ଉପକୂଳ ଓଡିଶା

କାନ୍ଧରେ ବୁହାହେଲା ୮ବର୍ଷ ଝିଅର ମୃତଦେହ

କାନ୍ଧରେ ବୁହାହେଲା ୮ବର୍ଷ ଝିଅର ମୃତଦେହ
ବିରଜାକ୍ଷେତ୍ର,୧୫।୧୨(ଡି.ଏନ୍‌.ଏ) ରାଜ୍ୟ ସରକାର ଅସହାୟ, ନିଷ୍ପେସିତ, ଗରିବଙ୍କ ନିମନ୍ତେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ସରକାରୀ ସହାୟତା ଯୋଜନା ପ୍ରଣୟନ କରିଛନ୍ତି। ମାତ୍ର ଏହି ଯୋଜନା ଅନେକ କ୍ଷେତ୍ରରେ ବାଟବଣା ହୋଇଯାଉଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ମୁଖ୍ୟ ଚିକିତ୍ସାଳୟରେ। ରାଜ୍ୟ ସରକାର ଗରିବଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରିବା ସହ ଗରିବଙ୍କ ମୃତଦେହକୁ ନେବାପାଇଁ ମୁଖ୍ୟ ଚିକିତ୍ସାଳୟଗୁଡ଼ିକରେ ସ୍ବର୍ଗ ରଥର ବ୍ୟବସ୍ଥା କରିଛନ୍ତି। ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ମୃତ ଦେହକୁ ବିନା ଅର୍ଥରେ ଶବଦାହ କରିବା ସ୍ଥାନରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି। ଏପରି କି ହରିଶ୍ଚନ୍ଦ୍ର ଯୋଜନାରେ ଶବଦାହ କରିବାପାଇଁ ଅର୍ଥ ଯୋଗାଇ ଦେବାର ବ୍ୟବସ୍ଥା ରହିଛି। କିନ୍ତୁ ଏହି ଯୋଜନା ଗରିବଙ୍କ ପାଇଁ ସ୍ବପ୍ନ ହୋଇପଡ଼ିଛି। ଶୁକ୍ରବାର ଜଣେ ଗରିବ ଲୋକ ୮ବର୍ଷ ଝିଅର ମୃତ୍ୟୁ ପରେ ସ୍ବର୍ଗ ରଥ ନ ମିଳିବାରୁ ବାଧ୍ୟହୋଇ କାନ୍ଧରେ ମୃତ ଦେହକୁ ସହର ମଧ୍ୟଦେଇ ମଶାଣିକୁ ବୋହି ନେବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଯାହାକି ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ବରୀ ବ୍ଲକ ବୋଦୁଅ ପଞ୍ଚାୟତ ଏରଡ଼ା ଗ୍ରାମର ପ୍ରଦୀପ ମଲ୍ଲିକଙ୍କ ଝିଅ ମାମୁନି(୮) ଘରେ ଭୋଜି ହେଉଥିବା ସମୟରେ କୌଣସି ବଶତଃ ତେଲ କଡ଼େଇରେ ପଡ଼ିଯାଇଥିଲେ। ବଡ଼ବାପା ପ୍ରତାପ ମଲ୍ଲିକ ମାମୁନିଙ୍କୁ ଉଦ୍ଧାର କରିବା ସମୟରେ ସେ ମଧ୍ୟ ପୋଡ଼ି ଯାଇଥିଲେ। ଉଭୟଙ୍କୁ ଚିକିତ୍ସା ନିମନ୍ତେ ସୁଜନପୁର ଓ ପରେ ଯାଜପୁର ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ରାତିରେ ମାମୁନିଙ୍କ ମୃତ୍ୟୁ ହୋଇଯାଇଥିଲା। ଶୁକ୍ରବାର ମଧ୍ୟାହ୍ନରେ ମୃତ ଦେହକୁ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଏକ ସପରେ ମୃତ ଦେହକୁ ଗୁଡ଼ାଇ ନେଇଯିବା ପାଇଁ କୁହାଯାଇଥିଲା । ମୃତ ମାମୁନିଙ୍କ ପରିବାର ପାଖରେ ଅର୍ଥ ନ ଥିବାରୁ ଜେଜେବାପା ବଳରାମ ମଲ୍ଲିକ ଗ୍ରାମର ଅନ୍ୟଜଣେ ବ୍ୟକ୍ତିଙ୍କ ସହାୟତାରେ ମୃତ ଦେହକୁ କାନ୍ଧରେ ବୋହିକି ସହର ମଧ୍ୟଦେଇ ମଶାଣିକୁ ନେଇଥିଲେ। ଏତେ ଘଟଣା ପରେ ମଧ୍ୟ ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ନିଦ ନଭାଙ୍ଗିବା ଘଟଣା ସମସ୍ତଙ୍କୁ ଚକିତ କରିଥିବାବେଳେ ସେଠାରେ ଉପସ୍ଥିତ ପୋଲିସ କିପରି ବାରଣ କଲେ ନାହିଁ ତାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ପରେ ମେଡ଼ିକାଲର ଜନୈକ ସିକ୍ୟୁରିଟି ଗାର୍ଡ ନଦୀ ବନ୍ଧରୁ ମୃତ ଦେହକୁ ଅଟକାଇଥିବା ଦେଖିବାକୁ ମିଳିଛି। ଏସମ୍ପର୍କରେ ଏଡିଏମ୍‌ଓଙ୍କୁ ପଚାରିବାରେ ମୃତ ଦେହକୁ କାନ୍ଧରେ ବୋହି ନେବାକୁ ବାରଣ କରାଯାଇଥିଲା। ଅର୍ଥ ପୈଠ କରି ସ୍ବର୍ଗ ରଥ ନେଇପାରିଥାନ୍ତେ । କିନ୍ତୁ ସେ ତାହା କରି ନ ଥିଲେ। ପରେ ଅଟୋ କରି ମୃତ ଦେହକୁ ନେଇଥିଲେ ବୋଲି ଏଡିଏମ୍‌ଓ ସଫେଇ ଦେଇଛନ୍ତି। ଜଣେ ଗରିବ ଲୋକକୁ ମାଗଣାରେ ସ୍ବର୍ଗ ରଥ ଯୋଗାଇ ଦେବାର ନିୟମ ଥିଲେ ମଧ୍ୟ ମାମୁନିଙ୍କ ମୃତ ଦେହକୁ ନେବାପାଇଁ କ’ଣ ପାଇଁ ସ୍ବର୍ଗ ରଥ ଯୋଗାଇ ଦିଆଗଲା ନାହିଁ ତାକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ବିଗତ ଦିନରେ ଦାନମାଝୀ ସ୍ତ୍ରୀଙ୍କ ମୃତ ଦେହକୁ କାନ୍ଧରେ ବୋହିବା ନେଇ ବିଶ୍ୱରେ ଚହଳ ସୃଷ୍ଟି କରିଥିଲା । ଦାନ ମାଝୀଙ୍କ ଉଦାହରଣରୁ ସରକାରଙ୍କ ଚେତା ପଶିଥିବାବେଳେ ବିଭିନ୍ନ ସରକାରୀ ଚିକିତ୍ସାଳୟଗୁଡ଼ିକରେ କର୍ତ୍ତୃପକ୍ଷଙ୍କ ଚେତା ପଶୁ ନ ଥିବା ଦେଖିବାକୁ ମିଳିଛି। ସରକାର ଗରିବ ଲୋକଙ୍କ ପାଇଁ ବିଭିନ୍ନ ଜନହିତକର ଯୋଜନା ପ୍ରସ୍ତୁତ କରିଥିବାବେଳେ ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ଖାମଖିଆଲ ନୀତି ଯୋଗୁ ସରକାର ନିନ୍ଦିତ ହେବାସହ ଗରିବ ଲୋକ ଉକ୍ତ ଯୋଜନାର ସୁଫଳ ପାଉ ନ ଥିବା ଦେଖିବାକୁ ମିଳିଛି ।
All Right Reserved By

ଉପକୂଳ ଓଡିଶା

ସାତକୋଶିଆରେ ସରିଲା ବନ୍ୟଜନ୍ତୁ ଆକଳନ

ସାତକୋଶିଆରେ ସରିଲା ବନ୍ୟଜନ୍ତୁ ଆକଳନ

ଗଣିଆ,୧୯।୧(ଡିଏନଏ)- ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଓ ସାତକୋଶିଆ ବ୍ୟାଘ୍ର ସଂରକ୍ଷଣାଞ୍ଚଳରେ ଗତ ୧୪ରୁ ଆରମ୍ଭ ହୋଇଥିବା ବନ୍ୟଜନ୍ତୁ ଆକଳନ ଶନିବାର ଶେଷ ହୋଇଛି। ଏଥିରେ ଅଭୟାରଣ୍ୟରେ ଗତ ୧୪, ୧୫ ଓ ୧୬ ତାରିଖ ତୃଣଭୋଜି ଏବଂ ୧୭,୧୮ ଓ ୧୯ ତିନିଦିନ ଧରି ମାସାଂସୀ ବନ୍ୟଜନ୍ତୁଙ୍କର ଆକଳନ କରାଯାଇଛି।

ମନ୍ଦିର ସମ୍ମୁଖରୁ ଜବରଦଖଲ ଉଚ୍ଛେଦ

ନାଉଗଁା,୧୯।୧(ସ୍ବ.ପ୍ର)- ନାଉଗଁା ବ୍ଳକ ଅନ୍ତର୍ଗତ ଡେରିକି ପଞ୍ଚାୟତ ବାଲିଚନ୍ଦ୍ରପୁରଠାରେ ବାସୁଳେଇ ମନ୍ଦିର ପ୍ରାଙ୍ଗଣରେ ଦୀର୍ଘଦିନ ହେବ ଜବରଦଖଲ ହୋଇଥିବା ସ୍ଥାନକୁ ଶନିବାର ତହସିଲ ପକ୍ଷରୁ ଉଚ୍ଛେଦ କରାଯାଇଛି। ଏହି ସ୍ଥାନର ପ୍ଲଟ ନଂ ୩୨୯୩କୁ ଗ୍ରାମର ଦିବାକର ସ୍ବାଇଁ, ଭରତ ସ୍ବାଇଁ, ବିପିନ ସ୍ବାଇଁ ଦୀର୍ଘଦିନ ହେବ ଜବରଦଖଲ କରି ରଖିଥିଲେ।

ସ୍ଥାୟୀ ନିଯୁକ୍ତି ପାଇଁ ବିଧାୟକଙ୍କୁ ଦାବିପତ୍ର ଦେଲା ଜିଆରଏସ୍‌ ସଂଘ

ବରୀ,୧୯।୧(ସ୍ବ.ପ୍ର)- ସ୍ଥାୟୀ ନିଯୁକ୍ତି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇ ଆସୁଥିବା ଓଡ଼ିଶା ଗ୍ରାମ ରୋଜଗାର ସେବକ ସଂଘ (ଜିଆରଏସ୍‌), ଯାଜପୁର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବରୀ ବିଧାୟକ ଦେବାଶିଷ ନାୟକଙ୍କୁ ଶନିବାର ଦାବିପତ୍ର ପ୍ରଦାନ କରିଛି। ସେମାନଙ୍କୁ ସ୍ଥାୟୀ କରାଯିବା ନେଇ ବିଧାୟକ ନାୟକ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ରାସ୍ତା ପାଇଁ ରାସ୍ତାରେ ବସିଲେ ଗ୍ରାମବାସୀ

ରାସ୍ତା ପାଇଁ ରାସ୍ତାରେ ବସିଲେ ଗ୍ରାମବାସୀ

ନିଶ୍ଚିନ୍ତକୋଇଲି,୧୯।୧(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ତହସିଲ ଅଧୀନସ୍ଥ  ରାମକୃଷ୍ଣପୁର ଗ୍ରାମର ମଳିକସହିକୁ ରାସ୍ତା ନଥିବାରୁ ଏହାର ପ୍ରତିବାଦରେ ଶନିବାର ଗ୍ରାମବାସୀ ତହସିଲ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ଧାରଣାରେ ବସିଛନ୍ତି । 

୨ମାସ ହେଲା ବିଦ୍ୟୁତ୍‌ ଆଲୋକରୁ ବଞ୍ଚିତ ରଣପୁର ବ୍ଲକର  ୮ ଗ୍ରାମ

୨ମାସ ହେଲା ବିଦ୍ୟୁତ୍‌ ଆଲୋକରୁ ବଞ୍ଚିତ ରଣପୁର ବ୍ଲକର ୮ ଗ୍ରାମ

ରଣପୁର,୧୯ା୧ (ସ୍ବ.ପ୍ର.)- ରଣପୁର ବ୍ଲକର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ପରିଚିତ ବନ୍ଧମୁଣ୍ଡା ପଞ୍ଚାୟତ। ୨୦୧୨ରେ ଏଠାକୁ ବିଦ୍ୟୁତ୍‌ ସଂଯୋଗ ଦେବା ପଇଁ ରାଜୀବ ଗାନ୍ଧୀ ବିଦ୍ୟୁତ୍‌ ଯୋଜନାରେ କାର୍ଯ୍ୟ ଆରମ୍ଭ ହୋଇଥିଲା। ପରେ ୨୦୧୭ରେ ପଞ୍ଚାୟତର କେତେକ ଗ୍ରାମକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଥିଲା। ପ୍ରଥମ କରି ବିଦ୍ୟୁତ୍‌ ଆଲୋକ ପାଇ ସ୍ଥାନୀୟ ଗ୍ରାମବାସୀ ଖୁସି ପ୍ରକଟ କରିଥିଲେ।

ଗ୍ୟାରେଜରେ ଅଗ୍ନିକାଣ୍ଡ: ୨ ଗାଡ଼ି ପୋଡିଗଲା

ଗ୍ୟାରେଜରେ ଅଗ୍ନିକାଣ୍ଡ: ୨ ଗାଡ଼ି ପୋଡିଗଲା

ନୂଆଗାଁ,୧୯ା୧ (ଡି.ଏନ.ଏ.)- ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଡିମିରିଝରୀ ଗ୍ରାମରେ ଥିବା ଏକ ଗ୍ୟାରେଜରେ ଶୁକ୍ରବାର ରାତି ୧୦ଟାରେ ନିଆଁ ଲାଗି ବହୁ ସାମଗ୍ରୀ ପୋଡି ଯାଇଛି। ଗ୍ରାମର ୫୭ନଂ. ଜାତୀୟ ରାଜପଥ କଡରେ ଥିବା ବ୍ରଜ ଭାଇ ଗ୍ୟାରେଜରେ ନିଆଁ ଲାଗିଯାଇ ସେଠାରେ ଥିବା ଦୁଇଟି ଗ୍ୟାସ୍‌ ସିଲିଣ୍ଡର ଫାଟି ଯାଇଥିଲା।

ଓଡ଼ଗାଁରେ ଯୁବକଙ୍କ ଆକ୍ରମଣରେ ୨ ମୃତ,୨ ଗୁରୁତର ମାମଲା: ଉନ୍ମତ୍ତ ଯୁବକ ଜେଲ ଗଲେ

ଓଡ଼ଗାଁରେ ଯୁବକଙ୍କ ଆକ୍ରମଣରେ ୨ ମୃତ,୨ ଗୁରୁତର ମାମଲା: ଉନ୍ମତ୍ତ ଯୁବକ ଜେଲ ଗଲେ

ଓଡ଼ଗାଁ,୧୯।୧(ସ୍ବ.ପ୍ର.)-ଓଡ଼ଗାଁ ଥାନା ଅଞ୍ଚଳରେ ଯୁବକଙ୍କ ଉନ୍ମତ୍ତ କାଣ୍ଡରେ ୨ଜଣଙ୍କ ମୃତ୍ୟୁ ଘଟିବା ଓ ୨ଗୁରୁତର ହେବା ଘଟଣାରେ ପୋଲିସ ହେପାଜତରେ ଥିବା ଆକ୍ରମଣକାରୀ ଯୁବକଙ୍କୁ ଶୁକ୍ରବାର ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଏହି ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିଲେ।

ନୟାଗଡ଼ ଜିଲାର ଚାଷୀଙ୍କୁ ହତୋତ୍ସାହ କରୁଛି ଉଦ୍ୟାନ ବିଭାଗ,  ୭ ଦିନ ଭିତରେ ସମାଧାନ କରିବାକୁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ

ନୟାଗଡ଼ ଜିଲାର ଚାଷୀଙ୍କୁ ହତୋତ୍ସାହ କରୁଛି ଉଦ୍ୟାନ ବିଭାଗ, ୭ ଦିନ ଭିତରେ ସମାଧାନ କରିବାକୁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ

ନୟାଗଡ଼ ଅଫିସ,୧୯।୧-ନୟାଗଡ଼ ଜିଲା ଉଦ୍ୟାନ ବିଭାଗ ଚାଷୀଙ୍କ ଉନ୍ନତି ନିମନ୍ତେ କାମ ନ କରି ଅବନତି ପାଇଁ କାର୍ଯ୍ୟ  କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ବିଭିନ୍ନ ସମୟରେ ଚାଷୀମାନେ ଉଦ୍ୟାନ ବିଭାଗଠାରୁ କାର୍ଯ୍ୟାଦେଶ ପାଇ ଚାଷ କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କୁ ସହାୟତା ରାଶି ପ୍ରଦାନ କରାଯାଉ ନାହିଁ। ।

ପାରା, ସୁନା ଗହଣା ଚୋରି ୨ ଗିରଫ

ପାରା, ସୁନା ଗହଣା ଚୋରି ୨ ଗିରଫ

ମାର୍ଶାଘାଇ, ୧୮।୧ (ଡି.ଏନ୍‌.ଏ.): ମାର୍ଶାଘାଇ ଥାନା ଶିଳିପୁର ଗ୍ରାମର ପବିତ୍ର ମୋହନ ସାହୁଙ୍କ ଘରୁ କବାଟ ଭାଙ୍ଗି ସୁନା ଅଳଙ୍କାର ଓ ୪୦ଟି ପାରା ଚୋରି ଅଭିଯୋଗରେ ପୋଲିସ ଶୁକ୍ରବାର ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଆଠବାଟିଆ ଗ୍ରାମର ପ୍ରଭାତ ବେହେରା(୨୭) ଓ ସିପୁନି ନାୟକ(୨୦)।

୩ ହଜାର ଲାଞ୍ଚ ନେବା ମହଙ୍ଗା ପଡ଼ିଲା: ଭିଜିଲାନ୍ସ ଜାଲରେ ଦର୍ପନାରାୟଣପୁର ଫାଣ୍ଡି ଅଧିକାରୀ

୩ ହଜାର ଲାଞ୍ଚ ନେବା ମହଙ୍ଗା ପଡ଼ିଲା: ଭିଜିଲାନ୍ସ ଜାଲରେ ଦର୍ପନାରାୟଣପୁର ଫାଣ୍ଡି ଅଧିକାରୀ

ରଣପୁର,୧୮।୧(ସ୍ବ.ପ୍ର.):  ନୟାଗଡ଼ ଜିଲା ରଣପୁର ଥାନା ଅଧୀନରେ କାର୍ଯ୍ୟ କରୁଥିବା ଦର୍ପନାରାୟଣପୁର ଫାଣ୍ଡି ଅଧିକାରୀ ବାଳକୃଷ୍ଣ ଦାସଙ୍କୁ ଶୁକ୍ରବାର ଲାଞ୍ଚ ନେଉଥିବା ବେଳେ  ଭୁବନେଶ୍ୱର  ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭିଜିଲାନ୍ସର ୬ ଜଣିଆ ଟିମ୍‌ ତାଙ୍କୁ ଗିରଫ କରିଛନ୍ତି।

ବିଦ୍ୟାଳୟ ମିଶ୍ରଣରେ ଜଗତ୍‌ସିଂହପୁର ପଛୁଆ, ଶିକ୍ଷା ଅପେକ୍ଷା ଥଇଥାନକୁ ଗୁରୁତ୍ୱ

ବିଦ୍ୟାଳୟ ମିଶ୍ରଣରେ ଜଗତ୍‌ସିଂହପୁର ପଛୁଆ, ଶିକ୍ଷା ଅପେକ୍ଷା ଥଇଥାନକୁ ଗୁରୁତ୍ୱ

ପାରାଦୀପ,୧୮ା୧(ସ୍ବ.ପ୍ର.): ବିକଶିତ ଓ ବିକାଶଶୀଳ ରାଷ୍ଟ୍ରାର ପ୍ରଥମ ପାହାଚ ହେଉଛି ଶିକ୍ଷା। ଶିକ୍ଷା ବ୍ୟବସ୍ଥା ସ୍ବଚ୍ଛ ଓ ସୁଦୃଢ ହେଲେ ବିକାଶର ଦ୍ୱାର ଉନ୍ମୁକ୍ତ ହୁଏ। କିନ୍ତୁ ଆମ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ବହୁ ପଛରେ ପଡ଼ିଛି। ଶିକ୍ଷାର ଉନ୍ନତି ତ ଦୂରର କଥା, ବିଭିନ୍ନ କ୍ଷେତ୍ରରେ ହେଉଥିବା ଦୁର୍ନୀତି ଯୋଜନା ଫଳପ୍ରଦ ହେବାକୁ ଦେଉନାହିଁ। 

ଅର୍ଦ୍ଧନିର୍ମିତ ପୋଲରେ ବାଉଁଶ ଚାର

ଅର୍ଦ୍ଧନିର୍ମିତ ପୋଲରେ ବାଉଁଶ ଚାର

ନାଉଗଁା,୧୮ା୧(ସ୍ବ.ପ୍ର.): ନାଉଗଁା ବ୍ଲକରେ ପ୍ରବାହିତ ଗୋବରୀ ନଦୀରେ ଏକାଧିକ ପୋଲ ନିର୍ମିତ ହୋଇଛି। ତେବେ ସେସବୁ ଅର୍ଦ୍ଧନିର୍ମିତ ଅବସ୍ଥାରେ ଥିବାରୁ ଲୋକଙ୍କ କାମରେ ଲାଗିପାରୁନାହିଁ। କେଉଁଠି ପୋଲର ବାଡା ନାହିଁ ତ ଆଉ କେଉଁଠି ସଂଯୋଗୀକରଣ ରାସ୍ତା ହୋଇନି। ସେହିପରି କେତେକ କୋଲ କେବଳ ପିଲରରେ ସୀମିତ ରହିଛି। ତେଣୁ କେତେକ ସ୍ଥାନରେ ଲୋକେ ଅର୍ଦ୍ଧନିର୍ମିତ ପୋଲ ଉପରେ ବାଉଁଶ ପକାଇ ଯାତାୟାତ କରୁଛନ୍ତି।