
ଖୋର୍ଦ୍ଧା ଅଫିସ, ୧୬।୧୨: ଖୋର୍ଦ୍ଧା ସହର ନୂଆ ବସ୍ଷ୍ଟାଣ୍ଡ ନିକଟ ଦଳିତସାହିରେ ଶନିବାର ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଉଥିବାବେଳେ ଉତ୍ତେଜନା ପ୍ରକାଶ ପାଇଛି। ଜବରଦଖଲକାରୀମାନେ ପୋଲିସ ଉପରକୁ ଟେକାମାଡ଼ କରିଥିବାବେଳେ ପୋଲିସ ଗୋଟିଏ ମିନିଟ ପାଇଁ ଲାଠିଚାର୍ଜ କରିଥିବା ଜଣାପଡିଛି। ଉତ୍ୟକ୍ତ ଲୋକେ ପୋଲିସକୁ ଠେଲାପେଲା କରି ଘଉଡାଇ ଦେଇଛନ୍ତି। ଏହାକୁ ବିରୋଧ କରି କିଛି ମହିଳା ରାସ୍ତା ଅବରୋଧ ମଧ୍ୟ କରିଛନ୍ତି। ସହରର ମୁଖ୍ୟ ରାସ୍ତା ବନ୍ଦ ରହିଛି। ଉତ୍ତେଜନା କମିବା ପରିବର୍ତ୍ତେ ଧୀରେ ଧୀରେ ବଢ଼ିବାରେ ଲାଗିଛି।