ଅନଗୁଳ-ଢେଙ୍କାନାଳ

ଚାଷ ମୋହରେ ଇଞ୍ଜିନିୟର

ଚାଷ ମୋହରେ ଇଞ୍ଜିନିୟର

ରାସୋଳ, ୧୫।୧୨(ସରୋଜ କୁମାର ମିଶ୍ର)-ଚାକିରି ମୋହରେ ଉଚ୍ଚଶିକ୍ଷିତ ଯୁବକ। ପାଠ ପଢ଼ି ସାର୍ଟିଫିକେଟ ହାସଲ କରୁ କରୁ ସେମାନଙ୍କୁ ଘାରୁଛି ବୃତ୍ତି ଚିନ୍ତା। ଭିଟାମାଟିକୁ ପର କରି ସେମାନେ ବାହାର ରାଜ୍ୟ କିମ୍ବା ବିଦେଶ ମୁହାଁ ହେଉଛନ୍ତି। ପଛରେ ରହିଯାଉଛି ଚାଷଜମି, ଗାଁ ପରିବେଶ। ହେଲେ ଚାଷୀ ସୁଧୀର ମିଶ୍ର ଏହାର ବ୍ୟତିକ୍ରମ। ଇଞ୍ଜିନିୟରିଂ ଭଳି ଲବ୍ଧପ୍ରତିଷ୍ଠିତ ଚାକିରି ଛାଡ଼ି ନିଜସ୍ବ ଉଦ୍ୟମରେ ୩୦ ଏକର ଜମିରେ ସେ ଫଳାଇଛନ୍ତି ସୁନାର ଫସଲ। ଏଥିପାଇଁ ସେ ଲୋଡ଼ିଛନ୍ତି ସରକାରୀ ସହଯୋଗ ନା ଅପେକ୍ଷା କରିଛନ୍ତି ଅନୁଦାନକୁ।
ଢେଙ୍କାନାଳ ଜିଲା ହିନ୍ଦୋଳ ଉପଖଣ୍ଡ କଳିଙ୍ଗାପାଳ ଗ୍ରାମର ଚାଷୀ ସୁଧୀରଙ୍କ ପାଇଁ ଚାଷ ଏବେ ସବୁକିଛି। ଏହାକୁ ପୁଞ୍ଜି କରି ସେ ବାର୍ଷିକ ରୋଜଗାର କରୁଛନ୍ତି ୫ରୁ ୬ ଲକ୍ଷ ଟଙ୍କା। ଏଥିସହ ଏକମାତ୍ର ପୁଅକୁ ଡାକ୍ତରୀ ପଢ଼ାଇବା, ୨ଝିଅଙ୍କ ବିବାହ କରାଇବା, ଚାଷରେ ଲାଗିଥିବା ଋଣ ପରିଶୋଧ, ୧୦ବଖରା କୋଠାଘର ସହ ୩୦ ଏକର ଜମିର ନିଜ ହାତତିଆରି ଫାର୍ମକୁ ଉନ୍ନତୀକରଣ କରିପାରିଛନ୍ତି। ଏସବୁ ପାଇଁ ତାଙ୍କୁ ମିଳିଛି ପ୍ରକୃତିବନ୍ଧୁ ସମେତ ୫ ପୁରସ୍କାର, ଯାହା ତାଙ୍କୁ ସଫଳ ଚାଷୀ ଭାବେ ପ୍ରମାଣିତ କରିପାରିଛି।
ସୁଧୀରଙ୍କ କହିବା କଥା, ଟଙ୍କା ସଞ୍ଚୟ କରି ସେ ଦଣ୍ଡିରି ପଞ୍ଚାୟତ ପାଖରେ ୩୦ ଏକର ଜମି କିଣିଥିଲେ। ସେଥିରେ ପ୍ରଥମେ ୧୦ ଏକର ଜମିରେ ବାଇଗଣ, ଆଳୁ କୋବି ସହ ଅନ୍ୟାନ୍ୟ ପରିବା ଚାଷ କରିଥିଲେ। ଏଥିସହ କଦଳୀ, ଆମ୍ବ, ପିଜୁଳି, କମଳା, ପଣସ ଭଳି ବିଭିନ୍ନ ଫଳଗଛ ଲଗାଇଥିଲେ। ପାଖରେ ବହିଯାଇଥିବା ଏକ ଛୋଟ ନାଳରେ ଚେକ୍‌ଡ୍ୟାମ କରି ସେହି ପାଣିକୁ ଚାଷକାର୍ଯ୍ୟରେ ବ୍ୟବହାର କରୁଛନ୍ତି। ଏବେ ଫାର୍ମରେ ପ୍ରାୟ ୭୦୦ଟି କାଜୁ ଗଛ, ୭୦୦ଟି ଆମ୍ବଗଛ, ୫୦ଟି ଲେମ୍ବୁ, ୨୫ଟି ପିଜୁଳି, ୨୦ଟି କମଳା, ୧୦ଟି ପଣସ, ୧୦୦ଟି ସଜନା, ୩ ତେନ୍ତୁଳି ଗଛ ରହିଛି। ଏଥିସହ କୋବି, ମୂଳା, ବାଇଗଣ, ଆଳୁ ସହ ୩ ଏକର ଜମିରେ ହଳଦୀ ଚାଷ ମଧ୍ୟ କରିଛନ୍ତି। ସେହିପରି ୫ଏକର ପୋଖରୀରେ କରିଥିବା ମାଛଚାଷ ତାଙ୍କ ସଫଳତାର ଆଉ ଏକ ଫର୍ଦ୍ଦ। ବର୍ତ୍ତମାନ ସେ ୨୦ହଜାର କୁକୁଡ଼ା ରଖିବା ପାଇଁ ଏକ ଶେଡ୍‌ ତିଆରି କରୁଛନ୍ତି। ଏତେସବୁ ସତ୍ତ୍ୱେ ଅନେକ ସମସ୍ୟା ଭିତରେ ଗତି କରୁଥିବା ସେ କହିଛନ୍ତି। ବିଦ୍ୟୁତ୍‌ ସଂଯୋଗ ନ ଥିବା ଯୋଗୁ ଡିଜେଲ ପମ୍ପରେ ଅଧିକ ଖର୍ଚ୍ଚ ହେଉଛି। ହାତୀ ଉପଦ୍ରବ ଲାଗି ରହିଛି। ଚଳିତବର୍ଷ ୩ ଏକର କଦଳୀ ଚାଷ ହାତୀ ନଷ୍ଟ କରିଦେଇଛନ୍ତି। ବନ ବିଭାଗ କୌଣସି ସହଯୋଗ କରୁନାହିଁ। ରାସ୍ତା ଓ ବଜାରର ସମସ୍ୟା ରହିଛି। ମାଛଚାଷ ପାଇଁ ସରକାର ସହଯୋଗ କଲେ ଉତ୍ପାଦନ ଅଧିକ ହୋଇପାରନ୍ତା ବୋଲି କହିଛନ୍ତି ସୁଧୀର।

All Right Reserved By

Model This Week

Model This Week

ଅନଗୁଳ-ଢେଙ୍କାନାଳ

ଛାତ୍ରୀଙ୍କୁ ଅପହରଣ ଅଭିଯୋଗ

ଅନୁଗୋଳ ଅଫିସ,୨୬।୪- ଅନୁଗୋଳ ସହରର ଜଣେ ଯୁକ୍ତ ୨ ଛାତ୍ରୀଙ୍କୁ ଗୁରୁବାର ସକାଳେ କେହି ଅପହରଣ କରିନେଇଥିବା ପରିବାର ପକ୍ଷରୁ ସନ୍ଧ୍ୟାରେ ଅନୁଗୋଳ ଥାନାରେ ଅଭିଯୋଗ ହୋଇଛି।

ବୃଦ୍ଧଙ୍କୁ ମାଡ଼ ଅଭିଯୋଗ

ବଇଣ୍ଡା,୨୬।୪(ଡି.ଏନ୍‌.ଏ.)- ଠାକୁରଗଡ଼ ଥାନା ଭଙ୍ଗାମୁଣ୍ଡା ଗ୍ରାମର ଶଙ୍ଖାଳି ବିଶ୍ୱାଳଙ୍କୁ ସେହି ଗ୍ରାମର ବିପିନ ନାୟକ ମାଡ଼ ମାରିଥିବା ଥାନାରେ ଅଭିଯୋଗ ହୋଇଛି।

ସଚେତନ ହେଲେ ଦୁର୍ଘଟଣା କମିବ

ସଚେତନ ହେଲେ ଦୁର୍ଘଟଣା କମିବ

ବଇଣ୍ଡା,୨୬।୪(ଡି.ଏନ୍‌.ଏ.)- ସମ୍ପ୍ରତି ଦୁର୍ଘଟଣାର ହାର ବଢି ଚାଲିଛି। ଅସାବଧାନତା ବଶତଃ ଗାଡ଼ି ଚଳାଚଳ ସହ ମଦ୍ୟପାନ ଯୋଗୁ ଏଭଳି ଘଟୁଛି।

ଅଭିନେତ୍ରୀ ଉଷସୀଙ୍କୁ ଅସଦାଚରଣ ଘଟଣା : ଅଭିଯୁକ୍ତଙ୍କ ପକ୍ଷରୁ ପାଲଟା ଅଭିଯୋଗ

ଅଭିନେତ୍ରୀ ଉଷସୀଙ୍କୁ ଅସଦାଚରଣ ଘଟଣା : ଅଭିଯୁକ୍ତଙ୍କ ପକ୍ଷରୁ ପାଲଟା ଅଭିଯୋଗ

ତାଳଚେର, ୨୬ା୪(ଡି.ଏନ.ଏ.)- ଅନୁଗୋଳ ଜିଲା କଣିହାଁ ଥାନା ଡେରଙ୍ଗ ଗ୍ରାମକୁ ଏକ ଅପେରା ଦଳରେ ଅଭିନୟ କରିବାକୁ ଯାଇଥିବାବେଳେ ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ସେହି ଗ୍ରାମର ଇନ୍ଦ୍ରମଣି ସାହୁ ଅସଦାଚରଣ ସହ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ତେବେ ଗୁରୁବାର ଇନ୍ଦ୍ରମଣିଙ୍କ ପକ୍ଷରୁ ତାଳଚେର ଏସ୍‌ଡିଜେଏମ୍‌ କୋର୍ଟରେ ତାଙ୍କ ଓକିଲ ଏକ ପାଲଟା ମକଦ୍ଦମା ରୁଜୁ କରିଛନ୍ତି।

ଶୋ’ ରୁମ୍‌ ଶଟର ତାଡ଼ି ୩ ବାଇକ୍‌ ଲୁଟ୍‌

ଶୋ’ ରୁମ୍‌ ଶଟର ତାଡ଼ି ୩ ବାଇକ୍‌ ଲୁଟ୍‌

ଅନୁଗୋଳ ଅଫିସ,୨୬।୪- ଅନୁଗୋଳ ସହରର ପଞ୍ଚମହଲା ନିକଟରେ ଥିବା ୟାମାହା ଶୋରୁମ୍‌ ଗୋଦାମର ଶଟର୍‌ ତାଡି ଦୁର୍ବୃତ୍ତମାନେ ବୁଧବାର ରାତିରେ ୩ଟି ବାଇକ୍‌ ଲୁଟି ନେଇଛନ୍ତି। ଏ

ସୁରକ୍ଷା ବାର୍ତ୍ତା ବାଣ୍ଟିବ ସଚେତନତା ରଥ

ସୁରକ୍ଷା ବାର୍ତ୍ତା ବାଣ୍ଟିବ ସଚେତନତା ରଥ

ପାଲଲହଡ଼ା,୨୬।୪(ଡି.ଏନ୍‌.ଏ.)- ପାଲଲହଡ଼ା ଉପଖଣ୍ଡ ବସ୍‌ ମାଲିକ ସଂଘ ତତ୍ତ୍ୱାବଧାନରେ ଗୁରୁବାର ୨୯ ତମ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଛି

ଦୁର୍ଘଟଣାରେ ଏନ୍‌ଟିପିସି ଶ୍ରମିକ ଗୁରୁତର

କଣିହାଁ,୨୬।୪(ଡି.ଏନ୍‌.ଏ.)- ଅନୁଗୋଳ ଜିଲା କଣିହାଁ ବ୍ଲକ ସ୍ଥିତ ଏନ୍‌ଟିପିସି ପ୍ରକଳ୍ପର ଠିକା ଶ୍ରମିକ ଯଦୁମଣି ଦାସ ଗୁରୁବାର ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି।

 ଭିଜିଲାନ୍ସ ଜାଲରେ ଆରଡବ୍ଲ୍ୟୁଏସ୍‌ଏସ୍‌  ଇଞ୍ଜିନିୟର

ଭିଜିଲାନ୍ସ ଜାଲରେ ଆରଡବ୍ଲ୍ୟୁଏସ୍‌ଏସ୍‌ ଇଞ୍ଜିନିୟର

ଢେଙ୍କାନାଳ ଅଫିସ, ୨୬।୪ - ଭିଜିଲାନ୍ସ ହାତରେ ଗୁରୁବାର ଧରାପଡ଼ିଛନ୍ତି ପୁରୀ ଜିଲା ସତ୍ୟବାଦୀ ବ୍ଲକର ଆରଡବ୍ଲ୍ୟୁଏସ୍‌ଏସ୍‌ ଆସିଷ୍ଟାଣ୍ଟ ଇଞ୍ଜିନିୟର ସଞ୍ଜୟ ସାହୁ ।

ଟ୍ୟାଙ୍କର ଧକ୍କାରେ ସାଇକେଲ ଆରୋହୀ  ମୃତ

ଟ୍ୟାଙ୍କର ଧକ୍କାରେ ସାଇକେଲ ଆରୋହୀ ମୃତ

ବଇଣ୍ଡା,୨୬।୪(ଡି.ଏନ୍‌.ଏ.)- କଟକ-ସମ୍ବଲପୁର ୫୫ନଂ.ଜାତୀୟ ରାଜପଥର ହଣ୍ଡପା ଥାନା ଲୁହାମୁଣ୍ଡା ସାହୁ ଛକରେ ଗୁରୁବାର ସଡକ ଦୁର୍ଘଟଣା ଘଟିଛି।

ଉଷସୀଙ୍କୁ  ନ୍ୟାୟ ପାଇଁ  ଡିଆଇଜିଙ୍କୁ ଦାବିପତ୍ର

ଉଷସୀଙ୍କୁ ନ୍ୟାୟ ପାଇଁ ଡିଆଇଜିଙ୍କୁ ଦାବିପତ୍ର

ତାଳଚେର,୨୬ା୪(ନି.ପ୍ର.)- ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ନ୍ୟାୟ ପ୍ରଦାନ କରାଯିବା ପାଇଁ ଗୁରୁବାର ତାଳଚେର ଯୁବ ସମାଜସେବୀ ସଂଗଠନ ପକ୍ଷରୁ ଦାବି କରାଯାଇଛି।

ଫେରାର ଅଭିଯୁକ୍ତ ଗିରଫ

ଫେରାର ଅଭିଯୁକ୍ତ ଗିରଫ

ବଇଣ୍ଡା,୨୬।୪(ଡି.ଏନ୍‌.ଏ.)- ହଣ୍ଡପା ପୋଲିସ ଗାଁ ବଇଣ୍ଡା ପଞ୍ଚାୟତ ଡଙ୍ଗାଧର ଗ୍ରାମରେ ଚଢାଉ କରି ଫେରାର ଥିବା ଅଭିଯୁକ୍ତ ହରିହର ବାଘଙ୍କୁ ବୁଧବାର ଗିରଫ କରିଛି।

 ୨ ୟ ଦିନରେ ନୂଆ ବଡ଼କେରା  ଗ୍ରାମବାସୀଙ୍କ ଧାରଣା

୨ ୟ ଦିନରେ ନୂଆ ବଡ଼କେରା ଗ୍ରାମବାସୀଙ୍କ ଧାରଣା

ବନ୍ତଳା,୨୬।୪(ଡି.ଏନ୍‌.ଏ.)- ବାରମ୍ବାର ବିଦ୍ୟୁତ୍‌ କାଟ ପ୍ରତିବାଦରେ ଅନୁଗୋଳ ଜିଲା ବନ୍ତଳା ଥାନା ନୂଆ ବଡ଼କେରା ଗ୍ରାମବାସୀଙ୍କ ଧାରଣା ଶୁକ୍ରବାର ୨ୟ ଦିନରେ ପହଞ୍ଚିଛି।