ଉପକୂଳ ଓଡିଶା

ରାଜ୍ୟସ୍ତରୀୟ ପଲ୍ଲିଶ୍ରୀ ମେଳା ଉଦ୍‌ଘାଟିତ

ରାଜ୍ୟସ୍ତରୀୟ ପଲ୍ଲିଶ୍ରୀ ମେଳା ଉଦ୍‌ଘାଟିତ

କେନ୍ଦ୍ରାପଡ଼ା ଅଫିସ,୧୫।୧୨

ଜିଲା ପ୍ରଶାସନ, ଓରମାସ ଓ ଡିଏମଏମୟୁର ମିଳିତ ସହଯୋଗରେ କେନ୍ଦ୍ରାପଡା ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ଶୁକ୍ରବାର ୭ମ ରାଜ୍ୟସ୍ତରୀୟ ପଲ୍ଲୀଶ୍ରୀ ମେଳା, ଜିଲା କୃଷି ମହୋତ୍ସବ ଓ ଜିଲା ସାଂସ୍କୃତିକ ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି । ଏହା ମେଳା ଆସନ୍ତା ୨୦ ତାରିଖ ଯାଏଁ ଚାଲିବ । ପଲ୍ଲୀଶ୍ରୀ ମେଳାରେ ରାଜ୍ୟର ସମସ୍ତ ଜିଲାର ମୋଟ ୧୮୭ଟି ଷ୍ଟଲ ପାଇଁ ବ୍ୟବସ୍ଥା ହୋଇଛି । ଏଥିରେ ଓଡିଶା ସମେତ ଦିଲ୍ଲୀ, ୟୁପି, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ସମେତ ୭ଟି ରାଜ୍ୟର ବ୍ୟବସାୟୀମାନେ ବେପାର ପାଇଁ ପସରା ମେଲାଇଛନ୍ତି ।
ରାଜ୍ୟର ୧୫୦ଟି ସ୍ବୟଂ ସହାୟକ ଗୋଷ୍ଠୀ ସାମିଲ ହୋଇଛନ୍ତି । ଏଥିରେ ହସ୍ତ ଓ କୁଟୀର ଶିଳ୍ପ, କୃଷି, ଉଦ୍ୟାନକୃଷି ଓ ପଶୁସମ୍ପଦ, ସାମାଜିକ ବନୀକରଣ ସହିତ ବିଭିନ୍ନ ଘରୋଇ ଉପକରଣର ଷ୍ଟଲମାନ ଖୋଲାଯାଇଛି । ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ କୁମାର ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ । ଏଥିପାଇଁ ଅନୁଷ୍ଠିତ ସଭାରେ ଜିଲାପାଳ ରେଘ ୁଜୀ. ସଭାପତିତ୍ୱ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡା ବିଧାୟକ କିଶୋର ଚନ୍ଦ୍ର ତରାଇ, ଜିଲା ପରିଷଦ ଅଧ୍ୟକ୍ଷ ମାନସ କୁମାର ପରିଡା, ଏସପି ଦୟାନିଧି ଗୋଚ୍ଛାୟତ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଅତିଥିମାନେ କହିଥିଲେ ଯେ, ମେଳା ମଉଛବରେ ଏକାଠି ହେବା ଆମ ସଂସ୍କୃତିର ଲକ୍ଷଣ ।
ଏହି ମେଳା ମାଧ୍ୟମରେ ମିଶନ ଶକ୍ତି ଦ୍ୱାରା ପରିଚାଳିତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ବେପାର ବଣିଜ କରିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଥିବାରୁ ଜିଲାବାସୀଏଥିରେ ମନଭରି ଉପଭୋଗ କରିବା ପାଇଁ ସୁଯୋଗ ପାଇବେ । ଫଳରେ ଅର୍ଥନୈତିକ ଦୁସ୍ଥିତିରେ ରହୁଥିବା ମହିଳାମାନେ ସ୍ବାବଲମ୍ବୀ ହୋଇପାରିବେ ।
ସଭାରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଦିଲିପ କୁମାର ପରିଡା ଯୋଗଦେଇ ମେଳା ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଜିଲା ସଂସ୍କୃତି ଅଧିକାରୀ ଦିଲିପ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଚନ୍ଦ୍ରକାନ୍ତ ନାୟକ ସଭା ପରିଚାଳନା କରିଥିଲେ ।

All Right Reserved By

ଉପକୂଳ ଓଡିଶା

ଲଗାଣ ବର୍ଷା: ଚାଷଜମି ଜଳମଗ୍ନ, ଚିନ୍ତାରେ ଚାଷୀ

ଲଗାଣ ବର୍ଷା: ଚାଷଜମି ଜଳମଗ୍ନ, ଚିନ୍ତାରେ ଚାଷୀ

ଖଣ୍ଡପଡା,୨୨।୭(ସ୍ବ.ପ୍ର.)- ଗତ ୨ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଖଣ୍ଡପଡା ଅଞ୍ଚଳ ଦେଇ ପ୍ରବାହିତ କୁସୁମୀ ଓ କୁଆଁରିଆ ନଦୀରେ ଜଳ ପତ୍ତନ ବୃଦ୍ଧି ପାଇଛି। ଖାଲୁଆ ଜମିଗୁଡିକରେ ବର୍ଷା ଜଳ ଲହଡି ଭାଙ୍ଗୁଥିବା ବେଳେ ଜଳ ନିଷ୍କାସନର ବ୍ୟବସ୍ଥା ନ ଥିବାରୁ ଧାନଚାଷ ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି।

୪୯ ଏସ୍‌ଟି ଛାତ୍ରଙ୍କ ଭବିଷ୍ୟତ ଅନ୍ଧାରରେ

୪୯ ଏସ୍‌ଟି ଛାତ୍ରଙ୍କ ଭବିଷ୍ୟତ ଅନ୍ଧାରରେ

ନୂଆଗାଁ,୨୨।୭ (ଡି.ଏନ.ଏ.)- ଅନୁସୂଚିତ ଜାତି (ଏସ୍‌ସି) ଓ ଅନୁସୂଚିତ ଜନଜାତି (ଏସ୍‌ଟି)ର ଛାତ୍ରୀଛାତ୍ରଙ୍କ ଉଚ୍ଚଶିକ୍ଷା ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ହେଲେ କିଛି ଅଧିକାରୀଙ୍କ ଖାମଖିଆଲ ନୀତି ଯୋଗୁ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧାର ମଧ୍ୟକୁ ଠେଲି ହୋଇଯାଉଛି।

ଭଙ୍ଗା ଗୃହ ତଳେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ

ଭଙ୍ଗା ଗୃହ ତଳେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ

ଗଣିଆ,୨୨।୭(ଡି.ଏନ୍‌.ଏ.)- ଶିକ୍ଷା ହିଁ ବିକାଶର ମାପକାଠି। ଶିକ୍ଷା ବିନା ବିକାଶ ଅସମ୍ଭବ। ସଭିଏଁ ପଢିବେ ସଭିଏଁ ବଢିବେ ବୋଲି ନାରା ଦେବା ସହ ସରକାର ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ ଛାତ୍ରୀଛାତ୍ରଙ୍କୁ ମାଗଣାରେ ମଧ୍ୟାହ୍ନ ଭୋଜନ, ପୋଷାକ, ବହି ଓ ଉତ୍ତମ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ଦିଗରେ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି।

ମହିଳା ସରପଞ୍ଚଙ୍କ ନାମରେ ଫେକ୍‌ ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲି ଯୁବକ ଗିରଫ

ପାରାଦୀପ,୨୨।୭(ସ୍ବ.ପ୍ର.): ପାରାଦୀପର ଜଣେ ମହିଳା ସରପଞ୍ଚଙ୍କ ନାମରେ ଫେକ୍‌ ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲି ବିଭିନ୍ନ ଅଶ୍ଲୀଳ ଫଟୋ, ଭିଡ଼ିଓ ଏବଂ ଆପତ୍ତି ଜନକ ମନ୍ତବ୍ୟ ପୋଷ୍ଟ କରୁଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ପୋଲିସ। ଗିରଫ ଯୁବକଙ୍କ ଘର ଅଭୟଚାନ୍ଦପୁର ଥାନା ଅନ୍ତର୍ଗତ ନୂଆଗାଁରେ।

ପାଣି ନିଷ୍କାସନ ହେଉନି, ବଜାରରେ ଭାସିଲା ପରିବା

ପାଣି ନିଷ୍କାସନ ହେଉନି, ବଜାରରେ ଭାସିଲା ପରିବା

କୁଜଙ୍ଗ,୨୨।୭(ସ୍ବ.ପ୍ର.): କୁଜଙ୍ଗ ବଜାରରୁ ଠିକ୍‌ ଭାବେ ଜଳ ନଷ୍କାସନ ହୋଇପାରୁନି। ତେଣୁ ଚଳିତବର୍ଷାରେ ବଜାର ମଧ୍ୟରେ ବର୍ଷା ପାଣି ଜମି ରହିଛି। ଏଥିଯୋଗୁ ଶହ ଶହ ବ୍ୟବସାୟୀ ଓ ସାଧାରଣ ଗ୍ରାହକ ଅସୁବିଧା ଭୋଗୁଛନ୍ତି।

ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ :  ସଚେତନତା ଅପେକ୍ଷା ରାଜନୀତି ଅଧିକ

ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ : ସଚେତନତା ଅପେକ୍ଷା ରାଜନୀତି ଅଧିକ

ଜଗତ୍‌ସିଂହପୁର ଅଫିସ,୨୨।୭: ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଶନିବାର ଅପରାହ୍ନରେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ପକ୍ଷରୁ ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ତେବେ କୃଷକଙ୍କ ସଚେତନତା ନିମନ୍ତେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସଚେତନତା ଅପେକ୍ଷା ରାଜନୀତି ଅଧିକ ଦେଖିବାକୁ ମିଳିଛି।

ଭାଜପାର କର୍ମକର୍ତ୍ତା ସମ୍ମିଳନୀ

ଡେରାବିଶ,୨୧। ୭(ସ୍ବ.ପ୍ର.)-ଭାଜପାର ପାଟକୁରା ନିର୍ବାଚନ ମଣ୍ଡଳୀସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ ଓ ଦିନିକିଆ ପ୍ରଶିକ୍ଷଣ ଶିବିର ବ୍ଳକ ଅଧୀନ ଅନୁଆପଡ଼ା ଛକଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଜିଲା ଭାଜପା ସଭାପତି ଦୁର୍ଯ୍ୟୋଧନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ।

ଶିଶୁପୁତ୍ର ସହ ମା’ର ସନ୍ଦେହଜନକ ମୃତ୍ୟୁ : ପୁଅକୁ ମାରି ମା’ ଆତ୍ମହତ୍ୟା କରିଥିବା କହୁଛନ୍ତି ପରିବାର ଲୋକେ

ନାଉଗଁା,୨୧।୭(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ନାଉଗଁା ଥାନା ଅନ୍ତର୍ଗତ ଅଲଣା ପଞ୍ଚାୟତ ୧୦ନଂ.ଓ୍ବାର୍ଡ ଶଠଳପୁର ଗ୍ରାମରେ ଶୁକ୍ରବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳା ନିଜ ୫ ବର୍ଷର ଶିଶୁପୁତ୍ରକୁ ତଣ୍ଟିଚିପି ହତ୍ୟା କରିବା ପରେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ବନ୍ୟା ଆଶଙ୍କା: ବୈତରଣୀ, ବୁଢ଼ା, ଖରସ୍ରୋତା ନଦୀର ଜଳପତ୍ତନ ବୃଦ୍ଧି

ବିରଜାକ୍ଷେତ୍ର,୨୧।୭(ଡି.ଏନ୍‌.ଏ) - ଲଗାଣ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ଜିଲାରେ ବନ୍ୟା ଆଶଙ୍କା ଦେଖାଦେଇଛି। ଯାଜପୁର ଜିଲା ଦେଇ ପ୍ରବାହିତ ହେଉଥିବା ବୈତରଣୀ ନଦୀର ଉପରମୁଣ୍ଡରେ ବର୍ଷା ଲାଗିରହିବାରୁ ନଦୀରେ ପ୍ରଥମଥର ବନ୍ୟାଜଳ ଆସିଛି।

ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକ୍କାଘର କାର୍ଯ୍ୟାଦେଶ ବଣ୍ଟନ

ବିରଜାକ୍ଷେତ୍ର,୨୧।୭(ଡି.ଏନ୍‌.ଏ)- ଗୌତମବୁଦ୍ଧ ସଂସ୍କୃତି ଭବନ ପରିସରରେ ଶନିବାର ଯାଜପୁର ପୌରାଞ୍ଚଳର ହିତାଧିକାରୀଙ୍କୁ ଆବାସ ଯୋଜନାରେ ଗୃହ କାର୍ଯ୍ୟାଦେଶ ବଣ୍ଟନ କରାଯିବା ଏକ ସଭା ଆୟୋଜିତ ହୋଇଥିଲା।

ନାବାଳିକା ହତ୍ୟାକାଣ୍ଡ ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା ବିଶ୍ୱ ହିନ୍ଦୁ ପରିଷଦ

ବିରଜାକ୍ଷେତ୍ର,୨୧।୭(ଡି.ଏନ୍‌.ଏ)- ଯାଜପୁର ଜିଲା କୋରେଇ ବ୍ଲକ ଫାଜଲପୁର ଗ୍ରାମର ନାବାଳିକା ହତ୍ୟାକାଣ୍ଡ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା ବିଶ୍ୱ ହିନ୍ଦୁ ପରିଷଦ। ଏ ନେଇ ଶନିବାର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲା ପ୍ରଶାସନକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ

ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ

ଜଗତସିଂହପୁର ଅଫିସ,୨୧।୭- ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଶନିବାର ସମବାୟ ଆପଣଙ୍କ ଦ୍ୱାରରେ ଶୀର୍ଷକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Watch Live Broadcast of Rath Yatra Puri, Odisha Here

Model This Week

ରୂପେଶ