ରାୟଗଡା

ଗଜପତି ମହୋତ୍ସବ ଉଦ୍‌ଯାପିତ

ଗଜପତି ମହୋତ୍ସବ ଉଦ୍‌ଯାପିତ
ପାରଳାଖେମୁଣ୍ଡି,୧୫।୧୨(ସ୍ବ.ପ୍ର.)-ଗଜପତି ଜିଲା ପାରଳାଖେମୁଣ୍ଡିସ୍ଥିତ ଗଜପତି ଷ୍ଟାଡିୟମରେ ଗତ ୫ଦିନ ଧରି ଚାଲିଥିବା ଗଜପତି ମହୋତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଉଦଯାପନୀ କାର୍ଯ୍ୟକ୍ରମରେ ଅତିଥି ଭାବେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଟି. ଆପାଙ୍ଗ ଆଓ, ଦକ୍ଷିଣାଞ୍ଚଳ ପୋଲିସ ଆଇଜି ଘନଶ୍ୟାମ ଉପାଧ୍ୟାୟ, ଗଜପତି ଜିଲାପାଳ ସୁଧାଂଶୁ ମୋହନ ସାମଲ, ଜିଲା ଆରକ୍ଷୀ ଅଧୀକ୍ଷକ ଅମୂଲ୍ୟ କୁମାର ଦାସ ମଞ୍ଚାସୀନ ଥିଲେ। ପ୍ରଥମେ ଅତିଥିମାନଙ୍କ ଦ୍ୱାରା ସ୍ମରଣିକା ଉନ୍ମୋଚନ କରାଯାଇଥିଲା। ଏହି ପୁସ୍ତକରେ ଜିଲାର ଐତିହ୍ୟ, କଳା ଓ ସଂସ୍କୃତି ଇତ୍ୟାଦିକୁ ଆଧାରକରି ବିଭିନ୍ନ ଲେଖକ ଓ ଶିକ୍ଷାବିତମାନଙ୍କ ଦ୍ୱାରା ପ୍ରସ୍ତୁତ ଉଚ୍ଚକୋଟୀର ବିଷୟବସ୍ତୁ ସ୍ଥାନ ପାଇଛି। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଜିଲା ଓ ଜିଲା ବାହାରର କଳାକାରମାନେ ପାରମ୍ପରିକ ଲୋକନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ। ଉତ୍ସବର ଶେଷଦିନରେ ଲୋକଙ୍କ ଭିଡ ପୂର୍ବାପେକ୍ଷା ଅଧିକ ରହିଥିଲା। ପଲ୍ଲିଶ୍ରୀ ମେଳା, କୃଷି ମେଳା ଓ ଖାଦ୍ୟ ମେଳାରେ ଗହଳି ଲାଗିଥିଲା। ପ୍ରଶାସନ ପକ୍ଷରୁ ଖୋଲାଯାଇଥିବା ବିଭିନ୍ନ ବିଭାଗର ଷ୍ଟଲଗୁଡିକରେ ମଧ୍ୟ ଭିଡ ଦେଖିବାକୁ ମିଳିଥିଲା। ପଡୋଶୀ ଜିଲା ସମେତ ଆନ୍ଧ୍ରପ୍ରଦେଶରୁ ଲୋକେ ଆସି ମଜା ଉଠାଇଥିଲେ।
All Right Reserved By

ରାୟଗଡା

୨୬ ଅଭିଯୋଗ ଶୁଣିଲେ ଜିଲାପାଳ

୨୬ ଅଭିଯୋଗ ଶୁଣିଲେ ଜିଲାପାଳ

ମାଥିଲି, ୨୪।୯ (ଡି.ଏନ.ଏ) - ମାଲକାନଗିରି ଜିଲା ମାଥିଲି ବ୍ଲକ କାର୍ଯ୍ୟାଳୟ ସଭାଗୃହ ଠାରେ ସୋମବାର ଜିଲାପାଳ ମନିଷ ଅଗ୍ରଓ୍ବାଲ ଅଭିଯୋଗ ଶୁଣାଣି କରିଥିଲେ। ବ୍ଲକ ଅଞ୍ଚଳର ୧୩ଟି ସାମୁହିକ ଏବଂ ୧୩ଟି ବ୍ୟକ୍ତିଗତ ଅଭିଯୋଗର ଶୁଣାଣି ହୋଇଥିଲା। ପିଡି ଡିଆରଡିଏ ଲିଙ୍ଗରାଜ ପଣ୍ତା,  ଉପଜିଲାପାଳ ରାମେଶ୍ବର ପ୍ରଧାନ, ଏସଡିପିଓ ଶ୍ରବଣ ବିବେକ, ବିଡିଓ ଆଶିଷ କୁମାର ଭୋଇ, ତହସିଲଦାର ମାଘବନ ବାଘ, ଆଇଆଇସି ଜନ ଖୁଜୁରଙ୍କ ସମେତ ସମସ୍ତ ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ

ଦାମନଯୋଡ଼ିରେ ନୂଆଖାଇ ଭେଟ୍‌ଘାଟ

ଦାମନଯୋଡ଼ିରେ ନୂଆଖାଇ ଭେଟ୍‌ଘାଟ

ଦାମନଯୋଡ଼ି,୨୪।୯(ଡି.ଏନ୍‌.ଏ.)ଦାମନଯୋଡ଼ିରେ ରହୁଥିବା ପଶ୍ଚିମ ଓଡ଼ିଶା ଭାଇଭଉଣୀଙ୍କ ପକ୍ଷରୁ ନୂଆଖାଇ ଭେଟ୍‌ଘାଟ୍‌ ପାଳିତ ହୋଇଛି। ରବିବାର ସେକ୍ଟର-୩ ମନ୍ଦିରରେ ଏଥିପାଇଁ ସ୍ବତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥିଲା। ନୂଆ ଚାଉଳରେ ତିଆରିଗୁଡ଼ାକୁ ଶ୍ରୀଜଗନ୍ନାଥ ଓ ମା’ ସମଲେଶ୍ୱରୀଙ୍କଠାରେ ଭୋଗ ଲାଗି ହୋଇଥିଲା। ମା’ ସମଲେଶ୍ୱରୀଙ୍କ ପୂଜାର୍ଚ୍ଚନା ପରେ ସମସ୍ତେ ମା’ଙ୍କ ଆଶୀର୍ବାଦ ନେଇଥିଲେ। ଦାମନଯୋଡ଼ି ନୂଆଖାଇ ଭେଟ୍‌ଘାଟ୍‌ କମିଟିର ସଦସ୍ୟ ଅମରନାଥ ନାମଦେବ ଓ ଚନ୍ଦ୍ରଭାନୁ ବାଘଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କମିଟି ପକ୍ଷରୁ ପି.କେ. ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ଲିଲିମା ପ୍ରଧାନ ମଞ୍ଚ ସଂଯୋଜନା କରିଥିଲେ। ସଦସ୍ୟ ଶେଷଦେବ ଶତପଥୀ, ତପେଶ୍ୱର ମେହେରା, ପୀତବାସ ପାଣ୍ଡେ, ସୁରେନ୍ଦ୍ର କହଁର, ଗିରିଧାରୀ ତିର୍କି, ଅଶ୍ୱିନୀ ଭୋଇ, ନିରଞ୍ଜନ ଗୌଡ଼, ଜଳେନ୍ଦ୍ର ତ୍ରିପାଠୀ, କପିଳାସ କର୍ଣ୍ଣ, ପ୍ରଶାନ୍ତ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ରୋଗୀ ପରିଚାଳନା ତାଲିମ ଶିବିର

ରୋଗୀ ପରିଚାଳନା ତାଲିମ ଶିବିର

ଜୟପୁର,୨୪।୯(ଡି.ଏନ୍‌.ଏ.): ଜୟପୁରସ୍ଥିତ ଜିଲା ଚିକିତ୍ସାଳୟରେ ନ୍ୟାସନାଲ କ୍ୱାଲିଟି ଆସ୍ୟୁରାନ୍ସ ସର୍ଭିସ ପକ୍ଷରୁ  ଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଏହି ଶିବିରରେ ସିଡିଏମ୍‌ଓ ଡା. ଲଳିତ ମୋହନ ରଥ ଯୋଗଦେଇ ଶୁଭାରମ୍ଭ କରିଥିଲେ। ଚିକିସତ୍। ସହିତ ରୋଗୀଙ୍କୁ ଉତ୍ତମ ବ୍ୟବହାର, ପରିଚାଳନା ଏବଂ ପ୍ରତିଦିନ ରୋଗୀଙ୍କ ସମ୍ପର୍କିତ ଆସୁଥିବା ସମସ୍ୟାକୁ ଉତ୍ତମ ଭାବେ ସମଧାନ ପାଇଁ ତାଲିମ ଦିଆଯାଉଛି। ଏଥିରେ ମାଷ୍ଟର ଟ୍ରେନର ଭାବେ ଦିଲ୍ଲୀରୁ ଡା. ଧନେଶ୍ୱର ଲାଲ ଯୋଗ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜୟପୁର ଚିକିସତ୍।ଳୟ ସୁପରିଣ୍ଟେଣ୍ଡେଣ୍ଟ ଡା. ଦଧିବାମନ ତ୍ରିପାଠୀ, ଏଡିଏମ୍‌ଓ ତଥା ଡିପିଏଚଓ ଡା. ଅରୁଣ ପାଢ଼ୀ, ଏନଆରଏଚଏମ ଡିପିଏମ ଶୁଭ୍ରକାନ୍ତ ଗନ୍ତାୟତ ଉପସ୍ଥିତ ଥିଲେ। ଚିକିସତ୍।ଳୟ ମ୍ୟାନେଜର ରୁପସି ମଧୁମିତା ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଅଭିଭାବକ ସମ୍ମିଳନୀ

ବାଲିମେଳା, ୨୪।୯ (ଡି.ଏନ୍‌.ଏ.): ମାଲକାନଗିରି ଜିଲା ବାଲିମେଳା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ରବିବାର ଅପରାହ୍ନ ୩ଟାରେ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସଭାପତି କୃପାସିନ୍ଧୁ ବିଶ୍ୱାଳ, ଉପସଭାପତି ଭିକାରୀ ଚରଣ ମଲିକ, ସହ ସମ୍ପାଦକ ମନୋଜ ଖଣ୍ଡୁଆଳ ଓ କୋଷାଧ୍ୟକ୍ଷ ଅକ୍ଷୟ ବିଶ୍ୱାଳ ଯୋଗ ଦେଇଥିଲେ।  

ଦଶହରା ପାଇଁ  ପ୍ରସ୍ତୁତି ବୈଠକ

ଦଶହରା ପାଇଁ ପ୍ରସ୍ତୁତି ବୈଠକ

 ମାଥିଲି , ୨୪।୯ (ଡି.ଏନ.ଏ) : ମାଲକାନଗିରି ଜିଲା ମାଥିଲି ବ୍ଲକ ସଦର ଦୁର୍ଗାମଣ୍ତପଠାରେ ଆସନ୍ତା ଦଶହରା ପାଳନ ନେଇ ରବିବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ଗୌରୀ ବଟେଙ୍କ ସଭାପତିତ୍ୱରେ ହୋଇଥିବା ଏହି ବୈଠକରେ ଥାନା ଆଇଆଇସି ଜନ ଖୁଜୁର, ଜିଲା ପରିଷଦ ସଭ୍ୟ ବାଲରାଜୁ କପେଙ୍କ ସମେତ ସ୍ଥାନୀୟ ବୁଦ୍ଧିଜୀବୀ, ଯୁବପୀଢିି, ପ୍ରମୁଖ  ଉପସ୍ଥିତ ଥିଲେ । ଆସନ୍ତା ଦଶହରା ଉତ୍ସବ ଶାନ୍ତିଶୃଙ୍ଖଳାର ସହ ଧୁମଧାମରେ ପାଳନ କରିବାକୁ ଆଲୋଚନା କରାଯାଇଥିଲା ।  ଏହି ଅବସରରେ ଦଶହରା ପୂଜା କମିଟି ଗଠନ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ କାନାମରାଜୁ ନାୟକ, ଗ୍ରାମ ମୁଖିଆ ନରସିଂହ ନାୟକ, ହେମନ୍ତ ରାଜୁଙ୍କ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ।

ଆଦର୍ଶ ବିଦ୍ୟାଳୟ ଛାତ୍ରୀ ରାଜ୍ୟସ୍ତରୀୟ  କ୍ରୀଡାକୁ   ମନୋନୀତ

ଆଦର୍ଶ ବିଦ୍ୟାଳୟ ଛାତ୍ରୀ ରାଜ୍ୟସ୍ତରୀୟ କ୍ରୀଡାକୁ ମନୋନୀତ

କାଶୀନଗର,୨୪।୯(ଡି.ଏନ୍‌.ଏ.):କାଶୀନଗର ବ୍ଲକର ଆଲଡାସ୍ଥିତ ଆଦର୍ଶ ବିଦ୍ୟାଳୟ ଛାତ୍ରୀ ଜ୍ୟୋର୍ତିମୟୀ ବେହେରା ଜିଲାସ୍ତରୀୟ ୧୦୦ ଓ ୨୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ପ୍ରଥମ, ଲମ୍ବାଡିଆଁରେ ପ୍ରଥମ ହୋଇ ରାଜ୍ୟସ୍ତରକୁ ମନୋନୀତ ହୋଇଛନ୍ତି ା ଏହି ପ୍ରତିଯୋଗିତା ଗୋଷାଣି ବ୍ଲକର ଗାରାବନ୍ଧାଠାରେ ଗତ ୧୯,୨୦, ୨୧ରେ ଅନୁଷ୍ଠିତ ହୋଇଥିଲା ା ଏହା ପୂର୍ବରୁ ଜ୍ୟୋର୍ତିମୟୀ  ରାଜ୍ୟସ୍ତରକୁ ମନୋନୀତ ହୋଇ ବଲାଙ୍ଗିର ଓ କଟକ ବାରବାଟି ଷ୍ଟାଡିୟମରେ ଖେଳିବାକୁ ଯାଇଥିଲେ। ଆଦର୍ଶ ବିଦ୍ୟାଳୟର କ୍ରୀଡା ଶିକ୍ଷକ ବିଶ୍ୱବିଜୟୀ ବିବେକାନନ୍ଦ ବେହେରାଙ୍କ ଦ୍ୱାରା ସେ ପ୍ରଶିକ୍ଷଣ ନେଇଥିବାରୁ ତାଙ୍କୁ  କୃତଜ୍ଞତା ଜ୍ଞାପନ କରିଛନ୍ତି।  

 ଶିଶୁମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ

ଶିଶୁମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, ୨୪।୯ (ସ୍ବ.ପ୍ର.): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ପରିଚ୍ଛା ମଠ ପରିସରରେ ରବିବାର ବାଲମୁକୁନ୍ଦ କେନ୍ଦ୍ର ପକ୍ଷରୁ ଯୋଗାସନ କାର୍ଯ୍ୟକ୍ରମ ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସେହିପରି ନିୟତି ଅନୁଷ୍ଠାନ ପକ୍ଷରୁ ନିର୍ଦ୍ଦେଶକ ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ପ୍ରସ୍ତାବିତ କାର୍ଯ୍ୟକ୍ରମ ‘ଏ ନୁହେଁ କାହାଣୀ’ ମଧ୍ୟ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଆଦିତ୍ୟ ବାହିନୀର ନଗର ସଭାପତି ଗଣନାଥ ଖଡ଼ଗରାୟ ଯୋଗଦେଇ ଭକ୍ତିରସ ଅବତାର ଜଗତଗୁରୁ କୃପାଳୁଜୀ ମହାରାଜାଙ୍କ ଆରତି କରିଥିଲେ ।

ମୁଁ ହିରୋ, ମୁଁ ଓଡ଼ିଶା କାର୍ଯ୍ୟକ୍ରମରେ ୫ ସମ୍ବର୍ଦ୍ଧିତ

ମୁଁ ହିରୋ, ମୁଁ ଓଡ଼ିଶା କାର୍ଯ୍ୟକ୍ରମରେ ୫ ସମ୍ବର୍ଦ୍ଧିତ

ତେନ୍ତୁଳିଖୁଣ୍ଟି,୨୪।୯(ଡି.ଏନ୍‌.ଏ): ତେନ୍ତୁଳିଖୁଣ୍ଟି  ବ୍ଲକ୍‌ ତେନ୍ତୁଳିଖୁଣ୍ଟିସ୍ଥିତ ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟ ସାଂସ୍କୃତିକ ମଣ୍ଡପରେ ମୁଁ ହିରୋ, ମୁଁ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିଧାୟକ ମନୋହର ରନ୍ଧାରୀ, ବ୍ଲକ୍‌ ଅଧ୍ୟକ୍ଷା ଦେବକୀ ନାୟକ ଅତିଥି ଭାବେ ଯୋଗଦେଇ ଯୁବପିଢ଼ିଙ୍କ ଲୁକାୟିତ ପ୍ରତିଭା ଲୋକଲୋଚନକୁ ଆଣିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଛନ୍ତି। କାର୍ଯ୍ୟକ୍ରମରେ ୨ଶହ ପ୍ରତିଯୋଗୀ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ୫ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ପ୍ରଫୁଲ୍ଲ ନାଗ,  ସୂର୍ଯ୍ୟ ରନ୍ଧାରୀ, ସୁବାସ ଦାଶ, ସୁବାସ ଗରଡ଼ା, ପ୍ରେସିମଣି ଖିଲ ଉପସ୍ଥିତ ଥିଲେ।  ଭୋଳାନାଥ ନାୟକ ଓ ଦେବସ୍ମିତା ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

୧୯ ହିତାଧିକାରୀଙ୍କୁ  ଗ୍ୟାସ୍‌ ପ୍ରଦାନ

୧୯ ହିତାଧିକାରୀଙ୍କୁ ଗ୍ୟାସ୍‌ ପ୍ରଦାନ

ପାପଡ଼ହାଣ୍ଡି,୨୪ା୯(ଡି.ଏନ୍‌.ଏ.)
ପାପଡ଼ହାଣ୍ଡି ବ୍ଲକ୍‌ ପାତ୍ରୀଠାରେ ରବିବାର ବନ ବିଭାଗର ଆମ ଜଙ୍ଗଲ ଯୋଜନାରେ ୧୯ ଜଣ ହିତାଧିକାରୀଙ୍କୁ  ଗ୍ୟାସ୍‌ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଜିଲା ପରିଷଦ ଅଧ୍ୟକ୍ଷା ଭଗବତୀ ଭତ୍ରା, ବ୍ଲକ୍‌ ଅଧ୍ୟକ୍ଷା ସେବତୀ ସାନ୍ତା, ଉପାଧ୍ୟକ୍ଷ ତ୍ରିନାଥ ପ୍ରଧାନ, ସମିତି ସଭ୍ୟା ସୁଜାତା ନାୟକ, ସରପଞ୍ଚ ଯଦୁ ନାୟକ, ଫରେଷ୍ଟର ରାମଚନ୍ଦ୍ର ଜାନୀ, ପ୍ରମୁଖ ଯୋଗଦେଇଥିଲେ।

ଭାଗବତ ଟୁଙ୍ଗି ସମ୍ପର୍କିତ ଆଲୋଚନାଚକ୍ର

ଭାଗବତ ଟୁଙ୍ଗି ସମ୍ପର୍କିତ ଆଲୋଚନାଚକ୍ର

ପାରଳାଖେମୁଣ୍ଡି, ୨୪।୯ (ସ୍ବ.ପ୍ର.): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଭକ୍ତି ସଙ୍ଗୀତ ସଂସଦ ଆନୁକୂଲ୍ୟରେ ସ୍ଥାନୀୟ ଭାଗୀରଥି ପାଢୀ ସ୍ମୃତିକଳା ପରିଷଦଠାରେ ଏକ ‘ଭାଗବତ ଟୁଙ୍ଗି’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ା ଏଥିରେ ମୁଖ୍ୟଅତିଥି ଭାବେ ଶିକ୍ଷାବିତ୍‌ ଜଗନ୍ନାଥ ମିଶ୍ର ଯୋଗଦେଇ ପୁରାଣ ଓ ସଂସ୍କୃତିର ମୂଲ୍ୟବୋଧ ଦ୍ୱାରା ଅନ୍ତରର ସ୍ବଚ୍ଛତା ଆବିଷ୍କାର କରିବା ପାଇଁ ଆହ୍ବାନ ଦେଇଥିଲେ ା ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍‌ ଗୌରଚନ୍ଦ୍ର ପଣ୍ଡା ଯୋଗେଦେଇ ମଣିଷ ତିଆରି କାରଖାନାର ରୂପରେଖ ଆଧ୍ୟାତ୍ମିକ ଚେତନା ଦ୍ୱାରା ଜାଗ୍ରତ ହୋଇଥାଏ।

ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କବାଡି ପ୍ରତିଯୋଗିତା: ନବରଙ୍ଗପୁର ଜିଲା ଚାମ୍ପିୟନ

ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କବାଡି ପ୍ରତିଯୋଗିତା: ନବରଙ୍ଗପୁର ଜିଲା ଚାମ୍ପିୟନ

ନବରଙ୍ଗପୁର,୨୪।୯(ବି.ପ୍ର.): ୧୭ ବର୍ଷରୁ କମ୍‌ ବାଳିକା ବିଭାଗ କବାଡ଼ି ପ୍ରତିଯୋଗିତାରେ ନବରଙ୍ଗପୁର ଜିଲା ଦଳ ଚାମ୍ପିୟନ ହୋଇଛି । ୬୪ ତମ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କବାଡ଼ି ପ୍ରତିଯୋଗିତା ବରଗଡ଼ ଜର୍ଜ ଉଚ୍ଚ ବିଦ୍ୟାଳୟ ପରିସରରେ ୨୧ରୁ ରବିବାର ପର୍ଯ୍ୟନ୍ତ ପ୍ରତିଯୋଗିତା ଆୟୋଜିତ  ହୋଇଥିଲା ା ରବିବାର ଉଦ୍‌ଯାପନୀ ଦିବସରେ ବୟନଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିିନି ଛୁରିଆ ମୁଖ୍ୟ ଅତିଥିଭାବେ ଯୋଗଦେଇ ସିଲ୍ଡ ସହ ମାନପତ୍ର ପ୍ରଦାନ କରି ଛାତ୍ରୀମାନଙ୍କୁ ଉତ୍ସାହିତ କରିଛନ୍ତି। କ୍ରିଡା ଓ ଶିକ୍ଷା କ୍ଷେତ୍ରରେ  ନିଜର ଭବିଷ୍ୟତ ଉଜ୍ୱଳମୟ କରିବାକୁ ପରାମାର୍ଶ ଦେଇଛନ୍ତି ା 

ଅର୍ନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅଗ୍ନିଶମ କର୍ମଚାରୀଙ୍କ ଧାରଣା

ଅର୍ନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅଗ୍ନିଶମ କର୍ମଚାରୀଙ୍କ ଧାରଣା

ମାଥିଲି, ୨୪।୯ (ଡି.ଏନ.ଏ) : ବିଭିନ୍ନ ଦାବି ନେଇ ସୋମବାର ମାଲକାନଗିରି ଜିଲା ମାଥିଲି ପୁରୁଣା ବ୍ଲକ ପରିସରରେ ଥିବା ଅଗ୍ନିଶମ କାର୍ଯ୍ୟାଳୟ ସମ୍ମୁଖରେ ଅଗ୍ନିଶମ କର୍ମଚାରୀମାନେ ଅର୍ନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେଇଛନ୍ତି।