ରାୟଗଡା

୧୪ ଫୁଟ ଲମ୍ବ ଅଜଗର ଉଦ୍ଧାର

୧୪ ଫୁଟ ଲମ୍ବ ଅଜଗର ଉଦ୍ଧାର
ଝରିଗାଁ,୧୫।୧୨(ସ୍ବ.ପ୍ର.)-ନବରଙ୍ଗପୁର ଜିଲା ଝରିଗାଁ ସଦର ମହକୁମା ନିକଟସ୍ଥ ବଇଁଶିବନ୍ଧା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିକଟରେ ଗ୍ରାମବାସୀଙ୍କ ଦ୍ୱାରା ଏକ ୧୪ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର କରାଯାଇଛି । ପରେ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି । ଶୁକ୍ରବାର ଅପରାହ୍ନରେ ବଇଁଷିବନ୍ଧା ଗାଁର ସୁବାଷି ସାନ୍ତା, ବିରୁ ସାନ୍ତା ଓ ଇସ ସାନ୍ତା ପ୍ରମୂଖ ଗାଈ ଚରାଇ ଘରକୁ ଫେରୁଥିଲେ । ବିଦ୍ୟାଳୟ ନିକଟରେ ଅଜଗର ସାପକୁ ଗାଁ ଅଭିମୁଖେ ଯାଉଥିବା ଲକ୍ଷ୍ୟ କରି ଗାଁ ଲୋକଙ୍କୁ ଜଣାଇଥିଲେ । ବିଦ୍ୟାଳୟର ଶିକ୍ଷକ ମନୋଜ କୁମାର ସେଠି ଓ ଗଙ୍ଗାଧର ପାଳ ଉକ୍ତ ସ୍ଥାନକୁ ଯାଇ ଅଜଗର ସାପକୁ ଉଦ୍ଧାର କରି ଝରିଗାଁ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗର କର୍ମଚାରୀ ଅଜଗରକୁ ନେଇ ସ୍ଥାନୀୟ କେନ୍ଦ୍ରୀୟ ନର୍ସରୀ ଠାରେ ରଖିଛନ୍ତି । ସାପ ସ୍ବାସ୍ଥ୍ୟ ପରୀକ୍ଷା ପରେ ନିକଟସ୍ଥ ଜଙ୍ଗଲରେ ପରିବେଶ ଦେଖି ଛାଡି ଦିଆ ଯିବ ବୋଲି ବନବିଭାଗ ସୂଚନା ଦେଇଛି।
All Right Reserved By

ରାୟଗଡା

୨ ଲୁଟ୍‌ ଘଟଣାରେ ୪ ଗିରଫ

୨ ଲୁଟ୍‌ ଘଟଣାରେ ୪ ଗିରଫ

ନବରଙ୍ଗପୁର,୧୬।୧(ଡି.ଏନ.ଏ.)-  ଦୁଇଟି ଲୁଟ ଘଟଣାରେ ନବରଙ୍ଗପୁର  ପୋଲିସ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।  ନବରଙ୍ଗପୁର ଆଦର୍ଶ ଥାନା ସମ୍ମିଳନୀ କକ୍ଷଠାରେ ଆହୁତ ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସପି ଶାନ୍ତନୁ ମହାନ୍ତି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।  

ଓମଡିଙ୍ଗି ସ୍କୁଲରେ ଶିକ୍ଷକ ଅଭାବ ଅଭିଯୋଗ: ବିଦ୍ୟାଳୟରେ ତାଲା ପକାଇଲେ ଛାତ୍ରୀଛାତ୍ର

ଓମଡିଙ୍ଗି ସ୍କୁଲରେ ଶିକ୍ଷକ ଅଭାବ ଅଭିଯୋଗ: ବିଦ୍ୟାଳୟରେ ତାଲା ପକାଇଲେ ଛାତ୍ରୀଛାତ୍ର

 ରାମନାଗୁଡା/ଗୁଣପୁର, ୧୬।୧(ଡି.ଏନ୍‌.ଏ.)-ରାୟଗଡା ଜିଲା ରାମନାଗୁଡା ବ୍ଲକ ନିଲାମଗୁଡା ପଞ୍ଚାୟତ ଓମଡିଙ୍ଗି ଗ୍ରାମସ୍ଥିତ   ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଅଭିଯୋଗକରି ସ୍କୁଲ କମିଟି ସଦସ୍ୟ, ଛାତ୍ରୀଛାତ୍ର ଏବଂ ଅଭିଭାବକମାନେ ବୁଧବାର ତାଲା ପକାଇଛନ୍ତି। ସମସ୍ୟା ସମାଧାନ ନ ହେବା ପର୍ଯ୍ୟନ୍ତ କୌଣସି ଛାତୀଛାତ୍ର ସ୍କୁଲକୁ ଯିବେନାହିଁ ବୋଲି କହିଛନ୍ତି। 

ବଜାର ସୁବିଧା ନାହିଁ: ରାସ୍ତା କଡ଼ରେ ପରିବା ବ୍ୟବସାୟ

ବଜାର ସୁବିଧା ନାହିଁ: ରାସ୍ତା କଡ଼ରେ ପରିବା ବ୍ୟବସାୟ

ଟିକିରି, ୧୫।୧ (ଡି.ଏନ୍‌.ଏ.)- ରାୟଗଡ଼ା ଜିଲା କାଶୀପୁର ବ୍ଳକ ଅଧୀନ ଟିକିରି ଗ୍ରାମରେ ପରିବା ଚାଷୀ ଓ ବ୍ୟବସାୟୀଙ୍କ ନିମନ୍ତେ ବଜାର ବ୍ୟବସ୍ଥା ନାହିଁ। ତେଣୁ ସ୍ଥାନୀୟ ଅଞ୍ଚଳର ଚାଷୀ  ରାସ୍ତା କଡ଼ରେ ପରିବା ବିକ୍ରି କରୁଛନ୍ତି। ଚାଷୀଙ୍କ ଉପାର୍ଜିତ ଦ୍ରବ୍ୟ ବିକ୍ରି ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବଜାର ବ୍ୟବସ୍ଥା କରାଯାଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଗତ ଦିନରେ ପଞ୍ଚାୟତ କାର୍ଯ୍ୟାଳୟ ପଛପଟେ ଥିବା ସ୍ଥାନରେ ଦୈନିକ ବଜାର ପାଇଁ ପିଣ୍ଡି ନିର୍ମାଣ କରାଯାଇଥିଲା। କିନ୍ତୁ ପରିବା ବ୍ୟବସାୟୀମାନେ ଏହି ସ୍ଥାନକୁ ଯାଉ ନ ଥିବା ଜଣାପଡ଼ିଛି। ଚାଷୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କୃଷକ ବଜାର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି।

ଅପଚୟ ହେଉଛି ପାନୀୟ ଜଳ

ଅପଚୟ ହେଉଛି ପାନୀୟ ଜଳ

ପାରଳାଖେମୁଣ୍ଡି,୧୬।୧(ସ୍ବ.ପ୍ର.): ଗଜପତି ଜିଲା ପାରଳାଖେମୁଣ୍ଡି ସହରର କଲେଜ ଛକସ୍ଥିତ ଯାତ୍ରୀ ବିଶ୍ରାମାଗାର ନିକଟରେ ଥିବା ଏକ ପାଣିଟାଙ୍କିରୁ ପାଣି ଲିକେଜ୍‌ ହୋଇ ରାସ୍ତାକୁ ବୋହିଯାଇ ଅପଚୟ ହେଉଛି। ଏଥିଯୋଗୁ ରାସ୍ତା କର୍ଦ୍ଦମାକ୍ତ ହେବା ସହ ଅଞ୍ଚଳବାସୀଙ୍କୁ ପାନୀୟଜଳ ପାଇଁ ହଇରାଣ ହେବାକୁ ପଡୁଛି। 

ନିମ୍ନମାନର ରାସ୍ତା ପାଇଁ ଗାଁ ବିଚ୍ଛିନ୍ନ

ନିମ୍ନମାନର ରାସ୍ତା ପାଇଁ ଗାଁ ବିଚ୍ଛିନ୍ନ

ନନ୍ଦପୁର,୧୬।୧(ଡି.ଏନ୍‌.ଏ.): ନନ୍ଦପୁର ବ୍ଲକ ଥୁବା ପଂଚାୟତ ପରଟା ଗ୍ରାମକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ସଡ଼କ ଗତ ବର୍ଷାରେ ଧୋଇଯିବା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ସ୍ବାଧୀନତା ପରେ ଗତବର୍ଷ ପ୍ରଥମ ଥର ରାସ୍ତା ନିର୍ମାଣ କରି ଏହି ଗ୍ରାମକୁ ସଂଯୋଗ କରାଯାଇଥିଲା। କିନ୍ତୁ କାମ ଅତି ନିମ୍ନମାନର ହୋଇଥିବା ସହ ସୁରକ୍ଷା ପ୍ରାଚୀର ମୂଳଦୁଆ ନ ପକାଇ ତିଆରି କରାଯାଇଥିବା ଯୋଗୁ ତାହା ସମ୍ପୂର୍ଣ ଭାବେ ଓଲଟି ପଡ଼ିଛି।

ଓଡ଼ିଶାର ଥିଲା ଡକନି ୟେଲଙ୍ଗାବାଲସା ଗ୍ରାମ: ଗଦାଧର ପରିଡ଼ା

ଓଡ଼ିଶାର ଥିଲା ଡକନି ୟେଲଙ୍ଗାବାଲସା ଗ୍ରାମ: ଗଦାଧର ପରିଡ଼ା

କୋରାପୁଟ,୧୬।୧(ସ୍ବ.ପ୍ର.): କୋରାପୁଟ ଜିଲା କୋଟିଆ ପଞ୍ଚାୟତରେ ଥିବା ୨୧ଟି ରାଜସ୍ବ ଗ୍ରାମ ସହ ବର୍ତ୍ତମାନ ଆନ୍ଧ୍ର କବ୍‌ଜାରେ ଥିବା ଡକନି ୟେଲଙ୍ଗାବାଲସା ଗ୍ରାମ ଓଡ଼ିଶାର ଥିଲା। ସ୍ଥାନୀୟ ଆଦିବାସୀ ସଂଗ୍ରହାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପୂର୍ବତନ କୋରାପୁଟ ଜିଲାପାଳ ତଥା କୋଟିଆ ଉନ୍ନୟନ କମିଟିର ଉପଦେଷ୍ଟା ଗଦାଧର ପରିଡ଼ା ଏହି ସୂଚନା ଦେଇଛନ୍ତି।

ମାତିଲେ ମାଓବାଦୀ, ପୋଡିଦେଲେ ଯାତ୍ରୀବାହୀ ବସ୍‌

ମାତିଲେ ମାଓବାଦୀ, ପୋଡିଦେଲେ ଯାତ୍ରୀବାହୀ ବସ୍‌

ମାଲକାନଗିରି, ୧୬।୧(ଡି.ଏନ୍‌.ଏ.): ଛତିଶଗଡ଼ ଦନ୍ତଓ୍ବୋଡ଼ା ଜିଲା କସେଲି ନିକଟରେ ଏକ ଯାତ୍ରୀବାହୀ ଘରୋଇ ବସ୍‌କୁ ମାଓବାଦୀମାନେ ପୋଡିଦେଇଛନ୍ତି। ବୁଧବାର ସକାଳେ ମାଓବାଦୀମାନେ ଏହି କାଣ୍ଡ ଘଟାଇଛନ୍ତି।  ବସଟି ଦନ୍ତଓ୍ବୋଡ଼ା ଯିବା ସମୟରେ ୧୫ ରୁ ୨୦ ମାଓବାଦୀ କସେଲି ନିକଟରେ ବସ୍‌କୁ ଅଟକାଇଥିଲେ। 

ପ୍ରେମ ସମ୍ପର୍କକୁ ନେଇ ନାବାଳକଙ୍କୁ ହତ୍ୟା, ରାଜ୍ୟ ରାଜପଥ କଡ଼ରୁ ମିଳିଲା ମୃତଦେହ

ପ୍ରେମ ସମ୍ପର୍କକୁ ନେଇ ନାବାଳକଙ୍କୁ ହତ୍ୟା, ରାଜ୍ୟ ରାଜପଥ କଡ଼ରୁ ମିଳିଲା ମୃତଦେହ

ମାଲକାନଗିରି,୧୬।୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଖଇରପୁଟ ବ୍ଲକ କଦମଗୁଡ଼ା ପଞ୍ଚାୟତ ସଦର ଗ୍ରାମର ଜଣେ ନାବାଳକଙ୍କୁ ମଙ୍ଗଳବାର ବିଳମ୍ବିତ ରାତ୍ରରେ ହତ୍ୟା କରାଯାଇଛି। ୪୭ନଂ ରାଜ୍ୟ ରାଜପଥର ମଣିପୁରିଆଗୁଡ଼ାଠାରେ ତାଙ୍କର ମୃତଦେହକୁ ବୁଧବାର ଉଦ୍ଧାର କରାଯାଇଛି। ମୃତକ ହେଲେ ଉକ୍ତ ଗ୍ରାମର ଶିକ୍ଷକ ବୁଦ୍ଧଦେବ ଖିଲଙ୍କ ପୁଅ ପବିତ୍ର ଖିଲ(୧୭)।

ଉପଜିଲାପାଳଙ୍କୁ ଦାବିପତ୍ର ଦେଲା ବିଏସ୍‌ପି

ଉପଜିଲାପାଳଙ୍କୁ ଦାବିପତ୍ର ଦେଲା ବିଏସ୍‌ପି

ଜୟପୁର, ୧୫।୧(ନି.ପ୍ର.) ଜୟପୁର ବଜୁଜନ ସମାଜ ପାର୍ଟି(ବିଏସ୍‌ପି) ବିଭିନ୍ନ ଦାବି ନେଇ ମଙ୍ଗଳବାର ଉପଜିଲାପାଳଙ୍କୁ ସ୍ମାରକପତ୍ର ଦେଇଛି।   ବିଏସ୍‌ପିର ସଦା ନାୟକ ଓ ବାସୁ ନାୟକଙ୍କ ନେତୃତ୍ୱରେ ଜୟପୁରରୁ ଏକ  ଶୋଭାଯାତ୍ରା ବାହାରିଥିଲା। ଶୋଭାଯାତ୍ରାଟି ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିବା ପରେ ଦଳୀୟ କର୍ମୀମାନେ ଉପଜିଲାପାଳଙ୍କୁ ୯ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ଦେଇଛନ୍ତି।

‘ଆମ, ଗାଁ ଆମ ବିକାଶ’  କାର୍ଯ୍ୟକ୍ରମକୁ କଂଗ୍ରେସର  ବିରୋଧ: ବ୍ଲକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ, ଧାରଣା

‘ଆମ, ଗାଁ ଆମ ବିକାଶ’ କାର୍ଯ୍ୟକ୍ରମକୁ କଂଗ୍ରେସର ବିରୋଧ: ବ୍ଲକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ, ଧାରଣା

ଜୟପୁର, ୧୫।୧(ନି.ପ୍ର.) : ‘ଆମ ଗାଁ, ଆମ  ବିକାଶ’ କାର୍ଯ୍ୟକ୍ରମ ସରକାରୀ ଯୋଜନା ହୋଇଥିବାବେଳେ  ବିଜେଡି ଏହାକୁ ଦଳୀୟ କାର୍ଯ୍ୟକ୍ରମ ଭଳି ବ୍ୟବହାର କରୁଥିବା ଅଭିଯୋଗ କରିଛି ଜୟପୁର ବ୍ଲକ କଂଗ୍ରେସ। ମଙ୍ଗଳବାର ଜୟପୁର ଦଶହରା ପଡିଆରେ  ବ୍ଲକସ୍ତରୀୟ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ  କରାଯାଇଥବା ବେଳେ କଂଗ୍ରେସ ଏହାକୁ  ବିରୋଧ କରିଛି।

ମଣ୍ଡିରୁ  ଧାନ ଉଠୁ ନ ଥିବା  ପ୍ରତିବାଦରେ  ପୂର୍ବତନ ଉପବାଚସ୍ପତିଙ୍କ ଧାରଣା

ମଣ୍ଡିରୁ ଧାନ ଉଠୁ ନ ଥିବା ପ୍ରତିବାଦରେ ପୂର୍ବତନ ଉପବାଚସ୍ପତିଙ୍କ ଧାରଣା

ମାଲକାନଗିରି, ୧୫।୧(ଡି.ଏନ୍‌.ଏ.)- ସରକାରଙ୍କ ଚାଷୀମାରଣ ନୀତି ଓ ମିଥ୍ୟା  ଘୋଷଣା ବିରୋଧରେ  ପୂର୍ବତନ ଉପବାଚସ୍ପତି ତଥା ବିରିଷ୍ଠ ଭାଜପା ନେତା ପ୍ରହଲ୍ଲାଦ ଦୋରାଙ୍କ  ଧାରଣା ମଙ୍ଗଳବାର  ଦ୍ୱିତୀୟ ଦିନରେ ପହଞ୍ଚିଛି। ମାଲକାନଗିରି ଜିଲାପାଳଙ୍କ  କାର୍ଯ୍ୟାଳୟ ସମ୍ମୁଖରେ  କରୁଥିବା  ଏହି ଧରଣାରେ ତାଙ୍କ ସହ ଭାଜପା ରାଜ୍ୟ କାର୍ଯ୍ୟକାରୀଣୀ ସଦସ୍ୟ କାମରାଜ କବାସୀ, ଜିଲା ପରିଷଦ ସଦସ୍ୟ କୁଷ ତାଟି,ସାଲିମି ସରପଞ୍ଚ ବିଜୟଲକ୍ଷ୍ମୀ ଭୂମିଆ, ମହୁପଦର ସରପଞ୍ଚ  ଶିବ ଶଙ୍କର ଦାରୁଆ, କୁଟୁନିପାଲ୍ଲୀ ସରପଞ୍ଚ  ନରସିଂହ ଚାଲାଣଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଅଛନ୍ତି। ଜିଲାର ପ୍ରାୟ  ସବୁ ମଣ୍ଡିରେ ଏବେ ସୁଦ୍ଧା ଧାନ ପଡି ରହିଛି। ଚାଷୀ ପ୍ରାୟ ମାସେରୁ ଅଧିକ ଦିନ ଧରି ଶୀତ କାକରରେ ଧାନକୁ ଜଗି ରହିଛନ୍ତି। କିନ୍ତୁ ଏଥିପ୍ରତି କାହାର  ନିଘା ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। 

ମଙ୍ଗଲମ ଟିମ୍ବର୍ସ: ୮ ମାସ ହେଲା  ଉତ୍ପାଦନ   ବନ୍ଦ

ମଙ୍ଗଲମ ଟିମ୍ବର୍ସ: ୮ ମାସ ହେଲା ଉତ୍ପାଦନ ବନ୍ଦ

ନବରଙ୍ଗପୁର,୧୫।୧(ବି.ପ୍ର.): ନବରଙ୍ଗପୁର ସହରର ଉପକଣ୍ଠରେ ଥିବା  ମଙ୍ଗଲମ ଟିମ୍ବର୍ସରେ କାର୍ଯ୍ୟରତ କର୍ମଚାରୀ ଓ ଓ୍ବାର୍କସମାନେ ସମସ୍ୟା ଭିତରେ ରହିଛନ୍ତି। ୮ ମାସ ହେବ  ମଙ୍ଗଲମ ଟିମ୍ବର୍ସର ଉତ୍ପାଦନ ବନ୍ଦ ରହିଛି। ଅନ୍ୟପକ୍ଷେ ୫ ମାସ ହେଲା କର୍ମଚାରୀଙ୍କୁ ଦରମା ମିଳି ନାହିଁ। ୨ କୋଟି ୪୦ ଲକ୍ଷ ଟଙ୍କାର ବିଦ୍ୟୁତ ବିଲ ବକେୟା ଥିବାରୁ ସାଉଥକୋ ବିଦ୍ୟୁତ ସଂଯୋଗ କାଟି ଦେଇଛି  । ଫଳରେ ୮୦ କ୍ୱାର୍ଟସକୁ ବିଦ୍ୟୁତ ସରବରାହ ୯ ଦିନ ହେବ ବନ୍ଦ ରହିଛି।