ଅନ୍ତର୍ଜାତୀୟ |

ସ୍ମୃତିରକ୍ଷା ଉଦ୍ଧେଶ୍ୟରେ ଡାକ ଟିକେଟ: ବାଂଲାଦେଶ

ସ୍ମୃତିରକ୍ଷା ଉଦ୍ଧେଶ୍ୟରେ ଡାକ ଟିକେଟ: ବାଂଲାଦେଶ

ଢାକା,୧୬।୧୨: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା ଶନିବାର ବିଜୟ ଦିବସ ଅବସରରେ ଏକ ସ୍ମାରକୀ ଡାକଟିକେଟ ଉନ୍ମୋଚନ କରିଛନ୍ତି। ବର୍ତ୍ତମାନ ଏହା କେବଳ ଢାକା ଜିପିଓରେ ଉବଲବ୍ଧ ହେଉଥିବା ବେଳେ ଆଗାମୀ ଦିନରେ ଏହା ବାଂଲଦେଶର ସମସ୍ତ ଡାକଘରେ ମିଳିପାରିବ ବୋଲି ସୂଚନା ମିଳିଛି। ଡିସେମ୍ବର ୧୬କୁ ଭାରତ ଓ ବାଂଲାଦେଶ ବିଜୟ ଦିବସ ଭାବେ ପାଳନ କରୁଥିବା ବେଳେ ବାଂଲାଦେଶ ଏହାକୁ ଛୁଟି ଦିବସ ଭାବେ ଘୋଷଣା କରିଛି।

All Right Reserved By

ଅନ୍ତର୍ଜାତୀୟ |

ଫିଫା ବିଶ୍ୱକପ: କଲମ୍ବିଆକୁ ହରାଇ ବିପର୍ଯ୍ୟୟ ଘଟାଇଲା ଜାପାନ

ଫିଫା ବିଶ୍ୱକପ: କଲମ୍ବିଆକୁ ହରାଇ ବିପର୍ଯ୍ୟୟ ଘଟାଇଲା ଜାପାନ

ସାରାନସ୍କ, ୧୯।୬(ଏଏଫପି)- ଫିଫା ବିଶ୍ୱକପର ମଙ୍ଗଳବାର ଅନୁଷ୍ଠିତ ଗ୍ରୁପ ‘ଏଚ୍‌’ ମ୍ୟାଚରେ କଲମ୍ବିଆକୁ ୨-୧ ଗୋଲରେ ହରାଇ ଜାପାନ ବିପର୍ଯ୍ୟୟ ସୃଷ୍ଟି କରିଛି। ମ୍ୟାଚର ୨ୟ ମିନିଟରେ କାର୍ଲୋସ ସାଞ୍ଚେଜ ରେଡ୍‌ କାର୍ଡ ପାଇବା କଲମ୍ବିଆ ପାଇଁ ମହଙ୍ଗା ପଡ଼ିଥିବାବେଳେ ପୂରା ମ୍ୟାଚରେ ଦଳ ୧୦ ଜଣରେ ଖେଳିଥିଲା। ଫୁଟବଲ ବିଶ୍ୱକପରେ କୌଣସି ସାଉଥ୍‌ ଆମେରିକାନ ଫୁଟବଲ କନ୍‌ଫେଡେରେଶନ ଦଳ ବିପକ୍ଷରେ ଏକ ଏସିଆନ ଫୁଟବଲ କନ୍‌ଫେଡେରେଶନ ଦଳ ଜିତିବା ଏହାଥିଲା ପ୍ରଥମ ଘଟଣା। ୨୦୧୪ ବ୍ରାଜିଲ ବିଶ୍ୱକପରେ କଲମ୍ବିଆ

ପଛରେ ଭାରତ

ପଛରେ ଭାରତ

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୧୯।୬: ପାକିସ୍ତାନ ଓ ଚାଇନା ଅପେକ୍ଷା ଭାରତ ନିକଟରେ କମ୍‌ ପରିମାଣର ପରମାଣୁ ଅସ୍ତ୍ରଶସ୍ତ୍ର ରହିଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି।

ରୋହିଙ୍ଗ୍ୟା ଶିବିରର ମୁଖ୍ୟଙ୍କୁ ହତ୍ୟା

ରୋହିଙ୍ଗ୍ୟା ଶିବିରର ମୁଖ୍ୟଙ୍କୁ ହତ୍ୟା

ଢାକା,୧୯।୬: ବାଂଲାଦେଶର ଉଖିୟାରେ ଥିବା ବାଲୁଖାଇ ଶିବିରର ୧୧ ନମ୍ବର ବ୍ଲକରେ ରହୁଥିବା ରୋହିଙ୍ଗ୍ୟା ଶିବିରର ମୁଖ୍ୟ ଆରିଫ ଉଲ୍ଲା(୩୫)ଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି।

ମହାକାଶରେ ଆମେରିକାର ରାଜୁତି ଯୋଜନା: ତିଆରି ହେବ ସ୍ପେସ୍‌ ଫୋର୍ସ

ମହାକାଶରେ ଆମେରିକାର ରାଜୁତି ଯୋଜନା: ତିଆରି ହେବ ସ୍ପେସ୍‌ ଫୋର୍ସ

ଓ୍ବାଶିଂଟନ,୧୯।୬: ଆମେରିକା ମହାକାଶରେ ରାଜୁତି କରିବା ଯୋଜନା ଆରମ୍ଭ କରିଛି। ଏନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସ୍ପେସ୍‌ ଫୋର୍ସ ତିଆରି କରିବା ଲାଗି ପେଣ୍ଟାଗନକୁ ନିର୍ଦ୍ଦେଶ ଦେଇଛନ୍ତି।

ନିର୍ଦ୍ଦୋଷରେ ୨୫ ବର୍ଷ ଜେଲଦଣ୍ଡ

ନିର୍ଦ୍ଦୋଷରେ ୨୫ ବର୍ଷ ଜେଲଦଣ୍ଡ

ଓ୍ବାଶିଂଟନ,୧୯।୬: ଅଦାଲତ ଏବଂ ସରକାରୀ କଳର ଭୁଲ ଯୋଗୁ ଜଣେ ନିର୍ଦ୍ଦୋଷ ବ୍ୟକ୍ତିଙ୍କୁ ଭୋଗିବାକୁ ପଡ଼ିଛି ୨୫ ବର୍ଷ ଜେଲଦଣ୍ଡ। ଆମେରିକାରେ ଘଟିଛି ଏପରି ଏକ ଘଟଣା।

ଏଫିଲ୍‌ ଟାଓ୍ବାରରେ ଲାଗିବ ୩ଶହ କୋଟି ଟଙ୍କାର କାଚ

ଏଫିଲ୍‌ ଟାଓ୍ବାରରେ ଲାଗିବ ୩ଶହ କୋଟି ଟଙ୍କାର କାଚ

ଫ୍ରାନ୍ସ,୧୮।୬: ଫ୍ରାନ୍ସରେ ଥିବା ଏଫିଲ୍‌ ଟାଓ୍ବାର ସାରା ବିଶ୍ୱରେ ବେଶ୍‌ ପରିଚିତ। ଏହା ସର୍ବୋଚ୍ଚ ଟାଓ୍ବାରର ମାନ୍ୟତା ପାଇଛି। ଏବେ ଏହାର ସୁରକ୍ଷା ପାଇଁ ଖର୍ଚ୍ଚ ହେଉଛି ପାଖାପାଖି ୩ଶହ କୋଟି ଟଙ୍କା।

ଲାଇଫ୍‌ ସପୋର୍ଟ ମେସିନ୍‌ରେ କୁଲସୁମ୍‌ ନଓ୍ବାଜ

ଲାଇଫ୍‌ ସପୋର୍ଟ ମେସିନ୍‌ରେ କୁଲସୁମ୍‌ ନଓ୍ବାଜ

ଲଣ୍ଡନ,୧୮।୬: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କ ପତ୍ନୀ କୁଲସୁମ୍‌ ନଓ୍ବାଜଙ୍କ ସ୍ବାସ୍ଥ୍ୟବସ୍ଥାରେ ଅବନତି ଦେଖାଦେଇଛି। ଏବେ ସେ ଲାଇଫ୍‌ ସପୋର୍ଟ ମେଶିନ୍‌ରେ ଥିବା ସୂଚନା ମିଳିଛି।

ସିରିଆ ସେନା ଉପରେ ଆମେରିକାର ଆକ୍ରମଣ

ସିରିଆ ସେନା ଉପରେ ଆମେରିକାର ଆକ୍ରମଣ

ଦାମସକସ,୧୮।୬: ସିରିଆର ଉତ୍ତର-ପୂର୍ବରେ ଥିବା ବୁକମାଲ ସହରରେ ଆମେରିକା ଆକ୍ରମଣ କରିଛି। ଏଠାରେ ଇସଲାମିକ ଷ୍ଟେଟ ଜିହାଦ ଗ୍ରୁପ ଉପସ୍ଥିତ ଥିବା ସନ୍ଦେହ କରି ଆମେରିକା ପକ୍ଷରୁ ଏହି ଆକ୍ରମଣ କରାଯାଇଛି।

ଗ୍ରୀସ୍‌-ମ୍ୟାସିଡ଼ୋନିଆ: ୨୭ ବର୍ଷର ବିବାଦ ଶେଷ

ଗ୍ରୀସ୍‌-ମ୍ୟାସିଡ଼ୋନିଆ: ୨୭ ବର୍ଷର ବିବାଦ ଶେଷ

ସାରାଡ଼େସ୍‌,୧୮।୬: ଗ୍ରୀସ୍‌ ଓ ମ୍ୟାସିଡ଼ୋନିଆ ମଧ୍ୟରେ ୨୭ ବର୍ଷର ବିବାଦ ଶେଷ ହୋଇଛି। ୧୯୯୧ରେ ୟୁଗୋସ୍ଲୋଭିଆଠାରୁ ଅଲଗା ହେବା ପରେ ନାମକୁ ନେଇ ଦୁଇ ଦେଶ ମଧ୍ୟରେ ଚାଲିଥିଲା ବିବାଦ। ତେବେ ଏଣିକି ମ୍ୟାସିଡ଼ୋନିଆ ରିପବ୍ଲିକ୍‌ ଅଫ ନର୍ଥ ମ୍ୟାସିଡ଼ୋନିଆ ନାମରେ ପରିଚିତ ହେବ।

ନ୍ୟୁଜର୍ସିରେ ଗୁଳିକାଣ୍ଡ: ଜଣେ ମୃତ ୨୦ ଆହତ

ନ୍ୟୁଜର୍ସିରେ ଗୁଳିକାଣ୍ଡ: ଜଣେ ମୃତ ୨୦ ଆହତ

ଓ୍ବାଶିଂଟନ, ୧୮।୬: ଆମେରିକା ନ୍ୟୁଜର୍ସିରେ ଟ୍ରେଣ୍ଟନରେ ଏକ ଉତ୍ସବସ୍ଥଳରେ ଗୁଳିକାଣ୍ଡ ଘଟି ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨୦ ଆହତ ହୋଇଛନ୍ତି। ମୃତକ ଗୁଳି କାଣ୍ଡ ଭିଆଇଥିବା ପୋଲିସ କହିଛି। ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଜାପାନରେ ଭୂକମ୍ପ: ବୁଲେଟ୍‌ ଟ୍ରେନ୍‌ ଚଳାଚଳ ବନ୍ଦ

ଜାପାନରେ ଭୂକମ୍ପ: ବୁଲେଟ୍‌ ଟ୍ରେନ୍‌ ଚଳାଚଳ ବନ୍ଦ

ଟୋକିଓ,୧୮।୬: ଜାପାନରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ଥିଲା ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚିତ କରାଯାଇଛି। ପଶ୍ଚିମ ଜାପାନର ଓସାକା ଅଞ୍ଚଳରେ ଭୂକମ୍ପ ହେବାରୁ ଲୋକମାନେ ଭୟରେ ଘରୁ ବାହାରକୁ ପଳାଇଆସିଥିଲେ।

ଭାରତୀୟ ଦୂତାବାସ ଦ୍ୱାରା ନେପାଳରେ ଯୋଗ ଶିବିର ଆୟୋଜନ

ଭାରତୀୟ ଦୂତାବାସ ଦ୍ୱାରା ନେପାଳରେ ଯୋଗ ଶିବିର ଆୟୋଜନ

କାଠମାଣ୍ଡୁ,୧୭।୬: ନେପାଳ କାଠମାଣ୍ଡୁରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ମୁକ୍ତିନାଥ ମନ୍ଦିରରେ ଏକ ଯୋଗ ଶିବିରର ଆୟୋଜନ କରାଯାଇଛି। ସମୁଦ୍ର ପତନଠାରୁୁ ୧୨ ହଜାର ୫ଶହ ଫୁଟ ଉପରେ କେତେଜଣ ଭିକ୍ଷୁ ଓ ସ୍ଥାନୀୟ ଲୋକେ ୪ର୍ଥ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳନ କରିଛନ୍ତି।

Model This Week

ପ୍ରଭାତ