ଉପକୂଳ ଓଡିଶା

ପଲ୍ଲିସଭା କରି ବିରୋଧ ଜଣାଇଲେ ଗ୍ରାମବାସୀ

ପଲ୍ଲିସଭା କରି ବିରୋଧ ଜଣାଇଲେ ଗ୍ରାମବାସୀ
କୁଜଙ୍ଗ,୧୫।୧୨(ସ୍ବ.ପ୍ର.) ଜଗତ୍‌ସିଂହପୁର ଜିଲା ପାରାଦୀପ ସଂଲଗ୍ନ ପ୍ରସ୍ତାବିତ ୪୦୦୪ ଏକର ଜଙ୍ଗଲ ଜମିରେ ପ୍ରକଳ୍ପ ପ୍ରତିଷ୍ଠାରୁ ପୋସ୍କୋ ଓହରିଯିବା ପରେ ଏବେ ଉକ୍ତ ଜମି ଜେଏସ୍‌ଡବ୍ଲ୍ୟୁକୁ ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ଏନେଇ ଅଦ୍ୟାବଧି କୌଣସି ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇ ନ ଥିବାବେଳେ ସରକାରୀ ସଂସ୍ଥା ଇଡ୍‌କୋ ପକ୍ଷରୁ ଉକ୍ତ ଜମି ଉପରେ ବେଆଇନ ପାଚେରି ନିର୍ମାଣ ପାଇଁ ଯୋଜନା ଚାଲିଛି। ଏପରିକି ସେଠାରେ ନିଅଁ ଖୋଳା ଆରମ୍ଭ କରାଯାଇଛି। ସଂଲଗ୍ନ ୩ ପଞ୍ଚାୟତର ଅଳ୍ପ କେତେକ ଗ୍ରାମବାସୀ ଚାପର ବଶବର୍ତ୍ତୀ ହୋଇ ଉକ୍ତ ନିର୍ମାଣକୁ ସହଯୋଗ କରୁଥିବାବେଳେ ଅଧିକାଂଶ ଗ୍ରାମବାସୀ ବିରୋଧ କରି ନିର୍ମାଣ କାମ କରାଇ ଦେଇନାହାନ୍ତି। ଆଇନତଃ ସରକାର ଲୋକଙ୍କ ଅଧିକୃତ ଜମିକୁ ଦଖଲ କିମ୍ବା ଅଧିଗ୍ରହଣ କଲେ ସେଠାକାର ବାସିନ୍ଦାଙ୍କୁ ନେଇ ପଲ୍ଲସଭା କରାଯିବା କଥା। ହେଲେ ଇଡ୍‌କୋ ଏହାକୁ ଅଣଦେଖା କରୁଛି। ଢିଙ୍କିଆ ପଞ୍ଚାୟତର ଗୋବିନ୍ଦପୁର ଗ୍ରାମବାସୀ ପଲ୍ଲିସଭା କରାଯାଉ ବୋଲି ନଭେମ୍ବର ମାସରେ ସରକାରଙ୍କୁ ଲିଖିତ ଭାବେ ଜଣାଇଥିଲେ। ପଲ୍ଲୀସଭା କରାଯିବାକୁ ନୋଟିସ ଓ ଆବେଦନ କପି ସମ୍ପର୍କରେ ସ୍ଥାନୀୟ ସରପଞ୍ଚ, ଜିଲା ପ୍ରଶାସନ ଓ ସରକାରଙ୍କୁ ଜଣାଇଥିଲେ। ତେବେ ଗ୍ରାମବାସୀଙ୍କ ଦ୍ୱାରା ପଲ୍ଲିସଭା କରାଗଲେ ଅଡୁଆ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରି ପ୍ରଶାସନ ପଲ୍ଲିସଭାକୁ ସ୍ପୀକୃତି ଦେଉ ନ ଥିଲା। ତେଣୁ ଗ୍ରାମବାସୀ ଆଇନତଃ ଗତ ୬ ତାରିଖରେ ଗୋବିନ୍ଦପୁର ଗ୍ରାମ ଠାକୁରାଣୀଙ୍କ ପ୍ରାଙ୍ଗଣରେ ପଲ୍ଲିସଭା କରିଥିବା ଖବର ମିଳିଛି। ପଲ୍ଲୀସଭାରେ ୭୦୦ ଗ୍ରାମବାସୀଙ୍କ ସ୍ବାକ୍ଷରିତ ନିଷ୍ପତ୍ତି ପତ୍ର ଜଗତ୍‌ସିଂହପୁର ଜିଲାପାଳ, ରାଜସ୍ବ ଓ ଶିଳ୍ପ ବିଭାଗ ସଚିବ, ଆରଡିସି, ମୁଖ୍ୟ ଶାସନ ସଚିବଙ୍କ ସମେତ ସରକାରଙ୍କ ବିଭିନ୍ନ ବିଭାଗର ମୁଖ୍ୟଙ୍କ ନିକଟକୁ ପଠାଇଥିବା ଶୁକ୍ରବାର ଗ୍ରାମବାସୀ ଖବରଦାତାଙ୍କୁ ଜଣାଇଛନ୍ତି। ପାଚେରି ନିର୍ମାଣକୁ ବିରୋଧ କରି ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲରେ ଗ୍ରାମବାସୀ ମୋକଦ୍ଦମା ଦାଏର କରିଥିବାବେଳେ ପଲ୍ଲିସଭାର ନିଷ୍ପତ୍ତିକୁ ମଧ୍ୟ ସେଠାରେ ଦାଖଲ କରାଯିବ ବୋଲି ଗୋବିନ୍ଦପୁରର ଭ୍ରମରବର ଦାସ, ଟୁନା ବରାଳ, ମନୋରଞ୍ଜନ ଦାସ, ଦିଲ୍ଲୀପ ବର୍ଦ୍ଧନଙ୍କ ସମେତ ଅନ୍ୟମାନେ ସୂଚନା ଦେଇଛନ୍ତି। ଗ୍ରାମର ବୟସ୍କ ମୁରବୀ କୃପାସିନ୍ଧୁ ଦଳାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପଲ୍ଲିସଭାରେ ମୁଖ୍ୟତଃ ଇଡକୋ ପାଚେରି ନିର୍ମାଣକୁ ବନ୍ଦ କରାଯାଉ ବୋଲି ଦାବି ହୋଇଥିଲା। ଏଥିସହ ୨୦୦୬ ଜମି ଅଧିଗ୍ରହଣ ଆଇନକୁ କାର୍ଯ୍ୟକାରୀ କରାଯାଉ ଓ ଆଇନ ଅନୁଯାୟୀ, ଜଙ୍ଗଲ ଜମିରେ ପିଢ଼ିପିଢ଼ି ଧରି ବସବାସ କରିଆସୁଥିବା ଦଖଲଦାରଙ୍କ ନାମରେ ଜମି ପଟ୍ଟା ପ୍ରଦାନ କରାଯାଉ ବୋଲି କୁହାଯାଇଥିଲା। ପୋସ୍କୋ ପାଇଁ ଜମି ଅଧିଗ୍ରହଣ ବେଳେ କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ମୀନା ଗୁପ୍ତା, ସାକ୍‌ସେନା ଓ ରଏପଲ କମିଟି ଉକ୍ତ ଅଞ୍ଚଳକୁ ଆସି ଯେଉଁ ରିପୋର୍ଟ ଦେଇଥିଲେ ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପଦକ୍ଷେପ ନେବାକୁ ଅଧିଶେନରେ ଦାବି ହୋଇଛି। ପ୍ରକାଶ ଯେ, ପ୍ରସ୍ତାବିତ ଜଙ୍ଗଲ ଜମି ସଂଲଗ୍ନ ଢ଼ିଙ୍କିଆ, ଗଡ଼କୁଜଙ୍ଗ ଓ ନୂଆଗଁା ପଞ୍ଚାୟତର ୮ ଗ୍ରାମବାସୀ ସରକାରଙ୍କୁ ୧୧ ଦଫା ଦାବି ପ୍ରଦାନ କରିଛନ୍ତି। ଅଦ୍ୟାବଧି କୌଣସି ଦାବିପୂରଣ କରାଯାଇନାହିଁ। ତେବେ ପୋସ୍କୋ କାରଖାନା ନିର୍ମାଣ ପୂର୍ବରୁ ଯେପରି ଜୋର ଜବରଦସ୍ତ ୨୭୦୦ ଏକର ଜମି ଅଧିଗ୍ରହଣ କରିଥିଲା ଓ ଅଞ୍ଚଳରୁ ପ୍ରାୟ ୬ ଲକ୍ଷ ଗଛ କାଟି ଦିଆଯାଇଥିଲା, ଏବେ ଠିକ୍‌ ସେହିପରି ଜେଏସ୍‌ଡବ୍ଲୁ ସରକାରଙ୍କ ସହ ଚୁକ୍ତି କରି ନ ଥିଲେ ମଧ୍ୟ ଜୋର କରି ପାଚେରି ନିର୍ମାଣ ଆରମ୍ଭ ହୋଇଛି। ପାଚେରି ନିର୍ମାଣ ପୂର୍ବରୁ କୋଉ ସଂସ୍ଥା କାରଖାନା କରିବ ଓ ଗ୍ରାମବାସୀ କ’ଣ ପାଇବେ ତାହା ଅନ୍ଧାରରେ ରଖାଯାଇଛି। ବହୁ ଚର୍ଚ୍ଚିତ ପୋସ୍କୋ କମ୍ପାନୀ କାରଖାନା ନିର୍ମାଣ ନ କରି ଫେରିଯିବା ପରେ ପାରାଦୀପ ସଂଲଗ୍ନ ଢ଼ିଙ୍କିଆ, ଗଡକୁଜଙ୍ଗ ଓ ନୂଆଗଁା ଅଞ୍ଚଳରେ ଶାନ୍ତି ଫେରିଥିଲା। ତେବେ ୨୦୧୭ରେ ରାଜ୍ୟ ସରକାର ଉକ୍ତ ଜମିକୁ ଜେଏସଡବ୍ଲ୍ୟୁ ନାମକ ଏକ ଲୁହା ଉତ୍ପାଦନକାରୀ ସଂସ୍ଥାକୁ ପ୍ରଦାନ କରିବେ ବୋଲି ନିଷ୍ପତ୍ତି ନେଇଥିବା ଘୋଷଣା କରିଛନ୍ତି। ସରକାରଙ୍କ ସହିତ ଅଦ୍ୟାବଧି କୌଣସି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇ ନ ଥିବାବେଳେ ଇଡକୋ ପକ୍ଷରୁ ଗତ ୩ ମାସ ହେଲା ଅଞ୍ଚଳରେ ପାଚେରି ନିର୍ମାଣ ପାଇଁ ଜୋରଦାର ଉଦ୍ୟମ ଚାଲିଛି। ଫଳରେ ଦୀର୍ଘ ୧୨ ବର୍ଷ ଧରି ଥମିଯାଇଥିବା ଆନ୍ଦୋଳନରେ ପୁଣି ଥରେ ଘିଅ ଢଳାଯାଇଛି। ଗ୍ରାମବାସୀ ଆନ୍ଦୋଳନ ଡାକରା ଦେଇଛନ୍ତି। ନୂଆଗଁାଠାରେ ଇଡକୋ ପକ୍ଷରୁ ନିର୍ମାଣ କରାଯାଇଥିବା ପାଚେରି ନିଅଁକୁ ଲୋକେ ପୋତି ପକାଇଛନ୍ତି।
All Right Reserved By

ଉପକୂଳ ଓଡିଶା

ଜିଲାପାଳଙ୍କ ଅଚାନକ ମାର୍ଶାଘାଇ ଗସ୍ତ: ବିଇଓ ଅଫିସ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ

ମାର୍ଶାଘାଇ,୧୮।୧୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ବିଇଓ ଅଫିସରେ ମଙ୍ଗଳବାର ଜିଲାପାଳ ଦାଶରଥି ଶତପଥୀ ଅଚାନକ ପହଞ୍ଚିଥିଲେ।

ବିଭିନ୍ନ ଦାବିନେଇ ଡାକ କର୍ମଚାରୀଙ୍କ ଧର୍ମଘଟ

ବିଭିନ୍ନ ଦାବିନେଇ ଡାକ କର୍ମଚାରୀଙ୍କ ଧର୍ମଘଟ

ଆଳି,୧୮।୧୨(ଡି.ଏନ୍‌.ଏ.): ବିଭିନ୍ନ ଦାବିନେଇ ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘ, ଜାତୀୟ ଗ୍ରାମୀଣ ଡାକ ସେବକ ସଂଘର ଆହ୍ବାନ କ୍ରମେ ଡାକ କର୍ମଚାରୀମାନେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ମଙ୍ଗଳବାର ଧାରଣାରେ ବସିଛନ୍ତି।

ମୌଳିକ ସୁବିଧାରୁ ବଞ୍ଚିତ ୪୨ ଆଦିବାସୀ ପରିବାର: ରାସ୍ତା, ପାନୀୟଜଳ ପାଲଟିଛି ସାତସପନ

ମୌଳିକ ସୁବିଧାରୁ ବଞ୍ଚିତ ୪୨ ଆଦିବାସୀ ପରିବାର: ରାସ୍ତା, ପାନୀୟଜଳ ପାଲଟିଛି ସାତସପନ

ବୋଲଗଡ଼,୧୮ା୧୨(ମନୋରଞ୍ଜନ ମିଶ୍ର)-ଗ୍ରାମାଞ୍ଚଳର ବିକାଶ, ଗରିବ ଓ ଆଦିବାସୀଙ୍କ ଜୀବନ ଧାରଣ ମାନରେ ଉନ୍ନତି ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ ଯୋଜନା କରିଛନ୍ତିି। ହେଲେ ଏହାକୁ କାର୍ଯ୍ୟକାରୀ କରିବାରେ ଉଦାସୀନତା ଏବଂ ତଦାରଖ ଅଭାବରୁ ଯୋଜନାଗୁଡ଼ିକର ସଫଳ ରୂପାୟନ ହୋଇପାରୁ ନ ଥିବା ଅଭିଯୋଗ ହେଉଛି।

ଖାଦ୍ୟ ସୁରକ୍ଷା ଯୋଜନା କାହା ପାଇଁ : ଦିବ୍ୟାଙ୍ଗ କୃପାସିନ୍ଧୁ ରାଶନ କାର୍ଡରୁ ବଞ୍ଚିତ

ଖାଦ୍ୟ ସୁରକ୍ଷା ଯୋଜନା କାହା ପାଇଁ : ଦିବ୍ୟାଙ୍ଗ କୃପାସିନ୍ଧୁ ରାଶନ କାର୍ଡରୁ ବଞ୍ଚିତ

ନୂଆଗାଁ,୧୮।୧୨ (ଡି.ଏନ.ଏ.)-ଦେଶର କୌଣସି ଲୋକଙ୍କୁ ଭୋକରେ ନ ରଖିବା ଆଭିମୁଖ୍ୟ ନେଇ ୨୦୧୫ ନଭେମ୍ବରଠାରୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ ହୋଇଛି। ଏହି ଯୋଜନାରେ ସାମିଲ ହେବା ପାଇଁ ନିର୍ଦ୍ଦିଷ୍ଟ ମାନଦଣ୍ଡ ଧାର୍ଯ୍ୟ ପୂର୍ବକ ରାଜ୍ୟର ୩ କୋଟି ୨୬ଲକ୍ଷ ୪୧ ହଜାର ହିତାଧିକାରୀ ଚୟନ କରାଯାଇଛି। 

ବାର୍ଡ ଫ୍ଲୁ : ମରାଗଲାଣି ୭୩୧୫ କୁକୁଡ଼ା

ବାର୍ଡ ଫ୍ଲୁ : ମରାଗଲାଣି ୭୩୧୫ କୁକୁଡ଼ା

କୃଷ୍ଣପ୍ରସାଦ,୧୮ା୧୨(ଡି.ଏନ.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ୪ ଦିନ ହେଲା କୁକୁଡ଼ାମରା ଅଭିଯାନ ଜାରି ରହିଛି ା ବର୍ତ୍ତମାନ ସୁଦ୍ଧା ୭୩୧୫ କୁକୁଡ଼ା ମାରି ପୋତି ଦିଆଯାଇଛି ା

ଖୋଲିଲା ସରକାରୀ ଧାନମଣ୍ଡି : ପ୍ରଥମ ଦିନରେ ୧୧ ଚାଷୀଙ୍କଠାରୁ  ୪୨୬ କୁଇଣ୍ଟାଲ ଧାନକ୍ରୟ

ଖୋଲିଲା ସରକାରୀ ଧାନମଣ୍ଡି : ପ୍ରଥମ ଦିନରେ ୧୧ ଚାଷୀଙ୍କଠାରୁ ୪୨୬ କୁଇଣ୍ଟାଲ ଧାନକ୍ରୟ

ନୟାଗଡ଼ ଅଫିସ,୧୭ା୧୨- ଜିଲା ଯୋଗାଣ ବିଭାଗ ଦ୍ୱାରା ନୟାଗଡ଼ ଜିଲାରେ  ପ୍ରାଥମିକ କୃଷି ସେବା ସମବାୟ ସମିତି (ପାକ୍ସ) ଜରିଆରେ ସୋମବାର ଧାନମଣ୍ଡି ଉଦ୍‌ଘାଟିତ ହୋଇଛି। ଖଣ୍ଡପଡ଼ା ରୋଡ଼ସ୍ଥିତ ନିୟନ୍ତ୍ରିତ ବଜାର କମିଟି ବାହାଡ଼ାଝୋଲା କାର୍ଯ୍ୟାଳୟଠାରେ ଅତିରିକ୍ତ ଜିଲାପାଳ ପ୍ରସନ୍ନ କୁମାର ଦାସ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। 

କଳିଙ୍ଗନଗର ପୁସ୍ତକମେଳାରେ କବିତା ପାଠୋତ୍ସବ

କଳିଙ୍ଗନଗର ପୁସ୍ତକମେଳାରେ କବିତା ପାଠୋତ୍ସବ

କଳିଙ୍ଗନଗର, ୧୭ା୧୨(ଡି.ଏନ.ଏ.)- ରାଜ୍ୟସ୍ତରୀୟ କଳିଙ୍ଗନଗର ପୁସ୍ତକ ମେଳାରେ ସୋମବାର ବଉଳଫୁଲ ଶିଶୁ ସାହିତ୍ୟ ସଂସଦ ପକ୍ଷରୁ ଏକ ଶିଶୁ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। 

ଜିଲାସ୍ତରୀୟ ପ୍ରକଳ୍ପ ପ୍ରତିଯୋଗିତା

ଜିଲାସ୍ତରୀୟ ପ୍ରକଳ୍ପ ପ୍ରତିଯୋଗିତା

ଜଗତ୍‌ସିଂହପୁର ଅଫିସ,୧୭ା୧୨- ସ୍ଥାନୀୟ ଏସ୍‌.କେ. ଏକାଡେମୀ ପରିସରରେ ସୋମବାର ୭ମ ଜିଲାସ୍ତରୀୟ ପ୍ରକଳ୍ପ ପ୍ରତିଯୋଗିତା ତଥା ୪୫ତମ ଜବାହରଲାଲ ନେହେରୁ ବିଜ୍ଞାନମେଳା ଉଦ୍‌ଘାଟିତ ହୋଇଯାଇଛି।

ସ୍ମାର୍ଟ ସିଟି ପ୍ରକଳ୍ପ ରାଜ୍ୟସ୍ତରକୁ ମନୋନୀତ

ସ୍ମାର୍ଟ ସିଟି ପ୍ରକଳ୍ପ ରାଜ୍ୟସ୍ତରକୁ ମନୋନୀତ

ନୟାଗଡ଼ ଅଫିସ,୧୭।୧୨- ନୟାଗଡ଼ ଜିଲା ଓଡ଼ଗାଁଠାରେ ହୋଇଥିବା ଜିଲାସ୍ତରୀୟ ବିଜ୍ଞାନମେଳା ପ୍ରତିଯୋଗିତାରେ ନୟାଗଡ଼ ଏନ୍‌ଏସି ସ୍କୁଲର ଛାତ୍ରଙ୍କ  ପ୍ରକଳ୍ପ ରାଜ୍ୟସ୍ତରକୁ ମନୋନୀତ ହୋଇଛି। 

ବାଲୁଗାଁ ଏନ୍‌ଏସିରେ ସ୍ବଚ୍ଛ ଭାରତ ସ୍ବଚ୍ଛ ଓଡ଼ିଶା କାର୍ଯ୍ୟକ୍ରମ

ବାଲୁଗାଁ ଏନ୍‌ଏସିରେ ସ୍ବଚ୍ଛ ଭାରତ ସ୍ବଚ୍ଛ ଓଡ଼ିଶା କାର୍ଯ୍ୟକ୍ରମ

ବାଲୁଗଁ।,୧୭।୧୨(ଡି.ଏନ.ଏ.)- ବାଲୁଗାଁ ଏନ୍‌ଏସିକୁ ଖୋଲା ଶୌଚମୁକ୍ତ ଅଞ୍ଚଳ ସହ ସ୍ବଚ୍ଛ ସହର ଭାବେ ଗଢ଼ିବା ଉଦ୍ଦେଶ୍ୟରେ ସ୍ବଚ୍ଛ ମିଶନ ଆନୁକୂଲ୍ୟରେ ରବିବାର ଏକ କାର୍ଯ୍ୟକ୍ରମ ପରିଷଦର କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି ।

ବର୍ଷା ଆଶଙ୍କା କରି ଚାଷୀ ଚିନ୍ତିତ

ବର୍ଷା ଆଶଙ୍କା କରି ଚାଷୀ ଚିନ୍ତିତ

ବାଲୁଗଁ।,୧୭।୧୨(ଡି.ଏନ.ଏ.)- ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥ୍‌ତ୍ବା ଲଘୁଚାପ ପ୍ରଭାବରେ ବର୍ଷା ଆଶଙ୍କା କରି ବାଲୁଗାଁ-ବାଣପୁର ଅଞ୍ଚଳର ଚାଷୀମାନେ ଚିନ୍ତିତ ହୋଇପଡ଼ିଛନ୍ତି।

ବିଜୁ ଯୁବବାହିନୀର ଯୁବ ସମାବେଶ: ସମ୍ବର୍ଦ୍ଧିତ ହେଲେ ଜିଲାର ଯୁବତୀଯୁବକ

ବିଜୁ ଯୁବବାହିନୀର ଯୁବ ସମାବେଶ: ସମ୍ବର୍ଦ୍ଧିତ ହେଲେ ଜିଲାର ଯୁବତୀଯୁବକ

ନୟାଗଡ଼ ଅଫିସ,୧୭ା୧୨- ଜିଲା ବିଜୁ ଯୁବବାହିନୀ ପକ୍ଷରୁ ରବିବାର ନୟାଗଡ଼ ଖେଳପଡ଼ିଆଠାରେ ଯୁବ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୂର୍ବାହ୍ନ ୧୦ଟାରେ ପ୍ରଥମେ ଜିଲାସ୍ତରୀୟ ଭଲିବଲ୍‌ ଟୁର୍ନାମେଣ୍ଟ କରାଯାଇଥିଲା।