ମେଟ୍ରୋ |

ଶ୍ରୀମନ୍ଦିରରେ ପହିଲି ଭୋଗ ଆରମ୍ଭ

ଶ୍ରୀମନ୍ଦିରରେ ପହିଲି ଭୋଗ ଆରମ୍ଭ

ପୁରୀ ଅଫିସ, ୧୬।୧୨: ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ଶନିବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହୋଇଛି ପହିଲି ଭୋଗ। ପହିଲି ଭୋଗରେ ବିରି, ଗହମଚୂନା ଘୃତ ପାଗ ହୋଇଥିବା ପିଠା ଏବଂ ଧନୁମୁଆଁ ଲାଗି ହୋଇଛି। ଗୋପାଳବଲ୍ଲଭ ପରେ ପହିଲି ଭୋଗ ସମ୍ପନ୍ନ ହୋଇଛି। ଏହି ପହିଲି ଭୋଗ ନୀତି ମକର ସଂକ୍ରାନ୍ତି ପୂର୍ବଦିନ ଅର୍ଥାତ୍‌ ଆସନ୍ତା ଜାନୁୟାରୀ ୧୩ ପର୍ଯ୍ୟନ୍ତ ଚାଲିବ। ରାତ୍ର ୯ଟା ୧୦ରେ ଦ୍ୱାର ଫିଟାଯାଇଥିଲା। ଏହାପରେ ଅନ୍ୟାନ୍ୟ ନୀତି ବଢିବା ପରେ ପହିଲି ଭୋଗ ଲାଗି ହୋଇଥିଲା। ଏହି ଭୋଗରେ ମହାପ୍ରଭୁ ବଡ଼ ଝିଲି, ଦରସୁଆ ଝିଲି, ଦରସୁଆ ବଡ଼ି, ବଡ଼ ବଡ଼ା, କାକେରି, ସାନଅମାଲୁ, ନଳି, ଆରିସା,ଏଣ୍ଡୁରି, ମୁଗେଇ, ଝଡ଼େଇନେଦା, ଚୁଡାପୁଆ, ଛତୁ, ନଡୁ, ଗଜା, ଖଇରଚୂଳ, ଗଇଣ୍ଠା, ମଣ୍ଡା ଏବଂ ମୁଆଁ ଆଦି ଲାଗି ହୋଇଥାଏ। ଲୋକକଥା ଅନୁଯାୟୀ ପୌଷ ମାସରେ ଲକ୍ଷ୍ମୀ ଠାକୁରାଣୀ ପିତାଙ୍କ ଘରକୁ ଯାଇଥାନ୍ତି।

All Right Reserved By

Model This Week

ନିକିତା

ମେଟ୍ରୋ |

ବନ୍ଦ ହୋଇଛି ୧୫,୩୧୫ ଶିଳ୍ପ

ଭୁବନେଶ୍ୱର,୨୦ା୪(ବ୍ୟୁରୋ): ରାଜ୍ୟରେ ପଞ୍ଜିକୃତ ୧୫, ୩୧୫ଟି ଶିଳ୍ପ ବିଭିନ୍ନ କାରଣରୁ ବନ୍ଦ ଅଛି। ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ପ୍ରଫୁଲ ସାମଲ ଶୁକ୍ରବାର ଗୃହରେ ଏହି ତଥ୍ୟ ରଖିଛନ୍ତି।

ଯୁବକଙ୍କ ମୃତଦେହ ଉଦ୍ଧାର

ଯୁବକଙ୍କ ମୃତଦେହ ଉଦ୍ଧାର

କଣ୍ଟାପଡ଼ା,୨୦ା୪(ଡି.ଏନ୍‌.ଏ.): ଓଲଟପୁର ଥାନା ଅନ୍ତର୍ଗତ ଫୁଲନଖରା -ନିଆଳି ରାସ୍ତାର ପିଙ୍ଗାପଡ଼ା ନିକଟରୁ ଗୁରୁବାର ରାତିରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ କଟକସଦର ଥାନା ଅନ୍ତର୍ଗତ ତିରଣପଦା ଗ୍ରାମର ଅର୍ତ୍ତତ୍ରାଣ ଭୋଇ(୨୨)।

ଭୂ-ତଳ ଜଳ ଲବଣାକ୍ତକୁ ନେଇ ଏନ୍‌ଜିଟି କ୍ଷୁବ୍ଧ: ଜଳ ନମୁନା ଯାଞ୍ଚ ପାଇଁ ନିର୍ଦ୍ଦେଶ

ଭୂ-ତଳ ଜଳ ଲବଣାକ୍ତକୁ ନେଇ ଏନ୍‌ଜିଟି କ୍ଷୁବ୍ଧ: ଜଳ ନମୁନା ଯାଞ୍ଚ ପାଇଁ ନିର୍ଦ୍ଦେଶ

ପୁରୀ ଅଫିସ, ୨୦।୪: ପୁରୀ ସହରର ଭୂ-ତଳ ଜଳସ୍ତର ହ୍ରାସ ପାଇବା ସହିତ ସମୁଦ୍ର ଜଳ ଭୂ-ତଳ ଜଳ ସ୍ତରରେ ମିଶିଛି। କେତେକ ଅଞ୍ଚଳରେ ଜଳସ୍ତର ଲବଣାକ୍ତ ହୋଇଗଲାଣି। ତେଣୁ ଏକ ଉଚ୍ଚସ୍ତରୀୟ କମିଟି ଗଠନକରି ପୁରୀ ସହରର ସମସ୍ତ ଅଞ୍ଚଳର ଭୂତଳ ଜଳସ୍ତରର ମାନ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଶିକ୍ଷକଙ୍କୁ ସମୂହ ଅବସରକାଳୀନ ସମ୍ବର୍ଦ୍ଧନା

ଶିକ୍ଷକଙ୍କୁ ସମୂହ ଅବସରକାଳୀନ ସମ୍ବର୍ଦ୍ଧନା

କୃଷ୍ଣପ୍ରସାଦ, ୨୦।୪(ଡ଼ି.ଏନ.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଉଦୟଗିରି ପ୍ରାଥମିକ ବିଦ୍ୟାଳୟରେ ୩ ଶିକ୍ଷକ ଓ ଜଣେ ଶିକ୍ଷୟତ୍ରୀଙ୍କୁ ଶୁକ୍ରବାର ସମୂହ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ସେମାନେ ହେଲେ ଅନିରୁଦ୍ଧ ମହାରଣା, ପ୍ରକାଶ ଚନ୍ଦ୍ର ରଥ, ବିଜୟ କୁମାର ନନ୍ଦ ଏବଂ ଗୀତାଞ୍ଜଳି ଦାସ।

ଏଟିଏମ୍‌ରୁ ଟଙ୍କା ମିଳୁନି: ଶନିବାର ବିଜେଡିର ୨ ଘଣ୍ଟିଆ ଧାରଣା

ଏଟିଏମ୍‌ରୁ ଟଙ୍କା ମିଳୁନି: ଶନିବାର ବିଜେଡିର ୨ ଘଣ୍ଟିଆ ଧାରଣା

ଭୁବନେଶ୍ୱର, ୨୦।୪(ବ୍ୟୁରୋ): ଭାରତର ବିଭିନ୍ନ ରାଜ୍ୟରେ ଏବେ ନଗଦ ଅଭାବ ଦେଖାଦେଇଛି। ଏଟିଏମ୍‌ ଗୁଡିକରୁ ଟଙ୍କା ମିଳୁନାହିଁ। ଏହି ଅବସ୍ଥା ମଧ୍ୟ ଓଡ଼ିଶାରେ ଦେଖାଦେଲାଣି। ଏହାର ପ୍ରତିବାଦରେ ବିଜୁ ଜନତା ଦଳ(ବିଜେଡି) ଶନିବାର ବିଭିନ୍ନ ରିଜର୍ଭ ବ୍ୟାଙ୍କର ଭୁବନେଶ୍ୱର କାର୍ଯ୍ୟାଳୟ ସମେତ ରାଜ୍ୟର ବିଭିନ୍ନ ବ୍ୟାଙ୍କ ସମ୍ମୁଖରେ ୨ ଘଣ୍ଟିଆ ଧାରଣା ଦେବ।

ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ: ଜେଲରୁ ମୁକୁଳିବେ ରାଜା ଆଚାର୍ଯ୍ୟ

ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ: ଜେଲରୁ ମୁକୁଳିବେ ରାଜା ଆଚାର୍ଯ୍ୟ

କଟକ ଅଫିସ, ୨୦।୪: ଗ୍ୟାଙ୍ଗଷ୍ଟାର ରାଜା ଓରଫ ସନ୍ଦିପ ଆଚାର୍ଯ୍ୟଙ୍କୁ ଶୁକ୍ରବାର ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି। ନିମ୍ନ ଅଦାଲତ ତାଙ୍କ ଉପରେ ସର୍ତ୍ତାରୋପ କରିବେ। ପୂର୍ବରୁ ସମସ୍ତ ମାମଲାରେ ରାଜାଙ୍କୁ ଜାମିନ ମିଳିସାରିଛି।

୬ ଜିଲାରେ ନିର୍ମାଣ ହେବ କର୍ମଜୀବୀ ମହିଳା ନିବାସ

୬ ଜିଲାରେ ନିର୍ମାଣ ହେବ କର୍ମଜୀବୀ ମହିଳା ନିବାସ

ଭୁବନେଶ୍ୱର, ୨୦।୪(ବ୍ୟୁରୋ): କର୍ମଜୀବୀ ମହିଳାଙ୍କ ପାଇଁ ରାଜ୍ୟରେ ୧୩ଟି କର୍ମଜୀବୀ ମହିଳା ନିବାସ ରହିଛି। ଏଥିରେ ୮୧୦ଟି ସଜ୍ୟା ରହିଛି। ଏହି ସବୁ ନିବାସରେ ୫୬୩ କର୍ମଜୀବୀ ମହିଳା ରହୁଛନ୍ତି। ଆହୁରୀ ୨୪୭ଟି ସଜ୍ୟା ଫାଙ୍କା ରହିଛି। କର୍ମଜୀବୀ ମହିଳାଙ୍କ ସୁରକ୍ଷା ଦୃଷ୍ଟିରୁ ରାଜ୍ୟ ସରକାର ଆଉ ୬ଟି ଜିଲାରେ ନୂତନ କର୍ମଜୀବୀ ମହିଳା ନିବାସ ନିର୍ମାଣ କରିବାକୁ ନିସ୍ପତ୍ତି ନେଇଛନ୍ତି।

ପୁରୀ ସହର ମାମଲା: ଶୁକ୍ରବାର ଏନ୍‌ଜିଟିରେ ଶୁଣାଣି

ପୁରୀ ସହର ମାମଲା: ଶୁକ୍ରବାର ଏନ୍‌ଜିଟିରେ ଶୁଣାଣି

ପୁରୀ ଅଫିସ, ୨୦।୪: ପୁରୀ ସହରର ବିଭିନ୍ନ ସମସ୍ୟା ଓ ପ୍ରଦୂଷଣକୁ ନେଇ କଲିକତାର ସୁବାସ ଦତ୍ତ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି)ରେ ଏକ ମାମଲା ରୁଜୁ କରିଥିଲେ। ୨୦୧୩ ମସିହାରୁ ଏହି ମାମଲା ବିଚାରାଧିନ ଥିବାବେଳେ ଶୁକ୍ରବାର ମାମଲାର ଶୁଣାଣି ହେବାର ରହିଛି।

ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଦୀପଦାନ

ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଦୀପଦାନ

ପୁରୀ ଅଫିସ, ୨୦।୪: ହାଇକୋର୍ଟଙ୍କ ରାୟକୁ ସ୍ବାଗତକରି ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ପୁରୀ ସିଂହଦ୍ୱାର ସମ୍ମୁଖରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦୀପଦାନ କରାଯାଇଛି। ଶ୍ରୀମନ୍ଦିର ନୀତିକାନ୍ତିରେ ହାଇକୋର୍ଟ ହସ୍ତଖେପ କରିବେ ନାହିଁ ବୋଲି ଯେଉଁ ରାୟ ଦେଇଛନ୍ତି ତାହାକୁ ଜଗନ୍ନାଥ ସେନା ପକ୍ଷରୁ ସ୍ବାଗତ କରାଯାଇଛି।

ସରକାର ନ ଚେତିଲେ ଛତିଶଗଡ଼ରେ ମିଶିଯିବ ଲଖନପୁରର ୧୯ ମୌଜା

ଭୁବନେଶ୍ୱର,୨୦ ।୪(ବ୍ୟୁରୋ)-ଓଡ଼ିଶାର ଦକ୍ଷିଣ ସୀମାରେ ରହିଥିବା ଜିଲାଗୁଡ଼ିକ ଉପରେ ଏବେ ପଡ଼ୋଶୀ ରାଜ୍ୟର ନଜର ରହିଛି। ରାଜ୍ୟର ଗୋଟିଏ ପରେ ଗୋଟିଏ ଅଞ୍ଚଳକୁ ସେମାନେ କବ୍‌ଜା କରିବାକୁ ପ୍ରଚେଷ୍ଟା ଚଳାଇଛନ୍ତି। ପ୍ରଥମେ କୋରାପୁଟ ଜିଲାର କୋଟିଆ ଓ ତା’ ପରେ ଗଜପତି ଜିଲାରେ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ବଳପୂର୍ବକ ରାସ୍ତା ନିର୍ମାଣ କରିଥିବା ବେଳେ ମାଲକାନଗିରି ଜିଲାର ଅଧିବାସୀ ଛତିଶଗଡ଼ ରାଜ୍ୟମୁହଁ। ହେବା ଓଡ଼ିଶା ପାଇଁ ବିପଦ ସୃଷ୍ଟି କରିଛି।

ରିଲିଜ୍‌ ହେବ ଓଡ଼ିଆ, ହିନ୍ଦୀ, ଇଂଲିଶରେ ଏକାଧିକ ଫିଲ୍ମ

ରିଲିଜ୍‌ ହେବ ଓଡ଼ିଆ, ହିନ୍ଦୀ, ଇଂଲିଶରେ ଏକାଧିକ ଫିଲ୍ମ

ଭୁବନେଶ୍ୱର,୨୦।୪(ବ୍ୟୁରୋ)-ଏଥର ଫେଣ୍ଟାଫେଣ୍ଟି ଫିଲ୍ମକୁ ନେଇ ଆସିଛି ଫ୍ରାଇଡେ’ ରିଲିଜ୍‌। ଶୁକ୍ରବାର ରିଲିଜ୍‌ରେ ଓଡ଼ିଆ, ହିନ୍ଦୀ ଓ ଇଂଲିଶର ଏକାଧିକ ଭିନ୍ନସ୍ବାଦର ଫିଲ୍ମ ମୁକ୍ତିଲାଭ କରିବାକୁ ଯାଉଛି। ବହୁ ପ୍ରତୀକ୍ଷିତ ହିନ୍ଦୀ ଫିଲ୍ମ ‘ବିୟଣ୍ଡ ଦ କ୍ଲାଉଡ୍‌ସ’ ସହ ଆଉ ଏକ ହିନ୍ଦୀ ଫିଲ୍ମ ‘ନାନୁ କି ଜାନୁ’, ଇଂଲିଶ ଫିଲ୍ମ ‘ଟ୍ରୁଥ୍‌ ଅର୍‌ ଡେୟାର’ ଏବଂ ଓଡ଼ିଆ ଫିଲ୍ମ ‘ଯୋଗୀ’ ମୁକ୍ତିଲାଭ କରିବ।

ରାଜନୀତିରେ ନୂଆ ପର୍ଯ୍ୟାୟ: ନିରଞ୍ଜନ ନୂଆ  ପିସିସି ସଭାପତି

ରାଜନୀତିରେ ନୂଆ ପର୍ଯ୍ୟାୟ: ନିରଞ୍ଜନ ନୂଆ ପିସିସି ସଭାପତି

ଭୁବନେଶ୍ୱର, ୧୯।୪(ବ୍ୟୁରୋ)- ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ଗୁରୁବାର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି)ରେ ପରିବର୍ତ୍ତନ ଆଣିଛି। ପ୍ରସାଦ ହରିଚନ୍ଦନଙ୍କ ସ୍ଥାନରେ ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କୁ ରାଜ୍ୟ କଂଗ୍ରେସର ସଭାପତି କରି ହାଇକମାଣ୍ଡ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ଓଡ଼ିଶାରେ ପିସିସି ମୁଖ୍ୟ ପରିବର୍ତ୍ତନ ରାଜ୍ୟ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି କରିବ ବୋଲି କୁହାଯାଉଛି।