ଖେଳ |

ରାଜ୍ୟଗୋଷ୍ଠୀ କୁସ୍ତି: ଭାରତକୁ ୧୦ ସ୍ବର୍ଣ୍ଣ

ରାଜ୍ୟଗୋଷ୍ଠୀ କୁସ୍ତି: ଭାରତକୁ ୧୦ ସ୍ବର୍ଣ୍ଣ
ନୂଆଦିଲ୍ଲୀ, ୧୬।୧୨(ପି.ଟି.)- ଦକ୍ଷିଣ ଆଫ୍ରିିକାର ଜୋହାନ୍ସବର୍ଗଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କୁସ୍ତି ପ୍ରତିଯୋଗିତାରେ ଭାରତୀୟ କୁସ୍ତଯୋଦ୍ଧାମାନେ ଗ୍ରେକୋ ରୋମାନ ବର୍ଗରେ ୧୦ଟି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏହାବାଦ୍‌ ଭାରତକୁ ସମାନ ସଂଖ୍ୟକ ରୌପ୍ୟ ପଦକ ମଧ୍ୟ ମିିଳିଛି। ସ୍ବର୍ଣ୍ଣ ପଦକ ଜିତିଥିବା ପ୍ରତିଯୋଗୀମାନେ ହେଲେ ରାଜେନ୍ଦ୍ର କୁମାର (୫୫ କିଗ୍ରା), ମନୀଶ (୬୦ କିଗ୍ରା), ବିକାଶ (୬୩ କିଗ୍ରା), ଅନିଲ କୁମାର (୬୭ କିଗ୍ରା), ଆଦିତ୍ୟ କୁଣ୍ଡୁ (୭୨ କିଗ୍ରା), ଗୁରପ୍ରୀତ (୭୭ କିଗ୍ରା), ହରପ୍ରୀତ (୮୨ କିଗ୍ରା), ସୁନିଲ (୮୭ କିଗ୍ରା), ହରଦୀପ (୯୭ କିଗ୍ରା)। ସେହିଭଳି ନବୀନ (୫୫ କିଗ୍ରା), ଜ୍ଞାନେନ୍ଦ୍ର (୬୦ କିଗ୍ରା), ଗୌରବ ଶର୍ମା (୬୩ କିଗ୍ରା), ମନୀଶ (୬୭ କିଗ୍ରା), କୁଳଦୀପ ମଲିକ (୭୨ କିଗ୍ରା), ମନଜୀତ (୭୭ କିଗ୍ରା), ଅମରନାଥ (୮୨ କିଗ୍ରା), ପ୍ରଭପାଲ ସିଂ (୮୭ କିଗ୍ରା), ସୁମିତ (୯୭ କିଗ୍ରା) ଓ ସୋନୁ (୧୩୦ କିଗ୍ରା) ରୌପ୍ୟ ପଦକ ଅର୍ଜନ କରିଛନ୍ତି। ଆସନ୍ତା ରବିବାର ମହିଳା କୁସ୍ତଯୋଦ୍ଧା ବିଭିନ୍ନ ବର୍ଗର ଇଭେଣ୍ଟ ଅନୁଷ୍ଠିତ ହେବ।
All Right Reserved By

ଖେଳ |

ୟାମାଗୁଚିଙ୍କୁ ହରାଇଲେ ସିନ୍ଧୁ

ୟାମାଗୁଚିଙ୍କୁ ହରାଇଲେ ସିନ୍ଧୁ

ଗୁଆଙ୍ଗଝୋ,୧୨।୧୨- ଅଲିମ୍ପିକ୍‌ ରୌପ୍ୟ ପଦକଧାରୀ ପି. ଭି. ସିନ୍ଧୁ ସିଜନର ଅନ୍ତିମ ଟୁର୍ନାମେଣ୍ଟ ଓ୍ବାଲର୍‌ଡ ଟୁର ଫାଇନାଲ୍ସରେ ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି। 

୬ ବଲରେ ୬ଟି ଛକ୍କା ମାରି ଇଂଲଣ୍ଡ ଟିମ୍‌କୁ କନ୍ଦାଇ ଦେଇଥିଲେ ଯୁବରାଜ

୬ ବଲରେ ୬ଟି ଛକ୍କା ମାରି ଇଂଲଣ୍ଡ ଟିମ୍‌କୁ କନ୍ଦାଇ ଦେଇଥିଲେ ଯୁବରାଜ

ନୂଆଦିଲ୍ଲୀ, ୧୨।୧୨: ଭାରତୀୟ କ୍ରିକେଟର ଯୁବରାଜ ସିଂ ବୁଧବାର ୩୭ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୧ ଡିସେମ୍ବର ୧୨ରେ ଚଣ୍ଡିଗଡ଼ଠାରେ ଜନ୍ମଗ୍ରହଣ କରିଥିଲେ। 

ସିରିଜ ବରାବର୍‌ କଲା ଓ୍ବେଷ୍ଟଇଣ୍ଡିଜ

ସିରିଜ ବରାବର୍‌ କଲା ଓ୍ବେଷ୍ଟଇଣ୍ଡିଜ

ଢାକା, ୧୨।୧୨(ଏଏଫ୍‌ପି)- ଓପନିଂ ବ୍ୟାଟ୍ସ୍‌ମ୍ୟାନ ସାଇ ହୋପ୍‌ଙ୍କ ଦମ୍‌ଦାର ଅପରାଜିତ ଶତକ ବଳରେ ଓ୍ବେଷ୍ଟଇଣ୍ଡିଜ ଦଳ ମଙ୍ଗଳବାର ଏଠାରେ ଅନୁଷ୍ଠିତ ୨ୟ ଦିନିକିଆ କ୍ରିକେଟ ମ୍ୟାଚ୍‌ରେ ଘରୋଇ ବାଂଲାଦେଶକୁ ୪ ଉଇକେଟ୍‌ରେ ପରାସ୍ତ କରିଛି। 

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: ଶୀର୍ଷରେ କୋହଲି ସ୍ଥିର, ଟପ୍‌-୫ରେ ପୂଜାରା

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: ଶୀର୍ଷରେ କୋହଲି ସ୍ଥିର, ଟପ୍‌-୫ରେ ପୂଜାରା

ଦୁବାଇ, ୧୨।୧୨(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ପକ୍ଷରୁ ସଦ୍ୟ ପ୍ରକାଶିତ ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ ବ୍ୟାଟିଂ ତାଲିକାରେ ଭାରତୀୟ ଅଧିନାୟକ ବିରାଟ କୋହଲି ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ସେହିଭଳି ସଦ୍ୟ ସମାପ୍ତ ଆଡିଲେଡ୍‌ ଟେଷ୍ଟର ଉଭୟ ଇନିଂସରେ ଯଥାକ୍ରମେ ୧୨୩ ଓ ୭୧ ରନର ମ୍ୟାଚ ବିଜୟୀ ଇନିଂସ ଖେଳିଥିବା ଚେତେଶ୍ୱର ପୂଜାରା ଟପ୍‌-୫କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। 

୨୩ ବର୍ଷରୁ କମ୍‌ ସିକେ ନାଇଡୁ ଟ୍ରଫି: ରେଲ୍‌ୱେ- ଓଡିଶା ମ୍ୟାଚ ଡ୍ର

୨୩ ବର୍ଷରୁ କମ୍‌ ସିକେ ନାଇଡୁ ଟ୍ରଫି: ରେଲ୍‌ୱେ- ଓଡିଶା ମ୍ୟାଚ ଡ୍ର

ସମ୍ବଲପୁର,୧୨।୧୨ (ବ୍ୟୁରୋ)- ସମ୍ବଲପୁର ବୀରସୁରେନ୍ଦ୍ର ସାଏ ଷ୍ଟାଡିୟମରେ ଚାଲିଥିବା ୨୩ ବର୍ଷରୁ କମ୍‌ କର୍ନେଲ ସିକେ ନାଇଡୁ ରେଲ୍‌ୱେ ବନାମ ଓଡିଶା କ୍ରିକେଟ ମ୍ୟାଚ ମଙ୍ଗଳବାର ଡ୍ର’ ହୋଇଛି। ଫଳରେ ପ୍ରଥମ ଇନିଂସ ରନ ଅଗ୍ରଣୀ ହେତୁ ଓଡିଶା ୩ ପଏଣ୍ଟ ହାସଲ କରିଥିବା ବେଳେ  ରେଲ୍‌ୱେ ଗୋଟିଏ ପଏଣ୍ଟରେ ସନ୍ତୁଷ୍ଟ ହୋଇଛି। ରେଳୱେ ପ୍ରଥମ ଇନିଂସରେ ସମସ୍ତ ଉଇକେଟ ହରାଇ ୧୧୩ ରନ କରିଥିଲା ।

ସ୍ବଦେଶ ଫେରିଲେ ଚାଇନା, ସ୍ପେନ

ସ୍ବଦେଶ ଫେରିଲେ ଚାଇନା, ସ୍ପେନ

ଭୁବନେଶ୍ୱର, ୧୨।୧୨(କ୍ରୀଡ଼ା ପ୍ରତିନିଧି)-ଭୁବନେଶ୍ୱରରେ ଚାଲିଥିବା ହକିି ବିଶ୍ୱକପରେ ଭାଗ ନେଇଥିବା ୧୬ ଦଳ ମଧ୍ୟରୁ ମଙ୍ଗଳବାର ପ୍ରଥମ ପର୍ଯ୍ୟାୟରେ ସ୍ବଦେଶ ଫେରିଛନ୍ତି ସ୍ପେନ ଓ ଚାଇନା। ସ୍ପେନ ଦକ୍ଷତା ଅନୁସାରେ ପ୍ରଦର୍ଶନ କରି ନ ପାରି ପୁଲ୍‌ ପର୍ଯ୍ୟାୟରୁ ବିଦାୟ ନେଇଥିଲା।

ଆକାଶବାଣୀ ପକ୍ଷରୁ ଧାରାବିବରଣୀ

ଆକାଶବାଣୀ ପକ୍ଷରୁ ଧାରାବିବରଣୀ

ଭୁବନେଶ୍ୱର, ୧୨।୧୨(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ବିଶ୍ୱକପର ଧାରାବିବରଣୀ ମଙ୍ଗଳବାରଠାରୁ ଆକାଶବାଣୀ ପକ୍ଷରୁ ଆରମ୍ଭ ହୋଇଛି। ହିନ୍ଦୀ ଓ ଇଂଲିଶରେ ଏହି ଧାରାବିବରଣୀର ସିଧା ପ୍ରସାରଣ କରାଯାଇଛି। 

ହକିକୁ ଅଧିକ ଲୋକପ୍ରିୟ କରାଇବାକୁ ଯୋଜନା

ହକିକୁ ଅଧିକ ଲୋକପ୍ରିୟ କରାଇବାକୁ ଯୋଜନା

ଭୁବନେଶ୍ୱର, ୧୨।୧୨(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ବିଶ୍ୱକପକୁ ଏପର୍ଯ୍ୟନ୍ତ ଅଦ୍ଭୁତପୂର୍ବ ଦର୍ଶକ ସମର୍ଥନ ମିଳିଛି। ଏପର୍ଯ୍ୟନ୍ତ ମ୍ୟାଚ ଗୁଡ଼ିକ ସୁରୁଖୁରୁରେ ସମ୍ପନ୍ନ ହୋଇଥିବାବେଳେ ଓଡ଼ିଶାରେ ହକିର ଲୋକପ୍ରିୟତା ସାରା ବିଶ୍ୱ ଦେଖିଛି। 

ଚାମ୍ପିୟନ ଅଫ୍‌ ଚାମ୍ପିୟନ ଟାଇଟଲ ବଜାୟ ରଖିଲେ ପ୍ରମୋଦ

ଚାମ୍ପିୟନ ଅଫ୍‌ ଚାମ୍ପିୟନ ଟାଇଟଲ ବଜାୟ ରଖିଲେ ପ୍ରମୋଦ

କଟକ ଅଫିସ,୧୨ା୧୨-ବାହୁକୁସ୍ତି କ୍ରୀଡ଼ା କ୍ଷେତ୍ରରେ ପୁନର୍ବାର ଇତିହାସ ରଚିଛି ଓଡ଼ିଶା। ରାଜ୍ୟ ବାହୁକୁସ୍ତି ଖେଳାଳି ପ୍ରମୋଦ ମୁଖୀ ଦିଲ୍ଲୀର ତ୍ୟାଗରାଜ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ଜାତୀୟ ବାହୁକୁସ୍ତି ଚାମ୍ପିୟନଶିପ୍‌ରେ ଭାଗ ନେଇ ଚାମ୍ପିୟନ ଅଫ୍‌ ଚାମ୍ପିୟନ ଟାଇଟଲ ବିଜୟୀ ହୋଇଛନ୍ତି। 

ବିଧାୟିକା ହେଲେ କ୍ରିଷ୍ଣା ପୁନିଆ

ବିଧାୟିକା ହେଲେ କ୍ରିଷ୍ଣା ପୁନିଆ

ନୂଆଦିଲ୍ଲୀ,୧୨।୧୨(ପି.ଟି.)- ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜୟିନୀ ତଥା ମହିଳା ଡିସ୍‌କସ୍‌ ଥ୍ରୋୟର କ୍ରିଷ୍ଣା ପୁନିଆ ଏବେ ନୂଆ ଇନିଂସ ଆରମ୍ଭ କରିଛନ୍ତି। ସେ ରାଜସ୍ଥାନର ସାଦୁଲପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି।

ଆକ୍ରମଣାତ୍ମକ ଆଭିମୁଖ୍ୟକୁ ବଦଳାଇବୁ ନାହିଁ: ମନପ୍ରୀତ୍‌

ଆକ୍ରମଣାତ୍ମକ ଆଭିମୁଖ୍ୟକୁ ବଦଳାଇବୁ ନାହିଁ: ମନପ୍ରୀତ୍‌

ଭୁବନେଶ୍ୱର,୧୨।୧୨(ସ୍ପୋଟର୍‌ସ ବ୍ୟୁରୋ)-  ଚଳିତ ହକି ବିଶ୍ୱକପ୍‌ କ୍ୱାର୍ଟର ଫାଇନାଲରେ ଭାରତ କ୍ୱାର୍ଟର ଫାଇନାଲରେ ଗୁରୁବାର ନେଦରଲାଣ୍ଡ୍ସକୁ ଭେଟିବ। ଏହି ନିର୍ଣ୍ଣାୟକ ତଥା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ପାଇଁ ଆମେ ରଣନୀତି ପ୍ରସ୍ତୁତ କରିଛୁ ବୋଲି ଭାରତୀୟ ଅଧିନାୟକ ମନପ୍ରୀତ୍‌ ସିଂ କହିଛନ୍ତି। 

ଦ୍ୱିତୀୟ କ୍ୱାର୍ଟର ଫାଇନାଲ: ଫ୍ରାନ୍ସ ବିପକ୍ଷରେ ଅଷ୍ଟ୍ରେଲିଆ ଫେଭରାଇଟ୍‌

ଦ୍ୱିତୀୟ କ୍ୱାର୍ଟର ଫାଇନାଲ: ଫ୍ରାନ୍ସ ବିପକ୍ଷରେ ଅଷ୍ଟ୍ରେଲିଆ ଫେଭରାଇଟ୍‌

ଭୁବନେଶ୍ୱର, ୧୨।୧୨(ସ୍ପୋଟର୍‌ସ ବ୍ୟୁରୋ)- ବୁଧବାର ଖେଳାଯିବାକୁଥିବା ହକି ବିଶ୍ୱକପ୍‌ ଦ୍ୱିତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆ ଓ ଟୁର୍ନାମେଣ୍ଟର ସବୁଠାରୁ ନିମ୍ନ ର଼୍ୟାଙ୍କର ଦଳ ଫ୍ରାନ୍ସକୁ ଭେଟିବ।