ଫୁରସତ |

ଇନ୍ଦିରା ଗାନ୍ଧୀ ଥିଲେ ଦକ୍ଷ ମହିଳା

ଇନ୍ଦିରା ଗାନ୍ଧୀ ଥିଲେ ଦକ୍ଷ ମହିଳା

ଥିମ୍ପୁ:ଇନ୍ଦିରା ଗାନ୍ଧୀ ଜଣେ ଦକ୍ଷ ମହିଳା ଥିଲେ। ସେ ବିଶ୍ୱକୁ ଦେଖାଇ ଦେଇଥିଲେ ଯେ, ମହିଳା ବି କୌଣସି କ୍ଷେତ୍ରରେ କମ୍‌ ନୁହନ୍ତି। ”ଇଣ୍ଡିଆସ୍‌ ଇନ୍ଦିରା: ଏ ସିଣ୍ଟେନିଆଲ୍‌ ଟ୍ରିବ୍ୟୁଟ୍‌“ ନାମକ ଏକ ପୁସ୍ତକ ଉନ୍ମୋଚନ ଅବସରରେ ଉଦ୍‌ବୋଧନ ଦେଇ ମଦର ଅଫ୍‌ ଭୁଟାନ୍‌ କୁହାଯାଉଥିବା ରାଣୀ ଆଶି ଡୋର୍ଜି ଓ୍ବାଙ୍ଗ୍‌ମୋ ଓ୍ବାଙ୍ଗ୍‌ଚୁକ୍‌ ପ୍ରକାଶ କରିଛନ୍ତି। ଭୁଟାନ୍‌ରେ ଚାଲିଥିବା ମାଉଣ୍ଟେନ୍‌ ଇକୋଜ୍‌ ଫେଷ୍ଟିଭାଲ୍‌ରେ ସେ କହିଥିଲେ ଯେ, ଇନ୍ଦିରା ଜଣେ ଦୀର୍ଘକାୟ ମହିଳା ନ ଥିଲେ ହେଁ ସେ ଉତ୍ତୁଙ୍ଗ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ। ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ରିଚାର୍ଡ ନିକ୍ସନ୍‌ଙ୍କ ସହିତ ତାଙ୍କର ଫଟୋଚିତ୍ର ମୋର ଏବେ ବି ମନେଅଛି। ଶ୍ରୀମତୀ ଗାନ୍ଧୀ ଜଣେ ମହିଳା ଆଇକନ୍‌ ଥିଲେ ମଧ୍ୟ ସେ ସାରା ବିଶ୍ୱକୁ ଜଣାଇଦେଇ ଯାଇଛନ୍ତି ଯେ, ମହିଳାମାନେ ଯେଉଁ ନିଷ୍ପତ୍ତି ନିଅନ୍ତି ତାହାକୁ କାର୍ଯ୍ୟକାରୀ କରିବାର ଶକ୍ତି ସେମାନଙ୍କଠାରେ ନିହିତ ଥାଏ।“
ଏହି ପୁସ୍ତକଟି ଭାରତୀୟ ଜାତୀୟ କଂଗ୍ରେସ ଦ୍ୱାରା ସଂକଳିତ ହୋଇଛି। ଏଥିରେ ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରାଙ୍କ ସମ୍ପର୍କିତ ଆର୍ଟିକିଲ୍‌, ପ୍ରବନ୍ଧ ଓ ଅନେକ ଫଟୋ ପ୍ରକାଶ ପାଇଛି। କୁଇନ୍‌ ମଦର ମନେପକାଇଥିଲେ ଯେ, ଇନ୍ଦିରା ତାଙ୍କ ପିତାଙ୍କ ସହିତ କିପରି ଥରେ ଗୟଳ ଉପରେ ବସି ଆସିଥିଲେ। ଭୁଟାନ୍‌ର ରାଜ ପରିବାର ସହିତ ଗାନ୍ଧୀ ପରିବାରର ଘନିଷ୍ଠ ବନ୍ଧୁସମ୍ପର୍କ ରହିଥିବା ବିଷୟ ସେ ସ୍ମରଣ କରାଇଦେଇଥିଲେ। ଇନ୍ଦିରାଙ୍କ ମୁଣ୍ଡରେ ଯେଉଁ କେରାଏ ଧଳାକେଶ ଗାର ଟାଣିବା ଭଳି ଦେଖାଯାଉଥିଲା ତାହାକୁ ସେ ଖୁବ୍‌ ପ୍ରଶଂସା କରୁଥିଲେ। ସେ ଯେତେବେଳେ କମ୍‌ ବୟସର ହୋଇଥିଲେ ସେଭଳି ଧଳାକେଶ ତାଙ୍କର ଥାଆନ୍ତା କି ବୋଲି ସେ ଇଚ୍ଛା କରୁଥିଲେ।
ବରିଷ୍ଠ ନେତା ଆନନ୍ଦ ଶର୍ମାଙ୍କ ଦ୍ୱାରା ସମ୍ପାଦିତ ଉକ୍ତ ପୁସ୍ତକରେ ଇନ୍ଦିରା ଗାନ୍ଧୀ ଓ ଜବାହରଲାଲ୍‌ ନେହେରୁଙ୍କ ଅନେକ ଫଟୋ ରହିଛି। ଏଥିରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦ୍ୱାରା ଲିଖିତ ଏକ ଚାପ୍ଟର ରହିଛି। ପୁସ୍ତକ ଲଞ୍ଚ୍‌ ସମୟରେ ଉପସ୍ଥିତ ଶଶୀ ଥରୁର୍‌ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱକୁ ପ୍ରଶଂସା କରିଥିଲେ। ଥରୁର କହିଲେ ଯେ, ସେ ପ୍ରଧାନମନ୍ତ୍ରୀ ହେବା ପରେ ଅନେକେ ପ୍ରଶ୍ନ କରିଥିଲେ ଯେ, ସେ ଏହି ଦାୟିତ୍ୱ ତୁଲାଇପାରିବେ? କିନ୍ତୁ ପରବର୍ତ୍ତୀ ପରିସ୍ଥିତିରେ ଦେଖାଗଲା ଯେ, ତାଙ୍କ ପରେ ଯେଉଁ କେତେଜଣ ପ୍ରଧାନମନ୍ତ୍ରୀ ଆସନ ଅଳଙ୍କୃତ କରିଥିଲେ ସେମାନଙ୍କ ତୁଳନାରେ ଇନ୍ଦିରା ଗାନ୍ଧୀ ଅପେକ୍ଷାକୃତ ଦକ୍ଷ ଥିଲେ।

All Right Reserved By

ଫୁରସତ |

ବଳି ଦେବା ପରେ ବି’ ଜୀବନ୍ତ ହୋଇଯାଏ ଛେଳି

ବଳି ଦେବା ପରେ ବି’ ଜୀବନ୍ତ ହୋଇଯାଏ ଛେଳି

ବିହାରର କୈମୁର ଜିଲାର ଭଗବାନପୁରରେ ରହିଛି ମୁଣ୍ଡେଶ୍ୱରୀ ଦେବୀଙ୍କ ମନ୍ଦିର। ପଓ୍ବରା ପାହାଡ଼ର ୬୦୮ ଫୁଟ ଉଚ୍ଚରେ ରହିଛି ଏହି ପ୍ରସିଦ୍ଧ ମନ୍ଦିର।

ପୃଥିବୀର ବୟସ ସମ୍ପର୍କରେ ଭୂତତ୍ତ୍ୱବିତ୍‌ଙ୍କ ମତ

ପୃଥିବୀ ଇତିହାସରେ ଅନେକ ସ୍ମରଣୀୟ ଘଟଣାବଳୀ ଘଟିଯାଇଛି। ଏହିସବୁ ଘଟଣାକ୍ରମକୁ ଭିତ୍ତିକରି ପୃଥିବୀର ବୟସକୁ ବିଭିନ୍ନ ଭାଗରେ ବିଭକ୍ତ କରାଯାଇଛି। ହାଡିଅନ୍‌ ଇୟନ୍‌ ହେଉଛି ଏକ ଯୁଗ। ଏହା ଫସିଲ୍‌ ରେକର୍ଡ ପୂର୍ବ ସମୟର ବୋଲି ନିର୍ଦ୍ଧାରଣ କରାଯାଇଛି।

ମେଘାଳୟାନ ଯୁଗରେ ପୃଥିବୀ

ମେଘାଳୟାନ ଯୁଗରେ ପୃଥିବୀ

ବୈଜ୍ଞାନିକମାନେ ପୃଥିବୀର ବୟସକୁ ବିଭିନ୍ନ ଭାଗରେ ବିଭକ୍ତ କରିଛନ୍ତି। ସେଗୁଡିକ ମଧ୍ୟରେ ମେଘାଲୟାନ୍‌ ଏଜ୍‌ ଅନ୍ୟତମ, ଯେଉଁ ସମୟ ମଧ୍ୟରେ ଆମେ ବାସ କରିଆସୁଛୁ। ଏହି ସମୟ ୪,୨୦୦ବର୍ଷ ତଳେ ଆରମ୍ଭ ହୋଇଥିଲା।

ମେଘାଳୟାନ ଯୁଗରେ ପୃଥିବୀ

ମେଘାଳୟାନ ଯୁଗରେ ପୃଥିବୀ

ବୈଜ୍ଞାନିକମାନେ ପୃଥିବୀର ବୟସକୁ ବିଭିନ୍ନ ଭାଗରେ ବିଭକ୍ତ କରିଛନ୍ତି। ସେଗୁଡିକ ମଧ୍ୟରେ ମେଘାଲୟାନ୍‌ ଏଜ୍‌ ଅନ୍ୟତମ, ଯେଉଁ ସମୟ ମଧ୍ୟରେ ଆମେ ବାସ କରିଆସୁଛୁ। ଏହି ସମୟ ୪,୨୦୦ବର୍ଷ ତଳେ ଆରମ୍ଭ ହୋଇଥିଲା।

କେବେଠୁ ଡାଇନୋସର୍‌ଙ୍କ ଉତ୍ପତ୍ତି

କେବେଠୁ ଡାଇନୋସର୍‌ଙ୍କ ଉତ୍ପତ୍ତି

ଡାଇନୋସର୍‌ଙ୍କ ଉତ୍ପତ୍ତିକାଳ ସମ୍ପର୍କରେ ବୈଜ୍ଞାନିକମାନେ ଅନେକ ମତ ଉପସ୍ଥାପନ କରିଛନ୍ତି। ସେମାନଙ୍କ କହିବାନୁଯାୟୀ, ଡେଣା ବିହୀନ ଡାଇନୋସର୍‌ ପାଖାପାଖି ୨୪୫ ନିୟୁତରୁ ୬୬ନିୟୁତ ବର୍ଷ ମଧ୍ୟରେ ତିଷ୍ଠି ରହିଥିଲେ।

ଧରିତ୍ରୀ ଆଳାପ: ‘ଫେମିନିଜିମ୍‌’କୁ ଲୋକେ ଭୁଲ୍‌ ବୁଝୁଛନ୍ତି-ମୈତ୍ରୀ ମୋନାଲି ପ୍ରଧାନ

ଧରିତ୍ରୀ ଆଳାପ: ‘ଫେମିନିଜିମ୍‌’କୁ ଲୋକେ ଭୁଲ୍‌ ବୁଝୁଛନ୍ତି-ମୈତ୍ରୀ ମୋନାଲି ପ୍ରଧାନ

ଗତ ଜୁଲାଇ ୬ରେ ବ୍ୟାଙ୍କକ୍‌ରେ ଅନୁଷ୍ଠିତ ‘ମିସ୍‌ ଟିନ୍‌ ଇଣ୍ଟରନ୍ୟାଶନାଲ-୨୦୧୮’ରେ ଦୁଇ ଦୁଇଟି ଟାଇଟଲ ଜିତି ଓଡ଼ିଶା ପାଇଁ ଗୌରବ ଆଣିଥିଲେ ଭୁବନେଶ୍ୱରର ମୈତ୍ରୀ ମୋନାଲି ପ୍ରଧାନ। କେବଳ ଏତିକି ନୁହେଁ, ପୂର୍ବରୁ ୨୦୧୬ରେ କିଟ୍‌ ‘ନହ୍ନିପରୀ- ଲିଟିଲ୍‌ ମିସ୍‌ ଇଣ୍ଡିଆ’ ଟାଇଟଲ ଜିତି ସେ ଜାତୀୟସ୍ତରରେ ନିଜ ପ୍ରତିଭା ଓ ଦକ୍ଷତାର ପ୍ରମାଣ ଦେଖାଇଥିଲେ।

ମୋ ଅନୁଭୂତି: ଦର୍ପଣ ଭାଙ୍ଗି ହାତସାରା କାଚ ପଶି ଯାଇଥିଲା -ଲିପ୍‌ସା ମିଶ୍ର

ମୋ ଅନୁଭୂତି: ଦର୍ପଣ ଭାଙ୍ଗି ହାତସାରା କାଚ ପଶି ଯାଇଥିଲା -ଲିପ୍‌ସା ମିଶ୍ର

ଅଭିନେତ୍ରୀ ଲିପ୍‌ସା ମିଶ୍ର, ନିଜ ନାମରେ ସେ ଯେତିକି ପରିଚିତ ନୁହନ୍ତି ତା’ ଠାରୁ ଅଧିକ ପରିଚିତ ‘ତୁଳସୀ’ ନାମରେ। ଘରୋଇ ଚ୍ୟାନେଲରେ ପ୍ରସାରିତ ମେଗା ଧାରାବାହିକ ‘ତୋ ଅଗଣାର ତୁଳସୀ ମୁଁ’ ର ମୁଖ୍ୟ ଚରିତ୍ରରେ ଅଭିନୟ କରି ଅଗଣିତ ଦର୍ଶକଙ୍କ ପାଇଁ ସେ ପାଲଟିଛନ୍ତି ଜଣେ ଶାନ୍ତ, ସରଳ ଏବଂ ଆଦର୍ଶ ବୋହୂ, ଯିଏକି ନିଜ ପରିବାର ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ।

ନିଜ କଥା: କ୍ରିକେଟର ହେବା ବଦଳରେ ଡାକ୍ତର ହୋଇଗଲି -ପ୍ରଫେସର ଡା. ବିଦ୍ୟୁତ୍‌ ଦାଶ

ନିଜ କଥା: କ୍ରିକେଟର ହେବା ବଦଳରେ ଡାକ୍ତର ହୋଇଗଲି -ପ୍ରଫେସର ଡା. ବିଦ୍ୟୁତ୍‌ ଦାଶ

ପ୍ରଫେସର ଡା. ବିଦ୍ୟୁତ୍‌ ଦାଶ। ଏସ୍‌ସିବି ମେଡିକାଲର ଏହି ଡାକ୍ତରଙ୍କ ନାମ ରାଜ୍ୟରେ ବେଶ୍‌ ପରିଚିତ। ଆର୍ଥାଇଟିସ୍‌ ରୋଗୀମାନଙ୍କୁ ସଫଳ ଚିକିତ୍ସା ଦେବାରେ ଡାକ୍ତର ଦାଶ ବେଶ୍‌ ଲୋକପ୍ରିୟ ମଧ୍ୟ।

ବୃହସ୍ପତିର ଆଉ ୧୨ ଚନ୍ଦ୍ର

ବୃହସ୍ପତିର ଆଉ ୧୨ ଚନ୍ଦ୍ର

ଓ୍ବାଶିଂଟନ୍‌: ସୌରମଣ୍ଡଳର ସର୍ବବୃହତ୍‌ ଗ୍ରହ ବୃହସ୍ପତି କକ୍ଷରେ ଠାବ ହେଲା ଆଉ ୧୨ଟି ଚନ୍ଦ୍ର। ୧୨ଟି ଯାକ ନୂଆ ଚନ୍ଦ୍ର ବୃହସ୍ପତି କକ୍ଷପଥରେ ଘୂରି ବୁଲୁଛନ୍ତି। ଏହାସହ ‘କିଙ୍ଗ୍‌ ଅଫ୍‌ ପ୍ଲାନେଟ୍‌’ର ମୋଟ ଚନ୍ଦ୍ର ସଂଖ୍ୟା ୭୯ରେ ପହଞ୍ଚିଛି। କେବଳ ସେତିକି ନୁହେଁ, ବୃହସ୍ପତି ନିକଟରେ ୧୧ଟି ଆଉଟର୍‌ ମୁନ୍‌ ଏବଂ ଏକ ଖଗୋଳୀୟ ପିଣ୍ଡ ଠାବ କରାଯାଇଛି।

ଜନ୍ମଦିନରେ ମଣ୍ଡେଲାଙ୍କୁ ଶ୍ରଦ୍ଧାଞ୍ଜଳି

ଜନ୍ମଦିନରେ ମଣ୍ଡେଲାଙ୍କୁ ଶ୍ରଦ୍ଧାଞ୍ଜଳି

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ତଥା ମହାନ୍‌ ବର୍ଣ୍ଣବିଦ୍ୱେଷ ନିରୋଧୀ ନେତା ନେଲ୍‌ସନ ମଣ୍ଡେଲାଙ୍କ ୧୦୦ତମ ଜୟନ୍ତୀ ବୁଧବାର ପାଳିତ ହୋଇଛି। ଦକ୍ଷିଣ ଆଫ୍ରିକାର ଗାନ୍ଧୀଙ୍କୁ ଏହି ଅବସରରେ ମନେପକାଇଛି ସମଗ୍ର ବିଶ୍ୱ। ସମଗ୍ର ବିଶ୍ୱରେ ଜୁଲାଇ ୧୮କୁ ‘ମଣ୍ଡେଲା ଦିବସ’ ଭାବେ ପାଳନ କରାଯାଉଛି।

ଯେଉଁଠି ଅକ୍ଷୟ ତୃତୀୟକୁ କୁହାଯାଏ ଅଶୁଭ

ଯେଉଁଠି ଅକ୍ଷୟ ତୃତୀୟକୁ କୁହାଯାଏ ଅଶୁଭ

ସାଧାରଣତଃ ଅକ୍ଷୟ ତୃତୀୟାକୁ ଶୁଭ ବୋଲି ଗ୍ରହଣ କରାଯାଇଥାଏ। ସେଥିଲାଗି ଏହି ଦିନ ବିଭିନ୍ନ କାର୍ଯ୍ୟର ଶୁଭାରମ୍ଭ କରାଯାଇଥାଏ। କିନ୍ତୁ ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶ ସୀମାରେ ଥିବା ଲଳିତପୁରରେ ଅକ୍ଷୟ ତୃତୀୟାକୁ ଅଶୁଭ ବୋଲି କୁହାଯାଇଥାଏ। ଏହି ଗାଁରେ ୧୬୮ବର୍ଷ ତଳେ ଘଟିଥିଲା ଏକ ଦୁଃଖଦ ଘଟଣା।

ଜଳବାୟୁ ପରିବର୍ତ୍ତନ ଦ୍ୱାରା ପ୍ରଭାବିତ ହେବ ଇଣ୍ଟରନେଟ୍‌

ଜଳବାୟୁ ପରିବର୍ତ୍ତନ ଦ୍ୱାରା ପ୍ରଭାବିତ ହେବ ଇଣ୍ଟରନେଟ୍‌

ଓ୍ବାଶିଂଟନ: ଜଳବାୟୁ ପରିବର୍ତ୍ତନ ଦ୍ୱାରା ସମୁଦ୍ରର ଜଳପତ୍ତନ ବୃଦ୍ଧିପାଇବ। ଏହାଦ୍ୱାରା ବିଶ୍ୱ ସ୍ତରୀୟ ଇଣ୍ଟରନେଟ୍‌ ଭିତ୍ତିଭୂମି ଗୁରୁତର ଭାବେ ପ୍ରଭାବିତ ହେବ ବୋଲି ବୈଜ୍ଞାନିକମାନେ ସତର୍କବାଣୀ ଶୁଣାଇଛନ୍ତି। ସେମାନଙ୍କ କହିବାନୁଯାୟୀ, ହଜାର ହଜାର ମାଇଲ୍‌ ଦୀର୍ଘ ଫାଇବର ଅପ୍‌ଟିକ୍‌ କେବୁଲ ଉପକୂଳ ଅଞ୍ଚଳରେ ପୋତିହୋଇ ରହିଛି। ସମୁଦ୍ରର ଜଳପତ୍ତନ ବୃଦ୍ଧିପାଇବା ଫଳରେ ଏହି ଅଞ୍ଚଳ ବନ୍ୟାପ୍ଳାବିତ ହୋଇପାରେ।

୧. ଜଗନ୍ନାଥଙ୍କ ରଥର ଚକ ସଂଖ୍ୟା କେତେ?

Model This Week

ରୂପେଶ