ଦ୍ରୁତ ବୋଲିଂକୁ ସୁହାଉଥିବା ଏହି ପିଚ୍‌ରେ ଟସ୍‌ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ବେଶ୍‌ ଭଲ ଆରମ୍ଭ କରିଥିଲା। ତେବେ ପରେ ଭାରତୀୟ ବୋଲରମାନେ ପ୍ରତ୍ୟାବର୍ତ୍ତନ କରିଥିଲେ ଓ ଶେଷ ଦୁଇଟି ସେସନରେ ୩ଟି ଲେଖାଏ ଉଇକେଟ ଅକ୍ତିଆର କରି ଘରୋଇ ଦଳକୁ ଝଟ୍‌କା ଦେଇଥିଲେ। ତେବେ ଏହା ସତ୍ତ୍ୱେ ସ୍ଥିତି ସମ୍ଭାଳିବା ସହ ଅଷ୍ଟ୍ରେଲିଆ ଭଲ ସ୍ଥିତିରେ ରହିଛି। ଲଞ୍ଚ୍‌ ପରେ ବୋଲରମାନଙ୍କୁ ସହାୟତା ମିଳିଥିଲା। ଭାରତୀୟ ବୋଲରମାନେ ଲାଇନ୍‌ ଓ ଲେନ୍ଥରେ ସୁଧାର ଆଣି ଅଷ୍ଟ୍ରେଲୀୟ ବ୍ୟାଟିଂ ଲାଇନ୍‌କୁ ଭାଙ୍ଗିବାରେ ସଫଳ ହୋଇଥିଲେ।
    ଟସ୍‌ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୯୦ ଓଭରରେ ୬ ଉଇକେଟ ହରାଇ ୨୭୭ ରନ ସଂଗ୍ରହ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ଅଧିନାୟକ ତଥା ଉଇକେଟ କିପର ଟିମ୍‌ ପେନ୍‌ ୧୬ ଓ ପ୍ୟାଟ କୁମିନ୍ସ ୧୧ ରନ କରି ଅପରାଜିତ ରହିଛନ୍ତି।

 ହକି ବିଶ୍ୱକପ: ପ୍ରତିଶୋଧ ଅପେକ୍ଷାରେ ନେଦରଲାଣ୍ଡ୍ସ

ହକି ବିଶ୍ୱକପ: ପ୍ରତିଶୋଧ ଅପେକ୍ଷାରେ ନେଦରଲାଣ୍ଡ୍ସ

ଭୁବନେଶ୍ୱର, ୧୪।୧୨(କ୍ରୀଡ଼ା ପ୍ରତିନିଧି)-
ଚଳିତ ହକି ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆ ଏବଂ ନେଦରଲାଣ୍ଡ୍ସ ମଧ୍ୟରେ ଅନୁଷ୍ଠିତ ହେବ। ପ୍ରତିଯୋଗିତାର ଗତ ସଂସ୍କରଣରେ ଏହି ଦୁଇ ଦଳ ମଧ୍ୟରେ ଟାଇଟଲ ମୁକାବିଲା ହୋଇଥିଲା। ୨୦୧୪ ଫାଇନାଲରେ ନେଦରଲାଣ୍ଡ୍ସକୁ ୬-୧ ଗୋଲରେ ହରାଇ ଅଷ୍ଟ୍ରେଲିଆ ଚାମ୍ପିୟନ ହୋଇଥିଲା। ଫଳରେ ନେଦରଲାଣ୍ଡ୍ସକୁ ରନର୍ସଅପ୍‌ରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ତେଣୁ ଏଥରର ମୁକାବିଲା ଗତ ସଂସ୍କରଣର ରି ମ୍ୟାଚ ସଦୃଶ ହେବାକୁ ଯାଉଛି। ଏଥର କିନ୍ତୁ ଅଷ୍ଟ୍ରେଲିଆ ସହିତ ଲଢ଼ିବାକୁ ନେଦରଲାଣ୍ଡ୍ସ ପ୍ରସ୍ତୁତ। କାରଣ ୧୫,୦୦୦ ଦର୍ଶକଙ୍କ ଉପସ୍ଥିତିରେ କ୍ବାର୍ଟର ଫାଇନାଲରେ ଭାରତକୁ ହରାଇବାପରେ ଦଳର ଆତ୍ମବିଶ୍ୱାସ ବଢ଼ି ଯାଇଛି। ଗତ ସଂସ୍କରଣର ପରାଜୟ ଗ୍ଳାନି ମଧ୍ୟ ମନରୁ ଯାଇନି। ତେଣୁ ଏଥର ଅଷ୍ଟ୍ରେଲିଆଠାରୁ ମଧୁର ପ୍ରତିଶୋଧ ନେବାକୁ ନେଦରଲାଣ୍ଡ୍ସ ପ୍ରସ୍ତୁତ।

 ହକି ବିଶ୍ୱକପ: ବେଲଜିୟମକୁ ଟକ୍କର ଦେବ ଇଂଲଣ୍ଡ

ହକି ବିଶ୍ୱକପ: ବେଲଜିୟମକୁ ଟକ୍କର ଦେବ ଇଂଲଣ୍ଡ

ଭୁୁବନେଶ୍ୱର, ୧୪।୧୨(କ୍ରୀଡ଼ା ପ୍ରତିନିଧି)-
କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ବିଶ୍ୱକପର ପ୍ରଥମ ସେମିଫାଇନାଲ ଶନିବାର ଇଂଲଣ୍ଡ ଓ ବେଲଜିୟମ ମଧ୍ୟରେ ଅନୁଷ୍ଠିତ ହେବ। ର଼୍ୟାଙ୍କିଙ୍ଗ୍‌ ଏବଂ ସାମ୍ପ୍ରତିକ ପ୍ରଦର୍ଶନ ଦୃଷ୍ଟିରୁ ବେଲଜିୟମର ପଲା ଭାରି ରହୁଲେ ହେଁ କଡ଼ା ଟକ୍କର ଦେବ ଇଂଲଣ୍ଡ। କାରଣ ର଼୍ୟାଙ୍କିଙ୍ଗ୍‌ ଦୃଷ୍ଟିରୁ ଇଂଲଣ୍ଡ (୭ମ ର଼୍ୟାଙ୍କ୍‌) ପଛରେ ଥିଲେ ହେଁ ଚଳିତ ଟୁର୍ନାମେଣ୍ଟରେ ଏପଯର୍‌ୟନ୍ତ ଚମତ୍କାର ପ୍ରଦର୍ଶନ କରି ଆସିଛି। ଦଳ ଚାଇନା ସହିତ ୨-୨ ଗୋଲରେ ମ୍ୟାଚ ଡ୍ର ରଖି ଅଭିଯାନ ଆରମ୍ଭ କରିିଥିବାବେଳେ ଦ୍ୱିତୀୟ ମ୍ୟାଚରେ ଅଷ୍ଟ୍ରେଲିଆଠାରୁ ୦-୩ ଗୋଲରେ ପରାଜିତ ହୋଇଥିଲା। ମାତ୍ର ଏହାପରେ ଏହି ଦଳ ଆଉ ପଛକୁ ଫେରି ଚାହିଁନି। କ୍ରମାଗତ ୩ ବିଜୟ ସହ ଦଳ ସେମିଫାଇନାଲରେ ପ୍ରବେଶ କରିଛି। ଅୟର୍ଲାଣ୍ଡ ବିପକ୍ଷରେ ୪-୨ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ୨-୦ ଗୋଲରେ ବିଜୟ ଦଳକୁ ଯେତେ ଆତ୍ମବିଶ୍ୱାସ ଯୋଗାଇ ନ ଥିଲା ଅଲିମ୍ପିକ୍ସ ଚାମ୍ପିୟନ ତଥା ବିଶ୍ୱର ୨ ନମ୍ବର ଦଳ ଆର୍ଜେଣ୍ଟିନାକୁ ୩-୨ ଗୋଲରେ ହରାଇବାପରେ ଦଳର ମନୋବଳ ବହୁ ପରିମାଣରେ ବଢ଼ି ଯାଇଛି। ବିଶ୍ୱର ୩ ନମ୍ବର ଦଳ ବେଲଜିୟମକୁ ଟକ୍କର ଦେବାକୁ ଏବେ ଇଂଲଣ୍ଡ ସମ୍ପୂର୍ଣ୍ଣ ପ୍ରସ୍ତୁତ।

ପୋଲିସ ସୁରକ୍ଷା ମାଗିଲା ରିୟଲ କଶ୍ମୀର

ପୋଲିସ ସୁରକ୍ଷା ମାଗିଲା ରିୟଲ କଶ୍ମୀର

ନୂଆଦିଲ୍ଲୀ,୧୪।୧୨(ପି.ଟି.)- ଦେଶର ଘରୋଇ ଫୁଟ୍‌ବଲ ଟୁର୍ନାମେଣ୍ଟ ଆଇ ଲିଗ୍‌ କ୍ଲବ ରିୟଲ କଶ୍ମୀର ଏଫ୍‌ସିକୁ ଆଗାମୀ ମ୍ୟାଚ୍‌ ଲାଗି ଅଭ୍ୟାସରୁ ବଞ୍ଚତ୍ତ ରଖିବାକୁ ଉଦ୍ୟମ କରାଯାଇଛି। 

ଭାରତୀୟ ମହିଳା ଦଳର କୋଚ୍‌ ଦୌଡ଼ରେ ୧୩ ଆବେଦକ

ଭାରତୀୟ ମହିଳା ଦଳର କୋଚ୍‌ ଦୌଡ଼ରେ ୧୩ ଆବେଦକ

ନୂଆଦିଲ୍ଲୀ,୧୪।୧୨- ଭାରତୀୟ ମହିଳା କ୍ରିକେଟ ଦଳର ମୁଖ୍ୟ କୋଚ୍‌ ଚୟନ ପ୍ରକ୍ରିୟା ଦିନକୁ ଦିନ କୌତୁହଳର ବିଷୟ ପାଲଟୁଛି। 

ସେମିରେ ସିନ୍ଧୁ, ସମୀର

ସେମିରେ ସିନ୍ଧୁ, ସମୀର

ନୂଆଦିଲ୍ଲୀ,୧୪।୧୨- ରିଓ ଅଲିମ୍ପିକ ରୌପ୍ୟ ପଦକଧାରୀ ପି. ଭି. ସିନ୍ଧୁ ଓ ସମୀର ବର୍ମ ଚାଇନାର ଗୁଆଙ୍ଗଝୋଠାରେ ଚାଲିଥିବା ବିଡବ୍ଲ୍ୟୁଏଫ୍‌ ଓ୍ବାଲର୍‌ଡ ଟୁର ଫାଇନାଲ୍ସ ଟୁର୍ନାମେଣ୍ଟର  ସେମିଫାଇନାଲରେ ପ୍ରବେଶ କରିଛନ୍ତି। 

ଗୋଟେ ହାତରେ ଦର୍ଶନୀୟ କ୍ୟାଚ୍‌ ଧରିଲେ କୋହଲି

ଗୋଟେ ହାତରେ ଦର୍ଶନୀୟ କ୍ୟାଚ୍‌ ଧରିଲେ କୋହଲି

ପର୍ଥ,୧୪।୧୨- ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ଭାରତୀୟ ଅଧିନାୟକ ବିରାଟ କୋହଲି ଦର୍ଶନୀୟ କ୍ୟାଚ୍‌ ଧରିଛନ୍ତି। 

ମାରାଡୋନାଙ୍କ ସ୍ବତନ୍ତ୍ର ଜର୍ସିର ମୂଲ୍ୟ ପ୍ରାୟ ୧୦ ଲକ୍ଷ

ମାରାଡୋନାଙ୍କ ସ୍ବତନ୍ତ୍ର ଜର୍ସିର ମୂଲ୍ୟ ପ୍ରାୟ ୧୦ ଲକ୍ଷ

ନାପ୍ଲେସ(ରୋମ),୧୪।୧୨- କିମ୍ବଦନ୍ତୀ ଫୁଟ୍‌ବଲ ଖେଳାଳି ଡିଏଗୋ ମାରାଡୋନାଙ୍କ ସ୍ବତନ୍ତ୍ର ନାପୋଲି କ୍ଲବ ଜର୍ସିକୁ ଗୁରୁବାର ତୁରିନଠାରେ ନିଲାମ କରାଯାଇଛି। ଏହି ଜର୍ସିକୁ ୧୨ ହଜାର ୟୁରୋର ମୂଲ୍ୟ ମିଳିଛି। 

୨୦୨୦ ଏସିଆ କପ୍‌ ଆୟୋଜନ କରିବ ପିସିବି

୨୦୨୦ ଏସିଆ କପ୍‌ ଆୟୋଜନ କରିବ ପିସିବି

କରାଚୀ,୧୪।୧୨- ଏସିଆ କପ୍‌ର ପରବର୍ତ୍ତୀ ସଂସ୍କରଣ  ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଆୟୋଜନ କରିବ।

ବସନ୍ତଙ୍କ ଘାତକ ବୋଲିଂ; ରାଜସ୍ଥାନ ୧୩୫ରେ ଅଲଆଉଟ୍‌

ବସନ୍ତଙ୍କ ଘାତକ ବୋଲିଂ; ରାଜସ୍ଥାନ ୧୩୫ରେ ଅଲଆଉଟ୍‌

ଭୁବନେଶ୍ୱର,୧୪।୧୨- ସ୍ଥାନୀୟ କିଟ୍‌ ଷ୍ଟାଡିୟମ୍‌ରେ ଚଳିତ ରଣଜୀ ସିଜନର ୬ଷ୍ଠ ପର୍ଯ୍ୟାୟ ମ୍ୟାଚ୍‌ ଓଡ଼ିଶା ଓ ରାଜସ୍ଥାନ ମଧ୍ୟରେ ଆରମ୍ଭ ହୋଇଯାଇଛି। 

ବାପା ହେବେ ଯୁବରାଜ

ବାପା ହେବେ ଯୁବରାଜ

ନୂଆଦିଲ୍ଲୀ,୧୪।୧୨: ବଲିଉଡ୍‌ ଅଭିନେତ୍ରୀ ତଥା କ୍ରିକେଟର ଯୁବରାଜ ସିଂଙ୍କ ପତ୍ନୀ ହେଜେଲ କିଚ୍‌ ଖୁବ୍‌ ଶୀଘ୍ର ମାଆ ହେବାକୁ ଯାଉଛନ୍ତି। ୨୦୧୬ ଡିସେମ୍ବର ୩୦ରେ ଉଭୟଙ୍କ ବିବାହ କରିଥିବା ବେଳେ ପାଖାପାଖି ୨ବର୍ଷ ପରେ ଏମାନେ ମାତାପିତା ହେବାକୁ ଯାଉଥିବା ଜଣାପଡିଛି। 

ଝାଡ଼ଖଣ୍ଡକୁ ହରାଇ ଫାଇନାଲରେ ଓଡ଼ିଶା

ଝାଡ଼ଖଣ୍ଡକୁ ହରାଇ ଫାଇନାଲରେ ଓଡ଼ିଶା

କଟକ ଅଫିସ,୧୪।୧୨- ଅରୁଣାଚଳପ୍ରଦେଶଠାରେ ଚାଲିଥିବା ସବ୍‌ଜୁନିୟର ବାଳକ ଜାତୀୟ ଫୁଟବଲ ଚାମ୍ପିୟନଶିପ୍‌ରେ ଓଡ଼ିଶା ଫାଇନାଲରେ ପ୍ରବେଶ କରିଛି। ଗୁରୁବାର ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ଓଡ଼ିଶା ୬-୨ ଗୋଲରେ ଝାଡ଼ଖଣ୍ଡକୁ ପରାସ୍ତ କରିଛି।