ଜୀବନଚର୍ଯ୍ୟା |

ସଂକ୍ରମଣରୁ ରୋକିଥାଏ ମା’ କ୍ଷୀର

ସଂକ୍ରମଣରୁ ରୋକିଥାଏ ମା’ କ୍ଷୀର

ନୂଆଦିଲ୍ଲୀ:ମା’ କ୍ଷୀର ଶିଶୁ ପାଇଁ ଅମୃତ ସମାନ ହୋଇଥାଏ। ଏହା କେବଳ ଯେ, ଶିଶୁର ବିକାଶ କରିଥାଏ ତା’ ନୁହେଁ ବରଂ ଏହା ଶିଶୁଙ୍କୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ। ନିକଟରେ ପ୍ରକାଶିତ ଏକ ଗବେଷଣା ରିପୋର୍ଟରୁ ଜଣାପଡିଛି ଯେ, ମା’ କ୍ଷୀର ଶିଶୁଙ୍କୁ ସଂକ୍ରମଣରୁ ରକ୍ଷା କରିଥାଏ।
ଗବେଷଣା ଅନୁସାରେ, ମା’ କ୍ଷୀରରେ ଥିବା ଏକ ଉପାଦାନ ନବଜାତ ଶିଶୁଙ୍କୁ କ୍ଷତିକାରକ ବ୍ୟାକ୍ଟେିଆ କବଳରୁ ରକ୍ଷା କରିଥାଏ। ଗର୍ଭବତୀ ମହିଳାଙ୍କଠାରେ ଦେଖାଦେଉଥିବା ଏକ ପ୍ରକାର ବ୍ୟାକ୍‌ଟେରିଆ ନବଜାତ ଶିଶୁମାନଙ୍କଠାରେ ସଂକ୍ରମଣ ସୃଷ୍ଟି କରିଥାଏ। ଏହାଦ୍ୱାରା ନବଜାତଙ୍କ ମଧ୍ୟରେ ନିମୋନିଆ ଭଳି ଗୁରୁତର ରୋଗ ହେବାର ସମ୍ଭାବନା ଦେଖାଦେଇଥାଏ। ଏହି ସଂକ୍ରମଣ ବଢିବା କାରଣରୁ ଅନେକ ଶିଶୁଙ୍କର ମୃତ୍ୟୁ ହେବାର ଆଶଙ୍କା ଦେଖା ଦେଇଥାଏ। କାରଣ ନବଜାତ ଶିଶୁଙ୍କ ଦେହରେ ରୋଗ ପ୍ରତିରୋଧକ ଶକ୍ତି ସମ୍ପୂର୍ଣ୍ଣ ବିକଶିତ ହୋଇ ନ ଥାଏ।
ଆମେରିକା ଓ୍ବଣ୍ଡରବିଲ୍ଟ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଷ୍ଟିଭନ ଟାଉନସେଣ୍ଡଙ୍କ କହିବା ମୁତାବକ, ମା’ କ୍ଷୀରରେ ମିଳୁଥିବା କାର୍ବୋହାଇଡ୍ରେଟ୍‌ ଆଣ୍ଟିବ୍ୟାକ୍ଟେିରିଆ ଭଳି କାମ କରିଥାଏ। ଅନ୍ୟ ଆଣ୍ଟିବାୟୋଟିକ୍‌ରେ ଥିବା ଟକ୍ସିନ ଭଳି ଉପାଦାନ ମା’ କ୍ଷୀରରେ ନ ଥାଏ। ଫଳରେ ଏହା ନବଜାତ ଶିଶୁଙ୍କୁ କେତେକ ମାରାତ୍ମକ ରୋଗରୁ ରକ୍ଷା କରିବାରେ ସହାୟକ ହୋଇଥାଏ ବୋଲି ଟାଉନସେଣ୍ଡ କହିଛନ୍ତି।

All Right Reserved By

Model This Week

Model This Week

ଜୀବନଚର୍ଯ୍ୟା |

ଋତୁସ୍ରାବ ସମସ୍ୟା ସୃଷ୍ଟି କରେ ମଦ୍ୟପାନ

ଋତୁସ୍ରାବ ସମସ୍ୟା ସୃଷ୍ଟି କରେ ମଦ୍ୟପାନ

ଓ୍ବାଶିଂଟନ : ମଦ୍ୟପାନ ଯୋଗୁ ମହିଳାଙ୍କ କ୍ଷେତ୍ରରେ ଋତୁସ୍ରାବ ସମସ୍ୟା ସୃଷ୍ଟି ହୋଇଥାଏ। ଏନେଇ ଗବେଷକ ସର୍ଭେ ଭିତ୍ତିକ ତଥ୍ୟ ଉପସ୍ଥାପନ କରିଛନ୍ତି। ସ୍ପେନ୍‌ର ଗବେଷକ ଦଳ ମହିଳାଙ୍କଠାରେ ଦେଖାଯାଉଥିବା ଋତୁସ୍ରାବ ସମସ୍ୟା ଉପରେ ଦୀର୍ଘଦିନ ଧରି ଅଧ୍ୟୟନ କରୁଥିଲେ। ଏଥିରେ ୧୯ଟି ରାଷ୍ଟ୍ରର ୪୭ ହଜାର ମହିଳାଙ୍କୁ ସାମିଲ୍‌ କରାଯାଇଥିଲା।

ସ୍କିନ୍‌ଟୋନ୍‌ ବଢାଏ ଆଳୁ

ସ୍କିନ୍‌ଟୋନ୍‌ ବଢାଏ ଆଳୁ

ଆଖିତଳ କଳା ପଡିବା ଅନେକଙ୍କ ଲାଗି ଏକ ଚିନ୍ତାର କାରଣ, ଯାହାକୁ ଦୂର କରିବାରେ ଆଳୁ ବେଶ୍‌ ଲାଭଦାୟକ। ଆଳୁର ଚୋପା ଛଡାଇ ପତଳା ପତଳା କାଟି ଆଖି ଉପରେ ୨୦ ମିନିଟ୍‌ ରଖନ୍ତୁ। ପ୍ରତିଦିନ ଏପରି କରିବା ଦ୍ୱାରା ଦାଗ ଶୀଘ୍ର ଦୂର ହୋଇଯିବ।

ଟ୍ରାଇବାଲ୍‌ ଜୁଏଲେରି ଫ୍ୟାଶନ୍‌

ଟ୍ରାଇବାଲ୍‌ ଜୁଏଲେରି ଫ୍ୟାଶନ୍‌

ଟ୍ରାଇବାଲ୍‌ ଜୁଏଲେରିରେ ବ୍ରାଇଟ୍‌ ଏବଂ ବୋଲ୍ଡ କଲରର ଉଭୟ ଛୋଟ ଏବଂ ବଡ଼ ବିଡ୍ସ ବ୍ୟବହାର କରାଯାଇଥାଏ, ଯାହାକୁ ଡ୍ରେସ୍‌ ସହ ଉଭୟ ମ୍ୟାଚ୍‌ କରି ହେଉ ଅବା କଣ୍ଟ୍ରାଷ୍ଟ କରି ପିନ୍ଧିଲେ ଆକର୍ଷଣୀୟ ଲୁକ୍‌ ମିଳିଥାଏ। ଏଭଳି ଜୁଏଲେରି ମଧ୍ୟରେ ବିଶେଷକରି ଆଭୁ ଷ୍ଟୋନ୍‌ ଗ୍ଲାସ୍‌ ବିଡେଡ୍‌ ତାଇବାନ୍‌ ଷ୍ଟାଇଲ୍‌ ନେକ୍‌ଲେସ୍‌ ବର୍ତ୍ତମାନ ବେଶି ଡିମାଣ୍ଡରେ ଅଛି।

ଆସିବ ପୁରୁଷଙ୍କ ପାଇଁ ଗର୍ଭନିରୋଧକ ଟ୍ୟାବଲେଟ୍‌

ଆସିବ ପୁରୁଷଙ୍କ ପାଇଁ ଗର୍ଭନିରୋଧକ ଟ୍ୟାବଲେଟ୍‌

ଓ୍ବାଶିଂଟନ, ୨୩।୪ : ବଜାରରେ ମହିଳାଙ୍କ ଉପଯୋଗୀ ଗର୍ଭନିରୋଧକ ଟ୍ୟାବଲେଟ୍‌ ଉପଲବ୍ଧ ହୋଇଥାଏ। ଏହାର ବ୍ୟବହାର କରିବା ଦ୍ୱାରା ମହିଳାଙ୍କ ସେକ୍ସ୍‌ ହରମୋନ୍‌ ଉପରେ ପ୍ରଭାବ ପଡିଥାଏ। ଯାହାଦ୍ୱାରା ଶୁକ୍ରାଣୁ ଓ ଡିମ୍ବାଣୁର ମିଳନରେ ଭ୍ରୁଣ ସୃଷ୍ଟି ହୋଇପାରି ନ ଥାଏ। ଆଗାମୀ ଦିନରେ ପୁରୁଷଙ୍କ ପାଇଁ ଏଭଳି ଟ୍ୟାବଲେଟ୍‌ ବଜାରରେ ଉପଲବ୍ଧ ହେବ। ଏହାର ବ୍ୟବହାରଦ୍ୱାରା ଶୁକ୍ରାଣୁର ଗତି ଶିଥିଳ ହୋଇଯିବ।

ଫୁସ୍‌ଫୁସ୍‌କୁ ସୁସ୍ଥ ରଖିବ ଟମାଟୋ

ଫୁସ୍‌ଫୁସ୍‌କୁ ସୁସ୍ଥ ରଖିବ ଟମାଟୋ

ଟମାଟୋର ସ୍ବାସ୍ଥ୍ୟୋପକାରୀ ଗୁଣ ତାଲିକାରେ ଆଉ ଏକ କଥା ସାମିଲ ହୋଇଛି। ଏହା ଫୁସ୍‌ଫୁସ୍‌କୁ ସୁରକ୍ଷା ଦେବାରେ ଅନେକାଂଶରେ ସହାୟକ ହୋଇଥାଏ। ବିଶେଷ ଭାବରେ ଯେଉଁମାନେ ନିୟମିତ ନିଶାଦ୍ରବ୍ୟ ସେବନ କରନ୍ତି ସେମାନେ ଯଦି ନିୟମିତ ଟମାଟୋ ଖାଆନ୍ତି ତେବେ ସେମାନଙ୍କର ଫୁସ୍‌ଫୁସ୍‌ କେତେକାଂଶରେ ସୁରକ୍ଷିତ ରହିଥାଏ।

କଫି, ଚା ହୃଦ୍‌ଘାତରୁ ସୁରକ୍ଷା ଦିଏ

କଫି, ଚା ହୃଦ୍‌ଘାତରୁ ସୁରକ୍ଷା ଦିଏ

ନୂଆଦିଲ୍ଲୀ : କଫି ଓ ଚା ହୃଦ୍‌ଘାତରୁ ମନୁଷ୍ୟକୁ ସୁରକ୍ଷା ଦେଇଥାଏ। ଏନେଇ ଚିକିତ୍ସା ବିଜ୍ଞାନୀ ଏକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି। କଫିରେ ଥିବା କାଫିନ୍‌ ଓ ଚାରେ ଥିବା ନିକୋଟାଇନ୍‌ ରକ୍ତରେ ମିଶିବା ଦ୍ୱାରା ଏହାର କୋଷିକା ଉତ୍ତେଜିତ ହୋଇଥାଏ। ଫଳରେ ହୃଦୟର ସାଧାରଣ କାର୍ଯ୍ୟକାରିତା ବୃଦ୍ଧି ପାଇଥାଏ।

ଔଷଧୀୟ ଗୁଣରେ ଭରପୂର ତେଜପତ୍ର

ଔଷଧୀୟ ଗୁଣରେ ଭରପୂର ତେଜପତ୍ର

ବେଳେବେଳେ ଆମେ ଥଣ୍ଡା ସର୍ଦ୍ଦି ଭଳି ଛୋଟ ଛୋଟ ରୋଗରେ ପଡିଲେ ମା’ ଆମ ରୋଷେଇ ଘରେ ଥିବା କିଛି ଜିନିଷ ବ୍ୟବହାର କରି ଆମକୁ ରୋଗମୁକ୍ତ କରିଥାଆନ୍ତି। ବିଶେଷ କରି ରୋଷେଇରେ ବ୍ୟବହୃତ କିଛି ମସଲାରେ ରହିଥିବା ଔଷଧୀୟ ଗୁଣ ଆମକୁ ସୁସ୍ଥ ରଖିବାକୁ ବେଶ୍‌ ସହାୟକ ହୋଇଥାଏ।

ଭିଟାମିନ୍‌-ଡି’ସ୍ତର କମିଲେ ମଧୁମେହ ଆଶଙ୍କା ବଢ଼େ

ଭିଟାମିନ୍‌-ଡି’ସ୍ତର କମିଲେ ମଧୁମେହ ଆଶଙ୍କା ବଢ଼େ

ଓ୍ବାଶିଂଟନ : ଶରୀରରରେ ଭିଟାମିନ୍‌-ଡି’ସ୍ତର କମ୍‌ ହେଲେ ମଧୁମେହ ଆଶଙ୍କା ବଢ଼ିଥାଏ ବୋଲି କାର୍ଲିଫର୍ନିଆ ବିଶ୍ୱବିଦ୍ୟାଳୟର ଗବେଷକ ଏକ ତଥ୍ୟ ଉପସ୍ଥାପନ କରିଛନ୍ତି। ଏହି ମର୍ମରେ ଗବେଷକ ୯୦୩ ଜଣ ବ୍ୟକ୍ତିଙ୍କ ଉପରେ ଅନୁଧ୍ୟାନ କରିଥିଲେ। ଜଣାପଡିଥିଲା ଯେ, ରକ୍ତରେ ଭିଟାମିନ୍‌-ଡି’ ସ୍ତର ହ୍ରାସ ପାଇଲେ ଟାଇପ୍‌-୨ ମଧୁମେହ ହେବାର ଆଶଙ୍କା ଦେଖାଦେଇଥାଏ।

ବିଛା ବିଷରୁ ଔଷଧ

ବିଛା ବିଷରୁ ଔଷଧ

ନୂଆଦିଲ୍ଲୀ,୧୯।୪: ବିଛା ବିଷରେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଉପଶମକାରୀ ଯୋଗିକ ରହିଛି ବୋଲି ଗବେଷକ ଜାଣିପାରିଛନ୍ତି। ଏହି ଯୌଗିକରୁ ପ୍ରସ୍ତୁତ ଔଷଧ ଦ୍ୱାରା ଆଣ୍ଠୁଗଣ୍ଠି ଯନ୍ତ୍ରଣା ଭୋଗୁଥିବା ବ୍ୟକ୍ତିମାନେ ଉପକୃତ ହୋଇପାରିବେ। ବୟସ ବଢ଼ିବା ସହିତ ଗଣ୍ଠିସ୍ଥାନରେ ଥିବା ଲିଗାମେଣ୍ଟ ଧୀରେ ଧୀରେ ଏହାର ନମନିୟତା ହରାଇ ବସିଥାଏ।

ସାଲାଡ୍‌ ଖାଇଲେ ଦାନ୍ତ ରହେ ସୁସ୍ଥ

ସାଲାଡ୍‌ ଖାଇଲେ ଦାନ୍ତ ରହେ ସୁସ୍ଥ

ଦାନ୍ତ ମୁଖମଣ୍ଡଳର ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ସଫା ଧଳା ଓ ସମାନ ଆକାରର ଦାନ୍ତରେ ସାମାନ୍ୟ ହସିଦେଲେ ଏହା ମୁହଁର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରେ।

 ଯେ କୌଣସି ସମୟରେ ହୋଇପାରେ ସାଇଲେଣ୍ଟ୍‌ ଆଟାକ୍‌

ଯେ କୌଣସି ସମୟରେ ହୋଇପାରେ ସାଇଲେଣ୍ଟ୍‌ ଆଟାକ୍‌

ଓ୍ବାଶିଂଟନ, ୧୬।୪: ସାଇଲେଣ୍ଟ୍‌ ଆଟାକ୍‌ ବା ନୀରବ ହୃଦ୍‌ଘାତ ଲକ୍ଷଣ ପ୍ରକାଶ ବିନା ହଠାତ୍‌ ହୃଦୟର କାର୍ଯ୍ୟରେ ବାଧା ସୃଷ୍ଟି କରିଥାଏ। ନିୟମିତ ସନ୍ତୁଳିତ ଖାଦ୍ୟ ଗ୍ରହଣ କରୁଥିବା ତଥା ଶାରିରୀକ ବ୍ୟାୟାମ କରୁଥିବା ବ୍ୟକ୍ତିଙ୍କଠାରେ ମଧ୍ୟ ଏପରି ସମସ୍ୟା ଦେଖାଯାଇପାରେ। ବିଷାଦଗ୍ରସ୍ତ ରହିବା, ନିୟମିତ ନିଶାଦ୍ରବ୍ୟ ଗ୍ରହଣ କରିବା, ସିଗାରେଟ୍‌ ଟାଣିବା ଆଦି ଦ୍ୱାରା ରକ୍ତବାହୀ ନଳୀରେ ସୃଷ୍ଟି ହେଉଥିବା ବିଭିନ୍ନ ଯନ୍ତ୍ରଣା ସମ୍ପର୍କରେ ସ୍ନାୟୁ କୋଷିକା ନିକଟରେ କୌଣସି ସୂଚନା ପହଞ୍ଚତ୍ପାରେ ନାହିଁ।

ସ୍ମୃତି ଶକ୍ତିକୁ ପ୍ରଭାବିତ କରେ ନିଶ୍ଚେତକ

ସ୍ମୃତି ଶକ୍ତିକୁ ପ୍ରଭାବିତ କରେ ନିଶ୍ଚେତକ

ଓ୍ବାଶିଂଟନ, ୧୫।୪: ଅପରେଶନ ସମୟରେ ରୋଗୀକୁ କଷ୍ଟ ନ ହେବା ପାଇଁ ଡାକ୍ତରମାନେ ନିଶ୍ଚେତକର ପ୍ରୟୋଗ କରିଥାନ୍ତି। ଏହାଦ୍ୱାରା ରୋଗୀର ମସ୍ତିଷ୍କ ଉପରେ ନକାରାତ୍ମକ ପ୍ରଭାବ ଅନୁଭୁତ ହୋଇଥାଏ। ଫଳରେ ସ୍ମୃତି ଶକ୍ତି ହ୍ରାସ ପାଇଥାଏ ବୋଲି ଏନେଇ ଚିକିତ୍ସାବିଜ୍ଞାନୀଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି। ଏହି ମର୍ମରେ ସେମାନେ ନିଶ୍ଚେତକ ପ୍ରୟୋଗ ହୋଇଥିବା ୩୧୨ ଜଣ ରୋଗୀ ଏବଂ ପ୍ରୟୋଗ ହୋଇ ନ ଥିବା ୬୫୨ ସାଧାରଣ ଲୋକଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ।