ଉପକୂଳ ଓଡିଶା

ମହାନଦୀ ମୁହାଣ ଖୋଳିବ ପାରାଦୀପ ବନ୍ଦର

ମହାନଦୀ ମୁହାଣ ଖୋଳିବ ପାରାଦୀପ ବନ୍ଦର
ପାରାଦୀପ,୧୫।୧୨(ସ୍ବ.ପ୍ର.) ୫୦ହଜାରରୁ ଊର୍ଦ୍ଧ୍ୱ ମତ୍ସ୍ୟଜୀବୀଙ୍କ ମୁଖ୍ୟ ସମସ୍ୟା ସାଜିଥିବା ମହାନଦୀ ମୁହାଣ ଖନନ ନିମନ୍ତେ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ଏହି ମୁହାଣକୁ ପାରାଦୀପ ବନ୍ଦର ପ୍ରାୟ ୨୦କୋଟି ଟଙ୍କା ବ୍ୟୟ ଅଟକଳରେ ଖନନ କରିବ ବୋଲି ଟ୍ରଷ୍ଟ ବୋର୍ଡ ବୈଠକରେ ସ୍ଥିର କରାଯାଇଛି। ତେବେ କେବେ ଏହା ଖୋଳାଯିବ ସେ ନେଇ କୌଣସି ସମୟ ଧାର୍ଯ୍ୟ କରାଯାଇନାହିଁ। ସନ୍ଧ୍ୟାରେ ବୋର୍ଡ ବୈଠକ ପରେ ଟ୍ରଷ୍ଟି ପ୍ରତାପ ମିଶ୍ର ଏହି ସୂଚନା ଦେଇଛନ୍ତି। ପାରାଦୀପ ବନ୍ଦର ମହାନଦୀ ମୁହାଣ ଖନନ କରିବା ନିଷ୍ପତ୍ତି ହେବା ପରେ ଏହି ପ୍ରସଙ୍ଗକୁ ନେଇ ଭାଜପା ଓ ବିଜେଡି ମଧ୍ୟରେ ଶ୍ରେୟ ନେବାକୁ ପ୍ରତିଯୋଗିତା ଲାଗିବ ବୋଲି ଏବେଠାରୁ ଜଣାପଡିଲାଣି। ସୂଚନାଯୋଗ୍ୟ, ପାରାଦୀପ ମାଛଧରା ବନ୍ଦରକୁ ୧୯୯୭-୯୮ରେ ବନ୍ଦର ୫ନଂ. ଗେଟ୍‌ଠାରୁ ନେହେରୁ ବଙ୍ଗଳା ମୁହାଣ ଅଞ୍ଚଳକୁ ସ୍ଥାନାନ୍ତର କରାଯାଇଥିଲା। ସେତେବେଳେ କେନ୍ଦ୍ର ସରକାରଙ୍କ ଅଧୀନରେ ମାଛଧରା ବନ୍ଦର ଥିବାରୁ ପାରାଦୀପ ବନ୍ଦର ମୁହାଣକୁ ଖନନ କରି ୧୩ ମିଟର ଗଭୀର କରିଥିଲା। ୨୦୧୧ ନଭେମ୍ବରରେ ଏହି ମାଛଧରା ବନ୍ଦରକୁ ରାଜ୍ୟ ସରକାର ହାତକୁ ନେଇଥିଲେ। ସେବେଠାରୁ ମୁହାଣ ଅଞ୍ଚଳ ପୋତି ହୋଇ ଏବେ ମାତ୍ର ୫ଫୁଟ ଗଭୀରରେ ପହଞ୍ଚତ୍ଛି। ମୁହାଣ ଖନନ ପାଇଁ ଟ୍ରଲର ମାଲିକ ସଂଘ (ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ସଂଘ) ଓମ୍ଫା ପକ୍ଷରୁ ତତ୍କାଳୀନ ମତ୍ସ୍ୟ ବିଭାଗ ସଚିବଙ୍କୁ ଚିଠି (ନଂ. ୬୦୩/୧୬) କରାଯାଇଥିଲା। ରାଜ୍ୟ ସରକାର ହାତକୁ ନେବା ପରେ ୨୦୧୬ ନଭେମ୍ବର ୨୫ରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢି ମୁହାଣ ଖୋଳିବା ପାଇଁ କେନ୍ଦ୍ର ମତ୍ସ୍ୟ ଓ ପଶୁ ପାଳନ ବିଭାଗକୁ ଚିଠି (ନଂ.୧୪୬୮୫) କରିଥିଲେ। ଏହା ପରେ କେନ୍ଦ୍ର ମତ୍ସ୍ୟ ପଶୁ ପାଳନ ସଚିବ ଦେବେନ୍ଦ୍ର ଚୌଧୁରୀ ନିଜେ ଆସି ମୁହାଣ ଦେଖିବା ସହ ସାଇସେଫ୍‌ (ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କୋଷ୍ଟାଲ ଇଞ୍ଜିନିୟରିଂ ଅଫ୍‌ ଫିସାରୀ)କୁ ଆସି ମୁହାଣ ସର୍ଭେ କରିବାକୁ ରିପୋର୍ଟ ଦେଇଥିଲେ। ଉକ୍ତ ସଂସ୍ଥା ସର୍ଭେ କରି ରିପୋର୍ଟ ଦେଇଥିଲା ଯେ, ମୁହାଣ ପୋତି ହେବା କ୍ଷେତ୍ରରେ ପାରାଦୀପ ବନ୍ଦର ପୋତାଶ୍ରୟର ଭୂମିକା ରହିଛି। ଏହା ପରେ ରାଜ୍ୟ ମତ୍ସ୍ୟ ବିଭାଗ ସଚିବ ପରିବେଶ ଓ ବନ ବିଭାଗକୁ ତା-୨୫।୧୧।୨୦୧୬ରିଖରେ ପୁଣି ଚିଠି (ନଂ.୧୪୬୫୯) ଦେଇ ଏହି ପ୍ରସଙ୍ଗ ଉଠାଇଥିଲେ। ପରେ ଓମ୍ଫା ପକ୍ଷରୁ ୨୦୧୭ ମାର୍ଚ୍ଚ ୨ରେ କେନ୍ଦ୍ର ମତ୍ସ୍ୟ ସଚିବଙ୍କୁ ଚିଠି (ନଂ.୬୦୩/୧୭) କରିଥିଲେ। ମାର୍ଚ୍ଚ ୩ରେ ଜିଲାପାଳ ଓ ବନ୍ଦର ଅଧ୍ୟକ୍ଷ ମିଳିତ ଭାବେ ମୁହାଣକୁ ଯାଇ ସର୍ଭେ କରିଥିଲେ। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁହାଣ ଖନନ ପାଇଁ ଗତ ଏପ୍ରିଲ ୫ରେ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି (ଡିଓ ନଂ./୧୧୩୦୬/୨୦୧୭-୩୮ ସିଏମ୍‌) କରିଥିଲେ। ଏଥିରେ ଦର୍ଶାଯାଇଥିଲା ଯେ ମାଛଧରା ବନ୍ଦର ୩୫୦ ଯନ୍ତ୍ରଚାଳିତ ବୋଟ୍‌ ପାଇଁ ହୋଇଥିଲା। ଏବେ ୬୪୩ ଟ୍ରଲର ଓ ୩୩୬ ଯନ୍ତ୍ରଚାଳିତ ବୋଟ୍‌ରେ ୩୦ହଜାର ପରିବାର ଚଳୁଛନ୍ତି। ଏମାନଙ୍କ ପ୍ରମୁଖ ସମସ୍ୟା ହେଲା ମହାନଦୀ ମୁହାଣର ଅଗଭୀର ସ୍ଥିତି। ତେଣୁ ମୁହାଣ ଖନନ ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନିଅନ୍ତୁ। ଅନ୍ୟପଟେ ଗତ ସପ୍ତାହରେ ଭାଜପାର ଅଦର ଇଣ୍ଟ୍ରେଷ୍ଟ ଟ୍ରଷ୍ଟି ପ୍ରତାପ ମିଶ୍ର ଓ ଭୂବନ ମୋହନ ଜେନା ପୋର୍ଟ ଟ୍ରଷ୍ଟ ବୋର୍ଡରେ ଏହା ଉଠାଇବେ ବୋଲି ଘୋଷଣା କରିଥିଲେ। ଏହି କ୍ରମରେ ଶୁକ୍ରବାର ପିପିଟି ମୁହାଣ ଖନନ ପାଇଁ ସମ୍ମତି ଦେଇଛି। ଏ ସମ୍ପର୍କରେ ଓମ୍ଫା ସଭାପତି ଶ୍ରୀକାନ୍ତ ପରିଡ଼ାଙ୍କ ମତ ହେଲା ଯିଏ ବି ଶେୟ ନେଉ ଆମର କିଛି ନାହିଁ। ମୁହାଣ ଖନନ କରାଯିବା ଦରକାର।
All Right Reserved By

ଉପକୂଳ ଓଡିଶା

ଦାମୋଦର ବେଶରେ ଦର୍ଶନ ଦେଲେ ଶ୍ରୀନୀଳମାଧବ ଜୀୟୁ

ଦାମୋଦର ବେଶରେ ଦର୍ଶନ ଦେଲେ ଶ୍ରୀନୀଳମାଧବ ଜୀୟୁ

ଖଣ୍ଡପଡ଼ା,୨୦।୧୦(ସ୍ବ.ପ୍ର)- ନୀଳମାଧବ ଜୀୟୁ ଦାମୋଦର ବେଶରେ ଶ୍ରଦ୍ଧାଳୁ ଭକ୍ତଙ୍କୁ ଶନିବାର ଦର୍ଶନ ଦେଇଛନ୍ତି। ଏହି ଅବସରରେ ଶ୍ରୀଜୀଉଙ୍କ ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହୋଇଛି। ପ୍ରଥମେ ଦ୍ୱାର ଫିଟା ପରେ ମଙ୍ଗଳ ଆଳତୀ, ମଇଲମ ଓ ଅବକାଶ ନୀତି ଅନୁଷ୍ଠିତ ହୋଇଥିଲା। ପରେ ଠାକୁରଙ୍କ ଦାମୋଦର ବେଶ ସମ୍ପନ୍ନ ହୋଇଥିଲା। 

ମା’ ଦୁର୍ଗାଙ୍କ ଭସାଣି ଆରମ୍ଭ

ମା’ ଦୁର୍ଗାଙ୍କ ଭସାଣି ଆରମ୍ଭ

ରାଜନଗର,୨୦।୧୦(ଡିଏନଏ)- କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକରେ ଗଣପର୍ବ ଶାରଦୀୟ ଦୁର୍ଗାପୂଜା ଆନନ୍ଦ ଉଲ୍ଲାସର ସହ ଶେଷ ହୋଇଛି। ଶନିବାର ପୋଲିସ ପ୍ରଶାସନ ସହାୟତାରେ ଭସାଣି ଆରମ୍ଭ ହୋଇଛି।

ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ, ପୋଲିସ ପକ୍ଷରୁ ମାମଲା ରୁଜୁ

ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ, ପୋଲିସ ପକ୍ଷରୁ ମାମଲା ରୁଜୁ

ଯାଜପୁର ରୋଡ,୨୦।୧୦(ନି.ପ୍ର.)- ଯାଜପୁର ଜିଲା ବ୍ୟାସନଗର ପୌରପରିଷଦର ଏକ ଦୁର୍ଗାମଣ୍ଡପ ନିକଟରେ ଜନୈକା ନାବାଳିକାଙ୍କୁ ଜଣେ ଗୁପ୍‌ଚୁପ୍‌ ବିକାଳୀ ବଳାତ୍କାର ଉଦ୍ୟମ କରି ଗିରଫ ହୋଇଥିବା ଜଣାପଡ଼ିଛି। 

ସ୍ତ୍ରୀଙ୍କ ଆତ୍ମହତ୍ୟା ଘଟଣା: ସ୍ବାମୀ ଗିରଫ

ସ୍ତ୍ରୀଙ୍କ ଆତ୍ମହତ୍ୟା ଘଟଣା: ସ୍ବାମୀ ଗିରଫ

ଯାଜପୁର ରୋଡ, ୨୦।୧୦(ଡି.ଏନ୍‌.ଏ.): ଯାଜପୁର ଜିଲା ଯାଜପୁର ରୋଡ଼ ଥାନା ଅନ୍ତର୍ଗତ ରାଛିପୁର ଗ୍ରାମରେ ସ୍ତ୍ରୀଙ୍କ ହତ୍ୟା ଅଭିଯୋଗରେ ସ୍ବାମୀ ସମୀର ରାଉତଙ୍କୁ ପୋଲିସ ଶନିବାର ଗିରଫ କରିଛି। 

ପାରାଦୀପ ରାଜନୀତିରେ ଭିନ୍ନ ସମୀକରଣ

ପାରାଦୀପ,୧୯।୧୦(ସ୍ବ.ପ୍ର.)- ପାରାଦୀପ ନିର୍ବାଚନମଣ୍ଡଳୀର ୩ ରାଜନୈତିକ ଦଳ ମଧ୍ୟରେ ଭିନ୍ନ ସମୀକରଣ ହେବାରେ ଲାଗିଛି। ଗତ ସେପ୍ଟେମ୍ବର ୧୨ରେ ବିଜେଡି ନେତା ଦାମୋଦର ରାଉତ ବହିଷ୍କାର ହେବା ପରେ ଏପରି ହୋଇଛି। ତେବେ ୨୦୧୯ ନିର୍ବାଚନ ପାଇଁ କିଏ ବିଜେଡି ପ୍ରାର୍ଥୀ ହେବ, ସେ ନେଇ ଚର୍ଚ୍ଚା ହେଉଥିଲା।

ରାବଣ ପୋଡ଼ିକୁ ନେଇ ବିବାଦ, ପ୍ରଶାସନ ଭାଙ୍ଗିଲା ଦାମଙ୍କ ମଞ୍ଚ

ରାବଣ ପୋଡ଼ିକୁ ନେଇ ବିବାଦ, ପ୍ରଶାସନ ଭାଙ୍ଗିଲା ଦାମଙ୍କ ମଞ୍ଚ

ଏରସମା,୧୯।୧୦(ସ୍ବ.ପ୍ର.)- ଏରସମାରେ ରାବଣ ପୋଡ଼ିକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଏକ ଭିନ୍ନ ମୋଡ଼ ନେଇଛି। ଏ ନେଇ ପ୍ରଶାସନ ଶୁକ୍ରବାର ପାରାଦୀପ ବିଧାୟକ ଦାମୋଦର ରାଉତଙ୍କ ସ୍ବାଭିମାନ ସମାବେଶର ମଞ୍ଚକୁ ଭାଙ୍ଗିଦେଇଛି। ଏହା ଏକ ବିଶାଳ ଗୋଷ୍ଠୀ ସଂଘର୍ଷର ରୂପ ନେବାକୁ ଯାଉଛି। ଗୁରୁବାର ବିଳମ୍ବିତ ରାତିରେ ଏରସମା ଥାନା ପରିସରରେ ବସିଥିବା ଶାନ୍ତି କମିଟି ଦ୍ୱାରା ଏହି ବିବାଦର ସମାଧାନ ହୋଇପାରିଲା ନାହଁି।

ଯୁବକଙ୍କ ଆତ୍ମହତ୍ୟା

ଯୁବକଙ୍କ ଆତ୍ମହତ୍ୟା

ଓଡ଼ଗଁ। ,୧୯। ୧୦(ସ୍ବ.ପ୍ର.)- ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଭୁକ୍ତ ଜାରିଙ୍ଗି ମୌଜାରେ ଗୁରୁବାର ସନ୍ଧ୍ୟାରେ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ ବେକରେ ଲୁଗା ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତକ ହେଲେ ଦୁତିକୃଷ୍ଣ ସାହୁ(୨୭)।

ଦଶମୀ ଅବସରରେ ଅପରାଜିତା ପୂଜା

ଦଶମୀ ଅବସରରେ ଅପରାଜିତା ପୂଜା

ମାର୍ଶାଘାଇ,୧୯।୧୦(ଡି.ଏନ୍‌.ଏ)- କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ବଜାର ଦୁର୍ଗା ମଣ୍ଡପରେ ଶୁକ୍ରବାର ଦଶମୀ ଅବସରରେ ଅପରାଜିତା ପୂଜା ଓ ପୂର୍ଣ୍ଣାହୁତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଟ୍ରକ୍‌-ବାଇକ ଧକ୍କା, ଜଣେ ମୃତ

ଟ୍ରକ୍‌-ବାଇକ ଧକ୍କା, ଜଣେ ମୃତ

ଯାଜପୁରରୋଡ,୧୯। ୧୦(ନି.ପ୍ର.)- ୨୦ନଂ. ଜାତୀୟ ରାଜପଥର ଏକ ବାଇକ୍‌ ଶୋ’ରୁମ୍‌ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଏକ ମୋଟର ସାଇକେଲ ଭାରସାମ୍ୟ ହରାଇ ଟ୍ରକ୍‌ ପଛକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହଁି ବାଇକ୍‌ ଅରୋହୀଙ୍କର ମୃତ୍ୟୁ ହୋଇଥିଲା।

ଖଣ୍ଡାପୂଜା ଉତ୍ସବ

ଖଣ୍ଡାପୂଜା ଉତ୍ସବ

ମାର୍ଶାଘାଇ,୧୯।୧୦(ଡି.ଏନ୍‌.ଏ)- କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ କୁସୁନପୁର ଆଖଣ୍ଡଳମଣୀ ମନ୍ଦିର ପରିସରରେ ଶୁକ୍ରବାର ବିଜୟା ଦଶମୀ ଅବସରରେ ଖଣ୍ଡାୟତ ସମାଜ ପକ୍ଷରୁ ଖଣ୍ଡାପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। 

ଖସିଲା ଅତଡ଼ା, ୩୦ରୁ ଊର୍ଦ୍ଧ୍ୱ ପରିବାର ଆତଙ୍କିତ

ଖସିଲା ଅତଡ଼ା, ୩୦ରୁ ଊର୍ଦ୍ଧ୍ୱ ପରିବାର ଆତଙ୍କିତ

ଆଳି,୧୯।୧୦(ଡି.ଏନ୍‌.ଏ)- କେନ୍ଦ୍ରାପଡ଼ା ଜିଲା ଆଳି ଧୋୟାଞ୍ଚଳରେ ପ୍ରବାହିତ ଖରସ୍ରୋତା ନଦୀରୁ ଶୁକ୍ରବାର ଅତଡ଼ା ଖସିବା ଯୋଗୁ ନଦୀକୂଳରେ ଥିବା ମଧୁସୂଦନ ଗ୍ରାମର ୩୦ରୁ ଊର୍ଦ୍ଧ୍ୱ ପରିବାର ଆତଙ୍କିତ ହୋଇପଡ଼ିଛନ୍ତି। ଗ୍ରାମର ଅଭିଳାଷ ଦାସ, କୁନି ସାହୁ, ଜୟୀରାମ ରାଉତ, ଶ୍ରୀନିବାସ ରାଉତଙ୍କ ସମେତ ଅନେକ ପରିବାର ଭୟଭୀତ ହୋଇପଡ଼ିଛନ୍ତି।

ଶାନ୍ତିମୈତ୍ରୀ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ପୋଖରୀ ସଫା

ଶାନ୍ତିମୈତ୍ରୀ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ପୋଖରୀ ସଫା

ପାଟକୁରା,୧୯।୧୦(ଡି.ଏନ୍‌.ଏ)- ଗରଦପୁର ବ୍ଲକ ବଧୀନ ବେଡ଼ାରୀ ପଞ୍ଚାୟତ ଦଳୁଆଣି ବାୟାଣି ପୋଖରୀରୁ ଶାନ୍ତିମୈତ୍ରୀ ସ୍ବେଚ୍ଛାସେବୀ ସଙ୍ଗଠନ ସହାୟତାରେ ଶୁକ୍ରବାର ଦଳ ସଫା କରାଯାଇଛି।