ଉପକୂଳ ଓଡିଶା

ଆଳୁ ବିହନରୁ ମୁହଁ ଫେରାଉଛନ୍ତି ଚାଷୀ

ଆଳୁ ବିହନରୁ ମୁହଁ ଫେରାଉଛନ୍ତି ଚାଷୀ

ରସୁଲପୁର,୧୫।୧୨(ଡିଏନ୍‌ଏ)

ଖରିଫ କିମ୍ବା ରବି ଋତୁ ହେଉ ଚାଷୀଙ୍କ ନିକଟରେ ଠିକ୍‌ ସମୟରେ ସରକାରୀ ବିହନ ମିଳୁ ନ ଥିବାରୁ ସେମାନେ ଚଢ଼ା ଦରରେ ବଜାରରୁ କିଣୁଛନ୍ତି। ଫଳରେ ସରକାରଙ୍କ ପକ୍ଷରୁ ମିଳୁଥିବା ବିହନ ପ୍ରତି ଚାଷୀଙ୍କ ଅନାଗ୍ରହ ଦେଖିବାକୁ ମିଳୁଛି। କିଛିଦିନ ପୂର୍ବେ ବାଦାମ ବିହନ କ୍ଷେତ୍ରରେ ଏଭଳି ସମସ୍ୟା ଦେଖିବାକୁ ମିଳିଥିଲା। ବାଦାମ ବିହନର ସମସ୍ୟା ଶେଷ ନ ହେଉଣୁ ଏବେ ଆଳୁ କ୍ଷେତ୍ରରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଏବେ ଆଳୁ ଚାଷ ପାଇଁ ବିହନ ବିଳମ୍ବରେ ଆସି ପହଞ୍ଚତ୍ଛି। ବିହନ ଦର ବଜାର ଦରଠାରୁ ୫ଗୁଣା ଅଧିକା ରହିଛି । ବିଳମ୍ବ ହେବା ସହିତ ଆଳୁ ବିହନର ମୂଲ୍ୟ ବଜାର ଦରଠାରୁ ଅଧିକ ଥିବା ଏହାକୁ ନେବା ପାଇଁ ଚାଷୀମାନେ ମୁହଁ ଫେରାଉଥିବା ଜଣାପଡ଼ିଛି। ଏଭଳି ସମସ୍ୟା ଦେଖିବାକୁ ମିଳିଛି ରସୁଲପୁର ବ୍ଲକରେ। ଏହାକୁ ନେବାପାଇଁ ଚାଷୀମାନେ ପଛଘୁଞ୍ଚା ଦେଉଥିବାରୁ ବିହନ ବାବଦକୁ ହୋଇଥିବା କ୍ଷତି ଭରଣା କିଭଳି ମିଳିବ ସେ ନେଇ ରସୁଲପୁର ଉଦ୍ୟାନ କୃଷି ବିଭାଗର କର୍ମଚାରୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ପ୍ରକାଶ ଯେ, ଯାଜପୁର ଜିଲା ରସୁଲପୁର, ଧର୍ମଶାଳା, ବଡଚଣା ଆଦି ବ୍ଲକରେ ଅଧିକ ଆଳୁ ଚାଷ କରାଯାଉଛି । ୨୦୧୫-୧୬ ଆର୍ଥିକ ବର୍ଷରେ ୭୫ଏକର ଜମିରେ ଆଳୁ ଚାଷ କରାଯାଇଥିଲା । ୨୦୧୬-୧୭ ବର୍ଷରେ ଜିଲାରେ ୧୧୨ ଏକର ଜମିରେ ଆଳୁ ଚାଷ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ମାତ୍ର ଏହି ବ୍ଲକର ପ୍ରଥମାଖଣ୍ଡି, ବଡକଇଁଚି, ନରସିଂହପୁର, ମୁଗୁପାଳ, ବାରବାଟୀ ପ୍ରଭୃତି ପଞ୍ଚାୟତରେ ଅଧିକା ଆଳୁ ଚାଷ ହେଉଛି ବୋଲି ଉଦ୍ୟାନ କୃଷି ବିଭାଗ ପକ୍ଷରୁ ସୂଚନା ମିଳୁଛି। ଚଳିତବର୍ଷ କେତେ ଏକର ଜମିରେ ଆଳୁଚାଷ ହେଉଛି ସେ ହିସାବ ରସୁଲପୁର ଉଦ୍ୟାନ କୃଷି ବିଭାଗ ନିକଟରେ ନାହିଁ । ବିଭାଗ ପକ୍ଷରୁ ୩୦ କୁଇଣ୍ଟାଲ ଆଳୁ ବିହନ ପାଇଁ ମଞ୍ଜି ନିଗମକୁ ରିପୋର୍ଟ ଦିଆଯାଇଥିଲା । ଏକର ପିଛା ୫୦ ରୁ ୫୫କେଜି ଆଳୁ ବିହନ ଆବଶ୍ୟକ । ଏହି ହାରରେ ବ୍ଲକରେ ହାରାହାରି ୧୫ ଏକର ଜମିରେ ଆଳୁ ଚାଷ ହେବ ବୋଲି ଜଣାପଡ଼ିଛି। ସରକାରୀ ବିହନ ଆସିବାରେ ବିଳମ୍ବ ହେବାରୁ ଆଳୁ ଚାଷୀମାନେ ବଜାରରୁ କମ୍‌ ଦରରେ କିଣି ଚାଷରେ ଲଗାଇଛନ୍ତି । ବଜାରରେ ଆଳୁ ବିହନ କୁଇଣ୍ଟାଲ ୩୬୦ଟଙ୍କା ରହିଛି । ରସୁଲପୁର ବ୍ଲକକୁ ୧୮ କୁଇଣ୍ଟାଲ ଆଳୁ ବିହନ ମିଳିଛି । ଶତକଡା ୪୦ ଭାଗ ରିହାତି ପରେ ବିହନ କୁଇଣ୍ଟାଲ ପିଛା ୧୫୦୦ଟଙ୍କା ରହିଛି । ଚାଷୀମାନେ ଅଧିକ ଦାମ୍‌ରେ ସରକାରୀ ବିହନ କିଣି ଚାଷ କରିବାକୁ ପସନ୍ଦ କରୁନାହାନ୍ତି । ବିଳମ୍ବରେ ଆଳୁ ଚାଷୀମାନେ ବଜାରରୁ କମ୍‌ ଦାମରେ ବିହନ କିଣୁଛନ୍ତି । ସରକାରୀ ବିହନରେ ଅଧିକ ଅମଳ ହେବ ବୋଲି ଉଦ୍ୟାନ କୃଷି ଅଧିକାରୀମାନେ ଚାଷୀଙ୍କୁ ବୁଝାଇଥିଲେ ମଧ୍ୟ ଏ ଦିଗରେ ଚାଷୀ ସଚେତନ ନାହାନ୍ତି। ଏହାଛଡା ଚଳିତବର୍ଷ ଅଦିନିଆ ବର୍ଷା ଓ ଚକଡା ପୋକ ଆକ୍ରାନ୍ତରେ ଚାଷୀଙ୍କର ବ୍ୟାପକ କ୍ଷତି ଘଟିଛି । ରବି ବିହନ ଭଳି ସରକାର ଯଦି ଚାଷୀଙ୍କୁ ଆଳୁଚାଷ ପାଇଁ ବିହନ, ସାର ଓ କୀଟନାଶକ ମାଗଣାରେ ଯୋଗାଇ ଦେବାକୁ ଦାବି ହେଉଛି । ଏ ସମ୍ପର୍କରେ ରସୁଲପୁର ଉଦ୍ୟାନ କୃଷି ଓଭରସିଅର ଭାସ୍କର ସାହୁଙ୍କୁ ପଚାରିବାରେ ଆଳୁ ବିହନ ବିଳମ୍ବରେ ପହଞ୍ଚତ୍ଛି। ବିହନ ଦର ବଜାରଠାରୁ ଢେରଗୁଣ ଅଧିକା ରହିଥିବାରୁ ଚାଷୀ ବିହନ ନେବାକୁ ରାଜି ହେଉ ନ ଥିବା କହିଛନ୍ତି।

All Right Reserved By

Model This Week

ନିକିତା

ଉପକୂଳ ଓଡିଶା

୨୯ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ

ଜଗତ୍‌ସିଂହପୁର,୨୩।୪- ଜଗତ୍‌ସିଂହପୁର ଜିଲାରେ ୨୯ତମ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଅତିରିକ୍ତ ଜିଲାପାଳ ସଚିଦାନନ୍ଦ ସାହୁ ସୋମବାର ଏକ ସଚେତନତା ରଥ ଉଦ୍‌ଘାଟନ କରିଥିଲେ।

ସ୍ବତନ୍ତ୍ର ମିଶନ ଇନ୍ଦ୍ର ଧନୁଷ କାର୍ଯ୍ୟକ୍ରମ

ଜଗତ୍‌ସିଂହପୁର,୨୩।୪- ମଣ୍ଡାସାହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ଟିଗିଗାଁଠାରେ ସୋମବାର ସ୍ବତନ୍ତ୍ର ମିଶନ ଇନ୍ଦ୍ର ଧନୁଷ କାର୍ଯ୍ୟକ୍ରମକୁ ଜିଲାପାଳ ୟାମିନୀ ଷଡ଼ଙ୍ଗୀ ଶୁଭ ଉଦ୍‌ଘାଟନ କରିଥିଲେ। କୌଣସି ଆଦୌ ଟୀକା ନେଇ ନ ଥିବା କିମ୍ବା ଟିକାକରଣ ହୋଇ ନ ଥିବା ଶିଶୁଙ୍କ ପାଇଁ ଏହି ସ୍ବତନ୍ତ୍ର ମିଶନ ଇନ୍ଦ୍ର ଧନୁଷ କାର୍ଯ୍ୟକ୍ରମ ବିଶେଷ ଉପଯୋଗୀ।

ସଡ଼କ ନିରାପତ୍ତା ପାଇଁ ସଚେତନତା କାର୍ଯ୍ୟକ୍ରମ

ସଡ଼କ ନିରାପତ୍ତା ପାଇଁ ସଚେତନତା କାର୍ଯ୍ୟକ୍ରମ

କେନ୍ଦାପଡ଼ା ଅଫିସ୍‌,୨୩।୪- କେନ୍ଦ୍ରାପଡ଼ା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ପରିବହନ କାର୍ଯ୍ୟାଳୟଠାରେ ସୋମବାର ସଡ଼କ ନିରାପତ୍ତା ସପ୍ତାହ ଆରମ୍ଭ ହୋଇଛି। ଜିଲାପାଳ ରେଘୁ ଜୀ. ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ କାର୍ଯ୍ୟାଳୟ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଛି।

ସାଇନ ବୋର୍ଡ ମାରିବାକୁ ନେଇ ବିବାଦ, ସଶସ୍ତ୍ର ପୋଲିସ ମୁତୟନ

ଯାଜପୁର ରୋଡ଼,୨୩।୪(ନି.ପ୍ର.)- କୋରେଇ ଥାନା ଅନ୍ତର୍ଗତ ତାହାରପୁର ପଞ୍ଚାୟତ ହାଇସ୍କୁଲ ସମ୍ମୁଖରେ ସାଇନ ବୋର୍ଡ ମାରିବାକୁ ନେଇ ସୋମବାର ଜଇଁନ୍ତଳ ଓ ଖଣ୍ଡୁଆଳ ଗ୍ରାମ ମଧ୍ୟରେ ବିବାଦ ଦେଖାଦେଇଛି। ସୂଚନାଯୋଗ୍ୟ, ପଞ୍ଚାୟତ ହାଇସ୍କୁଲ ଛକ ଜଇଁନ୍ତଳ ଗ୍ରାମବାସୀ ଜନସାଧାରଣଙ୍କୁ ସୂଚନା ଦେବାପାଇଁ ଗାଁ ନାମ ଲେଖି ଏକ ସାଇନବୋର୍ଡ ମାରିଥିଲେ।

କାର୍‌ ଦୁର୍ଘଟଣାରେ ୩ ଆହତ

କାର୍‌ ଦୁର୍ଘଟଣାରେ ୩ ଆହତ

ଚଣ୍ଡିଖୋଲ,୨୩।୪(ଡି.ଏନ୍‌.ଏ)- ବଡ଼ଚଣା ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ବଡ଼ଚଣା ପେଟ୍ରୋଲ ପମ୍ପ ନିକଟରେ ସୋମବାର କାର୍‌ ଧକ୍କାରେ ୩ ଜଣ ଆହତ ହୋଇଛନ୍ତି।

ଜିଲାପାଳଙ୍କ ଜନଶୁଣାଣି ଶିବିର

ଜିଲାପାଳଙ୍କ ଜନଶୁଣାଣି ଶିବିର

ରାଜନଗର,୨୩।୪- କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକର ରାଜୀବ ଗାନ୍ଧୀ ସେବା କେନ୍ଦ୍ରଠାରେ ସୋମବାର ଜିଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଏହି ଶିବିରରେ ୧୫୧ ଅଭିଯୋଗ କରାଯାଇଥିଲା।

ବେକରେ ଓଡ଼ଣି ଦେଇ ଆତ୍ମହତ୍ୟା କଲେ ନବବଧୂ

ବେକରେ ଓଡ଼ଣି ଦେଇ ଆତ୍ମହତ୍ୟା କଲେ ନବବଧୂ

ମହାକାଳପଡ଼ା,୨୩।୪(ଡି.ଏନ୍‌.ଏ)- ଜମ୍ବୁ ମେରାଇନ ଥାନା ଅଧୀନ ସ୍ଥାନୀୟ ରାମନଗର ପଞ୍ଚାୟତ ୫ ନଂ. ଓ୍ବାର୍ଡର କାଳାବାଡ଼ିଠାରେ ପାରିବାରିକ କଳହକୁ ନେଇ ରବିବାର ବିଳମ୍ବିତ ରାତିରେ ଜଣେ ନବବଧୂ ବେକରେ ଓଢଣି ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ବସ୍‌ ଚକା ତଳେ ପଡ଼ି ବୃଦ୍ଧା ଗୁରୁତର

ବସ୍‌ ଚକା ତଳେ ପଡ଼ି ବୃଦ୍ଧା ଗୁରୁତର

ଓଡ଼ଗାଁ,୨୩।୪(ସ୍ବ.ପ୍ର)- ଓଡ଼ଗାଁ ବସ୍‌ ଷ୍ଟାଣ୍ଡରେ ଏକ ମିନି ବସ୍‌ ଚକା ତଳେ ପଡ଼ି ସୋମବାର ଜଣେ ବୃଦ୍ଧା ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରୁ ସ୍ଥାନୀୟ ଲୋକେ ବୃଦ୍ଧାଙ୍କୁ ନୟାଗଡ଼ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି।ବୃଦ୍ଧା ଜଣକ ନୟାଗଡ଼ ଜିଲା ମେଣ୍ଟୁପଲ୍ଲୀ ଗ୍ରାମର ବୋଲି ପୋଲିସ ସୂଚନାରୁ ଜଣାପଡ଼ିଛି।

ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ

ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ

ସାଲେପୁର,୨୩।୪(ଡି.ଏନ୍‌.ଏ.): କଟକ-ଚାନ୍ଦବାଲି ରାସ୍ତାର ସାଲେପୁର ବଜାରରେ ସୋମବାର ସିମେଣ୍ଟ ବୋଝେଇ ଟ୍ରକ୍‌ ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ପରିଚୟ ଜଣାପଡ଼ି ନାହିଁ। ଉତ୍ତ୍ୟକ୍ତ ଲୋକେ ଟ୍ରକ୍‌ର ଆଗ କାଚ ବାଡେଇ ଭାଙ୍ଗିଦେବା ସହ ରାସ୍ତା ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।

୨୯ତମ ସଡ଼କ ସୁରକ୍ଷା ସପ୍ତାହ ଉଦ୍‌ଘାଟିତ

୨୯ତମ ସଡ଼କ ସୁରକ୍ଷା ସପ୍ତାହ ଉଦ୍‌ଘାଟିତ

ବିରଜାକ୍ଷେତ୍ର,୨୩।୪(ଡି.ଏନ୍‌.ଏ.): ଯାଜପୁର ସହରସ୍ଥିତ ମିନି ଷ୍ଟାଡିୟମ୍‌ରେ ସୋମବାର ଜିଲାପାଳ ରଞ୍ଜନ କୁମାର ଦାସଙ୍କ ଦ୍ୱାରା ୨୯ତମ ସଡ଼କ ସୁରକ୍ଷା ସପ୍ତାହ ଉଦ୍‌ଘାଟିତ ହୋଇଯାଇଛି।

ଜିଲାସ୍ତରୀୟ ଜିଏସଟି କର୍ମଶାଳା

ଜିଲାସ୍ତରୀୟ ଜିଏସଟି କର୍ମଶାଳା

କେନ୍ଦ୍ରାପଡା ଅଫିସ,୨୩-୪କେନ୍ଦ୍ରାପଡା ସହରର ତିନିମୁହାଣୀସ୍ଥିତ ଏକ ହୋଟେଲରେ କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲାସ୍ତରୀୟ ଜିଏସଟି କର୍ମଶାଳା ରବିବାର ଅନୁଷ୍ଠିତ ହୋଇଯାଇଛି । ଭେନଭିକ୍‌ ଟେକ୍‌ ସଲ୍ୟୁସନ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ଜିଲା ବାଣିଜ୍ୟ କର ବିଭାଗ ସହକାରୀ କମିଶନର ସମରେନ୍ଦ୍ର ସାମଲ, କେନ୍ଦ୍ରୀୟ କର ବିଭାଗର ଏସପି ଅରୁଣ କୁମାର ବରାଳ, ଏଏସପି ବିକାଶ ଚନ୍ଦ୍ର ଦାସ,

ଉପକୂଳରେ ହାଇଆଲର୍ଟ

ଉପକୂଳରେ ହାଇଆଲର୍ଟ

ଜନଗର/ମହାକାଳପଡ଼ା, ୨୩-୪ (ଡି.ଏନ୍‌.ଏ.) ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ବଙ୍ଗୋପସାଗରରେ ଉଚ୍ଚ ଜୁଆର ଆସିବା ପୂର୍ବାନୁମାନ କରି ପାଣିପାଗ ବିଭାଗ ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି। ଜୁଆରର ଅଧିକ ପ୍ରଭାବ କେରଳ ଓ ପଶ୍ଚିମବଙ୍ଗରେ ପଡ଼ିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।