ଉପକୂଳ ଓଡିଶା

ମାପ, ଓଜନରେ ଚାଲିଛି ଅନିୟମିତତା

ମାପ, ଓଜନରେ ଚାଲିଛି ଅନିୟମିତତା

ଯାଜପୁର ଅଫିସ,୧୫।୧୨

ପେଟ୍ରୋଲ ଟାଙ୍କିରେ ଲୋଡିଂ ବେଳେ ନଷ୍ଟ ହୋଇଥିବା ଆଶଙ୍କା କରି ଲିଟର ପିଛା ୫ମିଲିଲିଟର ବ୍ୟବସ୍ଥିତ ହୋଇଥାଏ। ଆସିଷ୍ଟାଣ୍ଟ କଣ୍ଟ୍ରୋଲର ଲିଗାଲ ମେଟ୍ରୋଲୋଜି(ଏସିଏଲ୍‌ଏମ) ତଦନ୍ତ ଓ ନୀରିକ୍ଷଣ କରି ଏହି ଦାୟିତ୍ୱ ତୁଲାଇଥାନ୍ତି। ଏହାବାଦ ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ, ଶିଳ୍ପାଞ୍ଚଳ ଓ ଖଣିରେ ଥିବା ୱେବ୍ରିଜ, ବଜାର, ସୁନା ଦୋକାନ, ପେଟ୍ରୋଲ ଟାଙ୍କିରେ ଓଜନ ଓ ମାପରେ ଅନିୟମିତତା ହେଲେ ଜରିମାନା ଆଦାୟ କରିବାର ନିୟମ ରହିଛି। ଏହି କ୍ରମରେ ଯାଜପୁର ଜିଲାକୁ ୨୦୧୭-୧୮ ବର୍ଷ ପାଇଁ ୫୦ଲକ୍ଷ ଟଙ୍କା ରାଜସ୍ବ ଆଦାୟ କରିବାକୁ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗର ବୈଧ ପରିମାପ ବିଜ୍ଞାନ ନିର୍ଦ୍ଦେଶାଳୟ ପକ୍ଷରୁ ଧାର୍ଯ୍ୟ ହୋଇଛି। ହେଲେ ଜିଲାର ସବୁକ୍ଷେତ୍ରରେ ହେଉଥିବା ମାପ ଓ ଓଜନରେ ବ୍ୟାପକ ଅନିୟମିତତା ହେଉଥିଲେ ହେଁ ବିଭାଗ ଚେଇଁ ଶୋଇଛି। ବିଶେଷକରି ସୁନା ଦୋକାନ, ପେଟ୍ରୋଲ ଟାଙ୍କି, ୱେବ୍ରିଜଗୁଡ଼ିକରେ ଥିବା ମେଶିନରେ ଚଞ୍ଚକତା କରି ଯାଜପୁର ଏସିଏଲ୍‌ଏମ୍‌ ବିଭାଗ ମାସିକ ମୋଟା ଅଙ୍କର ହାତଗୁଞ୍ଜା ନେଇ ନୀରବ ରହୁଥିବା ଅଭିଯୋଗ ହୋଇଛି । ଯଦ୍ୱାରା ଜିଲାର ଖାଉଟି ବ୍ୟାପକ ମାତ୍ରାରେ କ୍ଷତି ସହୁଛନ୍ତି।
ଜିଲାର ଯାଜପୁରଟାଉନ ବରୁଆଁ ଛକ ଓ ଚଣ୍ଡୀଖୋଲ ରଥିଆ ନିକଟରେ ଥିବା ଦୁଇ ପେଟ୍ରୋଲ ପମ୍ପରେ ପୂର୍ବରୁ ଚିପ୍ସ ଲଗାଇ ମାପରେ ବ୍ୟାପକ ଅନିୟମିତତା କରାଯାଇଥିବା ଅଭିଯୋଗ ହୋଇଥିଲା। ହେଲେ ମାପ ଓ ଓଜନ ବିଭାଗର ସଲାସୁତୁରାରେ ସେହି ଅଭିଯୋଗକୁ ଦବେଇ ଦିଆଗଲା । ଏହା ସାଙ୍ଗକୁ ଓଜନ ବ୍ୟତୀତ ଅପମିଶ୍ରିତ ନକଲି ଭେଜାଲ ଖାଦ୍ୟସାମଗ୍ରୀର ଅବାଧ କାରବାର ଚାଲିଥିବା ହେତୁ ଖାଉଟି ଶ୍ରେଣୀ ଘୋର କ୍ଷତିଗ୍ରସ୍ତ ହେଉଛନ୍ତି । ବିଶେଷକରି ପେଟ୍ରୋଲ ଦର ବୃଦ୍ଧି ସାଙ୍ଗକୁ ସେଥିରେ କିରୋସିନୀ ଅପମିଶ୍ରଣ ଯୋଗୁ ଗାଡି ମାଲିକମାନେ କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ ହେଉଛି । ନକଲି ଭେଜାଲ ଖାଦ୍ୟ ସାମଗ୍ରୀଗୁଡିକୁ ବଜାରରେ ଛାଡିବା ପାଇ କେତେଜଣ ଅସାଧୁ ବ୍ୟବସାୟୀଙ୍କୁ ନେଇ ଏକ ର଼୍ୟାକେଟ ସକ୍ରିୟ ରହିଥିବାବେଳେ ଜିଲା ଯୋଗାଣ ପ୍ରଶାସନ ସେଥିପ୍ରତି ଆଖିବୁଜି ଦେଇଥିବା ଅଭିଯୋଗ ହେଉଛି । ଗତ କିଛିଦିନ ତଳେ ଜିଲାର ଜାରକାରେ ଅଟାରେ ଭେଜାଲ ସାମଗ୍ରୀ ମିଶିଥିବା ସନ୍ଦେହ କରାଯାଇଥିଲା। ପୁରୀ ପ୍ରସ୍ତୁତ ହେଉଥିବାବେଳେ ସେଠାରେ ଉପସ୍ଥିତ ଥିବାଲୋକେ ଏହା ଜାଣିପାରି କେହି ଖାଇ ନ ଥିଲେ। ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। କିନ୍ତୁ କୌଣସି ବିଭାଗୀୟ ଅଧିକାରୀ ଏଥିପ୍ରତି ଆଦୌ ଚିନ୍ତା କରି ନ ଥିଲେ । ୨୦।୫।୨୦୧୭ ତାରିଖରେ ଯାଜପୁରଟାଉନର ବିଭିନ୍ନ ଦୋକାନ ଓ ପେଟ୍ରୋଲ ପମ୍ପରୁ ନମୁନା ସଂଗ୍ରହ କରି ଖଣ୍ଡଗିରିସ୍ଥିତ ମାନ ପରୀକ୍ଷାଗାରରେ ପରୀକ୍ଷା କରାଯାଇଥିଲା। ଲିଗାଲ ମେଟ୍ରୋଲୋଜିର ସିନିୟର ଇନ୍ସପେକ୍ଟର ପ୍ରିୟବ୍ରତ ଷଡଙ୍ଗୀ ଓ ସହକାରୀ କେ.ସି. ମହାପାତ୍ର ନୀରିକ୍ଷଣ ଦାୟିତ୍ୱରେ ରହିଥିଲେ। ବିଭିନ୍ନ ସ୍ଥାନରୁ ୩୦ଟି ଖାଦ୍ୟ ସାମଗ୍ରୀ ଓ ୯ଟି ତୈଳ ସାମଗ୍ରୀର ଓଜନ ଓ ମାନ ନୀରିକ୍ଷଣ ହୋଇଥିଲା। ମୋଟାମୋଟି ଭାବରେ ଜିଲାରେ ଓଜନ କ୍ଷେତ୍ରରେ କୌଣସି ଅନିୟମିତତା ହେଉ ନ ଥିବା ଉପରୋକ୍ତ ରିପୋର୍ଟରେ ପ୍ରକାଶ ପାଇଥିଲା। କିନ୍ତୁ ଜାତୀୟ ରାଜପଥ ପାର୍ଶ୍ୱ ସମେତ ସହର ଏବଂ ସହର ବାହାରେ ଥିବା ଅଧିକାଂଶ ପେଟ୍ରୋଲ ପମ୍ପଗୁଡ଼ିକରେ ବିକ୍ରି ହେଉଥିବା ପେଟ୍ରୋଲରେ କିରୋସିନ କିମ୍ବା ଅନ୍ୟଜାତୀୟ ତୈଳ ସାମଗ୍ରୀ ମିଶ୍ରଣ ହେଉଥିବା ଗାଡି ମାଲିକମାନେ ପ୍ରକାଶ କରୁଛନ୍ତି। ଯଦ୍ୱାରା ଆବଶ୍ୟକ ଅନୁସାରେ ଗାଡ଼ିକର ମାଇଲେଜ ଠିକ୍‌ ଆସୁନାହିଁ ବୋଲି ମତପ୍ରକାଶ ପାଉଛି। ଏଭଳିସ୍ଥିତିରେ ମାଲିକମାନେ ଅଦିନରେ ଗାଡିଗୁଡିକୁ ମେକାନିକ ନିକଟକୁ ନେବାକୁ ବାଧ୍ୟ ହେଉଛନ୍ତି। ଏହାସତ୍ତ୍ୱେ ମାପ ଓ ଓଜନ ବିଭାଗର ଏହାର ଟେର ନ ପାଇବା ସାଧାରଣରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପେଟ୍ରୋଲ ପମ୍ପ ମାଲିକଙ୍କ ସହିତ ସଲାସୁତୁରା କରି ମାପ ଓ ଓଜନ ବିଭାଗର କର୍ମଚାରୀମାନେ ଚୂପ ରହୁଥିବାରୁ ଏହି ସମସ୍ୟାର ସ୍ଥାୟୀ ସମାଧାନ ହୋଇ ପାରୁନାହିଁ । ଜିଲାରେ ନିୟମିତ ଭାବରେ ଭେଜାଲ ସାମଗ୍ରୀ କାରବାର, କମ ଓଜନରେ ସାମଗ୍ରୀ ବିକ୍ରି, ପେଟ୍ରୋଲ ଟାଙ୍କିରେ ଇଲେକ୍ଟ୍ରାନିକ୍ସ ମେଶିନ ଟାମ୍ପରିଂ, ପେଟ୍ରୋଲ ଡିଜେଲ ଅପମିଶ୍ରଣ ଆଦି ଚଞ୍ଚକତାର ଚେର ବହୁ ଦୂରକୁ ଲମ୍ବିଥିବା ଅଭିଯୋଗ ହୋଇ ଆସୁଥିଲେ ହେ ବିଭାଗୀୟ ତପତ୍ରତା ଅଭାବରୁ ଏହାର ପର୍ଦ୍ଦାଫାସ ହୋଇପାରୁ ନାହିଁ। ଏସଂକ୍ରାନ୍ତରେ ଜିଲା ଯୋଗାଣ ଅଧିକାରୀ ସୁରେନ୍ଦ୍ର କୁମାର ହୋତାଙ୍କୁ ପଚାରିବାରୁ ସେ କହିଛନ୍ତି ନିୟମିତ ବ୍ୟବଧାନରେ ସମସ୍ତ ପେଟ୍ରୋଲ ଟାଙ୍କି, ବ୍ୟବସାୟିକ ଅନୁଷ୍ଠାନ, ୱେବ୍ରିଜରେ ନୀରିକ୍ଷଣ କରାଯାଉଛି । ନମୁନା ସଂଗ୍ରହ କରି ପରୀକ୍ଷା ମଧ୍ୟ ହେଉଛି । ଯେଉଁଠାରେ ଅନିୟମତତା ଦେଖା ଦେଉଛି, ସେହି ବ୍ୟକ୍ତି କିମ୍ବା କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

All Right Reserved By

ଉପକୂଳ ଓଡିଶା

ବ୍ୟାସନଗର ଚୋର୍ଦ୍ଦା ମାଛ ମାର୍କେଟରେ ଚଢାଉ

ବ୍ୟାସନଗର ଚୋର୍ଦ୍ଦା ମାଛ ମାର୍କେଟରେ ଚଢାଉ

ଯାଜପୁର ଅଫିସ,୨୦ା୭-ବ୍ୟାସନଗର ଚୋର୍ଦ୍ଦା ମାଛ ମାର୍କେଟରେ ଶୁକ୍ରବାର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା। ମାଛ ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଯାଇଛି। ଫର୍ମାଲିନ ଅଛିକି ନାହିଁ ପରୀକ୍ଷା କରାଯିବ। ଏହି ଚଢାଉ ସମୟରେ ବ୍ୟାସନଗର ପୌରାଧ୍ୟକ୍ଷା ସବିତା ରାଉତ, ଉପାଧ୍ୟକ୍ଷ ସୁବାସ ବଳ ପ୍ରମୁଖ ଉପସ୍ଥିତ ଥିଲେ।

ବ୍ୟାସନଗର ସହର ଜଳମଗ୍ନ

ବ୍ୟାସନଗର ସହର ଜଳମଗ୍ନ

ଯାଜପୁର ରୋଡ,୨୦ା୭(ନି.ପ୍ର.)-ଲଘୁଚାପ ଜନିତ ବର୍ଷା ଫଳରେ ଶୁକ୍ରବାର ଯାଜପୁର ଜିଲା ବ୍ୟାସନଗର ଅଞ୍ଚଳରେ ବର୍ଷାଜଳ ନିଷ୍କାସିତ ହୋଇ ନପାରି ରାସ୍ତାରେ ଜମି ରହିଛି। ଫଳରେ ବ୍ୟାସନଗର ସହର ଜଳମଗ୍ନ ହୋଇଯାଇଛି।

ଯାଜପୁରରେ ପ୍ରବଳ ବର୍ଷା, ବନ୍ୟା ଆଶଙ୍କା

ଯାଜପୁରରେ ପ୍ରବଳ ବର୍ଷା, ବନ୍ୟା ଆଶଙ୍କା

ଯାଜପୁର ଅଫିସ,୨୦ା୭-ଯାଜପୁର ଜିଲାରେ ଶୁକ୍ରବାର ପ୍ରବଳ ବର୍ଷା ହୋଇ ବନ୍ୟା ଆଶଙ୍କା ଦେଖା ଦେଇଛି। ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ହାରାହାରି ୨୪.୩୦ମିମି ବର୍ଷା ରେକର୍ଡ କରାଯାଇଛି। ବୈତରଣୀ ନଦୀର ଜଳପତ୍ତନ ଆଖୁଆପଦା ଠାରେ ୧୬.୭୦ମିଟର ରହିଛି। ଏଠାରେ ବିପଦସଙ୍କୁଳ ୧୭.୮୩ମିଟର ପର୍ଯ୍ୟନ୍ତ ରଖାଯାଇଛି। ଫଳରେ ଯାଜପୁର,ବରୀ ଓ ଦଶରଥପୁର ବ୍ଲକ ଅଞ୍ଚଳରେ ବନ୍ୟା ଆଶଙ୍କା ରହିଛି।

ବିଦ୍ୟୁତ ଆଘାତରେ ଯୁବକଙ୍କ ଜୀବନ ଗଲା

ବିଦ୍ୟୁତ ଆଘାତରେ ଯୁବକଙ୍କ ଜୀବନ ଗଲା

ଓଡ଼ଗାଁ, ୨୦।୭(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ଥାନା ମଶାବାରି ଗ୍ରାମର ଜିତେନ୍ଦ୍ର କୁମାର ସାହୁଙ୍କ ବିଦ୍ୟୁତ ସସ୍ପର୍ଶରେ ଆସି ମୃତ୍ୟୁ ଘଟିଛି। ପମ୍ପ ଘରେ କରେଣ୍ଟ ଲାଗି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ବୁଧବାର ସକାଳେ ସେ ବାରପୁରିକିଆଠାରେ ଥିବା ନିଜର ପମ୍ପ ହାଉସ୍‌ରେ କରେଣ୍ଟ ସଂସ୍ପର୍ଶରେ ଆସିଯାଇଥିଲେ। ଅଧଘଣ୍ଟାଯାଏ ପାଇପରେ ପାଣି ନ ଆସିବାରୁ ଅନ୍ୟମାନେ ପମ୍ପ ହାଉସକୁ ଯାଇଥିଲେ।

ପ୍ରସ୍ତାବିତ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଗଣଧାରଣା

ପ୍ରସ୍ତାବିତ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଗଣଧାରଣା

ଯାଜପୁର ରୋଡ, ୨୦।୭(ନି.ପ୍ର.): ଯାଜପୁର ଜିଲା ବ୍ୟାସନଗରସ୍ଥିତ ପାଣିକୋଇଲିଠାରେ ପ୍ରସ୍ତାବିତ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସ୍ଥାନୀୟ କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ଗଣଧାରଣା ଦିଆଯାଇଛି।

ସ୍ବାସ୍ଥ୍ୟକେନ୍ଦ୍ର ନେବା ବାଟରେ ଜନ୍ମହେଲା ଶିଶୁ କନ୍ୟା

ସ୍ବାସ୍ଥ୍ୟକେନ୍ଦ୍ର ନେବା ବାଟରେ ଜନ୍ମହେଲା ଶିଶୁ କନ୍ୟା

ରାଜନଗର, ୨୦।୭(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ବାଙ୍କୁଆଳ ଗ୍ରାମର ନିଗମାନନ୍ଦ ବେହେରାଙ୍କ ସ୍ତ୍ରୀ ସୌଦାମିନୀ ବେହେରାଙ୍କର ଶୁକ୍ରବାର ସକାଳେ ଗର୍ଭ ଯନ୍ତ୍ରଣା ହୋଇଥିଲା।

ହରିଣ ମାଂସ ବିକ୍ରି ଅଭିଯୋଗରେ ଜଣେ ଗିରଫ

ହରିଣ ମାଂସ ବିକ୍ରି ଅଭିଯୋଗରେ ଜଣେ ଗିରଫ

ସୁକିନ୍ଦା, ୨୦।୭(ଡି.ଏନ୍‌.ଏ.): ଯାଜପୁର ଜିଲା ସୁକିନ୍ଦା ଥାନା ଅନ୍ତର୍ଗତ ବନ୍ଧଗାଁ ପଞ୍ଚାୟତ ବନ୍ଧଗାଁ ଗ୍ରାମରେ ହରିଣ ମାଂସ ବିକ୍ରି କରୁଥିବା ଅଭିଯୋଗରେ ସୁକିନ୍ଦା ବନାଞ୍ଚଳ ଅଧିକାରୀ ଶୁକ୍ରବାର ଜଣଙ୍କୁ ଗିରଫ କରିଛି।

ବଜ୍ରପାତରେ କୃଷକ ମୃତ

ବଜ୍ରପାତରେ କୃଷକ ମୃତ

ରାଜନଗର,୨୦।୭(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ବଙ୍ଗୋପସାଗର ତଟବର୍ତ୍ତୀ ବ୍ରାହ୍ମଣସାହି ଗ୍ରାମର ଜଣେ ବ୍ୟକ୍ତି ଶୁକ୍ରବାର ସକାଳେ ହଳ କରିବାକୁ ଯାଉଥିବା ବେଳେ ବଜ୍ରପାତ ଯୋଗୁ ତାଙ୍କର ମୃତ୍ୟୁ ଘଟିଛି।

ମାନସିକତାର ପରିବର୍ତ୍ତନ ଲୋଡ଼ା

ଖଣ୍ଡପଡା,୨୦ା୭(ସ୍ବ.ପ୍ର.)-ସାମ୍ପ୍ରତିକ ସମାଜ ବିଷ ବଳୟ ମଧ୍ୟରେ ଗତି କରୁଛି। ସମସ୍ତ ପରିବେଶ ଆଜି ବର୍ଜ୍ୟବସ୍ତୁରେ ପରିପୂର୍ଣ୍ଣ। ବିଶେଷକରି ପଲିଥିନର ବହୁଳ ବ୍ୟବହାର ପରିବେଶକୁ ଅତ୍ୟଧିକ କ୍ଷତି ପହଞ୍ଚାଉଛି।

ରଣପୁରକୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ମାନ୍ୟତା ପ୍ରଦାନ ଦାବି

ରଣପୁର,୨୦ା୭ (ସ୍ବ.ପ୍ର.)- ରଣପୁର ସଂସ୍କୃତି ମଞ୍ଚ ତରଫରୁ ନୟାଗଡ ଜିଲାର ରଣପୁରକୁ ଓଡିଶାର ଦ୍ୱିତୀୟ ଶ୍ରୀକ୍ଷେତ୍ର ବୋଲି ବହୁଦିନ ଧରି ଦାବି ହୋଇଆସୁଛି।

ରଥଯାତ୍ରାରେ ହୋମିଓପାଥିକ୍‌ ଚିକିତ୍ସା ଶିବିର

ରଣପୁର,୨୦ା୭ (ସ୍ବ.ପ୍ର.)- ରଣପୁରଠାରେ ଶ୍ରୀଜୀଉମାନଙ୍କ ନଅ ଦିନ ବ୍ୟାପୀ ଘୋଷଯାତ୍ରା ପାଳନ ହେଉଥିବା ଅବସରରେ ଭଜନ ସମାରୋହ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।

ମହାପ୍ରଭୁ ଜଗନ୍ନାଥଙ୍କ ନିର୍ଦ୍ଦେଶରେ ୩ ରଥର ଦକ୍ଷିଣ ମୋଡ଼ ହେଲା

ମହାପ୍ରଭୁ ଜଗନ୍ନାଥଙ୍କ ନିର୍ଦ୍ଦେଶରେ ୩ ରଥର ଦକ୍ଷିଣ ମୋଡ଼ ହେଲା

ରଣପୁର, ୨୦ା୭ (ସ୍ବ.ପ୍ର.)- ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରାର ଗୁରୁବାର ଷଷ୍ଠ ଦିବସରେ ରଣପୁର ବି.ସି. ହାଇସ୍କୁଲର ଛାତ୍ରମାନେ ରଥ ଖଳାରେ ଥିବା ତିନିରଥକୁ ଦକ୍ଷିଣ ମୋଡ କରିଛନ୍ତି।

Model This Week

ରୂପେଶ