ଅନଗୁଳ-ଢେଙ୍କାନାଳ

ମହିଳାଙ୍କ ବିରୋଧ : ଆଶ୍‌ପଣ୍ଡ ନିର୍ମାଣ କାମ ନୋହିଲା

ମହିଳାଙ୍କ ବିରୋଧ : ଆଶ୍‌ପଣ୍ଡ ନିର୍ମାଣ କାମ ନୋହିଲା
ତାଳଚେର,୧୫ା୧୨(ନି.ପ୍ର.)- ଏନ୍‌ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ (ଟିଟିପିଏସ୍‌)ର ଆଶ୍‌ପଣ୍ଡ କାମ କରାଇବାକୁ ଶୁକ୍ରବାର ପୋଲିସ, ପ୍ରଶାସନ ଓ ଟିଟିପିଏସ୍‌ କର୍ତ୍ତୃପକ୍ଷ ଅଣ୍ଟା ଭିଡ଼ିଥିଲେ। ବ୍ୟାପକ ଫୋର୍ସ ଧରି ନିର୍ମାଣସ୍ଥଳରେ ପହଞ୍ଚି ଜବରଦସ୍ତି କାମ ଆରମ୍ଭ କରିଥିଲେ। ହେଲେ ଆନ୍ଦୋଳନ ଚଳାଇଥିବା ତାଳଚେର ବ୍ଲକ ଝାଡ଼ିଆମ୍ବା ଗ୍ରାମର ମହିଳାମାନେ ଦୃଢ଼ ବିରୋଧ କରିଥିଲେ। ଫଳରେ ଆଶ୍‌ପଣ୍ଡ ନିର୍ମାଣ କାମ ଆଗେଇପାରି ନ ଥିଲା। ବାଧ୍ୟହୋଇ ପୋଲିସ, ପ୍ରଶାସନ ଓ ଟିଟିପିଏସ୍‌ କର୍ତ୍ତୃପକ୍ଷ ଫେରି ଯାଇଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ୨୦୦୨ରେ ଗ୍ରାମର ୧୭୦ ଏକରରୁ ଊର୍ଦ୍ଧ୍ୱ ଜମି ଆଶ୍‌ପଣ୍ଡ ନିମନ୍ତେ ଅଧିଗ୍ରହଣ କରାଯାଇଥିଲା। ହେଲେ ୧୫ ବର୍ଷ ବିତିଯାଇଥିଲେ ବି ଏ ପର୍ଯ୍ୟନ୍ତ ଅଧିକାଂଶ କ୍ଷତିଗ୍ରସ୍ତଙ୍କୁ ନିଯୁକ୍ତି ଦିଆଯାଇ ନାହିଁ। ଏ ସମ୍ପର୍କରେ ଗ୍ରାମବାସୀ ବାରମ୍ବାର ଜିଲା ପ୍ରଶାସନ, ଟିଟିପିଏସ୍‌ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଅବଗତ କରାଇଥିଲେ ମଧ୍ୟ ସୁଫଳ ମିଳିନାହିଁ। ପ୍ରତିବାଦରେ ସପ୍ତାହେ ହେଲା ଗ୍ରାମର ମହିଳା, ଯୁବକମାନେ ଆଶ୍‌ପଣ୍ଡ କାମକୁ ବିରୋଧ କରିବା ସହ ଆନ୍ଦୋଳନ ଚଳାଇଛନ୍ତି। ତେବେ ସମସ୍ୟାର ସମାଧାନ ବଦଳରେ ତାଳଚେର ଏସ୍‌ଡିପିଓ ହେମନ୍ତ ପଣ୍ଡା, ଅତିରିକ୍ତ ତହସିଲଦାର ରତନ ଆଚାର୍ଯ୍ୟ, ତାଳଚେର ଥାନା ପୋଲିସ, ବିଭିନ୍ନ ଥାନା ଅଧିକାରୀ, ୪ ପ୍ଲାଟୁନ ଫୋର୍ସ ଓ ଟିଟିପିଏସ୍‌ କର୍ତ୍ତୃପକ୍ଷ ଆଶ୍‌ପଣ୍ଡ କାମ କରିବା ପାଇଁ ଗଁାରେ ପହଞ୍ଚିଥିଲେ। କାମ ଆରମ୍ଭ ହେବା ମାତ୍ରେ ମହିଳାମାନେ ଆସି ମେଶିନ ଆଗରେ ଛିଡାହୋଇ ରହିବା ସହ ପ୍ରବଳ ବିରୋଧ କରିଥିଲେ। ଫଳରେ କାମ ଆଗେଇ ପାରି ନ ଥିଲା। ଶନିବାର ଉପଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସି ଆଲୋଚନା କରାଯିବ ବୋଲି ପ୍ରଶାସନିକ ଅଧିକାରୀମାନେ କହି ଫେରି ଯାଇଥିଲେ। ଏ ସମ୍ପର୍କରେ ଅତିରିକ୍ତ ତହସିଲଦାର କହିଛନ୍ତି, ପୋଲିସ ଉପସ୍ଥିତିରେ କାମ ଆରମ୍ଭ ହୋଇଥିଲା। ମାତ୍ର ମହିଳାମାନେ ବିରୋଧ କରିବାରୁ କାମ ହୋଇ ପାରି ନ ଥିଲା।
All Right Reserved By

ଅନଗୁଳ-ଢେଙ୍କାନାଳ

ଘରୋଇ କମ୍ପାନୀ ସର୍ଭେ କାର୍ଯ୍ୟକୁ ବିରୋଧ

ଘରୋଇ କମ୍ପାନୀ ସର୍ଭେ କାର୍ଯ୍ୟକୁ ବିରୋଧ


ଛେଣ୍ଡିପଦା,୧୯।୧୦(ଡି.ଏନ.ଏ.)- ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ଶିମିଳିପାଳ ପଞ୍ଚାୟତରେ ଶୁକ୍ରବାର ଏକ ଘରୋଇ କମ୍ପାନୀ ଦ୍ୱାରା ବିଭିନ୍ନ ସର୍ଭେ କାର୍ଯ୍ୟ ଚାଲିଥିବାବେଳେ ସ୍ଥାନୀୟ ଅଞ୍ଚଳବାସୀ ଏହାକୁ ତୀବ୍ର ବିରୋଧ କରିଛନ୍ତି। ଏପରିକି ଲୋକମାନେ ଉତ୍ତେଜିତ ହୋଇ ସମ୍ପୃକ୍ତ କମ୍ପାନୀ କର୍ମଚାରୀଙ୍କୁ ସର୍ଭେ ବିଷୟରେ ପଚାରିଥିଲେ। 

କଳାସଂସ୍କୃତି ପାଇଁ ଓଡ଼ିଶା ଗର୍ବିତ

କଳାସଂସ୍କୃତି ପାଇଁ ଓଡ଼ିଶା ଗର୍ବିତ


ବଇଣ୍ଡା,୧୯।୧୦(ଡି.ଏନ.ଏ.)- କିଶୋରନଗର ବ୍ଲକ ବଇଣ୍ଡା ହାଇସ୍କୁଲଠାରେ ଚାଲିଥିବା ଦୁର୍ଗାପୂଜା ଅବସରରେ ଗୁରୁବାର ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ କଳାକାରଙ୍କୁ ପୁରସ୍କୃତ କରାଯାଇଛି। 

ବ୍ୟାଟେରୀ ଚୋରି ଅଭିଯୋଗ: ଜଣେ ଅଟକ

ବ୍ୟାଟେରୀ ଚୋରି ଅଭିଯୋଗ: ଜଣେ ଅଟକ

ବଇଣ୍ଡା,୧୯।୧୦(ଡି.ଏନ.ଏ.)-ଅନୁଗୋଳ ଜିଲା ହଣ୍ଡପା ଥାନା ବଡ଼ହୁଲା ଗ୍ରାମରେ ଛିଡ଼ା ହୋଇଥିବା  ଏକ ମିନି ଟ୍ରକ(ନଂ.ଓଡି୦୨ଏଲ୯୧୫୩)ରୁ ଗୁରୁବାର ରାତିରେ କେତେକ ଦୁର୍ବୃତ୍ତ ବ୍ୟାଟେରୀଟି ଚୋରି କରି ନେଇଯାଇଛନ୍ତି। ଏ ନେଇ ଟ୍ରକ ଚାଳକ ବଡ଼ହୁଲାର ଗ୍ରାମର  ଚାଳକ ଚନ୍ଦ୍ରାହାସ୍ୟ ଦେହୁରୀ ଶୁକ୍ରବାର ହଣ୍ଡପା ଥାନାରେ ଅଭିଯୋଗ କରିଛନ୍ତି। 

ବୀରତ୍ୱ ପ୍ରଦର୍ଶନ କଲେ  ପାଇକ ପୁଅ

ବୀରତ୍ୱ ପ୍ରଦର୍ଶନ କଲେ ପାଇକ ପୁଅ


ଛେଣ୍ଡିପଦା,୧୯।୧୦(ସ୍ବ.ପ୍ର)- ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ବରସାହି ପଞ୍ଚାୟତ ଖମାର ଗ୍ରାମରେ ଶୁକ୍ରବାର ମହା ଆଡମ୍ବରରେ ଦଶହରା ପର୍ବ ପାଳିତ ହୋଇଛି। 

ଅନୁଗୋଳ ଟ୍ରକ ମାଲିକ ସଂଘ ଉପସଭାପତିଙ୍କ ବିୟୋଗ

ଅନୁଗୋଳ ଟ୍ରକ ମାଲିକ ସଂଘ ଉପସଭାପତିଙ୍କ ବିୟୋଗ

ବଅଁରପାଳ,୧୯।୧୦(ଡି.ଏନ.ଏ.)-ଅନୁଗୋଳ ଜିଲା ଟ୍ରକ ମାଲିକ ସଂଘର ଉପସଭାପତି ନରେନ୍ଦ୍ର ପ୍ରଧାନଙ୍କ ଶୁକ୍ରବାର ପରଲୋକ ହୋଇଯାଇଛି। 

କଂଗ୍ରେସର ମିଶ୍ରଣ ପର୍ବ

କଂଗ୍ରେସର ମିଶ୍ରଣ ପର୍ବ


ଅନୁଗୋଳ ଅଫିସ,୧୯।୧୦- ଅନୁଗୋଳ ଜିଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ବଡହିଂସର ମା’ ଖମ୍ବେଶ୍ବରୀ ମନ୍ଦିର ନିକଟରେ ଶୁକ୍ରବାର କଂଗ୍ରେସର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।

ଗୋଷ୍ଠୀ କେନ୍ଦ୍ରର ଭୂମିପୂଜନ କଲେ ଏମ୍‌ପିଙ୍କ ପ୍ରତିନିଧି

ଗୋଷ୍ଠୀ କେନ୍ଦ୍ରର ଭୂମିପୂଜନ କଲେ ଏମ୍‌ପିଙ୍କ ପ୍ରତିନିଧି

ଅନୁଗୋଳ ଅଫିସ,୧୯।୧୦- ଆମ ଗାଁ ଆମ ବିକାଶ ଯୋଜନାରେ ଢେଙ୍କାନାଳ-ଅନୁଗୋଳ ଏମ୍‌ପି ତଥାଗତ ସତପଥୀଙ୍କ ଜିଲା ପ୍ରତିନିଧି ଭକ୍ତି ପ୍ରସାଦ ଦାସ ଗୁରୁବାର ଅନୁଗୋଳ ବ୍ଲକ ନୂଆମୌଜା ପଞ୍ଚାୟତ ଶରଧାପୁର ପିତାବଳୀ ସାହି ଗୋଷ୍ଠୀ କେନ୍ଦ୍ରର ଭୂମିପୂଜନ କରିଛନ୍ତି।

ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ପ୍ରସ୍ତୁତି ବୈଠକ


ତାଳଚେର,୧୯।୧୦(ନି.ପ୍ର)- ତାଳଚେର ବ୍ଲକ ଅନ୍ତର୍ଗତ କମଳଛୁଇଁ ଗ୍ରାମରେ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ  କେନ୍ଦ୍ରୀୟ ଲକ୍ଷ୍ମୀ ପୂଜା କମିଟି ପକ୍ଷରୁ  ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। କମିଟିର ସଭାପତି ଗଗନ ବିହାରୀ ସାହୁ ଏଥିରେ  ଅଧ୍ୟକ୍ଷତା କରିଥିଲେ। 

ଲୁଟ୍‌ ଘଟଣାରେ ଅଭିଯୁକ୍ତ ଗିରଫ

ଲୁଟ୍‌ ଘଟଣାରେ ଅଭିଯୁକ୍ତ ଗିରଫ

କଣିହାଁ,୧୯।୧୦(ଡି.ଏନ.ଏ.)- କଣିହାଁ ବ୍ଲକ ରେଙ୍ଗାଳି ଥାନା ପୋଲିସ ପୂର୍ବରୁ ଲୁଟ୍‌ ଘଟଣାକୁ ନେଇ ଜଣକୁ ଗିରଫ କରି କୋର୍ଟଚାଲାଣ କରିଛି।

ଚୋର ଅଟକ

ଚୋର ଅଟକ

ବଅଁରପାଳ,୧୯।୧୦(ଡି.ଏନ.ଏ.)-ବଅଁରପାଳ ବଜାରର ଏକ ପାନ ଦୋକାନରୁ ଚୋରି କରୁଥିବା ସମୟରେ ଜଣେ ଯୁବକଙ୍କୁ କାବୁ କରିଛନ୍ତି ଦୋକାନୀ।

ବିଜେଡି  ପକ୍ଷରୁ ଜନସମ୍ପର୍କ ପଦଯାତ୍ରା

ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା


ଛେଣ୍ଡିପଦା,୧୯।୧୦(ଡି.ଏନ.ଏ.)- ଛେଣ୍ଡିପଦା ବ୍ଲକ ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ବିଧାୟକ ସୁଶାନ୍ତ କୁମାର ବେହେରାଙ୍କ ନେତୃତ୍ୱରେ ଆୟୋଜିତ ଏହି ପଦଯାତ୍ରା ଜରପଡା, ତୁକୁଡା, ପରା, ଓଗୀ ପଞ୍ଚାୟତର ସମସ୍ତ ଗ୍ରାମ ପରିକ୍ରମା କରିଥିଲା। ପରେ  ଓଗୀ ଗ୍ରାମଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।

୪  ଗିରଫ, ୯ଏମ୍‌ଏମ ବନ୍ଧୁକ, ୫ରାଉଣ୍ଡ ଜୀବନ୍ତ ଗୁଳି ଜବତ

୪ ଗିରଫ, ୯ଏମ୍‌ଏମ ବନ୍ଧୁକ, ୫ରାଉଣ୍ଡ ଜୀବନ୍ତ ଗୁଳି ଜବତ

ଅନୁଗୋଳ ଅଫିସ, ୧୮।୧୦- ଅନୁଗୋଳ ପୋଲିସ  ୪ ଡକାୟତଙ୍କୁ   ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ  ତାଳଚେର ଥାନା ନାକେଇପଶି ଅଞ୍ଚଳର ରଣଜିତ ନାଏକ ଓରଫ ଜିତୁ, ତାଙ୍କ ଭାଇ ରତ୍ନାକର ଓରଫ ରାଜ ନାଏକ, ନୂଆପଡ଼ାର ପପୁ ନାଏକ ଏବଂ ଅନୁଗୋଳ ଥାନା ପଞ୍ଚମହଲା ଅଞ୍ଚଳର ଅନିଲ ବେହେରା।