Dharitri News
ରାୟଗଡା

ମେଡିକାଲ ଡ୍ରେନ ଭିତରେ ଗର୍ଭବତୀଙ୍କ କନ୍ୟା ସନ୍ତାନ ଜନ୍ମ

ମେଡିକାଲ  ଡ୍ରେନ ଭିତରେ ଗର୍ଭବତୀଙ୍କ କନ୍ୟା ସନ୍ତାନ ଜନ୍ମ କୋରାପୁଟ,୧୫।୧୨(ଡି.ଏନ.ଏ.)-କୋରାପୁଟ ମେଡିକାଲ ପରିସରରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଯାଇଛି ାମେଡିକାଲ ପରିସରରେ ଥିବା ଏକ ଡ୍ରେନରେ ଜଣେ ଗର୍ଭବତୀ ଏକ ଶିଶୁକନ୍ୟା ଜନ୍ମ ଦେଇଛନ୍ତି। ଦଶମନ୍ତପୁର ବ୍ଲକ ଜାନିଗୁଡା ଗ୍ରାମର ରଘୁ ମୁଦୁଲି ଜ୍ୱରରେ ଆକ୍ରାନ୍ତ ହୋଇ କୋରାପୁଟ ମେଡିକାଲରେ ଭର୍ତ୍ତି ହୋଇ ଚିକିସତ୍ତ ହେଉଛନ୍ତି । ତାଙ୍କ ସ୍ତ୍ରୀ ଦନାଇ ମୁଦୁଲି , ମା ଗୌରମଣି ମୁଦୁଲି ଓ ଶାଳୀ ବିମଳା ମୁଦୁଲି ହସପିଟାଲରେ ରହୁଥିଲେ । ଦନାଇ ଗର୍ଭବତୀ ଥିଲେ। ଶୁକ୍ରବାର ସକାଳେ ଦଇନାଙ୍କ ଗର୍ଭଯନ୍ତ୍ରଣା ହେବାରୁ ସ୍ତ୍ରୀ ଓ ପ୍ରସୂତି ବିଭାଗକୁ ନେଇଥିଲେ। ମାତ୍ର ତାଙ୍କର ସ୍ବାସ୍ଥ୍ୟକାର୍ଡ ନ ଥିବାରୁ ସେଠାରେ ଥିବା କର୍ମଚାରୀ ଚିକିତ୍ସା ପାଇଁ ମନା କରି ଦେଇଥିଲେ ବୋଲି ଗୌରମଣି ଓ ବିମଳା କହିଛନ୍ତି। ପରେ ହସପିଟାଲ ନିକଟ ଏକ ଡ୍ରେନ ତଳେ ପରିବାରବର୍ଗଙ୍କ ସହାୟତାରେ ଦଇନା ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ ା ଏହି ଖବର ପାଇବା ପରେ ଏଡିଏମଓ ଡାକ୍ତର ପର୍ଶୁରାମ ଚମ୍ପତିରାୟ, ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ଏବଂ ସୁରକ୍ଷାକର୍ମୀମାନେ ପହଞ୍ଚତ୍ ପ୍ରସୂତି ମହିଳାଙ୍କୁ ସ୍ତ୍ରୀ ଓ ପ୍ରସୂତି ବିଭାଗକୁ ନେଇ ଭର୍ତ୍ତି କରିଥିଲେ। ମା ଓ ଶିଶୁ ଭଲ ଅଛନ୍ତି ବୋଲି ଏଡିଏମଓ ଡାକ୍ତର ଚମ୍ପତିରାୟ ପ୍ରକାଶ କରିଛନ୍ତି । ପରିବାର ଲୋକେ କରିଥିବା ଅଭିଯୋଗ ସମ୍ପର୍କରେ ତାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ଏବିଷୟରେ କିଛି ଜାଣି ନ ଥିବା କହିଥିଲେ। ତେବେ ଏହାର ତଦନ୍ତ କରାଯିବ ବୋଲି ସେ ପ୍ରକାଶ କରିଥିଲେ । ଏଭଳି ଘଟଣା କୋରାପୁଟ ସଦର ଡାକ୍ତରଖାନାରେ ପ୍ରଥମ ହୋଇଥିବା ବେଳେ କାହାର ଦାୟିତ୍ୱହୀନତା ଯୋଗୁ ଏପରି ଏକ ଲଜ୍ଜାକର ଘଟଣା ଘଟିଲା ତାହା ତଦନ୍ତ ସାପେକ୍ଷ ସାଧାରଣରେ ମତ ପ୍ରକାଶ ପାଉଛି।

ରାୟଗଡା

ଧରାପଡିଲେ ଲୁଟେରା ଗ୍ୟାଙ୍ଗ

ଜୟପୁର ୨୦।୧(ନି.ପ୍ର./ଡି.ଏନ.ଏ.)- ଜୟପୁର ସହରରେ କିଛି ମାସ ହେବ ଚୋରି କରି ଆତଙ୍କ ଖେଳାଇଥିବା ଚୋର ଗ୍ୟାଙ୍ଗ କୁ ଟାଉନଥାନା ପୋଲିସ ଧରିଛି । ଏନେଇ ଥାନା ପରିସରରେ ଆୟେଜିତ ଖବରଦାତା ସମ୍ମିଳନୀରେ ଏସଡିପିଓ ଟି.ଜେ. ରେଡ୍ଡି ସୂଚନା ଦେଇଛନ୍ତି ।

ମାନଚିତ୍ରରେ ଓଡିଆ ଭାଷାର ବିକୃତ ପ୍ରଦର୍ଶନ

ମାନଚିତ୍ରରେ ଓଡିଆ ଭାଷାର ବିକୃତ ପ୍ରଦର୍ଶନ

ଜୟପୁର, ୨୦।୧ (ନି.ପ୍ର.)-କୋରାପୁଟ ଜିଲା ମାନଚିତ୍ରରେ ଜିଲାର ବିଭିନ୍ନ ସ୍ଥାନର ନାମକୁ ଓଡିଆ ଭାଷାରେ ବିକୃତ ଭାବେ ଲେଖାଯାଇ ଭାଷାକୁ ବିକୃତ କରାଯାଇ ପ୍ରଦର୍ଶନ କରାଯାଇଛି ।

 ଭଡ଼ାଘରେ ରହି ୨୫୦ ଭୂମିହୀନଙ୍କୁ ବାଣ୍ଟିଲେ ଜମି

ଭଡ଼ାଘରେ ରହି ୨୫୦ ଭୂମିହୀନଙ୍କୁ ବାଣ୍ଟିଲେ ଜମି

ଜୟପୁର,୨୦।୧(ଡି.ଏନ.ଏ)-ନିଜେ ଭଡ଼ାଘରେ ରହୁଛନ୍ତି; କିନ୍ତୁ ୧୫ ବର୍ଷ ତଳେ ଯେଉଁ ୨ ଏକର ଜମି କିଣିଥିଲେ, ତାହାକୁ ୨୫୦ ଜଣ ଭୂମିହୀନଙ୍କୁ ବାଣ୍ଟିଛନ୍ତି ଜୟପୁର ସହରର ଜଣେ ବଦାନ୍ୟ ବ୍ୟକ୍ତି। ସେ ହେଲେ ମୁଗୁଡା ସୂର୍ଯ୍ୟନାରାୟଣ ଆଚାରୀ।

ସେଲଫି ନେଉଥିବାବେଳେ ଖସିପଡି ପର୍ଯ୍ୟଟକଙ୍କ ମୃତ୍ୟୁ

କୋରାପୁଟ/ଅନକାଡେଲି,୨୦। ୧(ସ୍ବ.ପ୍ର)- କୋରାପୁଟ ଜିଲାର ପର୍ଯ୍ୟଟନସ୍ଥଳ ଡୁଡୁମା ଜଳପ୍ରପାତରେ ଖସିପଡି ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ଖବରରୁ ଜଣାପଡିଛି ଶନିବାର ଆନ୍ଧ୍ରର ବିଶାଖାପାଟଣା ଅଞ୍ଚଳର ଏସ. ଇବ୍ରାହିମ (୨୮) କୋରାପୁଟ ଜିଲା ଲମତାପୁଟ ବ୍ଲକର ଅନକାଡେଲି ନିକଟରେ ଥିବା ଡୁଡୁମା ଜଳପ୍ରପାତକୁ ନିଜ ପରିବାର ସହ ବୁଲି ଆସିଥିଲେ।

ମେକା ସରପଞ୍ଚ ଉପନିର୍ବାଚନ: ବାଜି ମାରିଲେ କଂଗ୍ରେସ ସମର୍ଥିତ ପ୍ରାର୍ଥୀ

ମାଥିଲି,୨୦।୧(ଡି.ଏନ୍‌.ଏ.)-ମାଥିଲି ବ୍ଲକ ମେକା ସରପଞ୍ଚ ପଦବୀରେ ହୋଇଥିବା ଉପନିର୍ବାଚନ ଫଳାଫଳ ଶନିବାର ପ୍ରକାଶ ପାଇଛି। ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଭୋଟ ଗଣତି ହୋଇଥିଲା।

ବିଜେଡି ବ୍ଲକ ସଭାପତି ପଦରୁ ସଦାଶିବଙ୍କ ଇସ୍ତଫା

ମାଥିଲି,୨୦।୧(ଡି.ଏନ୍‌.ଏ.): ମାଥିଲି ବ୍ଲକ ବିଜେଡି ସଭାପତି ପଦବୀରୁ ଶନିବାର ସଦାଶିବ ପୂଜାରୀ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର ମାଲକାନଗିରି ଜିଲା ସଭାପତି ମାନସ ମାଡକାମୀଙ୍କୁ ଦେଇଛନ୍ତି।

ସମ୍ପର୍କରେ ରକ୍ତ ଛିଟ: ପିଟିପିଟି ମାରିଦେଲେ ସ୍ତ୍ରୀ, ପୁଅ

ନବରଙ୍ଗପୁର, ୨୦।୧(ବି.ପ୍ର.)- ପାରିବାରିକ କଳହ କିଭଳି ଉଗ୍ର ରୂପ ନେଇପାରେ ଏହାର ଏକ ଦୃଷ୍ଟାନ୍ତ ଶନିବାର ନବରଙ୍ଗପୁର ଜିଲାରେ ଦେଖିବାକୁ ମିଳିଛି। ଚରିତ୍ରରେ ସନ୍ଦେହ କରି ଘରେ ଝଗଡା ଓ ମାରପିଟ କରୁଥିବା ଜଣେ ବ୍ୟକ୍ତିଙ୍କୁ କାଠ ଫାଳିଆରେ ପିଟିପିଟି ହତ୍ୟା କରିଛନ୍ତି ତାଙ୍କ ସ୍ତ୍ରୀ ଓ ପୁଅ। ସେ ହେଲେ ରାଇଘର ଥାନା ସରଗୁଲି ଅଞ୍ଚଳର ବଳଦେବ ଗଣ୍ଡ(୫୦)।

ପ୍ରେସର ବୋମା ବିସ୍ଫୋରଣରେ ଯବାନ ଗୁରୁତର

ମାଲକାନଗିରି, ୨୦।୧(ଡି.ଏନ୍‌.ଏ.)- ସୀମାନ୍ତ ଛତିଶଗଡ ଦାନ୍ତଓ୍ବୋଡା ଜିଲା ତୁମନାର ହାଟରେ ପ୍ରେସର ବୋମା ବିସ୍ଫୋରଣରେ ଜଣେ ଯବାନ ଗୁରୁତର ହୋଇଛନ୍ତି। ସେ ହେଲେ ଯବାନ ରାମ କର୍ମା। ମାଓବାଦୀମାନେ ରାମଙ୍କୁ ଟାର୍ଗେଟ କରି ବୋମାଟିକୁ ଗଛତଳେ ପୋତିଥିଲେ।

ବିଷାକ୍ତ ଖାଦ୍ୟ ଖାଇ ଛାତ୍ର ମୃତ

ବିଷାକ୍ତ ଖାଦ୍ୟ ଖାଇ ଛାତ୍ର ମୃତ

ନବରଙ୍ଗପୁର, ୨୦।୧(ବି.ପ୍ର.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ମାଳିଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ଛାତ୍ରଙ୍କ ଝାଡ଼ାବାନ୍ତିରେ ମୃତ୍ୟୁ ହୋଇଛି। ସେ ହେଲେ ଷଷ୍ଠ ଶ୍ରେଣୀର ଛାତ୍ର ଗୁରୁବନ୍ଧୁ ଭତ୍ରା। ଏହାଛଡା ବିଦ୍ୟାଳୟର ଅନ୍ୟ ୧୩ଜଣ ଛାତ୍ର ଏଥିରେ ଆକ୍ରାନ୍ତ ହୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଖବରପାଇ ଏକ ଡାକ୍ତରୀ ଦଳ ବିଦ୍ୟାଳୟରେ ପହଞ୍ଚି ଆଉ ୭ଜଣ ଆକ୍ରାନ୍ତଙ୍କୁ ଚିକିତ୍ସା କରୁଛନ୍ତି। ଫୁଡ୍‌ ପଏଜନିଂରେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ବ୍ରହ୍ମପ୍ରକାଶ ମହାନ୍ତି କହିଛନ୍ତି।

ସୀମାନ୍ତରେ ଲାଲ୍‌ ଆତଙ୍କ: ପୋଲିସ ଇନ୍‌ଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା

ସୀମାନ୍ତରେ ଲାଲ୍‌ ଆତଙ୍କ: ପୋଲିସ ଇନ୍‌ଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା

ମାଲକାନଗିରି, ୨୦।୧(ସ୍ବ.ପ୍ର.)- ସୀମାନ୍ତ ଛତିଶଗଡ ସୁକ୍‌ମା ଜିଲାର ଚିନୁଲନାର ଅଞ୍ଚଳର ଜଣେ ଯୁବକଙ୍କୁ ପୋଲିସ ଇନ୍‌ଫର୍ମର ସନ୍ଦେହରେ ମାଓବାଦୀମାନେ ହତ୍ୟା କରିଛନ୍ତି। ସେ ହେଲେ ରାଜେଶ ଯାଦବ। ଶନିବାର ସକାଳେ ଦରନାପାଲର ଜଗରମୁଣ୍ଡା ରାସ୍ତା ନିକଟସ୍ଥ ମୁକ୍ରମ ନାଳ ପାଖରେ ରାଜେଶଙ୍କ ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ।

ସୀମାନ୍ତରେ ଗାଡି ଜାଳିଲେ ମାଓବାଦୀ

ସୀମାନ୍ତରେ ଗାଡି ଜାଳିଲେ ମାଓବାଦୀ

ମାଲକାନଗିରି, ୨୦।୧(ଡି.ଏନ୍‌.ଏ.) ସୀମାନ୍ତ ଦାନ୍ତଓ୍ବୋଡା ଜିଲା ଫରସପାଲ ଥାନା ଅଞ୍ଚଳରେ ଶନିବାର ମାଓବାଦୀମାନେ ଦୁଇଟି ଡ୍ରିଲ୍‌ ମେଶିନ ଓ ଗୋଟିଏ ବାଇକ୍‌ ପୋଡି ଦେଇଥିବା ସୂଚନା ମିଳିଛି ।

ଶୁଣିଲାନି ପ୍ରଶାସନ, ଗ୍ରାମବାସୀ କଲେ ରାସ୍ତା ନିର୍ମାଣ

ମୁକୁନ୍ଦପୁର, ୨୦।୧(ଡି.ଏନ୍‌.ଏ) ଗାଁକୁ ଭଲ ରାସ୍ତାଟିଏ ନାହିଁ। ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗାଁକୁ ରାସ୍ତାଟିଏ ପାଇଁ ଜିଲାପାଳ,ବିଧାୟକଙ୍କ ନିକଟକୁ ବାରମ୍ବାର ଦୌଡ଼ିଲେ ଗ୍ରାମବାସୀ । ହେଲେ କେହି ତାଙ୍କ କଥାକୁ ଶୁଣିଲେନି । ତେଣୁ ବାଧ୍ୟ ହୋଇ ନିଜ ଗ୍ରାମକୁ ନିଜେ ଏକ ରାସ୍ତା ନିର୍ମାଣ କରିଛନ୍ତି ।