ରାଜ୍ୟ |

୮.୨ କୋଟିର ଧାନ ଆତ୍ମସାତ ଘଟଣା, ଝାରସୁଗୁଡ଼ା ସିଏସ୍‌ଓ, ଏସିଏସ୍‌ଓ ନିଲମ୍ବିତ

୮.୨ କୋଟିର ଧାନ ଆତ୍ମସାତ ଘଟଣା, ଝାରସୁଗୁଡ଼ା ସିଏସ୍‌ଓ, ଏସିଏସ୍‌ଓ ନିଲମ୍ବିତ
ଝାରସୁଗୁଡ଼ା ଅଫିସ/ଭୁବନେଶ୍ୱର,୧୬।୧୨- ଝାରସୁଗୁଡ଼ା ପଣ୍ଡରୀପଥରସ୍ଥିତ ବଜରଙ୍ଗବାଲି ରାଇସ୍‌ ମିଲ୍‌ ଦ୍ୱାରା ୮.୨ କୋଟି ଟଙ୍କାର ଧାନ ଆତ୍ମସାତ ଘଟଣାରେ ରାଜ୍ୟ ଯୋଗାଣ କମିଶନର ଶନିବାର ଝାରସୁଗୁଡ଼ା ଜିଲା ଯୋଗାଣ ଅଧିକାରୀ (ସିଏସ୍‌ଓ) ପିଡିଏମ୍‌ ଖୋସଲା ଓ ଅତିରିକ୍ତ ଜିଲା ଯୋଗାଣ ଅଧିକାରୀ (ଏସିଏସ୍‌ଓ) ସନ୍ଦିପ କୁମାର ଗୁରୁଙ୍କୁ ନିଲମ୍ବନ କରିଛନ୍ତି। କର୍ତ୍ତବ୍ୟରେ ଅବହେଳା କରିଥିବା ଏହି ଦୁଇ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ବନ କରିବାକୁ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ ନିରଞ୍ଜନ ନାୟକ ସୁପାରିସ କରିଥିଲେ। ଏ ନେଇ ନିର୍ଦ୍ଦେଶକ ନାୟକ ଗତ ୬ ତାରିଖ ଚିଠି ସଂଖ୍ୟା-୨୦୭୪୬ରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସଚିବଙ୍କୁ ସୁପାରିସ କରିଥିଲେ। ଉଭୟ ଅଧିକାରୀ କର୍ତ୍ତବ୍ୟରେ ଗୁରୁତର ଅବହେଳା କରିଥିବା ଯୋଗୁ ମିଲ୍‌ ମାଲିକ ଦିଲୀପ ଅଗ୍ରୱାଲ ୮.୨ କୋଟି ଟଙ୍କାର କଷ୍ଟମ ମିଲିଂ ଧାନ ଆତ୍ମସାତ କରିଛନ୍ତି। ଏପରିକି ଅଗ୍ରୱାଲ ଦେଇଥିବା ୧.୫ କୋଟି ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟି ମଧ୍ୟରୁ ୧.୧ କୋଟି ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟି ନକଲି। ଉଭୟ ମାମଲାରେ ଜିଲା ଯୋଗାଣ ଅଧିକାରୀଙ୍କ ଗୁରୁତର ଅବହେଳା ଯୋଗୁ ସରକାରଙ୍କ କୋଟି କୋଟି ଟଙ୍କା ଆତ୍ମସାତ ହୋଇଛି। ଏହି ମାମଲାରେ ବରିଷ୍ଠ ଆକାଉଣ୍ଟସ୍‌ ସୁପରଭାଇଜରଙ୍କୁ ନିଲମ୍ବନ କରାଯାଇଥିବାବେଳେ ଏହିଦୁଇ ଅଧିକାରୀଙ୍କ ନିଲମ୍ବନ ନିଗମ କର୍ତ୍ତୃତ୍ୱାଧୀନ ନ ଥିବାରୁ ଏମାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସଚିବଙ୍କୁ ସୁପାରିସ କରାଯାଇଥିଲା। ସୂଚନା ଅନୁସାରେ, ୨୦୧୬-୧୭ ଖରିଫ୍‌ରେ କଷ୍ଟମ ମିଲିଂ ପାଇଁ ଝାରସୁଗୁଡ଼ା ବଜରଙ୍ଗବାଲି ରାଇସ ମିଲକୁ ବିଭିନ୍ନ ପ୍ୟାକ୍ସରୁ ୭୯,୩୮୮.୬୭ କୁଇଣ୍ଟାଲ ଧାନ ଦିଆଯାଇଥିଲା। ଏହା ବଦଳରେ ମିଲ ମାଲିକ ଯୋଗାଣ ବିଭାଗକୁ ୫୩୯୮୪.୩୦ କୁଇଣ୍ଟାଲ ଚାଉଳ ପ୍ରଦାନ କରିବା କଥା। ନିମୟ ଅନୁସାରେ ସେପ୍ଟେମ୍ବର ୩୦ ସୁଦ୍ଧା ବିଭାଗ ନିକଟରେ ଚାଉଳ ଦାଖଲ କରାଯିବା କଥା। ହେଲେ ମିଲ ମାଲିକ ସେପ୍ଟେମ୍ବର ୨୧ ସୁଦ୍ଧା ମାତ୍ର ୧୯୪୦୯.୪୯ କୁଇଣ୍ଟାଲ ଚାଉଳ ଯୋଗାଣ କରିଛନ୍ତି। ମିଲ ମାଲିକ ଅଗ୍ରୱାଲ ୫୦,୮୪୫ କୁଇଣ୍ଟାଲ ଧାନ ହେରଫେର କରିଥିବା ସଂକ୍ରାନ୍ତରେ ତଥ୍ୟଭିତ୍ତିକ ଖବର ନଭେମ୍ବର ୯ରେ ପ୍ରଥମେ ଧରିତ୍ରୀରେ ପ୍ରକାଶିତ ହୋଇଥିଲା। ଏହାପରେ ବାରମ୍ବାର ଖବର ପ୍ରସାରଣ ପରେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଅବଶିଷ୍ଟ ଧାନ ବାବଦ ୩୪୫୭୪.୮୧ କୁଇଣ୍ଟାଲ ଚାଉଳ ମିଲ ମାଲିକ ଯୋଗାଣ ବିଭାଗକୁ ଦେଇନାହାନ୍ତି। ଫେରାଇ ନ ଥିବା କଷ୍ଟମ୍‌ ମିଲିଂ ବାବଦ ୫୦୮୪୫.୩୦ କୁଇଣ୍ଟାଲ ଧାନର ମୂଲ୍ୟ ୮.୨ କୋଟି ଟଙ୍କା ହୋଇଥିବାବେଳେ ମିଲ ମାଲିକ ୧.୧ କୋଟି ଟଙ୍କାର ନକଲି ବ୍ୟାଙ୍କ ଗ୍ୟାରେଣ୍ଟି ଦେଇଥିବା ଜଣାପଡ଼ିଥିଲା।
All Right Reserved By

ରାଜ୍ୟ |

କୁସୁମୀ, କଂସାରୀ ନଦୀ ଫୁଲୁଛି: ଚିଲିକା ତଟବର୍ତ୍ତୀ ଅଞ୍ଚଳରେ ଭାଙ୍ଗିଲା ଘର

କୁସୁମୀ, କଂସାରୀ ନଦୀ ଫୁଲୁଛି: ଚିଲିକା ତଟବର୍ତ୍ତୀ ଅଞ୍ଚଳରେ ଭାଙ୍ଗିଲା ଘର

ଖୋର୍ଦ୍ଧା ଅଫିସ,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା  ଲଘୁଚାପ ଫଳରେ ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ଲଗାଣ ବର୍ଷା ଲାଗି ରହିବା ସହ ପବନ ବେଗ ବଢ଼ୁଛି। ଏଥିସହ  ଚିଲିକା ଅଞ୍ଚଳରେ ୪୦ରୁ ୬୦କିମି ବେଗରେ ପବନ ବହୁଛି ।

ଓଡ଼ିଶା ଛାଡି  ଛତିଶଗଡରେ ପହଞ୍ଚିଲା ‘ଡାଏ’

ଓଡ଼ିଶା ଛାଡି ଛତିଶଗଡରେ ପହଞ୍ଚିଲା ‘ଡାଏ’

ଭୁବନେଶ୍ୱର, ୨୧।୯(ବ୍ୟୁରୋ): ଓଡ଼ିଶା ଅତିକ୍ରମ କରି ଛତିଶଗଡରେ ପହଞ୍ଚିଲା ଘୂର୍ଣ୍ଣିଝଡ ‘ଡାଏ’। 

ବଗି ଛାଡି ୩ଶହ ମିଟର ଗଡ଼ି ଗଲା ଟ୍ରେନ୍‌ ଇଞ୍ଜିନ

ବଗି ଛାଡି ୩ଶହ ମିଟର ଗଡ଼ି ଗଲା ଟ୍ରେନ୍‌ ଇଞ୍ଜିନ

ନିରାକାରପୁର,୨୧।୯(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଲେଭଲ୍‌ କ୍ରସିଂରେ ଉପରେ ଶୁକ୍ରବାର ୮୫ ବଗି ବିଶିଷ୍ଟ  ଏକ ମାଲବାହୀ ଟ୍ରେନ୍‌ର ଇଞ୍ଜିନରୁ ବଗି ଅଲଗା ହୋଇଯାଇଛି।

ଆନନ୍ଦ ବଜାରରେ ଅବଢ଼ା ଦର ତାଲିକା ଲାଗିବା ପ୍ରସଙ୍ଗ: ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଲଗାଯାଇ ନ ଥିବା ସ୍ପଷ୍ଟ କଲେ ମୁଖ୍ୟ ପ୍ରଶାସକ

ଆନନ୍ଦ ବଜାରରେ ଅବଢ଼ା ଦର ତାଲିକା ଲାଗିବା ପ୍ରସଙ୍ଗ: ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଲଗାଯାଇ ନ ଥିବା ସ୍ପଷ୍ଟ କଲେ ମୁଖ୍ୟ ପ୍ରଶାସକ

ପୁରୀ ଅଫିସ, ୨୧।୯: ଶୁକ୍ରବାର ଶ୍ରୀମନ୍ଦିର ଆନନ୍ଦବଜାରରେ ଅବଢ଼ା ଦର ତାଲିକା ଲାଗିଥିଲା। ଏହି ତାଲିକା ତଳେ ମୁଖ୍ୟ ପ୍ରଶାସକ ଶ୍ରୀମନ୍ଦିର ପ୍ରଶାସନ ଲେଖାଯାଇଥିବାରୁ ଏହା ମନ୍ଦିର ପ୍ରଶାସନ ଦ୍ୱାରା ଲଗାଯାଇଥିବା ଜଣାପଡ଼ିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ମହାପାତ୍ର ଏହାକୁ ଖଣ୍ଡନ କରିଥିଲେ। 

ଗାଁ ଜଙ୍ଗଲ ଛାଡ଼ୁନି ହାତୀ, ଉଜାଗର ରହୁଛନ୍ତି ଗ୍ରାମବାସୀ

ଗାଁ ଜଙ୍ଗଲ ଛାଡ଼ୁନି ହାତୀ, ଉଜାଗର ରହୁଛନ୍ତି ଗ୍ରାମବାସୀ

ରାଇସୁଆଁ,୨୧।୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ସଦର ରେଞ୍ଜ ନୂଆଗାଁ ପଞ୍ଚାୟତ ରତନପୁର-ଗୋହାଲଡିହି ଅଧୀନ ଗ୍ରାମ୍ୟ ଜଙ୍ଗଲରେ ଏକ ମାଈ ହାତୀ ରହିଥିବା ଜଣାପଡ଼ିଛି। ହାତୀଟି ରାତିହେଲେ ଗ୍ରାମକୁ ପଶି ଆସୁଥିବାରୁ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ଏ ନେଇ ଶୁକ୍ରବାର ସ୍ଥାନୀୟ ଜନସାଧାରଣ ବନବିଭାଗକୁ ଖବର ଦେବା ପରେ ବନବିଭାଗ ଓ ଗ୍ରାମବାସୀ ହାତୀଟିକୁ ଘଉଡ଼ାଇବା ନିମନ୍ତେ ଚେଷ୍ଟା କରିଥିଲେ। 

ଫାଣ୍ଡି ଅଧିକାରୀଙ୍କ ବଦଳି ବାତିଲ ଦାବିରେ ବାଲିପଦର ବନ୍ଦ

ଫାଣ୍ଡି ଅଧିକାରୀଙ୍କ ବଦଳି ବାତିଲ ଦାବିରେ ବାଲିପଦର ବନ୍ଦ

ବୁଗୁଡ଼ା, ୨୧।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅନ୍ତର୍ଗତ ବାଲିପଦର ଫାଣ୍ଡି ଅଧିକାରୀ ଭଗବାନ ପୂଜାରୀଙ୍କ ବଦଳି  ବାତିଲ ଦାବିରେ ଶୁକ୍ରବାର ବାଲିପଦର ବନ୍ଦ ପାଳନ କରାଯାଇଥିଲା। 

ମନ୍ତ୍ରୀଙ୍କ ଇସ୍ତଫା ଦାବିକଲା ଜିଲା କଂଗ୍ରେସ

କେନ୍ଦୁଝର,୨୧।୯(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ଗୁରୁତର ହୋଇ ପଡୁଥିବାରୁ ଜିଲା କଂଗ୍ରେସ ପକ୍ଷରୁ ଉଦ୍‌ବେଗ ପ୍ରକାଶ ପାଇଛି  । 

ଗୋଆରୁ ଅସିଲା ମତ୍ସଜୀବୀଙ୍କ ମୃତଦେହ,  ଗାଁରେ ଶୋକାକୂଳ ପରିବେଶ

ଗୋଆରୁ ଅସିଲା ମତ୍ସଜୀବୀଙ୍କ ମୃତଦେହ, ଗାଁରେ ଶୋକାକୂଳ ପରିବେଶ

ଛତ୍ରପୁର,୨୧।୯(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ କତୁରୁ ଗ୍ରାମର ମତ୍ସଜୀବୀ ଜି. ନାରାୟଣଙ୍କ ମୃତଦେହ ଶୁକ୍ରବାର ପୂର୍ବାହ୍ନରେ ଗାଁରେ ପହଞ୍ଚିିଛି। ଏହାକୁ ନେଇ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ମାଛ ମାରିବାକୁ ଯାଇଥିବା ବେଳେ ଗୋଆ ନିକଟ ସମୁଦ୍ରରେ ତାଙ୍କର ମୃତ୍ୟୁ ହୋଇଥିଲା।

ଅକ୍ଟୋବରରେ ଓଡ଼ିଶା ଆସିବେ ରାହୁଲ

ଅକ୍ଟୋବରରେ ଓଡ଼ିଶା ଆସିବେ ରାହୁଲ

ଭୁବନେଶ୍ୱର,୨୧।୯(ବ୍ୟୁରୋ): ଓଡ଼ିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ଆସନ୍ତା ଅକ୍ଟୋବର ମାସରେ ସେ ଓଡ଼ିଶା ଆସିବେ। ତେବେ ରାହୁଲ ପୁଣିଥରେ ନଭେମ୍ବରରେ ମଧ୍ୟ ଆସିବାର କାର୍ଯ୍ୟକ୍ରମ ରହିଛି। 

ମାଲକାନଗିରିର ବନ୍ୟା ପ୍ରଭାବିତ ଅଞ୍ଚଳକୁ ୭ ଦିନର ରିଲିଫ ଘୋଷଣା

ମାଲକାନଗିରିର ବନ୍ୟା ପ୍ରଭାବିତ ଅଞ୍ଚଳକୁ ୭ ଦିନର ରିଲିଫ ଘୋଷଣା

ଭୁବନେଶ୍ୱର,୨୧।୯(ବ୍ୟୁରୋ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ସର୍ବାଧିକ ପ୍ରଭାବିତ ହୋଇଛି ମାଲକାନଗିରି ଜିଲା। ତେଣୁ ମାଲକାନଗିରିର ବର୍ଷା ପ୍ରଭାବିତ ଅଞ୍ଚଳ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭ ଦିନର ରିଲିଫ ଘୋଷଣା କରିଛନ୍ତି। ବନ୍ୟା ସ୍ଥିତି ସମ୍ପର୍କରେ ସମ୍ପୃକ୍ତ ଜିଲାପାଳଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିବା ମଧ୍ୟ ଜଣାପଡ଼ିଛି। 

ବିଶ୍ୱାମିତ୍ର ଆଶ୍ରମରେ ଶ୍ରୀବାମନ ଜନ୍ମୋତ୍ସବ ପାଳିତ

ବିଶ୍ୱାମିତ୍ର ଆଶ୍ରମରେ ଶ୍ରୀବାମନ ଜନ୍ମୋତ୍ସବ ପାଳିତ

କାକଟପୁର, ୨୧।୯(ଡି.ଏନ୍‌.ଏ.):  ପ୍ରାଚୀ ଉପତ୍ୟକାର ପ୍ରସିଦ୍ଧ କାକଟପୁର ବ୍ଲକଛକସ୍ଥିତ ବିଶ୍ୱାମିତ୍ର ଆଶ୍ରମରେ ଶୁକ୍ରବାର ଶ୍ରୀବାମନ ଜନ୍ମୋତ୍ସବ ପାଳିତ ହୋଇଯାଇଛି। 

ସୁନିଆଁରେ ମା’ମଙ୍ଗଳାଙ୍କୁ ଲାଗିହେଲା ଚୁଡ଼ାଘଷା, କାକରା

ସୁନିଆଁରେ ମା’ମଙ୍ଗଳାଙ୍କୁ ଲାଗିହେଲା ଚୁଡ଼ାଘଷା, କାକରା

କାକଟପୁର, ୨୧।୯(ଡି.ଏନ୍‌.ଏ.):  ଶୁକ୍ରବାର ହେଉଛି ପବିତ୍ର ସୁନିଆଁ। ଏହି ଅବସରରେ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ନିକଟରେ ନୂଆ ଧାନରୁ  ପ୍ରସ୍ତୁତ ଚୁଡ଼ାରେ ଚୁଡ଼ାଘଷା ଓ କାକରା ଭୋଗ ଲାଗି କରାଯାଇଛି।