ଉପକୂଳ ଓଡିଶା

ବିପର୍ଯ୍ୟସ୍ତ ପ୍ରାଥମିକ ଶିକ୍ଷା

ବିପର୍ଯ୍ୟସ୍ତ ପ୍ରାଥମିକ ଶିକ୍ଷା

ବିଞ୍ଝାରପୁର,୧୫।୧୨(ଡି.ଏନ.ଏ)

ସମସ୍ତେ ପଢିବେ, ସମସ୍ତେ ବଢିବେ। ଏହାଥିଲା ସର୍ବଶିକ୍ଷା ଅଭିଯାନର ମୂଳମନ୍ତ୍ର। ସର୍ବଶିକ୍ଷା ଯୋଜନା ଅନୁଯାୟୀ ପ୍ରାଥମିକ ଶିକ୍ଷା ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ। ସେଥିପାଇଁ ୫ରୁ ୧୩ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କ ପାଇଁ ମାଗଣା ଶିକ୍ଷା ପ୍ରଦାନ କରାଯାଉଛି। ସର୍ବଶିକ୍ଷା ଅଭିଯାନ ସଫଳ ତଥା ଶିଶୁଙ୍କୁ ଆକୃଷ୍ଟ କରିବା ପାଇଁ ମାଗଣା ବହି,ମାଗଣା ମଧ୍ୟାହ୍ନ ଭୋଜନ, ଶ୍ରେଣୀକକ୍ଷ, ସାଇକେଲ, ବୃତ୍ତି , ବିଦ୍ୟାଳୟକୁ ସୋନ୍ଦର୍ଯ୍ୟକରଣ କରିବା ଇତ୍ୟାଦିରେ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ବିଞ୍ଝାରପୁର ବ୍ଲକରେ ସର୍ବଶିକ୍ଷା ଅଭିଯାନ କିଭଳି ଚାଲିଛି ତାହା ଚନ୍ଦ୍ରମୁଁ ପଞ୍ଚାୟତର ରାଉତରା ନୋଡାଲ ହାଇସ୍କୁଲକୁ ଦେଖିଲେ ସହଜରେ ଅନୁମାନ କରି ହେଉଛି। ବ୍ଲକରେ ସର୍ବଶିକ୍ଷା ଅଭିଯାନ ଅନ୍ତର୍ଗତ ଗତ ୧୭ବର୍ଷ ମଧ୍ୟରେ ଶହେ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇସାରିଥିଲେ ମଧ୍ୟ ଶିଶୁମାନେ ଏବେ ଗଛମୂଳରେ ପାଠ ପଢୁଥିବା ଦେଖିବାକୁ ମିଳିଛି । ଏହା କୈାଣସି ଉପାନ୍ତ ଜିଲା ନୁହଁ ଖୋଦ ରାଜ୍ୟର ବିକଶିତ ଜିଲା କୁହାଯାଉଥିବା ଯାଜପୁରର ବିଞ୍ଝାରପୁର ବ୍ଲକରେ ଥିବା ଏକ ବିଦ୍ୟାଳୟରେ। ରାଉତରା ଗ୍ରାମର ୫୭ବର୍ଷର ଏହି ବିଦ୍ୟାଳୟ ଏବେ ବିପର୍ଯ୍ୟସ୍ତ ଅବସ୍ଥାରେ ପଡି ରହିଛି। ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଶ୍ରେଣୀକକ୍ଷ ନ ଥିବାରୁ ବାଧ୍ୟ ହୋଇ ଗଛମୂଳରେ ପଢୁଥିବା ଦେଖିବାକୁ ମିଳିଛି। ବିଶେଷ କରି ଷଷ୍ଠ ଓ ସପ୍ତମ ଶ୍ରେଣୀର ମୋଟ ୮୪ଛାତ୍ରୀଛାତ୍ର ଗଛମୂଳରେ ପାଠ ପଢିବା ସହ ମଧ୍ୟାହ୍ନ ଭୋଜନ କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ପ୍ରଥମେ ଏହି ବିଦ୍ୟାଳୟ ପରିସରରେ ବାଞ୍ଝନିଧି ମଧ୍ୟ ପ୍ରାଥମିକ ଓ ରାଉତରା ଉଚ୍ଚବିଦ୍ୟାଳୟ ଚାଲିଥିଲା। ତେବେ ଶିକ୍ଷା ବିଭାଗ ପକ୍ଷରୁ ୨୦୧୭ ଫେବୃଆରୀ ମାସରେ ଦୁଇଟି ବିଦ୍ୟାଳୟକୁ ମିଶାଇ ରାଉତରା ନୋଡାଲ ଉଚ୍ଚବିଦ୍ୟାଳୟ ଭାବେ ନାମିତ କରିଥିଲେ। ଏହି ବିଦ୍ୟାଳୟଟି ୫୭ ବର୍ଷ ମଧ୍ୟରେ ୩ଟି ବାତ୍ୟା ଓ ୪ଟି ପ୍ରଳୟଙ୍କାରୀ ବନ୍ୟାର ଘାତପ୍ରତିଘାତରେ ବିପର୍ଯ୍ୟସ୍ତ ହୋଇପଡିଛି। ବିଶେଷକରି ୨୦୧୪ମସିହା ପ୍ରଳୟଙ୍କାରୀ ବନ୍ୟାରେ ଏହି ବିଦ୍ୟାଳୟଟି ୮ଫୁଟ ବନ୍ୟାଜଳରେ ବୁଡି ଯାଇଥିବା ଦେଖିବାକୁ ମିଳିଥିଲା। ବନ୍ୟା ପରେପରେ ଗ୍ରାମବାସୀ ତତ୍‌କାଳୀନ ଜିଲାପାଳ ଅନୀଲ କୁମାର ସାମଲଙ୍କୁ ଦେଖାକରି ବିଦ୍ୟାଳୟର ପୁର୍ନରୁଦ୍ଧାର ପାଇଁ ନିବେଦନ କରିଥିଲେ। ଜିଲାପାଳ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ହେଲେ ୩ବର୍ଷ ବିତି ଯାଇଥିଲେ ମଧ୍ୟ ଜିଲାପାଳଙ୍କ ପ୍ରତିଶ୍ରୁତି ପ୍ରତିଶ୍ରୁତିରେ ହିଁ ରହିଯାଇଥିଲା। ବିଞ୍ଝାରପୁର ବ୍ଲକରେ ବହୁ ବିଦ୍ୟାଳୟରେ ଛାତ୍ରୀଛାତ୍ର ନ ଥିବା ବେଳେ ୨ମହଲା ବିଶିଷ୍ଟ ଶ୍ରେଣୀଗୃହ ନିର୍ମାଣ କରାଯାଇଥିବା ନଜିର ରହିଛି ହେଲେ ଏହି ଧୋୟାଞ୍ଚଳରେ ଥିବା ବିଦ୍ୟାଳୟର ଶ୍ରେଣୀକକ୍ଷ ନିର୍ମାଣ କରିବାକୁ ବିଭାଗୀୟ ଅଧିକାରୀଙ୍କଠାରୁ ଆରମ୍ଭ କରି ରାଜନେତାଙ୍କ ଆଗ୍ରହ ନ ଥିବା ଦେଖିବାକୁ ମିଳିଛି। ଫଳରେ ବର୍ଷ ବର୍ଷ ହେବ ଛାତ୍ରୀଛାତ୍ରମାନେ ବର୍ଷା ଖରାରେ ଗଛମୂଳରେ ଅଧ୍ୟୟନ କରିବାକୁ ବାଧ୍ୟ ହୋଇଛନ୍ତି । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦାମୋଦର କର କୁହନ୍ତି ଯେ ଶ୍ରେଣୀ କକ୍ଷ ନିମନ୍ତେ ବହୁବାର ବ୍ଲକ ଶିକ୍ଷାଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲା ଶିକ୍ଷାଧିକାରୀଙ୍କୁ ନିବେଦନ କରିଥିଲେ ମଧ୍ୟ ଏହାର ନିର୍ମାଣ ହୋଇପାରି ନାହିଁ। ସେହିପରି ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ବିଧାୟିକାଙ୍କ ଠାରୁ ଆରମ୍ଭ କରି ଜିଲାପରିଷଦ ଅଧ୍ୟକ୍ଷ ଓ ଜିଲାପାଳଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୈାଣସି ସୁଫଳ ମିଳି ନାହିଁ ବୋଲି ପରିଚାଳନା କମିଟି ଅଧ୍ୟକ୍ଷ କୈଳାଶଚନ୍ଦ୍ର ଓଝା ସୂଚନା ଦେଇଛନ୍ତି। ଅପରପକ୍ଷରେ ଜିଲା ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ନାୟକଙ୍କୁ ଏନେଇ ପଚାରିବାରେ ରାଉତରା ନୋଡାଲ ବିଦ୍ୟାଳୟ ସମ୍ପର୍କରେ ତାଙ୍କ ନିକଟରେ କୈାଣସି ଖବର ନାହିଁ। ଖବର ମିଳିବା ପରେ ମତାବତ ଦେବେ ବୋଲି କହିଛନ୍ତି। ଖୋଦ ଜିଲା ଶିକ୍ଷାଧିକାରୀଙ୍କ ନିକଟରେ ୫୭ବର୍ଷର ବିଦ୍ୟାଳୟର ଖବର ନ ଥିବାବେଳେ ଜିଲାରେ ସର୍ବଶିକ୍ଷା ଅଭିଯାନ କିଭଳି ଚାଲିଥିବ ତାହା ସହଜରେ ଅନୁମେୟ।

All Right Reserved By

Model This Week

Model This Week

ଉପକୂଳ ଓଡିଶା

ସଡ଼କ ଦୁର୍ଘଟଣାରେ ଯାଜପୁର ବିଜେଡି ଜିଲା ପରିଷଦ ସଦସ୍ୟ ମୃତ

ସଡ଼କ ଦୁର୍ଘଟଣାରେ ଯାଜପୁର ବିଜେଡି ଜିଲା ପରିଷଦ ସଦସ୍ୟ ମୃତ

ଯାଜପୁର ରୋଡ,୨୬।୪: ଯାଜପୁର ରୋଡ ଚୋରଦା କଣ୍ଟଗଡିଆ ଛକ ନିକଟରେ ବୁଧବାର ବିଳମ୍ବିତ ରାତିରେ ସଡକ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଯାଜପୁରର ବିଜେଡି ଜିଲା ପରିଷଦ ସଦସ୍ୟ ଭାଗବତ ପ୍ରସାଦ ମିଶ୍ର। ଭାଗବତ ଜିଲାର ୩୦ନଂ ଜୋନର ଜିଲା ପରିଷଦ ସଦସ୍ୟ ଥିଲେ।

ଅଗ୍ନିକାଣ୍ଡରେ ୪ ପରିବାରର ୬ ବଖରା ଧ୍ୱଂସ

ଅଗ୍ନିକାଣ୍ଡରେ ୪ ପରିବାରର ୬ ବଖରା ଧ୍ୱଂସ

ନୟାଗଡ ଅଫିସ, ୨୬।୪: ନୟାଗଡ ଏନ୍‌ଏସି ପୁରୁଣା ସହରଠାରେ ଗୁରୁବାର ସକାଳେ ଅଗ୍ନିକାଣ୍ଡ ଘଟି ୪ଟି ପରିବାରର ୬ ବଖରା ଘର ଧ୍ୱଂସ ହୋଇଯାଇଛି। ବିପନ୍ନ କିଷାନ ଓ ଅଶୋକଙ୍କ ଦୁଇ ବଖରା ଲେଖାଏ ପୋଡି ଯାଇଥିବା ବେଳେ ଲକ୍ଷ୍ମୀ ନାରାୟଣ ଓ ଚୈତନ୍ୟଙ୍କ ଗୋଟିଏ ଲେଖାଏ ଘର ପୋଡି ଯାଇଛି।

ସାମନ୍ତରାପୁର-ରାଉତରାପୁର ପୋଲ ନିର୍ମାଣ ନେଇ ଅନିଶ୍ଚିତତା

ସାମନ୍ତରାପୁର-ରାଉତରାପୁର ପୋଲ ନିର୍ମାଣ ନେଇ ଅନିଶ୍ଚିତତା

ରସୁଲପୁର,୨୬।୪(ଡି.ଏନ୍‌.ଏ.) ରସୁଲପୁର ବ୍ଲକ ଅଧିନସ୍ଥ ବ୍ରାହ୍ମଣୀ ନଦୀ ଉପରେ ସାମନ୍ତରାପୁର-ରାଉତରାପୁର ପଞ୍ଚାୟତକୁ ପୋଲ ସଂଯୋଗ ହେବା ନେଇ ଅନିଶ୍ଚିତତା ଜାରି ରହିଛି। କେବେ ଏହି ପୋଲି ନିର୍ମାଣ ହେବ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ଗଡ଼ଜିତ ପ୍ରାଥମିକ ବିଦ୍ୟାଳୟରେ ଅନିୟମିତତା

ଗଡ଼ଜିତ ପ୍ରାଥମିକ ବିଦ୍ୟାଳୟରେ ଅନିୟମିତତା

ବାଲିଚନ୍ଦ୍ରପୁର,୨୬।୪(ସ୍ବ.ପ୍ର.) ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଅଚ୍ୟୁତ ବସନ୍ତ ଗ୍ରାମପଞ୍ଚାୟତରେ ଥିବା ଗଡ଼ଜିତ ପ୍ରାଥମିକ ବିଦ୍ୟାଳୟରେ ବ୍ୟାପକ ଅନିୟମିତତା ଓ ଅର୍ଥ ହଡ଼ପ ଅଭିଯୋଗ ହୋଇଛି। ଏନେଇ ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିଦ୍ୟାଳୟ ସମ୍ମୁଖରେ

ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ: ୮୦ବର୍ଷ ବୟସରେ ନଡିଆ ଗଛରେ ଚଢି ଆଣୁଛନ୍ତି ପାରିଶ୍ରମିକ

ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ: ୮୦ବର୍ଷ ବୟସରେ ନଡିଆ ଗଛରେ ଚଢି ଆଣୁଛନ୍ତି ପାରିଶ୍ରମିକ

ନିରାକାରପୁର,୨୫ା୪(ଡି.ଏନ.ଏ.)-ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ଦାରିଦ୍ର୍ୟ ଆଉ ବୟସ। ୮୦ବର୍ଷ ବୟସରେ ଉଚ୍ଚା ଉଚ୍ଚା ନଡିଆ, ତାଳ ଗଛରେ ଚଢି ତାଳ,ନଡିଆ ତୋଳି ଯାହା ପାରିଶ୍ରମିକ ପାଆନ୍ତି ସେଥିରେ ତାଙ୍କର ପାଞ୍ଚ ପ୍ରାଣୀ କୁଟୁମ୍ଭ ଚଳାନ୍ତି। ଏପରି ଦୃଢମନୋବଳ ରଖିଥିବା ବ୍ୟକ୍ତି ହେଲେ ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ଡ଼ିଆ ପଞ୍ଚାୟତ ଡ଼ିଆ ଗ୍ରାମର ବୈରାଗୀ ସାହୁ।

ସିଲାବସ୍‌ ବାହାରୁ ପ୍ରଶ୍ନ ପଡିବା ପ୍ରତିବାଦରେ ଛାତ୍ରୀଛାତ୍ରଙ୍କ ଧାରଣା

ସିଲାବସ୍‌ ବାହାରୁ ପ୍ରଶ୍ନ ପଡିବା ପ୍ରତିବାଦରେ ଛାତ୍ରୀଛାତ୍ରଙ୍କ ଧାରଣା

ନୟାଗଡ ଅଫିସ,୨୫ା୪- ନୟାଗଡ ସ୍ବୟଂଶାସିତ ମହାବିଦ୍ୟାଳୟରେ ବୁଧବାର ଯୁକ୍ତ ୩ ଅର୍ଥନୀତି ଅନର୍ସ ପରୀକ୍ଷା ଥିଲା। ଏଥିରେ ସିଲାବସ୍‌ ବାହାରୁ ପ୍ରଶ୍ନ ପଡିଥିବାରୁ ଏହାର ପ୍ରତିବାଦରେ ଛାତ୍ରୀଛାତ୍ର କଲେଜ ଆଗରେ ଧାରଣା ଦେଇଥିଲେ।

ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ

ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ

କେନ୍ଦ୍ରାପଡ଼ା ଅଫିସ, ୨୫।୪- ଜିଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ ବିଶ୍ୱ ମ୍ୟାଲେରିଆ ଦିବସ ଉପଲକ୍ଷେ ଏକ ସଚେତନତା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି। ଜିଲା ମୁଖ୍ର ଚିକିତ୍ସାଧିକାରୀ ଡା. ବୈଷ୍ଣବ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନଚଷ୍ଠିତ ଏହି ସଭାରେ ଜିଲାରେ ମ୍ୟାଲେରିଆ ରୋଗର ପ୍ରଭାବ, କାରଣ ଓ ନିରାକରଣ ସମ୍ପର୍କରେ ଆଲୋଚନା ହୋଇଥିଲା।

ଜିଲା କଂଗ୍ରେସର ପ୍ରତିବାଦ ସଭା

ଜିଲା କଂଗ୍ରେସର ପ୍ରତିବାଦ ସଭା

କେନ୍ଦ୍ରାପଡ଼ା ଅଫିସ, ୨୫।୪- ତେଲ ଦର ବୃଦ୍ଧି ଓ ଦେଶର ସାମ୍ବିଧାନିକ ବ୍ୟବସ୍ଥା ଭୁଷୁଡ଼ି ଥିବା ଅଭିଯୋଗରେ ଜିଲା କଂଗେସ ପକ୍ଷରୁ ଏକ ପ୍ରତିବାଦ ସଭା ଜିଳାପାଳଙ୍କ କାର୍ଯ୍ୟାଳୟ ଆଗରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ନଗର ସଭାପତି ସୈମେନ୍ଦ୍ର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତଏହି ସଭାରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଦଳୀୟ ନେତା ଓ କର୍ମୀ ସମାଲୋଚନା କରିଥିଲେ।

ଡେରାବିଶ: ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ

ଡେରାବିଶ: ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ

ଡେରାବିଶ,୨୫।୪(ସ୍ବ.ପ୍ର.): କେନ୍ଦ୍ରାପଡା ଜିଲାପାଳ ରେଘୁଜୀଙ୍କ ନିର୍ଦ୍ଦେଶ କ୍ରମେ ଡେରାବିଶ ତହସିଲ ଅଧୀନ ଛତାଠାରେ ଥିବା ସରକାରୀ ଜମିରୁ ବୁଧବାର ଜବରଦଖଲ ଉଚ୍ଛେଦ କରାଯାଇଛି। ତହସିଲଦାର କାହ୍ନୁଚରଣ ଲେଙ୍କାଙ୍କ ଉପସ୍ଥିତିରେ ଉକ୍ତ ଜମିରେ ନିର୍ମିତ ଘରଗୁଡିକୁ ଭଙ୍ଗାଯାଇଛି।

ସାଲେପୁର ମହୋତ୍ସବ, ଉତ୍କଳ ଦିବସ ପାଳିତ

ସାଲେପୁର ମହୋତ୍ସବ, ଉତ୍କଳ ଦିବସ ପାଳିତ

ସାଲେପୁର,୨୫।୪(ଡି.ଏନ୍‌.ଏ.): ସ୍ଥାନୀୟ ହାଇସ୍କୁଲ ପଡିଆରେ ବୁଧବାର ୪ ଦିନ ବ୍ୟାପି ସାଲେପୁର ମହୋତ୍ସବ ଓ ଉତ୍କଳ ଦିବସ ପାଳିତ ହୋଇଯାଇଛି। ସାଲେପୁର ମଧୁଜୟନ୍ତୀ କମିଟିର ସଭାପତି ତଥା ସାଲେପୁର ବିଧାୟକ ପ୍ରକାଶ ଚନ୍ଦ୍ର ବେହେରାଙ୍କ ତତ୍ତ୍ୱାବଧାନରେ ଏହି ଉତ୍ସବ ଅନୁଷ୍ଠିତ ହୋଇଛି।

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୩ ପ୍ରକଳ୍ପ ପାଇଁ ୩୫ ଲକ୍ଷ ଅନୁଦାନ

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୩ ପ୍ରକଳ୍ପ ପାଇଁ ୩୫ ଲକ୍ଷ ଅନୁଦାନ

ଜଗତ୍‌ସିଂହପୁର ଅଫିସ,୨୫।୪: ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକ ଅନ୍ତର୍ଗତ ଗୋଡ଼ା ପଞ୍ଚାୟତ ବୁଧବାର ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ସାମିଲ ହୋଇଛି। ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ପଡ଼ିଆରେ ଭିଡିଓ କନ୍‌ଫରେନ୍ସିଂ ଜରିୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉକ୍ତ ପଞ୍ଚାୟତବାସୀଙ୍କ ସମସ୍ୟା ବୁଝିଥିଲେ।

୨୯ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳିତ

୨୯ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳିତ

ଯାଜପୁର ରୋଡ,୨୫।୪(ନି.ପ୍ର.): ଯାଜପୁର ରୋଡ ପୋଲିସ ଓ ଯାଜପୁର ରୋଡ ଟ୍ରକ୍‌ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ପୁରୁଣା ଥାନା ପରିସରରେ ବୁଧବାର ୨୯ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି।