Dharitri News
ମେଟ୍ରୋ |

ଅଳିଆ ଗଦାରେ ନବଜାତ ଶିଶୁପୁତ୍ର

ଅଳିଆ ଗଦାରେ ନବଜାତ ଶିଶୁପୁତ୍ର ଭୁବନେଶ୍ୱର, ୧୬।୧୨(ବ୍ୟୁରୋ)- ରାଜଧାନୀରେ ଶନିବାର ସକାଳେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଶହୀଦନଗର ଥାନା ଅନ୍ତର୍ଗତ ସୈନିକ ସ୍କୁଲ ନ୍ୟୁ ଗଭର୍ନମେଣ୍ଟ କଲୋନୀ ନିକଟ ଅଳିଆ ଗଦାରେ ଏକ ନବଜାତ ଶିଶୁପୁତ୍ର ପଡ଼ିଥିବା ଦେଖାଯାଇଥିଲା। କେହି ଶିଶୁପୁତ୍ରକୁ ଏକ ବ୍ୟାଗ୍‌ରେ ଭର୍ତ୍ତିକରି ଅଳିଆ ଗଦାକୁ ଫିଙ୍ଗିଦେଇଥିଲେ। ସକାଳୁ ବିଏମ୍‌ସିର ସଫେଇ କର୍ମଚାରୀ ରେଖା ନାୟକ ସେଠାରେ ଅଳିଆ ସଫା କରିବାବେଳେ ତାଙ୍କ ନଜରକୁ ଏହା ଆସିଥିଲା। ସେ ଏ ସମ୍ପର୍କରେ ସ୍ଥାନୀୟ ଲୋକଙ୍କୁ ଜଣାଇବା ସହ ପୋଲିସକୁ ଖବର ଦେଇଥିଲେ। ପିସିଆର ଭ୍ୟାନ୍‌ ପହଞ୍ଚି ବ୍ୟାଗ୍‌ ଭିତରୁ ଶିଶୁପୁତ୍ରକୁ ଉଦ୍ଧାର କରି ନିକଟରେ ଥିବା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଛି। ସିଡବ୍ଲ୍ୟୁସି ନିର୍ଦ୍ଦେଶ କ୍ରମେ ଚାଇଲ୍ଡଲାଇନ୍‌ ସଦସ୍ୟ ହସ୍ପିଟାଲରେ ପହଞ୍ଚତ୍ ଶିଶୁପୁତ୍ର ବିଷୟରେ ପଚାରି ବୁଝିଥିଲେ। ପ୍ରଥମେ ଶିଶୁପୁତ୍ରଟିକୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିବା ପୂର୍ବରୁ ହସ୍ପିଟାଲ କର୍ତ୍ତୃପକ୍ଷ ୭୫ ହଜାର ଟଙ୍କା ଦାବି କରିଥିଲେ। ପରେ ସିଡବ୍ଲ୍ୟୁସି ମାଗଣାରେ ଚିକିତ୍ସା କରିବାକୁ ନିର୍ଦ୍ଦେଶ ଦେବା ପରେ କର୍ତ୍ତୃପକ୍ଷ ଶିଶୁଟିର ଚିକିତ୍ସା ଆରମ୍ଭ କରିଥିଲେ। ଶିଶୁଟିର ପାଟିରୁ ରକ୍ତସ୍ରାବ ହେଉଥିବାରୁ ତା’କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଛି। ତାର ସ୍ବାସ୍ଥ୍ୟାବସ୍ଥା ଜଟିଳ ଥିବା ଡାକ୍ତର କହିଛନ୍ତି। ଅନ୍ୟପଟେ ଶିଶୁପୁତ୍ରକୁ ଅଳିଆ ଗଦାରେ କିଏ ପିଙ୍ଗିଲା ସେନେଇ ପୋଲିସ ଖୋଳତାଡ ଆରମ୍ଭ କରିଛି। ଚାଇଲ୍ଡଲାଇନ୍‌ ପକ୍ଷରୁ ଏନେଇ ଶହୀଦନଗର ଥାନାରେ ହତ୍ୟା ଉଦ୍ୟମ ଅଭିଯୋଗ କରାଯିବ। ପୋଲିସ ଏ ନେଇ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବ ବୋଲି ଜଣାପଡିଛି। ଶିଶୁପୁତ୍ରଟି କୌଣସି ମହିଳାଙ୍କ ଅବୈଧ ସମ୍ପର୍କରୁ ଜନ୍ମ ନେଇଥିବା ପୋଲିସ ସନ୍ଦେହ କରୁଛି। ଉକ୍ତ ଅଞ୍ଚଳର କୌଣସି ମହିଳା ସନ୍ଦେହଘେରକୁ ଆସିଲେ ଶିଶୁପୁତ୍ରର ଡିଏନ୍‌ଏ ପରୀକ୍ଷା କରାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି। ଶିଶୁକୁ ଫିଙ୍ଗିଥିବା ବ୍ୟକ୍ତି ଧରାପଡିଲେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସମ୍ପୃକ୍ତ ଅଧିକାରୀ କହିଛନ୍ତି। ସୂଚନାଯୋଗ୍ୟ, ରାଜଧାନୀର ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ଫରେଷ୍ଟ ପାର୍କ ଡ୍ରେନ୍‌, ମେ’ ଫେୟାର ଡ୍ରେନ୍‌ ଓ ପଳାଶୁଣୀଡ୍ରେନରୁ ନବଜାତ ଶିଶୁଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ଏସବୁ ମାମଲାରେ ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହୋଇଛି।

ମେଟ୍ରୋ |

ଭୋଟକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ, ୩ ଗୁରୁତର

ଭୋଟକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ, ୩ ଗୁରୁତର

କୃଷ୍ଣପ୍ରସାଦ,୧୯।୧(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ବଡ଼ଅଁଳ ପଞ୍ଚାୟତ ରସକୁଦି ଗ୍ରାମରେ ଶୁକ୍ରବାର ଓ୍ବାର୍ଡମେମ୍ବର ଭୋଟକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଉଭୟ ଗୋଷ୍ଠୀର ୩ ଗୁରୁତର ଆହତ ହୋଇଛନ୍ତି।

ପୂର୍ବ ଶତୃତାକୁ କେନ୍ଦ୍ରକରି ଦୋକାନ ପୋଡିଲେ ଦୁର୍ବୃତ୍ତ

ପୂର୍ବ ଶତୃତାକୁ କେନ୍ଦ୍ରକରି ଦୋକାନ ପୋଡିଲେ ଦୁର୍ବୃତ୍ତ

କଣ୍ଟାପଡ଼ା, ୧୯।୧(ଡି.ଏନ୍‌.ଏ.): ଗୋବିନ୍ଦପୁର ଥାନା ଅନ୍ତର୍ଗତ କୂଳ ବ୍ରାହ୍ମଣସାଇଲୋ ବଜାରରେ ଜଣେ ବ୍ୟକ୍ତିଙ୍କ ଜଳଖିଆ ଦୋକାନରେ ଗୁରୁବାର ରାତିରେ କେତେକ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଶୁକ୍ରବାର ଥାନାରେ ଅଭିଯୋଗ ହୋଇଛି।

ତହସିଲଦାରଙ୍କ ବଦଳି ବାତିଲ ଦାବିରେ ଗଣଧାରଣା

ତହସିଲଦାରଙ୍କ ବଦଳି ବାତିଲ ଦାବିରେ ଗଣଧାରଣା

କଣ୍ଟାପଡ଼ା, ୧୯।୧(ଡି.ଏନ୍‌.ଏ.): କଟକ ଜିଲା କଣ୍ଟାପଡ଼ା ତହସିଲଦାର ସିଦ୍ଧାର୍ଥ ଶଙ୍କର ସାହୁଙ୍କ ବଦଳି ପ୍ରତିବାଦରେ ଗ୍ରାମାଞ୍ଚଳ ବିକାଶ ପରିଷଦ ପକ୍ଷରୁ ଶୁକ୍ରବାର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି।

ଭାଜପାର ମିଶନ ଓଡ଼ିଶାରେ ସାମିଲ ହେଲେ ରମାରଞ୍ଜନ

ଭାଜପାର ମିଶନ ଓଡ଼ିଶାରେ ସାମିଲ ହେଲେ ରମାରଞ୍ଜନ

ସାକ୍ଷୀଗୋପାଳ, ୧୯।୧(ଡି.ଏନ୍‌.ଏ.): ପୁରୀ ଜିଲା ସତ୍ୟବାଦୀର ପୁର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂହ ବିଜେଡି ଛାଡ଼ିବା ପରେ ଭାଜପାରେ ମିଶିବା ନିଶ୍ଚିତ ହୋଇଛି। ଶନିବାର ଭାଜପାର ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହେବ।

ନେତାଜୀ ମ୍ୟୁଜିୟମରେ ତାଲା, ସମ୍ମୁଖରେ ବିକ୍ଷୋଭ

ନେତାଜୀ ମ୍ୟୁଜିୟମରେ ତାଲା, ସମ୍ମୁଖରେ ବିକ୍ଷୋଭ

ପୁରୀ ଅଫସ, ୧୯।୧: ଆସନ୍ତା ୨୩ ତାରିଖରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ। ଏହି ଅବସରରେ ପୁରୀସ୍ଥିତ ଗୋପାଳବଲ୍ଲଭ ଲେନ୍‌ଠାରେ ନିର୍ମାଣାଧୀନ ନେତାଜୀଙ୍କ ମ୍ୟୁଜିୟମରେ ତାଲା ପଡିଥିବା ବେଳେ ତାହା ଖୋଲିପାରିବ ନାହିଁ।

ଏଣିକି ଭକ୍ତ ଦେଖିବେ ହୁଣ୍ଡି ଗଣତି

ଏଣିକି ଭକ୍ତ ଦେଖିବେ ହୁଣ୍ଡି ଗଣତି

ପୁରୀ ଅଫିସ,୧୮।୧: ଏଣିକି ଶ୍ରୀମନ୍ଦିର ହୁଣ୍ଡି ଗଣତି ଦେଖିପାରିବେ ଶ୍ରଦ୍ଧାଳୁ। ମହାପ୍ରଭୁଙ୍କ ହୁଣ୍ଡିରେ ଭକ୍ତମାନେ କ’ଣ ଦାନ ଦେଇଛନ୍ତି ତାହା ମଧ୍ୟ ଜାଣିପାରିବେ। ଏହି ବ୍ୟବସ୍ଥା କରିଛି ଶ୍ରୀମନ୍ଦିର ପ୍ରଶାସନ। ଭକ୍ତଙ୍କ ଉଦ୍ଦେଶ୍ୟରେ ଗୁରୁବାର ଶ୍ରୀମନ୍ଦିର ବେଢା ଶାଖା କାର୍ଯ୍ୟାଳୟ ନିକଟରେ ଲାଗିଛି ଏଲ୍‌ଇଡି ଟିଭି।

ପୁରୀ ରେଳଷ୍ଟେଶନ ନିକଟରେ ବିଜେଡିର ପ୍ରତିବାଦ ସଭା

ପୁରୀ ରେଳଷ୍ଟେଶନ ନିକଟରେ ବିଜେଡିର ପ୍ରତିବାଦ ସଭା

ପୁରୀ ଅଫିସ, ୧୮।୧: ବମ୍ବେର ଛତ୍ରପତି ଶିବାଜୀ ଟର୍ମିନସ (ସିଏସ୍‌ଟି) ଷ୍ଟେଶନରେ ଲଗାଯାଇଥିବା ଶ୍ରୀମନ୍ଦିର ସମ୍ପର୍କିତ ବିବାଦୀୟ ପୋଷ୍ଟରକୁ ନେଇ ଭାଜପାକୁ ଘେରିଛି ବିଜେଡି।

୨ ଅଙ୍ଗନୱାଡ଼ିର ଫଳକ ଭାଙ୍ଗିଲେ ସରପଞ୍ଚଙ୍କ ସମର୍ଥକ

୨ ଅଙ୍ଗନୱାଡ଼ିର ଫଳକ ଭାଙ୍ଗିଲେ ସରପଞ୍ଚଙ୍କ ସମର୍ଥକ

ପୁରୀ ଅଫିସ, ୧୮।୧: ଗୁରୁବାର ରାଜସ୍ବ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ପୁରୀ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ମାରାଥନ ଶିଳାନ୍ୟାସ ଓ ଉଦ୍‌ଘାଟନ କାର୍ଯ୍ୟକ୍ରମ ଥିଲା। କିନ୍ତୁ ବାଲିପଡା ଏବଂ ଝିଙ୍କିରିଆ ଗ୍ରାମର ଅଙ୍ଗନୱାଡି କେନ୍ଦ୍ର ଉଦ୍‌ଘାଟନକୁ ନେଇ ସୃଷ୍ଟି ହୋଇଥିଲା ଉତ୍ତେଜନା।

ଅନ୍ନପୂର୍ଣ୍ଣା ମଞ୍ଚରେ ‘ମୁଁ ଏକ ଅସଫଳ ନାୟକ’

ଅନ୍ନପୂର୍ଣ୍ଣା ମଞ୍ଚରେ ‘ମୁଁ ଏକ ଅସଫଳ ନାୟକ’

ପୁରୀ ଅଫିସ,୧୮।୧: ଆଜିର ସମାଜ ବଡ଼ ବିଚିତ୍ରମୟ। ସମସ୍ତେ ନିଜ ପାଇଁ ବ୍ୟସ୍ତ। ନିଜେ ଭଲରେ ରହିବେ, ଭଲ ପିନ୍ଧିବେ, ଭଲ ଖାଇବେ ଆଉ ସବୁଥିରେ ସଫଳତା ପାଇବେ। ଏମିତି ଚିନ୍ତାରେ ମଣିଷ ସର୍ବଦା ଧାଉଁଛି।

ଫ୍ରାଞ୍ଚାଇଜ୍‌ ସ୍ବାର୍ଥରେ ସେସୁ

ଭୁବନେଶ୍ୱର,୧୮।୧(ବ୍ୟୁରୋ)- ବିଦ୍ୟୁତ୍‌ ବଣ୍ଟନ ଦାୟିତ୍ୱ ନେଇଥିବା ଫ୍ରାଞ୍ଚାଇଜ୍‌ କମ୍ପାନୀମାନେ ଗତ ପ୍ରାୟ ୫ ବର୍ଷ ମଧ୍ୟରେ ଗ୍ରାହକଙ୍କ ଉପରୋକ୍ତ ସମସ୍ୟାକୁ ସମାଧାନ କରିବାରେ ବାରମ୍ବାର ବିଫଳ ହେଉଥିଲେ ମଧ୍ୟ ସେସୁ ମ୍ୟାନେଜମେଣ୍ଟ ଆଖିବୁଜି ବସିଛି। କାହିଁକି ଫ୍ରାଞ୍ଚାଇଜ୍‌ କମ୍ପାନୀଗୁଡ଼ିକ ବିଫଳ ହେଉଛନ୍ତି ତାହାର ସମୀକ୍ଷା କରାଯାଉନାହିଁ। ଏଭଳିସ୍ଥଳେ ବିନା ଟେଣ୍ଡରରେ ଫ୍ରାଞ୍ଚାଇଜ୍‌ କମ୍ପାନୀଗୁଡ଼ିକର କାର୍ଯ୍ୟକାଳ ପୁଣିଥରେ ବୃଦ୍ଧି ପାଇଁ ମସୁଧା ଚାଲିଛି।

ଚିଟ୍‌ଫଣ୍ଡ ତଦନ୍ତ କମିଶନ: ଦାଖଲ ହେଲା ଚତୁର୍ଥ ଅନ୍ତରୀଣ ରିପୋର୍ଟ

କଟକ ଅଫିସ, ୧୮।୧- ଚିଟଫଣ୍ଡ ଠକେଇ ଘଟଣାର ତଦନ୍ତ କରୁଥିବା ଜଷ୍ଟିସ ମଦନ ମୋହନ ଦାସ କମିଶନ ଗୁରୁବାର ସରକାରଙ୍କୁ ଚତୁର୍ଥ ଅନ୍ତରୀଣ ରିପୋର୍ଟ ଦେଇଛନ୍ତି। କମିଶନଙ୍କ ସଚିବ ଦେବରାଜ ରାଉତ ସିଲ୍‌ କଭରରେ ୬୮୯୧ ପୃଷ୍ଠାର ଏହି ରିପୋର୍ଟକୁ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ପ୍ରଦାନ କରିଛନ୍ତି।

ଏକ୍ସପାଏରି ଔଷଧ ଖାଇବେ ରୋଗୀ

ଏକ୍ସପାଏରି ଔଷଧ ଖାଇବେ ରୋଗୀ

କଟକ ଅଫିସ, ୧୮।୧- ନିରାମୟ ଯୋଜନାରେ ସରକାର ଯୋଗାଣ କରିଥିବା ମାଗଣା ଔଷଧକୁ ନେଇ ଏକ ବଡ଼ଧରଣର ଦାୟିତ୍ୱହୀନତା ସାମ୍ନାକୁ ଆସିଛି। ଏସ୍‌ସିବି ମେଡିକାଲରୁ ଏହା ଧରାପଡିଛି। ଜାନୁୟାରୀ ୧୬ ତାରିଖରେ ରୋଗୀଙ୍କୁ ଦିଆଯାଇଥିବା ଔଷଧର ଅବଧି ଫେବୃୟାରୀ ପର୍ଯ୍ୟନ୍ତ ରହିଛି। ଅର୍ଥାତ ମାତ୍ର ୪୪ଦିନ ଔଷଧର ଅବଧି ଥିବା ବେଳେ ରୋଗୀଙ୍କୁ କେଉଁଠି ଦୁଇମାସ, ଅଢେଇମାସ ଓ ସ୍ଥଳବିଶେଷରେ ୩ମାସ ପାଇଁ ଦିଆଯାଇଛି।