ଜାତୀୟ |

ଝାଡ଼ଖଣ୍ଡ କୋଇଲା ଦୁର୍ନୀତି: ହାଇକୋର୍ଟ ଯିବେ ମଧୁ କୋଡା

ଝାଡ଼ଖଣ୍ଡ କୋଇଲା ଦୁର୍ନୀତି: ହାଇକୋର୍ଟ ଯିବେ ମଧୁ କୋଡା

ନୂଆଦିଲ୍ଲୀ,୧୬।୧୨: ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡାଙ୍କୁ ୩ବର୍ଷ ଜେଲ୍‌। ଶନିବାର ସିବିଆଇର ସ୍ବତନ୍ତ୍ର କୋର୍ଟ ଏହି ରାୟ ଦେଇଛନ୍ତି। କୋଇଲା ଦୁର୍ନୀତି ମାମଲାରେ କୋଡାଙ୍କ ସମେତ ଅନ୍ୟ ୪ ଜଣଙ୍କୁ ମଧ୍ୟ କୋର୍ଟ ୩ବର୍ଷ ଲେଖାଏଁ ଜେଲଦଣ୍ଡ ଘୋଷଣା କରିଛନ୍ତି। ଏହି ରାୟ କୋଡାଙ୍କ ସପକ୍ଷରେ ଯାଇନାହିଁ ବୋଲି ଦର୍ଶାଇ ସେ ଖୁବ୍‌ ଶୀଘ୍ର ଦିଲ୍ଲୀ ହାଇକୋର୍ଟ ଯିବେ ବୋଲି କହିଛନ୍ତି।

All Right Reserved By

Model This Week

ସନ୍ତୋଷ

ଜାତୀୟ |

କନ୍ୟା ମାଗୁଛି ଯୌତୁକ

କନ୍ୟା ମାଗୁଛି ଯୌତୁକ

ଆଗ୍ରା,୨୭।୫ : ବିବାହରେ ସାଧାରଣତଃ ବରଘର ପକ୍ଷରୁ ଯୌତୁକ ଦାବି କରାଯାଇଥାଏ। ଏପରିକି କେତେକ ଯାଗାରେ ବରଘର ଦାବି କରି ନ ଥିଲେ ମଧ୍ୟ କନ୍ୟାଘର ପକ୍ଷରୁ ଯୌତୁକ ଦିଆଯାଇଥାଏ। କିନ୍ତୁ ଉତ୍ତରପ୍ରଦେଶର ଆଗ୍ରାର ସଟେ ଫତେପୁରସିକ୍ରି ଅଞ୍ଚଳରେ ଜଣେ ନବବଧୂ ବରଘରଠାରୁ ଯୋତୁକ ଦାବି କରିଛନ୍ତି। ଆବଶ୍ୟକ ଯୌତୁକ ନ ଦେଲେ ସେ ଘରେ ରହିବେ ନାହିଁ ବୋଲି ଜିଦ୍‌ ଧରିଛନ୍ତି।

ହିନ୍ଦୁଙ୍କୁ ସୁରକ୍ଷା ଦେବ ବଜରଙ୍ଗ ସେନା

ହିନ୍ଦୁଙ୍କୁ ସୁରକ୍ଷା ଦେବ ବଜରଙ୍ଗ ସେନା

ରାଜଗଡ଼,୨୭।୫: ମଧ୍ୟପ୍ରଦେଶ ରାଜଗଡ଼ ଜିଲା ବାଓ୍ବରାରେ ବଜରଙ୍ଗ ଦଳ ପକ୍ଷରୁ ଚଳିତ ମାସରେ ଏକ ଅସ୍ତ୍ରଶସ୍ତ୍ର ପ୍ରଶୀକ୍ଷଶ ଶିବିର ଆୟୋଜନ କରାଯାଇଥିଲା। ବିଶେଷ କରି ହିନ୍ଦୁଙ୍କୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଏହି ଶିବିରରେ ପ୍ରଶିକ୍ଷଣ ଦିଆଯାଇଥିବା ଜଣାପଡିଛି।

ସମ୍ପୂର୍ଣ୍ଣ ବିକାଶ ଲାଗି ଖେଳିବା ଆବଶ୍ୟକ: ପ୍ରଧାନମନ୍ତ୍ରୀ

ସମ୍ପୂର୍ଣ୍ଣ ବିକାଶ ଲାଗି ଖେଳିବା ଆବଶ୍ୟକ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୭।୫ : ଦେଶର ସମ୍ପୂର୍ଣ୍ଣ ବିକାଶ ପାଇଁ ଲୋକଙ୍କର ସ୍ବାସ୍ଥ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୂଚିତ କରିଛନ୍ତି। ଏବେ ପୁରୁଣା ଖେଳ କୌଶଳ ଧୀରେ ଧୀରେ ଲୋପ ପାଇବାକୁ ବସିଛି। ସେ ସବୁ ଖେଳ ଦ୍ୱାରା ଶରୀର ବିକାଶ ସମ୍ଭବ ହେଉଥିଲା। ଏସମ୍ପର୍କରେ ପ୍ରଧାନମନ୍ତ୍ରୀ ଅଲ୍‌ ଇଣ୍ଡିଆ ରେଡ଼ିଓର ୪୪ ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଯୋଗଦେଇ ସୂଚିତ କରିଛନ୍ତି।

ମନେପଡ଼ନ୍ତି ଜବାହାର

ମନେପଡ଼ନ୍ତି ଜବାହାର

ନୂଆଦିଲ୍ଲୀ,୨୭।୫: ଇଂରେଜ ଶାସନ କବଳରୁ ଭାରତ ମୁକ୍ତ ହେବା ପରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଅବସ୍ଥାପିତ ହୋଇଥିଲେ ପଣ୍ଡିତ ଜବାହରଲାଲ ନେହେରୁ। ୧୪ ନଭେମ୍ବର ୧୮୮୯ରେ ଜନ୍ମ ନେଇଥିଲେ ଜବାହାର। ଇଂରେଜ ଶାସନ ବିରୋଧରେ ସ୍ବର ଉତ୍ତୋଳନ କରିବା ସହ ତାଙ୍କ ଚିନ୍ତାଧାରା ଓ ବିଚାର ବିମର୍ଷ ସେସମୟରେ ଯୁବବର୍ଗଙ୍କୁ ଆକର୍ଷିତ କରୁଥିଲା।

ସଡ଼କ ଦୁର୍ଘଟଣା: ୧୯ ସିଆର୍‌ପିଏଫ୍‌ ଯବାନ ଆହତ

ସଡ଼କ ଦୁର୍ଘଟଣା: ୧୯ ସିଆର୍‌ପିଏଫ୍‌ ଯବାନ ଆହତ

ଶ୍ରୀନଗର,୨୭।୫ : ଜମ୍ମୁ-କଶ୍ମୀରରେ ଏକ ସଡ଼କ ଦୁର୍ଘଟଣାରେ ରବିବାର ସକାଳେ ୧୯ ଜଣ ସିଆର୍‌ପିଏଫ୍‌ ଯବାନ ଆହତ ହୋଇଛନ୍ତି। ୨୧ଜଣ ଯବାନ ଏକ ବସରେ ଯାଉଥିବାବେଳେ ଏହା ବେମିନା ପାରାମିଲିଟାରୀ କାର୍ଯ୍ୟାଳୟ ନିକଟରେ ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା।

ଅସହାୟଙ୍କ ଈଶ୍ୱର ଡାକ୍ତର ଅଭିଜିତ

ଅସହାୟଙ୍କ ଈଶ୍ୱର ଡାକ୍ତର ଅଭିଜିତ

ପୁଣେ,୨୭।୫: ଡାକ୍ତରଙ୍କୁ କୁହାଯାଏ ଦ୍ୱିତୀୟ ଈଶ୍ୱର। ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଡାକ୍ତର ଅଭିଜିତ ସୋନାଓ୍ବାନେ। ରାତି ପାହିଲେ ଅଭିଜିତ ବାହାରି ପଡନ୍ତି ମଠ, ମନ୍ଦିର ଅବା କୌଣସି ପବିତ୍ର ସ୍ଥଳ ଅଭିମୁଖେ।

୧୩୫ କିମି ଏକ୍ସପ୍ରେ୍‌ସ୍‌ ହାଇଓ୍ବେ ଲୋକାର୍ପିତ: ୧୭ ମାସରେ ୧୧ ହଜାର କୋଟି ଖର୍ଚ୍ଚ

୧୩୫ କିମି ଏକ୍ସପ୍ରେ୍‌ସ୍‌ ହାଇଓ୍ବେ ଲୋକାର୍ପିତ: ୧୭ ମାସରେ ୧୧ ହଜାର କୋଟି ଖର୍ଚ୍ଚ

ନୂଆଦିଲ୍ଲୀ,୨୭।୫ : ଦିଲ୍ଲୀ-ମିରଟ ଏକ୍ସପ୍ରେସ୍‌ ହାଇଓ୍ବେ ରବିବାର ଲୋକାର୍ପିତ ହୋଇଛି। ଏହି ଉତ୍ସବରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୋଲା ଜିପ୍‌ରେ ପ୍ରାୟ ୬ କିମି ଦୂର ରୋଡ୍‌ ଶୋ’ କରିଛନ୍ତି। ଏହି ୬-ଲେନ୍‌ ଏକ୍ସପ୍ରେସ୍‌ ହାଇଓ୍ବେ ଯୋଗୁ ଏବେ ଦିଲ୍ଲୀ-ମିରଟ ମଧ୍ୟରେ ସମୟସୀମା ୪୫ ମିନିଟ ହ୍ରାସ ପାଇପାରିବ।

କୁଲଗାମ୍‌ ସେନା ଶିବିର ଉପରେ ଆତଙ୍କବାଦୀ  ଆକ୍ରମଣ: ସର୍ଚ୍ଚ ଅପରେଶନ ଜାରି

କୁଲଗାମ୍‌ ସେନା ଶିବିର ଉପରେ ଆତଙ୍କବାଦୀ ଆକ୍ରମଣ: ସର୍ଚ୍ଚ ଅପରେଶନ ଜାରି

ଶ୍ରୀନଗର,୨୭।୫ : ଜମ୍ମୁ-କଶ୍ମୀର କୁଲଗାମ୍‌ସ୍ଥିତ ଶେରେ କଶ୍ମୀର ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ ନିକଟରେ ଥିବା ସେନା ଶିବିର ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହାପରେ ଅଞ୍ଚଳରେ ମିଳିତ ସୁରକ୍ଷାବଳଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି।

ଆର୍‌ଏସ୍‌ପୁରା ଅଗ୍ନିକାଣ୍ଡ: ୪୦ ଘର ଜଳିଗଲା

ଆର୍‌ଏସ୍‌ପୁରା ଅଗ୍ନିକାଣ୍ଡ: ୪୦ ଘର ଜଳିଗଲା

ଶ୍ରୀନଗର,୨୭।୫ : ଜମ୍ମୁ-କଶ୍ମୀର ଆର୍‌ଏସ୍‌ପୁରାରେ ରବିବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୪୦ ବାସଗୃହ ଜଳିଯାଇଥିବା ସ୍ଥାନୀୟ ପୋଲିସ ସୂଚନା ଦେଇଛି। ଖବର ପାଇ ୫ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁଲିଭା ଜାରି ରଖିଛନ୍ତି।

ଥୁଥୁକୁଡ଼ି ହିଂସା ଘଟଣା: ସାମ୍ବାଦିକ, ଲେଖକଙ୍କ ବିକ୍ଷୋଭ ପ୍ରଦର୍ଶନ

ଥୁଥୁକୁଡ଼ି ହିଂସା ଘଟଣା: ସାମ୍ବାଦିକ, ଲେଖକଙ୍କ ବିକ୍ଷୋଭ ପ୍ରଦର୍ଶନ

ମାଡ୍ରାସ,୨୬।୫: ଷ୍ଟେର୍‌ଲାଇଟ୍‌ କପରକୁ ବିରୋଧବେଳେ ଥୁଥୁକୁଡ଼ିରେ ହିଂସା ଘଟି ୧୩ ଜଣଙ୍କ ପ୍ରାଣହାନି ହେବା ଘଟଣା ନେଇ ଳେଖକ, ସାମ୍ବାଦିକ ଏବଂ ତାମିଲନାଡୁ ଫିଲ୍ମ ଫ୍ରେଟର୍ନିଟିର ସଦସ୍ୟମାନଙ୍କ ପକ୍ଷରୁ ଶନିବାର ମାଡ୍ରାସଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ରାହୁଲଙ୍କ ରିପୋର୍ଟକାର୍ଡରେ ମୋଦି ଫେଲ୍‌

ରାହୁଲଙ୍କ ରିପୋର୍ଟକାର୍ଡରେ ମୋଦି ଫେଲ୍‌

ନୂଆଦିଲ୍ଲୀ,୨୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ରିପୋର୍ଟକାର୍ଡରେ ଫେଲ୍‌ ହୋଇଛନ୍ତି। ମୋଦି ସରକାରଙ୍କ ୪ ବର୍ଷ ପୂର୍ତ୍ତି ଅବସରରେ ରାହୁଲ ଏହି ରିପୋର୍ଟକାର୍ଡ ପ୍ରକାଶ କରିଛନ୍ତି।

ହିମାଚଳ ପ୍ରଦେଶରେ ୨୨ ଦିନରେ ୬ଶହ ସ୍ଥାନରେ ଲାଗିଛି ନିଆଁ

ହିମାଚଳ ପ୍ରଦେଶରେ ୨୨ ଦିନରେ ୬ଶହ ସ୍ଥାନରେ ଲାଗିଛି ନିଆଁ

ଶିମଲା,୨୬।୫: ଗ୍ରୀଷ୍ମ ପ୍ରବାହରେ ସାରା ଦେଶ ଆଉଟୁ ପାଉଟୁ ହେଉଥିବା ବେଳେ ଗତ ୨୨ ଦିନ ମଧ୍ୟରେ ହିମାଚଳ ପ୍ରଦେଶର ପାଖାପାଖି ୬ଶହ ସ୍ଥାନରେ ନିଆଁ ଲାଗିଥିବା ଜଣାପଡିଛି।