ଅନଗୁଳ-ଢେଙ୍କାନାଳ

୩.୨୫ ଲକ୍ଷ ପିଲାଙ୍କୁ ଦିଆଯିବ ପ୍ରତିଷେଧକ ଟିକା

୩.୨୫ ଲକ୍ଷ ପିଲାଙ୍କୁ ଦିଆଯିବ ପ୍ରତିଷେଧକ ଟିକା

ଢେଙ୍କାନାଳ ଅଫିସ, ୧୫।୧୨-ଆସନ୍ତା ଜାନୁୟାରୀ ୨୯ରୁ ଢେଙ୍କାନାଳ ଜିଲାରେ ଆରମ୍ଭ ହେବ ମିଳିମିଳା ଏବଂ ରୁବେଲା ଟିକାକରଣ କାର୍ଯ୍ୟକ୍ରମ। ଏହାକୁ ଶୃଙ୍ଖଳିତ କରିବାକୁ ଶୁକ୍ରବାର ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ବାସ୍ଥ୍ୟ ମିଶନ ସଭାଗୃହରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସିଡିଏମ୍‌ଓ ଜ୍ୟୋତିଷ ଚନ୍ଦ୍ର ମହାପାତ୍ର ଅଧ୍ୟକ୍ଷତା କରିଥିଲେ।
ଜିଲାରେ ୯ମାସରୁ ୧୫ବର୍ଷ ମଧ୍ୟରେ ୩ଲକ୍ଷ ୨୫ହଜାର ୨୬୯ ପିଲାଙ୍କୁ ଟିକାକରଣ ଲକ୍ଷ୍ୟ ରଖାଯାଇଛି। କେହି ଯେପରି ଟିକାଦାନରୁ ବଞ୍ଚତ୍ତ ନ ହୁଅନ୍ତି ସେଥିପ୍ରତି ଧ୍ୟାନଦେବାକୁ ସିଡିଏମ୍‌ଓ ଗୁରୁତ୍ୱାରୋପ କରିଥିଲେ। କର୍ମଶାଳାରେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ କଟକ କାର୍ଯ୍ୟାଳୟର ମୁଖ୍ୟ ଦୀପକ କର, ପ୍ରଦୀପ ଜେନା, ଜିଲା ପରିବାର କଲ୍ୟାଣ ଅଧିକାରୀ କ୍ଷେତ୍ରବାସୀ ଦାଶ, ଏଡିଏମ୍‌ଓ ସୁଜାତାରାଣୀ ମିଶ୍ର, ଡାକ୍ତର ସନ୍ତୋଷ କୁମାର ଓଝା, ନଗଜାନନ୍ଦ ଦାଶ, ଜାତୀୟ ସ୍ବାସ୍ଥ୍ୟ ମିଶନ କାର୍ଯ୍ୟକ୍ରମ ପରିଚାଳକ ରୂପକ ମହାପାତ୍ର, ଜିଲା ମ୍ୟାଲେରିଆ ନିରାକରଣ ଅଧିକାରୀ ବାସୁଦେବ ବେହେରାଙ୍କ ସମେତ ସମସ୍ତ ଉପଖଣ୍ଡ ଚିକିତ୍ସାଧିକାରୀ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ, ଜିଲା ଜନସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଓ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ।

All Right Reserved By

Model This Week

ନିକିତା

ଅନଗୁଳ-ଢେଙ୍କାନାଳ

ଏନ୍‌ଟିପିସିର ସୌର ବିଦ୍ୟୁତ୍‌ ପ୍ରକଳ୍ପ ଉଦ୍‌ଘାଟିତ

ଏନ୍‌ଟିପିସିର ସୌର ବିଦ୍ୟୁତ୍‌ ପ୍ରକଳ୍ପ ଉଦ୍‌ଘାଟିତ

ତାଳଚେର,୨୨।୪(ନି.ପ୍ର.)କଣିହାଁସ୍ଥିତ ଏନ୍‌ଟିପିସି ବିଦ୍ୟୁତ ପ୍ରକଳ୍ପର ପ୍ରଶାସନିକ ଅଫିସ ଛାତ ଉପରେ ୬୦ କିଲୋୱାଟ ବିଶିଷ୍ଟ ସୌର ବିଦ୍ୟୁତ ପ୍ରକଳ୍ପ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି। କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରାମ କୁବେର ଏହାକୁ ଉଦ୍‌ଘାଟନ କରିଥିଲେ। ଏହି ପ୍ରକଳ୍ପରୁ ବର୍ଷକୁ ପ୍ରାୟ ୧ଲକ୍ଷ କିଲୋୱାଟ ବିଦ୍ୟୁତ ଉପତ୍ାଦନ ହୋଇ ପାରିବ। ଆଗାମୀ ଦିନରେ ପ୍ରକଳ୍ପର ସମସ୍ତ ଅଫିସ ଛାତ ଉପରେ ଏଭଳି ପ୍ରକଳ୍ପ କରାଯିବାର ଯୋଜନା ରହିଛି ା ଏନ୍‌ଟିପିସି ପକ୍ଷରୁ ୧୧ଟି ସ୍ଥାନରେ ସୌର ବିଦ୍ୟୁତ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି।

ଅନାହାର ଯୁବକ ଡାକ୍ତରଖାନାରେ ଭର୍ତ୍ତି

ଅନାହାର ଯୁବକ ଡାକ୍ତରଖାନାରେ ଭର୍ତ୍ତି

ପାଲଲହଡା,୨୨।୪(ଡି.ଏନ.ଏ)ସମସ୍ତଙ୍କୁ ଖାଦ୍ୟ ଯୋଗାଇବା ଓ କେହି ଯେଭଳି ଅନାହାରରେ ନ ରହିବେ ସେଥିପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି। ହେଲେ ଏହାର ସୁଫଳ ସମସ୍ତଙ୍କ ନିକଟରେ ପହଞ୍ଚିପାରୁ ନ ଥିବା ଦେଖିବାକୁ ମିଳୁଛି। ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକରେ ଜଣେ ଯୁବକ ଦୀର୍ଘ ୭ ଦିନ ଅନାହାରରେ ଥିବା ଅଭିଯୋଗ ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ଏଭଳି ଅଭିଯୋଗକୁ ପ୍ରଶାସନ ପକ୍ଷରୁ ଅସ୍ବୀକାର କରାଯାଇଛି।

ପ୍ରେମ ବିବାହର କରୁଣ ପରିଣତି

ପ୍ରେମ ବିବାହର କରୁଣ ପରିଣତି

ପରଜଙ୍ଗ, ୨୨। ୪(ଡି.ଏନ.ଏ.)ପ୍ରେମ କରି ବିବାହ କରିଥିଲେ। ଏହାକୁ ସ୍ବୀକାର କଲେନାହିଁ ପରିବାର ଲୋକେ। ପ୍ରଥମ ଦିନରୁ ହିଁ ନବବଧୂଙ୍କୁ ଦିଆଗଲା ନିର୍ଯାତନା। ଏପ୍ରିଲ ୭ରେ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହେଲା ମହିଳାଙ୍କ ମୃତଦେହ। ଏହାର ୧୫ଦିନ ପରେ ଅର୍ଥାତ୍‌ ଶନିବାର ସ୍ବାମୀ ରଶିରେ ଝୁଲି କରିଛନ୍ତି ଆତ୍ମହତ୍ୟା। ପ୍ରେମ ବିବାହର ଏପରି କରୁଣ ପରିଣତି ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ମାଣିକମରା ପଞ୍ଚାୟତ ଅଧୀନ ପାତୁଆପଲ୍ଲୀ ଗ୍ରାମରେ। ସ୍ତ୍ରୀଙ୍କ ବିୟୋଗରେ ମ୍ରିୟମାଣ ହୋଇ ସ୍ବାମୀ ଆତ୍ମହତ୍ୟାର ବାଟ ବାଛି ନେଇଥିବା ଅଞ୍ଚଳରେ ଆଲୋଚନା ହେଉଛି। ଆତ୍ମହତ୍ୟା କରିଥିବା ଯୁବକ ହେଲେ ଅର୍ଜୁନ ନାଏକଙ୍କ ପୁଅ ପୁରୁଷୋତ୍ତମ। ଶନିବାର ତାଙ୍କ ମୃତଦେହ ରଶିରେ ଝୁଲନ୍ତା ଅବସ୍ଥାରେ ଘରୁ ଉଦ୍ଧାର କରାଯାଇଛି।

ବ୍ୟାଙ୍କ ଲୁଟେରାଙ୍କ ଫଟୋ ଜାରିକଲା ପୋଲିସ

ବ୍ୟାଙ୍କ ଲୁଟେରାଙ୍କ ଫଟୋ ଜାରିକଲା ପୋଲିସ

ଅନୁଗୋଳ ଅଫିସ, ୨୨।୪ ଅନୁଗୋଳ ସହରର ଶଙ୍କର ସିନେମା ରୋଡ଼ ସ୍ଥିତ ଆନ୍ଧ୍ରବ୍ୟାଙ୍କରୁ ଗତ ୬ ତାରିଖରେ ହୋଇଥିବା ଡକାୟତି ଘଟଣାରେ ପୋଲିସ ଶନିବାର ଲୁଟେରାଙ୍କ ଫଟୋକୁ ସର୍ବସାଧାରଣରେ ଜାରି କରିଛି। ଯଦି କୌଣସି ବ୍ୟକ୍ତି ଏମାନଙ୍କ ବିଷୟରେ ସୂଚନା ପାଆନ୍ତି ତେବେ ଅନୁଗୋଳ ପୋଲିସକୁ ମୋବାଇଲ ନଂ. ୯୪୩୭୪୦୬୧୭୭, ୯୪୩୮୯୧୬୪୩୧ ଓ ୯୪୩୮୯୧୬୪୩୦ ରେ ଜଣାଇବା ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଛି। ସୂଚନା ପ୍ରଦାନ କରିଥିବା ବ୍ୟକ୍ତିଙ୍କ ନାମ ଗୋପନ ରଖାଯିବ।

ନାବାଳିକାଙ୍କୁ ବଳାତ୍କାର ଘଟଣା : ପୂଜାରୀ ଗିରଫ

ନାବାଳିକାଙ୍କୁ ବଳାତ୍କାର ଘଟଣା : ପୂଜାରୀ ଗିରଫ

ଅନୁଗୋଳ ଅଫିସ୍‌, ୨୧ା୪- ଜଣେ ନାବାଳିକାଙ୍କୁ ବଳାତ୍କାର କରିବା ଅଭିଯୋଗରେ ଅନୁଗୋଳ ଥାନା ଅଞ୍ଚଳରେ ଥିବା ଏକ ଜଗନ୍ନାଥ ମନ୍ଦିରର ପୂଜାରୀ ଅଶୋକ ମିଶ୍ର(୫୩)ଙ୍କୁ ପୋଲିସ ଶନିବାର ଗିରଫ କରିଛି।

ପୋଲ ତଳକୁ ଓଲଟିଲା କାର: ଜଣେ ମୃତ, ଦୁଇ ଗୁରୁତର

ପୋଲ ତଳକୁ ଓଲଟିଲା କାର: ଜଣେ ମୃତ, ଦୁଇ ଗୁରୁତର

ବଇଣ୍ଡା,୨୧।୪(ଡି.ଏନ.ଏ)- ବଇଣ୍ଡା ଆଠମଲ୍ଲିକ ପୂର୍ତ୍ତ ବିଭାଗ ରାସ୍ତାର ଠାକୁରଗଡ଼ ଥାନା ଧଣ୍ଡାତୋପା ପୋଲ ତଳକୁ ଶୁକ୍ରବାର ରାତିରେ ଏକ ଇଣ୍ଡିଗୋ କାର ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି।

୩୪୯ ଜଣ ଦେଲେ ନବୋଦୟ ପ୍ରବେଶିକା ପରୀକ୍ଷା

ବଇଣ୍ଡା,୨୧।୪(ଡି.ଏନ.ଏ)- କିଶୋରନଗର ବ୍ଲକ ବଇଣ୍ଡା ରାମଦେଓ ଉଚ୍ଚ ବିଦ୍ୟାଳୟ ଓ କିଶୋରନଗର ଉଚ୍ଚ ବିଦ୍ୟାଳୟରେ ଶନିବାର ନବୋଦୟ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି।

ଦୋକାନରେ ପଶିଗଲା ଟ୍ରକ

ଦୋକାନରେ ପଶିଗଲା ଟ୍ରକ

ବଇଣ୍ଡା,୨୧।୪(ଡି.ଏନ.ଏ)- ହଣ୍ଡପା ଥାନା ନାକିଚି-ଠାକୁରଗଡ଼ ପୂର୍ତ୍ତ ବିଭାଗ ରାସ୍ତାର ନାକିଚିଠାରେ ଜୟନ୍ତ ନାୟକଙ୍କ ଭେରାଇଟି ଦୋକାନରେ ଶୁକ୍ରବାର ରାତିରେ ଏକ କୋଇଲା ବୋଝେଇ ଟ୍ରକ ପଶିଯାଇ ଦୁର୍ଘଟଣାଗ୍ରସ୍ତ ହୋଇଛି।

ପ୍ରବେଶିକା ପରୀକ୍ଷା ଦେଲେ  ୪୫୭ ଛାତ୍ରୀଛାତ୍ର

ପ୍ରବେଶିକା ପରୀକ୍ଷା ଦେଲେ ୪୫୭ ଛାତ୍ରୀଛାତ୍ର

କଣିହାଁ, ୨୧।୪(ଡି.ଏନ.ଏ.)- କଣିହାଁ ବ୍ଲକର ୨ଟି କେନ୍ଦ୍ରରେ ନବୋଦୟ ପ୍ରବେଶିକା ପରୀକ୍ଷା ଶନିବାର ଅନୁଷ୍ଠିତ ହୋଇଯାଇଛି।

ଜିଲା ଜଜ୍‌  କୋର୍ଟର ନୂତନ ଗୃହ ଉଦ୍‌ଘାଟିତ

ଜିଲା ଜଜ୍‌ କୋର୍ଟର ନୂତନ ଗୃହ ଉଦ୍‌ଘାଟିତ

ଅନୁଗୋଳ ଅଫିସ, ୨୧।୪- ଅନୁଗୋଳ ଜିଲା ଜଜ୍‌ କୋର୍ଟର ନୂତନ ଗୃହ ଶନିବାର ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ବିନିତ ସରଣ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ।

ଆମ୍ବେଦକର ଜୟନ୍ତୀ ପାଳିତ

ଆମ୍ବେଦକର ଜୟନ୍ତୀ ପାଳିତ

ଭୁବନ, ୨୧।୪(ଡି.ଏନ.ଏ.)- ଢେଙ୍କାନାଳ ଜିଲା ଭୁବନ ଦଳିତ ମଞ୍ଚ ପକ୍ଷରୁ ସ୍ଥାନୀୟ କଲ୍ୟାଣ ମଣ୍ଡପ ପରିସରରେ ଶନିବାର ଆମ୍ବେଦକର ଜୟନ୍ତୀ ପାଳିତ ହୋଇଯାଇଛି।

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସମ୍ମୁଖରେ ଶାନ୍ତି ପୂର୍ଣ୍ଣସଭା

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସମ୍ମୁଖରେ ଶାନ୍ତି ପୂର୍ଣ୍ଣସଭା

ବନ୍ତଳା,୨୧।୪(ଡି.ଏନ.ଏ.)- କେନ୍ଦ୍ର ସରକାରଙ୍କ ଆର୍ଥିକ ପରିଚାଳନାରେ ଅପାରଗତା ବିରୋଧରେ ଅନୁଗୋଳ ଜିଲା ଯୁବ ବିଜେଡି ପକ୍ଷରୁ ଶନିବାର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସମ୍ମୁଖରେ ଶାନ୍ତି ପୂର୍ଣ୍ଣସଭା ଅନୁଷ୍ଠିତ ହୋଇଯାଇଛି।