Dharitri News
ଅନଗୁଳ-ଢେଙ୍କାନାଳ

କନିଅର ଫଳ ଖାଇ ଗୁରୁତର ଘଟଣା; ସୁସ୍ଥ ହୋଇ ଫେରିଲେ ୧୪ ଛାତ୍ରୀଛାତ୍ର

କନିଅର ଫଳ ଖାଇ ଗୁରୁତର ଘଟଣା; ସୁସ୍ଥ ହୋଇ ଫେରିଲେ ୧୪ ଛାତ୍ରୀଛାତ୍ର ଅନୁଗୋଳ ଅଫିସ,୧୫।୧୨- ଖେଳଛୁଟି ବେଳେ କନିଅର ଫଳ ଖାଇ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁବାର ଭର୍ତ୍ତି ହୋଇଥିବା ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅନନ୍ତପାଲି ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟର ୧୭ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୧୪ଜଣ ସୁସ୍ଥ ହୋଇ ଶୁକ୍ରବାର ଘରକୁ ଫେରିଛନ୍ତି। କଟକ ପଠାଯାଇଥିବା ଅନ୍ୟ ୩ ଜଣ ସେଠାରେ ଚିକିତ୍ସାଧୀନ ଅଛନ୍ତି। ସକାଳେ ସମ୍ପୃକ୍ତ ୧୪ଜଣ ସୁସ୍ଥତା ଅନୁଭବ କରିବା ପରେ ଅପରାହ୍ନରେ ଏକ ବସ୍‌ ଯୋଗେ ସେମାନଙ୍କୁ ଗଁାକୁ ପଠାଇ ଦିଆଯାଇଛି। ଅନ୍ୟପକ୍ଷରେ କାର୍ଯ୍ୟରେ ଅବହେଳା ପାଇଁ ଉକ୍ତ ସ୍କୁଲର ଶିକ୍ଷୟିତ୍ରୀ ପ୍ରତିମା ବେହେରାଙ୍କୁ ଜିଲାପାଳ ଅନିଲ କୁମାର ସାମଲ ଅନ୍ୟତ୍ର ବଦଳି କରିଛନ୍ତି। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା। ଜିଲା ଶିକ୍ଷା ଅଧିକାରୀ (ଡିଇଓ) ସଚ୍ଚିଦାନନ୍ଦ ବେହେରା ନିଜେ ତଦନ୍ତ ପାଇଁ ଅନନ୍ତପାଲି ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟକୁ ଯାଇଥିଲେ। ତଦନ୍ତ ବେଳେ ଜଣାପଡ଼ିଲା ଯେ, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ୍‌ ୧୭୪ ପିଲାଙ୍କ ପାଇଁ ୫ଜଣ ଶିକ୍ଷୟିତ୍ରୀଶିକ୍ଷକ ନିଯୁକ୍ତ ହୋଇଛନ୍ତି। ଗୁରୁବାର ସକାଳେ ପ୍ରଧାନଶିକ୍ଷକ ନରେନ୍ଦ୍ର ମିର୍ଦ୍ଧା ୧୩ ଛାତ୍ରୀଛାତ୍ରଙ୍କୁ ଧରି ଆଠମଲ୍ଲିକ ବିଆର୍‌ସିସି ବିଲଡିଂରେ ଆୟୋଜିତ ନେତ୍ରଜ୍ୟୋତି ଶିବିରକୁ ଯାଇଥିଲେ। ସହକାରୀ ଶିକ୍ଷକ ସାନନ୍ଦ ପାତ୍ର ଦାୟିତ୍ୱରେ ଥିଲେ। ତାଙ୍କୁ ମିଶାଇ ୪ଜଣ ସ୍କୁଲରେ ଉପସ୍ଥିତ ରହିବା କଥା। ହେଲେ ଶିକ୍ଷୟିତ୍ରୀ ପ୍ରତିମା ବେହେରା ଛୁଟି ଦରଖାସ୍ତ ନ ଦେଇ ଅନୁପସ୍ଥିତ ରହିଥିଲେ। ଅନ୍ୟଜଣେ ଶିକ୍ଷକ ସତ୍ୟନାରାୟଣ ମେସୁଆ ମଧ୍ୟାହ୍ନ ୧୨ଟାରେ ଘରକୁ ପଳାଇ ଯାଇଥିଲେ। ଶିକ୍ଷକ ବିଶ୍ୱମିତ୍ର ମେହେର ଓ ସାନନ୍ଦ ପାତ୍ର ବିଦ୍ୟାଳୟରେ ଉପସ୍ଥିତ ଥିଲେ। ଏହି ତଦନ୍ତ ରିପୋର୍ଟ ପାଇବା ପରେ ଜିଲାପାଳ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିଥିବା ଶିକ୍ଷୟିତ୍ରୀ ବେହେରାଙ୍କୁ ଅନ୍ୟତ୍ର ବଦଳି କରିଛନ୍ତି। ଏଥିସହ ଜିଲାରେ ଛାତ୍ରୀଛାତ୍ରଙ୍କ ସୁରକ୍ଷା ପାଇଁ ଏକ ଗାଇଡ ଲାଇନ୍‌ ଜାରି ହେବ ବୋଲି ଡିଇଓ ସଚ୍ଚିଦାନନ୍ଦ ବେହେରା ପ୍ରକାଶ କରିଛନ୍ତି।

ଅନଗୁଳ-ଢେଙ୍କାନାଳ

ଜର୍ମାନ ମିଳିମିଳା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ

ଜର୍ମାନ ମିଳିମିଳା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ

ବଇଣ୍ଡା,୧୬।୧(ଡି.ଏନ.ଏ.)- କିଶୋରନଗର ବ୍ଲକ ଲୁହାମୁଣ୍ଡା ଓ ପଞ୍ଚଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ଜର୍ମାନ ମିଳିମିଳା ରୋଗ ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ପୋକଣ୍ଡା ଗ୍ରାମରେ ଅଗ୍ନିକାଣ୍ଡ

ପୋକଣ୍ଡା ଗ୍ରାମରେ ଅଗ୍ନିକାଣ୍ଡ

ବଇଣ୍ଡା,୧୬।୧(ଡି.ଏନ.ଏ.)- ଆଠମଲ୍ଲିକ ବ୍ଲକ ପାଇକସାହି ପଞ୍ଚାୟତ ପୋକଣ୍ଡା ଗ୍ରାମରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟି ମଳୟ ପ୍ରଧାନ ଓ ଅନିରୁଦ୍ଧ ପ୍ରଧାନଙ୍କ ୪ଟି ନଡ଼ାଗଦା ଜଳିଯାଇଛି।

ବାଇକ୍‌ରୁ ଖସି ଦମ୍ପତି ଗୁରୁତର

ବଇଣ୍ଡା,୧୬।୧(ଡି.ଏନ.ଏ.)- ସାନହୁଲା-ପାଇକସାହି ରାସ୍ତାର ଠାକୁରଗଡ଼ ଥାନା ପାଇକ ସାହି ନିକଟରେ ମଙ୍ଗଳବାର ବାଇକ୍‌ରୁ ଖସି ହଣ୍ଡପା ଥାନା ଗୋବିନ୍ଦପୁର ଗ୍ରାମର ଅନାଦି ଦେହୁରି (୨୫) ଓ ତାଙ୍କ ସ୍ତ୍ରୀ ସୁକାନ୍ତି ଦେହୁରି (୨୧) ଗୁରୁତର ହୋଇଛନ୍ତି।

ଖଣି କର୍ମଚାରୀଙ୍କ ଆତ୍ମହତ୍ୟା

ତାଳଚେର,୧୬।୧(ନି.ପ୍ର)- ତାଳଚେରସ୍ଥିତ ଭରତପୁର କୋଇଲା ଖଣିରେ ମଙ୍ଗଳବାର କର୍ମଚାରୀ ଦିଲୀପ କୁମାର ବିଶୋଇ (୫୪) ଆତ୍ମହତ୍ୟା କରିଛନ୍ତି। ତା

ଜିଲାସ୍ତରୀୟ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ଅନୁଗୋଳ ଅଫିସ,୧୬।୧- ଅନୁଗୋଳ ଜିଲାସ୍ତରୀୟ ଷଷ୍ଠ ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର ସର୍କିଟ ହାଉସରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ଅନିଲ କୁମାର ସାମଲ ସଭାପତିତ୍ୱ କରିଥିଲେ।

ଅନୁଗୋଳ ପୌରପରିଷଦ ଉପନିର୍ବାଚନ: ଶାନ୍ତିଶୃଙ୍ଖଳାର ସହ ଚାଲିଛି ମତଦାନ

ଅନୁଗୋଳ ପୌରପରିଷଦ ଉପନିର୍ବାଚନ: ଶାନ୍ତିଶୃଙ୍ଖଳାର ସହ ଚାଲିଛି ମତଦାନ

ଅନୁଗୋଳ ଅଫିସ୍‌,୧୬।୧: ଅନୁଗୋଳ ପୌର ପରିଷଦର ୧୦ ନମ୍ବର ଓ୍ବାର୍ଡର ଉପନିର୍ବାଚନରେ ଶାନ୍ତିଶୃଙ୍ଖଳାର ସହ ମତଦାନ ଚାଲିଛି। ୨ଟି ବୁଥ୍‌ରେ ମତଦାନ ଚାଲିଛି। ଏବେ ସୁଦ୍ଧା ୪୫ପ୍ରତିଶତ ପୁଲିଂ ହୋଇଥିବା ଜଣାପଡ଼ିଛି।

ନାଲକୋ ଡିପିଏସ୍‌ ସ୍କୁଲ ସଫେଇ କର୍ମଚାରୀଙ୍କ ବିକ୍ଷୋଭ

ନାଲକୋ ଡିପିଏସ୍‌ ସ୍କୁଲ ସଫେଇ କର୍ମଚାରୀଙ୍କ ବିକ୍ଷୋଭ

ବଅଁରପାଳ,୧୬।୧(ଡି.ଏନ୍‌.ଏ.): ବିଭିନ୍ନ ଦାବି ନେଇ ନାଲକୋ ଡିପିଏସ୍‌ ସ୍କୁଲ ସଫେଇ କର୍ମଚାରୀଙ୍କ ପକ୍ଷରୁ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିରେ ସ୍କୁଲର ୧୮ଜଣ ସଫେଇ କର୍ମଚାରୀ ସାମିଲ ହୋଇଥିଲେ।

ଅନୁଗୋଳ ବନମଣ୍ଡଳରେ ଗଣନା ଶେଷ ; ୧୦୨ କୁମ୍ଭୀର, ୬୬,୭୫୦ ପକ୍ଷୀ

ଅନୁଗୋଳ ବନମଣ୍ଡଳରେ ଗଣନା ଶେଷ ; ୧୦୨ କୁମ୍ଭୀର, ୬୬,୭୫୦ ପକ୍ଷୀ

ବନ୍ତଳା,୧୬।୧(ଡି.ଏନ.ଏ.)- ଅନୁଗୋଳ, ଆଠଗଡ଼, କଟକ, ଢେଙ୍କାନାଳ, ଆଠମଲ୍ଲିକ, ସାତକୋଶିଆ ବନ୍ୟପ୍ରାଣୀ ଓ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡକୁ ନେଇ ଗଠିତ ଅନୁଗୋଳ ବନମଣ୍ଡଳରେ କୁମ୍ଭୀର ଓ ପକ୍ଷୀ ଗଣନା ଶେଷ ହୋଇଛି। ଚଳିତବର୍ଷ ଏହି ବନଖଣ୍ଡଗୁଡ଼ିକରେ ମଗର ଜାତୀୟ କୁମ୍ଭୀର ସଂଖ୍ୟାରେ ମାତ୍ର ୩ ବୃଦ୍ଧି ପରିଲକ୍ଷିତ ହୋଇଥିବା ବେଳେ ପକ୍ଷୀ ସଂଖ୍ୟା କିନ୍ତୁ ଗତବର୍ଷ ଅପେକ୍ଷା ୨୪,୧୮୦ ବଢ଼ିଛି।

୧୦ ନଂ. ଓ୍ବାର୍ଡ ଉପନିର୍ବାଚନ ଆଜି

ଅନୁଗୋଳ ଅଫିସ,୧୫।୧- ଅନୁଗୋଳ ପୌରପରିଷଦର ୧୦ନଂ. ୱାର୍ଡରେ ମଙ୍ଗଳବାର ଉପନିର୍ବାଚନ ଅନୁଷ୍ଠିତ ହେବ। ଅନୁଗୋଳ ଉଦ୍ୟାନ ବିଭାଗ କାର୍ଯ୍ୟାଳୟର ୨ଟି ବୁଥ୍‌ରେ ମତଦାନ କେନ୍ଦ୍ର କରାଯାଇଛି।

ନୂଆରାଇଗୋଡ଼ାରେ  ବ୍ୟାଙ୍କ ଭ୍ରାମ୍ୟମାଣ ଗାଡ଼ି

ନୂଆରାଇଗୋଡ଼ାରେ ବ୍ୟାଙ୍କ ଭ୍ରାମ୍ୟମାଣ ଗାଡ଼ି

ଅନୁଗୋଳ ଅଫିସ,୧୬।୧- ବାଘ ବଂଶ ବୃଦ୍ଧି ପାଇଁ ସାତକୋଶିଆ ଅଭୟାରଣ୍ୟ କୋର୍‌ ଅଞ୍ଚଳରୁ ନୂଆଖେତା ସାରୁଆଳି ନିକଟ ନୂଆରାଇଗୋଡ଼ାକୁ ବିସ୍ଥାପିତ ହୋଇଥିବା ୭୮ ପରିବାର ନିକଟରେ ପହଞ୍ଚିଛି ବ୍ୟାଙ୍କ ସେବା। ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଅନୁକମ୍ପାମୂଳକ ସହାୟତା ରାଶିର ସ୍ଥାୟୀ ଜମା ଉପରେ ହୋଇଥିବା ମାସିକିଆ ସୁଧ ପ୍ରଦାନ କରିବାକୁ ସୋମବାର ଆଇସିଆଇସିଆଇ ବ୍ୟାଙ୍କର ଏକ ଭ୍ରାମ୍ୟମାଣ ଗାଡ଼ି ନୂଆରାଇଗୋଡ଼ାକୁ ଗଡ଼ିଥିଲା।

ମହିଳାଙ୍କୁ ଚାକିରି ଦେବାକୁ କହି ଠକେଇ

ମହିଳାଙ୍କୁ ଚାକିରି ଦେବାକୁ କହି ଠକେଇ

ଭୁବନ, ୧୬ା୧(ଡି.ଏନ.ଏ.)- ଢେଙ୍କାନାଳ ଜିଲା ଭୁବନ ବ୍ଲକ ବାଲିବୋ ପଞ୍ଚାୟତ ଅଧୀନ ଅନନ୍ତପୁର ପ୍ରାଥମିକ ସ୍କୁଲରେ କାର୍ଯ୍ୟରତ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ ଜଣେ ବିଧବା ଠକେଇ ଅଭିଯୋଗ ଆଣିଛନ୍ତି। ସ୍କୁଲରେ ରୋଷେୟା ଭାବେ ନିଯୁକ୍ତି ଦେବାକୁ କହି ସମ୍ପୃକ୍ତ ଶିକ୍ଷୟିତ୍ରୀ ତାଙ୍କଠାରୁ ୧୦ହଜାର ଟଙ୍କା ନେଇଯାଇଥିବା ସେ ଅଭିଯୋଗ କରିଛନ୍ତି।